ଅଙ୍ଗରକ୍ଷୀ ଦାୟିତ୍ବରେ ଥିବା ନିରାପତ୍ତା କର୍ମୀଙ୍କ ଗୁଳିରେ ୧୯୮୪, ଅକ୍ଟୋବର ୩୧ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନିଧନ ହେଲା। ପରେ ପରେ ରାଜଧାନୀ ଦିଲ୍ଲୀ ସହରରେ ଯେଉଁ ହି˚ସାର ତାଣ୍ତବ ଚାଲିଲା ସେଥିରେ ୨,୭୩୩ ଜଣଙ୍କ ପ୍ରାଣ ଗଲା, ଆହୁରି ଅନେକ ଆହତ ହେଲେ। ଅନେକ ଘର ଜାଳି ଦିଆଗଲା, ଦୁଇ ଶହରୁ ଅଧିକ ନିଖୋଜଙ୍କ ମଧୢରୁ କେତେ ଜୀବିତ, କେତେ ମୃତ ଆଜି ପର୍ଯ୍ୟନ୍ତ ତା’ର ଠିକ୍ ହିସାବ ନାହିଁ। ସ୍ବାଧୀନତୋତ୍ତର ଭାରତର ଇତିହାସରେ ଏକ କଳଙ୍କିତ ଅଧୢାୟ- ଦିଲ୍ଲୀର ଏ ଶିଖ୍ ବିରୋଧୀ ଦଙ୍ଗା ପଛରେ ଯେ ତତ୍କାଳୀନ ଶାସକ ଦଳ ଲୋକଙ୍କ ଖଳନାୟକ ଭୂମିକା ଥିଲା, ଏହା କାହାକୁ ଅଜଣା କିମ୍ବା ଅଛପା ନୁହେଁ। ନିରୀହଙ୍କ ଜୀବନ ନେଇଥିବା ଅନେକ ବର୍ବରୋଚିତ, ନରକୀୟ ଉନ୍ମତ୍ତ ରକ୍ତପାତରେ ଶାସକ ଦଳ ନେତାଙ୍କ ପ୍ରତ୍ୟକ୍ଷ ସ˚ପୃକ୍ତି ନେଇ ନିର୍ଦ୍ଦିଷ୍ଟ ଅଭିଯୋଗ ଥିଲା। କିନ୍ତୁ ଦୀର୍ଘ ୩୪ ବର୍ଷ ପରେ ଯାଇ ହି˚ସାରେ ସ˚ପୃକ୍ତି ଅଭିଯୋଗରେ ପ୍ରଥମ କରି ଜଣେ ରାଜନେତା ଦୋଷୀ ସାବ୍ୟସ୍ତ ହୋଇ ଦଣ୍ତାଦେଶ ପାଇଛନ୍ତି। ୧୯୮୪, ନଭେମ୍ବର ୧ ଦିନ ଗୋଟିଏ ପରିବାରର ପାଞ୍ଚଜଣଙ୍କ ଜୀବନ ନେଇଥିବା ହି˚ସାରେ ସ˚ପୃକ୍ତ ତତ୍କାଳୀନ କ˚ଗ୍ରେସ ସା˚ସଦ ସଜ୍ଜନ କୁମାରଙ୍କୁ ଦିଲ୍ଲୀ ହାଇକୋର୍ଟର ଏକ ଦୁଇଜଣିଆ ଖଣ୍ତପୀଠ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ଦଣ୍ତ ଆଦେଶ ଶୁଣାଇଛନ୍ତି। ପୂର୍ବରୁ ତଳ କୋର୍ଟରେ ସଜ୍ଜନ କୁମାର ଏହି ମାମଲାରେ ଦୋଷମୁକ୍ତ ଘୋଷିତ ହୋଇଥିଲେ। ସଜ୍ଜନଙ୍କ ସମେତ ଆହୁରି କେତେକ ନେତାଙ୍କ ବିରୋଧରେ ବହୁ ଅଭିଯୋଗ ଏବେ ବି ତଦନ୍ତାଧୀନ, ଏବ˚ କେତେକ ମାମଲାରେ ବିଚାର ପ୍ରକ୍ରିୟା ଅସ˚ପୂର୍ଣ୍ଣ। କୁହାଯାଏ, ବିଳମ୍ବିତ ନ୍ୟାୟ ବିଡ଼ମ୍ବିତ ନ୍ୟାୟ। ତଥାପି ସାଢେ଼ ତିନି ଦଶକ ପରେ ଶିଖ୍ ବିରୋଧୀ ହି˚ସା ପାଇଁ ପ୍ରଥମ ରାଜନେତା ଭାବେ ପୂର୍ବତନ ସା˚ସଦ ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରି ହାଇକୋର୍ଟ ଶୁଣାଇଥିବା ରାୟ କେବଳ ଦିଲ୍ଲୀ ଦଙ୍ଗା ପୀଡ଼ିତଙ୍କ ପାଇଁ ନୁହେଁ, ଦେଶର ଅନ୍ୟାନ୍ୟ ସ୍ଥାନରେ ଧର୍ମ କିମ୍ବା ଜାତି ନାମରେ ହି˚ସାର ଶିକାର ପୀଡ଼ିତଙ୍କ ସକାଶେ ମଧୢ ନ୍ୟାୟ ପାଇଁ ଆଶାର ଏକ ସୂକ୍ଷ୍ମ ଆଲୋକ ରେଖା ସୃଷ୍ଟି କରିଛି। ଭବିଷ୍ୟତ ଦଙ୍ଗାକାରୀଙ୍କ ପ୍ରତି ମଧୢ ଏହା ଏକ କଠୋର ଚେତାବନୀ। ରାଜନୈତିକ ପୃଷ୍ଠପୋଷକତା ଆଇନର ପଞ୍ଝାରୁ ଖସିଯିବା ଲାଗି ଯଥେଷ୍ଟ ନୁହେଁ। ଦିନେ ନା ଦିନେ ନ୍ୟାୟ ହେବ, ଦୋଷୀ ଦଣ୍ତିତ ହେବ। ସଜ୍ଜନ କୁମାରଙ୍କ ବିରୋଧରେ ଅଦାଲତଙ୍କ ଏ ରାୟ ବସ୍ତୁତଃ ହି˚ସାର ରାଜନୈତିକ ପୃଷ୍ଠପୋଷକତାକୁ ଏକ କଡ଼ା ଭର୍ତ୍ସନା। କୁହାଯାଇପାରେ, ହାଇକୋର୍ଟଙ୍କ ରାୟ ଭାରତୀୟ ରାଜନୀତିର ଗଣତାନ୍ତ୍ରିକ ମୁଖା ତଳର ଅସଲ ହି˚ସ୍ର ସ୍ବରୂପକୁ ପଦାରେ ପକାଇ ଦେଇଛି। ସେ ସା˚ପ୍ରଦାୟିକ ଦଙ୍ଗା ହେଉ କି ଜାତିଆଣ ହି˚ସା ଅବା ସ˚ପ୍ରତି ଦେଶରେ ଦେଖାଦେଉଥିବା ଭିଡ଼ ହି˚ସା ପଛରେ ରାଜନୈତିକ ପ୍ରୋତ୍ସାହନ ଓ ପୃଷ୍ଠପୋଷକତା ରହିଥିବା ଏକ ଅପ୍ରୀତିକର ବାସ୍ତବତା। ଧର୍ମନିରପେକ୍ଷତାର ରାଣ ଖାଉଥିବା ଦଳମାନଙ୍କ ଧାର୍ମିକ ବିଦ୍ବେଷ ପ୍ରସୂତ କୁତ୍ସିତ ସା˚ପ୍ରଦାୟିକ ମାନସିକତାକୁ ଏହା ଧରା ପକାଇ ଦେଇଛି। ସ˚କୀର୍ଣ୍ଣ ରାଜନୈତିକ ସ୍ବାର୍ଥ ପାଇଁ ହି˚ସାକୁ ଉସୁକାଯାଉଛି ଓ ହି˚ସା ଭିଆଉଥିବା ଅସାମାଜିକ ତତ୍ତ୍ବଙ୍କୁ ପ୍ରଶ୍ରୟ ଦିଆଯାଉଛି। ହି˚ସାକୁ ରାଜନୈତିକ ପୃଷ୍ଠପୋଷକତା, ହି˚ସାକାରୀର ରାଜନୈତିକ ସ˚ପର୍କ ଯୋଗୁ ଆଇନ ତା ବାଟ ହୁଡ଼ି ଯାଉଛି। ଦଙ୍ଗାକାରୀ ସଜ୍ଜନ କୁମାରଙ୍କ ପାଖରେ ଆଇନର ଲମ୍ବା ହାତ ପହଞ୍ଚିବାକୁ ଦୀର୍ଘ ୩୪ ବର୍ଷ ସମୟ ଲାଗିଯିବାର ଏହା ହିଁ ମୁଖ୍ୟ କାରଣ। ସଜ୍ଜନ କୁମାରଙ୍କ ଭଳି ଆହୁରି ଅନେକ ଦଙ୍ଗାକାରୀ ଅଛନ୍ତି, ଯେଉଁମାନଙ୍କୁ ଏବେ ବି ଆଇନ ଛୁଇଁ ସୁଦ୍ଧା ପାରିନାହିଁ। କେବଳ ଦିଲ୍ଲୀର ଶିଖ୍ ବିରୋଧୀ ଦଙ୍ଗା ଏକ ବ୍ୟତିକ୍ରମ ନୁହେଁ। ଦିଲ୍ଲୀ ହାଇକୋର୍ଟଙ୍କ ବିଚାରରେ ୧୯୯୨-୯୩ର ମୁମ୍ବାଇ ଦଙ୍ଗାଠାରୁ ଆରମ୍ଭ କରି ୨୦୦୨ର ଗୁଜରାଟ ହି˚ସା, ୨୦୦୮ର ଓଡ଼ିଶା କନ୍ଧମାଳ ଦଙ୍ଗା ଓ ୨୦୧୩ର ମୁଜାଫରପୁର ହି˚ସା ପର୍ଯ୍ୟନ୍ତ, ସବୁଠି ସଜ୍ଜନଙ୍କ ଭଳି ହି˚ସାର ସୌଦାଗରମାନଙ୍କ ପ୍ରତି ରାଜନୈତିକ ପୃଷ୍ଠପୋଷକତା ରହିଛି। ଯାହାର ଦୁଃଖଦ ପରିଣତି ଆଇନର ଶାସନ ଏକ ଭ୍ରମରେ ପରିଣତ ହୋଇ ପୀଡ଼ିତଙ୍କ ପାଇଁ ନ୍ୟାୟ ଅପହଞ୍ଚ, ଅଦୃଶ୍ୟ ହୋଇଯାଉଛି। ଆଇନ ଓ ନ୍ୟାୟ ବ୍ୟବସ୍ଥା ଉପରେ ପୀଡ଼ିତଙ୍କ ଭରସା ତୁଟି ଯାଉଛି। ହାଇକୋର୍ଟଙ୍କ ରାୟରେ ଅତ୍ୟନ୍ତ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛିି ଯେ, ତଦନ୍ତକାରୀ ପୁଲିସ ହି˚ସା ଘଟଣାର ତଦନ୍ତରେ କେବଳ ଅହେତୁକ ବିଳମ୍ବ କରିନାହାନ୍ତି, ଅଭିଯୁକ୍ତଙ୍କୁ ଆଇନର କାଠଗଡ଼ାକୁ ଟାଣିବା ଲାଗି ନୁହେଁ, ବର˚ ଖସାଇବା ଲକ୍ଷ୍ୟରେ ତଦନ୍ତର ଧାରାକୁ ମୋଡ଼ିଛନ୍ତି।
ଅବଶ୍ୟ, ତଦନ୍ତର ଏ ପ୍ରକାର ସନ୍ଦିଗ୍ଧ ଚରିତ୍ର ପାଇଁ ପ୍ରଶାସନିକ କଳ ଅପେକ୍ଷା, ଶାସନର ମଙ୍ଗ ଧରିଥିବା ରାଜନୈତିକ ନେତୃତ୍ବ ଅଧିକ ଦାୟୀ। ଗୋଟିଏ ପକ୍ଷରେ ଆଇନର ଶାସନର ରାଣ ଖିଆଯାଉଛି, ଅଥଚ ଅନ୍ୟ ପକ୍ଷରେ ହି˚ସାକୁ ରାଜନୈତିକ ପୃଷ୍ଠପୋଷକତା କିଭଳି ଆନୁଷ୍ଠାନିକ ରୂପ ଦିଆଯାଉଛି, ହି˚ସାକୁ ମାନବିକତା ବିରୋଧରେ ଅପରାଧ ବିଚାର ନକରି ରାଜନୈତିକ ଚଷମା ପିନ୍ଧି ଦଳୀୟ ସ୍ବାର୍ଥ ପାଇଁ ଏହାର ପ୍ରକାର ଭେଦ ଖୋଜା ଯାଉଛି, ତା’ର ଅନେକ ଦୁଃଖଦ ଉଦାହରଣ ରହିଛି। ସେଥିରୁ ଏଠାରେ ଦୁଇଟି ନଜିର ଉପସ୍ଥାପନ କରିବା ପ୍ରାସଙ୍ଗିକ ହେବ। ଗୋଟିଏ ଘଟଣା ହି˚ସାକୁ କ˚ଗ୍ରେସ ପୃଷ୍ଠପୋଷକତାର କାହାଣୀ ବୟାନ କରୁଥିବା ବେଳେ ଅନ୍ୟଟି ବିଜେପିର ହି˚ସା ପ୍ରତି ଉଦାର ପୃଷ୍ଠପୋଷକତା ପ୍ରତି ଇଙ୍ଗିତ କରୁଛି। ଶିଖ୍ ସ˚ପ୍ରଦାୟର ଚାପରେ ଅତ୍ୟନ୍ତ କୁଣ୍ଠାର ସହ ୧୯୮୫ ମେ’ରେ ଦିଲ୍ଲୀର ଶିଖ୍ ବିରୋଧୀ ଦଙ୍ଗାର ତଦନ୍ତ ପାଇଁ ରାଜୀବ ଗାନ୍ଧୀ ସରକାର ତତ୍କାଳୀନ ସୁପ୍ରିମ୍ କୋର୍ଟର କାର୍ଯ୍ୟରତ ବିଚାରପତି ରଙ୍ଗନାଥ ମିଶ୍ରଙ୍କ ଅଧୢକ୍ଷତାରେ ଏକ ନ୍ୟାୟିକ କମିସନ୍ ଗଠନ କଲେ। ୧୯୮୭ରେ କମିସନ୍ ତାଙ୍କ ରିପୋର୍ଟ ଦେଲେ। ସ˚ସଦୀୟ ନିୟମ ଓ ପରମ୍ପରା ଅନୁଯାୟୀ କମିସନ୍ଙ୍କ ରିପୋର୍ଟ ସ˚ସଦରେ ଉପସ୍ଥାପିତ ହେଲା। ଅଥଚ, ସ˚ସଦରେ କମିସନ୍ଙ୍କ ରିପୋର୍ଟ ଉପରେ ଆଲୋଚନା ହୋଇପାରିଲା ନାହିଁ। କାରଣ, ସ˚ଖ୍ୟାଗରିଷ୍ଠତାର ବଳରେ ଶାସକ କ˚ଗ୍ରେସ ଦଳ ଆଲୋଚନା କରାଇ ଦେଲେ ନାହିଁ। ଦେଶର ସର୍ବୋଚ୍ଚ ରାଜନୈତିକ ମଞ୍ଚରେ ଏହା ହି˚ସାର ପୃଷ୍ଠପୋଷକତା ଓ ପୀଡ଼ିତଙ୍କ ପ୍ରତି ଅନ୍ୟାୟ ନୁହେଁ ତ ଆଉ କ’ଣ? ପରବର୍ତ୍ତୀ ସମୟରେ ୨୦୦୦ରେ ଗଠିତ ନ୍ୟାୟମୂର୍ତ୍ତି ଜି.ଟି ନାନାବତି କମିସନ୍ଙ୍କ ରିପୋର୍ଟ ୨୦୦୫ରେ ପାର୍ଲାମେଣ୍ଟରେ ଆଗତ ହେବା ପରେ ଯାଇ ଶିଖ୍-ବିରୋଧୀ ଦଙ୍ଗାରେ ସ˚ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାନି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଯାହାର ଫଳ ସଜ୍ଜନ କୁମାରଙ୍କୁ ଜେଲ୍ ଦଣ୍ତ। ଦିଲ୍ଲୀ ଦଙ୍ଗାରେ ଯେମିତି କ˚ଗ୍ରେସର ସ˚ପୃକ୍ତି ଅଛପା ନଥିଲା, ୨୦୦୨ ଗୋଧ୍ରା ଘଟଣା ପରବର୍ତ୍ତୀ ଗୁଜୁରାଟ ଦଙ୍ଗାରେ ବିଜେପିର ସ˚ପୃକ୍ତି ମଧୢ କାହାକୁ ଅବିଦିତ ନୁହେଁ। ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ତଥା ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଡ଼କୁ ବର୍ତ୍ତମାନ ବି ଅଙ୍ଗୁଳି ଉଠୁଛି। କେତେକ ମାମଲାରେ ପୂର୍ବତନ ବିଜେପି ମନ୍ତ୍ରୀ, ଦଳୀୟ ନେତା ଓ ସହଯୋଗୀ ସ˚ଗଠନର କର୍ମକର୍ତ୍ତାମାନେ ଦୋଷୀ ସାବ୍ୟସ୍ତ ହୋଇ ସାରିଛନ୍ତି। ତଥାପି ପୀଡ଼ିତଙ୍କ ଅଭିଯୋଗ ଯେ ସବୁ ଦୋଷୀ ଧରାପଡ଼ିନାହାନ୍ତି କି ପୂରା ନ୍ୟାୟ ହୋଇ ନାହିଁ। ତେବେ ହି˚ସାକୁ ରାଜନୈତିକ ପୃଷ୍ଠପୋଷକତା ପ୍ରସଙ୍ଗରେ ଯାହା ଉଲ୍ଲେଖର ଅପେକ୍ଷା ରଖୁଛି, ତା’ହେଲା ଦଙ୍ଗା ନେଇ ଗଠିତ ତଦନ୍ତ କମିସନ୍ଙ୍କ ରିପୋର୍ଟ ଦିନର ଆଲୁଅ ନ ଦେଖିବା। ପୂର୍ବରୁ ଦିଲ୍ଲୀ ଦଙ୍ଗାର ତଦନ୍ତ କରିଥିବା ନ୍ୟାୟମୂର୍ତ୍ତି ନାନାବତିଙ୍କ ଅଧୢକ୍ଷତାରେ ଗୁଜୁରାଟ ଦଙ୍ଗାର ତଦନ୍ତ ପାଇଁ ମଧୢ ଗୋଟିଏ କମିସନ୍ ଗଠିତ ହୋଇଥିଲା। ଦୀର୍ଘ ୧୨ ବର୍ଷ ପରେ ୨୦୧୪ରେ କମିସନ୍ ଚୂଡ଼ାନ୍ତ ରିପୋର୍ଟ ଦେଲେ। ପୂର୍ବରୁ କମିସନ୍ଙ୍କ ଅନ୍ତରୀଣ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇଥିଲା, କିନ୍ତୁ ଗୃହରେ ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ କରାଗଲା ନାହିଁ। ସରକାରୀ କଳର ଏହି ମାନସିକତା ହିଁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ହି˚ସାକୁ ପୃଷ୍ଠପୋଷକତା, ଯାହା ପୀଡ଼ିତଙ୍କ ମନରେ ସ˚ପୂର୍ଣ୍ଣ ନ୍ୟାୟ ମିଳି ନ ଥିବାର ଅବବୋଧର କାରଣ। ହି˚ସା ପ୍ରତି ରାଜନୈତିକ ପୃଷ୍ଠପୋଷକତାର ଏ ଅସୁସ୍ଥ ଧାରା ବନ୍ଦ ନହେଲେ, ଦେଶରେ ଦଙ୍ଗା, ହି˚ସା, ଅସହିଷ୍ଣୁତା, ସା˚ପ୍ରଦାୟିକ ବିଦ୍ବେଷର ଘାତକ ଧାରା ଅବଶ୍ୟ ଜାରି ରହିବ। ହି˚ସାକୁ ରାଜନୈତିକ ପୃଷ୍ଠପୋଷକତାର ପରିଣତି ଯେ କେତେ ଭୟାବହ, ଉତ୍ତର ପ୍ରଦେଶର ବୁଲନ୍ଦସହରର ଜଣେ ପୁଲିସ ଅଧିକାରୀଙ୍କୁ ପିଟିପିଟି ହତ୍ୟା ତା’ର ତାଜା ରକ୍ତିମ ଉଦାହରଣ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/sampadakiya-logo-ff-12.jpg)