ନାଗରିକତ୍ବ ସ˚ଶୋଧନ ଆଇନ ପ୍ରଣୀତ ହେବା ପରେ ଦେଶର ବିଭିନ୍ନ ଅଞ୍ଚଳରେ ଦେଖା ଦେଇଥିବା ହି˚ସାକାଣ୍ତମାନଙ୍କୁ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇପାରେ: ବୋଧୢ ଓ ଅବୋଧୢ। ଆସାମ ସମେତ ଉତ୍ତର ପୂର୍ବାଞ୍ଚଳର କେତେକ ରାଜ୍ୟରେ ଘଟିଥିବା ବିରୋଧ ଓ ହି˚ସା ବୋଧୢ ଶ୍ରେଣୀର ହୋଇଥିବା ବେଳେ, ଦିଲ୍ଲୀ, ଆଲିଗଡ଼ ଓ ପଶ୍ଚିମବଙ୍ଗ ଆଦି ଅଞ୍ଚଳରେ ଯେଉଁ ପ୍ରବଳ ବିରୋଧ ଓ ହି˚ସାକାଣ୍ତମାନ ଦେଖିବାକୁ ମିଳିଛି, ତାହା ହେଉଛି ଅବୋଧୢ ଶ୍ରେଣୀର।
ଉତ୍ତରପୂର୍ବାଞ୍ଚଳରେ ପ୍ରକାଶିତ ବିରୋଧକୁ ବୁଝିବା ସହଜ, କାରଣ ଏହା ଏକ କଠୋର ନିୟମକୁ ଅନୁସରଣ କରିଥାଏ: ଗୃହ ମାଲିକର ଦାନା ପାଣି ଛଡ଼ାଇ ନେବାକୁ ବସିଥିବା କୌଣସି ଅତିଥିଙ୍କୁ ଗୃହମାଲିକ ବରଦାସ୍ତ କରିବେ ନାହିଁ। ଅତିଥିଙ୍କର ଧର୍ମ ଯାହା ହୋଇଥାଉ ନା କାହିଁକି। ଜାତୀୟ ନାଗରିକ ପଞ୍ଜିକା ବା ‘ଏନ୍ଆର୍ସି’ ପ୍ରସ୍ତୁତ ହେବା ପରେ ପ୍ରାୟ ୧୯ ଲକ୍ଷ ବା˚ଲାଦେଶୀ ଅନୁପ୍ରବେଶକାରୀ ସେଠାରେ ନାଗରିକତ୍ବ ପାଇବାରୁ ବଞ୍ଚିତ ହେବା ପରେ ଆସାମର ମୂଳବାସିନ୍ଦାମାନେ ଏକ ପ୍ରକାର ଆଶ୍ବସ୍ତ ହୋଇଥିଲେ ଯେ ଏହି ବଞ୍ଚିତମାନେ ଆଉ ଅସମୀୟାମାନଙ୍କର ଦାନାପାଣି, ରାଜନୈତିକ କ୍ଷମତା, ଭାଷା, ସ˚ସ୍କୃତି ଆଦିରେ ଭାଗ ବସାଇ ପାରିବେ ନାହିଁ। ବର୍ତ୍ତମାନ କିନ୍ତୁ ନୂତନ ନାଗରିକ ସ˚ଶୋଧନ ଆଇନ (ସିଏଏ) ବଳବତ୍ତର ହେବା ପରେ ଏହି ବାଦ୍ ପଡ଼ିଥିବା ଅନୁପ୍ରବେଶକାରୀମାନଙ୍କ ମଧୢରୁ ପ୍ରାୟ ପାଞ୍ଚଲକ୍ଷ ହିନ୍ଦୁ ଆସାମର ବିଧିବଦ୍ଧ ନାଗରିକରେ ପରିଣତ ହେବେ ବୋଲି ଯେତେବେଳେ ଅନୁମାନ ପ୍ରକାଶ ପାଇଲା, ସେଠାରେ ସୁପ୍ତ ଆଞ୍ଚଳିକତାବାଦ ପୁଣି ଜାଗି ଉଠିଛି। ଠିକ୍ ଏଇ ଭଳି ଉଗ୍ର ଆଞ୍ଚଳିକତାବାଦ ୧୯୮୦ ଦଶକର ପ୍ରଥମାର୍ଦ୍ଧରେ କିପରି ‘ଉଲ୍ଫା’ ଆନ୍ଦୋଳନ ଭଳି ହି˚ସାତ୍ମକ ଆନ୍ଦୋଳନର ସୂତ୍ରପାତ କରିଥିଲା, ତାହା କେହି ଭୁଲି ନାହାନ୍ତି। ନାଗାଲାଣ୍ତ ମେଘାଳୟ ଆଦିରେ ‘ସିଏଏ’ ପ୍ରତି ହେଉଥିବା ବିରୋଧ ମଧୢ ଏଇଭଳି ଆଞ୍ଚଳିକତାବାଦ ଉପରେ ପ୍ରତିଷ୍ଠିତ।
ଉତ୍ତରପୂର୍ବାଞ୍ଚଳରେ ‘ସିଏଏ’ ପ୍ରତି ଯେଉଁମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି, ସେମାନେ ଅନ୍ତତଃ ଗଣତନ୍ତ୍ର ବା ଧର୍ମନିରପେକ୍ଷତାର ରକ୍ଷା କରିବାକୁ ଏପରି କରୁଛନ୍ତି ବୋଲି ଶଠତାପୂର୍ଣ୍ଣ ଦାବି କରୁନାହାନ୍ତି। ଏଣୁ ‘ସିଏଏ’ ପ୍ରଣୟନ ପ୍ରତି ସେମାନଙ୍କର ବିରୋଧ ବୁଝିବା କଷ୍ଟକର ନୁହେଁ। ଯାହା କିନ୍ତୁ ଅବୋଧୢ, ତାହା ହେଉଛି ଦିଲ୍ଲୀ ବା ପଶ୍ଚିମବଙ୍ଗ ଆଦି ରାଜ୍ୟମାନଙ୍କରେ ଆୟୋଜନ କରାଯାଇଥିବା ବିରୋଧ, ଭଙ୍ଗାରୁଜା, ପୋଡ଼ାଜଳା ପ୍ରଭୃତି ହି˚ସାକାଣ୍ତମାନ। କ˚ଗ୍ରେସ ବା ତୃଣମୂଳ କ˚ଗ୍ରେସ ଭଳି ଯେଉଁ ରାଜନୈତିକ ଦଳମାନେ ଏଠାରେ ‘ସିଏଏ’ ପ୍ରତି ବିରୋଧକୁ ନେତୃତ୍ବ ଦେଉଛନ୍ତି, ସେମାନେ ଆସାମ ଭଳି ଅନୁପ୍ରବେଶକୁ ବିରୋଧ କରୁନାହାନ୍ତି, ସେମାନେ ଅନୁପ୍ରବେଶକାରୀଙ୍କୁ ନାଗରିକତ୍ବ ପ୍ରଦାନରେ ବାଛବିଚାରକୁ ବିରୋଧ କରୁଛନ୍ତି।
ଏଠାରେ ଉଲ୍ଲେଖ ଆବଶ୍ୟକ ଯେ ସେମାନେ ବିରୋଧ କରୁଥିବା ‘ସିଏଏ’ କେନ୍ଦ୍ର ସରକାରଙ୍କର କୌଣସି ରାତିଅଧିଆ ଘୋଷଣା କିମ୍ବା ଅଧୢାଦେଶ ନୁହେଁ। ଭାରତ ପରି ଏକ ଗଣତନ୍ତ୍ରରେ ନିର୍ବାଚିତ ସରକାରମାନେ ଯେଉଁ ବିଧି ବ୍ୟବସ୍ଥା ଅନୁସରଣ କରି କୌଣସି ଆଇନ ପ୍ରଣୟନ କରିଥାନ୍ତି, କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ରୂପେ ତାହା ପାଳନ କରି ‘ସିଏଏ’ ପ୍ରଣୟନ କରାଇଛନ୍ତି। ସ˚ସଦର ଉଭୟ ଗୃହରେ ବିପୁଳ ସ˚ଖ୍ୟାଗରିଷ୍ଠ ସମର୍ଥନ ଲାଭ କରି ବିଲ୍ଟି ପାରିତ ହୋଇଥିଲା। ପୁଣି ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ରାଜ୍ୟସଭାରେ ଶାସକ ଦଳ ବା ଗୋଷ୍ଠୀର ସ˚ଖ୍ୟାଗରିଷ୍ଠତା ନ ଥିବା ସତ୍ତ୍ବେ ସେଠାରେ ମଧୢ ବିଲ୍ଟି ବେଶ୍ ସ˚ଖ୍ୟାଗରିଷ୍ଠ ସମର୍ଥନ ହାସଲ କରିଥିଲା; ଯାହାର ଅର୍ଥ କେତେକ ବିରୋଧୀ ଦଳ ମଧୢ ବିଲ୍ ପ୍ରତି ଅନୁକୂଳ ମତ ପୋଷଣ କରିଛନ୍ତି।
ଏହା ବାଦ୍, ବିଲ୍ର ବିଷୟବସ୍ତୁ ବା ପ୍ରସ୍ତାବ ମଧୢ କାହାପାଇଁ ଅଜଣା ବା ଅପ୍ରତ୍ୟାଶିତ ନ ଥିଲା। କ୍ଷମତାସୀନ ଦଳ ଭାରତୀୟ ଜନତା ପାର୍ଟି ଯେଉଁ ନିର୍ବାଚନୀ ଇସ୍ତାହାର ଭିତ୍ତିରେ ଗତ ନିର୍ବାଚନରେ ବିଶାଳ ଜନସମର୍ଥନ ହାସଲ କରି ନିରଙ୍କୁଶ ବିଜୟ ଲାଭ କରିଛି, ‘ସିଏଏ’ ତା’ର ଅ˚ଶ ବିଶେଷ ଥିଲା। ତେଣୁ ‘ସିଏଏ’ ପ୍ରଣୟନ ପ୍ରକ୍ରିୟାରେ କୌଣସି ବିଧିଗତ ତ୍ରୁଟି ନାହିଁ କିମ୍ବା ଏହାକୁ ପ୍ରଣୟନ କରି କେନ୍ଦ୍ର ସରକାର କୌଣସି ରାଜନୈତିକ ଶଠତା ଆଚରଣ କରିନାହାନ୍ତି। ତଥାପି ଯଦି ଏହାର ବିରୋଧୀମାନେ ଏହାକୁ ଗ୍ରହଣ କରି ପାରୁନାହାନ୍ତି, ସେମାନଙ୍କ ପାଇଁ ଏହାର ମୁକାବିଲା ନିମିତ୍ତ ଦୁଇଟି ବିଧିବଦ୍ଧ ବାଟ ଖୋଲା ରହିଛି: ଗୋଟିଏ, ଅଦାଲତର ଦ୍ବାରସ୍ଥ ହେବା; ଅନ୍ୟଟି, ଆସନ୍ତା ନିର୍ବାଚନକୁ ଅପେକ୍ଷା କରିବା। ସେମାନେ ତାହା ନ କରି ଦେଶ ଭିତରେ ହି˚ସାକାଣ୍ତ ଭିଆଇ, ସାର୍ବଜନୀନ ସମ୍ପତ୍ତି ଧ୍ବ˚ସ କରି, ଜୀବନଯାତ୍ରାକୁ ଅଚଳ କରି ଦେବାକୁ ଚେଷ୍ଟା ଚଳାଇଛନ୍ତି।
ଯେଉଁମାନେ ଏହି ହି˚ସାକାଣ୍ତ ଘଟାଉଛନ୍ତି ଏବ˚ ଯେଉଁ ଦଳମାନେ ସେମାନଙ୍କୁ ନେତୃତ୍ବ ଦେଉଛନ୍ତି, ସେମାନେ ଏ ପ୍ରଶ୍ନର ଉତ୍ତର ଦେବା ଉଚିତ: ଭାରତର କେଉଁ ନାଗରିକର ସ୍ବାର୍ଥ ରକ୍ଷା ପାଇଁ ସେମାନେ ଭାରତୀୟ କରଦାତା-ନାଗରିକମାନଙ୍କର ସମ୍ପତ୍ତି ଧ୍ବ˚ସ କରୁଛନ୍ତି, ଏବ˚ ସେମାନଙ୍କ ଜୀବିକାର୍ଜନରେ ବାଧା ସୃଷ୍ଟି କରୁଛନ୍ତି? ଏହା ସମସ୍ତଙ୍କୁ ଜଣା ଯେ ‘ସିଏଏ’ ଦ୍ବାରା ବର୍ତ୍ତମାନ କିମ୍ବା ଭବିଷ୍ୟତରେ କୌଣସି ଭାରତୀୟ ନାଗରିକ କ୍ଷତିଗ୍ରସ୍ତ ହେବେ ନାହିଁ। ତେବେ କେଉଁ କ୍ଷତିଗ୍ରସ୍ତଙ୍କର ପକ୍ଷ ନେଇ ଏଠାରେ କିଛି ଲୋକ ଓ ଗୋଷ୍ଠୀ ‘ସିଏଏ’ର ବିରୋଧ କରୁଛନ୍ତି ଏବ˚ ବିରୋଧର ଅ˚ଶ ସ୍ବରୂପ ହି˚ସାକାଣ୍ତ ରଚନା କରୁଛନ୍ତି?
ଏକ ସ୍ବାଭାବିକ ସନ୍ଦେହ ଉପୁଜିଥାଏ ଯେ ଯେଉଁ ଅନୁପ୍ରବେଶକାରୀମାନେ ‘ସିଏଏ’ ଦ୍ବାରା ଭାରତର ନାଗରିକତ୍ବ ହାସଲ କରିବା ଉଦ୍ୟମରେ ବିଫଳ ହେବାକୁ ଯାଉଛନ୍ତି, ସେଇମାନେ ଆଉ ଭାରତ ଭିତରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରୁ ନାହାନ୍ତି ତ? ଏହା ଘରେ ଆଶ୍ରୟ ନେବାକୁ ପଶି ଆସିଥିବା ଆଶ୍ରୟପ୍ରାର୍ଥୀର ଘର ଦଖଲ କରିବା ଉଦ୍ଦେଶ୍ୟ ପଣ୍ତ ହେବା ପରେ ସେ ଘରେ ନିଆଁ ଲଗାଇ ଦେବା ଭଳି କାର୍ଯ୍ୟ। ଏମାନଙ୍କ ପ୍ରତି ସମର୍ଥନ ତେଣୁ ସମ୍ପୂର୍ଣ୍ଣ ଅବୋଧୢ।
ବୋଧ୍ୟ ଅବୋଧ୍ୟ
/sambad/media/post_attachments/wp-content/uploads/2019/07/sampadakiya-logo-ff-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)