‘ଗୋଲି ମାରୋ’ ରାଜନୀତି

ବିଶ୍ବ ବିଖ୍ୟାତ ରୁଷୀୟ ଗାଳ୍ପିକ ଓ ନାଟ୍ୟକାର ଆନାତୋଲି ଚେକଭ୍‌ ଥରେ କହିଥିଲେ ଯେ ଯଦି ନାଟକର ପ୍ରାରମ୍ଭରେ ତୁମେ ଦେଖ ଯେ କାନ୍ଥରେ ବନ୍ଧୁକଟିଏ ଝୁଲାଯାଇଛି, ତେବେ ନିଶ୍ଚିତ ରହ ଯେ ଶେଷ ଅଙ୍କରେ ତାକୁ ବ୍ୟବହାର କରାଯିବ। ଏହି ମନ୍ତବ୍ୟ ଜରିଆରେ ଚେକଭ୍‌ ଯାହା କହିବାକୁ ଚାହିଁଥିଲେ, ତାହା ହେଉଛି ନାଟକରେ ନିହିତ ଥିବା ସୂକ୍ଷ୍ମ ଗତାନୁଗତିକତାକୁ ବୁଝିଥିବା ଲୋକଙ୍କ ଲାଗି କୌଣସି ପ୍ରକାର ନାଟକୀୟତା ହୁଏତ ବିସ୍ମୟ ସୃଷ୍ଟି କରି ନ ପାରେ। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ବିଧାନସଭା ନିର୍ବାଚନର ଶେଷ ଅଙ୍କ ଉପନୀତ ହେବାକୁ ବସିଥିବା ବେଳେ ଯେଉଁ ସବୁ ଦୃଶ୍ୟ ଦିଶିବାରେ ଲାଗିଛି, ତାହା ଅନେକଙ୍କ ଠାରେ ମୃଦୁ କ˚ପନ ସୃଷ୍ଟି କରିଥିଲେ ମଧୢ ନିର୍ବାଚନ-ନାଟକରେ ଅନ୍ତର୍ନିହିତ ସୂକ୍ଷ୍ମ ଧାରା ଉପରେ ଧାରଣା ରଖିଥିବା ବ୍ୟକ୍ତିବିଶେଷଙ୍କୁ ବିଶେଷ ବିସ୍ମିତ କରିପାରିନାହିଁ। ଅନେକଙ୍କ ମନରେ ପ୍ରଶ୍ନ ଉଠୁଥାଇପାରେ ଯେ ଆକାର ଦୃଷ୍ଟିରୁ ସବୁଠାରୁ କ୍ଷୁଦ୍ର ଏବ˚ କ୍ଷମତା ଦୃଷ୍ଟିରୁ ଅନ୍ୟାନ୍ୟ ରାଜ୍ୟ ସରକାରଙ୍କ କ୍ଷମତାର ପ୍ରାୟ ମାତ୍ର ଏକ ତୃତୀୟା˚ଶର ଅଧିକାରୀ ଦିଲ୍ଲୀ ଭଳି ଏକ (ଅସ˚ପୂର୍ଣ୍ଣ) ରାଜ୍ୟରେ ନିର୍ବାଚନ ବେଳେ କାହିଁକି କେବେ ବି ପୂର୍ବରୁ ଦୃଶ୍ୟମାନ ହୋଇ ନ ଥିବା ଭଳି ଉତ୍ତାପ ସୃଷ୍ଟି ହେଉଛି? ପ୍ରଶ୍ନ ମଧୢ ଉଠିପାରେ ଯେ ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପକ୍ଷରୁ କାହିଁକି ଅତ୍ୟନ୍ତ ‘ଘୃଣା ବ୍ୟଞ୍ଜକ ଓ ବିଭାଜନମୂଳକ ପ୍ରଚାର’ ଉପରେ ଏତେ ଗୁରୁତ୍ବ ଦିଆଯାଉଛି?

୨୦୧୯ରେ ବିଜେପି ଯେଉଁଭଳି ସ˚ଖ୍ୟା ଗରିଷ୍ଠତାର ସହିତ ନିର୍ବାଚନ ଜିଣି କେନ୍ଦ୍ରରେ କ୍ଷମତାସୀନ ହୋଇଥିଲା, ତହିଁରୁ ଏକ ଧାରଣା ଜନ୍ମିଥିଲା ଯେ ‘ରାଷ୍ଟ୍ରବାଦ’ର ଆଧାର ଉପରେ ନିର୍ବାଚନ ଲଢ଼ି ବିପୁଳ ବିଜୟ ହାସଲ କରିବାର ସମୟ ବୋଧହୁଏ ଆସିଯାଇଛି। ଏହି ଧାରଣାର ବଶବର୍ତ୍ତୀ ହୋଇଥିବା ବିଜେପି ତେଣୁ ସରକାର ଗଢ଼ିବା ପରେ ତାର ଦୃଢ଼ତାର ପରିଚୟ ଦେବା ସକାଶେ ଧାରା ୩୭୦ର ଉଚ୍ଛେଦ କରିଥିଲା। ଏବ˚ ତାହାର ମାତ୍ର ତିନି ମାସ ପରେ ବିଜେପି ଲାଗି ‘ଆଇସ୍‌କ୍ରିମ ଉପରେ ଚେରି’ ଭଳି ପ୍ରକାଶ ପାଇଥିଲା ରାମ ଜନ୍ମଭୂମି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ। କିନ୍ତୁ ଏହି ସମୟରେ ଏକ ବିଡ଼ମ୍ବନା ସ୍ବରୂପ ଯାହା ଦେଖିବାକୁ ମିଳିଥିଲା, ତାହା ହେଲା ୨୦୧୯ ସାଧାରଣ ନିର୍ବାଚନ ପରେ ହୋଇଥିବା ତିନିଟି ଯାକ ରାଜ୍ୟ ନିର୍ବାଚନରେ ବିଜେପିର ଚମକଶୂନ୍ୟ ପ୍ରଦର୍ଶନ। ହରିଆଣାରେ କୌଣସିମତେ ଏକ ମେଣ୍ଟ ସରକାର ଗଢ଼ିବାରେ ସମର୍ଥ ହୋଇଥିବା, ମହାରାଷ୍ଟ୍ରରେ ମିତ୍ର ଦଳର ହାତ ଛାଡ଼ିଦେବା ପରେ ସେଠାରେ ବିରୋଧୀ ଆସନରେ ବସିବାକୁ ବାଧୢ ହୋଇଥିବା ଏବ˚ ଝାଡ଼ଖଣ୍ତରେ ପରାଜୟ ବରଣ କରିଥିବା ବିଜେପି ୨୦୧୯ ସାଧାରଣ ନିର୍ବାଚନ ସମୟରେ ପାଇଥିବା ଭୋଟ ହାରରେ ପ୍ରାୟ ଏକ ଚତୁର୍ଥା˚ଶ ଅବକ୍ଷୟ ଦେଖିଥିଲା।

ଉଲ୍ଲେଖନୀୟ ଯେ, ହରିଆଣା ଓ ମହାରାଷ୍ଟ୍ର ଭଳି ଦୁଇ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରାଜ୍ୟ (ଯାହାର ସର୍ବାଧିକ ସ˚ଖ୍ୟକ ବ୍ୟକ୍ତି ଭାରତୀୟ ସେନବାହିନୀରେ କାର୍ଯ୍ୟରତ ତଥା ରାଷ୍ଟ୍ରବାଦ ଦ୍ବାରା ପ୍ରେରିତ)ରେ ଏକ ଅନୁକୂଳ ରାଜନୈତିକ ପରିବେଶ ସତ୍ତ୍ବେ ବିଜେପିର ପ୍ରଦର୍ଶନ ନୈରାଶ୍ୟଜନକ ହେବା ଏବ˚ ତା’ପରେ ଝାଡ଼ଖଣ୍ତରେ ପରାଭବ ଭୋଗିବା ବିଜେପି ଭିତରେ ଆତ୍ମପ୍ରତ୍ୟୟହୀନତାକୁ ଚରମ ସୀମାରେ ପହଞ୍ଚାଇଛି। ସେହି ଦୃଷ୍ଟିରୁ ଦିଲ୍ଲୀ ନିର୍ବାଚନ ବିଜେପି ଲାଗି ସମ୍ମାନ ବଞ୍ଚାଇବାର ଏକ ଅନ୍ତିମ ମ୍ୟାଚ୍‌, ଯାହା ଦଳ ଲାଗି ଏକ ‘କର ବା ମର’ ଭଳି ସ୍ଥିତି ସୃଷ୍ଟି କରିଛି। ଏହି କାରଣରୁ ଦଳ ଏମିତି ଏକ ଆକ୍ରମଣାତ୍ମକ ଭଙ୍ଗିମାରେ, ଯାହାକୁ ରାଜନୈତିକ ବ୍ୟାଖ୍ୟାକାରମାନେ ‘ଗୋଲି ମାରୋ’ ରାଜନୀତି ବୋଲି ଅଭିହିତ କଲେଣି। ପ୍ରଣିଧାନଯୋଗ୍ୟ ଯେ ଦିଲ୍ଲୀ ନିର୍ବାଚନ ଲାଗି ବିଜେପିର ପ୍ରଚାର କାଳରେ ଅର୍ଥ ବିଭାଗର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ନିଜର ପଦସୁଲଭ ଦାୟିତ୍ବ ବିସ୍ମୃତ ହୋଇ ସମବେତ ଜନତାକୁ ଉଚ୍ଚାଟର ସହିତ କହୁଥିବା ଶୁଣାଗଲା ଯେ ଦେଶର ‘ଗଦ୍ଦାର’ମାନଙ୍କୁ ‘ଗୁଳି ମାର’। ଏହି ସ୍ଲୋଗାନର ସ୍ବର ଓ ଶବ୍ଦ ଯେ ଏକ ‘ଭିଡ଼-ଉନ୍ମାଦନା’ର ଉତ୍‌ପ୍ରେରକ ହେବା ଲାଗି ଯଥେଷ୍ଟ, ତାହା ଯେ କେହି ସ୍ବୀକାର କରିବେ। ଏବ˚ ଏଭଳି ଉଚ୍ଚାଟ ଭରା ଆହ୍ବାନର ଉତ୍ତର ଶୀଘ୍ର ମିଳିଯାଇଛି, ଯାହା ଶାହିନବାଗ ଠାରେ ଘଟିଥିବା ଏକାଧିକ ଗୁଳିକାଣ୍ତରୁ ପ୍ରମାଣିତ ହୋଇସାରିଛି। କେବଳ ସେତିକି ନୁହେଁ ବିଜେପିର ନିର୍ବାଚନ ପ୍ରଚାର ସ˚ଗୀତରେ ମଧୢ ପ୍ରାଞ୍ଜଳ ଭାବେ ଶାହିନବାଗର ଆନ୍ଦୋଳନକାରୀଙ୍କ ବିରୋଧରେ ଘୃଣାର ଉଦ୍‌ଗାର ଶୁଣିବାକୁ ମିଳିଥାଏ। ତେଣୁ ଏହା କହିଲେ ଭୁଲ ହେବନାହିଁ ଯେ ସାଧାରଣ ଜନଜୀବନକୁ ଗଭୀର ଭାବେ ସ୍ପର୍ଶ କରୁଥିବା ରାଷ୍ଟ୍ରର ଆର୍ଥିକ ମାନ୍ଦାବସ୍ଥା, ନିଯୁକ୍ତିି ସ˚କୋଚନ, ଉତ୍କଟ ଦରଦାମ ବୃଦ୍ଧି ଇତ୍ୟାଦି ଭଳି ପ୍ରସଙ୍ଗରେ ବିଶେଷ କୌଣସି ଉପଲବ୍‌ଧି ହାସଲ କରି ପାରି ନ ଥିବା ଦଳ ପରିଶେଷରେ ‘ହିନ୍ଦୁତ୍ବବାଦୀ ରାଷ୍ଟ୍ରବାଦ’କୁ ବ୍ୟବହାର କରିବା ଚେକଭ୍‌ କହିଥିଲା ଭଳି ନାଟକର ଶେଷ ଅଙ୍କରେ କାନ୍ଥରେ ଟଙ୍ଗା ଯାଇଥିବା ବନ୍ଧୁକର ବ୍ୟବହାର ସହିତ ସମତୁଲ।

ଏହି ସ୍ତମ୍ଭର ପାଠକପାଠିକାମାନେ ଅବଗତ ଥିବେ ଯେ ଶାହିନବାଗରେ ‘ସିଏଏ’ ବିରୋଧୀ ଆନ୍ଦୋଳନକାରୀମାନଙ୍କ ଦ୍ବାରା ୫୦ ଦିନ ଧରି ଦିଲ୍ଲୀ ସଡ଼କ ବ୍ୟବସ୍ଥାର ଏକ ମୁଖ୍ୟ ଧମନୀ-ମାର୍ଗକୁ ଅବରୋଧ କରି ରଖାଯାଇଛି। ଏହା ଫଳରେ ଦିଲ୍ଲୀର ଅନ୍ୟାନ୍ୟ ସଡ଼କ ଉପରେ ମାତ୍ରାଧିକ ଟ୍ରାଫିକ୍‌ ବହୁଳତାର ଚାପ ସୃଷ୍ଟି ହୋଇଛି ଏବ˚ ଦିଲ୍ଲୀ ବାସିନ୍ଦାମାନଙ୍କ ଜୀବନ ଦୁର୍ବିଷହ ହୋଇ ପଡ଼ିଛି। ସୁତରା˚, ଦିଲ୍ଲୀରେ ସାଧାରଣ ଜନତାଙ୍କ କ୍ରୋଧ ମଧୢ ଶାହିନବାଗର ଆନ୍ଦୋଳନକାରୀମାନଙ୍କ ଉପରେ କେନ୍ଦ୍ରୀଭୂତ ହେଉଥିବା ଲକ୍ଷ୍ୟ କରାଗଲାଣି। ଆହୁରି ଉଲ୍ଲେଖଯୋଗ୍ୟ ଯେ ‘ସିଏଏ’ ବିରୋଧୀ ଆନ୍ଦୋଳନ ପ୍ରତି ‘ଆମ ଆଦମୀ ପାର୍ଟି’(ଆପ୍‌)ର ସମର୍ଥନ ରହିଥିବାରୁ ସଡ଼କ ଉପରେ ଦୁର୍ଦଶା ଭୋଗୁଥିବା ଦିଲ୍ଲୀବାସୀଙ୍କ ଅସନ୍ତୋଷ ପ୍ରକାରାନ୍ତରେ ରାଜ୍ୟ ଶାସନରେ ରହିଥିବା ‘ଆପ୍‌’ ଉପରେ ମଧୢ ଘୋଟି ଆସୁଥିବା ଦେଖାଯାଉଛି। ଏହି ସ˚ଦର୍ଭରେ ବିଜେପିର ଦିଲ୍ଲୀ ଶାଖା ମୁଖ୍ୟ ମନୋଜ ତିଵାରୀ ଶାହିନବାଗ ଆନ୍ଦୋଳନ ଚାଲୁ ରହିଥିବା ସକାଶେ ‘ଆପ୍‌’ ପ୍ରତି କଟାକ୍ଷଭରା କୃତଜ୍ଞତା ଜ୍ଞାପନ କରିବା ପ୍ରଣିଧାନଯୋଗ୍ୟ। କିନ୍ତୁ ବାସ୍ତବ କଥାଟି ହେଉଛି ‘ବଳ ପୂର୍ବକ’ ଭାବେ ହେଉ ବା ‘ଆଲୋଚନା’ ଜରିଆରେ ହେଉ ଶାହିନବାଗ ଆନ୍ଦୋଳନକାରୀଙ୍କ ଅବରୋଧ ଦୂର କରିବାର କ୍ଷମତା କେବଳ କେନ୍ଦ୍ର ସରକାରଙ୍କଠାରେ ଅଛି। କାରଣ ‘ସିଏଏ’ ହେଉଛି ଏକ ଆଇନ ସ˚ପର୍କିତ ପ୍ରସଙ୍ଗ ଏବ˚ ଦିଲ୍ଲୀ ପୁଲିସ୍‌ ବାହିନୀ ସ˚ପୂର୍ଣ୍ଣ ରୂପେ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ। କିନ୍ତୁ ‘ଗୋଲି ମାରୋ’ ରାଜନୀତିରେ ଯେହେତୁ ସବୁ ଶସ୍ତ୍ରର ବ୍ୟବହାର ଯଥାର୍ଥ ବୋଲି ବିଜେପି ମନେ କରେ, ଦିଲ୍ଲୀ ବାସିନ୍ଦା ବିନା କୌଣସି ଦୋଷରେ କଲବଲ ହେବାକୁ ମଧୢ ଦଳ ଏକ ଗୁଳି ଭାବେ ବ୍ୟବହାର କରିଛି ‌ବୋଲି କହିଲେ ଅତିଶୟୋକ୍ତି ହୋଇ ନ ପାରେ!

ସମ୍ବନ୍ଧିତ ଖବର