ରୁପା ବୁଢ଼ିଆଣୀ

ବ୍ରିଟେନ୍‌ର ସର୍ବୋଚ୍ଚ ଅଦାଲତ ସୁପ୍ରିମକୋର୍ଟର ପ୍ରେସିଡେଣ୍ଟ୍‌ (ଭାରତର ମୁଖ୍ୟ ବିଚାରପତି ତୁଲ୍ୟ) ଲେଡି ବ୍ରେଣ୍ତା ହେଲ୍‌ ତାଙ୍କ ଗାଉନ୍‌ର ଡାହାଣ କାନ୍ଧର ଠିକ୍‌ ତଳେ ଏକ ଚିକ୍‌ ଚିକ୍‌ କରୁଥିବା ରୁପା ତାରକସି ପ୍ରସ୍ତୁତ ବୁଢ଼ିଆଣୀ ବ୍ରୁଚ୍‌ଟିଏ ପରିଧାନ କରି ସେପ୍ଟେମ୍ବର ୨୪ ତାରିଖ ଦିନ ବ୍ରିଟିସ ପାର୍ଲିଆମେଣ୍ଟକୁ ପାଞ୍ଚ ସପ୍ତାହ ପାଇଁ ସ୍ଥଗିତ ରଖିବା (ପ୍ରୋରୋଗେସନ୍‌) ପାଇଁ ବୋରିସ୍‌ ଜନ୍‌ସନ୍‌ ସରକାର ଜାରି କରିଥିବା ନିର୍ଦ୍ଦେଶକୁ ଯେତେବେଳେ ବେଆଇନ ଓ ଅସାମ୍ବିଧାନିକ କହି ଅକାମି କରି ଦେଲେ, ସେଠାରେ ହଠାତ୍‌ ଏକ ସମ୍ପୂର୍ଣ୍ଣ ନୂତନ କିସମର ପ୍ରତିିକ୍ରିୟା ଦେଖିବାକୁ ମିଳିଛି: ଅନ୍‌ ଲାଇନ୍‌ରେ ଲେଡି ହେଲ୍‌ ପିନ୍ଧିଥିବା ଭଳି ରୁପା ବୁଢ଼ିଆଣୀ ବ୍ରୁଚ୍‌ ଲକ୍ଷ ଲକ୍ଷ ସ˚ଖ୍ୟାରେ ବିକ୍ରି ହେବାରେ ଲାଗିଛି। ବ୍ରିଟେନ୍‌ରେ ଚାଲିଥିବା ‘ବ୍ରେକ୍‌ସିଟ୍‌’ ଲଢେ଼ଇରେ ଗୋଟିଏ ପକ୍ଷ- ‘ବ୍ରେକ୍‌ସିଟ୍‌’ ବିରୋଧୀମାନଙ୍କ ମଧୢରେ ଲେଡ଼ି ହେଲ୍‌ଙ୍କ ଦ୍ବାରା ଘୋଷିତ ସୁପ୍ରିମକୋର୍ଟର ସର୍ବସମ୍ମତ ରାୟ ପ୍ରତି ବ୍ୟାପକ ସମର୍ଥନ ପରିପ୍ରକାଶର ଏକ ମାଧୢମରେ ପରିଣତ ହୋଇଛି ରୁପା ବୁଢ଼ିଆଣୀ ପ୍ରତି ଚାହିଦାରେ ଏପରି ବିସ୍ଫୋରଣ।

ବ୍ରିଟିସ୍‌ ସୁପ୍ରିମକୋର୍ଟର ରାୟ ପ୍ରକାଶ ପରେ ଏଠାରେ ଭାରତରେ ମଧୢ କେତେକ ମହଲରେ ଯେଉଁଭଳି ଉଚ୍ଚାଟ ଦେଖାଯାଇଛି, ତାହା ଦେଖି ମନେ ହେଉଛି, ସେମାନଙ୍କ ମଧୢରୁ କେତେକ ମଧୢ ରୁପା ବୁଢ଼ିଆଣୀ କିଣି ନିଜ ପୋଷାକରେ ବୋଧହୁଏ ଲଗାଇବା ଆରମ୍ଭ କରି ଦେଇଥିବେ। ବ୍ରିଟେନ୍‌ର ସମ୍ପୂର୍ଣ୍ଣ ବିଶୃଙ୍ଖଳିତ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଅକ୍ଟୋବର ୩୧ ତାରିଖ ଦିନ ‘ଇଉରୋପିଆନ୍‌ ୟୁନିଅନ’ ସହିତ ବ୍ରିଟେନର ସମସ୍ତ ସମ୍ପର୍କ ଆଦୌ ଆଗପଛ ବିଚାର ନ କରି ଛେଦନ କରି ଦେବାକୁ ଚାହାନ୍ତି, ଯାହାକୁ ତାଙ୍କର କଠୋରପନ୍ଥୀ ଜାଠ ଦଳ ସଦସ୍ୟମାନେ ଦୃଢ଼ ଭାବରେ ସମର୍ଥନ କରୁଛନ୍ତି। ବର୍ତ୍ତମାନର ପାର୍ଲିଆମେଣ୍ଟର ଅଧିକା˚ଶ ସା˚ସଦମାନେ କିନ୍ତୁ ଏଭଳି ଅପରିଣାମଦର୍ଶୀ ପଦକ୍ଷେପ ନ ନେଇ ଇଉରୋପିଆନ୍‌ ୟୁନିଅନ୍‌ କର୍ତ୍ତୃପକ୍ଷଙ୍କ ସହିତ ଏକ ଉଭୟ ପକ୍ଷକୁ ସୁହାଇବା ଭଳି ରାଜିନାମାରେ ପହଞ୍ଚିବା ପାଇଁ ଆଉ ଅଧିକ ସମୟ ଆଲୋଚନା କରିବାକୁ ପସନ୍ଦ କରୁଛନ୍ତି।

କାଳେ ପାର୍ଲିଆମେଣ୍ଟରେ ଏହା ସପକ୍ଷରେ ଏକ ପ୍ରସ୍ତାବ ଗୃହୀତ ହୋଇଯିବ, ତାହା ଆଶଙ୍କା କରି ପ୍ରଧାନମନ୍ତ୍ରୀ ଜନ୍‌ସନ୍‌ ଅଗଷ୍ଟ ୨୮ ତାରିଖରେ ପାଞ୍ଚ ସପ୍ତାହ ପାଇଁ ଅର୍ଥାତ୍‌ ଅକ୍ଟୋବର ୧୪ ତାରିଖ ପର୍ଯ୍ୟନ୍ତ ପାର୍ଲିଆମେଣ୍ଟ ସ୍ଥଗିତ ରଖିବା ପାଇଁ ପ୍ରସ୍ତାବରେ ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କର ଔପଚାରିକ ସ୍ବୀକୃତି ହାସଲ କରି ନେଲେ। ସୁପ୍ରିମକୋର୍ଟ ଏବେ ବୋରିସ୍‌ ଜନ୍‌ସନ୍‌ଙ୍କର ସେହି ଉଦ୍ୟମକୁ ପଣ୍ତ କରି ଦେବା ପରେ ପାର୍ଲିଆମେଣ୍ଟରେ ପୁଣି ଅଧିବେଶନ ଆରମ୍ଭ ହୋଇଯାଇଛି। ସେଠାରେ ଆଲୋଚନାର ପରିଣତି କ’ଣ ହେବ, ତାହା ଅକ୍ଟୋବର ୩୧ ସୁଦ୍ଧା ଜଣାପଡ଼ିଯିବ।

ବ୍ରିଟିସ୍‌ ସୁପ୍ରିମକୋର୍ଟର ଏହି ରାୟ ଭାରତରେ ଯେଉଁ ଗୋଷ୍ଠୀ ମଧୢରେ ଏକ ତୀବ୍ର ଉଚ୍ଚାଟ ସୃଷ୍ଟି କରିଛି, ସେମାନେ ହେଲେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର କଶ୍ମୀର ପ୍ରତି ଲାଗୁ ହୋଇ ଆସୁଥିବା ସମ୍ବିଧାନର ଧାରା-୩୭୦କୁ ଅକାମି କରିବା ପାଇଁ ନେଇଥିବା ପଦକ୍ଷେପକୁ ବିରୋଧ କରୁଥିବା ତଥାକଥିତ ଧର୍ମନିରପେକ୍ଷତାବାଦୀ ଉଦାରପନ୍ଥୀମାନେ। ଏଠାରେ ଉଲ୍ଲେଖଯୋଗ୍ୟ, ପ୍ରଥମେ ଇ˚ଲାଣ୍ତର ହାଇକୋର୍ଟ ଏହାକୁ ଏକ ରାଜନୈତିକ ପ୍ରସଙ୍ଗ ବୋଲି କହି ଏହା ନ୍ୟାୟାଳୟର କ୍ଷମତା ବହିର୍ଭୂତ ପ୍ରସଙ୍ଗ ବୋଲି ରାୟ ଦେବା ପରେ ସ୍କଟ୍‌ଲାଣ୍ତର ସର୍ବୋଚ୍ଚ କୋର୍ଟ କିନ୍ତୁ ଏହାର ବିଚାର କରି ବୋରିସ୍‌ ଜନ୍‌ସନ୍‌ଙ୍କ ସରକାରର କାର୍ଯ୍ୟକୁ ଅବୈଧ ଘୋଷଣା କରିଥିଲା। ତା’ପରେ ମାମଲାଟି ସୁପ୍ରିମ୍‌କୋର୍ଟକୁ ଯିବା ପରେ ସେଠାରେ ପୂର୍ବରୁ କୁହାଯାଇଥିବା ଭଳି ଇ˚ଲାଣ୍ତ ହାଇକୋର୍ଟର ରାୟକୁ ଖାରଜ କରାଯାଇ ସ୍କଟ୍‌ଲାଣ୍ତର କୋର୍ଟ ଦେଇଥିବା ରାୟକୁ ଆହୁରି ବଳିଷ୍ଠ କରି କାଏମ୍‌ ରଖାଗଲା।

ଭାରତର ଉପରୋକ୍ତ ପର୍ଯ୍ୟବେକ୍ଷକମାନଙ୍କ ମତରେ ଯାହା ତାତ୍ପର୍ଯ୍ୟପୂର୍ଣ୍ଣ, ତାହା ହେଲା, ଏ ସମଗ୍ର ନ୍ୟାୟିକ ପ୍ରକ୍ରିୟା ମାତ୍ର ୨୭ ଦିନ ମଧୢରେ ସମାପ୍ତ ହୋଇଥିଲା। ସେମାନେ ବୋରିସ୍‌ ଜନ୍‌ସନ୍‌ ସରକାର ଦ୍ବାରା କରାଯାଇଥିବା ବ୍ରିଟିସ୍‌ ପାର୍ଲିଆମେଣ୍ଟର ସ୍ଥଗନକୁ ଭାରତରେ କରାଯାଇଥିବା ଧାରା-୩୭୦ର ପରିବର୍ତ୍ତନ ସହିତ ତୁଳନା କରୁଛନ୍ତି। ଏଠାରେ ଧାରା-୩୭୦ ଏବ˚ ୩୫-ଏର ବସ୍ତୁତଃ ଉଚ୍ଛେଦର ସାମ୍ବିଧାନିକତାକୁ ପ୍ରଶ୍ନ କରି ସୁପ୍ରିମ୍‌କୋର୍ଟରେ ମାମଲାମାନ ଆଗତ ହେବାର ପ୍ରାୟ ଦୁଇମାସ ବିତିବାକୁ ବସିଥିବା ବେଳେ ଭାରତର ସୁପ୍ରିମକୋର୍ଟ ଏପର୍ଯ୍ୟନ୍ତ ତାହାର ଫଇସଲା କରି ନ ଥିବାରୁ, ଏହା ଭାରତୀୟ ନ୍ୟାୟ ବ୍ୟବସ୍ଥାର ଲଜ୍ଜାଜନକ ଅପାରଗତାର ଏକ ପ୍ରମାଣ ବୋଲି ସମାଲୋଚକମାନେ ଚିତ୍କାର କରୁଛନ୍ତି। ସେମାନେ ପୁଣି କଶ୍ମୀରରେ ବଳବତ୍ତର ଥିବା ବିଭିନ୍ନ ନିୟନ୍ତ୍ରଣମାନ ପ୍ରତି ଦୃଷ୍ଟି ଆକର୍ଷଣ କରି ଏହାକୁ ଏକ ମାନବାଧିକାର ଉଲ୍ଲ˚ଘନ ପ୍ରସଙ୍ଗରେ ପରିଣତ କରିବାକୁ ଚେଷ୍ଟା କରୁଛନ୍ତି।

ଏମାନେ ସୁବିଧାଜନକ ଭାବରେ ଭୁଲି ଯାଉଛନ୍ତି ଯେ ଭାରତ ହେଉଛି ଏକ ସାର୍ବଭୌମ ରାଷ୍ଟ୍ର ଏବ˚ କଶ୍ମୀର ହେଉଛି ଏହାର ଅନ୍ୟତମ ଅବିଚ୍ଛେଦ୍ୟ ଅଙ୍ଗ। ବିଚ୍ଛିନ୍ନତାବାଦ ଏବ˚ ଇସଲାମୀୟ ଆତଙ୍କବାଦ ଧାରା-୩୭୦ ଏବ˚ ୩୫-ଏକୁ ଢାଲ ଭାବରେ ବ୍ୟବହାର କରି ବିଗତ ଦଶନ୍ଧିମାନଙ୍କରେ ଏଠାରେ ସମ୍ପୂର୍ଣ୍ଣ ଅରାଜକତା ବିସ୍ତାର କରି ଚାଲିଛନ୍ତି। ରାଷ୍ଟ୍ରର ପ୍ରଥମ ଦାୟିତ୍ବ ହେଉଛି ଅରାଜକତାର ମୂଳୋତ୍ପାଟନ କରିବା। ଅରାଜକତା ଦୂର କରିବା ପାଇଁ ଯଦି କଶ୍ମୀରରେ ସ୍ବାଭାବିକ ଜୀବନଯାତ୍ରାକୁ ସାମୟିକ ଭାବରେ ନିୟନ୍ତ୍ରିତ କରାଯାଏ ତାହାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ରାଷ୍ଟ୍ରର ସାମଗ୍ରିକ ହିତସାଧନ। ଏହା ସରକାରଙ୍କ ପ୍ରତି ଯେତିକି ପ୍ରଯୁଜ୍ୟ, ନ୍ୟାୟପାଳିକା ପ୍ରତି ମଧୢ ସେତିକି ପ୍ରଯୁଜ୍ୟ। ସୁପ୍ରିମକୋର୍ଟ ମଧୢ ମାମଲାର ବିଚାର ପାଇଁ ଏକ ସାମ୍ବିଧାନିକ ବେଞ୍ଚ ଗଠନ କରିଛନ୍ତି।

ଏମିତିରେ ବ୍ରିଟିସ୍‌ ନ୍ୟାୟପାଳିକାର ବେଗକୁ ଭାରତୀୟ ନ୍ୟାୟପାଳିକାର ବେଗ ସହିତ ତୁଳନା କରିବା ମଧୢ ଅଯୌକ୍ତିକ। ଭାରତର ଜନସ˚ଖ୍ୟା ହେଉଛି ବ୍ରିଟେନ୍‌ର ଜନସ˚ଖ୍ୟାର ପ୍ରାୟ ୨୦ ଗୁଣ। ଆଉ ବିଜୟମାଲ୍ୟାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବା ପାଇଁ ମାମଲା କିପରି ବର୍ଷ ବର୍ଷ ଧରି ବ୍ରିଟିସ୍‌ ନ୍ୟାୟପାଳିକାରେ ପଡ଼ିରହିଛି, ସେଥିରୁ ସେ ଦେଶର ନ୍ୟାୟପାଳିକାର ବେଗ ସମ୍ବନ୍ଧରେ ଆମର ବେଶ୍‌ ଏକ ଧାରଣା ହୋଇଥାଏ। ଯେଉଁମାନେ ବ୍ରିଟେନ୍‌ର କାର୍ଯ୍ୟ ସ˚ସ୍କୃତିର ଏପରି ପ୍ରଶ˚ସା କରିବାରେ ଶତମୁଖ, ସେମାନେ ଦେଖିଥିବେ ସୁପ୍ରିମକୋର୍ଟର ରାୟ ପ୍ରକାଶ ପରେ ବୋରିସ୍‌ ଜନ୍‌ସନ୍‌ ଏବ˚ ତାଙ୍କର ସମର୍ଥକମାନେ ସେ ରାୟ ଏବ˚ ବିଚାରପତିମାନଙ୍କର କିପରି ଭର୍ତ୍ସନା କରିବାରେ ଲାଗିଛନ୍ତି। ଏ ରାୟକୁ ସେମାନେ ସମ୍ପୂର୍ଣ୍ଣ ରୂପେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ (ବ୍ରେକ୍‌ସିଟ ଭଣ୍ତୁର କରିବା ପାଇଁ) ବୋଲି ପାର୍ଲିଆମେଣ୍ଟରେ ମଧୢ କହୁଛନ୍ତି। ରୁପା ବୁଢ଼ିଆଣୀ ପିନ୍ଧିଥିବା ମନ୍ତବ୍ୟକାରମାନେ କୁହନ୍ତୁ, ଭାରତରେ ନ୍ୟାୟପାଳିକା ଏହାଠାରୁ ଅଧିକ ସମ୍ମାନଜନକ ସ୍ଥାନ ଅଧିକାର କରିଥାଏ, ନା ନାହିଁ?

ସମ୍ବନ୍ଧିତ ଖବର