କୁଟୁମ୍ବ ସୁରକ୍ଷା

ମନୁଷ୍ୟ ଚରିତ୍ରର ଲୁକ୍‌କାୟିତ ଦୁର୍ବଳ ଦିଗ ସବୁକୁ ଚୀନା କରୋନା ଭାଇରସ୍‌ ଯେତେବେଳେ ଗୋଟିକ ପରେ ଗୋଟିଏ ଉନ୍ମୋଚନ କରିବାରେ ଲାଗିଛି, ସେଇ ସମୟରେ ଭାରତ ଏକ ବ୍ୟତିକ୍ରମ ରୂପେ ଆବିର୍ଭୂତ ହୋଇ ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି। ଏହା ଜଣାଶୁଣା ଯେ ବିପଦ ହିଁ ମନୁଷ୍ୟର ପ୍ରକୃତ ଚରିତ୍ରକୁ ପଦାରେ ପକାଇଥାଏ। ଏବେ ଦେଖାଯାଉଛି କୋଟି କୋଟି ସ˚ଖ୍ୟାରେ ଧର୍ମ ପରାୟଣ ଭକ୍ତମାନେ ସେମାନଙ୍କର ଆରାଧୢ ଦେବୀ ଦେବତାମାନଙ୍କୁ ମସ୍‌ଜିଦ୍‌, ଚର୍ଚ୍ଚ, ମନ୍ଦିର ତଥା ଆଶ୍ରମ ଆଦିରେ ଏକାକୀ ଛାଡ଼ି ଦେଇ ପ୍ରାଣ ବିକଳରେ ପଳାୟନ କରୁଛନ୍ତି।

ସେଇଭଳି ଯେଉଁ ଉଦାର ଗଣତନ୍ତ୍ରର ଉପାସକମାନେ ଏକଛତ୍ରବାଦୀ କମ୍ୟୁନିଷ୍ଟ ଶାସନ ବ୍ୟବସ୍ଥାର ଘୋର ବିରୋଧୀ ଥିଲେ, ସେମାନେ ଏବେ କରୋନା ଭାଇରସ୍‌ର ଉତ୍ପତ୍ତି ପାଇଁ ଚୀନ୍‌କୁ ଦାୟୀ କରିବା ପରିବର୍ତ୍ତେ, ସେ ଦେଶର ଏକଛତ୍ର କମ୍ୟୁନିଷ୍ଟ ସରକାର କରୋନା ବିପର୍ଯ୍ୟୟ ମୁକାବିଲାରେ ଦେଖାଇଥିବା ତଥାକଥିତ ଦକ୍ଷତାର ପ୍ରଶ˚ସାରେ ଶତମୁଖ। (ଦୁଇ ଦିନ ତଳେ ଏହି ସ୍ତମ୍ଭରେ ଉଲ୍ଲେଖ କରାଯାଇଥିବା ବ୍ରିଟିସ ଅର୍ଥନୀତିଜ୍ଞ ଜିମ୍‌ ଓନିଲ୍‌ ଏହାର ଏକ ପ୍ରକୃଷ୍ଟ ଉଦାହରଣ, ଯାହାଙ୍କ ମନ୍ତବ୍ୟ ଦେଖି ତାଙ୍କରି ଦେଶର ପ୍ରସିଦ୍ଧ ଲେଖକ ଜର୍ଜ ଅର‌୍‌େଵଲ୍‌ଙ୍କ ଆତ୍ମା ସେପୁରରେ ଥାଇ ଡହଳ ବିକଳ ହେଉଥିବ)।

ଏହି ବିକୃତିର ଧାରାର ସମ୍ପ୍ରସାରଣ ସ୍ବରୂପ ଜଗତ୍‌କରଣର ଦୃଢ଼ ଉପାସକମାନେ ବର୍ତ୍ତମାନ ଏହାକୁ ମାନବଜାତିର ବିନାଶର ବ୍ୟବସ୍ଥା ରୂପେ ଭର୍ତ୍ସନା କରିବାକୁ ଆରମ୍ଭ କଲେଣି। ଦେଶ ଦେଶ ମଧୢରେ ଅଧିକ ସମ୍ପର୍କ ଓ ସହଯୋଗ ପ୍ରତିଷ୍ଠା ବଦଳରେ ସମ୍ପର୍କ ଛିନ୍ନ କରିବାର ଧାରା ଆରମ୍ଭ ହୋଇଗଲାଣି। ଠିକ୍‌ ଏହି ସମୟରେ ଭାରତ ଏକମାତ୍ର ଦେଶ ରୂପେ ଆବିର୍ଭୂତ ହୋଇଛି, ଯିଏ କରୋନା ଭଳି ଅଦୃଶ୍ୟ ଶତ୍ରୁ ସହିତ ଲଢ଼ିବା ପାଇଁ ଦେଶ ଦେଶ ମଧୢରେ ଅଧିକ ସହଯୋଗ ପାଇଁ ଆହ୍ବାନ ଦେଇ ଏକ ସୁସ୍ଥ ବ୍ୟତିକ୍ରମ ସୃଷ୍ଟି କରିଛି। ଏହାକୁ ସ୍ବୀକୃତି ପ୍ରଦାନ ସ୍ବରୂପ ସୋମବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ (‘ଡବ୍ଲୁଏଚ୍‌ଓ’) ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏ ଦିଗରେ ଉଦ୍ୟମର ଭୂୟସୀ ପ୍ରଶ˚ସା କରିଛି।

ଯେଉଁ ନିର୍ଦ୍ଦିଷ୍ଟ ପଦକ୍ଷେପ ପାଇଁ ‘‘ଡବ୍ଲୁଏଚ୍‌ଓ’’ ଏପରି ପ୍ରଶ˚ସା କରିଛି, ତାହା ହେଲା ତା’ପୂର୍ବଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଉଦ୍ୟମରେ ଅନୁଷ୍ଠିତ ଭାରତ ଓ ତା’ର ପଡ଼ୋଶୀ ଦକ୍ଷିଣ ଏସୀୟ ଦେଶମାନଙ୍କ ମଧୢରେ ଭିଡ଼ିଓ ସମ୍ମିଳନୀ। ‘ସାର୍କ’ ସମ୍ମିଳନୀ ରୂପେ ପରିଚିତ ଏହି ସହଯୋଗ କଥାବାର୍ତ୍ତା ପୃଥିବୀ ବର୍ତ୍ତମାନ ଆବଶ୍ୟକ କରୁଥିବା ଏକ ଆଦର୍ଶ ସୃଷ୍ଟି କରିଛି, ଯାହା କରୋନା ଆତଙ୍କର ମୁକାବିଲା ପାଇଁ ଅତ୍ୟନ୍ତ ଜରୁରୀ ବୋଲି ‘‘ଡବ୍ଲୁଏଚ୍‌ଓ’’ର ମୁଖପାତ୍ର ମନ୍ତବ୍ୟ ପ୍ରଦାନ କରିଛନ୍ତି। ମୁଖପାତ୍ର ଜଣକ ନିର୍ଦ୍ଦିଷ୍ଟ ଭାବରେ କହିଛନ୍ତି ଯେ ତାଙ୍କ ସ˚ଗଠନ ଯେତେବେଳେ ଏହି ସ୍ବାସ୍ଥ୍ୟ ସଙ୍କଟର ମୁକାବିଲା ପାଇଁ ଗୋଷ୍ଠୀଗତ ଉଦ୍ୟମର ଆବଶ୍ୟକତା କଥା କୁହେ, ତାହା କେବଳ କୌଣସି ଗୋଟିଏ ଦେଶର ଜନସାଧାରଣଙ୍କ ମଧୢରେ ପାରସ୍ପରିକ ସହଯୋଗ ମଧୢରେ ସୀମିତ ନୁହେଁ; ତାହା ବିଭିନ୍ନ ଦେଶ ମଧୢରେ ପାରସ୍ପରିକ ସହଯୋଗକୁ ବୁଝାଇଥାଏ। କରୋନା ମୁକାବିଲା ପାଇଁ ସହଯୋଗ ପ୍ରତିଷ୍ଠା ଉଦ୍ଦେଶ୍ୟରେ ଭାରତ ‘ସାର୍କ’ର ସଦସ୍ୟ ଦେଶମାନଙ୍କୁ ଏକତ୍ର କରି ଏକ ଆଲୋଚନା ଆରମ୍ଭ କରିବା ପାଇଁ ନେଇଥିବା ପଦକ୍ଷେପ ହେଉଛି ଏହି ଗୋଷ୍ଠୀଗତ ସହଯୋଗର ଏକ ଶକ୍ତିଶାଳୀ ଉଦାହରଣ ବୋଲି ‘‘ଡବ୍ଲୁଏଚ୍‌ଓ’’ କହିଛି।

ଅନ୍ୟ ଅନେକ ଦେଶମାନେ ଯେତେବେଳେ କେବଳ ପରସ୍ପରର ନାଗରିକମାନଙ୍କର ନିଜ ନିଜ ଦେଶରେ ପ୍ରବେଶ ନିଷେଧ କରିବାରେ ବ୍ୟସ୍ତ, ଭାରତର ସହଯୋଗ ଉଦ୍ୟମରୁ ମନେହୁଏ ଭାରତ ବୋଧହୁଏ ସମ୍ପୂର୍ଣ୍ଣ ସଚେତନ ଯେ ଆକାଶର ପକ୍ଷୀ ମାନଚିତ୍ରରେ ଟଣା ହୋଇଥିବା ଦେଶ ଦେଶ ମଧୢରେ ସୀମାରେଖାକୁ ନ ମାନିଲା ଭଳି ସ˚କ୍ରମଣକ୍ଷମ ଭୂତାଣୁମାନେ ମଧୢ ମନୁଷ୍ୟକୃତ ସୀମାକୁ ସ୍ବୀକାର କରିନଥାନ୍ତି। ଏହାର ବିପଜ୍ଜନକ ତାତ୍ପର୍ଯ୍ୟ ହେଲା ସୀମାପାର ଆତଙ୍କବାଦୀ ଭଳି ଭୂତାଣୁମାନେ ଯେତେବେଳେ ଅବାଧରେ ସୀମା ଅତିକ୍ରମ କରି ଆକ୍ରମଣ କରିଚାଲିଥିବେ, ସେମାନଙ୍କ ନିଶାଣରେ ଥିବା ମନୁଷ୍ୟ ନିଜକୁ କୃତ୍ରିମ ସୀମା ମଧୢରେ ଆବଦ୍ଧ କରି ତା’ର ମୁକାବିଲା କରିବାକୁ ଚେଷ୍ଟା କରୁଥିବ। ଏହା ଭୂତାଣୁକୁ ଅଧିକ ଆକ୍ରମଣାତ୍ମକ ଶକ୍ତି ଯୋଗାଇଥାଏ। କୌଣସି ଗୋଟିଏ ଦେଶରେ ଭୂତାଣୁର ଆବିର୍ଭାବ ଘଟିଲେ ଯଦି ପାଖ ପଡ଼ୋଶୀ ଦେଶମାନେ ମିଶି ତା’ର ମୁକାବିଲା କରିବେ, ସ˚କ୍ରମଣକୁ ପ୍ରତିହତ କରିବା ନିଶ୍ଚିତ ରୂପେ ଅଧିକ ସହଜ ହେବ।

ଭାରତ ଆୟୋଜନ କରିଥିବା ଏହି ଗୋଷ୍ଠୀଗତ ସମ୍ମିଳନୀ ଯେ କେବଳ ସଙ୍କେତଧର୍ମୀ ନ ଥିଲା, ତାହାର ପ୍ରମାଣ ସ୍ବରୂପ ଭାରତ ‘କୋଭିଡ୍‌-୧୯ ଜରୁରୀକାଳୀନ ପାଣ୍ଠି’କୁ ୧୦ ନିୟୁତ ଡଲାର ପ୍ରଦାନ କରିବାକୁ ଘୋଷଣା କରିଛି। ଏହି ପରିମାଣ ବୋଧହୁଏ ଆବଶ୍ୟକତା ଠାରୁ ବହୁତ କମ୍‌, କିନ୍ତୁ ଅନ୍ୟ ସଦସ୍ୟମାନେ ଭାରତକୁ ଅନୁସରଣ କଲେ ଏହି ପାଣ୍ଠି ନିଶ୍ଚିତ ଅବିଳମ୍ବେ ପରିପୁଷ୍ଟ ହେବ। ଭାରତ ମଧୢ ବିପଦ ଦେଖା ଦେଲେ ତୁରନ୍ତ ମୁକାବିଲା ପାଇଁ ଏକ ଦ୍ରୁତ-ଜବାବୀ ଡାକ୍ତର ଦଳ ଗଠନ କରିବାକୁ ଯାଉଛି। ଆଶ୍ଚର୍ଯ୍ୟର କଥା, ଯେଉଁ ଇରାନ୍‌ର ଧର୍ମୀୟ-ଶାସନ ମୁଖ୍ୟ ନିକଟରେ ଅନଧିକାର ଚର୍ଚ୍ଚା କରି ଭାରତକୁ ସିଏଏ-ବିରୋଧୀ ଆନ୍ଦୋଳନକାରୀ ମୁସଲମାନମାନଙ୍କ ପକ୍ଷ ନେଇ ସମାଲୋଚନା କରିଥିଲେ, ସେ ଏବେ କରୋନାର ମୁକାବିଲାରେ ସାହାଯ୍ୟ କରିବା ପାଇଁ ଭାରତକୁ ଅନୁରୋଧ କରିଛି। ଏହା ଆନ୍ତର୍ଜାତିକ ସ୍ତରରେ ଭାରତ ହାସଲ କରିଥିବା ବିଶ୍ବସନୀୟତା ଓ କୋମଳ ଶକ୍ତିର ଏକ ପ୍ରକୃଷ୍ଟ ଉଦାହରଣ। ଅତୀତରେ ଯେତେବେଳେ ସାର୍ସ, ମର୍ସ କିମ୍ବା ଇବୋଲା ଭଳି ସ˚କ୍ରମଣମାନ ଘଟିଥିଲା, କୌଣସି ପ୍ରଭାବିତ ବିକଶିତ କିମ୍ବା ବିକାଶଶୀଳ ଦେଶ ଏଭଳି ସହଯୋଗ ଉଦ୍ୟମ କରିବା ଦେଖାଯାଇ ନ ଥିଲା। ଏହି ପୃଷ୍ଠଭୂମିରେ ଭାରତର ଉଦ୍ୟମ ଏକ ନୂତନ ଆଦର୍ଶ ସୃଷ୍ଟି କରିବା ସହିତ ପ୍ରମାଣ କରିଥାଏ ଯେ ପୂରା ବସୁଧା ନ ହେଲେ ବି ଅନ୍ତତଃ ପାଖ ପଡ଼ିଶାକୁ ଭାରତ ସତରେ ନିଜର କୁଟୁମ୍ବ ପରି ବିଚାର କରେ।

ସମ୍ବନ୍ଧିତ ଖବର