ସାମୁରାଇ ଯୋଦ୍ଧା

ସପ୍ତଦଶ ଶତାବ୍ଦୀର ପ୍ରସିଦ୍ଧ ସାମୁରାଇ ଯୋଦ୍ଧା-ସନ୍ନ୍ୟାସୀ ତଥା ସମର କଳା ଆଧାରିତ ପୁସ୍ତକ ‘ବୁକ୍‌ ଅଫ୍‌ ଫାଇଭ୍‌ ରିଙ୍ଗ୍‌ସ’(ଇ˚ରେଜୀ ଅନୁବାଦ)ର ରଚୟିତା ମିୟାମୋଟୋ ମୁକାସି ଠାଏ କହିଥିଲେ ଯେ ଜଣେ ସାମୁରାଇ ଯୋଦ୍ଧା ଖଡ୍‌ଗର ଉତ୍ତର କେବଳ ଆଉ ଗୋଟିଏ ଖଡ୍‌ଗରେ ଦେଇଥାଏ। ଯୁଦ୍ଧ-ଅସ୍ତ୍ର ଉପରେ ବିଶେଷ ଗବେଷଣା କରିଥିବା ବିଦ୍ବାନମାନେ ମତ ରଖି ଥାଆନ୍ତି ଯେ ପ୍ରାଚୀନ କାଳରୁ ଗ୍ରୀସ୍‌ ବା ରୋମର ଯୋଦ୍ଧାମାନଙ୍କ ଦ୍ବାରା ବ୍ୟବହୃତ ଖଡ୍‌ଗ ଓ ଢାଲର ତାଳମେଳକୁ ଗ୍ରହଣ କରି ନ ଥିବା ସାମୁରାଇ ଯୋଦ୍ଧାମାନେ ସେମାନଙ୍କ ଯୁଦ୍ଧରେ ଆକ୍ରମଣକୁ ହିଁ ମୂଳ ଆଧାର ଭାବେ ବିବେଚନା କରିଥାଆନ୍ତି। ସ˚ପ୍ରତି ଭାରତୀୟ ରାଜନୈତିକ-ସାମାଜିକ ଜୀବନରେ ଅଧିକରୁ ଅଧିକ ସ˚ଖ୍ୟାରେ ଦେଖିବାକୁ ମିଳୁଥିବା ତୀବ୍ର ଆକ୍ରମଣାତ୍ମକ ଭାବ ସାମୁରାଇ ସମର କଳା ପଛରେ ନିହିତ ଥିବା ଦର୍ଶନକୁ ମନେ ପକାଇଦିଏ। ସେହି ଆଧାରରେ ଏହା କହିବା ବୋଧହୁଏ ଅତିଶୟୋକ୍ତି ହୋଇ ନ ପାରେ ଯେ ଭାରତୀୟ ରାଜନୈତିକ-ସାମାଜିକ ଜୀବନରେ ‘ବାକ୍‌-ସାମୁରାଇ’ ଏବ˚ ‘ଟ୍ବିଟ୍ଟର‌୍‌ ସାମୁରାଇ’ମାନଙ୍କ ସ˚ଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇ ଏକ ତୀବ୍ର ସ˚ଘାତମୂଳକ ସ୍ଥିତି ସୃଷ୍ଟି କଲାଣି। ଗଲା ମଙ୍ଗଳବାର ଦିନ ଏକ ‘ଇଣ୍ତିଗୋ’ ବିମାନରେ ଯାତ୍ରା କରୁଥିବା ଦୁଇ ସହଯାତ୍ରୀଙ୍କୁ ନେଇ ଯେଉଁ ଭିଡିଓଟି ଭାଇରାଲ ହୋଇ ଘମାଘୋଟ ଚର୍ଚ୍ଚାର କାରଣ ପାଲଟିଛି, ତହିଁରୁ ଉପର ବର୍ଣ୍ଣିତ ଧାରଣାଟି ପରିପୁଷ୍ଟ ହେଉଛି ମାତ୍ର। ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠୁଛି ଯେ ସ˚ଘାତ ସମୟରେ ଆମ ଭଳି ଭାରତୀୟମାନେ କ୍ରମେ ସାମୁରାଇ ଯୋଦ୍ଧାମାନଙ୍କ ଭଳି ଯୁଦ୍ଧାସ୍ତ୍ର ପ୍ରୟୋଗରେ ଏକ ବିକଳ୍ପହୀନତା ଆଡ଼କୁ ଗତି କରୁଛନ୍ତି କି? ଏହା ହିଁ ପ୍ରଣିଧାନଯୋଗ୍ୟ।

ତେବେ ଆଲୋଚନା ପୂର୍ବରୁ ଘଟଣାର ପୃଷ୍ଠଭୂମି ଉପରେ କିଞ୍ଚିତ ଦୃଷ୍ଟିପାତ କରାଯାଇପାରେ। ସ˚ଶିତ ଭିଡିଓରେ ‘ରିପବ୍ଲିକ୍‌ ଟେଲିଭିଜନ’ ଚ୍ୟାନେଲର ମୁଖ୍ୟ ଏବ˚ ପ୍ରସିଦ୍ଧ ଆଙ୍କୋର‌୍‌ ଅର୍ଣ୍ଣବ ଗୋସ୍ବାମୀଙ୍କୁ କୁନାଳ କାମ୍ରା ନାମକ ଜଣେ ତରୁଣ ହାସ୍ୟାଭିନେତା(ଷ୍ଟାଣ୍ତ ଅପ୍‌ କମେଡିଆନ୍‌) ବଡ଼ ପାଟିରେ ଲଗାତାର ଛିଗୁଲେଇ ଅପମାନଜର୍ଜର କରି ଚାଲିଥିବା ଦେଖିବାକୁ ମିଳିଥିଲା। ତେବେ, ରିପବ୍ଲିକ୍‌ ଚ୍ୟାନେଲରେ ଯେଉଁ ରୂପ ପରିଗ୍ରହଣ କରି ସାଧାରଣତଃ ଅର୍ଣ୍ଣବ ଗୋସ୍ବାମୀ ଅବତୀର୍ଣ୍ଣ ହୋଇଥାଆନ୍ତି, ଆମୋଦଦାୟକ ଭାବେ ସେହି ସମୟରେ ଥିଲେ ତାର ସ˚ପୂର୍ଣ୍ଣ ବିପରୀତ; କୁନାଳ କାମ୍ରାଙ୍କ ମନ୍ତବ୍ୟରେ କୌଣସି ପ୍ରତିକ୍ରିୟା ପ୍ରଦର୍ଶନ ନ କରି ଅର୍ଣ୍ଣବ ତାଙ୍କ କ˚ପ୍ୟୁଟରରେ ବ୍ୟସ୍ତ ରହିଥିବା ଦେଖିବାକୁ ମିଳିଥିଲା।

ତେବେ, ଏହା ସ୍ବୀକାର କରିବାକୁ ହେବ ଯେ ଟେଲିଭିଜନ ସାମ୍ବାଦିକତା କ୍ଷେତ୍ରରେ ଅର୍ଣ୍ଣବ ଗୋସ୍ବାମୀ ଏଭଳି ଏକ ଆକ୍ରମଣାତ୍ମକ ସାମ୍ବାଦିକତାର ସୂତ୍ରଧର, ଯାହା ଅନେକ ସମୟରେ ସୀମା ଲ˚ଘନ କରିଥାଏ। କିନ୍ତୁ, ତାଙ୍କ ବ୍ରାଣ୍ତର ସାମ୍ବାଦିକତା ତାଙ୍କ ପଛରେ ସମାଲୋଚକଙ୍କ ଭଳି ସ୍ତାବକଙ୍କ ଭିଡ଼ ମଧୢ ଠୁଳ କରିପାରିଛି। ଏବ˚ ଏଠାରେ ଯାହା ସବୁଠାରୁ ବଡ଼ କଥା ତାହା ହେଲା, ସେ ଜଣେ ଅକୁଣ୍ଠ ଦକ୍ଷିଣ ପନ୍ଥୀ ଓ ଉଦାରବାଦୀମାନଙ୍କ ଦ୍ବାରା ‘ଗୋଦି ମିଡିଆ’(ସରକାରଙ୍କ କୋଳାଶ୍ରିତ ଗଣମାଧୢମ)ର ପ୍ରତୀକ ଭାବେ ଅପଖ୍ୟାତ। ସୁତରା˚, ତାଙ୍କର ଆକ୍ରମଣାତ୍ମକ ଏବ˚ ଅନେକ ସମୟରେ ପ୍ରତିପକ୍ଷକୁ ଅପମାନିତ କଲାଭଳି ମୁଦ୍ରା ଓ ମନୋଭାବକୁ ‘ଦକ୍ଷିଣପନ୍ଥୀ’ଙ୍କ ‘ଡିଏନ୍‌ଏ’ ସୁଲଭ ବୋଲି ଉଦାରପନ୍ଥୀମାନେ ଆ‌କ୍ଷେପ କରିଥାଆନ୍ତି। ଏହି ପରିପ୍ରେକ୍ଷୀରେ ‘ଇଣ୍ତିଗୋ’ ବିମାନରେ କୁନାଳ କାମ୍ରାଙ୍କ ଆଚରଣ ସଂପୂର୍ଣ୍ଣ ରୂପେ ଅର୍ଣ୍ଣବ-ଚରିତ୍ର ବହନ କରିଥିଲା ବୋଲି କୁହାଯାଇପାରେ। କିନ୍ତୁ ଯାହା ଉଲ୍ଲେଖନୀୟ, ତାହା ହେଲା ସେହି ସ୍ଥାନଟି ଏକ ଟିଭି ଷ୍ଟୁଡିଓ ନା ଥିଲା କି କାମ୍ରାଙ୍କ ଅଭିନୟ ପ୍ରଦର୍ଶନ ଲାଗି ଉଦ୍ଦିଷ୍ଟ ଏକ ମଞ୍ଚ ନ ଥିଲା। ସେହି ସ˚ଧୢାରେ କାମ୍ରା ଜଣେ ସହଯାତ୍ରୀଙ୍କୁ ଅକାରଣେ କେବଳ ଅପମାନିତ କରି ଚାଲିଥିଲେ ଯାହା। କେବଳ ସେତିକି ନୁହେଁ, କୁନାଳ ବା କୁନାଳଙ୍କ ସମର୍ଥକମାନେ ଅର୍ଣ୍ଣବଙ୍କୁ ଯେଉଁ ଭଳି ଆଚରଣ ଲାଗି ସାଧାରଣତଃ କଠୋର ସମାଲୋଚନା କରିଥାଆନ୍ତି, ଠିକ୍‌ ସେହିଭଳି ଆଚରଣ ହିଁ କୁନାଳଙ୍କ ଦ୍ବାରା ପ୍ରଦର୍ଶିତ ହୋଇଥିଲା। ଏହି ଘଟଣାର ମଳି ଚର୍ମ ତଳେ ରହି ଦୃଶ୍ୟମାନ ହେଉ ନ ଥିବା ବିଡ଼ମ୍ବନାଟି ହେଉଛି ତଥାକଥିତ ‘ଉଦାରପନ୍ଥୀ’ମାନଙ୍କ ଠାରେ ଦକ୍ଷିଣପନ୍ଥୀଙ୍କ ‘ମୌଳବାଦ ଡିଏନ୍‌ଏ’ର ଆବିର୍ଭାବ। ବୋଧହୁଏ, କୁନାଳ କାମ୍ରାଙ୍କ ଭଳି ଅନେକ ତଥାକଥିତ ଉଦାର ଚେତନାଧାରୀମାନେ ସେମାନଙ୍କ ଅଗୋଚରରେ ‘ଉଦାରଚେତା-ମୌଳବାଦୀ’ରେ ପରିଣତ ହୋଇ ସାରିଲେଣି। ସେମାନଙ୍କ ଭାବ, ଭାଷା ଏବ˚ ମୁଦ୍ରାରେ ଏଭଳି ରୂପାନ୍ତରଣ ଘଟୁଛି, ଯାହା ଘୋର ଉଦ୍‌ବେଗଜନକ। ସାମୁରାଇ ସମରକଳାରେ ଖଡ୍‌ଗର ବିକଳ୍ପହୀନତା ଯୋଗୁଁ ଯେମିତି ସର୍ବଦା ଏକ ସା˚ଘାତିକ ସ˚ଘାତ ଲାଗି ଭୂମି ପ୍ରସ୍ତୁତ ହୋଇଯାଇଥାଏ, ସେଇଭଳି ଆମର ସାମାଜିକ-ରାଜନୈତିକ ଜୀବନରେ ଯେ ଏକ ସମତୁଲ ସ୍ଥିତି ସୃଷ୍ଟି ହେବାକୁ ଯାଉଛି, ଏହା ତାର ଏକ ସ˚କେତ।

ଏହି ସ˚ଦର୍ଭରେ ଆଉ ଏକ ବିଷୟ ମଧୢ ବିଚାର ଲାଗି ଅବକାଶ ସୃଷ୍ଟି କରିଛି। ତାହା ହେଉଛି ଗଲା ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଗାୟକ ଓ ସ˚ଗୀତ ନିର୍ଦ୍ଦେଶକ ଅଦନାନ ସାମିଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ ପରିପ୍ରେକ୍ଷୀରେ ଉପୁଜିଥିବା ବିବାଦ। ଜଣେ ପାକିସ୍ତାନୀ ମୂଳୋଦ୍ଭବ ଯାହାଙ୍କ ପିତା ଏକଦା ପାକିସ୍ତାନ ସେନାରେ ଜଣେ ଅଧିକାରୀ ଥିଲେ ଏବ˚ ୨୦୧୬ ମସିହାରେ ଯିଏ ବିଧିବଦ୍ଧ ଭାବେ ଭାରତର ନାଗରିକତା ଲାଭ କରିଛନ୍ତି, ସେହି ଆଦନାନ ସାମିଙ୍କୁ ପଦ୍ମ ସମ୍ମାନ ଲାଗି ଚୟନ କରାଯିବା ପରିପ୍ରେକ୍ଷୀରେ କ˚ଗ୍ରେସର ଉଚ୍ଚ ଶିକ୍ଷିତ ଯୁବ ନେତା ଯଶବୀର ସେରଗିଲ୍‌ ତାଙ୍କ ଟ୍ବିଟର ବାର୍ତ୍ତାରେ ସାମିଙ୍କ ପିତାଙ୍କ ପାକିସ୍ତାନୀ ସେନା ସହ ସ˚ପୃକ୍ତି ବିଷୟ ଉତ୍‌ଥାପନ କରି ଲେଖିଲେ ଯେ ଏହା ହେଉଛି ‘ସରକାରଙ୍କ ଚାମଚାଗିରିର ମେଜିକ୍‌।’ ଏହାର ପ୍ରତିକ୍ରିୟାରେ ଆଦନାନ ସାମିଙ୍କ ଟ୍ବିଟର ପ୍ରତ୍ୟୁତ୍ତର ଏବ˚ ସେରଗିଲଙ୍କ ଦ୍ବାରା ଏହି ପ୍ରତ୍ୟୁତ୍ତରର ପ୍ରତ୍ୟୁତ୍ତର ହେତୁ ଯେଉଁ ଏକ ଦୀର୍ଘ ଟ୍ବିଟର ଯୁଦ୍ଧ ଜନ୍ମ ନେଲା, ତହିଁରେ ଦେଖିବାକୁ ମିଳିଲା ସେରଗିଲଙ୍କ ଦ୍ବାରା ଭାରତୀୟ ସ˚ସ୍କୃତିଗତ ସ˚ଭ୍ରମତାର ଗୁଣଗାନ ଏବ˚ ସାମିଙ୍କ ପାକିସ୍ତାନ ସ˚ପର୍କକୁ ଆକ୍ଷେପ। ଗାୟକ ବା ସ˚ଗୀତ ନିର୍ଦ୍ଦେଶକ ଭାବେ ପଦ୍ମ ସମ୍ମାନ ଲାଗି ତାଙ୍କ ଯୋଗ୍ୟତାର ପ୍ରଶ୍ନକୁ ନଜରଅନ୍ଦାଜ କରି ତାଙ୍କ ବ˚ଶ ଇତିହାସ ଓ ଅତୀତ ଆଧାରରେ ଜଣେକ˚ଗ୍ରେସୀ ନେତାଙ୍କ ଦ୍ବାରା ପ୍ରଦତ୍ତ ବିବାଦୀୟ ବୟାନରେ ଅତି ଦୟନୀୟ ଭାବେ ହିନ୍ଦୁତ୍ବବାଦୀଙ୍କ ସ୍ବର ଶୁଣିବାକୁ ମିଳିଲା।

ଏହି ପରିପ୍ରେକ୍ଷୀରେ କହିବା ବାହୁଲ୍ୟ ଯେ ଅନେକ ବାମବାଦୀ-ଉଦାରପନ୍ଥୀଙ୍କ ଆଭିମୁଖ୍ୟରେ ତଥାକଥିତ ‘ଦକ୍ଷିଣପନ୍ଥୀ ଡିଏନ୍‌ଏ ସୁଲଭ’ ତୀବ୍ରତା ଓ ଉଚ୍ଚାଟ ପରିଲକ୍ଷିତ ହେଉଛି। ଏହା ଏକ ବିଡ଼ମ୍ବନା। କାମ୍ରା ବା ସେରଗିଲ ହେଉଛନ୍ତି ସେଇଭଳି ସାମୁରାଇ ଯୋଦ୍ଧା ଯେଉଁମାନେ ସ୍ଥିତିକୁ ଅଧିକ ସ˚ଘାତମୟ କରି ରଖିବାକୁ କେବଳ ଖଡ୍‌ଗର ଆଶ୍ରୟ ନେବାକୁ ବ୍ୟଗ୍ର। ଗାନ୍ଧୀୟ ଢାଲଟିଏ ଯେ ଯୁଦ୍ଧର ସ୍ବରୂପ ବଦଳାଇ ଦେଇପାରେ, ତାହା ଏହି ସାମୁରାଇ ଯୋଦ୍ଧାମାନେ ହୃଦୟଙ୍ଗମ କରିପାରନ୍ତି ନାହିଁ।

ସମ୍ବନ୍ଧିତ ଖବର