ମନେ ହେଉଛି ନାରୀମାନଙ୍କ ପ୍ରତି ଆଭିମୁଖ୍ୟ ଉତ୍ତରାଧିକାର ସୂତ୍ରରେ ପିତାଠାରୁ ପୁତ୍ର ନିକଟକୁ ବୋଧହୁଏ ହସ୍ତାନ୍ତରିତ ହୋଇଥାଏ। ନହେଲେ, ଜଣେ ମହିଳାଙ୍କ ଅନ୍ତର୍ବସ୍ତ୍ର ସମ୍ପର୍କରେ ସର୍ବ ସମ୍ମୁଖରେ ପିତା ପ୍ରଦାନ କରିଥିବା ଅରୁଚିକର ଟିପ୍ପଣୀ ଦେଖି ଜଣେ ପୁତ୍ର ସ୍ବାଭାବିକ ଭାବରେ ଲଜ୍ଜିତ ହେବା ପରିବର୍ତ୍ତେ ପିତାଙ୍କୁ ସମର୍ଥନ କରି ମନ୍ତବ୍ୟ ପ୍ରଦାନ କରନ୍ତା ନାହିଁ। ଯେମିତି କରିଛନ୍ତି ଉତ୍ତର ପ୍ରଦେଶର ସମାଜବାଦୀପାର୍ଟି ନେତା ଆଜାମ୍‌ ଖାନ୍‌ଙ୍କର ପୁତ୍ର ଅବ୍‌ଦୁଲ୍ଲା। ରାମପୁରରେ ନିର୍ବାଚନ ଲଢ଼ୁଥିବା ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ପୂର୍ବତନ ଚିତ୍ର ତାରକା ଜୟପ୍ରଦାଙ୍କର ଅନ୍ତର୍ବାସର ରଙ୍ଗ ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ପ୍ରଦାନ କରି ସେଥିପାଇଁ ନିର୍ବାଚନ କମିସନ୍‌ଙ୍କ ଦ୍ବାରା ଆଜାମ୍‌ ଖାନ୍‌ ଦଣ୍ତିତ ହେବା ପରେ, ପୁତ୍ର ଅବଦୁଲ୍ଲା କହିଛନ୍ତି ଯେ ତାଙ୍କ ପିତା ଜଣେ ମୁସଲମାନ ହୋଇଥିବାରୁ ନିର୍ବାଚନ କମିସନ୍‌ ତାଙ୍କୁ ଦଣ୍ତିତ କରି ସାମୟିକ ଭାବରେ ତାଙ୍କର ପ୍ରଚାର କାର୍ଯ୍ୟ ଉପରେ ନିଷେଧାଦେଶ ଲାଗୁ କରିଛନ୍ତି। ଏପରି ମନ୍ତବ୍ୟ ପ୍ରଦାନ କରି ଅବଦୁଲ୍ଲା ନିଜକୁ ପିତା ଆଜାମ୍‌ଙ୍କର ନାରୀ-ବିଦ୍ବେଷର ବାହକ ରୂପେ ପ୍ରଦର୍ଶିତ କରିବା ସଙ୍ଗେ ସଙ୍ଗେ, ଜଣେ ତୀବ୍ର ସାମ୍ପ୍ରଦାୟିକତାର ପ୍ରତିନିଧି ରୂପେ ପ୍ରମାଣିତ କରିଛନ୍ତି। ସେ କ’ଣ କହିବାକୁ ଚାହୁଁଛନ୍ତି ଯେ ମୁସଲମାନ ପୁରୁଷମାନଙ୍କର ନାରୀ ବିଦ୍ବେଷୀ ମନୋଭାବ ପୋଷଣ ଓ ପ୍ରକାଶ କରିବାର ଧର୍ମଗତ ଅଧିକାର ରହିଛି, ଯେମିତି ସେମାନଙ୍କର ତିନି ତଲାକ୍‌ ଦେବାର ବା ବହୁ ପତ୍ନୀ ଗ୍ରହଣର ଅଧିକାର ରହିଛି? ତେଣୁ ଆଜାମ୍‌ ଖାନ୍‌ଙ୍କ ଆଚରଣ ପାଇଁ ନିର୍ବାଚନ କମିସନ୍‌ ତାଙ୍କୁ ଦଣ୍ତିତ କରିପାରିବେ ନାହିଁ?

Advertisment

ଅବଦୁଲ୍ଲା ଜାଣନ୍ତି କି ନାହିଁ, ଆଦର୍ଶ ଆଚରଣବିଧି (ଏମ୍‌ସିସି) ଅନୁସାରେ, ‘‘ଯେତେବେଳେ ଅନ୍ୟ ରାଜନୈତିକ ଦଳମାନଙ୍କର ସମାଲୋଚନା କରାଯିବ, ତାହା ସେମାନଙ୍କର ନୀତି ଓ କାର୍ଯ୍ୟକ୍ରମମାନ, ଅତୀତର ରେକର୍ଡ ଓ କାର୍ଯ୍ୟ ମଧୢରେ ସୀମିତ ରହିବ। ସାର୍ବଜନୀନ କାର୍ଯ୍ୟକଳାପ ସହିତ ସମ୍ପର୍କ ନଥିବା ଅନ୍ୟ ଦଳମାନଙ୍କର ନେତା ଓ କର୍ମୀମାନଙ୍କର ବ୍ୟକ୍ତିଗତ ଜୀବନର କୌଣସି ଦିଗର ସମାଲୋଚନା କରିବାରୁ ପ୍ରାର୍ଥୀମାନେ ଓ ଦଳମାନେ ନିବୃତ୍ତ ରହିବେ।’’ ତେଣୁ ଏହା ସ୍ପଷ୍ଟ ଯେ କୌଣସି ପ୍ରାର୍ଥୀ ବ୍ୟବହାର କରୁଥିବା କୌଣସି ପୋଷାକ ସମ୍ବନ୍ଧରେ ଟିପ୍ପଣୀ କରିବା ଆଦର୍ଶ ନିର୍ବାଚନ ଆଚରଣବିଧିର ଉଲ୍ଲ˚ଘନ ଏବ˚ ଦଣ୍ତନୀୟ, ଟିପ୍ପଣୀ ପ୍ରଦାନକାରୀ ଯେଉଁ ଧର୍ମର ହୋଇଥାନ୍ତୁ ନା କାହିଁକି।

ତେବେ ଜୟପ୍ରଦା ମଧୢ ଯେ କୌଣସି ଜଣେ ପ୍ରାର୍ଥୀ ନୁହଁନ୍ତି। ସେ ହେଉଛନ୍ତି ଜଣେ ମହିଳା। କୌଣସି ମହିଳାଙ୍କ ଅନ୍ତର୍ବାସର ସମ୍ଭାବ୍ୟ ରଙ୍ଗ ସମ୍ବନ୍ଧରେ ଏକ ନିର୍ବାଚନ ସଭାରେ ମନ୍ତବ୍ୟ ପ୍ରଦାନ କରିବା କେବଳ ଆଦର୍ଶ ଆଚରଣ ବିଧିର ଉଲ୍ଲ˚ଘନ ନୁହେଁ, ଏହା ସମ୍ପୂର୍ଣ୍ଣ ଅଶ୍ଳୀଳ ଏବ˚ ଯୌନ ଉତ୍ପୀଡ଼ନ ସହ ସମାନ। ଉତ୍ତର ପ୍ରଦେଶ ପୁଲିସ୍‌ ତେଣୁ ଆଜାମ୍‌ ଖାନ୍‌ଙ୍କ ବିରୁଦ୍ଧରେ ଏ ନେଇ ଏକ ଏଫ୍‌ଆଇଆର‌୍‌ ଦରଜ କରି ଯଥାର୍ଥ କାର୍ଯ୍ୟ କରିଛି। ତେବେ ଭାରତୀୟ ରାଜନୀତିରେ ଏପରି ନାରୀ ବିଦ୍ବେଷର ଗଭୀର ଉପସ୍ଥିତି କାହାରିକୁ ଅଛପା ନୁହେଁ। ଆଜାମ୍‌ ଖାନ୍‌ ହେଉଛନ୍ତି ସେଇ ଦଳ (ସମାଜବାଦୀ ପାର୍ଟି)ର ଜଣେ ଛାମୁଆଁ ନେତା ଯେଉଁ ଦଳର ପ୍ରତିଷ୍ଠାତା, ସୁଷମା ସ୍ବରାଜଙ୍କ ଭାଷାରେ ପିତାମହ ଭୀଷ୍ମ ସ୍ବରୂପ ମୁଲାୟମ ସି˚ହ ଯାଦବ ଗଣଧର୍ଷଣକାରୀଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ ଯେ ଟୋକାମାନେ ଟୋକାଙ୍କ ଭଳି କାର୍ଯ୍ୟ କରିବେ। ନାରୀମାନଙ୍କ ପ୍ରତି ବିଦ୍ବେଷ ଭରା ହେୟଜ୍ଞାନ ପ୍ରଦର୍ଶନ କରିବାରୁ କୌଣସି ରାଜନୈତିକ ଦଳ କିନ୍ତୁ ମୁକ୍ତ ନୁହେଁ। ଏଇ ମାତ୍ର ଗତ ସ˚ସଦ ଅଧିବେଶନରେ କ˚ଗ୍ରେସ ସଭାପତି ରାହୁଲ ଗାନ୍ଧୀ ଦେଶର ସୁଯୋଗ୍ୟା ମହିଳା ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ପ୍ରତି ଏଇଭଳି ହେୟଜ୍ଞାନ ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଛିଗୁଲାଇବା ଦେଖାଯାଇଥିଲା ଯେ ସେ (ମୋଦୀ) ରାଫାଲ୍‌ ବ୍ୟାପାରରେ ନିଜକୁ ରକ୍ଷା କରିବା ପାଇଁ ଜଣେ ମହିଳା (ନିର୍ମଳା)ଙ୍କ ପଛରେ ଲୁଚୁଛନ୍ତି।

ଏଥିପୂର୍ବରୁ ରାଜସ୍ଥାନ ବିଧାନସଭା ପାଇଁ ଅନୁଷ୍ଠିତ ନିର୍ବାଚନ ପାଇଁ ପ୍ରଚାର କରୁଥିବା ସମୟରେ ‘ଏଲ୍‌ଜେଡି’ ନେତା ଶରଦ ଯାଦବ ମତଦାତା ମାନଙ୍କୁ ଆହ୍ବାନ ଦେବା ଦେଖାଯାଇଥିଲା: ‘‘ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ବିଶ୍ରାମ ଦିଅ କାରଣ ସେ ଦିନକୁ ଦିନ ଅଧିକ ମୋଟୀ ହେବାରେ ଲାଗିଛନ୍ତି।’’ ଏ ମହାଶୟଙ୍କ ଦୃଷ୍ଟି ଯେ ସର୍ବଦା ନାରୀର ଶରୀର ଉପରେ ନିବଦ୍ଧ ଥାଏ, ତାହା ଅବଶ୍ୟ ଜଣାଶୁଣା। ସେ ଥରେ ସ˚ସଦରେ କହି ପକାଇଥିଲେ ଯେ ଦାକ୍ଷିଣାତ୍ୟର ନାରୀମାନଙ୍କର ଶରୀରର ରଙ୍ଗ ଶ୍ୟାମଳ ହୋଇଥିଲେ ହେଁ ସେମାନଙ୍କର ଶରୀରର ଗଠନ ଅତ୍ୟନ୍ତ ଆକର୍ଷଣୀୟ ହୋଇଥାଏ। ଅରୁଚିକର ମନ୍ତବ୍ୟ ପ୍ରଦାନ କରିବାରେ ଆଗଧାଡ଼ିରେ ଥିବା ଅନ୍ୟତମ ଜଣେ ନେତା ହେଉଛନ୍ତି ମୁମ୍ବାଇ କ˚ଗ୍ରେସର ପୂର୍ବତନ ସଭାପତି ସ˚ଜୟ ନିରୁପମ। ସେ ହେଉଛନ୍ତି ମହାରାଷ୍ଟ୍ରରୁ ବର୍ତ୍ତମାନ କ˚ଗ୍ରେସର ଜଣେ ଲୋକସଭା ପ୍ରାର୍ଥୀ। କେତେ ଦିନ ତଳେ ସେ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ଟିଭି ଷ୍ଟାର‌୍‌ ସ୍ମୃତି ଇରାନୀଙ୍କୁ ଲକ୍ଷ୍ୟ କରି କହିଥିଲେ- ‘‘ଠୁମ୍‌କାବାଲୀ’’।

ରାଜନେତାମାନେ ନାରୀମାନଙ୍କୁ ଅପମାନିତ କଲାଭଳି ମନ୍ତବ୍ୟ ପ୍ରଦାନ କରିବାର କାରଣ ଅବଶ୍ୟ ହେଲା ସେମାନେ ଜାଣନ୍ତି ଯେ ଦେଶର ପୁରୁଷ ଆଧିପତ୍ୟାଧୀନ ସମାଜରେ ଏଭଳି ମନ୍ତବ୍ୟର ବେଶ୍‌ ଆଦର ରହିଛି। ମତଦାତାମାନଙ୍କ ପାଇଁ ଏହା ମନୋରଞ୍ଜନର ବେଶ୍‌ ଖୋରାକ ଯୋଗାଇବ, ଯାହା ଭୋଟ୍‌ରେ ରୂପାନ୍ତରିତ ହୋଇପାରେ। ଆଜାମ୍‌ ଖାନ୍‌ ଏହି ମନ୍ତବ୍ୟ ପ୍ରଦାନ ସମୟର ଭିଡ଼ିଓକୁ ନିରୀକ୍ଷଣ କରି ଦେଖିଲେ ଓ ଶୁଣିଲେ ଯାହା ସ୍ପଷ୍ଟ ଭାବରେ ଶୁଣାଯାଇଥାଏ, ତାହା ହେଲା ତାଙ୍କ ମନ୍ତବ୍ୟକୁ ସମର୍ଥନ ଓ ଉପଭୋଗ କରି ଶ୍ରୋତାମାନେ ଦେଇ ଚାଲିଥିବା କରତାଳି ଏବ˚ ମାରୁଥିବା ହୁଇସିଲ୍‌। ମତଦାତାମାନଙ୍କର ଏଭଳି ସମର୍ଥନ ଉପଭୋଗ କରୁଥିବା ଜଣେ ନେତାଙ୍କ ବିରୁଦ୍ଧରେ ତାଙ୍କ ଦଳ କୌଣସି କଠୋର କାର୍ଯ୍ୟାନୁଷ୍ଠାନ କରିନଥାଏ।

ନାରୀମାନଙ୍କ ପାଇଁ ଏଥିପାଇଁ ରାଜନୀତି ପୁରୁଷମାନଙ୍କ ଅପେକ୍ଷା ଅଧିକ ବିପଦସ˚କୁଳ ହୋଇଥାଏ। ଏଥିରୁ ରକ୍ଷା ପାଇବାର ଏକମାତ୍ର ଉପାୟ ହେଉଛି ସେମାନେ ମିଳିତ ହୋଇ ଦଳୀୟ ଆନୁଗତ୍ୟ ଭୁଲି ଏ ଆତଙ୍କର ମୁକାବିଲା କରିବା। ଯଦି ସେମାନେ ଏକତ୍ର ହୋଇ ନିଷ୍ପତ୍ତି ନିଅନ୍ତେ ଯେ ଏପରି ନାରୀ-ବିଦ୍ବେଷ ପ୍ରଦର୍ଶନ କରୁଥିବା ଦଳ ବା ନେତାଙ୍କ ବିରୁଦ୍ଧରେ ନିର୍ବାଚନରେ ମତଦାନ କରିବେ, ତେବେ ଅନ୍ତତଃ ଆତଙ୍କିତ ନେତା ଓ ଦଳମାନେ ନିଜ ଆଚରଣରେ ସୁଧାର ଆଣନ୍ତେ। ଅନ୍ୟ ଭାଷାରେ କହିଲେ ନାରୀମାନେ ସ˚ଗଠିତ ହୋଇ ନିଜକୁ ଯଦି ଏକ ବିଶାଳ ଭୋଟ୍‌ ବ୍ୟାଙ୍କ୍‌ରେ ପରିଣତ କରିବେ, ତେବେ ଆଜାମ୍‌ଙ୍କ ପରି ଦୁରାଚାରୀ ନେତା ନିଜ ଆଚରଣରେ ପରିବର୍ତ୍ତନ ଆଣିବାକୁ ବାଧୢ ହେବେ। କିନ୍ତୁ ତଥାକଥିତ ନାରୀ ମୁକ୍ତି ଆନ୍ଦୋଳନକାରିଣୀମାନେ ମଧୢ ସେଭଳି କୌଣସି ପଦକ୍ଷେପ ନେବା ଦେଖା ଯାଇନାହିଁ କି ଯାଉନାହିଁ।