କଲମ୍ବିଆର ପ୍ରସିଦ୍ଧ ଉପନ୍ୟାସକାର ଗାବ୍ରିଏଲ ଗାର୍ସିଆ ମାର୍କ୍ବେଜଙ୍କର ପ୍ରସିଦ୍ଧ ଉପନ୍ୟାସ ‘ଲଭ୍‌ ଇନ୍‌ ଦ ଟାଇମ୍‌ ଅଫ କଲେରା’ରେ ଥିବା ଗୋଟିଏ ପ୍ରସିଦ୍ଧ ଉକ୍ତି ‌ଯେ ‘ମୁଁ ଈଶ୍ବରଙ୍କୁ ବିଶ୍ବାସ କରେନାହିଁ, କିନ୍ତୁ ତାଙ୍କୁ ଭୟ କରେ’ ଭିତରେ ଅଦୃଷ୍ଟ ପ୍ରତି ଯେଉଁ ସ˚ଭ୍ରମବୋଧ ନିହିତ ଅଛି, ତାହା ଯେ ‘କୋଭିଡ୍‌-୧୯’ ଭୂତାଣୁ ଦ୍ବାରା କବଳିତ ପୃଥିବୀରେ ମାନବ ଜାତିକୁ ସ˚ରକ୍ଷଣ କରି ରଖିବାରେ ସାହାଯ୍ୟ କରିପାରେ, ତାହା କେବଳ ଅନୁମାନସାପେକ୍ଷ। କାରଣ ଇଟାଲୀ ବା ଫ୍ରାନ୍‌ସ ବା ସ୍ପେନ୍‌ରେ ‘କୋଭିଡ୍‌-୧୯’ ଭୂତାଣୁର ସ˚କ୍ରମଣ ଆରମ୍ଭ ହୋଇ ଅତି ସ୍ବଳ୍ପ କାଳ ମଧୢରେ ଅତ୍ୟନ୍ତ ଭୟାବହ ରୂପ ଧାରଣ କରିଥିବା ମୂଳରେ ଯେ ରହିଛି ଅଦୃଶ୍ୟ ଭୂତାଣୁର ପ୍ରଭାବ ପ୍ରତି ବିଶ୍ବାସ ଓ ଭୟ ନ ରଖିବାର ମାନସିକତା, ଏହା ସମସ୍ତେ ସ୍ବୀକାର କଲେଣି। ଜଣେ ‘ଆଗ୍‌ନୋଷ୍ଟିକ୍‌’ (ଆସ୍ଥା ଏବ˚ ଅନାସ୍ଥାର ମଧୢ ଭାଗରେ ରହିଥିବା ବ୍ୟକ୍ତି) ଭଳି ବିଶ୍ବାସ ନ କଲେ ମଧୢ ଭୟ ବା ସ˚ଭ୍ରମ ରଖିବା ଯେ ଅନେକଙ୍କୁ ଏହି ମହାମାରୀ କବଳରୁ ସୁରକ୍ଷା ଦେଇ ପାରିଥାଆନ୍ତା, ଏଥିରେ ସନ୍ଦେହ ନାହିଁ। ବସନ୍ତର ମୃଦୁ ମଳୟ ସ୍ପର୍ଶରେ ପଲ୍ଲବିତ ଏବ˚ ପୁଲକିତ ମନ ଯେତେବେଳେ ଭ୍ରମଣରେ ବା ବନ୍ଧୁ ମିଳନରେ ବା ମହୋତ୍ସବରେ ତଲ୍ଲୀନ ହେବାକୁ ଉଚ୍ଚାଟିତ, ସେତିକି ବେଳେ ‘କୋଭିଡ୍‌-୧୯’କୁ ନଜରଅନ୍ଦାଜ କରି ଦିଆଯିବା ଯଦିଓ ଏକ ସ୍ବାଭାବିକତା ଭଳି ପ୍ରତୀୟମାନ ହେଉଥିବ, ଏହା ଯେ ଥିଲା ଚରମ ଅବିମୃଶ୍ୟକାରିତା, ତାହା ଏବେ ସ୍ପଷ୍ଟ। ସେହି ଦୃଷ୍ଟିରୁ ସ˚ପ୍ରତି କରୋନା ସ˚କ୍ରମଣ ଏହି ବସନ୍ତ କାଳରେ ମଧୢ ସମଗ୍ର ବିଶ୍ବକୁ ଏକ ଶୀତ ଋତୁ ସୁଲଭ ସ˚ଯମ ଓ ଆତ୍ମନିୟନ୍ତ୍ରଣର ଶୃଙ୍ଖଳା ମଧୢକୁ ଠେଲି ଦେଇଛି ବୋଲି କୁହାଯାଇପାରେ। କିନ୍ତୁ ମାନବ ଜାତି ନିକଟରେ ବିଦ୍ୟମାନ ଅପରାଜେୟ ରହିବାର ସ˚କଳ୍ପ ଯେ ଜମାଟ ବନ୍ଧା ଶୀତରେ ମଧୢ ମଳୟ ପ୍ରବାହିତ କରିପାରେ, ତାର ମଧୢ ସୂଚନା ମିଳିବାରେ ଲାଗିଛି। ଏଭଳି ମୃଦୁ ମଳୟ ପ୍ରବାହର ଚିତ୍ର ଏବେ ଆମ ରାଜ୍ୟ ଓଡ଼ିଶାରୁ ଆରମ୍ଭ କରି ବିଶ୍ବର ବିଭିନ୍ନ ପ୍ରାନ୍ତରେ ଅନୁଭୂତ, ଯାହା ତ୍ରସ୍ତ ଜନସାଧାରଣଙ୍କୁ ବିଭିନ୍ନ ପ୍ରକାରେ ଆଶ୍ବାସନା ପ୍ରଦାନ କରିବାରେ ସମର୍ଥ ହୋଇଛି।

Advertisment

ଏହି ପରିପ୍ରେକ୍ଷୀରେ ପ୍ରଥମେ ଆମ ରାଜ୍ୟ ଓଡ଼ିଶା ସନ୍ଦର୍ଭରେ ଆଲୋଚନା କରାଯାଇପାରେ। ଆମ ରାଜ୍ୟରେ କୌଣସି କରୋନା ସ˚କ୍ରମିତ ଠାବ ହେବା ପୂର୍ବରୁ ହିଁ ଏହାକୁ ଏକ ରାଜ୍ୟ ବିପର୍ଯ୍ୟୟ ରୂପେ ଘୋଷଣା କରାଯାଇଥିଲା। ଯଦିଓ, ଏହାର ତୁରନ୍ତ ବାଦ୍‌ ଏଭଳି ପଦକ୍ଷେପକୁ ମାତ୍ରାଧିକତା ବୋଲି ଦର୍ଶାଇ କେହି କେହି ଭ୍ରୂକୁ˚ଚନ କରିଥିଲେ, ଏହା ଯେ ନିତାନ୍ତ ଆବଶ୍ୟକ ଥିଲା, ତାହା ଏବେ ନିଃସନ୍ଦେହ ଭାବେ ସ୍ବୀକୃତ। ରାଜ୍ୟର ଜନସାଧାରଣଙ୍କୁ ଏହି ସ˚କ୍ରମଣର ଭୟାବହତା ନେଇ ହୁଏ’ତ ଅନ୍ୟ କୌଣସି ପଦକ୍ଷେପ ଏଭଳି ସଚେତନ କରନ୍ତା ନାହିଁ, ଯାହା ଏହି ଘୋଷଣା ସମ୍ଭବ କରିପାରିଛି। ଏହି ପରିପ୍ରେକ୍ଷୀରେ ଗଲା ବୁଧବାର ଦିନ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିବା ବାର୍ତ୍ତା ମଧୢ ଅତ୍ୟନ୍ତ ସାନ୍ତ୍ବନା ପ୍ରଦାନକାରୀ। ଉଦାହରଣ ସ୍ବରୂପ, ‘ହୋମ୍ କ୍ବାରାନ୍‌ଟାଇନ୍‌’ (ନିଜ ଘରେ ସଙ୍ଗରୋଧ) ଭଳି ପ୍ରକରଣଟି ଭୀତି ଉଦ୍ରେକକାରୀ ପ୍ରକ୍ରିୟା ରୂପେ ଆପାତତଃ ପ୍ରତୀୟମାନ ହେଉଥିବାରୁ ତାକୁ ସାଧାରଣ ହାଡ଼ଫୁଟି ସ˚କ୍ରମଣ କାଳରେ ପରିବାରର ମା’ମାନଙ୍କ ଦ୍ବାରା ଅନୁସୃତ ପାର˚ପରିକ ସତର୍କତା ରୂପେ ଅଭିହିତ କରି ଏହି ଦାୟିତ୍ବକୁ ସେହିମାନଙ୍କ ହାତରେ ସମର୍ପି ଦେଇ ମୁଖ୍ୟମନ୍ତ୍ରୀ କେବଳ ଜନସାଧାରଣଙ୍କ ଉପରେ ତାଙ୍କ ଆସ୍ଥା ପ୍ରକଟ କରି ନାହାନ୍ତି, ମୁରବି ତୁଲ୍ୟ ପରାମର୍ଶ ଜରିଆରେ ରାଜ୍ୟବାସୀଙ୍କ ଆସ୍ଥାଭାଜନ ମଧୢ ହୋଇଛନ୍ତି। ସେହି ଭଳି ଆଗତୁରା ତିନି ମାସର ପିଡିଏସ୍‌ ସାମଗ୍ରୀ ସମସ୍ତଙ୍କ ଘରେ ପହଞ୍ଚାଇବା ବା ଅଙ୍ଗନବାଡ଼ି କର୍ମୀଙ୍କ ଦ୍ବାରା ଶିଶୁମାନଙ୍କ ଲାଗି ରନ୍ଧା ଖାଦ୍ୟ ଘରେ ପହଞ୍ଚାଇବା ଭଳି କିଛି ପ୍ରତିଶ୍ରୁତି ରାଜ୍ୟବାସୀଙ୍କ ଭୟ, ଅସହାୟତା ଓ ଅନିଶ୍ଚିତତା ନିବାରଣରେ ସାହାଯ୍ୟ କରିଛି। ଏ ସ˚ଦର୍ଭରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟାନ୍ତ ଅନୁସରଣ କରିବାକୁ ଅନ୍ୟ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହା ଏକ ଆଶ୍ବସ୍ତିଭରା ପରିବେଶ ସୃଷ୍ଟି କରିବାରେ ସହାୟକ ହୋଇଛି।

ତେବେ, କେବଳ ଓଡ଼ିଶାରେ ନୁହେଁ, ସ˚ପ୍ରତି ବିଶ୍ବର ବିଭିନ୍ନ ପ୍ରାନ୍ତରେ ମୁରବିସୁଲଭ ଆଶ୍ବାସନାମୂଳକ ସନ୍ଦେଶମାନ ଶୁଣିବାକୁ ମିଳିଲାଣି। ଏହି ସ˚କ୍ରମଣକୁ ଅତ୍ୟନ୍ତ ହାଲୁକା ଭାବେ ନେଇ ଆସିଥିବା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ବା ଇ˚ଲଣ୍ତର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସ୍ବରରେ ପରିବର୍ତ୍ତନ ଓ ଏହାର ମୁକାବିଲାରେ ସେମାନଙ୍କ ପ୍ରତିଶ୍ରୁତିବଦ୍ଧତା ଏକ ନୂତନ ଆଶା ସୃଷ୍ଟି କରିଛି। ସା˚ପ୍ରତିକ କାଳର ବିଡ଼ମ୍ବନା ହେଲା ବିଶ୍ବ ସ୍ତରୀୟ ନେତୃତ୍ବ ପ୍ରଦାନ କରୁଥିବା ରାଷ୍ଟ୍ରଗୁଡ଼ିକ ଏବେ ‘କୋଭିଡ୍‌-୧୯’ ଦ୍ବାରା ଅଧିକ ଆକ୍ରାନ୍ତ। ସୁତରା˚, ଏଭଳି ରାଷ୍ଟ୍ର ସମୂହର ନେତାମାନେ ଏହାର ମୁକାବିଲା ନେଇ ଗାମ୍ଭୀର୍ଯ୍ୟ ପ୍ରଦର୍ଶନ କରିବା ନିଶ୍ଚିତ ଭାବେ ଗବେଷଣା ଓ ପ୍ରତିଷେଧକ ପ୍ରସ୍ତୁତି ପ୍ରକ୍ରିୟାକୁ ଆହୁରି ବେଗବାନ କରିବ। ଏ ପରିପ୍ରେକ୍ଷୀରେ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା କରୋନା ସ˚କ୍ରମଣକୁ ନେଇ ଗୁଜବ, ଭ୍ରାନ୍ତି ଓ ବିଭ୍ରାନ୍ତିକର ତଥ୍ୟ ଇତ୍ୟାଦିର ଝଡ଼ର ଅବସାନ ଘଟିବାରେ ଲାଗିଲାଣି ଏବ˚ ବିଭିନ୍ନ ରାଷ୍ଟ୍ରମୁଖ୍ୟ ତଥା ବିଶେଷଜ୍ଞମାନଙ୍କ ମୂଲ୍ୟବାନ ତଥା ବୁଦ୍ଧିମାନ ମନ୍ତବ୍ୟ ତଥା ପରାମର୍ଶ ଏହାର ସ୍ଥାନ ଗ୍ରହଣ କଲାଣି।

ଏ ସ˚ଦର୍ଭରେ ଆଉ ଯେଉଁ ସମ୍ବାଦଗୁଡ଼ିକ ଆଶ୍ବସ୍ତ କରିବାରେ ଲାଗିଛି, ସେ ସବୁ ବିଶ୍ବର ବିଭିନ୍ନ ପ୍ରାନ୍ତରେ ଅନେକ ଡାକ୍ତରମାନଙ୍କ ଦ୍ବାରା ଅନୁମାନ ଭିତ୍ତିରେ ଲକ୍ଷଣ ଆଧାରରେ ଚିକିତ୍ସାରେ ଉପଲବ୍‌ଧ ସଫଳତା ସମ୍ବନ୍ଧୀୟ। କ୍ଲୋରୋକୁଇନ୍‌ ସହିତ କିଛି ଆଣ୍ଟି ରେଟ୍ରୋଭାଇରାଲ ଔଷଧର ମିଶ୍ର ଅନୁପାନ ଦ୍ବାରା ରାଜସ୍ଥାନରେ ଚାରି ଜଣ ରୋଗୀ ସୁସ୍ଥ ହୋଇଥିବା ଏହାର ଏକ ଦୃଷ୍ଟାନ୍ତ। ଇତିମଧ୍ୟରେ ‘କୋଭିଡ୍‌-୧୯‘ ଭଳି ‘ଆଏନ୍‌ଏ ଭାଇରସ’ଙ୍କୁ ନିୟନ୍ତ୍ରଣ କରିବାରେ ‘ଫାବିପିରାଭିର’ ନାମକ ଏକ ଔଷଧ ସଫଳ ହୋଇପାରିଛି ବୋଲି କରୋନାର ଉତ୍ପତ୍ତି ସ୍ଥଳ ଚୀନ୍‌ର ଗବେଷକମାନଙ୍କ ସୂତ୍ରରୁ ପ୍ରକାଶ। ୨୦୧୪ରୁ ଏହି ଔଷଧ ଜାପାନ ଦ୍ବାରା ‘ଆରଏନ୍‌ଏ ଭାଇରସ’ ସ˚କ୍ରମଣଜନିତ ‘ଫ୍ଲୁ’ ରୋଗର ଚିକିତ୍ସାରେ ବ୍ୟବହୃତ ହୋଇ ଆସୁଛି।

ସେହିଭଳି ବେଜି˚(ଚୀନ୍‌)ର ଚାରି ଜଣ ଗବେଷକ ଚୀନ୍‌ର ଶହେଟି କରୋନା ସ˚କ୍ରମିତ ସହରର ସ˚କ୍ରମଣକୁ ଅନୁଧୢାନ କରି ପ୍ରକାଶ କରିଥିବା ସୂଚନା କହିଥାଏ ଯେ ବାତାବରଣର ଉତ୍ତାପରେ ୧ ଡିଗ୍ରି ସେଲ୍‌ସିଅସ ବୃଦ୍ଧି ସ˚କ୍ରମଣର ହାର ସୂଚକାଙ୍କ ବା ‘ଆର.୍‌ଆଇ.ଆଇ.’ରେ .୦୩୮% ଏବ˚ ଆର୍ଦ୍ରତାରେ ଏକ ଶତା˚ଶ ବୃଦ୍ଧି ‘ଆର.୍‌ଆଇ.ଆଇ.’ରେ .୨୨% ହ୍ରାସ ଘଟାଇଛି। ଏଭଳି ହ୍ରାସର ହାର ଅତ୍ୟନ୍ତ ନଗଣ୍ୟ ହେଲେ ମଧୢ ଏବେ ବସନ୍ତ ପରେ ଗ୍ରୀଷ୍ମ ଆଡ଼କୁୁ ଅଗ୍ରସର ହେଉଥିବା ପୃଥିବୀ ଲାଗି ଏହା ମଧ୍ୟ ଅତ୍ୟନ୍ତ ଆଶ୍ବାସନାମୂଳକ ସମ୍ବାଦ।

ବ୍ୟକ୍ତି ସ୍ବାଧୀନତାରେ ଚରମ ବିଶ୍ବାସୀ ଆମେରିକୀୟ ସାମ୍ବାଦିକମାନେ ଗଲା ମଙ୍ଗଳବାର ଯେତେବେଳେ ଡୋନାଲଡ୍‌ ଟ୍ରମ୍ପ୍‌ଙ୍କ ଅନ୍ୟତମ ପ୍ରମୁଖ ସ୍ବାସ୍ଥ୍ୟ ବ୍ୟାପାର ଉପଦେଷ୍ଟା ତଥା ‘ଆଲର୍ଜି ଏଣ୍ତ ଇନ୍‌ଫେକ୍‌ସସ୍‌ ଡିଜିଜେସ୍‌ ସେଣ୍ଟର ଅଫ୍‌ ଆମେରିକା’ର ନିର୍ଦ୍ଦେଶକ ଅଣ୍ଟୋନି ଫୋଚିଙ୍କ ବକ୍ତବ୍ୟରେ ପ୍ରଶ୍ନ କରିଥିଲେ ଯେ ସେ କରୋନାକୁ ନେଇ ମାତ୍ରାଧିକ ପ୍ରତିକ୍ରିୟା ପ୍ରକାଶ କରୁନାହାନ୍ତି କି? ଫୋଚିଙ୍କ ଉତ୍ତର ଥିଲା: ଆଗକୁ ଏଭଳି ସମୟ ଆସିବ, ଯେତେବେଳେ ତୁମେମାନେ ଏଭଳି ମାତ୍ରାଧିକ ପ୍ରତିକ୍ରିୟା ଲାଗି କୃତଜ୍ଞ ରହିବ। ଏହି ପରିପ୍ରେକ୍ଷୀରେ ଗବେଷଣା ହେଉ କି ସତର୍କତାମୂଳକ ପଦକ୍ଷେପ: ମାତ୍ରାଧିକତା ହିଁ ଏକମାତ୍ର ଉତ୍ତର। ଏହା ମଧୢ ସମସ୍ତେ ହୃଦୟଙ୍ଗମ କଲେଣି। କରୋନା-ମୃତ୍ୟୁର ଶୀତଳ ସ୍ପର୍ଶ କାଳରେ ଏହା ହିଁ ଝଲକାଏ ମୃଦୁ ମଳୟ ବୋଲି ଆମେ ସ୍ବୀକାର କରିନେବା ଉଚିତ।