ଭାରତ ସରକାରଙ୍କ ଦ୍ବାରା ପ୍ରସ୍ତୁତ ଏନ୍ଆର୍ସି ବା ନେସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ (ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର)ର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି, ଯହିଁରୁ ୧୯ ଲକ୍ଷ ଲୋକ ବାଦ୍ ପଡ଼ିଛନ୍ତି ଏବଂ ଏହା ଏକ ଗୁରୁତର ଅନିଶ୍ଚିତତାର ବାତାବରଣ ସୃଷ୍ଟି କରିଛି। ବାଦ୍ ପଡ଼ିଥିବା ଲୋକଙ୍କ ଅଭିଯୋଗ ହେଲା, ସେମାନେ ସଂପୂର୍ଣ୍ଣ ଭାବେ ଭାରତୀୟ ନାଗରିକ ହୋଇଥିଲେ ମଧ୍ୟ ସେମାନଙ୍କୁ ବାଦ୍ ଦିଆଯାଇଛି, ଅଥଚ ଅେନକ ବାଂଲାଦେଶୀ ମୂଳର ଲୋକେ ତାଲିକାରେ ଅନ୍ତର୍ଭୁକ୍ତ ହୋଇଯାଇଛନ୍ତି। ଏଭଳି ଅଭିଯୋଗ ଆସିବା ସ୍ବାଭାବିକ। ତେବେ, ଏନ୍ଆର୍ସି ତାଲିକା ପ୍ରକାଶିତ ହେବା ପରେ ଯେଉଁ ଅତିକାୟ ପ୍ରଶ୍ନ ଉତ୍ତର ଅପେକ୍ଷାରେ ଛିଡ଼ା ହୋଇଛି, ତାହା ହେଲା ଏହା ପରେ କ’ଣ? ବାଦ୍ ପଡ଼ିଥିବା ଏହି ବିଶାଳ ଜନସଂଖ୍ୟାକୁ ନେଇ କ’ଣ କରାଯିବ? ଏହା ଭବିଷ୍ୟତରେ ଏକ ଅତ୍ୟନ୍ତ ଗୁରୁତର ମାନବୀୟ ପ୍ରସଙ୍ଗ ରୂପେ ଆବିର୍ଭୂତ ହୋଇପାରେ।
ଏନ୍ଆର୍ସି ପ୍ରସଙ୍ଗରେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର ବାଂଲାଦେଶରେ ଏକ ବିବୃତି ଦେଇ କହିଲେ ଯେ ‘ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର’ ନେଇ ବାଂଲାଦେଶ ଆଦୌ ଚିନ୍ତିତ ହେବା ଉଚିତ ନୁହେଁ। କାରଣ, ଏହା ହେଉଛି ଭାରତର ଆଭ୍ୟନ୍ତରୀଣ ବ୍ୟାପାର।’ ତେବେ ଏହି ଉକ୍ତିଟି ଯୋଗୁ ବାଂଲାଦେଶ ଏ ବିବାଦୀୟ ପ୍ରକରଣରୁ ନିଜକୁ ବଞ୍ଚେଇ ରଖିବା ଲାଗି ବାଟ ପାଇଯାଇଛି, ଯେତେବେଳେ କି ବାଂଲାଦେଶ ଏ ବିବାଦରେ ଗୋଟିଏ ପକ୍ଷ ହେବା ଅତ୍ୟନ୍ତ ଜରୁରୀ। ଯଦିଓ ଏହା ବିଶ୍ବ ସମୁଦାୟକୁ ଜଣା ଯେ ୧୯୭୧ର ବାଂଲାଦେଶ ମୁକ୍ତି ଯୁଦ୍ଧ ସମୟରେ ଲକ୍ଷ ଲକ୍ଷ ବାଂଲାଦେଶୀ ଶରଣାର୍ଥୀ ଭାରତକୁ ପଳାଇ ଆସିଥିଲେ ଏବଂ ତା’ ପର ଠାରୁ କ୍ରମାଗତ ଭାବେ ଅସଂଖ୍ୟ ବାଂଲାଦେଶୀ ଭାରତ ଭିତରକୁ ଅନୁପ୍ରବେଶ କରିଚାଲିଛନ୍ତି, ବାଂଲାଦେଶ ପକ୍ଷରୁ ଏହାକୁ ଗ୍ରହଣ କରା ନ ଯାଇ ମନା କରାଯାଇ ଆସୁଛି ଯେ ଜଣେ ହେଲେ ବି ବାଂଲାଦେଶୀ ନାଗରିକ ଭାରତରେ ବସବାସ କରୁ ନାହାନ୍ତି। ତେଣୁ ଏବେ ଯେଉଁ ୧୯ ଲକ୍ଷ ଲୋକ ଭାରତୀୟ ନାଗରିକ ବାଦ୍ ପଡ଼ିଲେ, ସେମାନେ କେଉଁ ଦେଶର ହେେବ? ବିଜେପି ନେତୃତ୍ବରେ ପରିଚାଳିତ କେନ୍ଦ୍ର ସରକାର କହି ଆସୁଛନ୍ତି ଯେ ବେଆଇନ ଭାବେ ବସବାସ କରୁଥିବା ବାଂଲାଦେଶୀ ନାଗରିକଙ୍କୁ ଦେଶାନ୍ତର କରି ଦିଆଯିବ। କିନ୍ତୁ, ଏବେ ପ୍ରଶ୍ନ ଉଠୁଛି କେଉଁ ଦେଶକୁ? ପୂର୍ବରୁ ଅନେକ ଥର ମାନ୍ୟବର ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଏନ୍ଆର୍ସିକୁ ନେଇ କେନ୍ଦ୍ର ସରକାର ବାଂଲାଦେଶ ସହିତ ବିସ୍ତୃତ ଦ୍ବିପାକ୍ଷିକ ଆଲୋଚନା କରନ୍ତୁ। କିନ୍ତୁ କେନ୍ଦ୍ର ସରକାର ଏହା ଉପରେ ଗୁରୁତ୍ବ ଦେଇ ନାହାନ୍ତି। ଏଭଳି ସ୍ଥିତିରେ ବହିର୍ବ୍ୟାପାର ମନ୍ତ୍ରୀଙ୍କ ବୟାନଟି ଏ ସଂକ୍ରାନ୍ତ କୌଣସି ଆଲୋଚନା ଲାଗି ବାଟ ବନ୍ଦ କରିଦେଇଛି।
ରେଜିଷ୍ଟରରୁ ବାଦ୍ ପଡ଼ିଥିବା ଲୋକମାନଙ୍କ ଭିତରୁ ଅଣ ମୁସଲିମଙ୍କ ଲାଗି ଆଇନରେ ପରିବର୍ତ୍ତନ କରି ସେମାନଙ୍କୁ ଭାରତୀୟ ନାଗରିକରେ ପରିଣତ କରାଯିବ ବୋଲି ବିଜେପି ପକ୍ଷରୁ କୁହାଯାଉଛି। ଏହା ଏହି ସ˚କଟକୁ ଆହୁରି ଉତ୍କଟ କରିପାରେ। ବାଦ୍ ପଡ଼ିଥିବା ଅସଂଖ୍ୟ ବ୍ୟକ୍ତିି ଅଭିଯୋଗ କରୁଛନ୍ତିି ଯେ ସେମାନେ ସଂପୂର୍ଣ୍ଣ ଭାବେ ଭାରତୀୟ ନାଗରିକ ହୋଇଥିଲେ ମଧୢ ନିଜ ମୂଳ ଉଦ୍ଭବ ବାବଦରେ ପ୍ରମାଣ ଦେଖାଇ ନ ପାରିବାରୁ ସେମାନଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି। ପଞ୍ଜୀକରଣର କୌଶଳ, ସାଧନ ଓ ସର୍ବୋପରି ଏହି କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କ ନିଷ୍ଠା ଆଦି ଦୃଷ୍ଟିରୁ ଏଭଳି ଏକ ଧାରଣା ରହିଆସିଛି ଯେ ଭାରତରେ ପଞ୍ଜୀକରଣ କାର୍ଯ୍ୟ କ୍ବଚିତ ପାରଦର୍ଶୀ ଓ ସଂଶୟମୁକ୍ତ ହୋଇପାରିଥାଏ। ତେଣୁ ବାଦ୍ ପଡ଼ିଥିବା ଲକ୍ଷ ଲକ୍ଷ ଲୋକଙ୍କ ଭାଗ୍ୟ ନେଇ କୌଣସି ସହସା ନିଷ୍ପତ୍ତି ନିଆଯିବା ପୂର୍ବରୁ ଭଲ ଭାବେ ଚିନ୍ତା କରାଯିବାର ଆବଶ୍ୟକତା ରହିଛି।
ଏନ୍ଆର୍ସି ପ୍ରସ୍ତୁତି ପଛରେ ଏକ ‘ଏଥ୍ନିକ’ ବା ନୃଜାତୀୟ ଆଭିମୁଖ୍ୟ ରହିଥିବା କଥା ଊଣା ଅଧିକେ ସମସ୍ତଙ୍କୁ ଜଣା। ତେଣୁ ଅନେକ ବଙ୍ଗଳା ଭାଷୀଙ୍କୁ ପ୍ରମାଦପୂର୍ଣ୍ଣ ଭାବେ ବା˚ଲାଦେଶୀ ରୂପେ ଅଭିହିତ କରାଯାଇ ରେଜିଷ୍ଟରରୁ ବାଦ୍ ଦିଆଯାଇଛି ବୋଲି ଅଭିଯୋଗ ହେଉଛି। ତା’ ଛଡ଼ା ବର୍ତ୍ତମାନର କେନ୍ଦ୍ର ସରକାରଙ୍କ ‘ଏଥ୍ନିକ୍’ ବିଦ୍ବେଷ ମାନସିକତାର ପ୍ରମାଣ ମିଳିଛି ଭାରତୀୟ ନାଗରିକତ୍ବ (ସଂଶୋଧନ) ବିଲ୍ର ପ୍ରସ୍ତାବରୁ ଯେଉଁଥିରେ ବାଦ୍ ପଡ଼ିଥିବା ହିନ୍ଦୁମାନଙ୍କୁ ନାଗରିକତ୍ବ ଦିଆଯିବା ଲାଗି ବାଟ ପ୍ରଶସ୍ତ କରାଯାଇଛି। ଏଥିରେ ପ୍ରସ୍ତାବ ରହିଛି ଯେ ୨୦୧୪, ଡିିସେମ୍ବର ୩୧ ପୂର୍ବରୁ ଭାରତକୁ ଆସିଥିବା ବାଂଲାଦେଶୀ ହିନ୍ଦୁମାନଙ୍କୁ ନାଗରିକତ୍ବ ପ୍ରଦାନ କରାଯିବ। ଏହା ଏ ପ୍ରକରଣକୁ ଆହୁରି ଗୋଳିଆ କରି ପକାଇଛି। କେବଳ ସେତିକି ନୁହେଁ ଏହା ଆସାମ ରାଜିନାମର ଖିଲାପ ମଧ୍ୟ, କାରଣ ଆସାମ ରାଜିନାମା ଅନୁସାରେ ମାର୍ଚ୍ଚ ୨୪, ୧୯୭୧ ହେଉଛି କୌଣସି ବାଂଲାଦେଶୀ ଭାରତୀୟ ନାଗରିକ ଭାବେ ଗ୍ରହଣୀୟ ହେବାର ଚୂଡ଼ାନ୍ତ ତାରିଖ।
ନିକଟରେ ଧାରା ୩୭୦ର ଉଚ୍ଛେଦ ପରେ ଭାରତର ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶ, ନାଗାଲାଣ୍ତ ଓ ମିଜୋରାମରେ ମଧୢ ଏକ ପ୍ରକାର ଅସ୍ବସ୍ତିର ଭାବନା ଖେଳିଯାଇଛି। କାରଣ ସେ ସବୁ ରାଜ୍ୟଗୁଡ଼ିକ ମଧ୍ୟ ନିଜ ନିଜର ‘ଏଥ୍ନିକ୍’ ଓ ମୂଳ ବାସିନ୍ଦାଜନିତ ବିବାଦକୁ ନେଇ ବ୍ୟତିବ୍ୟସ୍ତ। ତେଣୁ ଆସାମର ଏନ୍ଆର୍ସିର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ସମଗ୍ର ଉତ୍ତର ପୂର୍ବ ଭାରତରେ ପରିସ୍ଥିତି ଅଶାନ୍ତ ହୋଇ ପଡ଼ିବାର ଏକ ଆଶଙ୍କା ସୃଷ୍ଟି ହୋଇଛି।
ଅବଶ୍ୟ, ଏହା ସତ ଯେ ଭାରତରେ ବେଆଇନ ଭାବେ ବସବାସ କରୁଥିବା ବା˚ଲାଦେଶୀ ଅନୁପ୍ରବେଶକାରୀଙ୍କ ଭିତରୁ ଏକ ଅ˚ଶ ନାନା ପ୍ରକାର ଆପରାଧିକ କାର୍ଯ୍ୟକଳାପ, ଏପରିକି ଆତଙ୍କବାଦୀ କାର୍ଯ୍ୟକଳାପ ସହିତ ସ˚ପୃକ୍ତ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବା ନିତାନ୍ତ ଜରୁରୀ। କିନ୍ତୁ ଶିର ପୀଡ଼ାରୁ ମୁକ୍ତି ପାଇବା ଲାଗି ଶିରକୁ କାଟି ଫୋପାଡ଼ି ଦେବା ଏକ ଉଦ୍ଭଟ ପରିକଳ୍ପନା ନୁହେଁ କି? ସେମିତି ଅନ୍ୟାନ୍ୟ ସୀମାନ୍ତବର୍ତ୍ତୀ ରାଜ୍ୟଗୁଡ଼ିକରେ ଏନ୍ଆର୍ସି ପ୍ରସ୍ତୁତି ପ୍ରକରଣକୁ ପରିବ୍ୟାପ୍ତ କରିବାର ଉଦ୍ୟମ ବି ଆଦୌ ବୁଦ୍ଧିମତ୍ତାର ପରିଚାୟକ ନୁହେଁ। ଏହା ଦ୍ବାରା ଯେଉଁ ବିଶାଳ ମାନବୀୟ ସ˚କଟ ସୃଷ୍ଟି ହେବ ତାର ମୁକାବିଲା କରିବା ଲାଗି ଦେଶକୁ ଅନେକ ଶକ୍ତି ଓ ସମୟ କ୍ଷୟ କରିବାକୁ ହେବ, ଯାହା ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଏବ˚ ଏକ ତୀବ୍ର ପ୍ରତିକ୍ରିୟାଶୀଳ ଦୁଷ୍ଟ ପଡେ଼ାଶୀ ସହିତ କଶ୍ମୀର ମାମଲା ନେଇ ଅହରହ ମୁଣ୍ତବିନ୍ଧାର ଶିକାର ହେଉଥିବା ଆମ ଦେଶ ଲାଗି ଆଦୌ ସ୍ପୃହଣୀୟ ହେବ ନାହିଁ। ବରଂ ଏ ଶକ୍ତି ଓ ସାମର୍ଥ୍ୟ ବାଂଲାଦେଶ ଓ ଭାରତ ସୀମାନ୍ତକୁ ସଂପୂର୍ଣ୍ଣ ଛିଦ୍ରମୁକ୍ତ କରିବାରେ ବ୍ୟୟ କରାଯିବା ଅଧିକ ଯୁକ୍ତିଯୁକ୍ତ ହେବ। ଏନ୍ଆର୍ସି କେବଳ ଏକ ଦସ୍ତାବିଜ ମାତ୍ର ନୁହେଁ। ଏହା ଏକ ବିରୁଡ଼ି ବସା। ଏ କଥାକୁ ଭୁଲି ଗଲେ ଚଳିବ ନାହିଁ।