ଆମେରିକାର ସିନେଟ୍ରେ ମଙ୍ଗଳବାର ଦିନ ଏକ ଆଇନଗତ ପ୍ରସ୍ତାବ ପାରିତ ହୋଇଛି ଯାହା ଭାରତକୁ ଦକ୍ଷିଣ କୋରିଆ, ଇସ୍ରାଏଲ, ଅଷ୍ଟ୍ରେଲିଆ ଓ ଜାପାନ ଭଳି ଆମେରିକାର ଅନ୍ୟ ସହଯୋଗୀ ମିତ୍ର ରାଷ୍ଟ୍ରମାନଙ୍କ ସହ ସମାନ ମର୍ଯ୍ୟାଦା ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ। ଏହି ମର୍ଯ୍ୟାଦା ହେଉଛି ଏକ ନିର୍ଦ୍ଦିଷ୍ଟ ଣ୍ରେଣୀର; ଆମେରିକା ଓ ପଶ୍ଚିମ ଇଉରୋପୀୟ ଦେଶମାନଙ୍କୁ ନେଇ ଗଠିତ ଅତ୍ୟନ୍ତ ଶକ୍ତିଶାଳୀ ସାମରିକ ଗୋଷ୍ଠୀ ‘ନର୍ଥ ଆଟ୍ଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ’ (‘ନାଟୋ’) ଉପରୋକ୍ତ ଅଣ-ନାଟୋ ଦେଶମାନଙ୍କ ଭଳି ଭାରତକୁ ମଧୢ ଏକ ସହଯୋଗୀର ମର୍ଯ୍ୟାଦା ପ୍ରଦାନ କରିବ। ସିନେଟ୍ରେ ପାରିତ ହୋଇଥିବା ‘ନେସନାଲ୍ ଡିଫେନ୍ସ ଅଥରାଇଜେସନ୍ ଆକ୍ଟ’ (‘ଏନ୍ଡିଏଏ’) ୨୦୧୯-୨୦ ବଳରେ ମାନବାଧିକାର ସମ୍ପର୍କିତ ସହଯୋଗ, ଆତଙ୍କବାଦ-ବିରୋଧୀ ପଦକ୍ଷେପ, ଜଳଦସ୍ୟୁ ବୃତ୍ତି-ବିରୋଧୀ ପଦକ୍ଷେପ ଏବ˚ ଭାରତ ମହାସାଗରରେ ନୌ-ଚଳାଚଳ ନିରାପତ୍ତା ରକ୍ଷା ଆଦି କ୍ଷେତ୍ରରେ ଆମେରିକା ଓ ଭାରତ ମିଳିମିଶି କାର୍ଯ୍ୟକରିବା ଆନୁଷ୍ଠାନିକ ସ୍ବୀକୃତି ଲାଭ କରିବ। ଜୁଲାଇ ୨୯ରେ ଏକମାସ ବ୍ୟାପୀ ବିରତି ଆରମ୍ଭ ହେବା ପୂର୍ବରୁ ଆମେରିକା କ˚ଗ୍ରେସର ଅନ୍ୟ ଗୃହ- ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସରେ ମଧୢ ‘ଏନଡିଏଏ’ ଉପସ୍ଥାପିତ ହେବ ବୋଲି ଆଶା କରାଯାଉଛି।
ଏହାଦ୍ବାରା ଭାରତ ଏକ ପ୍ରମୁଖ ଅଣ-ନାଟୋ ସହଯୋଗୀ ବା ‘ମେଜର୍ ନନ୍- ନାଟୋ ଆଲାଏ’ (ଏମ୍ଏନ୍ଏନ୍ଏ) ମର୍ଯ୍ୟାଦା ଲାଭ କରିବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏଥିପୂର୍ବରୁ ପାକିସ୍ତାନ ଏହି ‘ଏମ୍ଏନ୍ଏନ୍ଏ’ ମର୍ଯ୍ୟାଦା ଉପଭୋଗ କରି ଆସୁଥିଲା। ଏବେ ପାକିସ୍ତାନ ଠାରୁ ଏହି ମର୍ଯ୍ୟାଦା ହ୍ରାସ କରି ଦିଆଯିବା ପରେ ଦକ୍ଷିଣ ଏସିଆରେ ଭାରତକୁ ନିଜର ମୁଖ୍ୟ ପାର୍ଟନର୍ ରୂପେ ଦେଖିବାକୁ ଆରମ୍ଭ କରିଥିବା ଆମେରିକା ଭାରତକୁ ସେହି ମର୍ଯ୍ୟାଦା ପ୍ରଦାନ କରିବା ଅବଶ୍ୟମ୍ଭାବୀ ହୋଇ ପଡ଼ିଥିଲା। ନିକଟ ଅତୀତରେ ପାକିସ୍ତାନ ଇସଲାମୀୟ ଆତଙ୍କବାଦୀମାନଙ୍କର ନିରାପଦ ଆଶ୍ରୟ ସ୍ଥଳୀରେ ପରିଣତ ହୋଇ ତଥା ଚୀନ୍ର ନିକଟତର ହୋଇ ନିଜ ପାଇଁ ଯେଉଁ ରାସ୍ତା ବାଛି ନେଇଛି ତାହା ଆମେରିକାର ଜାତୀୟ ସ୍ବାର୍ଥର ସମ୍ପୂର୍ଣ୍ଣ ପରିପନ୍ଥୀ।
ଅପରପକ୍ଷେ ଏ ଅଞ୍ଚଳରେ ଉଭୟ ସାରିଆ ପ୍ରସାର ମୁଖୀ ଜିହାଦୀ ଅଭିଯାନ ଏବ˚ କମ୍ୟୁନିଷ୍ଟ ଚୀନର ଆକ୍ରମଣାତ୍ମକ ସମ୍ପ୍ରସାରଣ ପଥରେ ଭାରତ ଯେଉଁଭଳି ଏକ ଦୃଢ଼ ପ୍ରତିବନ୍ଧ ରୂପେ ଛିଡ଼ା ହୋଇଛି ତାହା ଆମେରିକାର ରାଷ୍ଟ୍ରୀୟ ନୀତି ଓ ଜାତୀୟ ସ୍ବାର୍ଥ ସହିତ ସମ୍ପୂର୍ଣ୍ଣ ମେଳ ଖାଇଥାଏ। ଏଣୁ ଏହା ସ୍ପଷ୍ଟ ଯେ ଏ ଅଞ୍ଚଳରେ ଭାରତର ହାତକୁ ମଜଭୁତ କରିବା ଆମେରିକାର ସ୍ବାର୍ଥର ସମ୍ପୂର୍ଣ୍ଣ ଅନୁକୂଳ। ଏହା ବାଦ୍ ଆନ୍ତର୍ଜାତିକ ଜଳଭାଗରେ ଜାହାଜ ଚଳାଚଳର ସ୍ବାଧୀନତା ଅକ୍ଷୁଣ୍ଣ ରଖିବା ପାଇଁ ଆମେରିକା ଓ ଜାପାନ ଯେଉଁଭଳିି ଆଗ୍ରହୀ ଭାରତ ମହାସାଗର ଓ ଦକ୍ଷିଣ ଚୀନ୍ ସାଗରରେ ଅବାଧ ଜାହାଜ ଚଳାଚଳ ନିଶ୍ଚତ କରିବା ପାଇଁ ଭାରତ ମଧୢ ସେଇ ଭଳି ଆଗ୍ରହୀ। ସୂଚାଇବା ଅନାବଶ୍ୟକ ଯେ ଏ ଉଭୟ ସାମୁଦ୍ରିକ ଅଞ୍ଚଳରେ ଚୀନ୍ ବିଗତ ବର୍ଷ ମାନଙ୍କରେ ବଳ ପୂର୍ବକ ନିଜର ଉପସ୍ଥିତି ସାବ୍ୟସ୍ତ କରିବା ପାଇଁ ଉଦ୍ୟମ ଚଳାଇଛି। ଏହି କାରଣରୁ ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ନିକଟରେ ଆମେରିକା ତାର ପ୍ରଶାନ୍ତ ମହାସାଗରୀୟ ସାମରିକ ଘାଟୀର ନାମ ପରିବର୍ତ୍ତନ କରି ‘ଇଣ୍ତୋ-ପାସିଫିକ୍ କମାଣ୍ତ୍’ କରି ଦେଇଛି।
ଭାରତ ସ୍ବାଧୀନତା ପାଇବା ପରର ଦୁଇ ଦଶନ୍ଧି ପର୍ଯ୍ୟନ୍ତ ଭାରତ ସହିତ ଆମେରିକାର ସାମରିକ ସହଯୋଗ ବେଶ୍ ସୁଦୃଢ଼ ଥିଲା। ଏପରିକି ୧୯୬୨ରେ ଚୀନ୍ ଆକ୍ରମଣ ସମୟରେ ଆମେରିକା ଭାରତକୁ ସାମରିକ ସାହାଯ୍ୟ ମଧୢ ପ୍ରଦାନ କରିଥିଲା। ତାପରେ କିନ୍ତୁ ସୋଭିଏତ୍ ସ˚ଘ ଭାରତ ସହିତ ବନ୍ଧୁତା ପ୍ରତିଷ୍ଠା କରିବା ପାଇଁ ଜୋରସୋର୍ ଉଦ୍ୟମ ଚଳାଇଲା ଏବ˚ ତେଣେ ଆମେରିକା ମଧୢ କମ୍ୟୁନିଷ୍ଟ ଚୀନ୍ ସହିତ ମିତ୍ରତା ପ୍ରତିଷ୍ଠା କରିବା ସଙ୍ଗେ ସଙ୍ଗେ ପାକିସ୍ତାନ ସହିତ ନିଜର ଘନିଷ୍ଠତା ବୃଦ୍ଧି କରିବାରେ ଲାଗିଲା। ଶୀତଳ ଯୁଦ୍ଧ ସମୟରେ ସୋଭିଏତ୍ ସ˚ଘର ମୁକାବିଲା ପାଇଁ ଏହା ପ୍ରକୃଷ୍ଟ ଉପାୟ ବୋଲି ରିଚାର୍ଭ ନିକ୍ସନ ଭଳି ରାଷ୍ଟ୍ରପତି ଓ ହେନ୍ରୀ କିସିଞ୍ଜିର୍ଙ୍କ ଭଳି ତାଙ୍କର ବୈଦେଶିକ ନୀତି ନିର୍ଦ୍ଧାରକମାନେ ବିଶ୍ବାସ କରୁଥିଲେ। ଏହି କାରଣରୁ ୧୯୭୦ରୁ ୧୯୯୦ ପର୍ଯ୍ୟନ୍ତ ଦୁଇ ଦଶନ୍ଧି ଧରି ଭାରତ ଓ ଆମେରିକା ମଧୢରେ ସମ୍ପର୍କ ଏକ ଶୀତଳ ଭଣ୍ତାରରେ ଆବଦ୍ଧ ହୋଇ ରହିଥିଲା।
ତେବେ ୧୯୯୨ରେ ଆମେରିକା ଭାରତ ସହିତ ବାର୍ଷିକ ମିଳିତ ନୌସେନା ସମରାଭ୍ୟାସ ଆରମ୍ଭ କରିଥିଲା। କିନ୍ତୁ ୧୯୯୮ରେ ଭାରତ କରିଥିବା ଆଣବିକ ପରୀକ୍ଷା କାରଣରୁ ଆମେରିକା ଭାରତ ବିରୋଧରେ ବାସନ୍ଦ ବ୍ୟବସ୍ଥା ଲାଗୁ କରି ଦେଇଥିଲା। ସେସବୁ ବାସନ୍ଦ କିନ୍ତୁ ଧୀରେ ଧୀରେ ଭଠି ଯିବାରେ ଲାଗିଥିଲା ଏବ˚ ୨୦୦୧ରେ ସମସ୍ତ ବାସନ୍ଦ ଉଚ୍ଛେଦ କରି ଦିଆଯାଇଥିଲା। ନିକଟ ଅତୀତରେ କିନ୍ତୁ ଦୁଇ ଦେଶ ମଧୢରେ ସମ୍ପର୍କରେ ଲଗାତାର ଉନ୍ନତି ଘଟିବା ଦେଖାଯାଇଛି। ଏହାର ମୁଖ୍ୟ କାରଣ ହେଉଛି ଉଭୟ ଦେଶ ରାମ, ସୁଗ୍ରୀବ ଭଳି (‘‘ବୋଲେ ରାମ ସୁଗ୍ରୀବେ କ୍ଳେଶ ଭାଷା/ ବେନି ଜନେ ପଡ଼ିଛି ଏକଦଶା) ଭୋଗି ଚାଲିଥିବା ଏକ ନିର୍ଦ୍ଦିଷ୍ଟ ଧରଣର ଦୁର୍ଦଶା- ଜିହାଦୀ ଆକ୍ରମଣ। ଇସ୍ଲାମୀୟ ଜିହାଦୀ ଆକ୍ରମଣରେ ଯଦି ପୃଥିବୀର କୌଣସି ଦୁଇଟି ଦେଶ ସର୍ବାଧିକ କ୍ଷତିିଗ୍ରସ୍ତ ହୋଇଥାନ୍ତି, ସେମାନେ ହେଉଛନ୍ତି ଆମେରିକା ଓ ଭାରତ (ଯେମିତି ୯/୧୧ ଓ ୨୬/୧୧)। ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନର ସାମ୍ରାଜ୍ୟବାଦୀ ଅନୁପ୍ରବେଶ ମଧୢ ଉଭୟ ଦେଶକୁ ବିବ୍ରତ କରୁଛି।
ପୂର୍ବରୁ ସୋଭିଏତ୍ ସ˚ଘ ଭାରତର ମୁଖ୍ୟ ସାମରିକ ସରଞ୍ଜାମ ଯୋଗାଣକାରୀ ରୂପେ ପ୍ରତିଷ୍ଠିତ ହୋଇଥିବା ବେଳେ ନିକଟ ଅତୀତରେ ଆମେରିକା କ୍ରମେ ସେ ସ୍ଥାନ ଦଖଲ କରିବାକୁ ଆରମ୍ଭ କରିଛି। ଏକ ସମୟରେ ଉଭୟ ଦେଶ ମଧୢରେ ସାମରିକ ବାଣିଜ୍ୟ ଶୂନ୍ୟ ଥିବା ବେଳେ ଏବେ ତାହା ଆସି ୧୫ ବିଲିଅନ୍ ଡଲାର ଛୁଇଁଲାଣି, ଯାହା ଆମେରିକାକୁ ଭାରତର ଦ୍ବିତୀୟ ପ୍ରମୁଖ ସାମରିକ ଅସ୍ତ୍ରଶସ୍ତ୍ର ଯୋଗାଣକାରୀରେ ପରିଣତ କରିଛି। ଆମେରିକା ନିକଟରେ ଭାରତକୁ ପ୍ରଦାନ କରିଥିବା ‘ଷ୍ଟ୍ରାଟେଜିକ୍-ଟ୍ରେଡ୍ ଅଥରାଇଜେସନ-୧’ (‘ଏସଟିଏ-୧’) ମର୍ଯ୍ୟାଦା ବଳରେ ଭାରତ ଓ ଆମେରିକା ମଧୢରେ ଉଚ୍ଚ ପ୍ରାବିଧିକ କୌଶଳ ହସ୍ତାନ୍ତର ସୁଗମ ହୋଇଛି ଏବଂ ଉଭୟ ଦେଶ ମଧୢରେ ସାମରିକ ସହଯୋଗ ସୁଦୃଢ଼ ହୋଇଛି। ‘ଏସଟିଏ-୧’ ମର୍ଯ୍ୟାଦା ଲାଭ କରିବାରେ ଜାପାନ ଓ ଦକ୍ଷିଣ କୋରିଆ ପରେ ଭାରତ ହେଉଛି ତୃତୀୟ ଏସୀୟ ଦେଶ। ଅଧିକା˚ଶ ‘ଏସଟିଏ-୧’ ଦେଶ ହେଉଛନ୍ତି ‘ନାଟୋ ସହଯୋଗୀ’। ଏଣୁ ଭାରତକୁ ଏବେ ‘ଏମଏନ୍ଏଏ’ ମର୍ଯ୍ୟାଦା ପ୍ରଦାନ କରିବା ଅବଧାରିତ ଥିଲା ବୋଲି କହିଲେ ଭୁଲ ହେବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/sampadakiya-logo-ff-1.jpg)