ମା’ କୁକୁଡ଼ା

ଗୋଟିଏ ନାଇ‌ଜେରୀୟ ଲୋକକଥାର ପ୍ରଥମ ଅର୍ଦ୍ଧାଂଶ ଏହିଭଳି। ଇଗଲ ଛୁଆଟିଏ ଦିନେ ସକାଳେ ଗୋଟିଏ କୁକୁଡ଼ା ଚିଆଁକୁ ଶିକାର ଭାବେ ଧରି ବସାକୁ ଫେରିଲା। ମା’ ଇଗଲ ପଚାରିଲା, ‘ତୁ ଚିଆଁକୁ ଉଠାଇ ଆଣିଲା ବେଳେ ତାର ମା’ କ’ଣ କହିଲା?’ ଇଗଲ ଛୁଆ ଉତ୍ତର ଦେଲା, ‘ସେ ଭୟାନକ ଦୃଶ୍ୟ ମୁଁ ଭୁଲି ପାରିବି ନାହିଁ। ମା’ କୁକୁଡ଼ା ଦଉଡ଼ି ଆସି ଭୀଷଣ ଚିତ୍କାର କଲା ଓ ଧମକ ଦେଲା ଯେ ସେ ଦେଖି ନେବ!’ ମା’ ଇଗଲ ଧୀରେ କହିଲା, ‘ଭୟ କରନା, କିଛି ହେବନାହିଁ।’

ଏହି ଲୋକକଥାଟି ମନକୁ ଆସୁଛି ଏଥି ଲାଗି ଯେ ଗଲା କିଛି ଦିନ ହେଲାଣି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାଁ ମା’ କୁକୁଡ଼ାସୁଲଭ ଆଚରଣ କରୁଥିବା ଦେଖିବାକୁ ମିଳୁଛି। ଧାରା ୩୭୦ ଉଚ୍ଛେଦ ହେବା ପରେ କଶ୍ମୀର ଭାରତର ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଛି। କିନ୍ତୁ ତା ପର ଠାରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାରତକୁ ତଥା ଅବଶିଷ୍ଟ ବିଶ୍ବକୁ ଧମକଚମକ ଦେବାରେ ଲାଗିଛନ୍ତି ଯେ ଏହାର ପରିଣାମ ଭୟାବହ ହେବ। ଏବେ ତାଙ୍କର ସଦ୍ୟତମ ବକ୍ତବ୍ୟଟି ଆମ ଉପମହାଦେଶରେ ବେଶ୍‌ ଆଲୋଚିତ ହେବାରେ ଲାଗିଛି। ଗଲା ଶନିବାର ଦିନ ‘ଅଲ ଜଜିରା’ ନ୍ୟୁଜ୍‌ ଚ୍ୟାନେଲକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ଯଦି ଭାରତ ସହିତ ପାର˚ପରିକ ଯୁଦ୍ଧରେ ପାକିସ୍ତାନ ହାରିବା ଭଳି ପରିସ୍ଥିତି ଉପୁଜେ, ତେବେ ଅଣୁ ଅସ୍ତ୍ର ପ୍ରୟୋଗ କରିବା ହୁଏ’ତ ଅବଶ୍ୟମ୍ଭାବୀ ହୋଇପଡ଼ିବ। ଉଲ୍ଲେଖଯୋଗ୍ୟ ଯେ ଧାରା ୩୭୦କୁ ହଟାଇ ଦିଆଯିବାର ମାସକ ଭିତରେ ଇମରାନ ଖାଁ ଏଭଳି ଧମକ ବାରମ୍ବାର ଦେଇ ଚାଲିଛନ୍ତି, ଯାହା ବିଶ୍ବ ସମୁଦାୟ ନିକଟରେ ତାଙ୍କୁ ଜଣେ ଅପରିପକ୍ବ ପ୍ରଧାନମନ୍ତ୍ରୀ ରୂପେ ପ୍ରମାଣିତ କରିବା ସହିତ ଅଣୁ ଅସ୍ତ୍ର ରଖିଥିବା ଜଣେ ଦାୟିତ୍ବହୀନ ରାଷ୍ଟ୍ରମୁଖ୍ୟ ଭାବେ ତାଙ୍କ ଭାବମୂର୍ତ୍ତିକୁ ଯଥେଷ୍ଟ ମଳିନ କରିଛି।

ଆତଙ୍କବାଦୀଙ୍କୁ ଆଶ୍ରୟ ଏବ˚ ପ୍ରଶ୍ରୟ ଦେଉଥିବା ଏକ ଦୁଷ୍ଟ ରାଷ୍ଟ୍ର ଭାବେ ପାକିସ୍ତାନ ଏବେ ବିଶ୍ବ ସମୁଦାୟ ପାଖରେ ପରିଚିତ। କଶ୍ମୀରରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ଦ୍ବାରା ଯଦିଓ ଭାରତ ଗଲା ତିନି ଦଶନ୍ଧିରୁ ଅଧିକ କାଳ ଧରି ଜର୍ଜରିତ ହୋଇ ଆସୁଛି ଏବ˚ ସେହି ସମୟରୁ ବିଭିନ୍ନ ଆନ୍ତର୍ଜାତିକ ମଞ୍ଚରେ ଏ ବାବଦରେ ନିୟମିତ କହି ଆସୁଥିଲା, ଏ ନେଇ ସେ ପର୍ଯ୍ୟନ୍ତ କେହି ଦୃଷ୍ଟିପାତ ବା କର୍ଣ୍ଣପାତ କରୁ ନ ଥିଲେ, ଯେ ପର୍ଯ୍ୟନ୍ତ ୨୦୦୧ ମସିହା ସେପ୍ଟେମ୍ବର ୧୧ରେ ଆମେରିକା ନିଜେ ଏକ ଭୟାବହ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇ ନ ଥିଲା। ସେଇ ଆକ୍ରମଣରେ ପାକିସ୍ତାନୀ ନାଗରିକଙ୍କ ସ˚ପୃକ୍ତି ବିଷୟ ଉନ୍ମୋଚିତ ହେବା ପରେ ତଥା ଏହି ଆକ୍ରମଣର ମୁଖ୍ୟ ଷଡ୍‌ଯନ୍ତ୍ରକାରୀ ଓସାମା ବିନ ଲାଡେନର ଦୀର୍ଘ କାଳର ଆତ୍ମଗୋପନ ପାକିସ୍ତାନର ଅବୋଟାବାଦରେ ତାର ନିପାତ ସହିତ ସମାପ୍ତ ହେବା ପରେ ବିଶ୍ବ ସମୁଦାୟ ସଚେତନ ହେଲା ଯେ କେବଳ କଶ୍ମୀରରେ ନୁହେଁ, ପୃଥିବୀର ଅନ୍ୟାନ୍ୟ ସ୍ଥାନକୁ ପାକିସ୍ତାନର ଆତଙ୍କବାଦୀ କାରଖାନା ଆତଙ୍କବାଦ ରପ୍ତାନି କରି ଚାଲିଛି। ଗଲା ଜୁଲାଇ ମାସରେ ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ‘ୟୁଏସ୍‌ ଇନ୍‌ଷ୍ଟିିଚ୍ୟୁଟ୍‌ ଅଫ୍‌ ପିସ୍‌’ ଠାରେ ଆୟୋଜିତ ଏକ ସଭାରେ ଇମରାନ ଖାଁ ସ୍ବୟ˚ ଏହା ସ୍ବୀକାର କରିଥିଲେ ଯେ କଶ୍ମୀରରେ ଉଗ୍ରବାଦୀ କାର୍ଯ୍ୟକଳାପ ସହିତ ପାକିସ୍ତାନ ସ˚ପୃକ୍ତ। ତାଙ୍କ ବକ୍ତବ୍ୟ ଅନୁସାରେ ପ୍ରାୟ ୩୦ରୁ ୪୦ ହଜାର ଉଗ୍ରବାଦୀ ପ୍ରଶିକ୍ଷିତ ହୋଇ ହି˚ସାକାଣ୍ତମାନ ଘଟାଇବାକୁ ପ୍ରସ୍ତୁତ ହୋଇ ରହିଛନ୍ତି।

ତେବେ, ଦୁର୍ଭାଗ୍ୟର ବିଷୟ, ଯେଉଁ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ପାକିସ୍ତାନ ସରକାର ଭାରତ ଉପରେ ଦାଉ ସାଧିବାକୁ ଚେଷ୍ଟା କରି ଆସୁଛି, ସେହି ଆତଙ୍କବାଦ ଏବେ ଭସ୍ମାସୁର ଭଳି ପାକିସ୍ତାନର ଜନସମାଜକୁ ଧ୍ବ˚ସ କରିବାକୁ ଉଦ୍ୟତ। କିନ୍ତୁ ଆତ୍ମଘାତରୁ ଆନନ୍ଦ ନେଉଥିବା ବିକୃତ ମସ୍ତିଷ୍କଧାରୀଙ୍କ ଭଳି ପାକିସ୍ତାନ ଏହା ହୃଦୟଙ୍ଗମ କରିପାରୁଥିଲେ ମଧୢ ସ୍ବୀକାର କରିବାକୁ ନାରାଜ।

ଧାରା ୩୭୦ ଉଚ୍ଛେଦ ହେବା ପରେ ଇମରାନ ଖାଁ କଶ୍ମୀର ପ୍ରସଙ୍ଗର ଆନ୍ତର୍ଜାତିକୀକରଣ ଲାଗି ପ୍ରଚୁର ଉଦ୍ୟମ କରିଛନ୍ତି। ଜାତିସ˚ଘ ଠାରୁ ଆରମ୍ଭ କରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ‘ଆନ୍ତର୍ଜାତିକ ଫୋରମ’ରେ ଏ ବାବଦରେ ଫେରାଦ ହୋଇଛନ୍ତି। କିନ୍ତୁ ଗୋଟିଏ ସୁଶୀଳ, ପ୍ରଗତିଶୀଳ ଓ ଶାନ୍ତିକାମୀ ଗଣତନ୍ତ୍ର ଭାବେ ଭାରତର ଭାବମୂର୍ତ୍ତିର ଔଜ୍ଜଲ୍ୟ ତଥା ଭାରତୀୟ କଟନୀତିଜ୍ଞମାନଙ୍କ ଅତୁଳନୀୟ କୂଟନୀତି ପରିଚାଳନା ଆଗରେ ପାକିସ୍ତାନ ସବୁ ଠାରେ ହାର ମାନିବାକୁ ବାଧୢ ହୋଇଛି। କଶ୍ମୀର ଉପରେ ଭାରତର ଆଧିକାରିକ ତଥା ନ୍ୟାୟସ˚ଗତ ପ୍ରଭୁତ୍ବକୁ ବିଶ୍ବ ସମୁଦାୟ ସ୍ବୀକାର କରିଛି। ଏଭଳି ସ୍ଥଳେ ନିରୁପାୟ ଇମରାନ ବାରମ୍ବାର ଗୋଟିଏ ସମ୍ଭାବ୍ୟ ଯୁଦ୍ଧର ଘୋଷା ରଟି ଚାଲିଛନ୍ତି, ଯଦିଓ ସେ ସ୍ବୀକାର କରିସାରିଲେଣି ଯେ ଯୁଦ୍ଧ ହେଲେ ପାକିସ୍ତାନ ପରାଜୟ ବରଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ଖ୍ରୀଷ୍ଟପୂର୍ବ ୫୪୫ରେ ସୁନ ଜୁ ନାମରେ ଚୀନରେ ଜନ୍ମିତ ଜଣେ ସେନାପତି ଓ ଦାର୍ଶନିକ ଯୁଦ୍ଧ ବେଳେ ଜଣେ କିଭଳି ଆଚରଣ କରିବା ଉଚିତ ସେ ବାବଦରେ ଦୁଇ ସରଳ ବାକ୍ୟ କହିଥିଲେ। ତାହା ହେଲା; ‘ତୁମେ ଯଦି ବଳୁଆ ତେବେ ଯୁଦ୍ଧ ସମୟରେ ନିଜକୁ ଦୁର୍ବଳ ଭଳି ଦେଖାଇ ହୁଅ, ଆଉ ଯଦି ଦୁର୍ବଳ ତାହା ହେଲେ ଏମିତି ବ୍ୟବହାର କର, ସତେ ଯେମିତି ତୁମ ଠାରେ ରହିଛି ଶତସି˚ହର ପରାକ୍ରମ। ଲାଗୁଛି, ଇମରାନ ଖାଁ ସୁନ ଜୁଙ୍କ ଜଣେ ବିଶ୍ବସ୍ତ ଛାତ୍ର। ତା ହୋଇ ନ ଥିଲେ ଏକ ସମ୍ଭାବ୍ୟ ଯୁଦ୍ଧରେ ପାକିସ୍ତାନର ପରିସ୍ଥିତି କ’ଣ ହେବ ତାହା ଜାଣି ମଧୢ ସେ କାହିଁକି ବିଭିନ୍ନ ସମୟରେ ବାରମ୍ବାର ରଣହୁଙ୍କାର ଦେଉଛନ୍ତି!

ଗଲା ଶନିବାର ଦିନ ‘ଅଲ ଜଜିରା’ ଚ୍ୟାନେଲରେ ଦେଇଥିିବା ସାକ୍ଷାତକାରରେ ସେ ଏହା ମଧୢ କହିଥିଲେ ଯେ ଯଦି ଯୁଦ୍ଧ ହୁଏ, ତେବେ ପାକିସ୍ତାନ ତାର ଶେଷ ସୈନିକର ମୃତ୍ୟୁ ପର୍ଯ୍ୟନ୍ତ ଲଢ଼ିବ। ଆଜିକୁ କେତେ ହଜାର ବର୍ଷ ତଳେ ମହାନ ଦାର୍ଶନିକ ପ୍ଲାଟୋ କହିଥିଲେ ଯେ ‘ଯୁଦ୍ଧକୁ ଶେଷ ପର୍ଯ୍ୟନ୍ତ କେବଳ ମୃତ ସୈନିକମାନେ ହିଁ ଦେଖନ୍ତି।’ ପ୍ଲାଟୋଙ୍କ ଗୋଟିଏ ବାକ୍ୟରୁ ଯୁଦ୍ଧର ଅର୍ଥହୀନତା କଥା ବେଶ୍‌ ବୁଝିହୁଏ; ଯୁଦ୍ଧ କିଭଳି ହାହାକାରମୟ ପରିସ୍ଥିତି ସୃଷ୍ଟି କରିଥାଏ, ତାହା ଜାଣି ହୁଏ। ଇମରାନ ଖାଁ ଏ ସତ୍ୟକୁ ଶୀଘ୍ର ହୃଦୟଙ୍ଗମ କରିବା ଉଚିତ। ଇମରାନଙ୍କ ଲାଗି ଜଣେ ରାଷ୍ଟ୍ରନେତା ଭାବେ ପରିପକ୍ବତା ଦେଖାଇବାର ସମୟ ଏବେ ଉପନୀତ। ମା’ କୁକୁଡ଼ା ଭଳି ଛାତି ପିଟି ଚିତ୍କାର କରି ଅଯଥା ଧମକଚମକ ଦେଇ ଚାଲିବା ତାଙ୍କୁ କେବଳ ସବୁଠି ହାସ୍ୟାସ୍ପଦ ହିଁ କରିବ।

ସମ୍ବନ୍ଧିତ ଖବର