ଅଷ୍ଟ୍ରେଲିଆର କ୍ରିିକେଟ୍ ଖେଳାଳି ଗ୍ଲେନ ମାକ୍ସେଵଲ୍ ମାନସିକ ଅବସାଦର ଶିକାର ହୋଇ କ୍ରିକେଟରୁ କିଛି ଦିନ ପାଇଁ ବିରତି ନେଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ଏକ ଟି-ଟ୍ବେଣ୍ଟି ମ୍ୟାଚ୍ରେ ସେ ଆକର୍ଷଣୀୟ ଇନି˚ସ ଖେଳି ଅଷ୍ଟ୍ରେଲିଆର ବିଜୟରେ ସହାୟକ ହୋଇଥିଲେ। ମ୍ୟାଚ ପରେ ସେ ମାନସିକ ଅବସାଦ ଦେଇ ଗତି କରୁଥିବା ବିଷୟ ପ୍ରକାଶ କରିଥିଲେ। ପଡିଆରେ ସର୍ବଦା ଚଳଚଞ୍ଚଳ ଓ ପ୍ରଫୁଲ୍ଲ ରହୁଥିବା ବା ସେଭଳି ଦିଶୁଥିବା ଖେଳାଳି ଯେ ମାନସିକ ଅବସାଦର ଶିକାର ହୁଅନ୍ତି, ଏହା ଅନେକଙ୍କ ଧାରଣାର ବାହାରେ। କିନ୍ତୁ ଏହାର ଅନେକ ନଜିର ରହିଛି। କେବଳ ସାମୟିକ ମାନସିକ ଅବସାଦ ବା ବିଷାଦ ନୁହେଁ, ଗଭୀର ବିଷାଦ ହେତୁ ପ୍ରାୟ ୨୦ ଜଣ କ୍ରିକେଟର୍ ଆତ୍ମହତ୍ୟା ମଧୢ କରିଛନ୍ତି। ୧୯୯୮ରେ ଇ˚ଲଣ୍ତର ଜଣେ ପୂର୍ବତନ କ୍ରିକେଟର୍ ଡେଭିଡ୍ ବେୟାରଷ୍ଟୋ ହେଉଛନ୍ତି ସମ୍ଭବତଃ ଏହି କାରଣରୁ ଆତ୍ମହତ୍ୟା କରିଥିବା ଶେଷ କ୍ରିକେଟର୍। ତେବେ, କେବଳ ଅଣ ଏସୀୟ କ୍ରିକେଟର୍ମାନେ ଏଭଳି ଆତ୍ମହତ୍ୟା କରିଛନ୍ତି। ଏବେ ପେସାଦାର କ୍ରିକେଟର୍ମାନେ ପ୍ରଚୁର ପ୍ରଶ˚ସା ଓ ଅର୍ଥ ପାଇବା ସହିତ ‘ଗ୍ଲାମର୍’ର ଚମକରେ ଉଦ୍ଭାସିତ ହେଉଛନ୍ତି। ତେବେ ପ୍ରସିଦ୍ଧି ସହିତ ସେମାନଙ୍କ ଠାରୁ ସାରା ଦେଶ ଯେଭଳି କ୍ରୀଡ଼ା ସାମର୍ଥ୍ୟ ତଥା ଆଚରଣ ଏବ˚ ଉଚ୍ଚାରଣ ଆଦି ଆଶା ରଖିଥାଏ, ତାହା ସେମାନଙ୍କୁ ମାତ୍ରାଧିକ ଚାପରେ ରଖୁଛି। ଆଜିକାଲି କ୍ରିକେଟ୍ ରୁଟିନ୍ ଅତ୍ୟନ୍ତ ବ୍ୟସ୍ତତାବହୁଳ ହୋଇଛି। ଅନେକ ସମୟରେ ଖେଳାଳିମାନେ ମାସ ମାସ ଧରି ଘରୁ ବାହାରେ ରହୁଛନ୍ତି। ମାତ୍ରାଧିକ କ୍ରିକେଟ, ଅତ୍ୟନ୍ତ ପ୍ରତିଦ୍ବନ୍ଦ୍ବିତାମୂଳକ ଟୁର୍ନାମେଣ୍ଟ, ଅସଫଳ ହେଲେ ନିନ୍ଦାର ଭୟ, ପରାଜିତ ହେଲେ ଅନେକ ସମୟରେ ଅହେତୁକ ଲା˚ଛନା ଆଦି କ୍ରିକେଟର୍ମାନଙ୍କୁ ଭୀଷଣ ଚାପଗ୍ରସ୍ତ କରି ରଖୁଛି। ସେମାନଙ୍କ ମାନସିକ ଅବସାଦର ଏ ସବୁ ଗୋଟିଏ ଗୋଟିଏ କାରଣ।
ଇ˚ଲଣ୍ତର ସଫଳ ଓପନି˚ ବ୍ୟାଟ୍ସମ୍ୟାନଙ୍କ ମଧୢରେ ଅନ୍ୟତମ ମାର୍କସ ଟ୍ରେସକୋଥିକ୍ ୨୦୦୬ରେ ଇ˚ଲଣ୍ତର ଭାରତ ଗସ୍ତରୁ ଓହରି ଯାଇଥିଲେ। ଏହା ପଛରେ ଥିବା କାରଣଟି ଯେ ବିଷାଦଗ୍ରସ୍ତ ଅବସ୍ଥା, ତାହା ପରେ ଜଣା ପଡ଼ିଥିଲା। ପରିଶେଷରେ ମାନସିକ ଅସୁସ୍ଥତା କାରଣରୁ ୨୦୦୮ରେ ସେ ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେଇଥିଲେ। ସେମିତି ବିଷାଦର ଶିକାର ହୋଇ ଇ˚ଲଣ୍ତର ସଫଳ ବ୍ୟାଟସମ୍ୟାନ ଜୋନାଥନ ଟ୍ରଟ୍ ୨୦୧୩ରେ ଅଷ୍ଟ୍ରେଲିଆ ଗସ୍ତରୁ ଓହରି ଯାଇଥିଲେ। ଦେଢ଼ ବର୍ଷ ପରେ ଯାଇ ସେ ପୁଣି ଆନ୍ତର୍ଜାତିକ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଅଷ୍ଟ୍ରେଲୀୟ ଫାଷ୍ଟ ବୋଲର ସନ ଟେଟ୍, ଯାହାଙ୍କୁ କି˚ବଦନ୍ତୀୟ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର୍ ଗ୍ଲେନ ମ୍ୟାକଗ୍ରାଥଙ୍କ ଉତ୍ତରାଧିକାରୀ ବୋଲି ବିଚାର କରାଯାଉଥିଲା, ମାନସିକ ଅବସାଦ କାରଣରୁ ସଫଳ ହୋଇପାରି ପାରିଲେ ନାହିଁ। ସେମିତି ଭାରତୀୟ ସ୍ପିନର ମନିନ୍ଦର ସି˚ହ ମାନସିକ ଅବସାଦର ଶିକାର ହୋଇଥିଲେ। ୧୯୮୨ରେ ମାତ୍ର ୧୭ ବର୍ଷ ବୟସରେ ସେ ଭାରତ ପାଇଁ ଖେଳିବାର ସୁଯୋଗ ପାଇଥିବା ମନିନ୍ଦର ଲୋକଲଜ୍ଜାକୁ ଭୟ କରି ଏ ବିଷୟରେ କାହାକୁ କିଛି କହି ନ ଥିଲେ। ତେବେ, ଏହି କାରଣରୁ ତାଙ୍କ କ୍ୟାରିଅରରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ମାନସିକ ଅବସାଦର ଶିକାର ହୋଇଥିବା ଅନ୍ୟ ପ୍ରମୁଖ କ୍ରିକେଟରମାନେ ହେଲେ ଇ˚ଲଣ୍ତର ଦ୍ରୁତ ବୋଲର ଷ୍ଟିଭ ହାର୍ମିସନ, ଅଲ୍ ରାଉଣ୍ତର ଆଣ୍ତ୍ରିଉ ଫ୍ଲିଣ୍ଟଫ୍, ଅଲରାଉଣ୍ତର ମାଇକେଲ୍ ୟାର୍ଡି, ନ୍ୟୁଜିଲାଣ୍ତର ଇୟାନ ଓ ବ୍ରାୟନ। ଏହି କାରଣରୁ ଏବେ କ୍ରିକେଟ ଦଳରେ ମନୋଚିକିତ୍ସକମାନେ ମଧୢ ରହିଲେଣି ଓ ଦରକାର ବେଳେ ସେମାନେ ଖେଳାଳିମାନଙ୍କୁ ‘କାଉନ୍ସେଲି˚’ କରୁଛନ୍ତି।
ଚାଣକ୍ୟନଗର, ଲାଞ୍ଜିପଲ୍ଲୀ
ବ୍ରହ୍ମପୁର-୮
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/cricket.jpg)