ଯେତେବେଳେ ଦେଶରେ ନାଗରିକତ୍ବ ସ˚ଶୋଧନ ଆଇନ ‘ସିଏଏ’ ବିରୋଧରେ ପ୍ରାୟୋଜିତ ଆନ୍ଦୋଳନ ଜୋର ଧରିଥିଲା, ସେଇ ସମୟରେ ଜଣେ ଟେଲିଭିଜନ ସାମ୍ବାଦିକ ବିଭିନ୍ନ ସ୍ଥାନରେ ବୁଲି ଜନମତ ସ˚ଗ୍ରହ କରିବା ଅବସରରେ ‘ସିଏଏ’କୁ ସମ୍ପୂର୍ଣ୍ଣ ରୂପେ ସମର୍ଥନ କରୁଥିବା ଜଣେ ଯୁବତୀଙ୍କୁ ଏହି ପ୍ରଶ୍ନ ପଚାରିଥିଲେ। ତାଙ୍କର ପ୍ରଶ୍ନ ଥିଲା: ‘‘ଭାରତ ସମ୍ବିଧାନ ଅନୁସାରେ ଏକ ଧର୍ମ ନିରପେକ୍ଷ ଦେଶ ହୋଇଥିବା ବେଳେ, କେବଳ ବାହାର ଦେଶମାନଙ୍କରୁ ଆସିଥିବା ମୁସଲମାନ ଅନୁପ୍ରବେଶକାରୀମାନଙ୍କୁ କାହିଁକି ‘ସିଏଏ’ ମାଧୢମରେ ଭାରତର ନାଗରିକତ୍ବ ଲାଭ କରିବା ଅଧିକାର ବା ସୁଯୋଗରୁ ବଞ୍ଚିତ କରାଯାଉଛି?’’ ଯୁବତୀ ଜଣକ ତତ୍କ୍ଷଣାତ୍ ଉତ୍ତର ଦେଇଥିଲେ: ‘‘ଭାରତ ଏକ ‘ଧର୍ମ ନିରପେକ୍ଷ’ ଦେଶ, କିନ୍ତୁ ଏକ ‘ଧର୍ମଶାଳା’ ନୁହେଁ।’’ କହିବା ବାହୁଲ୍ୟ, ଧର୍ମଶାଳା ହେଉଛି ଏକ ଅବାଧ ପ୍ରବେଶ ଓ ଆସ୍ଥାନ ଜମାଇବା ସ୍ଥଳୀ।
ବର୍ତ୍ତମାନ ଇସ୍ଲାମୀୟ ସ˚ଗଠନ ‘ତବ୍ଲିଘି ଜମାତ୍’ ସାରା ଦେଶ ପାଇଁ ସୃଷ୍ଟି କରିଥିବା ପ୍ରଳୟଙ୍କରୀ ବିପଦ ଉପରୁ ଅକସ୍ମାତ୍ ପର୍ଦ୍ଦା ଉଠିବା ପରେ ସେମାନଙ୍କର ଏଠାକାର କାର୍ଯ୍ୟକଳାପର ଯେଉଁ ବିବରଣୀ ଲୋକଲୋଚନକୁ ଆସିଛି, ତାହା ବସ୍ତୁତଃ ଉପରୋକ୍ତ ଯୁବତୀଙ୍କ ଆଶଙ୍କାକୁ ସତ୍ୟ ପ୍ରମାଣିତ କଲା ଭଳି। ସେମାନେ ଭାରତକୁ ଏକ ଆଇନକାନୁନ୍ କାର୍ଯ୍ୟ କରୁଥିବା ଦେଶ ନୁହେଁ, ଏକ ହୁଗୁଳା ଧର୍ମଶାଳା ରୂପେ ହିଁ ଦେଖି ଆସିଛନ୍ତି। ସେମାନେ େକବଳ ଯେ ଚୀନା କରୋନା ଭୂତାଣୁର ମୁକାବିଲା ପାଇଁ ସରକାର ଅହୋରାତ୍ର ଦେଶବାସୀଙ୍କୁ ପାଳନ କରିବାକୁ କହୁଥିବା ସ˚ଗରୋଧ ଓ ଆବଶ୍ୟକ ସ୍ଥଳେ ପୃଥକ୍ ବାସ ନିର୍ଦ୍ଦେଶାବଳୀର ଉଲ୍ଲ˚ଘନ କରି ନିଜାମୁଦ୍ଦିନ୍ସ୍ଥିତ ‘ମରକଜ୍’କୁ ଏକ ଭୟାନକ କରୋନା ପ୍ରଜନନ କେନ୍ଦ୍ରରେ ପରିଣତ କରି ଦେଇଛନ୍ତି, ତାହା ନୁହେଁ, ସେମାନଙ୍କ ମଧୢରୁ ଅନେକ ଦେଶସାରା ଖେଳାଇ ହୋଇଯାଇ ‘ତବ୍ଲିଘି ଜମାତ୍’ ସହିତ କୌଣସି ସମ୍ପର୍କ ନ ଥିବା ଜନସାଧାରଣଙ୍କ ପାଇଁ ମଧୢ ସମ୍ଭାବ୍ୟ ସ˚କ୍ରମଣର ବିପଦ ସୃଷ୍ଟି କରିଛନ୍ତି। ସେମାନେ ଯାଇଥିବା ଯାନବାହାନ ସବୁର ସହଯାତ୍ରୀ ଓ ଚାଳକମାନଙ୍କ ଠାରୁ ଆରମ୍ଭ କରି ବଜାର ହାଟରେ ସେମାନଙ୍କ ସ˚ସ୍ପର୍ଶରେ ଆସିଥିବା ନିରୀହ ନାଗରିକମାନଙ୍କ ପର୍ଯ୍ୟନ୍ତ ଏ ବିପଦର ସମ୍ମୁଖୀନ।
ସବୁଠାରୁ ଆଶ୍ଚର୍ଯ୍ୟର କଥା, ଉପରୋକ୍ତ ଯୁବତୀଙ୍କୁ ଅକ୍ଷରେ ଅକ୍ଷରେ ସତ୍ୟ ପ୍ରମାଣିତ କଲା ଭଳି ଏବେ ଖୋଦ୍ ସରକାରଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ଜାନୁଆରି ପହିଲା ପରଠାରୁ ପ୍ରାୟ ୨,୧୦୦ ବିଦେଶୀ ନାଗରିକ ଭାରତରେ ପ୍ରବେଶ କରି ଦେଶର ବିଭିନ୍ନ ସ୍ଥାନରେ ବୁଲି ବୁଲି ତବ୍ଲିଘି ଜମାତ୍ କାର୍ଯ୍ୟକ୍ରମ ଅର୍ଥାତ୍ ଧର୍ମ ପ୍ରଚାରରେ ଅ˚ଶ ଗ୍ରହଣ କରିଛନ୍ତି। ଏବେ ପଛକୁ ଚାହିଁଲେ ଦିଶିଥାଏ, ସେତେବେଳକୁ ଚୀନ୍ରୁ ବାହାରି କରୋନା ବାହାର ଦୁନିିଆ ପ୍ରତି ବିପଦ ସୃଷ୍ଟି କରିବା ଆରମ୍ଭ କଲାଣି। ଏମାନେ ସମସ୍ତେ ଭାରତ ସରକାରଙ୍କଠାରୁ ପାଇଥିବା ଯେଉଁ ‘ଭିସା’ ବଳରେ ଭାରତରେ ପ୍ରବେଶ କରିଥିଲେ, ତାହା ହେଉଛି ‘ପର୍ଯ୍ୟଟକ ଭିସା’। ପର୍ଯ୍ୟଟକମାନେ ପର୍ଯ୍ୟଟନସ୍ଥଳୀମାନ ବୁଲି ଦେଖିବାକୁ ଆସିଥାନ୍ତି; ଧର୍ମ ପ୍ରଚାର କରିବାକୁ ନୁହେଁ। ସେମାନେ କିନ୍ତୁ ହୁଗୁଳା ଧର୍ମଶାଳା ଭାରତରେ ପ୍ରବେଶ କରିବା ପରେ ନିରଙ୍କୁଶ ଭାବରେ ବୁଲି ବୁଲି ‘ତବ୍ଲିଘି ଜମାତ୍’ର ଧର୍ମ ପ୍ରଚାର କାର୍ଯ୍ୟକ୍ରମ ମାନଙ୍କରେ ସକ୍ରିୟ ଅ˚ଶ ଗ୍ରହଣ କରି ଚାଲିଥିଲେ। ଏବେ ଘୋଡ଼ାମାନେ ସବୁ ମେଲା ଦ୍ବାର ଦେଇ ଘୋଡ଼ାଶାଳରୁ ବାହାରି ପଳାଇବା ପରେ ଘୋଡ଼ାଶାଳର ତତ୍ତ୍ବାବଧାରକ ଫାଟକ ବନ୍ଦ କରିବା ପରି ମଙ୍ଗଳବାର ଦିନ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଏଣିକି ‘ତବ୍ଲିଘି ଜମାତ୍’କୁ ଆସିବାକୁ ଚାହୁଁଥିବା ବିଦେଶୀ ନାଗରିକମାନଙ୍କୁ ଆଉ ‘ପର୍ଯ୍ୟଟକ ଭିସା’ ପ୍ରଦାନ କରାଯିବ ନାହିଁ।
ଏଭଳି ଅବାଧରେ ଭିସା କଟକଣା ଉଲ୍ଲ˚ଘନ ଏକ ସମସ୍ୟା ରୂପେ ଯେତିକି ଗୁରୁତ୍ବପୂର୍ଣ୍ଣ ନୁହେଁ, ତା’ଠାରୁ ହେଉଛି ବହୁ ଅଧିକ ଗୁରୁତ୍ବପୂର୍ଣ୍ଣ ଏକ ଲକ୍ଷଣ ରୂପେ। ଯେଉଁ ରାଷ୍ଟ୍ର ଏପରି ଲକ୍ଷଣ ବହନ କରିଥାଏ, ସେଭଳି ରାଷ୍ଟ୍ରକୁ ଏକ ଭିନ୍ନ ପରିପ୍ରେକ୍ଷୀରେ ସ୍ବିଡିସ୍ ଅର୍ଥନୀତିଜ୍ଞ ଗୁନାର୍ ମିର୍ଡାଲ୍ ପ୍ରୟୋଗ କରିଥିବା ଏକ ବିଶେଷଣକୁ ବ୍ୟବହାର କରି ରାଜନୈତିକ ମନ୍ତବ୍ୟକାରମାନେ ବର୍ଣ୍ଣନା କରିଥାନ୍ତି: ‘ନରମା ରାଷ୍ଟ୍ର’ (‘ସଫ୍ଟ ଷ୍ଟେଟ୍’) ରୂପେ। ବିଶେଷକରି ଯେଉଁ ରାଷ୍ଟ୍ର ନିଜର ନିରାପତ୍ତା ପ୍ରତି ବିପଦ ସୃଷ୍ଟିକାରୀଙ୍କୁ ତୁରନ୍ତ ଶକ୍ତିଶାଳୀ ଜବାବ ଦେବା ପାଇଁ ଅସମର୍ଥ ହୋଇଥାଏ, ସେଭଳି ରାଷ୍ଟ୍ରକୁ ‘ନରମା ରାଷ୍ଟ୍ର’ ରୂପେ ବିଚାର କରାଯାଇଥାଏ। ଅତୀତରେ ଭାରତ ଏଭଳି ଅନେକ ଦୁର୍ବଳତା ପ୍ରଦର୍ଶନ କରିଥିଲା। ୧୯୯୯ରେ କାର୍ଗିଲ୍ରେ ପାକିସ୍ତାନୀ ଆକ୍ରମଣ ପ୍ରତି ବିଳମ୍ବିତ ପ୍ରତିକ୍ରିୟା; ତା’ ପରେ ପରେ ଇଣ୍ତିଆନ୍ ଏଆର୍ ଲାଇନ୍ସର ଏକ ବିମାନର ଅପହରଣକାରୀମାନଙ୍କ ନିକଟରେ ମୁଣ୍ତ ନୁଆଁଇ ଆତଙ୍କବାଦୀମାନଙ୍କୁ ଜେଲ୍ରୁ ଖଲାସ କରିଦେବା; ପାକିସ୍ତାନ-ପ୍ରୋତ୍ସାହିତ ୨୬/୧୧ ଆକ୍ରମଣ ଭଳି ବିଭିନ୍ନ ଇସଲାମୀୟ ଆତଙ୍କବାଦୀ ଆକ୍ରମଣର କୌଣସି କଠୋର ଜବାବ ଦେଇ ନପାରିବା ଆଦି ହେଉଛି ଏଭଳି ନରମା ରାଷ୍ଟ୍ରର ଲକ୍ଷଣ ମାନ।
ନିକଟ ଅତୀତରେ କିନ୍ତୁ ନରେନ୍ଦ୍ର ମୋଦୀ ସରକାର ଏକାଧିକ ସାମରିକ ଓ ବେସାମରିକ ପଦକ୍ଷେପ ମାଧୢମରେ ଏ ଭାବମୂର୍ତ୍ତିରେ ପରିବର୍ତ୍ତନ ଆଣିପାରିଥିଲା; ତାହା ସର୍ଜିକାଲ ଷ୍ଟ୍ରାଇକ୍, ବାଲାକୋଟ୍ ଆକ୍ରମଣ ହେଉ କି କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ କିମ୍ବା ‘ସିଏଏ’ ପ୍ରବର୍ତ୍ତନ ହେଉ। ଏଥିପାଇଁ ସରକାର କିନ୍ତୁ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଶଠ-ଉଦାରପନ୍ଥୀ ମାନଙ୍କର ତୀବ୍ର ସମାଲୋଚନାର ଶିକାର ହୋଇ ଆସିଛି। ତାହା ହିଁ ହେଉଛି ବୋଧହୁଏ କାରଣ ଯେଉଁଥି ଲାଗି ସରକାର ତବ୍ଲିଘିି ଜମାତ୍ ପ୍ରତି ଏକ କୋହଳ ନୀତି ଅବଲମ୍ବନ କରିଛନ୍ତି ଓ ଭିସା ଉଲ୍ଲ˚ଘନ ପ୍ରତି ଆଖି ବୁଜି ଦେଇଛନ୍ତି। ନଚେତ୍ ସମାଲୋଚକମାନେ ସରକାରଙ୍କ ବିରୋଧରେ ସାମ୍ପ୍ରଦାୟିକତା ଅଭିଯୋଗ ଆଣନ୍ତେ- ଏଥିରେ ସନ୍ଦେହ ନାହିଁ। କିନ୍ତୁ ରାଷ୍ଟ୍ର ନରମା ହେଲେ ତା’ର ଅସ୍ତିତ୍ବ ପ୍ରତି କିଭଳି ପ୍ରଳୟଙ୍କରୀ ବିପଦ ସୃଷ୍ଟି ହୁଏ, ତାହା ସମଗ୍ର ଅସହାୟ ଦେଶବାସୀ ଭୟରେ ଜଡ଼ସଡ଼ ହୋଇ ଦେଖୁଛନ୍ତି। ଦେଶକୁ ଆଉ ଏପରି ଏକ ହୁଗୁଳା ଧର୍ମଶାଳାରେ ପରିଣତ କରିବାକୁ ଦିଆ ନଯାଉ- ଏହା ହିଁ ହେଉଛି ବର୍ତ୍ତମାନର ଶିକ୍ଷା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/editorial-final.jpg)