ଲିଙ୍ଗଗତ ସାମ୍ୟର ଅନେକ ସମର୍ଥକ ମନେ କରନ୍ତି ଯେ ପରିଶେଷରେ ଲିଙ୍ଗଗତ ବୈଷମ୍ୟ କେବଳ ଗୋଟିଏ ସ୍ଥାନରେ ପରିଦୃଶ୍ୟ ହୋଇପାରେ- ତାହା ହେଉଛି ଶୌଚାଳୟ। କାରଣ ପୁରୁଷ ଓ ମହିଳାଙ୍କ ଲାଗି ଅଲଗା ଅଲଗା ଶୌଚାଳୟ ରହିବା ଅବଧାରିତ ବୋଲି ଅନ୍ତତଃ ବର୍ତ୍ତମାନ ଲାଗୁଛି। କିନ୍ତୁ ଅନ୍ୟ କୌଣସି କ୍ଷେତ୍ରରେ ବି ଲିଙ୍ଗଗତ ଭେଦଭାବ ରହିବ ନାହିଁ। ସୁତରା˚, ଏ ଭଳି ଏକ ସ୍ଥିତିରେ ଯେତେବେଳେ କିଛି ଇ˚ରେଜୀ ଗଣମାଧୢମରେ ଅଭିଜିତ ବାନାର୍ଜୀ,ଏସ୍ଥର ଡଫ୍ଲୋ ଏବ˚ ମାଇକେଲ କ୍ରେମର ଅର୍ଥନୀତିରେ ନୋବେଲ ପୁରସ୍କାର ଜିଣିଛନ୍ତି ବୋଲି ସମ୍ବାଦର ଶୀର୍ଷକରେ ଲେଖିଲେ- ‘ଭାରତୀୟ-ଆମେରିକୀୟ ଏମ୍ଆଇଟି ପ୍ରଫେସର ଅଭିଜିତ ବାନାର୍ଜୀ ଏବ˚ ପତ୍ନୀ ଅର୍ଥନୀତିରେ ନୋବେଲ ପାଇଲେ’, ସେତେବେଳେ ସାମାଜିକ ଗଣମାଧୢମରେ ପ୍ରତିକ୍ରିୟାର ଝଡ଼ ସୃଷ୍ଟି ହେଲା। ପ୍ରତିକ୍ରିୟାକାରୀମାନେ କହିଲେ ଯେ ଏହା ଦ୍ବାରା ଅଭିଜିତଙ୍କ ପତ୍ନୀ ଏସ୍ଥରଙ୍କ ଗରିମାକୁ କ୍ଷୁଣ୍ଣ କରାଯାଇଛି। କାରଣ ଏସ୍ଥର ଅଭିଜିତଙ୍କ ପତ୍ନୀ ଭାବେ ନୁହେଁ, ବର˚ ନିଜର କାର୍ଯ୍ୟ, ପ୍ରତିଭା, ଦକ୍ଷତା ଓ ସାମର୍ଥ୍ୟ ଦ୍ବାରା ସେ ତାଙ୍କ କ୍ଷେତ୍ରରେ ସ୍ବନାମଧନ୍ୟ। ତେଣୁ ଏଭଳି ଲିଙ୍ଗଗତ ବୈଷମ୍ୟ ଆଦୌ ସ୍ପୃହଣୀୟ ନୁହେଁ। ବିଭିନ୍ନ ପରିସ˚ଖ୍ୟାନ ମଧୢ ଏହା ପ୍ରମାଣିତ କଲାଣି ଯେ ଭାରତର ସହରଗୁଡ଼ିକରେ ଲିଙ୍ଗଗତ ବିଭେଦ କ୍ଷୀଣରୁ କ୍ଷୀଣତର ହୋଇଚାଲିଛି। ପ୍ରାୟ ୮୦ ପ୍ରତିଶତ ସହରୀ ଭାରତୀୟ ବିଚାର କରନ୍ତି ଯେ ଏବେ ବିଭିନ୍ନ କ୍ଷେତ୍ରରେ ମହିଳାମାନେ ପୁରୁଷଙ୍କ ସମକକ୍ଷ ହେଲେଣି। ତେବେ ଏବେ ଏ ଘଟଣାରେ ଗୋଟିଏ କୌତୂହଳପ୍ରଦ ମୋଡ଼ ଦେଖାଦେଇଛି। ଗୋଟିଏ ଇ˚ରେଜୀ ସମ୍ବାଦପତ୍ର ସହିତ ଏସ୍ଥର ଡଫ୍ଲୋଙ୍କ ସାକ୍ଷାତକାର ବେଳେ ଏ ବାବଦରେ ପଚରାଯାଇ ଏ ସ˚ପର୍କରେ ତାଙ୍କର ମତ କ’ଣ ବୋଲି ପଚରାଯିବାରୁ ଏହାର ଉତ୍ତରରେ ଡଫ୍ଲୋ କହିଛନ୍ତି ଯେ ନୋବେଲ ପୁରସ୍କାର ଘୋଷଣା ପରେ ତାଙ୍କ ନିଜ ଦେଶ ଫ୍ରାନ୍ସର ସମ୍ବାଦପତ୍ରରେ ପ୍ରକାଶିତ ଏହି ଖବରର ଶୀର୍ଷକ ଥିଲା ‘ଏସ୍ଥର ଡଫ୍ଲୋ ଏବ˚ ଆଉ ଦୁଇ ଜଣଙ୍କୁ ଅର୍ଥନୀତିରେ ନୋବେଲ ପୁରସ୍କାର। ଏ ଦୁଇ ଜଣଙ୍କ ଭିତରୁ ଜଣେ ତାଙ୍କ ସ୍ବାମୀ’।
Sambad is now on WhatsApp
Join and get latest news updates delivered to you via WhatsApp
ଏହା ଦ୍ବାରା ଏସ୍ଥର ଯାହା କହିବାକୁ ଚାହିଁଥିଲେ, ତାହା ହେଉଛି ତୁମେମାନେ କ’ଣ କହିବାକୁ ଚାହଁ ଯେ ଫ୍ରାନ୍ସର ସମାଜରେ ଲିଙ୍ଗଗତ ବୈଷମ୍ୟ ରହିଛି ଏବ˚ ତାହା ପୁରୁଷ ବିରୋଧୀ?