ପ୍ରଚ୍ଛନ୍ନ ଉଦ୍ଦେଶ୍ୟ

ଦିଲ୍ଲୀରେ ସ˚ଘଟିତ ହୋଇ ଯାଇଥିବା ହିନ୍ଦୁ-ମୁସଲମାନ ଦଙ୍ଗା ପରିପ୍ରେକ୍ଷୀରେ ଏହି ସ୍ତମ୍ଭରେ ପୂର୍ବରୁ କୁହାଯାଇଥିଲା ଯେ ଦିଲ୍ଲୀ ବ୍ୟତିରେକ ଭାରତର ଅନ୍ୟ ଯେ କୌଣସି ସ୍ଥାନରେ ଏବ˚ ଟ୍ରମ୍ପ୍ ଭାରତ ଗସ୍ତରେ ନ ଥିବା ସମୟରେ ଯଦି ଏହା ଘଟିଥାଆନ୍ତା, ତେବେ ହୁଏ’ତ ଏଥି ପ୍ରତି ବିଶ୍ବର ଦୃଷ୍ଟି ସେଭଳି ଆକର୍ଷିତ ହୋଇ ନ ଥାଆନ୍ତା, ଯେଭଳି ଏବେ ହୋଇଛି। ଏହି ପରିପ୍ରେକ୍ଷୀରେ ଚାରିଟି ଇସଲାମୀୟ ରାଷ୍ଟ୍ରଙ୍କ ଦ୍ବାରା ପ୍ରଦର୍ଶିତ ପ୍ରତିକ୍ରିୟାରେ ଉଦ୍‌ବେଗ ଠାରୁ ଆରମ୍ଭ କରି ଚେତାବନୀ ଦେବା ପର୍ଯ୍ୟନ୍ତ ଦେଖିବାକୁ ମିଳିଛି। ତେବେ, ଏହି ଚାରିଟି ଯାକ ରାଷ୍ଟ୍ରଙ୍କ ଆଚରଣ ପଛରେ ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ନିହିତ, ଯାହା ଏକ ସ˚କ୍ଷିପ୍ତ ଆଲୋଚନା ଆବଶ୍ୟକ କରିଥାଏ।

ଉଲ୍ଲେଖଯୋଗ୍ୟ ଯେ ଧାରା ୩୭୦ର ଉଚ୍ଛେଦ ପରବର୍ତ୍ତୀ କାଳରେ ପାକିସ୍ତାନର ନିରନ୍ତର କୁତ୍ସାମୂଳକ ପ୍ରଚାର ପରେ ତୁର୍କୀ ଏବ˚ ମାଲେସିଆ ପ୍ରଥମେ ତାଳ ମିଳାଇ ଭାରତ ବିପକ୍ଷରେ ଏକ ଇସଲାମୀୟ ବିରୋଧ ଛିଡ଼ା କରାଇବାର ପ୍ରୟାସ କରିଥିଲେ, ଯାହା ଘଟଣାକ୍ରମରେ ବିଫଳ ହୋଇଥିଲା। ଦିଲ୍ଲୀ ଦଙ୍ଗା ପରେ ପାକିସ୍ତାନ ଦ୍ବାରା ପୁଣି ପ୍ରାରମ୍ଭ କରାଯାଇଥିବା ଭାରତ ବିରୋଧୀ ଅପପ୍ରଚାର ଫଳରେ ଏହି ଦୁଇ ରାଷ୍ଟ୍ର ସହିତ ଏବେ ସାମିଲ ହୋଇଛନ୍ତି ଇରାନ ଏବ˚ ଇଣ୍ତୋନେସିଆ। କିନ୍ତୁ, ବିଶ୍ଳେଷଣ କଲେ ଜଣାଯାଏ ଯେ ଏହି ଚାରିଟି ଯାକ ରାଷ୍ଟ୍ରର ପ୍ରତିକ୍ରିୟା ପଛରେ ନିହିତ ରହିଥିବା ଉଦ୍ଦେଶ୍ୟମାନ ପରସ୍ପର ଠାରୁ ଭିନ୍ନ।

ପ୍ରକାଶ ଥାଉ କି ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ୟୁରୋପର ନିକଟବର୍ତ୍ତୀ ଏବ˚ ୯୯ ପ୍ରତିଶତ ସ˚ଖ୍ୟାଗରିଷ୍ଠ ମୁସଲିମ ଜନସମୁଦାୟକୁ ଧାରଣ କରିଥିବା ଏକ ଶକ୍ତିଶାଳୀ ରାଷ୍ଟ୍ର ତୁର୍କୀ ଯଦିଓ ନିଜକୁ ଏକ ଇସଲାମୀୟ ରାଷ୍ଟ୍ର ରୂପେ ଘୋଷଣା କରିନାହିଁ; ତଥାପି ଏହାର ଶାସନ କ୍ଷମତା ରିସେପ ତାଇପ ଏର୍ଡୋଗାନଙ୍କ ହାତକୁ ଯିବା ପରେ ସେଠାକାର ଧର୍ମ ନିରପେକ୍ଷତାର ବାତାବରଣରେ ପରିବର୍ତ୍ତନ ଆସି ଧର୍ମୀୟ ମୌଳବାଦ ଏବ˚ ଜାତୀୟତାବାଦର ଏକ ମିଶ୍ର ପବନ ସେଠାରେ ବହିବାରେ ଲାଗିଛି। ତେବେ, ତୁର୍କୀର ଏକ ପ୍ରଧାନ ସମସ୍ୟା ହେଲା ଏହାର ଭୌଗୋଳିକ ଅବସ୍ଥିତି; ଯାହା ଫଳରେ ସେହି ରାଷ୍ଟ୍ର ବେଶ୍‌ କିଛି ବର୍ଷ ଧରି ସିରିଆରେ ଯୁଦ୍ଧରେ ବ୍ୟାପୃତ ଏବ˚ ସିରିଆରୁ ସେଠାକୁ ଛୁଟିଥିବା ଶରଣାର୍ଥୀଙ୍କ ସ୍ରୋତ ଦ୍ବାରା ମଧୢ ଭୀଷଣ ଆକ୍ରାନ୍ତ। ପୁଣି ସେଠାକାର ରାଜନୈତିକ ଆକାଶରେ ଏର୍ଡୋଗାନଙ୍କ ଭଳି ଜଣେ କଠୋରପନ୍ଥୀ ଓ ମୌଳବାଦୀ ରାଷ୍ଟ୍ରମୁଖ୍ୟଙ୍କ ଆବିର୍ଭାବ ପରେ ତୁର୍କୀ କିଛି ବନ୍ଧୁଭାବାପନ୍ନ ରାଷ୍ଟ୍ରଙ୍କ ସମର୍ଥନ ମଧୢ ହରାଇଛି। କେବଳ ସେତିକି ନୁହେଁ, ସଦ୍ୟତମ ସ˚କଟ ଭାବେ ଯାହା ଏବେ ତୁର୍କୀ ସମକ୍ଷରେ ଉପନୀତ ତାହା ହେଲା ଏକ ପରମ ମିତ୍ର ରାଷ୍ଟ୍ର ରୁଷିଆ ସହିତ ମନୋମାଳିନ୍ୟର ଆଭାସ। କାରଣ ତୁର୍କୀ ଓ ରୁଷିଆର ମିଳିତ ସମର୍ଥନରେ ସିରିଆର ଶାସକ ବାସେର ଆଲ ଆସାଦଙ୍କ ସୈନିକମାନେ ଏବେ ତୁର୍କୀ ସୀମାନ୍ତବର୍ତ୍ତୀ ଇଦଲିବ ଦଖଲ କରିବାକୁ ବସିଥିବା ବେଳେ ତୁର୍କୀର ଚୈତନ୍ୟ ଉଦୟ ହୋଇଛି ଯେ ଏହା ଦ୍ବାରା ସେଠାରେ ସିରିଆରୁ ଆସୁଥିବା ଶରଣାର୍ଥୀଙ୍କ ସ˚ଖ୍ୟାରେ ମାତ୍ରାଧିକ ବୃଦ୍ଧି ଘଟିବ, ଯାହା ତା ଲାଗି ଅତ୍ୟନ୍ତ ପ୍ରତିକୂଳ। ଏଭଳି ସ୍ଥଳେ ମିତ୍ରତା ଓ ପକ୍ଷ ଭୁଲିଯାଇ ତୁର୍କୀ ସେନା ରୁଷିଆ ବିରୋଧରେ ଅସ୍ତ୍ର ଉତ୍ତୋଳନ କରିଛନ୍ତି। ଏଭଳି ଏକ ବିଡ଼ମ୍ବିତ ପରିସ୍ଥିତିରେ ତୁର୍କୀ ଲାଗି କିଛି ଇସଲାମୀୟ ରାଷ୍ଟ୍ରର ସମର୍ଥନ ଜୁଟାଇବା ଏକ ପ୍ରକାର ବାଧ୍ୟବାଧକତା ହୋଇପଡ଼ିଛି। ସୁତରାଂ, ଏଭଳି ଏକ ସ୍ଥିତିରେ ପାକିସ୍ତାନ ପଛରେ ଛିଡ଼ା ହେବାର ସୁଯୋଗକୁ ହାତଛଡ଼ା କରିବାକୁ ତୁର୍କୀ ଚାହେନାହିଁ। ତେଣୁ ଭାରତ ବିରୋଧୀ ପ୍ରତିକ୍ରିୟା ପ୍ରକାଶରେ ତୁର୍କୀର ବ୍ୟଗ୍ରତାକୁ ବୁଝିହୁଏ। ଠିକ୍‌ ସେହିଭଳି ସିଆ ବହୁଳ ବିଶାଳ ଇସଲାମୀୟ ରାଷ୍ଟ୍ର ଇରାନ ମଧୢ ସେହି ଅଞ୍ଚଳରେ ଆପଣା ପ୍ରତିପତ୍ତି ବିସ୍ତାର କରିବା ଲାଗି ଉଦ୍ୟମଶୀଳ। ସେହି କାରଣରୁ ସିରିଆ, ଇରାକ୍‌, ୟେମେନ ଠାରୁ ଆରମ୍ଭ କରି ଇସ୍ରାଏଲ୍‌ ପର୍ଯ୍ୟନ୍ତରେ ବିଭିନ୍ନ ରାଷ୍ଟ୍ରରେ ଇରାନ୍‌ ସୁସ˚ଗଠିତ ‘ମିଲିସିଆ’ ବାହିନୀ ଦ୍ବାରା ଛାୟା ଯୁଦ୍ଧ ସ˚ଘଟିତ କରାଇ ଚାଲିଛି। ସେହି କାରଣରୁ ଇରାନର ଚରମ ଶତ୍ରୁ ଯୁକ୍ତରାଷ୍ଟ୍ର ଆମେରିକା ଦ୍ବାରା ଯେତେବେଳେ ଅତ୍ୟନ୍ତ ପ୍ରଭାବଶାଳୀ ଇରାନୀୟ କମାଣ୍ତର ସୁଲେମାନୀଙ୍କ ହତ୍ୟା କରାଗଲା ସେତେବେଳେ ରାଷ୍ଟ୍ରପତି ଟ୍ରମ୍ପ୍ ସୁଲେମାନୀଙ୍କୁ ପୃଥିବୀର ଏକ ନମ୍ବର ଆତଙ୍କବାଦୀ ରୂପେ ଅଭିହିତ କରିଥିଲେ। କାରଣ, ଇରାନ ପ୍ରାୟୋଜିତ ସମସ୍ତ ଛାୟାଯୁଦ୍ଧର ଜନକ ଥିଲେ ସୁଲେମାନୀ। ଏଣୁ ଇସଲାମୀୟ ନେତୃତ୍ବ ନେବାର ଉଚ୍ଚାକା˚କ୍ଷା ଇରାନକୁ ଭାରତ ବିରୋଧୀ ପ୍ରତିକ୍ରିୟା ରଖିବା ଲାଗି ବାଧୢ କରିଥିବା ନିଶ୍ଚିତ। ତେବେ, ଯେଉଁ ମୁଖ୍ୟ କାରଣଟି ଯୋଗୁ ଇରାନର ଶାସନ ମୁଖ୍ୟ ଖାମିନୀଙ୍କ ପ୍ରତିକ୍ରିୟାର ସ୍ବର ଅଧିକ ଶାଣିତ, ତାହା ହେଲା ଆମେରିକାର ଚାପ ବଶବର୍ତ୍ତୀ ହୋଇ ଭାରତ ଇରାନରୁ ଖଣିଜ ତୈଳ ଆମଦାନିକୁ ସ˚ପୂର୍ଣ୍ଣ ରୂପେ ବନ୍ଦ କରିଦେବା। ପୂର୍ବରୁ ଆମେରିକା ଦ୍ବାରା ଲାଗୁ ଆର୍ଥିକ ପ୍ରତିବନ୍ଧର ସାମନା କରୁଥିବା ଇରାନର ଅର୍ଥନୀତି ଏହା ଫଳରେ ଆହୁରି ଦୋହଲି ଯାଇଛି।

ତେବେ, ତୁର୍କୀ ଏବ˚ ଇରାନ ନିଜ ନିଜ ବାଟରେ ଇସଲାମୀୟ ରାଷ୍ଟ୍ର ସମୂହର ନେତୃତ୍ବ ନେବାକୁ ଇଚ୍ଛୁକ ଥିବା ବେଳେ ଯାହା ସେମାନଙ୍କ ଲାଗି ସମସ୍ୟା ସୃଷ୍ଟି କରିପାରେ, ତାହା ହେଲା ଇରାନ ସିଆ ବହୁଳ ହୋଇଥିବା ବେଳେ ତୁର୍କୀ ଏକ ସୁନ୍ନୀ ବହୁଳ ରାଷ୍ଟ୍ର। ଏବ˚ ଇସଲାମୀୟ ଦୁନିଆରେ ଏହି ଦୁଇ ବର୍ଗ ପରସ୍ପର ପ୍ରତି ଚରମ ଶତ୍ରୁତା ପ୍ରଦର୍ଶନ କରିଥାଆନ୍ତି। ଏହା ମଧୢ ଭୁଲିଗଲେ ହେବ ନାହିଁ ଯେ ଉଭୟ ଇରାନ ଓ ତୁର୍କୀ ସେମାନଙ୍କ ନିଜ ନିଜ ରାଷ୍ଟ୍ରରେ ସ˚ଖ୍ୟାଲଘୁ ସ˚ପଦ୍ରାୟ ଯଥାକ୍ରମେ ବାହାଇ ଏବ˚ କୁର୍ଦ୍ଦମାନଙ୍କର ଯେଉଁଭଳି ଗଣହତ୍ୟା ସ˚ରଚନା କରିଛନ୍ତି, ସେଥିରେ ଭାରତକୁ ସହନଶୀଳତାର ଉପଦେଶ ଦେବା ଯେ ଏକ ପରମ ଧୃଷ୍ଟତା, ତାହା କହିବା ବାହୁଲ୍ୟ ମାତ୍ର।

ଏବେ ଏ ପରିପ୍ରେକ୍ଷୀରେ ପ୍ରତିକ୍ରିୟା ପ୍ରକାଶ କରିଥିବା ଅନ୍ୟ ଦୁଇ ରାଷ୍ଟ୍ର ମାଲେସିଆ ଏବ˚ ଇଣ୍ତୋନେସିଆ ବିଷୟରେ ଆଲୋଚନା କରାଯାଉ। ମାଲେସିଆ ଓ ଇଣ୍ତୋନେସିଆ ମଧୢରେ ରହିଥିବା ଏକ ବଡ଼ ପାର୍ଥକ୍ୟ ହେଲା ୬୧% ମୁସଲିମ ଜନସ˚ଖ୍ୟା ବିଶିଷ୍ଟ ମାଲେସିଆ ଏକ ଇସଲାମୀୟ ରାଷ୍ଟ୍ର ହୋଇଥିବା ବେଳେ ୯୯% ମୁସଲିମ ବାସ କରୁଥିବା ଇଣ୍ତୋନେସିଆ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର। ଏ ପରିପ୍ରେକ୍ଷୀରେ ମାଲେସିଆର ନେତୃତ୍ବର ମନୋଭାବ ବୁଝିବା କଷ୍ଟକର ନୁହେଁ। ଏକ ଇସଲାମୀୟ ରାଷ୍ଟ୍ର ରୂପେ ନିଜକୁ ଏକ ବୃହତ୍‌ ଗୋଷ୍ଠୀରେ ସାମିଲ କରିବା ଅଭିପ୍ରାୟରେ ମାଲେସିଆ ପାକିସ୍ତାନର ସହଯାତ୍ରୀ ହୋଇଥିବା ଲକ୍ଷ୍ୟ କରାଯାଉଛି। କିନ୍ତୁ ଧର୍ମୀୟ ସହନଶୀଳତାର ଏକ ପ୍ରାମାଣିକ ରାଷ୍ଟ୍ର ତଥା ଭାରତର ଏକ ମିତ୍ର ଇଣ୍ତୋନେସିଆର ପ୍ରତିକ୍ରିୟାକୁ ଏକ ଭିନ୍ନ ଆଲୋକରେ ଦେଖିବାର ଆବଶ୍ୟକତା ରହିଛି। ଇଣ୍ତୋନେସିଆର ପ୍ରତିକ୍ରିୟା ବେଶ୍‌ ମାର୍ଜିତ ଏବ˚ ତାହା ଯେଉଁ ଉଦ୍‌ବେଗ ପ୍ରକାଶ କରିଥାଏ ତାହା ମଧ୍ୟ ଗଭୀର ଭାବେ ପ୍ରଣିଧାନଯୋଗ୍ୟ। ତାହା ଆଶଙ୍କା ବିଜଡ଼ିତ ଆଶା ପ୍ରକଟ କରିଥାଏ ଯେ ଭାରତରେ ହିନ୍ଦୁ-ମୁସଲମାନ ବିଦ୍ବେଷର ପ୍ରଭାବ ଇଣ୍ତୋନେସିଆର ସା˚ପ୍ରଦାୟିକ ସଦ୍‌ଭାବକୁ ବ୍ୟାଘାତ ନ କରୁ। ଏଣୁ ସା˚ପ୍ରଦାୟିକ ସଦ୍‌ଭାବ ସକାଶେ ଭାରତ ଉଦ୍ୟମ କରୁ।

ଏହା ଅବିସମ୍ବାଦିତ ଯେ ଦିଲ୍ଲୀର ଦଙ୍ଗା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କିନ୍ତୁ ସ୍ବୀକାର କରିବାକୁ ହେବ ଯେ ଏହାର ପ୍ରଭାବ ବଳୟ ଥିଲା ଅତ୍ୟନ୍ତ ସୀମିତ। ଦେଶର ଅନ୍ୟ ସର୍ବତ୍ର ହିନ୍ଦୁ-ମୁସଲମାନ ସା˚ପ୍ରଦାୟିକ ସଦ୍‌ଭାବ ସେହି ସମୟରେ ଅକ୍ଷୁଣ୍ଣ ରହିଥିଲା। ଏବ˚ ଦିଲ୍ଲୀର ଦଙ୍ଗାଗ୍ରସ୍ତ ଅଞ୍ଚଳରେ ମଧୢ ଉଭୟ ହିନ୍ଦୁ ଓ ମୁସଲମାନ ସ˚ପ୍ରଦାୟର ଲୋକେ ପରସ୍ପରକୁ ସାହାଯ୍ୟ କରିଥିବାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। କିନ୍ତୁ ବିଡ଼ମ୍ବନା ହେଲା, ଏଭଳି ଏକ ଘଟଣା ଘଟିଗଲେ ଦେଶ ବାହାରେ ଯେଉଁ ଚିତ୍ର ଉପସ୍ଥାପିତ ହୁଏ, ସେଥିରେ ଇରାନ ଓ ତୁର୍କୀ ଭଳି ହି˚ସାପ୍ରବଣ ଓ ଯୁଦ୍ଧଖୋର ରାଷ୍ଟ୍ର ଅତ୍ୟନ୍ତ ବିବଧତାଭରା ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନର କେନ୍ଦ୍ର ଭାରତକୁ ସହନଶୀଳତାର ପ୍ରବଚନ ଦେବାର ଧୃଷ୍ଟତା ପ୍ରଦର୍ଶନ କରନ୍ତି।

ସମ୍ବନ୍ଧିତ ଖବର