ସାରା ଦେଶରେ ‘ଲକ୍ଡାଉନ୍’ ଘୋଷଣା କରି ଯେଉଁ ତାଲାଟି ପକାଇ ଦିଆଗଲା, ସେଥିରେ ଯେଉଁମାନେ ଭିତରେ ଥିଲେ ଭିତରେ ରହିଗଲେ ଏବ˚ ଯେଉଁମାନେ ବାହାରେ ଥିଲେ ସେମାନେ ଆଉ ଭିତରକୁ ପ୍ରବେଶ କରି ପାରିଲେ ନାହିଁ। ଏବେ ସାରା ଭାରତ ଏହିଭଳି ‘ଭିତର’ ଏବ˚ ‘ବାହାର’ ଦ୍ବାରା ଦୁଇ ଭାଗରେ ବିଭାଜିତ। ଏତିକି ବେଳେ ଯାହା ଦେଖିବାକୁ ମିଳିଛି ତାହା ହେଲା ଭିତରେ ରହିଥିବା ଲୋକଙ୍କ ସକାଶେ ଏକ ଅପେକ୍ଷାକୃତ ଆନନ୍ଦଦାୟକ ପରିବେଶ ସୃଷ୍ଟି ଲାଗି ଉଦ୍ୟମ, ସାଧନ ଏବ˚ ସୁଯୋଗର ସୁବିଧା ଉପଲବ୍ଧ ଥିବା ବେଳେ ବାହାରେ ରହିଯାଇଥିବା ଲୋକେ ଏକ ଅତ୍ୟନ୍ତ ଅସୁରକ୍ଷିତ ଏବ˚ ଅନିଶ୍ଚିତ ଭବିଷ୍ୟତ୍ ନେଇ ଜୀବନ ଅତିବାହିତ କରୁଛନ୍ତି। ଗଲା ଏପ୍ରିଲ ୧୬ ତାରିଖରେ ଏହି ସ୍ତମ୍ଭରେ ‘ଦୁର୍ବଳ ଦୁର୍ଗ’ ଶୀର୍ଷକ ରଚନାରେ କୁହାଯାଇଥିଲା କିଭଳି ଗୋଟିଏ ଘର ବା ନିବାସ ମଣିଷକୁ ସୁରକ୍ଷିତ ରଖିବା ଲାଗି ଏକ ଦୁର୍ଗ ସୁଲଭ ହୋଇଥାଏ। ତହିଁରେ ବର୍ଣ୍ଣିତ ଥିବା ୧୭୭୩ ମସିହାରେ ଇ˚ଲାଣ୍ତର ପ୍ରଧାନମନ୍ତ୍ରୀ ଜର୍ଜ ଗ୍ରେନ୍ଭିଲଙ୍କ ଏକ ସ୍ମରଣୀୟ ବକ୍ତବ୍ୟ ଆଜିର ଏହି ଆଲୋଚନା ସ˚ଦର୍ଭରେ ମଧୢ ପ୍ରାସଙ୍ଗିକ ମନେ ହୁଏ। ସେତେବେଳେ ଗ୍ରେନ୍ଭିଲ ପ୍ରଦାନ କରିଥିବା ବକ୍ତବ୍ୟଟିର ମର୍ମାର୍ଥ ହେଲା ‘ଜଣେ ଦରିଦ୍ରତମ ବ୍ୟକ୍ତିର କୁଡ଼ିଆ ଭିତରକୁ ଖରାର ତେଜ, ବର୍ଷା ପାଣି ବା ବତାସର ପବନ ପ୍ରବେଶ କରିପାରେ, କିନ୍ତୁ ଇ˚ଲାଣ୍ତର ରାଜା ଚାହିଁଲେ ମଧୢ ଗୃହସ୍ବାମୀର ବିନା ଅନୁମତିରେ ବା ଆଇନକୁ ନ ବଦଳାଇ ତାହା ଭିତରକୁ ପ୍ରବେଶ କରିପାରିବେ ନାହିଁ।’ ଏହାର ଅର୍ଥ ସ୍ପଷ୍ଟ ଯେ ଜଣେ ବ୍ୟକ୍ତି ଲାଗି ତା ଘର ହିଁ ହେଉଛି ତାକୁ ସୁରକ୍ଷିତ ରଖୁଥିବା ଏକ ଦୁର୍ଗ ତୁଲ୍ୟ। ସୁତରା˚, ‘ଲକ୍ଡାଉନ୍’ କାଳରେ ଯେଉଁମାନେ ସେମାନଙ୍କ କୁଡ଼ିଆ ବାହାରେ ରହିଯାଇଛନ୍ତି, ସେମାନେ ଦୀର୍ଘ କାଳ ଧରି କାର୍ଯ୍ୟ, ରୋଜଗାର, ଖାଦ୍ୟ ଏବ˚ ସେମାନଙ୍କ ଅସ୍ଥାୟୀ ବାସସ୍ଥାନ ହରାଇଥିବା ଜନିତ ଅସୁରକ୍ଷା, ହତାଶା ଏବ˚ କ୍ରୋଧ ଦ୍ବାରା ଜର୍ଜରିତ ହେବା ଅତ୍ୟନ୍ତ ସ୍ବାଭାବିକ। ମୁମ୍ବାଇର ବାନ୍ଦ୍ରା ହେଉ ବା ଦିଲ୍ଲୀର ଯମୁନା କୂଳ ହେଉ ବା ସୁରାଟ ହେଉ; ବିଭିନ୍ନ ସ୍ଥାନରେ ଏଭଳି ବାହାରେ ରହିଯାଇଥିବା ଲୋକଙ୍କ ପୁ˚ଜିଭୂତ ଅସନ୍ତୋଷର ଉତ୍କଟ ପରିପ୍ରକାଶ ଦେଖିବାକୁ ମିଳୁଛି। ଏହା ମଧୢ ଭୁଲିଯିବା ଉଚିତ ନୁହେଁ ଯେ ଯାହା ଏବେ ଦେଖିବାକୁ ମିଳୁଛି, ତାହା କେବଳ ଏକ ଭାସମାନ ବରଫ ପର୍ବତର ଉପରକୁ ଦୃଶ୍ୟମାନ ଅତ୍ୟନ୍ତ କ୍ଷୁଦ୍ରା˚ଶ ମାତ୍ର। ଏବ˚ ଏଠାରେ ଏହା ମଧୢ ପ୍ରଣିଧାନଯୋଗ୍ୟ ଯେ ସେମାନେ ପ୍ରବାସୀ ଶ୍ରମିକ ହୁଅନ୍ତୁ ବା ନିଜ ଘରେ ରହୁଥିବା ସତ୍ତ୍ବେ ରୋଜଗାର ହରାଇ ଭାଗ୍ୟକୁ ଆଦରି ପଡ଼ିରହିଥିବା ଦରିଦ୍ର ବର୍ଗ ହୁଅନ୍ତୁ; ଏମାନେ ସମସ୍ତେ ବର୍ତ୍ତମାନର ସ˚ଦର୍ଭରେ ଅନ୍ତତଃ ସା˚କେତିକ ଭାବେ ‘ବାହାର’ ଲୋକ। ଏହି ‘ବାହାର’ ଲୋକଙ୍କ କଷଣ ପ୍ରଶମନ ଲାଗି ଉଭୟ ରାଜ୍ୟ ଏବ˚ କେନ୍ଦ୍ର ସରକାର ନିଜ ନିଜ ସ୍ତରରେ ଉଦ୍ୟମଶୀଳ; ତେବେ ଆହୁରି ଆଶ୍ବାସନାର କଥା ହେଲା ଏହି ବିଶାଳ ବର୍ଗର ଜୀବନ-ମରଣ ସମସ୍ୟାର ସମାଧାନ ଲାଗି ବିଭିନ୍ନ ସ୍ତରରେ ଚିନ୍ତନ ଆରମ୍ଭ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା କେତେକ ଅତ୍ୟନ୍ତ ବିଦ୍ବାନ କିଛି ସୂତ୍ର ମଧୢ ପ୍ରଦାନ କରିଛନ୍ତି, ଯାହା ଆଲୋଚନାର ଅବକାଶ ରଖେ।
ଏହି ମର୍ମରେ ଗଲା ଗୁରୁବାର ଦିନ ଇ˚ରେଜୀ ସମ୍ବାଦପତ୍ର ‘ଦ ଇଣ୍ତିଆନ୍ ଏକ୍ସପ୍ରେସ୍’ରେ ପ୍ରକାଶିତ ଏକ କ୍ଷୁଦ୍ର ନିବନ୍ଧରେ ଏହାର ଲେଖକ ତ୍ରୟ- ଅର୍ଥନୀତିରେ ନୋବେଲ ପୁରସ୍କାର ବିଜେତା ଦୁଇ ଭାରତୀୟ ଅମର୍ତ୍ତ୍ୟ ସେନ ଓ ଅଭିଜିତ ବାନାର୍ଜୀ ଏବ˚ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ମତ ଦେଇଛନ୍ତି ଯେ ଦରିଦ୍ରମାନଙ୍କୁ ଅଧିକ ଖାଦ୍ୟାନ୍ନ ବଣ୍ଟନ କରିବାରେ ସରକାର ଆଦୌ କୌଣସି କାର୍ପଣ୍ୟ ପ୍ରଦର୍ଶନ କରନ୍ତୁ ନାହିଁ; ତିନି ମାସ ବଦଳରେ ଛଅ ମାସ ଲାଗି ମାଗଣା ଖାଦ୍ୟାନ୍ନ ଉପଲବ୍ଧ କରାନ୍ତୁ। ଏହି ପରିପ୍ରେକ୍ଷୀରେ ଏକ ସାମ୍ବାଦିକ ସମ୍ମିଳନୀରେ କ˚ଗ୍ରେସ ନେତା ରାହୁଳ ଗାନ୍ଧୀ ମଧୢ ‘ଲକ୍ଡାଉନ୍’ ଦ୍ବାରା ପୀଡ଼ିତ ଦରିଦ୍ରମାନଙ୍କୁ ଅଧିକ ଖାଦ୍ୟ ଦ୍ରବ୍ୟ (ସପ୍ତାହକୁ ଦଶ କିଲୋ ଖାଦ୍ୟାନ୍ନ, କିଲେ ଡାଲି ଓ କିଲେ ଚିନି)ର ମାଗଣା ବଣ୍ଟନ ଉପରେ ଗୁରୁତ୍ବ ଆରୋପ କରିଛନ୍ତି। ସ˚ପ୍ରତି ‘ଭାରତୀୟ ଖାଦ୍ୟ ନିଗମ’ (ଏଫ୍.ସି.ଆଇ.)ର ଗୋଦାମଗୁଡ଼ିକରେ ମହଜୁଦ ଥିବା ଖାଦ୍ୟାନ୍ନ ଏବ˚ ଖାଦ୍ୟଶସ୍ୟର ପରିମାଣ ଉପରେ ଦୃଷ୍ଟି ନିକ୍ଷେପ କଲେ ଜଣାଯାଏ ଯେ (ଖାଦ୍ୟ ନିଗମର ‘େଵବ୍ସାଇଟ୍’ରେ ୨୦୨୦, ମାର୍ଚ୍ଚ ମାସ ଶେଷ ସୁଦ୍ଧା ଉପଲବ୍ଧ ତଥ୍ୟ ଅନୁଯାୟୀ) ତା’ର ପରିମାଣ ହେଉଛି ୩.୦୯ ନିୟୁତ ମେଟ୍ରିକ ଟନ୍ ଗହମ, ୨.୭୫ ନିୟୁତ ମେଟ୍ରିକ ଟନ୍ ଚାଉଳ ଏବ˚ ଅତିରିକ୍ତ ୨.୮୭ ନିୟୁତ ମେଟ୍ରିକ ଟନ୍ ଧାନ। ଉଲ୍ଲେଖନୀୟ ଯେ ଭାରତରେ ‘ବଫର ଷ୍ଟକ୍’ ଭାବେ ଯେତିକି ପରିମାଣର ଖାଦ୍ୟାନ୍ନ ରହିବା ଆବଶ୍ୟକ, ଏହା ତାର ପ୍ରାୟ ତିନି ଗୁଣ। ପୁଣି ଅଚିରେ ଚଳିତ ରବି ଫସଲର ‘ବମ୍ପର୍’ ଉତ୍ପାଦ ଆସି ଗୋଦାମରେ ପହଞ୍ଚି ଏହି ପରିମାଣକୁ ଆହୁରି ସ୍ଫୀତ କରିବ। ତେଣୁ ଅନ୍ତତଃ ବର୍ତ୍ତମାନର ଅତ୍ୟନ୍ତ ଘଡ଼ିସନ୍ଧି ମୁହୂର୍ତ୍ତରେ କ୍ଷୁଧାତୁରମାନଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ ଲାଗି ଏହାର କାର୍ପଣ୍ୟହୀନ ବଣ୍ଟନ ଅତ୍ୟନ୍ତ ଜରୁରୀ ବୋଲି ଏମାନେ ସମସ୍ତେ ଏକମତ।
ଏହି ସ˚ଦର୍ଭରେ ବିଦ୍ବାନ ତ୍ରୟ ତାଙ୍କ ନିବନ୍ଧରେ ପ୍ରଦାନ କରିଥିବା ଆଉ ଏକ ପରାମର୍ଶ ହେଲା ଏହାର ବଣ୍ଟନ ବେଳେ ‘ପି.ଡି.ଏସ୍.’ କାର୍ଡକୁ ବାଧ୍ୟତାମୂଳକ କରା ନ ଯାଇ କାର୍ଡରୁ ବଞ୍ଚିତ ଲୋକଙ୍କୁ ଅସ୍ଥାୟୀ କାର୍ଡ ତତ୍କାଳ ପ୍ରଦାନ କରାଯାଇ ସେମାନଙ୍କୁ ଏ ବଣ୍ଟନ ବ୍ୟବସ୍ଥାର ବାହାରେ ରଖିବାର ଦୁର୍ଭାଗ୍ୟରୁ ମୁକ୍ତ କରାଯାଉ। ଏଥିରେ ବାଟମାରଣା ହେବାର ଭୟ ଥିଲେ ସୁଦ୍ଧା, ଏତିକି ସାନ୍ତ୍ବନା ଯେ ଖାଦ୍ୟାନ୍ନ ମୂଷା କି ଫିମ୍ପି କବଳରେ ପଡ଼ି ନଷ୍ଟ ନ ହୋଇ ଅନ୍ତତଃ କାହାରି ନା କାହାରି ଉଦରକୁ ଯିବ।
ଗଲା ଶୁକ୍ରବାର ଦିନ ପ୍ରକାଶିତ ଏକ ସମ୍ବାଦ ଅନୁସାରେ ଜଣେ ‘ପିଜ୍ଜା’ ଡେଲିଭରି ବୟ କରୋନା ସ˚କ୍ରମିତ ବୋଲି ଜଣାପଡ଼ିବା ପରେ ଦକ୍ଷିଣ ଦିଲ୍ଲୀର ୭୫ଟି ପରିବାର ‘ଏକାନ୍ତ ବାସ’କୁ ଯାଇଛନ୍ତି। ଅର୍ଥାତ୍ ‘ଭିତର’ ସ˚ସାର ସହିତ ‘ବାହାର’ ସ˚ସାରର ସ˚ପର୍କକୁ ଯୋଡ଼ି ରଖିଥିବା ଜଣେ ଯୋଗସୂତ୍ରକାରୀ ନିଜ ଜୀବିକା ଲାଗି ନିଜକୁ ବିପଦରେ ପକାଇ ‘ଭିତରେ’ ଥିବା ଲୋକଙ୍କ ଆନନ୍ଦ ସାଧନ ନିମନ୍ତେ ନିଜ ଅଲକ୍ଷ୍ୟରେ କରୋନା ସ˚କ୍ରମଣକୁ ସ˚ପ୍ରସାରିତ କରିଛନ୍ତି। ଏବେ ‘ତାଲାବନ୍ଦ’ କାଳରେ ଯେତେବେଳେ ବାହାରେ ରହିଯାଇଥିବା ହତଭାଗ୍ୟମାନେ ଖାଦ୍ୟ, ରୋଜଗାର ଓ ସୁରକ୍ଷା ହରାଇ ଦୀର୍ଘଶ୍ବାସ ଛାଡୁଛନ୍ତି, ସେତିକି ବେଳେ ପିଜ୍ଜା ପ୍ରିୟ ‘ଭିତର’ ଲୋକଙ୍କ କେତେକ ସମ୍ବେଦନଶୂନ୍ୟ ଆଚରଣ ସେମାନଙ୍କ ମଧୢରେ କ୍ଷୋଭ ଜାତ କରୁଥାଇପାରେ। ଏହି କ୍ଷୋଭକୁ ମଧୢ ଉପଶମ କରାଯିବା ଜରୁରୀ; ଯାହା କେବଳ ଭିତରେ ରହୁଥିବା ଲୋକଙ୍କ ସହାନୁଭୂତିଶୀଳ ଆଚରଣ ଦ୍ବାରା ସମ୍ଭବ। ତାହା ନ ହେଲେ କରୋନା ପରବର୍ତ୍ତୀ ଭାରତରେ ସବୁ କିଛି ସାଧାରଣ ଓ ସ୍ଥିର ହୋଇଗଲା ପରେ ହୁଏ’ତ ‘ଭିତର’ ଲୋକମାନଙ୍କୁ ସେମାନଙ୍କ ବର୍ତ୍ତମାନର ଆଚରଣ ସକାଶେ ଲଜ୍ଜିତ ହେବାକୁ ପଡ଼ିପାରେ।