ଗଲା ବର୍ଷ ଏପ୍ରିଲ ମାସରେ ପ୍ରକାଶିତ ଉଦିତ ମଲିକଙ୍କ ଏକ ଆଲେଖ୍ୟ ଯାହା ସ୍ମରଣକୁ ଆସେ ଏହିଭଳି ଏକ ଶୀର୍ଷକ ବହନ କରିଥିଲା:‘ଇନ୍ ଇଣ୍ତିଆ ପିଜ୍ଜା ଇଜ୍ ଡେଲିଭର୍ଡ ଫାଷ୍ଟର ଦ୍ୟାନ୍ ଦ ଆମ୍ବୁଲାନ୍ସ ସର୍ଭିସ୍’। ବାକ୍ୟଟିର ଅର୍ଥ ଏହି ସ୍ତମ୍ଭର ପାଠକପାଠିକାମାନଙ୍କ ଲାଗି ନିଶ୍ଚିତ ଅବୋଧୢ ହେବନାହିଁ। ଏହା ସୂଚାଇ ଥାଏ ଯେ ଜୀବନ ଓ ମୃତ୍ୟୁ ମଧ୍ୟରେ ଝୁଲି ରହିଥିବା ମଣିଷମାନଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ଲାଗି ଉଦ୍ଦିଷ୍ଟ ଆପତ୍କାଳୀନ ଆମ୍ବୁଲାନ୍ସ ସେବା ଅନେକ ସ୍ଥଳେ ଗ୍ରାହକଙ୍କ ଘରେ ‘ପିଜ୍ଜା’ ପହଞ୍ଚାଉଥିବା ସେବା ଠାରୁ ମନ୍ଥର। କହିବା ବାହୁଲ୍ୟ ଯେ ଏହାର ଏକ ବଡ଼ କାରଣ ହେଉଛି ଆମ ସହରର ସଡ଼କ-ଧମନୀଗୁଡ଼ିକୁ ଫଟାଇ ଦେବାକୁ ଉଦ୍ୟତ ଅତ୍ୟନ୍ତ ସାନ୍ଦ୍ର ଟ୍ରାଫିକ୍। ଏଭଳି ଏକ ଦୁର୍ଭାଗ୍ୟଜନକ ସ୍ଥିତି ବିଷୟରେ ଏଠାରେ ଆଲୋଚନା କରିବା ସକାଶେ ଯେଉଁ ଅତ୍ୟନ୍ତ ବିମର୍ଷକର କାରଣଟି ଏକପ୍ରକାର ବାଧୢ କରିଛି, ତାହା ହେଲା ମଙ୍ଗଳବାର ଦିନ ରାଜଧାନୀର ଟ୍ରାଫିକ୍ରେ ଫସି ଯାଇଥିବା ଏକ ଆମ୍ବୁଲାନ୍ସରେ ଜଣେ ପାଞ୍ଚ ବର୍ଷର ଶିଶୁ ପ୍ରାଣ ହରାଇଥିବା ଭଳି ଅଘଟଣ। ଅବଶ୍ୟ, ଉପର ବର୍ଣ୍ଣିତ ‘ପିଜ୍ଜା ଡେଲିଭରି’ ମନ୍ତବ୍ୟ ଉପରେ ଟିପ୍ପଣୀ ଦେଇ କେହି କେହି ଯୁକ୍ତି କରିପାରନ୍ତି ଯେ ପିଜ୍ଜା ପହଞ୍ଚାଉଥିବା ସେବା ସାଧାରଣତଃ ଦୁଇ ଚକିଆ ଯାନଗୁଡ଼ିକରେ ହେଉଥିବାରୁ ଟ୍ରାଫିକ୍ ଭିଡ଼ ଭିତରେ ଗଳିପଶି ସର୍ପସୁଲଭ ଅଗ୍ରଗତି ଜରିଆରେ ଏହା ଶୀଘ୍ର ସ˚ପନ୍ନ କରିବା ସହଜ, ଯାହା ଚାରିଚକିଆ ଆମ୍ବୁଲାନ୍ସ ଲାଗି ଅତ୍ୟନ୍ତ ଦୁରୂହ ବ୍ୟାପାର। କିନ୍ତୁ ସେମାନେ ଯଦି ନିଜ ଯୁକ୍ତିରେ ନିହିତ ଥିବା ଏକ ବିଶୃଙ୍ଖଳିତ ମାନସିକତା(‘ଗଳିପଶି ଅଗ୍ରଗତି’ ହାସଲ କରିବା)କୁ ଦେଖି ପାରନ୍ତେ, ତେବେ ହୁଏତ ହୃଦୟଙ୍ଗମ କରିପାରନ୍ତେ ଯେ ଭାରତୀୟ ନଗର ଓ ମହାନଗରର ସଡ଼କଗୁଡ଼ିକ ଏଭଳି ଏକ ଶ୍ବାସରୁଦ୍ଧ ଅବସ୍ଥାକୁ ଆସିଯାଇ ଥିବାର କାରଣ କ’ଣ?
ଏଣୁ ଏହା ସମ୍ବନ୍ଧରେ ଆଲୋଚନା ବେଳେ ଯାହା ପ୍ରଥମେ ନଜରକୁ ଆସିଥାଏ, ତାହା ହେଉଛି ସଡ଼କରେ ଦେଖିବାକୁ ମିଳୁଥିବା ଲୋକ ଚରିତ୍ର। କାଶ୍ମୀରରେ ଜନ୍ମିତ ଅଷ୍ଟ୍ରେଲୀୟ ଲେଖକ ବିଲ୍ କୋଲ କହିଥିବା ଭଳି କୌଣସି ବ୍ୟକ୍ତିର ପ୍ରକୃତ ସ୍ବଭାବ ସ˚ପର୍କରେ ଜାଣିବାକୁ ଇଚ୍ଛୁକ ବ୍ୟକ୍ତି ସଡ଼କ ଉପରେ ତାର ଆଚରଣ କିଭଳି ତା ଉପରେ ନଜର ପକାଇବା ଉଚିତ। କାରଣ ତହିଁରୁ ହିଁ ସ˚ପୃକ୍ତ ବ୍ୟକ୍ତିର ସ˚ସ୍କାର, ତାର ସାମ୍ଭ୍ରାନ୍ତ୍ୟ, ତାର ଶିକ୍ଷା-ଦୀକ୍ଷା ଇତ୍ୟାଦି ସବୁ କିଛି ବିଷୟରେ ଧାରଣାଟିଏ ମିଳିଯିବ। ଗଣମାଧୢମରୁ ପ୍ରକାଶିତ ସମ୍ବାଦ ଅନୁଯାୟୀ ଶିଶୁଟିକୁ ନେଇ ସେହି ଦୁର୍ଭାଗ୍ୟପୂର୍ଣ୍ଣ ଯାତ୍ରା ଆରମ୍ଭ କରିଥିବା ଆମ୍ବୁଲାନ୍ସଟି ଯେତେବେଳେ ଟ୍ରାଫିକ୍ ଭିଡ଼ରେ ଫସି ଯାଇଥିଲା, ତାର ପରିଜନମାନେ ପଥଚାରୀମାନଙ୍କୁ ବାଟ ଛାଡ଼ିଦେବା ସକାଶେ କାକୁତିମିନତି କରିଥିଲେ, ଯାହାକୁ କେହି କର୍ଣ୍ଣପାତ କରି ନ ଥିଲେ। କହିବା ବାହୁଲ୍ୟ, ସ୍ବତଃପ୍ରବୃତ୍ତ ଭାବେ ଆମ୍ବୁଲାନ୍ସ ଲାଗି ମାର୍ଗ ଉନ୍ମୁକ୍ତ କରିଦେବା ହେଉଛି ଏକ ସାଧାରଣ ସଡ଼କ ଶିଷ୍ଟାଚାର। ଏହାର ଅଭାବ ସଡ଼କ ବ୍ୟବହାରକାରୀଙ୍କ ସ୍ବାର୍ଥପରତା ଏବ˚ ସମ୍ବେଦନଶୂନ୍ୟତାକୁ ହିଁ ପରିପୁଷ୍ଟ କରିଥାଏ। ସଡ଼କ ଶିଷ୍ଟାଚାର ବିକାଶ ଲାଭ କରିଥିବା ରାଷ୍ଟ୍ରରେ ଆମ୍ବୁଲାନ୍ସର ସାଇରନ୍ ଶ୍ରୁତିଗୋଚର ହେବା ମାତ୍ରକେ ସଡ଼କରେ ଯାତାୟାତ କରୁଥିବା ଲୋକେ ତା ଲାଗି ମାର୍ଗ ଉନ୍ମୁକ୍ତ କରିଦିଅନ୍ତି। ଏହାର ବିପରୀତରେ ଆମ ଦେଶରେ ପରିଲକ୍ଷିତ ହେଉଥିବା ଏକ ବିଡ଼ମ୍ବନା ହେଲା ଟ୍ରାଫିକ୍ ପୁଲିସର ଅପାରଗତାକୁ ନିରନ୍ତର ସମାଲୋଚନାର ଶରବ୍ୟ କରି ଚାଲିଥିବା ଶିକ୍ଷିତ ସହରୀ ଲୋକେ କୌଣସି ଏକ ବ୍ୟସ୍ତ ଟ୍ରାଫିକ୍ ଛକରେ ସେହି ଟ୍ରାଫିକ୍ ପୁଲିସର ଗୋଟିଏ ସେେକଣ୍ତର ଅନୁପସ୍ଥିତିରେ ଭିଡ଼ର ଯେଉଁ ଗଣ୍ଠିଟିଏ ସୃଷ୍ଟି କରନ୍ତି, ସେଥିରେ ଗୋଟିଏ ଇଞ୍ଚ ମଧୢ ଅଗ୍ରସର ହେବା ସମ୍ଭବ ହୋଇ ନ ଥାଏ। କେବଳ ସେତିକି ନୁହେଁ, ଆମ ଦେଶରେ ଯେ କୌଣସି ରାଜନୈତିକ ପ୍ରଦର୍ଶନ ବା ଆନ୍ଦୋଳନ ଇତ୍ୟାଦି ସକାଶେ ସଡ଼କକୁ ଦଖଲ କରିବା ଏକ ଗଣତାନ୍ତ୍ରକି ଅଧିକାରରେ ପରିଣତ ହୋଇଯାଇଛି। ଏଭଳି ମଧୢ ଦେଖିବାକୁ ମିଳିଛି ଯେ ଗୋଟିଏ ଛେଳିର ମୃତ୍ୟୁ ଲାଗି ଗାଁ ଲୋକେ ଗୋଟିଏ ଓଳି ରାସ୍ତା ରୋକ କରିଛନ୍ତି। ଗଣମାଧୢମରୁ ପ୍ରାପ୍ତ ସୂଚନା କହିଥାଏ ଯେ କେବଳ ଭୁବନେଶ୍ବରରେ ଗଲା ୫ ବର୍ଷ ଭିତରେ ବିଭିନ୍ନ ପ୍ରଦର୍ଶନକାରୀ ଓ ଆନ୍ଦୋଳନକାରୀଙ୍କ ଦ୍ବାରା ସଡ଼କ ଅବରୋଧ କାରଣରୁ ୫ଟି ଜୀବନ ଯାଇଛି। ପୁଣି କେବଳ ଭୁବନେଶ୍ବର ନୁହେଁ ଭାରତର ସବୁ ନଗରୀରେ ଏଭଳି ଅଘଟଣ ନିୟମିତ ଅନ୍ତରାଳରେ ଘଟିବାରେ ଲାଗିଛି। ଏକ ପରିସ˚ଖ୍ୟାନ କହିଥାଏ ଯେ ସଡ଼କ ଦୁର୍ଘଟଣାର ଆହତମାନଙ୍କୁ ଅଥବା କୌଣସି ଗୁରୁତର ଅସୁସ୍ଥ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ପହଞ୍ଚାଇବାରେ ବିଳମ୍ବ (ଟ୍ରାଫିକ୍ ଭିଡ଼ ଜନିତ) ହେତୁ ସେମାନଙ୍କ ମଧ୍ୟରୁ ପ୍ରାୟ ୨୦% ପ୍ରାଣ ହରାଇ ଥାଆନ୍ତି। ସୁତରା˚, ସଡ଼କକୁ ରୁନ୍ଧି ଦେଇ ସରକାରଙ୍କ ଶ୍ବାସରୁଦ୍ଧ କରିବା ଲାଗି ବିଭିନ୍ନ ଦଳ ବା ଗୋଷ୍ଠୀଙ୍କ ପକ୍ଷରୁ କରାଯାଉଥିବା ପ୍ରୟାସ ଉପରେ କଡ଼ା ପ୍ରତିବନ୍ଧ ଲାଗିବା ଜରୁରୀ।
ତେବେ ଏହା ସମସ୍ୟାର ଏକମାତ୍ର କାରଣ ନୁହେଁ। ଏହାର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ଗାଡ଼ି ସ˚ଖ୍ୟା ଏବ˚ ଭାରତର ସଡ଼କ ବିକାଶ ଭିତରେ ରହିଥିବା ଏକ ଆନୁପାତିକ ବୈଷମ୍ୟ। ଏକ ସରକାରୀ ତଥ୍ୟ ଅନୁସାରେ ୨୦୦୮ରୁ ୨୦୧୮ ପର୍ଯ୍ୟନ୍ତ ଏକ ଦଶନ୍ଧି କାଳଖଣ୍ତ ମଧୢରେ ଭାରତୀୟ ସଡ଼କ ୪.୧ ନିୟୁତ କିଲୋମିଟରରୁ ବୃଦ୍ଧି ପାଇ ପହଞ୍ଚିଛି ୫.୫ ନିୟୁତ କିଲୋମିଟରରେ ଅର୍ଥାତ୍ ବୃଦ୍ଧିର ହାର ହେଉଛି .୩% ଅର୍ଥାତ୍ ତିନି ଭାଗରୁ ଭାଗେ; ଅଥଚ ଏହି ସମୟ କାଳ ଭିତରେ ଗାଡ଼ି ସ˚ଖ୍ୟାରେ ବୃଦ୍ଧି ଘଟିଛି ତିନି ଗୁଣ। ଜଣାପଡ଼ିଛି ଯେ ଭାରତୀୟମାନେ ପ୍ରତି ମାସ ହାରାହାରି ୧.୫ ନିୟୁତ ଗାଡ଼ି କିଣୁଛନ୍ତି ଓ ପ˚ଜୀକରଣ କରୁଛନ୍ତି। ତେଣୁ ଆମ ସହରର ସଡ଼କଗୁଡ଼ିକ ରୁନ୍ଧି ହୋଇ ଯାଉଥିବାରେ ବିସ୍ମୟ ପ୍ରକାଶ କରିବାର କୌଣସି କାରଣ ନାହିଁ। ତେବେ, ଏହି ପରିପ୍ରେକ୍ଷୀରେ ଯାହା ନିତାନ୍ତ ଆବଶ୍ୟକ, ତାହା ହେଲା ବିଭିନ୍ନ ଆପତ୍କାଳୀନ ସେବା ସକାଶେ ସଡ଼କର ବାମ ପଟର କିଛି ଅ˚ଶକୁ ସର୍ବଦା ଉନ୍ମୁକ୍ତ ରଖିବା ଏବ˚ ଏହାର ଅବମାନନାକୁ ଦୃଢ଼ ମୁଷ୍ଟିରେ ଦମନ କରିବା। କିନ୍ତୁ ଆମ ସହରର ନିଷ୍ଠୁର ବାସ୍ତବତାଟି ହେଉଛି ଏହାର ଫୁଟପାଥଗୁଡ଼ିକ ମଧୢ ଗାଡ଼ି ଚଳପ୍ରଚଳର ପଥ ଏବ˚ ଉଠା ଦୋକାନୀମାନଙ୍କ ବଜାରରେ ପରିଣତ ହୋଇଛି। କେବଳ ସେତିକି ନୁହେଁ, ନାଲି ରଙ୍ଗ ଦ୍ବାରା ଚିହ୍ନିତ ‘ସାଇକେଲ ଟ୍ରାକ୍’ ଏବେ ଗାଡ଼ି ପାର୍କି˚ର ସ୍ଥାନ।
ତୃତୀୟ ସମସ୍ୟାଟି ଆମ ଆମ୍ବୁଲାନ୍ସଗୁଡ଼ିକୁ କେନ୍ଦ୍ର କରି। ପ୍ରଶ୍ନ ଉଠିଥାଏ ଯେ ଅତ୍ୟନ୍ତ ଗୁରୁତର ଭାବେ ଅସୁସ୍ଥ ବ୍ୟକ୍ତିବିଶେଷଙ୍କୁ ପରିବହନ କରିବା ଲାଗି ଆବଶ୍ୟକ ସମସ୍ତ ପ୍ରକାର ଉପକରଣ ଦ୍ବାରା ଏ ଗୁଡ଼ିକ ସଜ୍ଜିତ ତ? ପ୍ରକୃତରେ ଆମ୍ବୁଲାନ୍ସ ହେଉଛି ଏକ ଚଳମାନ କ୍ଷୁଦ୍ର ‘ଆଇସିୟୁ’। ଆମ୍ବୁଲାନ୍ସରେ ଚାଳକଙ୍କ ସହିତ ଜଣେ ‘ମେଡିକାଲ ଟେକ୍ନିସିଆନ୍’ ରହିବା ‘ପ୍ରୋଟୋକଲ’ର ଅନ୍ତର୍ଭୁକ୍ତ। କିନ୍ତୁ କେବଳ ହାତ ଗଣତି ଅତି ଅଳ୍ପ ସ˚ଖ୍ୟକ ଆମ୍ବୁଲାନ୍ସ ବ୍ୟତୀତ ଅନ୍ୟଗୁଡ଼ିକ ଆମ୍ବୁଲାନ୍ସ ବେଶଧାରୀ ସାଧାରଣ ପରିବହନ ଯାନ ପର୍ଯ୍ୟାୟଭୁକ୍ତ। ନିୟମକୁ କଡ଼ାକଡ଼ି ଲାଗୁ କରା ନ ଗଲେ ଏ ସ୍ଥିତିରେ ପରିବର୍ତ୍ତନ ଆସିବା କଷ୍ଟକର।
ପରିେଶଷରେ ଏ ସଂଦର୍ଭରେ ଦୁଇଟି ପ୍ରଶ୍ନ। ପ୍ରଥମଟି ହେଲା, ସଡ଼କରୁ ଭିଡ଼ ହଟାଇବା ଲାଗି କୌଣସି ‘ଭିଆଇପି’ ବହନକାରୀ ଗାଡ଼ିର ସାଇରନ୍ ଟ୍ରାଫିକ୍ ପୁଲିସ୍ଙ୍କଠାରେ ଯେଉଁଭଳି ବୈଦ୍ୟୁତିକ ଚଞ୍ଚଳତା ସୃଷ୍ଟି କରିଥାଏ, ଆମ୍ବୁଲାନ୍ସଟି ଲାଗି ସେଭଳି ଦେଖାଯାଇ ନ ଥିଲା କାହିଁକି? ଦ୍ବିତୀୟଟି ହେଲା ନିକଟରେ ଏକ ‘କାର୍ଡାଭରିିକ’ ଅସ୍ତ୍ରୋପଚାର ଲାଗି ଏକ ଅତ୍ୟନ୍ତ ସୀମିତ ସମୟ ଭିତରେ ଭୁବନେଶ୍ବରର ଏକ ଡାକ୍ତରଖାନାରୁ କଟକର ବଡ଼ ଡାକ୍ତରଖାନାକୁ ‘କିଡ୍ନୀ’ ପହଞ୍ଚାଇବାର ସଫଳତା ଏ ପ୍ରଶ୍ନ ମଧ୍ୟ ଉଠାଇଥାଏ ଯେ ନିଶାର୍ଧରେ ପ୍ରଦର୍ଶିତ ହୋଇଥିବା ଏ ସଫଳତା ଦିବାର୍ଦ୍ଧରେ ସମ୍ଭବ ହୁଅନ୍ତା କି? ଏଭଳି ପ୍ରଶ୍ନ ପଚରାଯିବାର ସମୟ ଏବେ ଉପନୀତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/editorial-final.jpg)