ରାଜନୀତିରେ କିଛି ସ୍ଥାୟୀ ନୁହେଁ। ଏଇଠି ପରିବର୍ତ୍ତନ ହିଁ ଚିରନ୍ତନ। ତଥାପି ଓଡ଼ିଶାର ତିନିଟି ରାଜ୍ୟସଭା ଆସନ ପାଇଁ ଉପ-ନିର୍ବାଚନ ସକାଶେ ପ୍ରାର୍ଥୀ ମନୋନୟନ ସୂଚନା ଦେଉଥିବା ରାଜ୍ୟ ରାଜନୀତିରେ ପରିବର୍ତ୍ତନ ଅନେକଙ୍କୁ ବିସ୍ମିତ କରିିଛି। କେତେକଙ୍କୁ ଏ ପରିବର୍ତ୍ତନ ବିଚଳିତ କରୁଥାଇପାରେ। ମଧୢ ବିଧାନସଭାକୁ ନିର୍ବାଚିତ ହେବା ପରେ ସ˚ସଦର ଉପର ସଦନରୁ ଇସ୍ତଫା ଦେଇଥିବା ଶାସକ ବିଜେଡିର ତିନିଜଣ ରାଜ୍ୟସଭା ସଦସ୍ୟଙ୍କ ଅବଶିଷ୍ଟ କାର୍ଯ୍ୟକାଳ ପାଇଁ ପ୍ରାର୍ଥୀ ମନୋନୟନ ରାଜ୍ୟ ରାଜନୀତିରେ ଆଉ ଏକ ଗତାନୁଗତିକ ପରିବର୍ତ୍ତନ ମାତ୍ର ନୁହେଁ। ଊଣେଇଶ ନିର୍ବାଚନ ପରବର୍ତ୍ତୀ ଦୃଶ୍ୟପଟରେ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ଦୁଇ ପରସ୍ପର ବିରୋଧୀ ରାଜନୈତିକ ଶକ୍ତିଙ୍କ ସମୀକରଣରେ ଜ୍ୟାମିତିକ ଭାଷାରେ ପୂରା ‘୩୬୦ ଡିଗ୍ରୀ’ର ଘୂର୍ଣ୍ଣନ ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଆହୂତ ୧୯ ତାରିଖ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଦିଆ-ନିଆ’ର ସମ୍ପର୍କ ଉପରେ ଜୋର୍ ଦେଇଥିଲେ। ରାଜ୍ୟରେ ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ବିଜେପି ମଧୢରେ ବୋଧହୁଏ ନବୀନଙ୍କ ‘ଦିଆ-ନିଆ’ ତତ୍ତ୍ବର ସଦ୍ୟ ପ୍ରୟୋଗ ହୋଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ପଞ୍ଚମ ପାଳି ସରକାରକୁ ଆସିଥିବା ବିଜେଡିର ପ୍ରାର୍ଥୀ ଭାବେ ଦଳର ଛଅ ଜଣ ରାଜ୍ୟସଭା ସଦସ୍ୟ ଗତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ସେମାନଙ୍କ ମଧୢରୁ ଲୋକସଭା ପାଇଁ ୩ ଜଣ ଓ ବିଧାନସଭା ପାଇଁ ୩ ଜଣ ପ୍ରାର୍ଥୀ ହୋଇଥିଲେ। ବିଜେଡିର ଏହି ଛଅ ଜଣ ରାଜ୍ୟସଭା ସଦସ୍ୟଙ୍କ ମଧୢରୁ ଦୁଇ ଜଣ ପରାଜିତ ହୋଇଥିବା ବେଳେ ଅବଶିଷ୍ଟ ଚାରିଜଣ ବିଜୟୀ ହୋଇଛନ୍ତି। ଅନୁଭବ ମହାନ୍ତି ଓ ଅଚ୍ୟୁତ ସାମନ୍ତ ଯଥାକ୍ରମେ କେନ୍ଦ୍ରାପଡ଼ା ଓ କନ୍ଧମାଳରୁୁ ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ସୌମ୍ୟର˚ଜନ ପଟ୍ଟନାୟକ ଓ ପ୍ରତାପ କେଶରୀ ଦେବ ଯଥାକ୍ରମେ ଖଣ୍ତପଡ଼ା ଓ ଆଳିରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତିି। କେନ୍ଦ୍ରାପଡ଼ାରୁ ଲୋକସଭାକୁ ନିର୍ବାଚିତ ଅନୁଭବ ମହାନ୍ତି ଖାଲି କରିଥିବା ରାଜ୍ୟସଭା ଆସନ ପାଇଁ ଉପ-ନିର୍ବାଚନ ହେଉନାହିଁ। ଖାଲି ହୋଇଥିବା ଅନ୍ୟ ତିନିଟି ରାଜ୍ୟସଭା ଆସନ ପାଇଁ ଉପ-ନିର୍ବାଚନ ଲାଗି ନିର୍ବାଚନ କମିସନ୍ ବିଜ୍ଞପ୍ତି ଜାରି କରି ସାରିଛନ୍ତି। ପ୍ରାର୍ଥୀ ପତ୍ର ଦାଖଲର ଶେଷ ତାରିଖ ଜୁନ୍ ୨୫। ଆବଶ୍ୟକ ହେଲେ ଜୁଲାଇ ୫ରେ ମତଦାନ ଲାଗି ସୂଚୀ ସ୍ଥିିର ହୋଇଛି।
ବିଧାନସଭାରେ ସ˚ଖ୍ୟା ଦୃଷ୍ଟିରୁ ତିନିଟି ଯାକ ଆସନରେ ଶାସକ ବିଜେଡିର ପ୍ରାର୍ଥୀମାନେ ପୁନଃ ନିର୍ବାଚିତ ହେବା ପୂରା ପକ୍କା ଥିଲା। ରାଜ୍ୟସଭା ଉପନିର୍ବାଚନରେ ଜଣେ ପ୍ରାର୍ଥୀଙ୍କୁ ନିର୍ବାଚିତ ହେବା ଲାଗି ବିଧାନସଭାର ବର୍ତ୍ତମାନ ସଦସ୍ୟଙ୍କ ମଧୢରୁ ସ˚ଖ୍ୟାଗରିଷ୍ଠ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ନିୟମିତି ଦ୍ବିବାର୍ଷିକ ରାଜ୍ୟସଭା ନିର୍ବାଚନପାଇଁ ‘ଆନୁପାତିକ ପ୍ରତିନିଧିତ୍ବ’ (ପ୍ରୋପର୍ସନେଟ୍ ରିପ୍ରେଜେଣ୍ଟେସେନ୍) ପଦ୍ଧତିରେ ବିଧାୟକ ମାନଙ୍କ ଭୋଟର ନିର୍ଦ୍ଦିଷ୍ଟ ମୂଲ୍ୟ ଓ ତାର ଗଣତି ପାଇଁ ଗୋଟିଏ ସ୍ବତନ୍ତ୍ର ଗାଣିତିକ ସୂତ୍ର ରହିଛି। କିନ୍ତୁ ରାଜ୍ୟସଭା ଉପ-ନିର୍ବାଚନ କ୍ଷେତ୍ରରେ ଏହି ସୂତ୍ର ପ୍ରଯୁଜ୍ୟ ନୁହେଁ। ଉପ ନିର୍ବାଚନରେ ତିନିଟି ଆସନ ପାଇଁ ପୃଥକ୍ ପୃଥକ୍ ମତଦାନ ହେବ ଏବ˚ ଯେଉଁ ପ୍ରାର୍ଥୀ ଗୃହରେ ଉପସ୍ଥିତ ସଦସ୍ୟଙ୍କ ମଧୢରୁ ସ˚ଖ୍ୟା ଗରିଷ୍ଠଙ୍କ ଭୋଟ ପାଇବେ, ସେ ନିର୍ବାଚିତ ଘୋଷିତ ହେବେ। ଏହି ପଦ୍ଧତିରେ ଜଣେ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହେବା ଲାଗି ବିଧାନସଭାର ବର୍ତ୍ତମାନର ୧୪୬ ସଦସ୍ୟଙ୍କ ମଧୢରୁ ୭୩+ ବା ୭୪ଟି ଭୋଟ ଆବଶ୍ୟକ। ପୃଥକ୍ ପୃଥକ୍ ନିର୍ବାଚନ ପରିପ୍ରେକ୍ଷୀରେ ଏହି ବ୍ୟବସ୍ଥାରେ ୧୧୧ ସଦସ୍ୟ ଥିବା କ୍ଷମତାସୀନ ବିଜେଡି ବ୍ୟତୀତ ଅନ୍ୟ କୌଣସି ଦଳର ପ୍ରାର୍ଥୀଙ୍କ ଲାଗି କୌଣସି ସମ୍ଭାବନା ନାହିଁ। ଗୃହରେ ବିଜେପିର ସ˚ଖ୍ୟା ୨୩ ଓ କ˚ଗ୍ରେସର ବିଧାୟକ ୯; ଯାହା ରାଜ୍ୟସଭା ଉପ-ନିର୍ବାଚନ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ମୂଲ୍ୟହୀନ।
ଅନାୟାସରେ ତିନିଟି ଯାକ ରାଜ୍ୟସଭା ଆସନ ବିଜେଡି ଖାତାକୁ ଆସୁଥିବା ବେଳେ ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କୁ ମନୋନୀତ କରିଛନ୍ତି। ତୃତୀୟ ଆସନଟିକୁ ସେ ପ୍ରତିଦ୍ବନ୍ଦ୍ବୀ ବିଜେପିକୁ ‘ଉପହାର’ ଦେଇଛନ୍ତି। କୌତୂହଳର ବିଷୟ ହେଲା, ତୃତୀୟ ପ୍ରାର୍ଥୀ ପୂର୍ବତନ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ଅଶ୍ବିନୀ ବୈଷ୍ଣବ ବିଜେପିର ହୋଇଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ମହୋଦୟ ଅନ୍ୟ ଦୁଇ ବିଜେଡି ପ୍ରାର୍ଥୀ ସସ୍ମିତ ପାତ୍ର ଓ ଅମର ପଟ୍ଟନାୟକଙ୍କ ସହ ବୈଷ୍ଣବଙ୍କ ନାମ ମଧୢ ଘୋଷଣା କରିଥିଲେ। ଅବଶ୍ୟ, ଏହା ପୂର୍ବରୁ ବିଜେପି ପକ୍ଷରୁ ଏକ ‘ଟ୍ବିଟ୍’ରେ ବୈଷ୍ଣବ ଦଳର ପ୍ରାର୍ଥୀ ବୋଲି ଦାବି କରାଯାଇଥିଲା। ଫଳରେ ପ୍ରାର୍ଥୀଙ୍କ ନାମ ଘୋଷଣାର ଅଳ୍ପ ସମୟ ପରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦେଇଥିଲେ ଯେ, ବୈଷ୍ଣବଙ୍କୁ ବିଜେଡି ‘ସମର୍ଥନ’ କରିବ। ଉଲ୍ଲେଖନୀୟ ହେଲା, ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟସଭା ପାଇଁ ବୈଷ୍ଣବଙ୍କ ପ୍ରାର୍ଥୀତ୍ବ ଘୋଷଣା ବେଳକୁ ସେ ବିଜେପିର ସଦସ୍ୟ ହୋଇନଥିଲେ। ଶନିବାର ପୂର୍ବାହ୍ନରେ ବୈଷ୍ଣବ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଅଶ୍ବିନୀ ବୈଷ୍ଣବ ଜଣେ ଓଡ଼ିଶା କ୍ୟାଡ଼ର ଆଇଏଏସ୍। ସେ ବଣାଇ ଉପ-ଜିଲ୍ଲାପାଳ, ସୁନ୍ଦରଗଡ଼ ଡିଆର୍ଡିଏର ପ୍ରକଳ୍ପ ନିର୍ଦ୍ଦେଶକ, କଟକ ଓ ବାଲେଶ୍ବରର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ। ତେବେ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିବା ବୈଷ୍ଣବଙ୍କ ବିଶେଷ ପରିଚୟ ହେଲା ସେ ଏନ୍ଡିଏ-୧ ସରକାର ସମୟରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଥିଲେ। ଏନ୍ଡିଏ-୧ରେ ବିଜେଡି ଅନ୍ୟତମ ଭାଗୁଆଳି ଥିଲା।
ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିବା ରାଜ୍ୟସଭା ପ୍ରାର୍ଥୀ ମନୋନୟନରେ ଏ ନାଟକୀୟତା କ’ଣ ସ˚କେତ ଦେଉଛି? ଏପ୍ରିଲ ୨୯ ତାରିଖ ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟ ମତଦାନ ପର୍ଯ୍ୟନ୍ତ ଯେଉଁ ଦୁଇ ରାଜନୈତିକ ଦଳ ପରସ୍ପରର ପ୍ରତିଦ୍ବନ୍ଦ୍ବୀ ଭାବେ ମୁହାଁମୁହିଁ ସ୍ଥିତିରେ ଥିଲେ, ଏବେ ହାତ ମିଳାଇ ପରସ୍ପରକୁ ଆଲିଙ୍ଗନ ମୁଦ୍ରାରେ। ଦଶ ବର୍ଷ ତଳେ ୨୦୦୯ରେ ବିଜେଡି ଓ ବିଜେପି ମଧୢରେ ଭାଙ୍ଗି ଯାଇଥିବା ସମ୍ପର୍କ ଗୋଟିଏ ଦଶକ ପରେ ଏବେ ପୁଣି ଯୋଡ଼ି ହେଉଛି। ମେ’୨୩ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଦୁଇ ଦଳ ପରସ୍ପରର ନିକଟତର ହେଉଥିବାର ସ˚କେତ ମିିଳିସାରିଥିଲା। ନିର୍ବାଚନ ଫଳାଫଳ ଘୋଷଣା ପରେ କେନ୍ଦ୍ରରେ ଓ ରାଜ୍ୟରେ କ୍ଷମତାକୁ ଫେରିଥିବା ଏହି ଦୁଇ ପୂର୍ବତନ ସହଯୋଗୀ ପୁଣି ପରସ୍ପରର ନିକଟତର ହେଉଥିବା ନେଇ ସ˚କେତ ଆହୁରି ଅଧିକ ସ୍ପଷ୍ଟ ହୋଇଥିଲା। ଏବେ ରାଜ୍ୟସଭା ପ୍ରାର୍ଥୀ ଚୟନ ପରେ ଦୁଇ ପ୍ରତିଦ୍ବନ୍ଦ୍ବୀଙ୍କ ମଧୢରେ ମିଳାମିଶା ଔପଚାରିକ ରୂପ ନେଇଛି। ବୈଷ୍ଣବଙ୍କ ମନୋନୟନ ସମ୍ପର୍କରେ ବିଜେଡିିର ସଫେଇ ହେଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧୢକ୍ଷ ତଥା ସ୍ବରାଷ୍ଟ୍ରମନ୍ତ୍ରୀ ବୈଷ୍ଣବଙ୍କ ପାଇଁ ଗୋଟିଏ ରାଜ୍ୟସଭା ଆସନ ଦେବାକୁ ଅନୁରୋଧ କଲେ। ବିଜେଡି ସଭାପତି ନବୀନ ପଟ୍ଟନାୟକ ସେମାନଙ୍କ ଅନୁରୋଧ ରଖିଲେ। ରାଜନୀତିରେ କୌଣସି ଘଟଣାକ୍ରମ ଯେତେ ସରଳ ଦେଖାଯାଏ, ବାସ୍ତବରେ ସେତେ ସରଳ ନୁହେଁ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଫ୍ରାଙ୍କ୍ଲିନ୍ ଡି ରୁଜ୍ଭେଲ୍ଟ କହିଥିଲେ ‘ରାଜନୀତିରେ କୌଣସି ଘଟଣା ଦୈବାତ୍ ବା ଆକସ୍ମିକ ଘଟେ ନାହିଁ। ଯଦି ବି କୌଣସି ଘଟଣା ଆକସ୍ମିିକ ଘଟିଥିବା ଭଳି ଦେଖାଯାଏ, ତେବେ ତାହା ସେମିତି ଦିଶିବା ଲାଗି ପୂର୍ବରୁ ଯୋଜନା କରାଯାଇଥାଏ।’ ରାଜ୍ୟସଭା ପ୍ରାର୍ଥୀ ମନୋନୟନ ମଧୢ ସେମିତି ବିଜେଡି- ବିଜେପିର ଏକ ମିଳିତ ଯୋଜନା। ଉପରକୁ ବିଜେପିର କ୍ଷମତାଶାଳୀ ‘ମୋଦୀ-ଶାହା’ ଯୋଡ଼ିଙ୍କୁ ବିଜେଡି ସୁପ୍ରିମୋଙ୍କ ଏହା ଏକ ‘ଉପହାର’ ଭାବେ ଦେଖା ଯାଉଥାଇପାରେ। କିନ୍ତୁ ରାଜ୍ୟସଭାକୁ ବୈଷ୍ଣବଙ୍କ ମନୋନୟନ ଏକ ଦୀର୍ଘମିଆଦୀ ଯୋଜନାର ଅ˚ଶ। ହୋଇପାରେ ନବୀନ ୧୯ ତାରିଖ ସର୍ବଦଳୀୟ ବୈଠକରେ ଉଲ୍ଲେଖ କରିଥିବା ‘ଦିଆ-ନିଆ’ ସମ୍ପର୍କ ପାଇଁ ବିଜେଡି- ବିଜେପି ରାଜନୈତିକ ଯୋଜନାରେ ଏହା ପ୍ରଥମ ପାଦ। ଗୋଟିଏ ରାଜ୍ୟସଭା ଆସନ ‘ଦାନ’ର ପ୍ରତିଦାନରେ ବିଜେଡି କ’ଣ ପାଇବ? ଲୋକସଭା ଉପ-ବାଚସ୍ପତି ପଦ ପାଇଁ ବିଜେଡିର ସା˚ସଦ ଭର୍ତ୍ତୃହରିଙ୍କ ଚୟନରେ ବୋଧହୁଏ ମୂଲଚାଲ ସୀମିତ ନୁହେଁ। ଆହୁରି କିଛି ବଡ଼ ଆଶା ଦୀର୍ଘମିଆଦୀ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବ। ତୁଙ୍ଗ ନେତୃତ୍ବ ସ୍ତରରେ ଦିଆ-ନିଆର ଏ ଖେଳରେ ଉଭୟ ଦଳର ତଳ ସ୍ତରର ନେତା ଓ ତୃଣମୂଳ କର୍ମୀ ନିଶ୍ଚୟ ହତବାକ୍।
ଶେଷରେ ସବୁଠାରୁ ବଡ଼ ପ୍ରଶ୍ନ, ପ୍ରାକ୍- ନିର୍ବାଚନ କାଳୀନ ମୁକାବିଲାମୂଳକ ରାଜନୀତି ଏବେ ନିର୍ବାଚନ ପରେ ମିଳାମିଶା ରାଜନୀତି ଆଡ଼କୁ ଢଳୁଥିବା ପରିପ୍ରେକ୍ଷୀରେ ବିଜେଡି- ବିଜେପିର କେତେ ଲାଭ ବା କେତେ କ୍ଷତି ହେବ? ଏହାର ହିସାବ ଭବିଷ୍ୟତ ଦେବ। କିନ୍ତୁ ବର୍ତ୍ତମାନ ପାଇଁ ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଏ ପରିବର୍ତ୍ତନ ଉଭୟ ଆଶା ଓ ଆଶଙ୍କା ସୃଷ୍ଟି କରୁଛି। ଆଶା ହେଲା କେନ୍ଦ୍ର ଓ ରାଜ୍ୟରେ କ୍ଷମତାରେ ଥିବା ଦୁଇ ପ୍ରତିଦ୍ବନ୍ଦ୍ବୀ ଦଳଙ୍କ ମଧୢରେ ପରସ୍ପର ସହଯୋଗ ଓ ସମନ୍ବୟ ଓଡ଼ିଶାର ବୃହତ୍ତର ସ୍ବାର୍ଥ ସାଧନରେ ସହାୟକ ହୋଇପାରେ। ରାଜ୍ୟର ବିକାଶ ପ୍ରକ୍ରିୟା ଏହା ଦ୍ବାରା ତ୍ବରାନ୍ବିତ ହୋଇପାରେ। ଅନ୍ୟପକ୍ଷରେ ଆଶଙ୍କା ଯେ, ନୂଆ କରି ମୁଖ୍ୟ ବିରୋଧୀ ଦଳର ଆସନ ପାଇଥିବା ବିଜେପିର ସ୍ଥିତିକୁ ଏହା ଦୁର୍ବଳ କରିପାରେ। କ୍ଷମତାସୀନ ବିଜେଡି ସରକାରଙ୍କୁ ମୁଖ୍ୟ ବିରୋଧୀ ଭାବେ ବିଜେପିର ବିରୋଧରେ ଶାଣ ରହି ନ ପାରେ। ବିଜେଡି ସରକାରକୁ ଉତ୍ତରଦାୟୀ କରିବାରେ ଏହା ମୁଖ୍ୟ ବିରୋଧୀ ଭାବେ ବିଜେପିର କ୍ଷଢ଼ତାକୁ ପ୍ରଭାବିତ କରିପାରେ।