‘ଏଆଇଏମ୍ଆଇଏମ୍’ ନାମକ ମୁସଲିମ୍ ରାଜନୈତିକ ଦଳର ଅଧୢକ୍ଷ ତଥା ହାଇଦ୍ରାବାଦର ଲୋକସଭା ସା˚ସଦ ଅସଦୁଦ୍ଦିନ୍ ଓେଵସୀ ଜଣେ ଉଚ୍ଚ ଶିକ୍ଷିତ, ବିଦ୍ବାନ ଓ ବୁଦ୍ଧିମାନ ବ୍ୟକ୍ତିି। ସେ କିନ୍ତୁ ଏବେ ନିଜର ଆବେଗ ଉପରେ ନିୟନ୍ତ୍ରଣ ହରାଇ ଲୋକପ୍ରିୟ ଯୋଗଗୁରୁ ବାବା ରାମଦେବ ବସାଇଥିବା ଏକ ଫାଶରେ ଆପଣାଛାଏଁ ପଡ଼ିଯାଇଛନ୍ତି। ଗତ ରବିବାର ଦିନ ରାମଦେବ ତାଙ୍କର ଏକ ବକ୍ତବ୍ୟରେ କହିଥିଲେ ଯେ ଆସନ୍ତା ୫୦ ବର୍ଷ ମଧୢରେ ଭାରତର ଜନସ˚ଖ୍ୟା ୧୫୦ କୋଟି ଅତିକ୍ରମ କରିବା ଉଚିତ ନୁହେଁ। ଏହା ସମ୍ଭବ ହେବ କେବଳ ଯଦି ଏକ ଆଇନ ପ୍ରଣୟନ କରାଯିବ ଯାହା ବଳରେ ତୃତୀୟ ବା ପରବର୍ତ୍ତୀ ସନ୍ତାନ ସନ୍ତତିମାନଙ୍କୁ ଭୋଟଦାନ ଅଧିକାରରୁ ବଞ୍ଚିତ କରାଯିବ ବୋଲି ରାମଦେବ କହିଥିଲେ। ଯଦି ସେପରି ଏକ ଆଇନ କେବେ ପ୍ରଣୟନ କରାଯାଏ, ତେବେ ତାହା ସମସ୍ତ ଭାରତୀୟ ନାଗରିକମାନଙ୍କ ପ୍ରତି ଲାଗୁ ହେବ, କେବଳ କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀ ପ୍ରତି ନୁହେଁ।
ଓେଵସୀ କିନ୍ତୁ ଏହା ବିରୁଦ୍ଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ରାମଦେବଙ୍କର ଯୋଗାସନ ଦକ୍ଷତା ସମ୍ବନ୍ଧରେ ଏକ ଅରୁଚିକର ମନ୍ତବ୍ୟ ପ୍ରଦାନ କଲେ ଯେ ସେ (ରାମଦେବ) ନିଜର ପେଟର ବ୍ୟବହାର କର କିଛି କରି ଦେଇପାରୁଛନ୍ତି (ରାମ ଦେବଙ୍କର ପ୍ରସିଦ୍ଧ କପାଳଭାତି ମା˚ସପେଶୀ ସଞ୍ଚାଳନ) ଏବ˚ ନିଜର ଗୋଡ଼କୁ ହଲାହଲି କରି ପାରୁଛନ୍ତି ଅର୍ଥ ଏହା ନୁହେଁ ଯେ ନରେନ୍ଦ୍ର ମୋଦୀ ଜଣେ ତୃତୀୟ ସନ୍ତାନ ହୋଇଥିବାରୁ ନିଜର ଭୋଟଦାନ ଅଧିକାର ହରାଇବେ। ଓେଵସୀଙ୍କ ଏଭଳି ପ୍ରତିକ୍ରିୟା ପ୍ରକାଶ ହେଉଛି ସେଇଭଳି ଯାହା ଏହି ସୁପରିଚିତ ଢ଼ଗ ବହନ କରିଥାଏ: ‘ଠାକୁର ଘରେ କିଏ ରେ?’ ‘ମୁଁ କଦଳୀ ଖାଇ ନାହିଁ।’
କେବଳ ଭାରତ ନୁହେଁ, ପୃଥିବୀର ବିଭିନ୍ନ ଦେଶରେ ଅଭିଯୋଗ ଶୁଣିବାକୁ ମିଳିଥାଏ ଯେ ମୁସଲମାନମାନେ ଅଣ ମୁସଲମାନମାନଙ୍କ ଅପେକ୍ଷା ଅଧିକ ସ˚ଖ୍ୟକ ସନ୍ତାନ ଜନ୍ମ କରିଥାନ୍ତି, ଯାହା ଫଳରେ ଦେଶର ମୁସଲମାନ ଜନସ˚ଖ୍ୟାରେ ଅଣ ମୁସଲମାନ ଜନସ˚ଖ୍ୟା ଅନୁପାତରେ ଅଧିକ ଦ୍ରୁତ ହାରରେ ବୃଦ୍ଧି ଘଟିଥାଏ। ଓେଵସୀ ସମ୍ଭବତଃ ଏକ ମୁସଲମାନ ରାଜନୈତିକ ଦଳର ଅଧୢକ୍ଷତା କରୁଥିବାରୁ ସେ ରାମଦେବଙ୍କ ମନ୍ତବ୍ୟକୁ ନିଜ ଆଡ଼କୁ ଟାଣି ନେଇ ତାଙ୍କ ବିରୋଧରେ ଏପରି ବିଷୋଦ୍ଗାର କରିଛନ୍ତି। ସେ ଭୁଲି ଯାଇଛନ୍ତି ଯେ ଏହାଦ୍ବାରା ସେ ମୁସଲମାନ ଜନସ˚ଖ୍ୟା ବୃଦ୍ଧି ସମ୍ବନ୍ଧରେ ରହିଥିବା ସାଧାରଣ ଧାରଣା। (ଯାହା ଅନେକ ସମୟରେ ଠିକ୍ ନୁହେଁ ମଧୢ)କୁ ଆହୁରି ବଳିଷ୍ଠ କରିବାରେ ସାହାଯ୍ୟ କରିଛନ୍ତି।
ଏପରି ଏକ ଧାରଣା କିପରି ଭୟଙ୍କର ପରିଣତି ସୃଷ୍ଟି କରିପାରେ ତାହା ନିକଟରେ ପଡେ଼ାଶୀ ମିଆମାର୍ରେ ଘଟିବା ଦେଖାଯାଇଛି। ସେଠାରେ ଏବେବି ଥମି ନ ଥିବା ରୋହିଙ୍ଗ୍ୟା ସଙ୍କଟ ମୂଳରେ ଏଇଭଳି ଏକ ଧାରଣା ଅନେକା˚ଶରେ ନିହିତ ଅଛି। ମିଆମାର୍ର ସରକାରୀ ମୁଖପାତ୍ରମାନେ ତଥା ସେଠାକାର ସ˚ଖ୍ୟାଗରିଷ୍ଠ ବୌଦ୍ଧ ସନ୍ନ୍ୟାସୀମାନେ ଅଭିଯୋଗ କରି ଆସୁଛନ୍ତି ଯେ ସେଠାରେ ରୋହିଙ୍ଗ୍ୟା ମୁସଲମାନ ଜନସ˚ଖ୍ୟାରେ ଅତି ଦ୍ରୁତ ବୃଦ୍ଧି ଯୋଗୁଁ ସେ ଦେଶର ସ˚ଖ୍ୟାଗରିଷ୍ଠ ବୌଦ୍ଧ ଧର୍ମାବଲମ୍ବୀମାନେ ସ˚ଖ୍ୟାଲଘୁରେ ପରିଣତ ହେବାର ଆଶଙ୍କା ଦେଖାଦେଲାଣି। ୨୦୧୩ରେ ରୋହିଙ୍ଗ୍ୟାମାନେ ବାସ କରୁଥିବା ରାଖିନ୍ ପ୍ରଦେଶର ଜଣେ ସରକାରୀ ପ୍ରବକ୍ତା ତ ଘୋଷଣା କରିଥିଲେ ଯେ ସେ ପ୍ରଦେଶରେ ବହିରାଗତ ରୋହିଙ୍ଗ୍ୟାମାନଙ୍କର ଜନସ˚ଖ୍ୟା ବୃଦ୍ଧିହାର ହେଉଛି ମୂଳ ଅଧିବାସୀ ବୌଦ୍ଧମାନଙ୍କ ଜନସ˚ଖ୍ୟା ବୃଦ୍ଧି ହାରର ୧୦ ଗୁଣ! ସେଇ ବର୍ଷ ରାଖିନ୍ ରାଜ୍ୟ କେବଳ ରୋହିଙ୍ଗ୍ୟା ମୁସଲମାନମାନଙ୍କ ପ୍ରତି ଲାଗୁ ହେବା ପାଇଁ ସନ୍ତାନ ସ˚ଖ୍ୟା ସର୍ବାଧିକ ଦୁଇଟିରେ ସୀମିତ ହେବା ବାଧୢତାମୂଳକ ବୋଲି ଏକ ଆଇନ ପ୍ରଣୟନ କରିଦେଲା। କିନ୍ତୁ ସତକଥା ହେଲା ମିଆମାର୍ ସରକାରଙ୍କର ନିଜର ଜନଗଣନା ପରିସ˚ଖ୍ୟାନ ଅନୁସାରେ ୧୯୮୦ ଠାରୁ ସେ ଦେଶର ମୋଟ ଜନସ˚ଖ୍ୟାରେ ମୁସଲମାନ ସ˚ଖ୍ୟାର ଅନୁପାତ ପ୍ରାୟ ୪ ଶତା˚ଶରେ ସ୍ଥିର ରହି ଆସିଛି।
କେବଳ ମିଆମାର୍ ନୁହେଁ ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ୍ ଏବ˚ ନେଦର୍ଲ୍ୟାଣ୍ତ ଆଦି ଇଉରୋପୀୟ ଦେଶମାନଙ୍କରେ ମଧୢ ମୁସଲମାନ ଜନସ˚ଖ୍ୟାର ଆକାର ଓ ବୃଦ୍ଧି ସମ୍ବନ୍ଧରେ ଅନୁରୂପ ଆଶଙ୍କାମାନ ବସା ବାନ୍ଧିଥିବା ଦେଖାଯାଉଛି। ଉଦାହରଣ ସ୍ବରୂପ ମୁସଲମାନ ଜନସ˚ଖ୍ୟା ଫ୍ରାନ୍ସର ଜନସ˚ଖ୍ୟାର ୭.୫ ଶତା˚ଶ ହୋଇଥିବା ବେଳେ ସାଧାରଣ ଫରାସୀମାନଙ୍କର ଧାରଣା ଯେ ତାଙ୍କ ଦେଶର ପ୍ରାୟ ଏକ-ତୃତୀୟା˚ଶ ଲୋକ ହେଉଛନ୍ତି ମୁସଲମାନ- ଅର୍ଥାତ୍ ମୁସଲମାନ ଜନସ˚ଖ୍ୟାରେ ହୁ ହୁ ବୃଦ୍ଧି ଘଟି ସେମାନେ ୩୩ ଶତା˚ଶରେ ପହଞ୍ଚି ଗଲେଣି। ପଶ୍ଚିମ ଇଉରୋପରେ ଶ୍ବେତାଙ୍ଗ ମହିଳାମାନଙ୍କ ତୁଳନାରେ ମୁସଲମାନ ମହିଳାମାନଙ୍କର ସନ୍ତାନ ଜନ୍ମ ହାର ବେଶ୍ ଅଧିକ ହୋଇ ଏଭଳି ଭ୍ରମ ଧାରଣାକୁ ଆହୁରି ବଳିଷ୍ଠ କରିଥାଏ, ଯଦିବା ନିକଟ ଅତୀତରେ ସେଠାରେ ମୁସଲମାନ ମହିଳାଙ୍କର ସନ୍ତାନ ଜନ୍ମ ହାରରେ ଦ୍ରୁତ ହ୍ରାସ ଘଟିବା ଦେଖାଗଲାଣି।
ଭାରତରେ ଅବଶ୍ୟ ମୁସଲମାନ ଜନସ˚ଖ୍ୟାରେ ଦ୍ରୁତ ବୃଦ୍ଧି ଘଟିବା ଦେଖାଯାଏ। ଏଠାରେ ସ୍ବାଧୀନତା ପରଠାରୁ ହିନ୍ଦୁ ଜନସ˚ଖ୍ୟା ତୁଳନାରେ ମୁସଲମାନ ଜନସ˚ଖ୍ୟାରେ ବୃଦ୍ଧି ହାର ଉଚ୍ଚତର ହୋଇ ଆସିଥିବା ଦେଖାଯାଇଛି। ଉଦାହରଣ ସ୍ବରୂପ ଜନଗଣନା ଅନୁସାରେ ୧୯୯୧-୨୦୦୧ ଦଶନ୍ଧିରେ ହିନ୍ଦୁ ଜନସ˚ଖ୍ୟାରେ ବୃଦ୍ଧିହାର ୧୯.୯୨% ଥିବାବେଳେ ମୁସଲମାନ ଜନସ˚ଖ୍ୟାରେ ବୃଦ୍ଧି ହାର ଥିଲା ୨୯.୫୨%। କିନ୍ତୁ ୨୦୧୧ ଜନଗଣନା ବେଳକୁ ମୁସଲମାନ ଜନସ˚ଖ୍ୟାରେ ବୃଦ୍ଧି ହାର ୨୪.୬%କୁ ହ୍ରାସ ପାଇଥିବା ଦେଖାଯାଇଥିଲା। ହିନ୍ଦୁ ଓ ମୁସଲମାନ ମହିଳାମାନଙ୍କର ସନ୍ତାନ ଜନ୍ମ ହାରରେ ରହିଥିବା ପୂର୍ବର ବଡ ତଫାତ୍ କ୍ରମେ ସଙ୍କୁଚିତ ହେବାରେ ଲାଗିଛି। ଯୁବ ପିଢ଼ିର ଶିକ୍ଷିତା ମୁସଲମାନ ମହିଳାମାନେ ମଧୢ ଜନ୍ମ ନିରୋଧ ପଦ୍ଧତି ଅବଲମ୍ବନ କରି ନିଜର ପରିବାର ଆକାର ସୀମିତ କରିବାକୁ ଆଗେଇ ଆସିଲେଣି।
ଏବେ ଯେଉଁ ଧାରା ଦେଖାଯାଉଛି ସନ୍ତାନ ଜନ୍ମ ହାରରେ ପାର୍ଥକ୍ୟ ହିନ୍ଦୁ-ମୁସଲମାନମାନଙ୍କ ମଧୢରେ ଯେତିକି ଦେଖାଯାଉଛି, ତା’ଠାରୁ ଅଧିକ ଦେଖାଯାଉଛି ରାଜ୍ୟ-ରାଜ୍ୟ ମଧୢରେ। ଉଦାହରଣ ସ୍ବରୂପ ଦାରିଦ୍ର୍ୟ ପ୍ରପୀଡ଼ିତ ବିହାରରେ ହିନ୍ଦୁ ମହିଳାମାନଙ୍କର ସନ୍ତାନ ଜନ୍ମ ହାର ଓେଵସୀଙ୍କ ରାଜ୍ୟ ଆନ୍ଧ୍ର (ଏବେ ତେଲେଙ୍ଗାନା)ର ମୁସଲମାନ ମହିଳାମାନଙ୍କର ସନ୍ତାନ ଜନ୍ମ ହାର ଠାରୁ ପ୍ରାୟ ଦୁଇଟି ପିଲା ଅଧିକ। କାଳକ୍ରମେ ଉଭୟ ସମ୍ପ୍ରଦାୟର ଜନସ˚ଖ୍ୟା ବୃଦ୍ଧି ହାରରେ ରହିଥିବା ତାରତମ୍ୟ ନିଶ୍ଚିହ୍ନ ହୋଇଯିବା ନିଶ୍ଚିତ। କିନ୍ତୁ ଦୁର୍ଭାଗ୍ୟର କଥା, ଓେଵସୀଙ୍କ ଭଳି ଅବିମୃଶ୍ୟକାରୀ ପ୍ରତିକ୍ରିୟା ଜନମାନସରେ ଏକ ଧାରଣା ବଳବତ୍ତର ରଖିବାରେ ସାହାଯ୍ୟ କରିବ ଯେ ମୁସଲମାନ ଜନସ˚ଖ୍ୟାରେ ଅନିୟନ୍ତ୍ରିତ ବୃଦ୍ଧି ଅନ୍ୟ ସମସ୍ତଙ୍କୁ ନିଶ୍ଚିହ୍ନ କରିଦେବ।