ହେରୋଡୋଟସଙ୍କ ବିଶ୍ବ ଇତିହାସରେ ବର୍ଣ୍ଣିତ ଅଛି କିଭଳି ଖ୍ରୀ.ପୂ. ୫୪୬ରେ ପ୍ରାଚୀନ ଲିଡିଆର ଅତ୍ୟନ୍ତ ଧନଶାଳୀ ଏବ˚ ଦର୍ପୀ ସମ୍ରାଟ କ୍ରୋସସ୍ ପାରସ୍ୟ ଆକ୍ରମଣ କରିବା ପୂର୍ବରୁ ପାର୍ନାସସ୍ ପର୍ବତ ଉପରେ ଅବସ୍ଥିତ ଗ୍ରୀକ୍ ଦେବରାଜ ଆପୋଲୋଙ୍କ ମନ୍ଦିରକୁ ଯାଇ ଯୁଦ୍ଧର ପରିଣାମ ବାବଦରେ ଦୈବୀବାଣୀ ଲୋଡ଼ିଥିଲେ। ‘ଓରାକଲ ଅଫ୍ ଡେଲ୍ଫି’ ନାମରେ ପ୍ରସିଦ୍ଧ ଏହା କ୍ରୋସସ୍ଙ୍କ ପ୍ରଶ୍ନର ଉତ୍ତରରେ ଯେଉଁ ପ୍ରହେଳିକାମୟ ଭବିଷ୍ୟତ୍-ବାଣୀ କରିଥିଲା, ତାହା ଥିଲା-‘ତୁମର ଆକ୍ରମଣ ଗୋଟିଏ ରାଜ୍ୟକୁ ବିଧ୍ବସ୍ତ କରିଦେବ।’ କହିବା ବାହୁଲ୍ୟ, ଏଥିରେ ଆଶ୍ବସ୍ତ ଅହ˚କାରୀ କ୍ରୋସସ୍ ନିର୍ଭୟ ଚିତ୍ତରେ ପାରସ୍ୟ ଉପରେ ଆକ୍ରମଣ କରି ଅଚିରେ ପରାଜିତ ଓ ଭୂଲୁଣ୍ଠିତ ହୋଇଥିଲେ। ଡେଲ୍ଫିର ‘ଓରାକଲ୍’ ଅବଶ୍ୟ ସତ୍ୟ ସାବ୍ୟସ୍ତ ହୋଇଥିଲା। ଏଠାରେ ଏହି ଆଖ୍ୟାୟନଟିର ବର୍ଣ୍ଣନା କରାଯିବାର ତାତ୍ପର୍ଯ୍ୟଟି ହେଲା ଅହମିକା ଦ୍ବାରା ଅନ୍ଧ କ୍ରୋସସ୍ ଆଜିକୁ ଅଢ଼େଇ ହଜାର ବର୍ଷ ତଳେ ଦୈବୀବାଣୀର ବିବେଚନାପୂର୍ଣ୍ଣ ଅର୍ଥାନ୍ତର କରି ନ ପାରି ନିଜର ତଥା ନିଜ ରାଜ୍ୟ ଲିଡିଆର ଅକଳ୍ପନୀୟ କ୍ଷତି ସାଧନ କରିଥିବା ଭଳି ଏବେ ‘କରୋନା’ର ମହା-ସ˚କ୍ରମଣ କାଳରେ ବିଭିନ୍ନ କ୍ଷମତାଶାଳୀ ବ୍ୟକ୍ତିବିଶେଷଙ୍କ ଅଯୌକ୍ତିକ ଅହମିକା ନିଜ ସହିତ ସମାଜର ବିପୁଳ କ୍ଷତି ଘଟାଇବାରେ ଲାଗିଛି। ଏ ସ˚ଦର୍ଭରେ ଯଦିଓ ପ୍ରଥମେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ବା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଚିତ୍ର ସ୍ବତଃ ଆଖି ସାମ୍ନାରେ ଉଭା ହୋଇଥାଏ ଏବ˚ ସତର୍କତାମୂଳକ ପରାମର୍ଶକୁ ଅଗ୍ରାହ୍ୟ କରିଥିବା ଦର୍ପୀ ବୋରିସ ଜନସନଙ୍କ ଅତ୍ୟନ୍ତ ଅସୁସ୍ଥ ଅବସ୍ଥାରେ ଆଇ.ସି.ୟୁ. ଗମନ କଥା ସ୍ମରଣକୁ ଆସିଥାଏ, ତଥାପି ଏବେ ଆଉ ସେତେ ଦୂରକୁ ନ ଯାଇ ଆମର ଏକ ନିକଟବର୍ତ୍ତୀ ରାଜ୍ୟ ମଧୢପ୍ରଦେଶ ଉପରେ ନଜର ପକାଇଲେ ଦେଖିହୁଏ କିଭଳି କେେତକ କ୍ଷମତାଶାଳୀ ବ୍ୟକ୍ତିଙ୍କ ଅହମିକାଭରା ଅପରିଣାମଦର୍ଶିତା ସେଠାକାର ‘କରୋନା’ ସ˚କ୍ରମଣଜନିତ ସ୍ଥିତିକୁ ଅତ୍ୟନ୍ତ ଜଟିଳ କରି ପକାଇଛି।
ଉଲ୍ଲେଖନୀୟ ଯେ ଏହା ଲେଖା ହେଲା ବେଳକୁ ମଧୢ ପ୍ରଦେଶରେ କରୋନା ସ˚କ୍ରମିତଙ୍କ ସ˚ଖ୍ୟା ଥିଲା ୯୩୮ ଏବ˚ ମୃତକଙ୍କ ସ˚ଖ୍ୟା ୫୩। ଏହି ରାଜ୍ୟରେ କରୋନା ସ˚କ୍ରମଣର ନାଭିକେନ୍ଦ୍ର ଭାବେ ପରିଚିତ ଇନ୍ଦୋର ସହରରେ ସ˚କ୍ରମିତଙ୍କ ସ˚ଖ୍ୟା ୫୪୪ ଏବ˚ ମୃତକଙ୍କ ସ˚ଖ୍ୟା ୩୭। ମଧୢ ପ୍ରଦେଶର ରାଜଧାନୀ ଭୋପାଳରେ ସ˚କ୍ରମିତଙ୍କ ସ˚ଖ୍ୟା ୧୬୭ରେ ପହଞ୍ଚିଥିବା ବେଳେ ଯାହା ଅତ୍ୟନ୍ତ ଉଦ୍ବେଗଜନକ, ତାହା ହେଲା ସେମାନଙ୍କ ମଧୢରୁ ପ୍ରାୟ ଅର୍ଧେକ ହେଉଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଏବ˚ ସେମାନଙ୍କ ପରିବାରର ସଦସ୍ୟ। ଏବ˚ ପରିସ୍ଥିତି ଏଭଳି ହେବା ପଛରେ ଯେଉଁ ଅହମିକାଭରା ଅପରିଣାମଦର୍ଶିତା ରହିଛି ତାହା ସ୍ପଷ୍ଟ କରିବା ଲାଗି ପୃଷ୍ଠଭୂମି ଉପରେ ଦୃଷ୍ଟି ନିକ୍ଷେପ କରାଯିବା ଆବଶ୍ୟକ।
ଘଟଣାକ୍ରମ ଆରମ୍ଭ ହୁଏ ମାର୍ଚ୍ଚ ୨୧ ତାରିଖରେ, ଯେତେବେଳେ ଇନ୍ଦୋର ସ୍ଥିତିର ସମୀକ୍ଷା କରିବାକୁ ଯାଇ ଭୋପାଳ ଫେରିଥିବା ‘ଇନ୍ଫେକ୍ସସ୍ ଡିଜିଜେସ୍ ସର୍ଭେଲାନ୍ସ ପ୍ରୋଗ୍ରାମ’ର ମୁଖ୍ୟ ପ୍ରମୋଦ ଗୋୟଲଙ୍କ ଠାରେ କରୋନା ସ˚କ୍ରମଣର ସମସ୍ତ ଲକ୍ଷଣ ଦୃଶ୍ୟମାନ ହେବା ସତ୍ତ୍ବେ ଭୋପାଳସ୍ଥିତ ସ୍ବାସ୍ଥ୍ୟ ବିଭାଗର ଦପ୍ତରରେ ସେ କାର୍ଯ୍ୟରେ ଯୋଗ ଦିଅନ୍ତି। ଘନଘନ ‘କାଶ ଓ ଛିଙ୍କ’ ମଧୢରେ ସେ ସ˚ପାଦନ କରିଥିବା ଅନେକ କାର୍ଯ୍ୟ ମଧୢରେ ରହିଛି ବହୁଜଣିଆ ବୈଠକରେ ସାମିଲ ହେବା; ‘ଜାତୀୟ ସ୍ବାସ୍ଥ୍ୟ ମିସନ’ର ନିର୍ଦ୍ଦେଶକ ରୂପେ ସ୍ବାତୀ ମିନାଙ୍କ ଅଭ୍ୟର୍ଥନା ଲାଗି ଆୟୋଜିତ ଉତ୍ସବରେ ଅ˚ଶ ଗ୍ରହଣ କରିବା ଏବ˚ ଏକ ଶହେ ଜଣିଆ ମିଟି˚ରେ ଭାଗ ନେବା। ମାର୍ଚ୍ଚ ୨୩ ବେଳକୁ ମଧୢ ପ୍ରଦେଶର ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କ ମଧୢରେ କରୋନା ସ˚କ୍ରମଣର ଉପସର୍ଗ ପରିଦୃଷ୍ଟ ହେବା ଆରମ୍ଭ କରେ। ତା’ ପରେ ସ୍ବୟ˚ ମଧୢ ପ୍ରଦେଶର ସ୍ବାସ୍ଥ୍ୟ ବିଭାଗର ସଚିବ ପଲ୍ଲବୀ ଜୈନ ଗୋହୀଲ କରେନା ସ˚କ୍ରମିତ ବୋଲି ଚିହ୍ନଟ ହୁଅନ୍ତି। କିନ୍ତୁ ସେ କୌଣସି ହାସପାତାଳରେ ଚିକିତ୍ସିତ ହେବାର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ନିଜ ସରକାରୀ ବାସଭବନରେ (ବ୍ରିଟେନ୍ ରାଜକୁମାର ଚାର୍ଲସଙ୍କ ତୁଲ୍ୟ) ‘ଏକାନ୍ତ ବାସ‘ରେ ରହି ସେଠାରୁ ଦପ୍ତର କାର୍ଯ୍ୟ ମଧୢ ଚଳାନ୍ତି। (ଯଦିଓ ଏବେ ତାଙ୍କୁ ଦାୟିତ୍ବରୁ ଅପସାରଣ କରାଯାଇଛି, କିନ୍ତୁ ସେତେବେଳେ ତାଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ‘କରୋନା’ ବିରୋଧରେ ଜଣେ ଅଗ୍ରଣୀ ଯୋଦ୍ଧା ଭାବେ ଅଭିହିତ କରିଥିଲେ।) ଏହି ସମୟରେ ମଧୢ ପ୍ରଦେଶରେ କ˚ଗ୍ରେସ ଠାରୁ କ୍ଷମତା ଅପହରଣରେ ବ୍ୟସ୍ତ ବିଜେପିର କେନ୍ଦ୍ରୀୟ ଶାସନ ଦ୍ବାରା ସେଠକାର ‘କୋଭିଡ୍-୧୯’ ବିରୋଧୀ ଯୁଦ୍ଧକୁ କିଛି ଦିନ ଲାଗି ଝୁଲନ୍ତା ଅବସ୍ଥାରେ ଛାଡ଼ି ଦିଆଯାଏ। ଏଣେ ଭୋପାଳରେ ସ˚କ୍ରମିତଙ୍କ ସ˚ଖ୍ୟା ପ୍ରତି ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ସ୍ବାସ୍ଥ୍ୟ ସଚିବଙ୍କ ନିରାମୟତା ଲାଗି ତାଙ୍କ ବାସଭବନରେ ଡାକ୍ତର ଓ ଚିକିତ୍ସା କର୍ମଚାରୀଙ୍କ ଭିଡ଼ ଲାଗିରହେ। ଏହି ସମୟରେ ମଧୢପ୍ରଦେଶର ‘ଆୟୁଷ୍ମାନ ଭାରତ’ ଯୋଜନାର ମୁଖ୍ୟ ଜେ. ବିଜୟ କୁମାର (ଆଇ.ଏ.ଏସ୍.ଅଧିକାରୀ) କରୋନା ପଜିଟିଭ ବୋଲି ଜଣାପଡ଼ିବା ପରେ ତାଙ୍କ ସହିତ ଏକ ବୈଠକରେ ଯୋଗ ଦେଇଥିବା ଡଜନେ ସରିକି ପଦସ୍ଥ ଅଧିକାରୀ ଏବେ ‘ଏକାନ୍ତ ବାସ’ରେ। ସୁତରା˚, ମୋଟାମୋଟି ସ୍ଥିତି ହେଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଉପର ସ୍ତରର ପ୍ରାୟ ସମସ୍ତ ଅଧିକାରୀ ଏବେ କରୋନା ସ˚କ୍ରମଣରେ ପୀଡ଼ିତ ହୋଇ ଚିକିତ୍ସାଳୟରେ ଅଥବା ସମ୍ଭାବ୍ୟ ‘କୋଭିଡ୍-୧୯’ର ବାହକ ଭାବେ ‘ଏକାନ୍ତ ବାସ’ରେ। ଏବ˚ ଏଥିରେ ଯାହା ସବୁଠାରୁ ଅଧିକ ଦୁର୍ଭାଗ୍ୟଜନକ ବିଡ଼ମ୍ବନା, ତାହା ହେଲା ଏମାନେ ସମସ୍ତେ ହେଉଛନ୍ତି ଶତ୍ରୁ ଠାରୁ ନିରାପଦ ଦୂରତାରେ ରହି ଯୁଦ୍ଧ ପରିଚାଳନା କରୁଥିବା ବର୍ଗ। ଏହି ଯୁଦ୍ଧର ସମ୍ମୁଖ ଭାଗରେ ରହି ଲଢୁଥିବା ଡାକ୍ତର ବା ଚିିକିତ୍ସାରେ ସହାୟତା ଯୋଗାଉଥିବା ନର୍ସ ବା ଅନ୍ୟାନ୍ୟ କର୍ମଚାରୀଙ୍କ ଭଳି ସିଧାସଳଖ ପ୍ରତି କ୍ଷଣ ‘କୋଭିଡ୍-୧୯’ର ସ˚ସ୍ପର୍ଶରେ ଆସି ନାହାନ୍ତି। ଏହାର ଏକମାତ୍ର କାରଣ ହେଉଛି ପଦ ଓ କ୍ଷମତାଜନିତ ଅହମିକା ସେମାନଙ୍କୁ ସାମାନ୍ୟତମ ସତର୍କତା ଅବଲମ୍ବନ କରିବାକୁ ଦେଇନାହିଁ।
ଯଦିଓ ଆଉ ଏକ ବିଶାଳ ବିଡ଼ମ୍ବନା ମଧୢ ଏହି ରାଜ୍ୟକୁ ଆବୋରି ବସିଛି, ତାହାର ଆଲୋଚନା ଏକ ସ୍ବତନ୍ତ୍ର ସ୍ଥାନ ଲୋଡ଼ି ଥାଏ। ତାହା ହେଲା ରାଜ୍ୟର ଏଭଳି ଏକ ଘଡ଼ିସନ୍ଧି କ୍ଷଣରେ କ୍ଷମତା ଆହରଣ କରିଥିବା ବିଜେପିର ଶିବରାଜ ସି˚ହ ଚୌହାଣ ଏ ପର୍ଯ୍ୟନ୍ତ ୨୪ ଦିନ ଧରି ମୁଖ୍ୟମନ୍ତ୍ରୀ ରହିବା ସତ୍ତ୍ବେ କ୍ୟାବିନେଟ୍ଟିଏ ଗଠନ କରିବାରେ ଅସମର୍ଥ ହୋଇ ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆମ ରାଷ୍ଟ୍ରର ସର୍ବ ବୃହତ୍ ଅଥଚ ଏକ ଅତ୍ୟନ୍ତ ପଛୁଆ ରାଜ୍ୟ ମଧୢପ୍ରଦେଣ ସ˚ପ୍ରତି ତାର କରୋନା ମହାସମର କାଳରେ ଉଭୟ ଶାସନ ଓ ପ୍ରଶାସନଗତ ନେତୃତ୍ବର ଶୂନ୍ୟତା ଦ୍ବାରା କବଳିତ ହୋଇଛି।
ଉଲ୍ଲେଖନୀୟ ଯେ ‘ଆପୋଲୋ’ଙ୍କ ମନ୍ଦିରର ପ୍ରବେଶ ଦ୍ବାର ନିକଟରେ ଖୋଦିତ ହୋଇ ରହିଥିବା ଏକ ବାଣୀ ଯାହା କହିଥାଏ, ତାହାର ଇ˚ରେଜୀ ଅନୁବାଦ ହେଲା ‘ନୋ ଇୟୋରସେଲ୍ଫ’ ଅର୍ଥାତ୍ ‘ନିଜକୁ ଜାଣ’। ନିଜକୁ ଜାଣିବାର ପ୍ରକ୍ରିୟାରେ ଅହମିକା ଦ୍ରବୀଭୂତ ହୋଇଥାଏ। କିନ୍ତୁ ଏହି ମର୍ମଭରା ବାକ୍ୟ ପ୍ରତି ଉଦାସୀନ ଅହ˚କାରୀ କ୍ରୋସସ୍ଙ୍କ ବ˚ଶଧରମାନେ ଆଜି ସର୍ବତ୍ର ଆତଯାତ ହେଉଥିବାରୁ ସେମାନଙ୍କ ଆଚରଣ ଦ୍ବାରା ଆତ୍ମଘାତ ଲାଗି ପଥ ପ୍ରଶସ୍ତ ହେବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/editorial-final.jpg)