‘‘ଆରେ ବାବୁ ଶ୍ୟାମଘନ ତୁ ଗଲେ ମଧୁଭୂବନ/ କାହା ମୁଖ ଅନାଇ ବଞ୍ଚିବି। ହେବ ଦଶ ଦିଗ ଶୂନ୍ୟ ଅଧୀର ହେବ ଜୀବନ/ ନିଶି ଦିବସରେ ଝୁରୁ ଥିବିରେ ଜୀବଧନ। ଜୀବନ ବିହୁନେ ଯେହ୍ନେ ଝସ/ ରାଜା ବିନେ ଯେହ୍ନେ ଗ୍ରାମ ଦେଶରେ।’’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂଜନୀୟା ଜନନୀ ଶତାୟୁ ସମୀପବର୍ତ୍ତୀ ହୀରାବେନ୍ ଭକ୍ତଚରଣ ଦାସଙ୍କର ‘ମଥୁରା ମଙ୍ଗଳ’ର ଏହି ଯଶୋଦା ବିଳାପ ସହିତ ଆକ୍ଷରିକ ଭାବେ ପରିଚିତ ନ ଥିଲେ ହେଁ ପୁତ୍ର କୃଷ୍ଣଙ୍କୁ ମଥୁରା ଯାତ୍ରା ଜନିତ ବିରହ ଯୋଗୁଁ ମାତା ଯଶୋଦା ଭୋଗ କରୁଥିବା ଯେଉଁ ମର୍ମବେଦନା ଏହି ପଦ୍ୟା˚ଶ ବହନ କରିଥାଏ, ତାହା ପୁତ୍ର ମୁଖ ଦର୍ଶନ ପରେ ସେ ନିଶ୍ଚିତ ଭାବରେ ଅନୁଭବ କରିଥିବେ।
Sambad is now on WhatsApp
Join and get latest news updates delivered to you via WhatsApp
ମଙ୍ଗଳବାର ଦିନ ନିଜର ଜନ୍ମଦିନର ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବ ଧାରାକୁ ବଜାୟ ରଖି ମା’ଙ୍କ ପାଖକୁ ଯାଇ ତାଙ୍କ ଚରଣ ସ୍ପର୍ଶ କରିବାର ଦୃଶ୍ୟ ଦେଶର ସମସ୍ତ ଗଣମାଧୢମରେ ପ୍ରସାରିତ ହୋଇଛି। ପୁତ୍ର ନରେନ୍ଦ୍ରଙ୍କ ଦିଲ୍ଲୀ ଗମନ ମାତା ହୀରାବେନ୍ଙ୍କ ଦୃଷ୍ଟିରେ କୃଷ୍ଣଙ୍କର ମଥୁରାଗମନ ପରି ମନେ ହୋଇପାରିଥାଏ। କିନ୍ତୁ ଏଥିଯୋଗୁଁ ଯଦି ତାଙ୍କ ମନରେ କଷ୍ଟଜାତ ହେଉଥାଏ, ଉଦ୍ଧୃତ ପଦ୍ୟା˚ଶର ଶେଷ ଧାଡ଼ିରେ ଭକ୍ତଚରଣ ତାହା ଦୂର କରିବାର ବ୍ୟବସ୍ଥା କରିଛନ୍ତି। ଦେଶକୁ ଅରାଜକତାରୁ ଉଦ୍ଧାର କରିବା ପାଇଁ ପୁତ୍ର ତାଙ୍କର ଦିଲ୍ଲୀକୁ ଯାଇଛନ୍ତି ହୃଦୟଙ୍ଗମ କରି ମାତା ହୀରାବେନ୍ କିଛି ପରିମାଣରେ ଆଶ୍ବସ୍ତ ହେଉଥିବେ।
କିନ୍ତୁ ଅନ୍ୟ ଏକ କାରଣରୁ ପୁତ୍ର ସହିତ ଭେଟ ତାଙ୍କ ଠାରେ ଘୋର ଅସ୍ବସ୍ତି ମଧୢ ସୃଷ୍ଟି କରିଥାଇ ପାରେ। ଦୀର୍ଘ ଦିନ ବ୍ୟବଧାନରେ ପୁଅ ସହିତ ଭେଟ ମା’ ପାଇଁ ଯେ ଏକ ଅତ୍ୟନ୍ତ ଅନ୍ତରଙ୍ଗ ମୁହୂର୍ତ୍ତ, ଏହା ଯେ କେହି ସ୍ବୀକାର କରିବେ। ଏ ମୁହୂର୍ତ୍ତରେ ଔପଚାରିକତାର ସ୍ଥାନ ନ ଥାଏ ଏବ˚ ଭାବ ପ୍ରବଣତାକୁ ଲଗାମ ଦେବାର କୌଣସି ଆବଶ୍ୟକତା ନ ଥାଏ। କିନ୍ତୁ ଏହି ସାକ୍ଷାତ ସମୟରେ ଯଦି ପୃଷ୍ଠଭୂମିରେ ଗଣ ମାଧୢମର ପ୍ରତିନିଧି, କ୍ୟାମେରାମେନ୍ଙ୍କର ଭିଡ଼ ଜମିଥାଏ ଏବ˚ କ୍ୟାମେରା ଫ୍ଲାସ୍ ଅଦିନ ବିଜୁଳି ଭଳି ଆଖି ଝଲସାଇ ଦେଉଥାଏ, ତେବେ ମାତା-ପୁତ୍ର ଭେଟ ଏକ ଅନ୍ତରଙ୍ଗ ଅନୁଭୂତି ନ ହୋଇ ଏକ ସ୍ବତଃ ସ୍ଫର୍ତ୍ତିହୀନ ସର୍ବଜନୀନ ଦୃଶ୍ୟରେ ପରିଣତ ହୋଇଯିବା ନିଶ୍ଚିତ। ତାହାହଁ ଘଟିଥିଲା ପ୍ରଧାନମନ୍ତ୍ରୀ ନିଜର ଜନ୍ମଦିନ ଅବସରରେ ମା’ଙ୍କୁ ଭେଟି ତାଙ୍କର ଆଶୀର୍ବାଦ ଭିକ୍ଷା କରିବା ସମୟରେ।
ପୁଣି କେବଳ ସେଇ ସାକ୍ଷାତକାର ସମୟ ନୁହେଁ, ମା’ଙ୍କ ସହିତ ବସି ସେ ଏକତ୍ର ଭୋଜନ କରିବାର ଦୃଶ୍ୟ ମଧୢ ଟେଲିଭିଜନ ପର୍ଦ୍ଦା ଦେଇ ଦେଶର କୋଣ ଅନୁକୋଣରେ ପ୍ରଦର୍ଶିତ ହୋଇଛି। ଏକ ପରିବାର ମଧୢରେ ଭୋଜନ ହେଉଛି ଏକ ସମ୍ପୂର୍ଣ୍ଣ ଅଭ୍ୟନ୍ତରୀଣ ଆଚରଣ। ଏହାକୁ ଏକ ବାହ୍ୟ ପ୍ରଦର୍ଶନୀରେ ପରିଣତ କରାଯିବା ଭୋଜନକାରୀମାନଙ୍କ ଠାରେ କେବେହେଲେ ଏକ ସୁଖଦ ଅନୁଭୂତି ସୃଷ୍ଟି କରେ ନାହିଁ। ଏଣୁ ଯଦି ଅନୁମାନ କରାଯାଏ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଜନ୍ମଦିବସ ପାଳନର ଏହି ସର୍ବାଧିକ ଅନ୍ତରଙ୍ଗ ଅବସରରେ ଗଣମାଧୢମମାନେ ବ୍ୟକ୍ତିଗତ ଜୀବନ ଓ ରାଜନୈତିକ ଜୀବନ ମଧୢରେ ଥିବା ଅଦୃଶ୍ୟ ସୀମା ରେଖାର ଉଲ୍ଲ˚ଘନ କରି ପ୍ରଧାନମନ୍ତ୍ରୀ ଓ ତାଙ୍କର ବର୍ଷୀୟାନ୍ ମାତାଙ୍କ ପାଇଁ ଏକ ଅସ୍ବସ୍ତିକର ପରିବେଶ ସୃଷ୍ଟି କରିଥିଲେ, ତାହା ଭୁଲ ହେବ ନାହିଁ। କିନ୍ତୁ ସେଠାରେ ଗଣମାଧୢମର ଉପସ୍ଥିତି ପଛରେ ଯଦି ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ ନିହିତ ଥିଲା ବୋଲି କୁହାଯାଏ,ତେବେ ତାହା ହେବ ଏକ ସମସ୍ୟା।
ପ୍ରାଚୀନ ଗ୍ରୀକ୍ ଦାର୍ଶନିକ ଆରିଷ୍ଟୋଟଲ ହେଉଛନ୍ତି ପ୍ରଥମ ଚିନ୍ତକ ଯିଏ ବ୍ୟକ୍ତିଗତ ଜୀବନ ଓ ରାଜନୀତିକୁ ସମ୍ପୂର୍ଣ୍ଣ ପୃଥକ୍ ପରିଧି ମଧୢରେ ସ୍ଥାନୀତ କରିଥିଲେ। ତାଙ୍କ ପାଇଁ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀର ଗ୍ରୀସ୍ରେ ବ୍ୟକ୍ତିଗତ ଜୀବନ ଥିଲା ଏକ ‘ଅନ୍ତରଙ୍ଗ ପରିଧି’ର ଅ˚ଶ ଏବ˚ ରାଜନୀତି ଥିଲା ଏକ ‘ସର୍ବଜନୀନ ପରିଧି’ର ଅ˚ଶ। ସେତିକି ନୁହେଁ, ସେ ସମୟର ଚିନ୍ତାଧାରା ଅନୁସାରେ ରାଜନୀତି ଥିଲା ଏହି ସର୍ବଜନୀନ ପରିଧି ମଧୢରେ ବିଚରଣ କରୁଥିବା ପୁରୁଷମାନଙ୍କର କାର୍ଯ୍ୟ ଏବ˚ ପରିବାର ଓ ଗୃହସ୍ଥି ଥିଲା ଅନ୍ତରଙ୍ଗ ପରିଧି ମଧୢରେ ବାସ କରୁଥିବା ନାରୀମାନଙ୍କର କାର୍ଯ୍ୟ। ଇତିହାସର ଦୁଇ ହଜାର ବର୍ଷରୁ ଅଧିକ କାଳର ଯାତ୍ରାରେ ଏହି ନାରୀ-ପୁରୁଷ ଲିଙ୍ଗଗତ ବିଭାଜନ କ୍ରମେ ଲୋପ ପାଇ ଆସୁଥିଲେ ମଧୢ, ରାଜନୀତି ଏବେ ବି ସର୍ବଜନୀନ ପରିଧିର ଅ˚ଶ ହୋଇ ରହିଥିବା ବେଳେ ପରିବାର ଅନ୍ତରଙ୍ଗ ପରିଧିର ଅ˚ଶ ହୋଇରହିଛି। ଆତ୍ମୀୟସ୍ବଜନ, ବନ୍ଧୁ ପରିଜନଙ୍କୁ ନେଇ ବ୍ୟକ୍ତିଗତ ଆବେଗିକ ସମ୍ପର୍କ ଆଧାରରେ ଅନ୍ତରଙ୍ଗ ପରିଧି ଗଠିତ ହୋଇଥିବା ବେଳେ, ରାଷ୍ଟ୍ର ଓ ନାଗରିକମାନଙ୍କ ମଧୢରେ ଯୁକ୍ତିନିଷ୍ଠ, ଆବେଗଶୂନ୍ୟ, ହିତସାଧନକାରୀ ସମ୍ପର୍କ ଆଧାରରେ ଗଠିତ ହୋଇଥାଏ ସର୍ବଜନୀନ ପରିଧି, ଯାହାର ଅନ୍ୟନାମ ହେଉଛି ରାଜନୀତି।
‘ବ୍ୟକ୍ତିଗତ’ ଓ ‘ରାଜନୈତିକ’ ମଧୢରେ ଏହି ବିଭାଜନକୁ ଆଉ କିଏ ବିଶ୍ବାସ କରୁ କି ନ କରୁ (କେତେକ ନାରୀ ମୁକ୍ତି ଆନ୍ଦୋଳନକାରିଣୀମାନେ ଏ ବିଭାଜନରେ ବିଶ୍ବାସ କରନ୍ତି ନାହିଁ; ସେମାନଙ୍କ ମତରେ ଦେଶର ରାଜନୈତିକ ପରିବେଶ ନାରୀ ପ୍ରତି ଯେଉଁ ଭଳି ଆଭିମୁଖ୍ୟ ପ୍ରଦର୍ଶନ କରିଥାଏ, ପରିବାରରେ ନାରୀ ମଧୢ ସେଇଭଳି ଆଭିମୁଖ୍ୟର ସମ୍ମୁଖୀନ ହୋଇଥାଏ: ତେଣୁ ସେମାନେ କହିନ୍ତି- ଯାହା ରାଜନୈତିକ, ତାହା ବ୍ୟକ୍ତିଗତ), ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେ ଏ ବିଭାଜନର ପ୍ରଧାନ ଉପାସକ, ତାହା ସାରା ଦୁନିଆକୁ ଜଣା। ସେ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ନିଜ ପରିବାର ଠାରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ଯାଇଛନ୍ତି- ଏହା କିଏ ନ ଜାଣେ? ଦ୍ବିତୀୟରେ ନେହରୁ-ଗାନ୍ଧୀ ବ˚ଶରେ ରାଜନୀତି ଓ ପରିବାରର ଏକତ୍ର ଏବ˚ ଅଭିନ୍ନ ବାସ ବିରୁଦ୍ଧରେ ସ୍ବର ଉତ୍ତୋଳନ ହିଁ ତାଙ୍କର ଜାତୀୟ ରାଜନୀତିରେ ଚମକପ୍ରଦ ସଫଳତା ହାସଲରେ ମୁଖ୍ୟ ଆୟୁଧ ହୋଇଛି।
ସେ କେବେ ଦ୍ବିମତ ହେବେ ନାହିଁ ଯେ ତାଙ୍କର କୌଣସି ଅବସରରେ ମା’ଙ୍କ ସହିତ ଏକତ୍ର ହେବା ହେଉଛି ବ୍ୟକ୍ତିଗତ ‘ଅନ୍ତରଙ୍ଗ ପରିଧି’ର ଅ˚ଶ; କିନ୍ତୁ ଗଣମାଧୢମରେ ସେହି ସାକ୍ଷାତକାରର ପ୍ରସାରଣ ତାହାକୁ ନିଶ୍ଚିତ ରୂପେ ‘ସର୍ବଜନୀନ ପରିଧି’ ବା ରାଜନୀତିର ଏକ ଅ˚ଶରେ ପରିଣତ କରି ଦେଇଥାଏ। ‘ବ୍ୟକ୍ତିଗତ’କୁ ଏପରି ‘ରାଜନୈତିକ’ରେ ରୂପାନ୍ତରିତ କରିବା ମୋଦୀଙ୍କର ଜଣାଶୁଣା ରାଜନୈତିକ ଦର୍ଶନର ବିରୋଧାଚରଣ କରିଥାଏ। ତେବେ ଦେଶର ସମସ୍ତ ସନ୍ତାନସନ୍ତତିମାନେ ଯଦି ଏହାଦ୍ବାରା ଉଦ୍ବୁଦ୍ଧ ହୋଇ ଆପଣା ମାତାପିତାଙ୍କ ପ୍ରତି ଅଧିକ ଆନୁଗତ୍ୟ ପ୍ରଦର୍ଶନ କରିବେ ଏବ˚ ସେମାନଙ୍କୁ ଅଧିକ ସେବା ଯତ୍ନ ଯୋଗାଇ ଦେବେ, ତେବେ ଅନ୍ତତଃ ମୋଦୀଙ୍କର ଏ ବିରୋଧାଭାସର କିଛି ହେଲେ ଉପଯୋଗିତା ରହିଛି ବୋଲି ବିଚାର କରାଯିବ।