ଜନ୍ନତ୍‌ ପଥେ

ଭାରତର ବୈଦେଶିକ ବ୍ୟାପାର ସଚିବ ବିଜୟ ଗୋଖଲେ ପାକିସ୍ତାନ ଅଭ୍ୟନ୍ତରରେ ଅବସ୍ଥିତ ବାଲକୋଟ୍‌ ଜିହାଦୀ ତାଲିମ ଶିବିର ଉପରେ ଭାରତୀୟ ବିମାନ ବାହିନୀର ରାତିଅଧିଆ ବିଦ୍ୟୁତ୍‌ ଗତି ଆକ୍ରମଣ ପରେ ଏକ ବିବୃତି ପ୍ରଦାନ କରିଛନ୍ତି, ଯାହା ଭାରତୀୟ ନୀତି ନିର୍ଦ୍ଧାରକମାନଙ୍କର ପରିପକ୍ବତାର ପରିଚୟ ବହନ କରେ। କେବଳ ତାଙ୍କର ବିବୃତି ନୁହେଁ, ଭାରତୀୟ ସାମରିକ ବାହିନୀର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଭାରତୀୟ ବିମାନ ବାହିନୀ ଦ୍ବାରା ଗ୍ରହଣ କରାଯାଇଥିବା ଏକ କାର୍ଯ୍ୟାନୁଷ୍ଠାନ ଉପରେ ଭାରତର କୌଣସି ସାମରିକ କର୍ତ୍ତୃପକ୍ଷ କୌଣସି ବିବୃତି ପ୍ରଦାନ କରିବା ପରିବର୍ତ୍ତେ ଭାରତର ବୈଦେଶିକ ମନ୍ତ୍ରଣାଳୟ ଭଳି ଏକ କୂଟନୈତିକ ମନ୍ତ୍ରଣାଳୟର ମୁଖ୍ୟ ଅଧିକାରୀଙ୍କ ଉପରେ ଏହି ଦାୟିତ୍ବ ନ୍ୟସ୍ତ କରାଯିବା ହିଁ ଏହି ପରିପକ୍ବତାର ଅନ୍ୟ ଏକ ପରିଚୟ। ଏହାର କାରଣ ବିଦେଶ ସଚିବ ଗୋଖଲେଙ୍କ ବିବୃତିରେ ହିଁ ନିହିତ ଅଛି। ସେ କହିଛନ୍ତି ଏହି ବିମାନ ଆକ୍ରମଣ ଥିଲା ଏକ ‘‘ବେସାମରିକ ସୁଯୋଗ ପ୍ରଦାନହୀନ (ପ୍ରିଏମ୍ପଟିଭ୍‌) କାର୍ଯ୍ୟାନୁଷ୍ଠାନ।’’ ସେ ପ୍ରଦାନ କରିଥିବା ଏହି କାର୍ଯ୍ୟାନୁଷ୍ଠାନର ବର୍ଣ୍ଣନା ଏହାର ଅର୍ଥ ସୁସ୍ପଷ୍ଟ କରିଥାଏ।
ଗୋଖଲେ କହିଛନ୍ତି, ‘‘ଏକ ଅତ୍ୟନ୍ତ ବିଶାଳ ସ˚ଖ୍ୟକ ଜୈସ୍‌-ଏ-ମହମ୍ମଦ ଆତଙ୍କବାଦୀ, ସେମାନଙ୍କର ପ୍ରଶିକ୍ଷକ, ବରିଷ୍ଠ ସେନାପତି ଏବ˚ ଫିଦାୟିନ୍‌ (ଆତ୍ମଘାତୀ) ଆକ୍ରମଣ ପାଇଁ ତାଲିମ ନେଉଥିବା ଜିହାଦୀ ଗୋଷ୍ଠୀମାନଙ୍କୁ ମୂଳପୋଛ କରି ଦିଆଯାଇଛି।’’ ଅର୍ଥାତ୍‌ ଏମାନେ ଯେଉଁ ନରସ˚ହାର ରଚନା କରିବାକୁ ପ୍ରସ୍ତୁତ ହେଉଥିଲେ, ତାହା କରିବା ପାଇଁ ସୁଯୋଗ ପାଇବା ପୂର୍ବରୁ ସେମାନଙ୍କୁ ନିପାତ କରିଦିଆଯାଇଛି। ଏଥିରୁ ସ୍ପଷ୍ଟ ଯେ ପାକିସ୍ତାନର ସାମରିକ ବାହିନୀ ବିରୁଦ୍ଧରେ ଏହା ଏକ ଆକ୍ରମଣ ନୁହେଁ, ସେ ଦେଶରେ ଆସ୍ଥାନ ବିଛାଇଥିବା ବହୁ ସ˚ଖ୍ୟକ ଜିହାଦୀ ସ˚ଗଠନ ମଧୢରୁ ଅନ୍ୟତମ ତୀବ୍ର ଭାରତ ବିରୋଧୀ ସ˚ଗଠନ ଜୈସ୍‌- ଏ- ମହମ୍ମଦ ପରି ଏକ ବେସାମରିକ ସ˚ଗଠନ ଭାରତରେ ପୁଲ୍‌ଵାମା ନରସ˚ହାର ରଚନା କଲାପରେ ଓ ଭାରତ ଉପରେ ଆହୁରି ଅନେକ ସେଇଭଳି ଆତ୍ମଘାତୀ ଆକ୍ରମଣମାନ ରଚନା କରି ଚାଲିବ ବୋଲି ଏହି ଗୋଷ୍ଠୀ ବାରମ୍ବାର ଧମକ ଦେଇ ଚାଲିବା ପରେ ଭାରତ ନିଜର ଆତ୍ମରକ୍ଷା ପାଇଁ ଏପରି ଏକ ପ୍ରିଏମ୍ପଟିଭ୍‌ ବେସାମରିକ ଆକ୍ରମଣ କରିବାକୁ ଯେ ବାଧୢ ହୋଇଛି, ତାହାହିଁ ହେଉଛି ଭାରତର ଆଭିମୁଖ୍ୟ।
ଏପରି ନୁହେଁ ଯେ ଭାରତ ବିଧିବଦ୍ଧ ଭାବରେ ପାକିସ୍ତାନ ସରକାରଙ୍କୁ ବିହିତ ପଦକ୍ଷେପ ନେବାକୁ ନ କହି ହଠାତ୍‌ ଏପରି ଏକତରଫା ଆକ୍ରମଣ କରି ପକାଇଛି। ଅତୀତରେ ଭାରତ ପାକିସ୍ତାନର ସହଯୋଗ ପାଇବା ପାଇଁ ଏତେ ଥର ଚେଷ୍ଟା କରିଛି ଓ ପ୍ରତିଥର ଏହା ସେ ଦେଶର ପ୍ରକୃତ ଶାସକ ସେନାବାହିନୀର ଚାପରେ ଏପରି ନିଷ୍ଫଳ ହୋଇଛି ଯେ ତାହାର ପୂର୍ଣ୍ଣ ତାଲିିକା ପ୍ରଦାନ କରିବା ପାଇଁ ଏ ସ୍ତମ୍ଭରେ ସ୍ଥାନାଭାବ। ପ୍ରତିଥର ଭାରତର ଉଦାରତାର ସୁଯୋଗ ନେଇ ପାକିସ୍ତାନ ଦଳେ ପାଗଳା କୁକୁର ଭଳି ଜିହାଦୀମାନଙ୍କୁ ଭାରତ ଭିତରକୁ ରକ୍ତାକ୍ତ ଆକ୍ରମଣ କରିବା ପାଇଁ ପଠାଇ ଦେଇ ଆସୁଛି- ତାହା ପାର୍ଲିଆମେଣ୍ଟ ଉପରେ ଆକ୍ରମଣ ହେଉ କି ମୁମ୍ବାଇ ସହରର ନିରୀହ ବାସିନ୍ଦାମାନଙ୍କ ଉପରେ ଏକାଧିକ ଆକ୍ରମଣ ହେଉ କି ଉରି ହେଉ କି ପୁଲ୍‌ଵାମା ହେଉ। ପାକିସ୍ତାନ ଯେହେତୁ ଇସ୍‌ଲାମୀୟ ଜିହାଦୀ ସ˚ଗଠନମାନଙ୍କୁ ଦମନ କରିବା ପରିବର୍ତ୍ତେ ସେମାନଙ୍କୁ ସକ୍ରିୟ ସହାୟତା ପ୍ରଦାନ କରିବାରେ ଲାଗିଛି (ଉଦାହରଣ ଜୈସ-ଏ- ମହମ୍ମଦ ମୁଖ୍ୟ ମାସୁଦ୍‌ ଅଜହର‌୍‌କୁ ଜାତିସ˚ଘର ଆତଙ୍କବାଦୀ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ହୋଇ ଆସୁଥିବା ଆନ୍ତର୍ଜାତିକ ଉଦ୍ୟମକୁ ଚୀନ୍‌ର ସହାୟତାରେ ପାକିସ୍ତାନର ଲଗାତର ବିରୋଧ), ଭାରତ ପାକିସ୍ତାନ ଭିତରେ ବେସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେ ପାଗଳା କୁକୁର ଦଳ ସବୁକୁ ଧ୍ବ˚ସ କରିବା ବ୍ୟତୀତ ଭାରତ ନିକଟରେ ଅନ୍ୟ କୌଣସି ବିକଳ୍ପ ନାହିଁ।
ଭାରତର ସର୍ଜିକାଲ ଷ୍ଟ୍ରାଇକ୍‌-୨ ରୂପେ ଆଲୋଚନା କରାଯାଉଥିବା ଏହି ସଦ୍ୟତମ ସୀମାପାର ଅଭିଯାନ ଅନ୍ୟ ଯେଉଁ ଏକ ସନ୍ଦେଶ ବହନ କରିଥାଏ, ତାହା ହେଲା ଭାରତକୁ ଲଢେ଼ଇ କରିିବାକୁ ପଡୁଛି ନାଜିବାଦ ବା ଫାସିବାଦ ପରି ବିଶ୍ବ ଇତିହାସରେ ଆଉ ଏକ ସର୍ବନାଶୀ ମତାନ୍ଧତା ସହିତ, ଯାହାର ନାମ ହେଉଛି ଇସ୍‌ଲାମୀୟ ଜିହାଦ୍‌। ଜିହାଦୀମାନଙ୍କର ଆଚରଣ କୌଣସି ଯୁକ୍ତି ଉପରେ ପ୍ରତିଷ୍ଠିତ ହୋଇ ନଥାଏ, କେବଳ ଅନ୍ଧ ବିଶ୍ବାସ ଉପରେ ଆଧାରିତ ହୋଇଥାଏ। (ଭାରତୀୟ ଆକ୍ରମଣରେ ପ୍ରାଣ ହରାଇଥିବା ଜିହାଦୀମାନେ ଏହି ବିଶ୍ବାସରେ ପ୍ରାଣ ତ୍ୟାଗ କରିଥିବେ ଯେ ସେମାନେ ବାଲାକୋଟ୍‌ ଘାଟୀରୁ ସିଧା ଜନ୍ନତ୍‌କୁ ଚାଲି ଯାଇଥିବେ। ସତେ ଯେମିତି ଭାରତୀୟ ବିମାନ ବାହିନୀ ସେମାନଙ୍କୁ ଜନ୍ନତ୍‌ରେ ପହଞ୍ଚାଇବାରେ ସାହାଯ୍ୟ କରିଛି।) ଏହା ବୁଝିବା କଷ୍ଟକର ନୁହେଁ ଯେ ସେ ସବୁ ସକ୍ରିୟ ଜିହାଦୀଙ୍କ ଭଳି ଭାରତ ଭିତରେ ମଧୢ ବହୁସ˚ଖ୍ୟକ ସୁପ୍ତ ଜିହାଦୀ ସୁଯୋଗ ଅପେକ୍ଷାରେ ଲୁଚି ରହିଛନ୍ତି। ଏମାନଙ୍କୁ ଠାବ କରି କାବୁ ମଧୢରେ ରଖିବା ଭାରତୀୟ ଗୁପ୍ତଚର ସ˚ସ୍ଥା ଓ ସୁରକ୍ଷା ବାହିନୀମାନଙ୍କ ପାଇଁ ସୀମାପାର ଅଭିଯାନ ଅପେକ୍ଷା ଅଧିକ କଠିନ ଓ ଗୁରୁତ୍ବପୂର୍ଣ୍ଣ। ଦେଶରେ ଏମାନଙ୍କ ଚିନ୍ତାଧାରାକୁ ସମର୍ଥନ କରୁଥିବା ତଥାକଥିତ ଉଦାରବାଦୀ ଓ ସୁବିଧାବାଦୀ ରାଜନେତାଙ୍କ ସ˚ଖ୍ୟା ମଧୢ କିଛି କମ୍‌ ନୁହେଁ। ଏମାନଙ୍କର ପରିଚୟ କାହାକୁ ଅଛପା ନାହିଁ। ଏମାନଙ୍କୁ ସାବଧାନ।
ଭାରତ ତାର ପୁରୁଣା ମିରାଜ୍‌-୨୦୦୦ ଲଢ଼ୁଆ ବିମାନ ବ୍ୟବହାର କରି ମଙ୍ଗଳବାର ପାହାନ୍ତା ପହରର ଅଭିଯାନ ସମାପ୍ତ କରିଥିଲା। ରାଫେଲ୍‌ ଏହା ଅପେକ୍ଷା ବହୁ ଅଧିକ ଉନ୍ନତ ଓ ଦକ୍ଷତା ସମ୍ପନ୍ନ ଯୁଦ୍ଧ ବିମାନ। ପୂର୍ବର ଉପା ସରକାର ଗୋଟିଏ ହେଲେ ରାଫେଲ ବିମାନ ସ˚ଗ୍ରହ କରିନଥିଲେ। ବର୍ତ୍ତମାନର ମୋଦୀ ସରକାରଙ୍କ ରାଫେଲ୍‌ କ୍ରୟ ଉଦ୍ୟମ ଯେ କେତେ ସମୟୋଚିତ ତାହା ଏହି ଅଭିଯାନରୁ ସାବ୍ୟସ୍ତ। ଏବେ ବି ଯେଉଁ ରାଜନେତା ଓ ବୈଠକଖାନା ବିଶେଷଜ୍ଞମାନେ ତଥାପି ରାଫେଲ୍‌ କ୍ରୟ ପଥରେ ପ୍ରତିବନ୍ଧ ସୃଷ୍ଟି କରିବେ, ସେମାନେ ଦେଶର ଶତ୍ରୁ ବ୍ୟତୀତ ଆଉ କିଛି ନୁହଁନ୍ତି।

ସମ୍ବନ୍ଧିତ ଖବର