ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ଓଡ଼ିଶାର ଦାବି ଚାଳିଶ ବର୍ଷ ହେଲା ଅଣଦେଖା ହୋଇ ପଡ଼ିରହିଛି। ଫଳରେ ଏକ ଅନ୍ତରୀଣ ବିକଳ୍ପ ବ୍ୟବସ୍ଥା ସ୍ବରୂପ ପ୍ରାକୃତିିକ ବିପର୍ଯ୍ୟୟ ପ୍ରବଣ, ଅନଗ୍ରସର ଓଡ଼ିଶାକୁ ‘ଫୋକସ୍‌ ରାଜ୍ୟ’ଭାବେ ଘୋଷଣା ଲାଗି ଦାବି ଉଠିଛି। ପଞ୍ଚମ ପାଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ଜାତୀୟ ସ୍ତରୀୟ ଏକାଧିକ ମଞ୍ଚରେ ଏହି ଦାବି ଉପସ୍ଥାପନ କରିଛନ୍ତି। କିନ୍ତୁ ‘ଫୋକସ୍‌ ରାଜ୍ୟ’ ଦାବି ପ୍ରତି କେନ୍ଦ୍ରର ପ୍ରତିକ୍ରିୟା ବର୍ତ୍ତମାନ ସୁଦ୍ଧା ଅତ୍ୟନ୍ତ ଶୀତଳ। ତେବେ ଚାରି ବର୍ଷ ତଳେ ରେଳବାଇ ବିକାଶ ଦୃଷ୍ଟିରୁୁ ଓଡ଼ିଶାକୁ ‘ଫୋକସ୍‌ ରାଜ୍ୟ’ ଭାବେ ଘୋଷଣା କରାଯାଇଥିଲା। ତତ୍କାଳୀନ ରେଳବାଇ ମନ୍ତ୍ରୀ ସୁରେଶ ପ୍ରଭୁଙ୍କ ଏ ଘୋଷଣା କେବଳ ମୁହଁରେ ନଥିଲା। ଓଡ଼ିଶାରେ ରେଳ ଭିତ୍ତିଭୂମିର ସ˚ପ୍ରସାରଣ ଓ ଉନ୍ନତୀକରଣ ପାଇଁ ରେଳ ବଜେଟରେ ଅଧିକ ବ୍ୟୟବରାଦରେ ‘ଫୋକସ୍‌ ରାଜ୍ୟ’ ଘୋଷଣା ପଛରେ ରାଜନୈତିକ ଇଚ୍ଛାଶକ୍ତି, ନିଷ୍ଠା ଓ ଆନ୍ତରିକତା ପ୍ରତିଫଳିତ ହୋଇଥିଲା। ଜୟପୁର-ମାଳକାନଗିରି, ନବରଙ୍ଗପୁର- ଜୟପୁର ରେଳ ଲାଇନ ସମେତ କେତେକ ନୂଆ ପ୍ରକଳ୍ପ ହାତକୁ ନିଆଯାଇଥିଲା। ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତାରେ ରାଜ୍ୟ ସରକାରଙ୍କ ସହଭାଗିତା ନେଇ ବୁଝାମଣା ପତ୍ର ମଧୢ ସ୍ବାକ୍ଷରିତ ହୋଇଥିଲା। ଓଡ଼ିଶାରେ ରେଳ ବିକାଶ ପାଇଁ ବ୍ୟଗ୍ର ରାଜ୍ୟ ସରକାର ନିଜ ଆଡୁ ମାଗଣାରେ ଜମି ଓ ପ୍ରକଳ୍ପ ବାବଦ ବ୍ୟୟର ୫୦% ବହନ ପାଇଁ ଚୁକ୍ତି କରିଥିଲେ। ଆଶା କରାଯାଉଥିଲା, ରେଳ କ୍ଷେତ୍ରରେ ପଛୁଆ ଓଡ଼ିଶାରେ ରେଳ ବିକାଶ ପ୍ରାଥମିକତା ପାଇବ। ଦଶନ୍ଧି ଦଶନ୍ଧି ଧରି ରେଳବାଇ କ୍ଷେତ୍ରରେ ଉପେକ୍ଷା, ଅବହେଳାର ଶିକାର ଓଡ଼ିଶାକୁ ନ୍ୟାୟ ମିଳିବ।

Advertisment

ଇତିମଧୢରେ ସୁରେଶ ପ୍ରଭୁ ରେଳ ମନ୍ତ୍ରଣାଳୟରୁ ବିଦାୟ ନେଇଛନ୍ତି। ଏହା ସହ ରେଳ ବିକାଶ ଦୃଷ୍ଟିରୁ ‘ଫୋକସ୍‌ ରାଜ୍ୟ’ ଓଡ଼ିଶା ମଧୢ ରେଳବାଇର ଫୋକସ୍‌ ବାହାରକୁ ଚାଲିଯାଇଛି। ୨୦୧୯-୨୦ ବଜେଟରେ ଓଡ଼ିଶାର ନିର୍ମଣାଧୀନ ରେଳ ଲାଇନ୍‌ ପ୍ରକଳ୍ପ ଗୁଡ଼ିକ ପାଇଁ ବ୍ୟୟବରାଦ ସ˚କୋଚନ ଏହାର ଆଉ ଏକ ଉଦାହରଣ। ମୋଟ ଉପରେ ଓଡ଼ିଶା ପାଇଁ ରେଳବାଇର ବ୍ୟୟବରାଦ ନିଶ୍ଚୟ ବୃଦ୍ଧି ପାଇଛି। ଗତ ୨୦୧୭-୧୮ରେ ୫୧୦୨ କୋଟି ଟଙ୍କା ଓ ୨୦୧୮-୧୯ରେ ୫୨୫୨ କୋଟି ଟଙ୍କା ତୁଳନାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୫୯୯୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବର୍ଦ୍ଧିତ ବ୍ୟୟବରାଦ ଦ୍ବାରା ରାଜ୍ୟରେ ରେଳ ବିକାଶ ତ୍ବରାନ୍ବିତ ହେବ ବୋଲି ଧାରଣା ସୃଷ୍ଟି ହୋଇପାରେ। କିନ୍ତୁ ଏହା ଏକ ଭ୍ରମ। କାରଣ ରେଳ ବିକାଶ ଦୃଷ୍ଟିରୁ ଓଡ଼ିଶାର ପ୍ର୍ରାଥମିକତା ଉପେକ୍ଷିତ ହୋଇଛି। ମୋଟାମୋଟି ବ୍ୟୟବରାଦ ବୃଦ୍ଧି ସତ୍ତ୍ବେ ବର୍ଷ ବର୍ଷ ଧରି ନିର୍ମାଣାଧୀନ ରେଳପଥ ପ୍ରକଳ୍ପଗୁଡ଼ିକ ପାଇଁ ପୂର୍ବାପେକ୍ଷା କମ୍‌ ପାଣ୍ଠି ମଞ୍ଜୁର କରାଯାଇଛି। ବଜେଟରେ ଭିତ୍ତିଭୂମିର ସ˚ପ୍ରସାରଣ ଅପେକ୍ଷା ଭିତ୍ତିଭୂମିର ଦୃଢ଼ୀକରଣ ଓ ଆଧୁନିକୀକରଣ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ଏହାଦ୍ବାରା ରେଳବାଇର ଦକ୍ଷତା ଓ ଲାଭ ବଢ଼ିପାରେ। କିନ୍ତୁ ରେଳ ସ˚ଯୋଗର ସ˚ପ୍ରସାରଣରେ ମନ୍ଥରତା ଯୋଗୁ ରେଳସେବାରୁ ବଞ୍ଚିତ ରାଜ୍ୟର ଅନେକ ଅଞ୍ଚଳକୁ ଦେଶର ରେଳ ମାନଚିତ୍ରରେ ସ୍ଥାନ ପାଇବା ଲାଗି ଆହୁରି ଅନେକ ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ଅନଗ୍ରସର, ଆଦିବାସୀ ଅଧ୍ୟୁଷିତ ଇଲାକାର ଲୋକଙ୍କ ରେଳସ୍ବପ୍ନ ପ୍ରତି ଏହା ଉପହାସ।

ଅଢେ଼ଇ ଦଶକ ତଳେ ଆରମ୍ଭ ହୋଇଥିବା ୨୮୯ କିମି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସମେତ ରାଜ୍ୟରେ ବର୍ତ୍ତମାନ ୮୭୦.୨୨ କିମିର ୭ଟି ନୂଆ ରେଳପଥ ନିର୍ମାଣାଧୀନ ରହିଛି। ସବୁ ପ୍ରକଳ୍ପର କାର୍ଯ୍ୟ ଅତ୍ୟନ୍ତ ମନ୍ଥର। ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହେଉଛି ବୋଲି ଆଶ୍ବାସନା ତୁଚ୍ଛା ଫମ୍ପା। ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକ ପାଇଁ ବ୍ୟୟବରାଦ ଲଗାତାର ହ୍ରାସ ଏହାର ପ୍ରମାଣ। ନିର୍ମାଣାଧୀନ ରେଳପଥ ପ୍ରକଳ୍ପଗୁଡ଼ିକ ପାଇଁ ୨୦୧୭-୧୮ ବଜେଟରେ ୧୭୦୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିଲା। ପରବର୍ତ୍ତୀ ୨୦୧୮-୧୯ରେ ବ୍ୟୟବରାଦ ପରିମାଣ ୧,୫୭୧ କୋଟି ଟଙ୍କାକୁ କମାଇ ଦିଆଗଲା। ଏଥର ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକ ପାଇଁ ବ୍ୟୟବରାଦ ଆହୁରି କମାଇ ୧୨୩୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଏଥିରେ ମନ୍ଥର ଗତିରେ ଚାଲିଥିବା ରେଳପଥଗୁଡ଼ିକର କାର୍ଯ୍ୟ ତ୍ବରାନ୍ବିତ ହେବ କେମିତି? ବ୍ୟୟବରାଦରେ ଲଗାତାର ହ୍ରାସ ଫଳରେ ପ୍ରକଳ୍ପ ଗୁଡ଼ିକ ଖାଲି ଅଧିକ ବିଳମ୍ବିତ ହେଉନାହିଁ, ବ୍ୟୟବରାଦ ମଧୢ ବହୁଗୁଣ ବଢ଼ିଚାଲିଛି। ନିର୍ମାଣାଧୀନ ଚାରିଟି ପ୍ରକଳ୍ପ- ଖୋର୍ଦ୍ଧା- ବଲାଙ୍ଗୀର, ତାଳଚେର- ବିମଳାଗଡ଼, ଅନୁଗୁଳ- ସୁକିନ୍ଦା ଓ ପାରାଦୀପ- ହରିଦାସପୁର ପାଇଁ ମୂଳ ବ୍ୟୟ ଅଟକଳ ଥିଲା ୧୯୭୪ କୋଟି ଟଙ୍କା। ବିଳମ୍ବ ଫଳରେ ଏହି ଚାରିଟି ପ୍ରକଳ୍ପ ବାବଦ ବ୍ୟୟ ଅଟକଳ ୧୦ ହଜାର କୋଟି ଟଙ୍କା ଟପିଗଲାଣି। ଓଡ଼ିଶା ପାଇଁ ଲଗାତର ବ୍ୟୟବୃଦ୍ଧିର ଆଢ଼ୁଆଳରେ ରାଜ୍ୟରେ ରେଳ ଭିତ୍ତିଭୂମିର ସ˚ପ୍ରସାରଣ ପ୍ରତି ଅବହେଳା ଲୁଚି ରହିପାରୁନାହିଁ। କେବଳ ରାଜ୍ୟର ଅର୍ଥନୈତିକ- ସାମାଜିକ ପ୍ରଗତି ଦୃଷ୍ଟିରୁ ନୁହେଁ, ଭାବଗତ ସ˚ହତି ଦୃଷ୍ଟିରୁ ମଧୢ ଗୁରୁତ୍ବପୂର୍ଣ୍ଣ ଖୋର୍ଦ୍ଧା- ବଲାଙ୍ଗୀର ରେଳପଥ ପାଇଁ ବ୍ୟୟବରାଦ ଗତବର୍ଷର ୬୨୫ କୋଟି ତୁଳନାରେ ଏଥର ୩୫୦ କୋଟି ଟଙ୍କାକୁ କମାଇ ଦିଆଯାଇଛି। ୨୦୧୭-୧୮ରେ ଏହି ରେଳପଥ ପାଇଁ ବ୍ୟୟବରାଦ ଥିଲା ୭୦୦ କୋଟି ଟଙ୍କା। ସେହିପରି ୧୫୪ କିମି ତାଳଚେର-ବିମଳାଗଡ଼ ରେଳପଥ ପାଇଁ ଗତ ବଜେଟରେ ୩୦୦ କୋଟି ବ୍ୟୟବରାଦ ହୋଇଥିଲା। ଏଥର ଏହାକୁ ପୂରା ଅଧା କାଟି ୧୫୦ କୋଟିକୁ କମାଇ ଦିଆଯାଇଛି। ମାଓପ୍ରବଣ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଳାକୁ ରେଳ ସ˚ଯୋଗ ପାଇଁ ଉଦ୍ଦିଷ୍ଟ ୧୩୦ କିମି ଜୟପୁର- ମାଲକାନଗିରି ଲାଇନ ପାଇଁ ବ୍ୟୟବରାଦ ୯୫ କୋଟିରୁ ୭୦ କୋଟି ଟଙ୍କାକୁ ଏବ˚ ଜୟପୁର- ନବରଙ୍ଗପୁର ୩୮ କିମି ରେଳପଥ ପାଇଁ ବ୍ୟୟବରାଦ ୧୫୦ କୋଟିରୁ ମାତ୍ର ୧୦ କୋଟି ଟଙ୍କାକୁ କମାଇ ଦିଆଯାଇଛି। ଏହି ରେଳପଥ ପାଇଁ ଗତ ୨୦୧୭-୧୮ରେ ୨୭୫ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ଓଡ଼ିଶା ପାଇଁ ରେଳବାଇ ରେକର୍ଡ ପରିମାଣ ବ୍ୟୟବରାଦ କରିଥିବାରୁ ଏହାର ପ୍ରଶ˚ସା କରାଯାଉଛି। କିନ୍ତୁ ବେଲ ପାଚିଲେ କୁଆର କି ଯାଏ ଭଳି ଏହା ଦ୍ବାରା ଓଡ଼ିଶାରେ ରେଳବାଇ ସ˚ପ୍ରସାରଣ ତ୍ବରାନ୍ବିତ ହୋଇ ପାରିବ ନାହିଁ। ପ୍ରମୁଖ ନିର୍ମାଣାଧୀନ ରେଳପଥଗୁଡ଼ିକ ପାଇଁ ବ୍ୟୟବରାଦ ସ˚କୋଚନ ଏହା ସୂଚାଉଛି ଯେ, ରେଳ ବିକାଶ ଦୃଷ୍ଟିରୁ ଓଡ଼ିଶାର ପ୍ରାଥମିକତା ଫୋକସ୍‌ର ବହୁ ବାହାରେ। ବର˚ କୁହାଯାଇପାରେ ରେଳବିକାଶ ଦୃଷ୍ଟିରୁ ଓଡ଼ିଶାର ପ୍ରାଥମିକତା ପ୍ରତି ଉପେକ୍ଷା କରାଯାଉଛି। ରେଳବାଇ ବିକାଶରେ ମାଗଣା ଜମି, ଅଧିକା˚ଶ ପ୍ରକଳ୍ପରେ ୫୦% ପର୍ଯ୍ୟନ୍ତ ପାଣ୍ଠି ଯୋଗାଣ ସମେତ ରାଜ୍ୟ ସରକାରଙ୍କ ପୂର୍ଣ୍ଣ ସହଭାଗିତା ସତ୍ତ୍ବେ ଏ ଉପେକ୍ଷା ଓ ଅବହେଳା ଦୁର୍ଭାଗ୍ୟଜନକ।

ରେଳବାଇ ଭିତ୍ତିଭୂମିର ଦୃଢ଼ୀକରଣ ଓ ଆଧୁନିକୀକରଣ ରେଳବାଇର ନିଜସ୍ବ ସ୍ବାର୍ଥରେ। ରେଳ ଭିତ୍ତିଭୂମିର ସ˚ପ୍ରସାରଣ ଓଡ଼ିଶାର ସ୍ବାର୍ଥରେ। ବଜେଟରେ ଓଡ଼ିଶାର ସ୍ବାର୍ଥ ଅପେକ୍ଷା ରେଳ କର୍ତ୍ତୃପକ୍ଷ ନିଜସ୍ବ ସ୍ବାର୍ଥକୁ ଅଧିକ ଗୁରୁତ୍ବ ଦେଇଛନ୍ତି। ନୂଆ ରେଳପଥ ପାଇଁ ବ୍ୟୟବରାଦ ୧୫୭୪ କୋଟିରୁ ୧୨୩୦ କୋଟି ଟଙ୍କାକୁ କମାଇ ଦେଇଛନ୍ତି। ଅନ୍ୟପକ୍ଷରେ ଦୋହରୀକରଣ, ତୃତୀୟ ଓ ଚତୁର୍ଥ ଲାଇନ ନିର୍ମାଣ ଓ ରକ୍ଷଣାବେକ୍ଷଣ ବ୍ୟବସ୍ଥାର ଆଧୁନିକୀକରଣ ଆଦି ପାଇଁ ବ୍ୟୟବରାଦ ୧୨୨୩ କୋଟିରୁ ୧୫୦୦ କୋଟିକୁ ବୃଦ୍ଧି କରିଛନ୍ତି। ଅବଶ୍ୟ ଏହା ନିଃସନ୍ଦେହ ଯେ, ଭିତ୍ତିଭୂମିର ଦୃଢ଼ୀକରଣ ଓ ଆଧୁନିକୀକରଣ ଫଳରେ ରେଳ ସେବାରେ ଗୁଣାତ୍ମକ ଉନ୍ନତିର ସମ୍ଭାବନା ଅଛି। କିନ୍ତୁ ନୂଆ ଅଞ୍ଚଳ, ବିଶେଷ କରି ରାଜ୍ୟର ଅନୁନ୍ନତ ଇଲାକାକୁ ରେଳ ସ˚ଯୋଗ ଉପେକ୍ଷାର ଶିକାର ହୋଇଛି; ଯଦିଓ ଏହା ପ୍ରାଥମିକତାର ଅପେକ୍ଷା ରଖେ। ଆଶା, ବିକାଶ ପ୍ରସଙ୍ଗରେ ଓଡ଼ିଶା ପ୍ରତି ରେଳବାଇର ଆଭିମୁଖ୍ୟ ବଦଳିବ। ‘ଫୋକସ୍‌ ରାଜ୍ୟ’ ଭାବେ ଏହା ପୂର୍ବ ଭଳି ଗୁରୁତ୍ବ ପାଇବ। ଯଦ୍ଦ୍ବାରା, ରାଜ୍ୟରେ ରେଳ ସ˚ପ୍ରସାରଣ ପ୍ରତି ନ୍ୟାୟୋଚିତ ପ୍ରାଥମିକତା ମିଳିବ। ଭାରତୀୟ ରେଳବାଇର ଇଞ୍ଜିନ୍‌ ଡ୍ରାଇଭର ଆସନରେ ବସିଥିବା ରାଜନୈତିକ ନେତୃତ୍ବ ମନେ ରଖିବା ଉଚିତ ଯେ, ରେଳବାଇ ବିକାଶ ଦୃଷ୍ଟିରୁ ‘ନୂଆ ଭାରତ’ର ସ୍ବପ୍ନ ‘ନୂଆ ଓଡ଼ିଶା’ର ସ୍ବପ୍ନକୁ ଅଧୁରା ରଖି କଦାପି ସମ୍ପୂର୍ଣ୍ଣ ହେବ ନାହିଁ।