ଅରୁଣାଚଳ ହି˚ସା- ସତର୍କ ଘଣ୍ଟି

ଗୋଟିଏ ପଟେ ସ୍ଥାନୀୟ ମୂଳବାସିନ୍ଦା ମାଟିର ସନ୍ତାନ, ଅପ୍ୟ ପଟେ ବହିରାଗତ- ଅନୁପ୍ରବେଶକାରୀ ବିଦେଶୀ ବା ‘ବାହାର ଲୋକ’ଙ୍କ ମଧୢରେ ଲାଗି ରହିଥିବା ଉତ୍ତେଜନା ଫଳରେ ଦେଶର ଉତ୍ତରପୂର୍ବାଞ୍ଚଳ ଏକ ବାରୁଦଗଦା ଏବ˚ ଏଥିରେ ଯେ କୌଣସି ସମୟରେ ନିଆଁ ଲାଗି ବିସ୍ଫୋରଣ ଘଟିପାରେ। ଏହି ଆଶଙ୍କା ଯେ ଆଦୌ ଅତିରଞ୍ଜିତ କିମ୍ବା ଅମୂଳକ ନୁହେଁ, ତାର ତାଜା ସ˚କେତ ମିଳିଛି ଅନ୍ୟତମ ଉତ୍ତର-ପୂର୍ବ ରାଜ୍ୟ ଅରୁଣାଚଳ ପ୍ରଦେଶରେ ଘଟିଥିବା ଅଭୂତପୂର୍ବ ହି˚ସାରୁ। ଅରୁଣାଚଳର ମୂଳବାସିନ୍ଦା ହୋଇ ନ ଥିବା ଛଅଟି ସ˚ପ୍ରଦାୟଙ୍କୁ ସ୍ଥାୟୀ ବାସିନ୍ଦାର ମାନ୍ୟତା ପ୍ରଦାନ ଲାଗି ସେଠାକାର ବିଜେପି ସରକାରର ପ୍ରସ୍ତାବକୁ ବିରୋଧ କରି ଏହି ହି˚ସା ଘଟିଛି। ପଡେ଼ାଶୀ ଆସାମରେ ଅନୁସୂଚିତ ଜାତିର ମାନ୍ୟତାପ୍ରାପ୍ତ ଦେଓରି, ମୋରାନ୍‌, ମିସିଙ୍ଗ, ସୋନ୍‌ଵାଲକାତିରି ଆଦି ଛଅଟି ସ˚ପ୍ରଦାୟଙ୍କୁ ଅରୁଣାଚଳର ସ୍ଥାୟୀ ବାସିନ୍ଦା ଭାବେ ମାନ୍ୟତା ମିଳିଲେ ମୂଳ ବାସିନ୍ଦାଙ୍କ ଜୀବନ ଜୀବିକା ଅଧିକାର ପ୍ରଭାବିତ ହେବ, ରାଜ୍ୟର ସୀମିତ ସମ୍ବଳ ଉପରେ ‘ବାହାର’ ଲୋକେ ମଧୢ ଭାଗ ବସାଇବା ଫଳରେ ସ୍ଥାନୀୟ ମୂଳବାସିନ୍ଦାଙ୍କ ସ୍ବାର୍ଥ ବ୍ୟାହତ ହେବ। ଏହି ଆଶଙ୍କାରୁ ଜନ୍ମ ନେଇଥିବା ମୂଳବାସିନ୍ଦାଙ୍କ ଆକ୍ରୋଶ ଉଗ୍ର ହି˚ସାର ରୂପ ନେଲା। ଜଳି ଉଠିଥିବା ହି˚ସାର ନିଆଁରେ ତିନିଜଣଙ୍କ ପ୍ରାଣ ହାନି ଘଟିବା ସହ ବ୍ୟାପକ ସରକାରୀ ଓ ବେସରକାରୀ ସମ୍ପତ୍ତି ନଷ୍ଟ ହୋଇଛି। ରାଜଧାନୀ ଇଟାନଗର ସମେତ ଅନ୍ୟଥା ଶାନ୍ତିପୂର୍ଣ୍ଣ ଅରୁଣାଚଳରେ ଏହା ପୂର୍ବରୁ ଏମିତି ଉଗ୍ର ହି˚ସା କେବେ ଦେଖାଯାଇ ନଥିଲା। ଆନ୍ଦୋଳନକାରୀଙ୍କ ଆକ୍ରୋଶର ମାତ୍ରା ଏତେ ଥିଲା ଯେ ସେମାନେ ଉପ-ମୁଖ୍ୟମନ୍ତ୍ରୀ ଚୋଵାନ୍‌ ମେନ୍‌ଙ୍କ ବାସଭବନକୁ ସମ୍ପୂର୍ଣ୍ଣ ପୋଡ଼ି ଦେଇଛନ୍ତି। ଆଉ ଜଣେ ମନ୍ତ୍ରୀ ନବମ ରେବିକାଙ୍କ ସପି˚ କମ୍ପ୍ଲେକ୍ସରେ ମଧୢ ନିଆଁ ଲଗାଇ ଦେଇଥିଲେ। ମୁଖ୍ୟମନ୍ତ୍ରୀ ପେମା ଖାଣ୍ତୁଙ୍କ ବାସଭବନ ଉପରେ ଆକ୍ରମଣ କରିଥିଲେ। ସରକାରୀ କାର୍ଯ୍ୟାଳୟ ଓ ପୁଲିସ୍‌ ଥାନାଗୁଡ଼ିକରେ ଭଙ୍ଗାରୁଜା ହୋଇଛି। ହି˚ସା ନିୟନ୍ତ୍ରଣ ପାଇଁ ଶେଷରେ ସେନା ମୁତୟନ କରିବାକୁ ପଡ଼ିଥିଲା।

ତିନିଦିନ ବ୍ୟାପୀ ହି˚ସା ଓ ଉତ୍ତେଜନା ପରେ ଅଣ-ଅରୁଣାଚଳୀ ଛଅଟି ସ˚ପ୍ରଦାୟଙ୍କୁ ‘ସ୍ଥାୟୀ ବାସିନ୍ଦା’ ମାନ୍ୟତା ପ୍ରଦାନ ପ୍ରସ୍ତାବକୁ ରାଜ୍ୟ ସରକାର କେବଳ ପ୍ରତ୍ୟାହାର କରି ନାହାନ୍ତି, ଭବିଷ୍ୟତରେ ମଧୢ କୌଣସି ଅଣ-ଅରୁଣାଚଳୀ ଲୋକଙ୍କୁ ‘ସ୍ଥାୟୀ-ବାସିନ୍ଦା’ ଭାବେ ଗ୍ରହଣ କରାଯିବା ବିଷୟ ଆଦୌ ବିଚାର ସୁଦ୍ଧା କରାଯିବ ନାହିଁ ବୋଲି ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ଅବସ୍ଥା କ୍ରମଶଃ ଶାନ୍ତ ପଡୁଥିଲେ ସୁଦ୍ଧା ଅରୁଣାଚଳରେ ହି˚ସାତ୍ମକ ପ୍ରତିକ୍ରିୟା ଏହାର ଆଉ ଏକ ଚେତାବନୀ ଯେ କେନ୍ଦ୍ରରେ ମୋଦୀ ସରକାରଙ୍କ ନାଗରିକ ସ˚ଶୋଧନ ବିଲ୍‌ ସମଗ୍ର ଉତ୍ତର ପୂର୍ବାଞ୍ଚଳ ପାଇଁ ଏକ ବାରୁଦଗୋଳା। ବିଦେଶୀ ନାଗରିକ ପ୍ରସଙ୍ଗ ଅତ୍ୟନ୍ତ ସ୍ପର୍ଶକାତର ଓ ଏହାକୁ ନେଇ କୌଣସି ପ୍ରକାର ରାଜନୈତିକ ଖେଳ ଅଯଥା ହି˚ସାକୁ ଆମନ୍ତ୍ରଣ କରିପାରେ। ଜାତୀୟ ସ୍ତରରେ ନାଗରିକ ବିଲ୍‌କୁ ଧର୍ମ ନିରପେକ୍ଷତା ପ୍ରସଙ୍ଗରେ ବିରୋଧ କରାଯାଉଛି। କିନ୍ତୁ ଉତ୍ତର ପୂର୍ବାଞ୍ଚଳରେ ଧାର୍ମକି ନୁହେଁ, ବର˚ ମୁଖ୍ୟତଃ ସାମାଜିକ ଓ ଅର୍ଥନୈତିକ କାରଣରୁ ଏହାର ବିରୋଧ ହେଉଛି।

ରାଜ୍ୟ ବାହାରର ଛଅଟି ସ˚ପ୍ରଦାୟର ଲୋକଙ୍କୁ ‘ସ୍ଥାୟୀ ବାସିନ୍ଦା’ ଭାବେ ଗ୍ରହଣ କରିବାକୁ ରାଜି ନଥିବା ମୂଳବାସିନ୍ଦାମାନେ ଲକ୍ଷ ଲକ୍ଷ ବିଦେଶୀ ଅନୁପ୍ରବେଶକାରୀ/ ଶରଣାର୍ଥୀ ମାନଙ୍କୁ ଭାରତୀୟ ନାଗରିକତ୍ବ ପ୍ରଦାନକୁ ବରଦାସ୍ତ କରିବେ କି? ଲୋକସଭାରେ ଗୃହୀତ ହେବା ସତ୍ତ୍ବେ ନାଗରିକ ସ˚ଶୋଧନ ବିଲ୍‌ ରାଜ୍ୟସଭାରେ ଆଗତ ହୋଇ ପାରିଲା ନାହିଁ। ଫଳରେ ଏହା ଅକାମି ହୋଇଗଲା। କିନ୍ତୁ ବିଜେପିର ରାଷ୍ଟ୍ରୀୟ ଅଧୢକ୍ଷ ଘୋଷଣା କରିଛନ୍ତି ଯେ, ଦଳ କ୍ଷମତାକୁ ଆସିଲେ ନାଗରିକ ବିଲ୍‌ ସ˚ସଦରେ ପୁଣି ଆଗତ କରାଯିବ। ନାଗରିକ ବିଲ୍‌ର ବ୍ୟବସ୍ଥା ଅନୁଯାୟୀ ବା˚ଲାଦେଶ, ପାକିସ୍ତାନ, ଶ୍ରୀଲଙ୍କା, ଆଫଗାନିସ୍ତାନ ଆଦି ଦେଶରୁ ଭାରତକୁ ମାର୍ଚ୍ଚ ୧୯୭୧ ଓ ୨୦୧୪ ଡିସେମ୍ବର ୩୧ ମଧୢରେ ଆସଥିବା ସବୁ ହିନ୍ଦୁ, ବୌଦ୍ଧ ଆଦି ଅନ୍ୟ ଅଣ-ମୁସଲମାନ ଧର୍ମାବଲମ୍ବୀଙ୍କୁ ନାଗରିକତ୍ବ ପ୍ରଦାନ କରାଯିବ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଗତ ୨୦୧୫ ସେପ୍‌ଟେମ୍ବରରେ ସୁପ୍ରିମ୍‌ କୋର୍ଟ ଏକ ରାୟରେ ଅରୁଣାଚଳ ପ୍ରଦେଶରେ ଷାଠିଏ ଦଶକରୁ ବସବାସ କରି ଆସୁଥିବା ପ୍ରାୟ ଲକ୍ଷେ ବୌଦ୍ଧ ଧର୍ମାବଲମ୍ବୀ ଚକମା ଏବ˚ ହିନ୍ଦୁ ଧର୍ମାବଲମ୍ବୀ ହାଜଙ୍ଗ ମାନଙ୍କୁ ନାଗରିକତ୍ବ ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟ ଅନୁଯାୟୀ ଗତ ୨୦୧୮ରେ ବା˚ଲାଦେଶରୁ ଆସିଥିବା ଏହି ଦୁଇ ସ˚ପ୍ରଦାୟର ବିଦେଶୀଙ୍କୁ ଭାରତୀୟ ନାଗରିକତ୍ବ ପ୍ରଦାନ ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିଷ୍ପତ୍ତି ନେଲେ। କିନ୍ତୁ ଏହାକୁ ବିରୋଧ କରି ସ୍ଥାନୀୟ ଅରୁଣାଚଳୀ ମୂଳବାସିନ୍ଦାଙ୍କ ପ୍ରବଳ ଆନ୍ଦୋଳନ ଫଳରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିଜ ନିଷ୍ପତ୍ତି କାର୍ଯ୍ୟକାରୀ କରିବାରୁ କ୍ଷାନ୍ତ ରହିଲେ। ୧୯୬୦ରୁ ୬୯ ମଧୢରେ ଭାରତକୁ ଆସିଥିବା ଚକ୍‌ମା ଓ ହାଜଙ୍ଗ ମାନଙ୍କୁ ନାଗରିକତ୍ବ ପ୍ରଦାନକୁ ବିରୋଧ କରୁଥିବା ଅରୁଣାଚଳ ବାସୀ ୧୯୭୧ ପରେ ଆସିଥିବା ଅନୁପ୍ରବେଶକାରୀ/ ଶରଣାର୍ଥୀ ମାନଙ୍କୁ ନାଗରିକତ୍ବ ପ୍ରଦାନର ବ୍ୟବସ୍ଥା ଥିବା ନାଗରିକ ବିଲ୍‌କୁ ସମର୍ଥନ କରିବେ ବୋଲି ଆଶା କରାଯାଇ ନପାରେ। ଯେଉଁ ସାମାଜିକ-ଅର୍ଥନୈତିକ କାରଣ ଦର୍ଶାଇ ଅରୁଣାଚଳର ମୂଳ ବାସିନ୍ଦାମାନେ ପଡେ଼ାଶୀ ଆସାମରୁ ଆସିଥିବା ଛଅଟି ସ˚ପ୍ରଦାୟଙ୍କ ‘ସ୍ଥାୟୀବାସିନ୍ଦା’ ମାନ୍ୟତାକୁ ବିରୋଧ କରୁଛନ୍ତି, ସେହି ସମାନ କାରଣରୁ ଚକମା ଓ ହାଜଙ୍ଗ ମାନଙ୍କ ଭଳି ବହିରାଗତ ବିଦେଶୀଙ୍କ ନାଗରିକତ୍ବକୁ ମଧୢ ବିରୋଧ କରୁଛନ୍ତି।

କେବଳ ଅରୁଣାଚଳ ନୁହେଁ, ଉତ୍ତରପୂର୍ବର ସାତଭଉଣୀ କୁହାଯାଉଥିବା ଆସାମଠାରୁ ଆରମ୍ଭ କରି ମଣିପୁର ପର୍ଯ୍ୟନ୍ତ ସବୁ ରାଜ୍ୟରେ ଅନୁପ୍ରବେଶକାରୀ ‘ବାହାର’ ଲୋକଙ୍କ ବିରୋଧରେ ତୀବ୍ର ଆକ୍ରୋଶ ରହିଛି। ଏହି ପ୍ରସଙ୍ଗ ଉପରେ ଐତିହାସିକ ଆସାମ ଛାତ୍ର ଆନ୍ଦୋଳନ ହୋଇଥିଲା ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ ଆସାମ ରାଜିନାମା ସ୍ବାକ୍ଷରିତ ହେବା ପରେ ଆନ୍ଦୋଳନର ସମାପ୍ତି ଘଟିଥିଲା। କିନ୍ତୁ ବିଡ଼ମ୍ବନା ହେଲା- ୧୯୮୫ରେ ସ୍ବାକ୍ଷରିତ ଆସାମ ରାଜିନାମା ଓ ଏନ୍‌ଡିଏ ସରକାରଙ୍କ ନାଗରିକ ବିଲ୍‌- ୨୦୧୯ ମଧୢରେ ପରସ୍ପର ମୌଳିକ ବିରୋଧାଭାସ ରହିଛି ଯାହା ଉତ୍ତର ପୂର୍ବାଞ୍ଚଳରେ ନାଗରିକ ବିଲ୍‌ ବିରୋଧରେ ଅସନ୍ତୋଷକୁ ତେଜୁଛି। ଏହି ପ୍ରସଙ୍ଗରେ ଆସାମ ଗଣ ପରିଷଦ ବିଜେପି ସହ ମେଣ୍ଟ ଭାଙ୍ଗି ସାରିଛି। ଉତ୍ତର-ପୂର୍ବର ଅଧିକା˚ଶ ମୁଖ୍ୟମନ୍ତ୍ରୀ ନାଗରିକ ବିଲ ସପକ୍ଷରେ ନାହାନ୍ତି। ସରକାର ସ˚ସଦରେ ଦେଇଥିବା ସୂଚନା ଅନୁଯାୟୀ କେବଳ ବା˚ଲାଦେଶରୁ ବେଆଇନ ଭାବେ ଦେଶକୁ ପ୍ରବେଶ କରି ବସବାସ କରୁଥିବା ବିଦେଶୀଙ୍କ ସ˚ଖ୍ୟା˚ ପ୍ରାୟ ଦୁଇ କୋଟି। ଏଥିରୁ ଉତ୍ତର-ପୂର୍ବାଞ୍ଚଳର ପ୍ରାୟ କୋଟିଏ ବା˚ଲାଦେଶୀ ଅଛନ୍ତି।

ଉତ୍ତର ପୂର୍ବାଞ୍ଚଳର ମୂଳବାସିନ୍ଦାମାନେ ବିଦେଶୀ ଅନୁପ୍ରବେଶକାରୀ/ ଶରଣାର୍ଥୀଙ୍କ ସ୍ଥାୟୀ ବାସିନ୍ଦା କିମ୍ବା ଭାରତୀୟ ନାଗରିକତ୍ବ ପ୍ରଦାନକୁ କେବଳ ଜୀବିକା କି ଅର୍ଥନୈତିକ ଅଧିକାର ସ˚କୋଚନ କାରଣରୁ ବିରୋଧ କରୁନାହାନ୍ତି, ବହୁଳ ସ˚ଖ୍ୟାରେ ‘ବାହାର ଲୋକ’ଙ୍କ ଉପସ୍ଥିତି ସେମାନଙ୍କ ସାମାଜିକ ପରିଚୟ, ସା˚ସ୍କୃତିକ ପରମ୍ପରା ଓ ଭାଷା ପ୍ରତି ବିପଦ ବୋଲି ବିଚାର କରି ବିରୋଧ କରୁଛନ୍ତି। ତେଣୁ ଅରୁଣାଚଳର ହି˚ସା-ବିଦେଶୀ ନାଗରିକ ପ୍ରସଙ୍ଗରେ ଅଧିକ ସମ୍ବେଦନଶୀଳ ହେବା ଲାଗି କେବଳ ବର୍ତ୍ତମାନର କ୍ଷମତାସୀନ ନେତୃତ୍ବଙ୍କୁ ନୁହେଁ, ଦେଶର ସମୁଦାୟ ରାଜନୈତିକ ବର୍ଗଙ୍କ ପାଇଁ ଏକ ସତର୍କ ଘଣ୍ଟି। ଉତ୍ତର- ପୂର୍ବାଞ୍ଚଳର ମୂଳବାସିନ୍ଦାଙ୍କ ଭାବାବେଗକୁ ସମ୍ମାନ ଦେବାକୁ ହେବ। ଦେଶର ସ˚ହତି, ଏକତା ଓ ଅଖଣ୍ତତା ସହ ଭାରତର ବିବିଧତା ମଧୢରେ ଭାରସାମ୍ୟ ରକ୍ଷା କରାଯିବା ଆବଶ୍ୟକ।

ସମ୍ବନ୍ଧିତ ଖବର