୧୯୫୭ରେ ଜମ୍ମୁ-କଶ୍ମୀରରେ ସ୍ଥାନୀୟ ସଫାଇ କର୍ମଚାରୀମାନେ ଅନିର୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ କରିଦେଲେ। ଏହି ଧର୍ମଘଟ ମାସ ମାସ ଧରି ଥମିବାର ନାଁ ନ ଧରିବାରୁ ଜମ୍ମୁ ଓ ଶ୍ରୀନଗର ଆଦି ସହରମାନଙ୍କରେ କୁଢ଼ କୁଢ଼ ଅଳିଆ ଜମା ହୋଇ ପାହାଡ଼ ପ୍ରମାଣେ ହେବାକୁ ଲାଗିଲା। ସମସ୍ୟାର କୌଣସି ସ୍ଥାନୀୟ ସମାଧାନର ବାଟ ନ ପାଇ ସେହି ରାଜ୍ୟର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଗୁଲାମ ମହମ୍ମଦଙ୍କ ସରକାର, ପଡ଼ୋଶୀ ରାଜ୍ୟମାନଙ୍କରୁ ସଫାଇ କର୍ମଚାରୀ ଆଣି ସମସ୍ୟାର ମୁକାବିଲା କରିବାକୁ ନିଷ୍ପତ୍ତି ନେଲା। ଏହି ନିଷ୍ପତ୍ତି ଅନୁସାରେ ପଡ଼ୋଶୀ ପଞ୍ଜାବ ରାଜ୍ୟର ଗୁରୁଦାସପୁର ଓ ଅମୃତସର ଅଞ୍ଚଳରୁ ଶହ ଶହ ସ˚ଖ୍ୟାରେ ବାଲ୍ମିକୀ ସମାଜର ଲୋକ (ସଫେଇ କର୍ମଚାରୀ ସମୁଦାୟ)ମାନଙ୍କୁ ଜମ୍ମୁ-କଶ୍ମୀର ସରକାର ନିଜ ରାଜ୍ୟକୁ ଆଣିଥିଲା।
ସେମାନଙ୍କୁ ଜମ୍ମୁ-କଶ୍ମୀରରେ ପ୍ରବେଶ କରିବା ପାଇଁ ଆବଶ୍ୟକ ସ୍ପେସାଲ୍‌ ପରମିଟ୍‌ ଦିଆଯାଇଥିଲା ଏବ˚ ସେମାନଙ୍କ ପାଇଁ ମାଗଣା ପରିବହନ ବନ୍ଦୋବସ୍ତ ମଧୢ କରାଯାଇଥିଲା। ସେତିକି ନୁହେଁ ଏହି ବହିରାଗତ ସଫାଇ କର୍ମଚାରୀମାନେ ନିଜର ଘର ତିଆରି କରି ରହିବା ପାଇଁ ସେମାନଙ୍କୁ ଆବଶ୍ୟକ ଜମି ମଧୢ ଯୋଗାଇ ଦିଆଯାଇଥିଲା ଏବ˚ ବିଜୁଳି, ପାଣି ଆଦି ଅନ୍ୟାନ୍ୟ ମୌଳିକ ସୁବିଧାମାନ ମଧୢ ଯୋଗାଇଦିଆଯାଇଥିଲା। ଜମ୍ମୁ-କଶ୍ମୀର ରାଜ୍ୟ ପାଇଁ ଏହି ଅତିଥି ସଫାଇ କର୍ମଚାରୀମାନଙ୍କର ଆବଶ୍ୟକତା କିପରି ଗୁରୁତ୍ବପୂର୍ଣ୍ଣ ଥିଲା, ଏଥିରୁ ତାହା ସହଜେ ଅନୁମେୟ।
ବର୍ତ୍ତମାନର ବହୁ ଚର୍ଚ୍ଚିତ ସ୍ଥାୟୀ ବାସିନ୍ଦା (ପର୍ମାନେଣ୍ଟ୍‌ ରେସିଡେଣ୍ଟ୍‌) ସାର୍ଟିଫିକେଟ୍‌ ଆବଶ୍ୟକତାକୁ ସେମାନଙ୍କ ପାଇଁ କୋହଳ କରାଯାଇଥିଲା। ତେଣୁ ଯଦିବା ଗୁରୁଦାସପୁର ଏବ˚ ଅମୃତସର ଅଞ୍ଚଳରୁ ଆସିଥିବା ବାଲ୍ମିକୀମାନେ ଜମ୍ମୁ-କଶ୍ମୀରର ସ୍ଥାୟୀ ବାସିନ୍ଦା ହୋଇ ନ ଥିଲେ, ତଥାପି ସେମାନଙ୍କୁ ମ୍ୟୁନିସିପାଲ୍‌ଟିରେ ସଫାଇ କର୍ମଚାରୀ ରୂପେ ନିଯୁକ୍ତି ଦିଆଯାଇଥିଲା। ସେତେ ବେଳେ ସରକାର ସେମାନଙ୍କୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ଯେ ଉପଯୁକ୍ତ ସମୟରେ ସେମାନଙ୍କୁ ‘ପର୍ମାନେଣ୍ଟ୍‌ ରେସିଡେଣ୍ଟ୍‌ ସାର୍ଟିଫିକେଟ୍‌’ (ପିଆର‌୍‌ସି) ପ୍ରଦାନ କରାଯିବ।
ଇତି ମଧୢରେ ୬୦ ବର୍ଷରୁ ଅଧିକ କାଳ ଅତିବାହିତ ହୋଇଗଲାଣି। ସେତେ ବେଳେ ଆସିଥିବା ସଫାଇ କର୍ମଚାରୀମାନଙ୍କର ବ˚ଶବୃଦ୍ଧି ଘଟି ସେମାନଙ୍କ ସ˚ଖ୍ୟା ବହୁଗୁଣରେ ବୃଦ୍ଧି ପାଇଲାଣି। ମ୍ୟୁନିସିପାଲଟିମାନଙ୍କରେ କିନ୍ତୁ ସୀମିତ ସ˚ଖ୍ୟାରେ ସଫାଇ କର୍ମଚାରୀ ନିଯୁକ୍ତି ସୁଯୋଗ ସେମାନଙ୍କ ପାଇଁ ଉପଲବ୍ଧ ଅଛି। ଏଣେ ଆଜିର ବାଲ୍ମିକୀ ସମାଜର ଯୁବକ-ଯୁବତୀମାନେ ମଧୢ ଉଚ୍ଚ ଶିକ୍ଷିତ ହୋଇଗଲେଣି, ଯେଉଁମାନେ ଡାକ୍ତର ଇଞ୍ଜିିନିୟର୍‌ଠାରୁ ଆରମ୍ଭ କରି ପ୍ରଶାସନିକ, କିଂବା ଅନ୍ୟାନ୍ୟ ବୈଷୟିକ ବୃତ୍ତି ପାଇଁ ଯୋଗ୍ୟ। ସେମାନେ ଯେତେ ବେଳେ ଏ ଭଳି ଅନ୍ୟ ସରକାରୀ ଚାକିରି ପାଇଁ ଆବେଦନ କରିବାକୁ ଆରମ୍ଭ କଲେ, ସେତେ ବେଳେ ସେମାନେ ଆବିଷ୍କାର କଲେ ଯେ, ସେମାନେ କେବଳ ସଫାଇ କର୍ମଚାରୀ ବ୍ୟତୀତ ସେ ରାଜ୍ୟରେ ଅନ୍ୟ କୌଣସି ସରକାରୀ ଚାକିରିରେ ପ୍ରବେଶ କରିପାରିବେନାହିଁ। କାରଣ, ଯିଏ ସେମାନଙ୍କ ପାଇଁ ପ୍ରବେଶ ଦ୍ବାର ବନ୍ଦ କରିଛି ବୋଲି ସେମାନେ ଆବିଷ୍କାର କଲେ, ତାହା ହେଉଛି ସୋମବାର ଦିନ ହଟାଇଦିଆଯାଇଥିବା ବହୁ ଚର୍ଚ୍ଚିତ ଧାରା ୩୫-ଏ।
କେବଳ ସେତିକି ନୁହେଁ, ଯେଉଁ ବାଲ୍ମିକୀ ସଫାଇ କର୍ମଚାରୀମାନେ ମ୍ୟୁନିସିପାଲ୍‌ଟିରେ ଚାକିରି ପାଇଥିଲେ, ସେମାନଙ୍କୁ ସ୍ଥାନୀୟ ବାସିନ୍ଦାଙ୍କ ପରି ପଦୋନ୍ନତିରୁ ମଧୢ ବଞ୍ଚିତ କରାଯାଉଥିଲା। ବାଲ୍ମିକୀମାନେ ଅନୁସୂଚିତ ଜାତିର ସଦସ୍ୟ ହୋଇଥିଲେ ହେଁ, ପର୍ମାନେଣ୍ଟ୍‌ ରେସିଡେଣ୍ଟ୍‌ ସାର୍ଟିଫିକେଟ୍‌ ଅଭାବରୁ ସେମାନଙ୍କୁ ଏହି ଜାତିଗତ ପ୍ରମାଣପତ୍ର ମଧୢ ସରକାର ଦିଅନ୍ତିନାହିଁ। ଏହା ଫଳରେ ଅନୁସୂଚିତ ଜାତି ପାଇଁ କେନ୍ଦ୍ର ସରକାର ପ୍ରଦାନ କରୁଥିବା କୌଣସି ସୁବିଧା ସୁଯୋଗ ଜମ୍ମୁ-କଶ୍ମୀରର ବାଲ୍ମିକୀମାନେ ପାଇ ପାରି ନ ଥା’ନ୍ତି। ଆଉ ବାଲ୍ମିକୀମାନଙ୍କୁ ଯେଉଁ ଜମିରେ ଥଇଥାନ କରାଯାଇଛି, ସେ ଜମିର ମାଲିକାନା ଏଯାବତ୍‌ ସେମାନଙ୍କୁ ପ୍ରଦାନ କରାଯାଇନାହିଁ। ଇତି ମଧୢରେ ସେସବୁ ସହରାଞ୍ଚଳ ଜମିର ଦାମରେ ଆକାଶ ଛୁଆଁ ବୃଦ୍ଧି ଘଟିଥିଲେ ମଧୢ ବିଚରା ବାଲ୍ମିକୀମାନେ ଜମି ବିକ୍ରି କରିପାରୁନାହାନ୍ତି- ପାଣି କୂଳରେ ବସି ଶୋଷରେ ରହୁଛନ୍ତି। ଏସବୁର ମୂଳରେ ରହିଛି ବା ରହିଥିଲା ‘ପିଆର‌୍‌ସି’ର ଜନ୍ମଦାତା ଧାରା- ୩୫।
ଏହା ଯଦି ଥିଲା ବାଲ୍ମିକୀମାନଙ୍କ ପରି ବହିରାଗତ ବାସିନ୍ଦମାନଙ୍କର ଦୁର୍ଦଶା, ତେବେ ଏହି ସ୍ଥାୟୀ ବାସିନ୍ଦା ଧାରଣା ସେଠାକାର ଏକ ବିଶେଷ ମୂଳ ବାସିନ୍ଦା ଗୋଷ୍ଠୀ ପାଇଁ କିପରି ଅକଥନୀୟ ଦୁର୍ଦଶା ସୃଷ୍ଟି କରିଛି ତାହା ‘କଶ୍ମୀରୀ ପଣ୍ତିତ’ ସମସ୍ୟା ରୂପେ ସାରା ଦେଶବାସୀଙ୍କୁ ଊଣା-ଅଧିକେ ଜଣା। ପ୍ରାୟ ତିନି ଦଶନ୍ଧି ତଳେ କଶ୍ମୀର ଉପତ୍ୟକାର ସ˚ଖ୍ୟାଲଘୁ ପଣ୍ତିତମାନଙ୍କୁ କଶ୍ମୀର ଛାଡ଼ି ଚାଲିଯିବାକୁ ଧମକ ଦିଆଗଲା। ଜନସ˚ଖ୍ୟାର ପ୍ରାୟ ୫% ହୋଇଥିବା ହିନ୍ଦୁ ଧର୍ମାବଲମ୍ବୀ ଏହି ପଣ୍ତିତମାନଙ୍କ ସମ୍ମୁଖରେ ଦୁଇଟି ବିକଳ୍ପ ରଖାଗଲା: ଇସ୍‌ଲାମ ଧର୍ମ ଗ୍ରହଣ କର, କିଂବା କଶ୍ମୀର ଛାଡ଼ି ଚାଲିଯାଅ। ଧମକର ସତ୍ୟତା ପଣ୍ତିତମାନେ ହୃଦୟଙ୍ଗମ କରିବା ପାଇଁ ସେମାନଙ୍କ ବିରୋଧରେ ରଚିତ ହତ୍ୟା ଓ ଧର୍ଷଣ ଘଟଣାମାନ ବୃଦ୍ଧି ପାଇବାରେ ଲାଗିଲା। ୧୯୯୮ରେ ରଚିତ ଲୋମହର୍ଷଣକାରୀ ଗଣହତ୍ୟାରେ ପଣ୍ତିତ ସମ୍ପ୍ରଦାୟର ଛୋଟ ଛୋଟ ପିଲାମାନେ ମଧୢ ରକ୍ଷା ପାଇଲେନାହିଁ। ହଜାର ହଜାର ବର୍ଷ ଧରି କଶ୍ମୀରର ମୂଳ ବାସିନ୍ଦା ହୋଇ ରହିଆସିଥିବା ପଣ୍ତିତମାନେ ଶେଷରେ କଶ୍ମୀରରୁ ପଳାୟନ କରି ଦେଶର ବିଭିନ୍ନ ସ୍ଥାନରେ ବିସ୍ଥାପିତ ଶରଣାର୍ଥୀ ଜୀବନ ଯାପନ କରୁଛନ୍ତି। ସେମାନଙ୍କ ସ˚ଖ୍ୟା ଛଅ ସାତ ଲକ୍ଷ ପର୍ଯ୍ୟନ୍ତ ହୋଇଥିଲେ ହେଁ, କେହି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଆଗେଇଆସିନାହାନ୍ତି।
ସ˚ଖ୍ୟାଗରିଷ୍ଠ ମୁସଲମାନମାନେ ପଣ୍ତିତମାନଙ୍କୁ ତଡ଼ିବା ମୂଳରେ ରହିଛି ସେଇ ଧାରା- ୩୫ ଏ। ପଣ୍ତିତମାନେ ବହିରାଗତ ବାଲ୍ମିକୀ ନୁହନ୍ତି; ତେଣୁ ସେମାନେ ସେ ରାଜ୍ୟରେ ପର୍ମାନେଣ୍ଟ୍‌ ରେସିଡେଣ୍ଟ୍‌ ସାର୍ଟିଫିକେଟ୍‌ ପାଇବାକୁ ହକ୍‌ଦାର। ସେମାନଙ୍କୁ କଶ୍ମୀରରୁ ତଡ଼ିଦେଲେ ଏ ସମସ୍ୟା ତୁଟିବ ଏବ˚ କଶ୍ମୀର ସମ୍ପୂର୍ଣ୍ଣ ରୂପେ ମୁସଲମାନ ଅଧ୍ୟୁଷିତ ଉପତ୍ୟକା ହୋଇରହିବ- ଯାହା ଚରମପନ୍ଥୀ ଇସଲାମୀୟ ବିଚ୍ଛିନ୍ନତାବାଦୀମାନଙ୍କର ଲକ୍ଷ୍ୟ। ଜାତି ପ୍ରଥାର ଦୁଇ ପ୍ରାନ୍ତରେ ଥିବା ବାଲ୍ମିକୀ ଓ ପଣ୍ତିତମାନେ, ତେଣୁ ଧାରା- ୩୫ର ଉଚ୍ଛେଦକୁ ଯେଉଁ ପରି ଅପେକ୍ଷା କରିରହିଥିଲେ, ବୋଧହୁଏ ଆଉ କେହି ସେ ପରି ଚାହିଁରହି ନ ଥିଲେ। ଆଶା କରାଯାଏ, ସେମାନଙ୍କ ପ୍ରତି ହୋଇଥିବା ଚରମ ଅନ୍ୟାୟରେ ଏ ଥର ଅନ୍ତ ଘଟିବ। ରାବଣରୂପୀ ଧାରା-୩୫ ଏର ନିଧନ ଏକ ନୂତନ ବାଲ୍ମିକୀ ରାମାୟଣ କାହାଣୀର କ୍ଲାଇମାକ୍ସ୍‌ ଭଳି।