ସଂଘାତ କାଳର ବଣିକ!

ଜାମ୍ମୁ କାଶ୍ବୀରର ପୁଲିସ ବାହିନୀର ଦକ୍ଷତା ବିଷୟରେ କହିବାକୁ ଯାଇ ନିମ୍ନ ଘଟଣାର ଅବତାରଣା କରାଯାଇଥାଏ। ଯଦି ତାହା ସତ ହୋଇଥାଏ, ତେବେ ତାହା ଏହିଭଳି: ଜଣେ ସନ୍ଦିଗ୍‌ଧ ଆତଙ୍କବାଦୀକୁ ଗିରଫ କରାଯିବା ପରେ ତାକୁ କୋଲକାତାର ଜେଲ୍‌ରେ ରଖାଗଲା। ତେବେ, ଏ ବ୍ୟାପାରରେ ଯାହା ଲୁକ୍କାୟିତ ଥିଲା, ତାହା ହେଉଛି ସେ ପ୍ରକୃତରେ ଥିଲା ଜାମ୍ମୁ ଓ କାଶ୍ମୀର ପୁଲିସ ବିଭାଗର ଜଣେ କର୍ମଚାରୀ। ସୁତରା˚, ଏ ଗିରଫଦାରି ଥିଲା ଏକ ସୁପରିକଳ୍ପିତ ଯୋଜନା। ଅବଲୀଳା କ୍ରମେ ଏହି ବ୍ୟକ୍ତି ଜରିଆରେ ଜାମ୍ମୁ ଓ କାଶ୍ମୀର ପୁଲିସ ପାକିସ୍ତାନୀ ଆତଙ୍କବାଦୀ ସ˚ଗଠନ ଜୈସ-ଇ-ମହମ୍ମଦ ବା ‘ଜେଇଏମ୍‌’ ଭିତରେ ସନ୍ତର୍ପଣରେ ପ୍ରବେଶ କରିଗଲା ଏବ˚ ଦଳର ସଦସ୍ୟମାନଙ୍କ ମୋବାଇଲ୍‌ ଫୋନ୍‌ରେ କୌଶଳ କ୍ରମେ ୨୨ଟି ଭାରତୀୟ ସିମ୍‌ କାର୍ଡ‌୍‌ ଲଗାଇ ଦିଆଯାଇପାରିଲା। ଏହା ପଛର ଉଦ୍ଦେଶ୍ୟଟି ଥିଲା ଏହି ସିମ୍‌ କାର୍ଡ‌୍‌ଗୁଡ଼ିକର ‘ଟ୍ରାକି˚’ କରାଯାଇ ‘ଜେଇଏମ୍‌’ର ସନ୍ତ୍ରାସବାଦୀ କାର୍ଯ୍ୟକଳାପର ସୂଚନା ଆଗତୁରା ହାସଲ କରିପାରିବା।

ଏଠାରେ ଏଭଳି ଏକ ଦୃଷ୍ଟାନ୍ତ ଦେବା ପଛରେ ରହିଛି ଦୁଇଟି କାରଣ। ଗୋଟିଏ ହେଲା, ଭାରତୀୟ ପୁଲିସ ବାହିନୀ ଭିତରେ ଜାମ୍ମୁ ଓ କାଶ୍ମୀର ପୁଲିସ କିଭଳି ଉଚ୍ଚକୋଟୀର ଦକ୍ଷତାର ଅଧିକାରୀ ହୋଇସାରିଛି, ତାର ଏକ ପ୍ରମାଣ ରଖିବା। (ଯଦିଓ ଭାରତୀୟ ସେନାବାହିନୀ ସହିତ ତାଳ ମିଳାଇ ଆତଙ୍କବାଦ ନିପାତ କାର୍ଯ୍ୟରେ ଜାମ୍ମୁ କାଶ୍ମୀର ପୁଲିସ ତାର ଦକ୍ଷତାର ଅ‌େନକ ପ୍ରମାଣ ଦେଇ ସାରିଛି।) ଏବ˚ ଦ୍ବିତୀୟଟି ହେଉଛି ସେହି ପରିପ୍ରେକ୍ଷୀରେ ଗଲା ୧୨ ତାରିଖରେ ଆତଙ୍କବାଦୀଙ୍କ ସହିତ ସ˚ପୃକ୍ତି କାରଣରୁ ଜାମ୍ମୁ ଓ କାଶ୍ମୀରର ଜଣେ ଅତ୍ୟନ୍ତ ଦକ୍ଷ ପୁଲିସ ଅଧିକାରୀ ଭାବେ ପରିଚିତ ଦେବୀନ୍ଦର ସି˚ହ (ଡିଏସ୍‌ପି)ଙ୍କ ଗିରଫଦାରି ଯେଉଁ ପ୍ରଶ୍ନ ସବୁ ଉଜାଗର କରିଛି, ତାର ଉତ୍ତର ଖୋଜିବାର ପ୍ରୟାସ କରିବା।

ସ˚କ୍ଷେପରେ ଘଟଣାର ପୃଷ୍ଠଭୂମି ହେଉଛି ଯେ ନିଜ ଗାଡ଼ିରେ ‘ହିଜବୁଲ ମୁଜାହିଦ୍ଦିନ’ର ଦୁଇ ଜଣ ଆତଙ୍କବାଦୀଙ୍କୁ ନେଇ ଯାଉଥିବା ବେଳେ ଦେବୀନ୍ଦର ସି˚ହଙ୍କୁ ଗିରଫ କରାଗଲା। ବର୍ତ୍ତମାନ ଅଧିକ ଅନୁସନ୍ଧାନ ଲାଗି ତାଙ୍କୁ ‘ନେସନାଲ ଇନ୍‌ଭେଷ୍ଟିଗେଟିଂ ଏଜେନ୍‌ସି’ ବା ‘ଏନ୍‌ଆଇଏ’ର ହେପାଜତରେ ରଖାଯାଇଛି। ଏ ପରିପ୍ରେକ୍ଷୀରେ ପ୍ରଶ୍ନ ଉଠୁଛି ଯେ କେଉଁ କାରଣରୁ ଦେବୀନ୍ଦରଙ୍କ ଭଳି ଜଣେ ତଥାକଥିତ ଦକ୍ଷ ଅଧିକାରୀ ଆତଙ୍କବାଦୀଙ୍କ ସହିତ ସ˚ପୃକ୍ତ ହୋଇପଡ଼ିଲେ? ଏହାର ଉତ୍ତର ବୋଧହୁଏ କିଛିଟା ଏହିଭଳି।

ଇତିହାସ ସାକ୍ଷୀ ଯେ ପ୍ରତ୍ୟେକ ସ˚ଘାତମୟ ପରିସ୍ଥିତି ସମୟରେ ସୃଷ୍ଟି ହେଉଥିବା ସନ୍ଦେହ, ସ˚ଶୟ ଓ ଜଟିଳ ଘଟଣାକ୍ରମର ପରିପ୍ରେକ୍ଷୀରେ ଏହାର ସୁଯୋଗ ନେଇ ଏକ ବଣିକ ଗୋଷ୍ଠୀ ମୁଣ୍ତ ଟେକନ୍ତି, ଯେଉଁମାନେ ଅଧିକୃତ ଭାବେ ପ୍ରାପ୍ତ କ୍ଷମତାର ବ୍ୟବହାର କରି ଶତ୍ରୁ ପକ୍ଷର କ୍ଷତି ତ କରନ୍ତି, ଏଣେ କିନ୍ତୁ ଦରକାର ପଡ଼ିଲେ ସେମାନଙ୍କୁ ଦୟା ବା ସହଯୋଗ କରିବାର ଲୋଭ ପ୍ରଦର୍ଶନ କରାଇ ସେମାନଙ୍କ ଠାରୁ ପ୍ରଚୁର ଅର୍ଥ ଉପାର୍ଜନ କରନ୍ତି। ଏଠାରେ ସ୍ମରଣ ଯୋଗ୍ୟ ଯେ ମୁମ୍ବାଇ ‘ଅଣ୍ତର ଵାର୍ଲଡ୍‌’କୁ ମୂଳପୋଛ କରିବା ଉଦ୍ଦେଶ୍ୟରେ ନିୟୋଜିତ ପୁଲିସ ବାହିନୀର ସବୁଠାରୁ ଯଶସ୍ବୀ ଅଧିକାରୀ ଦୟା ନାୟକ ଘଟଣାକ୍ରମରେ ହୋଇଯାଇଥିଲେ ‘ଅଣ୍ତର ଵାର୍ଲଡ ଗ୍ୟାଙ୍ଗ୍‌’ର ଭଡ଼ାଟିଆ ହତ୍ୟାକାରୀ। ଗୋଟିଏ ଗ୍ୟାଙ୍ଗ୍‌ ଠାରୁ ପ୍ରଭୂତ ଅର୍ଥ ନେଇ ସେ ଅନ୍ୟ ଗ୍ୟାଙ୍ଗ୍‌ର ସଦସ୍ୟମାନଙ୍କୁ ନିପାତ କରିବାରେ ଲାଗିଥିଲେ, ଯାହା ଜଣେ ପୁଲିସ ଅଧିକାରୀ ଭାବେ ତାଙ୍କ ସୁନାମ ବର୍ଦ୍ଧନ କରିବାରେ ଲାଗିଥିଲା। ସେ ହୋଇଯାଇଥିଲେ ସ˚ଘାତ ସମୟର ଜଣେ ବଣିକ। ଦେବୀନ୍ଦର ସି˚ହ ମଧୢ ତାଙ୍କ ଭଳି ଜଣେ କି?

ସଲମାନ ଖାଁଙ୍କ ଚଳଚ୍ଚିତ୍ର ‘ଦବଙ୍ଗ’ ଦେଖିଥିବା ଅନେକ ଦର୍ଶକ ଦେବୀନ୍ଦର ସି˚ହଙ୍କ ପାଖରେ ଚଳଚ୍ଚିତ୍ରର ନାୟକ ଚୁଲବୁଲ ପାଣ୍ତେଙ୍କ ଝଲକ ଦେଖିବାକୁ ପାଇପାରନ୍ତି। ଆତଙ୍କବାଦୀଙ୍କୁ ନିପାତ କରି ଗଲା ବର୍ଷ ରାଜ୍ୟ ସରକାରଙ୍କ ଠାରୁ ସାହସିକତା ଲାଗି ମେଡାଲ ଜିଣିଥିବା ଦେବୀନ୍ଦରଙ୍କ ସହିତ ଆଉ ଯାହା ସର୍ବଦା ଯୋଡ଼ି ହୋଇ ରହୁଥିଲା, ତାହା ହେଉଛି ଦୁର୍ନୀତି, ବଟି ଆଦାୟ, ଅପହରଣ ଓ ଅକାରଣେ ଟ୍ରିଗର ଦବାଇବାର ପ୍ରବଣତା ଭଳି ଦୁର୍ନାମ। ଏପରି କି ଜବତ ହୋଇ ରହିଥିବା ବିପୁଳ ପରିମାଣର ନିଷିଦ୍ଧ ‘ହେରୋଇନ୍‌’କୁ ବିକ୍ରି କରି ଦେଇଥିବାର ଆରୋପ ମଧୢ ତାଙ୍କ ବିରୋଧରେ ରହିଛି। ତେବେ ଆତଙ୍କବାଦୀ ନିପାତ ଭଳି ବିଶେଷ ଅଭିଯାନରେ ତାଙ୍କର ସଫଳତା ତାଙ୍କୁ ଉଚ୍ଚ ସ୍ତରୀୟ ଅଧିକାରୀମାନଙ୍କ ବିଶ୍ବାସ ଓ ପ୍ରିୟଭାଜନ କରିଥିଲା। ଏବ˚ ଏହାର ସୁଯୋଗ ନେଇ ପ୍ରଚୁର ଅର୍ଥ ବିନିମୟରେ ଆତଙ୍କବାଦୀମାନଙ୍କୁ ସାହାଯ୍ୟ ଯୋଗାଇ ସେ ବୋଧହୁଏ ସ˚ଘାତ ସମୟର ଜଣେ ବଣିକରେ ପରିଣତ ହୋଇଯାଇଥିଲେ!

କିନ୍ତୁ, ଯଥେଷ୍ଟ ସମ୍ଭାବନା ଅଛି ଯେ ଭାରତର ସବୁଠାରୁ ଦକ୍ଷ ପୁଲିସ ବାହିନୀରେ ସେ ଏକ ମାତ୍ର ‘କଳା ମେଣ୍ଢା’ ହୋଇ ନ ପାରନ୍ତି। ଏହାର ଗୋଟିଏ କାରଣ ହେଉଛି ଭାରତର ସ˚ସଦ ଭବନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଏକ ମୁଖ୍ୟ ଷଡ୍‌ଯନ୍ତ୍ରକାରୀ ଭାବେ ଫାଶୀ ପାଇଥିବା ଅଫଜଲ ଗୁରୁ ୨୦୦୪ ମସିହାରେ ନିଜ ଓକିଲ ପାଖକୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲା ଯେ ଦେବୀନ୍ଦର ସି˚ହଙ୍କ ପ୍ରବଳ ଚାପ ହେତୁ ସେ ‘ଲସ୍କର-ଏ-ତୋଏବା’ ବା ‘ଏଲ୍‌ଇଟି’ର ଆତଙ୍କବାଦୀମାନଙ୍କୁ ନେଇ ଯାଇଥିଲା ଓ ସେଠାରେ ସେମାନଙ୍କର ରହିବାର ବ୍ୟବସ୍ଥା କରିବାକୁ ବାଧୢ ହୋଇଥିଲା। କିନ୍ତୁ ବିସ୍ମୟକର କଥା ହେଲା, ସେଇ ସମୟରେ ଦେବୀନ୍ଦରଙ୍କ ସ˚ପୃକ୍ତିର ଆରୋପ ଉପରେ କୌଣସି ଅନୁସନ୍ଧାନ କରାଗଲା ନାହିଁ। ଏହାର କାରଣ କ’ଣ ହୋଇପାରେ? ଗୋଟିଏ କାରଣ ଏହା ହୋଇପାରେ ଯେ ପୁଲିସ ବିଭାଗରେ ଦେବୀନ୍ଦରଙ୍କୁ ସୁରକ୍ଷା ଦେବା ଲାଗି ଉଚ୍ଚ ସ୍ତରରେ କେହି ଥାଇ ପାରନ୍ତି। ଏହାକୁ ସତ ସାବ୍ୟସ୍ତ କଲଶ ଭଳି ସଦ୍ୟ ପ୍ରାପ୍ତ ତଥ୍ୟରୁ ଜଣାପଡ଼ିଲାଣି ଯେ ପଚରାଉଚୁରା ବେଳେ କୁଆଡ଼େ ଦେବୀନ୍ଦର ଜଣେ ଉଚ୍ଚ ପୁଲିସ ଅଧିକାରୀଙ୍କୁ ତାଙ୍କର ‘ବସ୍‌’ ବୋଲି ଅଭିହିତ କରିଛନ୍ତି। ଇତିହାସ ମଧୢ କହିଥାଏ ଯେ ସ˚ଘାତମୟ ସମୟର ସୁଯୋଗ ନେଇ କ୍ଷମତାଧାରୀଙ୍କ ମଧୢରୁ ଅନେକ ବ୍ୟକ୍ତି ଧୁରନ୍ଧର ବଣିକରେ ପରିଣତ ହୋଇଯାଆନ୍ତି। ଏଭଳି ବଣିକମାନଙ୍କୁ ସେମାନଙ୍କ କାରବାର ଚଳାଇବାର ସୁଯୋଗ ନ ଦେବା ହେଉଛି ଆଜିକା ସମୟର ସବୁଠାରୁ ବଡ଼ ଆହ୍ବାନ।

ସମ୍ବନ୍ଧିତ ଖବର