ପକୁଡ଼ି ବିକାଳି

ଭୂତପୂର୍ବ ଆମେରିକୀୟ ରାଷ୍ଟ୍ରପତି ଜନ୍‌ ଏଫ୍‌ କେନେଡି ତାଙ୍କ ପିତାଙ୍କ ଦ୍ବାରା ପ୍ରଦତ୍ତ ଯେଉଁ ଉପଦେଶ ସ˚ପର୍କରେ ବରାବର କହୁଥିଲେ, ତାହା ଥିଲା ଏହିପରି: ‘ଘାସ କାଟ କି ଘୋଡ଼ା ଚଢ଼, ପୃଥିବୀର ଶ୍ରେଷ୍ଠ ହୁଅ।’ ଏହି ଉକ୍ତିରେ ରହିଥିବା ଇଙ୍ଗିତଟି ଦ୍ବିମୁଖୀ- ଗୋଟିଏ ହେଲା କୌଣସି କାର୍ଯ୍ୟ ଇତର ନୁହେଁ ଏବ˚ ଦ୍ବିତୀୟଟି ହେଲା କାର୍ଯ୍ୟରେ ପାରଦର୍ଶିତା ବା ଦକ୍ଷତା ପ୍ରଦର୍ଶନ କରିବା ହେଉଛି ସର୍ବାଧିକ ଗୁରୁତ୍ବପୂର୍ଣ୍ଣ। କ’ଣ କରୁଛ ନୁହେଁ, କିଭଳି କରୁଛ, ତାହା ମହତ୍ତ୍ବ ରଖେ। ଆଜିକୁ ପ୍ରାୟ ଶହେ ବର୍ଷରୁ ଅଧିକ କାଳ ତଳେ ଯୁକ୍ତରାଷ୍ଟ୍ର ଆମେରିକାର ଅନ୍ୟତମ ସର୍ବପ୍ରସିଦ୍ଧ ଖାନଦାନର କର୍ତ୍ତା ଯୋସେଫ୍‌ ପି କେନେଡି ସିନିଅରଙ୍କ ମୁଖନିସୃତ ଏ ଉକ୍ତି ଏବେ ସ୍ମରଣକୁ ଆସିବାର କାରଣ ଆମ ଦେଶରେ ବେକାରି ସମସ୍ୟା ସବୁଠାରୁ ଉତ୍କଟ ସ୍ତରରେ ପହଞ୍ଚିଥିବା ବେଳେ ଚାକିରି ଆଶାୟୀ ଏକ ଅତ୍ୟନ୍ତ ବିଶାଳ ବର୍ଗର ନିଯୁକ୍ତି-ଯୋଗ୍ୟତାକୁ ନେଇ ଉଠୁଥିବା ପ୍ରଶ୍ନ ଓ ପ୍ରକଟ କରାଯାଉଥିବା ସନ୍ଦେହ।

ସରକାରୀ ପରିସ˚ଖ୍ୟାନରୁ ଜଣାପଡେ଼ ଯେ ବର୍ତ୍ତମାନ ଆମ ଦେଶରେ ବେକାରଙ୍କ ସ˚ଖ୍ୟା ୬.୧%, ଯାହା ବିଗତ ୪୫ ବର୍ଷରେ ସର୍ବାଧିକ। ଏହା ସହରରେ ୭.୩% ଓ ଗ୍ରାମାଞ୍ଚଳରେ ୫.୭ %। ପ୍ରତି ବର୍ଷ ପ୍ରାୟ ୧୨ ନିୟୁତ ଶିକ୍ଷିତ, ପ୍ରଶିକ୍ଷିତ ଏବ˚ ତାଲିମପ୍ରାପ୍ତ ଯୁବକଯୁବତୀ ଜୀବିକା ଅର୍ଜନ ଲାଗି ଉଦ୍ୟତ ବିଶାଳ ବାହିନୀରେ ଯୋଗ ଦେଉଥିବାରୁ ଆଗକୁ ଏ ସମସ୍ୟା ଆହୁରି ଉତ୍କଟ ହେବ ବୋଲି ଆଶଙ୍କା ପ୍ରକାଶ ପାଉଛି। ଏଭଳି ଏକ ସ୍ଥିତିର ଚାକ୍ଷୁଷ ପ୍ରମାଣ ବି ମିଳୁଛି ଯେତେବେଳେ ହାତଗଣତି ଅଳ୍ପ କିଛି ନିମ୍ନ ସୋପାନର ସରକାରୀ ଚାକିରିର ବିଜ୍ଞପ୍ତି ପ୍ରକାଶ ପାଇବା ମାତ୍ରକେ ଲକ୍ଷ ଲକ୍ଷ ସ˚ଖ୍ୟାରେ ଅତ୍ୟୁଚ୍ଚ ଡିଗ୍ରିଧାରୀ ଯୁବକଯୁବତୀଙ୍କ ଆବେଦନର ସୁନାମି ସୃଷ୍ଟି ହେଉଛି। ଚାକିରି ପ୍ରାର୍ଥୀଙ୍କ ସଂଖ୍ୟଶଧିକ୍ୟ ହେତୁ କତେକ ସ୍ଥାନରେ ଏଭଳି ପରୀକ୍ଷାର ଆୟୋଜନ କ୍ରୀଡ଼ା ଷ୍ଟାଡିିଅମରେ କରାଯାଉଛି। ତେବେ, ନିକଟରେ ଗଣମାଧୢମକୁ ଦେଇଥିବା ଏକ ସାକ୍ଷାତକାରରେ ଚଳିତ ବର୍ଷ ଅର୍ଥନୀତିରେ ନୋବେଲ ପୁରସ୍କାର ଲାଭ କରିଥିବା ଅଭିଜିତ ବାନାର୍ଜୀ କହିଛନ୍ତି ଯେ ସଦ୍ୟତମ ପରିସ˚ଖ୍ୟାନ ଅନୁସାରେ ୩୨ ବର୍ଷ ବୟସ ବେଳକୁ ଆମ ଦେଶରେ ବେକାରି ସ˚ଖ୍ୟା ମାତ୍ର ୨-୩%। ଏହାର ଅର୍ଥ ସେ କହିଥିଲେ ଯେ ସେହି ବୟସରେ ପହଞ୍ଚିଲା ବେଳକୁ ଭାରତୀୟମାନେ କୌଣସି ନା କୌଣସି କାମ କରି କିଛି ନା କିଛି ଉପାର୍ଜନ କରୁଛନ୍ତି।

ତାହା ହେଲେ ଏକ ନିମ୍ନ ସୋପାନର ସରକାରୀ ଚାକିରି ଲାଗି ଏଭଳି ବ୍ୟାକୁଳତା କାହିଁକି? ଏହି ପ୍ରଶ୍ନ ହିଁ ନିଯୁକ୍ତିକୁ ନେଇ ଥିବା ପ୍ରକୃତ ପ୍ରସଙ୍ଗକୁ ଉନ୍ମୋଚନ କରେ। ତାହା ହେଲା, ହୁଏତ ଆବେଦନ କରୁଥିବା ଲକ୍ଷ ଲକ୍ଷ ଚାକିରି ପ୍ରାର୍ଥୀଙ୍କ ଭିତରୁ ସମସ୍ତେ ବେକାର ନୁହନ୍ତି (କୌଣସି ନା କୌଣସି ଭାବେ ନିଯୁକ୍ତ ବା ଆତ୍ମନିଯୁକ୍ତ), କିନ୍ତୁ ସେମାନେ ନିଶ୍ଚିତ ଭାବେ ‘ନ୍ୟୂନ-ନିଯୁକ୍ତି’ର ଶିକାର। ଅଧିକା˚ଶ ସ୍ଥଳେ ହୁଏ’ତ, ଅର୍ଥ ଓ ସମ୍ମାନ ଦୃଷ୍ଟିରୁ, ଶିକ୍ଷାଗତ ଯୋଗ୍ୟତାର ସମତୁଲ ପେସା ସେମାନେ ପାଇ ନାହାନ୍ତି। ତେବେ, ଏପରି କାହିଁକି? ଏହାର ଉତ୍ତର ମିଳେ ‘ଆସ୍ପାୟାରି˚ ମାଇଣ୍ତ୍‌ସ’ ପକ୍ଷରୁ ପ୍ରକାଶିତ ‘ଆନୁଆଲ ଏମ୍ପ୍ଲଏବିଲିଟି ସର୍ଭେ-୨୦୧୯’ର ତଥ୍ୟରୁ। ତାହା ଅନୁସାରେ ଭାରତର ଇ˚ଜିନିଅରି˚ କଲେଜଗୁଡ଼ିକରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀଙ୍କ ମଧୢରୁ ୮୦% ନିଯୁକ୍ତି-ଯୋଗ୍ୟ ନୁହନ୍ତି ଏବ˚ ବର୍ତ୍ତମାନ ପ୍ରଯୁକ୍ତି କ୍ଷେତ୍ରରେ ବିଶେଷ ଚାହିଦା ସୃଷ୍ଟି କରିଥିବା ‘ଆର୍ଟିଫିସିଆଲ୍‌ ଇନ୍‌ଟେଲିଜେନ୍‌ସ’(କୃତ୍ରିମ ବୁଦ୍ଧିମତ୍ତା) ଭଳି ଅତ୍ୟାଧୁନିକ ଜ୍ଞାନ-କ୍ଷେତ୍ରରେ ମାତ୍ର ୨.୫%ଙ୍କ କିଛିଟା ପ୍ରବେଶ ଅଛି। ସେହିଭଳି ମହାବିଦ୍ୟାଳୟ ବା ବିଶ୍ବବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେଉଥିବା ଡିଗ୍ରିଧାରୀଙ୍କ ଭିତରୁ ମାତ୍ର ୨୩%ଙ୍କ ଠାରେ ଉଚ୍ଚ ସ୍ତରୀୟ ଗବେଷଣା ବା ମଧୢମ ସ୍ତରୀୟ ଚାକିରି ଲାଗି ଯୋଗ୍ୟତା ଅଛି। ଏହା ହିଁ କାରଣ ଯେଉଁଥି ଲାଗି ଶିକ୍ଷିତ ଯୁବକଯୁବତୀମାନେ ଲାଭ କରିଥିବା ଶିକ୍ଷା ବା ପ୍ରଶିକ୍ଷଣର ପରିଧି ବାହାରେ ଅତ୍ୟନ୍ତ ସ୍ବଳ୍ପ ବେତନରେ କାର୍ଯ୍ୟ ଅନ୍ବେଷଣ କରୁଛନ୍ତି ବା କାର୍ଯ୍ୟ କରୁଛନ୍ତି। ତେଣୁ ପ୍ରକୃତରେ ନିଯୁକ୍ତିହୀନତା ନୁହେଁ ନ୍ୟୂନ-ନିଯୁକ୍ତି ହିଁ ହେଉଛି ପ୍ରକୃତ ସମସ୍ୟା, ଯାହାର ସମାଧାନ ରହିଛି ଦକ୍ଷତା ବିକାଶରେ।

ଅଭିଜିତ ବାନାର୍ଜୀଙ୍କ ଯେଉଁ ଉତ୍ତର ବିଷୟରେ ପୂର୍ବରୁ କୁହାଯାଇଛି, ସେହି ଉତ୍ତରର ପରବର୍ତ୍ତୀ ପ୍ରଶ୍ନ ଥିଲା-ତା ଅର୍ଥ କ’ଣ ପକୁଡ଼ି ବିକ୍ରି କରିବା? ସମ୍ଭବତଃ ଅଭିଜିତ ବାନାର୍ଜୀଙ୍କ ‘କିଛି ନା କିଛି ରୋଜଗାର କରୁଛନ୍ତି’ର ପ୍ରତିକ୍ରିୟାରେ ପ୍ରଶ୍ନକର୍ତ୍ତା ପକୁଡ଼ି ବିକ୍ରି ପ୍ରସଙ୍ଗ ଉଠାଇଥିଲେ। ଏଠାରେ ଏହା ମଧୢ ସ୍ମରଣ ଯୋଗ୍ୟ ଯେ କ୍ରମବର୍ଦ୍ଧମାନ ବେକାରି ପ୍ରସଙ୍ଗରେ ଏକ ମନ୍ତବ୍ୟ ଦେବାକୁ ଯାଇ ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପକୁଡ଼ି ବିକ୍ରିକୁ ରୋଜଗାରର ଏକ ମାଧୢମ ବୋଲି କହି ବିତର୍କର ଏକ ବିରାଟ ଝଡ଼ର ସୂତ୍ରପାତ କରିଥିଲେ। ତେବେ, ସେ ଯାହାହେଉ, ଉତ୍ତରରେ ଅଭିଜିତ କହିଥିଲେ- ‘ପକୁଡ଼ି ବିକ୍ରି କରିବା କିଛି ଖରାପ କଥା ନୁହେଁ। ମାତ୍ର ଅଧିକ ସ˚ଖ୍ୟାରେ ପକୁଡ଼ି ବିକାଳି ଗୋଟିଏ ସ୍ଥାନରେ ଜମିଲେ ପକୁଡ଼ିର ଦର କମିଯାଇପାରେ।’ କିନ୍ତୁ, ଭାରତର ବିଶାଳ ବଜାରରେ ପକୁଡ଼ିର ଚାହିଦା ହ୍ରାସ ପାଇବ ନା ନାହିଁ, ତାହା ଯେତିକି ଗୁରୁତ୍ବପୂର୍ଣ୍ଣ, ତା ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ହେଉଛି ପକୁଡ଼ି ପ୍ରସ୍ତୁତି ଓ ବିକ୍ରିରେ ଅନବଦ୍ୟ ଦକ୍ଷତା ପ୍ରଦର୍ଶନ କରି ସମ୍ମାନ ଓ ରୋଜଗାରର ଉଚ୍ଚତର ସୋପାନକୁ ସ୍ପର୍ଶ କରିହେବ ନା ନାହିଁ?

ଏହା ଅବଶ୍ୟ ସତ ଯେ ଆମ ସମାଜରେ ଶିକ୍ଷା ସହିତ ନିଯୁକ୍ତିକୁ ଏବ˚ କାର୍ଯ୍ୟର କିସମ ସହିତ ସମ୍ମାନର ସ୍ତରକୁ ଯେମିତି ଯୋଡ଼ା ଯାଇଥାଏ, ସେହି ବିବେଚନାରେ ପକୁଡ଼ି ବିକ୍ରିକୁ ‘ସମ୍ମାନଜନକ’ ପେସା ବୋଲି ହୁଏତ ଅନେକ ରାଜି ହୋଇ ନ ପାରନ୍ତି। କିନ୍ତୁ ଯୋସେଫ୍‌ କେନେଡିଙ୍କ ମନ୍ତବ୍ୟକୁ ବିଚାରକୁ ନେଲେ କାର୍ଯ୍ୟର କିସମ ନୁହେଁ, କାର୍ଯ୍ୟ ସ˚ପାଦନର ଦକ୍ଷତା ଯେ ଗୁରୁତ୍ବପୂର୍ଣ୍ଣ ତାହା ସ୍ବୀକାର କରିବାକୁ ପଡେ଼। ସେ ପରିପ୍ରେକ୍ଷୀରେ ଉଚ୍ଚ ଦକ୍ଷତା ହାସଲ ଏବ˚ ପାର˚ପରିକ ଭାବେ ପ୍ରାପ୍ତ ଶିକ୍ଷାରେ ମୂଲ୍ୟ ଯୁକ୍ତ କରିବା ସର୍ବାଧିକ ପ୍ରାସଙ୍ଗିକ ହୋଇପଡେ଼। ଇ˚ଜିନିଅରି˚ ପାସ୍‌ କରିଥିବା ଛାତ୍ରଛାତ୍ରୀ ‘କୃତ୍ରିମ ବୁଦ୍ଧିମତ୍ତା’ ବା ସେହିଭଳି ଯୁଗୋପଯୋଗୀ ଅତ୍ୟାଧୁନିକ କ୍ଷେତ୍ରର ଜ୍ଞାନ ହାସଲ କରି ନିଜକୁ ମୂଲ୍ୟଯୁକ୍ତ କରିବା ଯେମିତି ଆବଶ୍ୟକ, ପାଣି ପାଇପ୍‌ ମରାମତି କରୁଥିବା ଜଣେ ମିସ୍ତ୍ରି ନିଜ କାରବାରକୁ ବୃଦ୍ଧି କରିବା ଲାଗି ଉପଯୋଗୀ ‘ଆପ୍‌’ର ବ୍ୟବହାର କରି ଜାଣିବା ମଧୢ ସେତିକି ଜରୁରୀ। କାରଣ କାର୍ଯ୍ୟର କିସମ ନୁହେଁ, ପାରଦର୍ଶିତା ଉଭୟ ରୋଜଗାର ଏବ˚ ସମ୍ମାନ ଲାଗି ବାଟ ଫିଟାଏ।

୧୯୪୧ରେ କୋଲକାତାରେ ଗୋଟିଏ ଛୋଟ ମିଠା ଦୋକାନରୁ ଆଜିର ‘ହଳଦୀରାମ’ ବ୍ରାଣ୍ତରେ ପହଞ୍ଚିବା ପର୍ଯ୍ୟନ୍ତ ଯେଉଁ ଯାତ୍ରା, ତହିଁରେ ଦକ୍ଷତାର ଔଜ୍ଜ୍ବଲ୍ୟ ହିଁ ଏକମାତ୍ର ଆଲୋକ ବର୍ତ୍ତିକା। ଏବ˚ କେବଳ ‘ହଳଦୀରାମ’ ନୁହେଁ, ଦେଶର ସବୁ ଅଞ୍ଚଳରେ ଏଭଳି ଅନବଦ୍ୟ ସଫଳ ଯାତ୍ରାର ସ୍ଥାନୀୟ କାହାଣୀମାନ ରହିଛି। ସେହି ବିଚାରରେ ଦକ୍ଷ ପକୁଡ଼ି ବିକାଳି ହେବାରେ ବୋଧହୁଏ କୌଣସି କ୍ଷତି ନାହିଁ।

ସମ୍ବନ୍ଧିତ ଖବର