ସତ ରାକ୍ଷସ

ମନୁଷ୍ୟର ଅନ୍ୟତମ ସହଜାତ ପ୍ରବୃତ୍ତି ରୂପେ ପରିଚିତ ଭୟ (ତାହାର ସାଥୀମାନେ ହେଲେ ଆହାର, ନିଦ୍ରା, ମୈଥୁନ) ବେଳେ ବେଳେ ସତସତିକା ନ ହୋଇ ଏକ ମାନସିକ ବିକାର ରୂପେ ଦେଖାଦେଇଥାଏ। ଏହାର ସଫଳ ମୁକାବିଲା କରିବା ପାଇଁ ମନସ୍ତାତ୍ତ୍ବିକ ଉପଦେଷ୍ଟାମାନେ ଯେଉଁ କୌଶଳ ବତାଇଥାନ୍ତି, ତାହା ହେଲା- ଭୟଠାରୁ ଦୂରକୁ ପଳାଇବା ପାଇଁ କବାଟ କିଳି ଘର ଭିତରେ ନ ଲୁଚି, ଭୟ ପାଖକୁ ଚାଲି ଆସି ତାହାକୁ ସାମ୍ନା କର। ସେମାନେ କହନ୍ତି ଭୟ ହେଉଛି ଏମିତି ଏକ ରାକ୍ଷସ, ଯିଏ ଦୂରରୁ ଅତିକାୟ ଦେଖାଯାଏ, କିନ୍ତୁ ତା’ର ଯେତେ ପାଖକୁ ପାଖକୁ ଚାଲି ଆସିବ, ତା’ର ଆକାର ସେତେ ଛୋଟ ହୋଇ ଚାଲିବ ଏବ˚ ପୂରା ପାଖକୁ ଚାଲି ଆସିଲେ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯିବ।

ଚୀନା କରୋନା ରାକ୍ଷସ ଭୟରେ ଆମେମାନେ କବାଟ କିଳି ଘରେ ଲୁଚି ରହିବା ଅବସ୍ଥା ଯେତେ ଲମ୍ବି ଲମ୍ବି ଚାଲୁଛି, ଅନେକଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରିବାକୁ ଆରମ୍ଭ କଲାଣି- ପଦାକୁ ବାହାରି ଏ ରାକ୍ଷସର ସାମ୍ନା କରିବା ଏଥର ଉଚିତ୍‌ ହେବ କି? ଯେଉଁମାନେ ଭାବୁଛନ୍ତି ଏହାହିଁ ଉଚିତ ହେବ, ସେମାନଙ୍କ ପାଇଁ ଏବେ ଯେଉଁ ଦେଶ ପ୍ରଧାନ ଉଦାହରଣରେ ପରିଣତ ହୋଇଛି, ସେ ହେଉଛି ଉତ୍ତର ପଶ୍ଚିମ ଇଉରୋପରେ ଅବସ୍ଥିତ ସ୍ବିଡେନ୍‌। ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ (‘ହୁ’) ପ୍ରଥମେ କବାଟ କିଳା ନୀତିର କଠୋର ଅବଲମ୍ବନ ପାଇଁ ଚୀନ୍‌, ସିଙ୍ଗାପୁର‌୍‌ ଓ ଆୟାର‌୍‌ଲାଣ୍ତ ଭଳି ଦେଶମାନଙ୍କର ଉଚ୍ଛ୍ବସିତ ପ୍ରଶ˚ସା କରିବା ପରେ ଏବେ ସ୍ବର ବଦଳାଇ ସ୍ବିଡେନ୍‌ର କବାଟ ଖୋଲା ନୀତିକୁ ଭବିଷ୍ୟତ ପାଇଁ ଆଦର୍ଶ ନୀତି ରୂପେ ଭୁରି ଭୁରି ପ୍ରଶ˚ସା କରିଛି।

କରୋନା ମାତିଥିବା ସମୟରେ ସ୍ବିଡେନ୍‌ ଆଦୌ ଲକ୍‌ଡାଉନ୍‌ ନୀତି ଅବଲମ୍ବନ କରି ନାହିଁ। ଆବଶ୍ୟକ ନିରାପତ୍ତା ନିୟମ ପାଳନ ସେଠାରେ ନାଗରିକମାନଙ୍କ ସ୍ବେଚ୍ଛାକୃତ ଆଚରଣ ଉପରେ ସମ୍ପୂର୍ଣ୍ଣ ରୂପେ ଛାଡ଼ି ଦିଆଯାଇଛି। ସମସ୍ତ କର୍ମସ୍ଥଳୀ, ହୋଟେଲ୍‌, ରେଷ୍ଟୁରାଣ୍ଟ, ସ୍କୁଲ ଆଦି ଖୋଲା ରହିଛି। ଏପରି ନୀତି ଅବଲମ୍ବନର ଉଦ୍ଦେଶ୍ୟ ହେଉଛି ତିନିଟି: ନାଗରିକମାନଙ୍କର ବ୍ୟକ୍ତି ସ୍ବାଧୀନତା ସୁରକ୍ଷା, ଅର୍ଥନୀତିକୁ ଅକ୍ଷୁଣ୍ଣ ରଖିବା ଏବ˚ ଦେଶର ଲୋକମାନଙ୍କ ମଧୢରେ ସାମୂହିକ ରୋଗ-ପ୍ରତିରୋଧକ ଶକ୍ତି (‘ହର୍ଡ ଇମ୍ୟୁନିଟି’) ସୃଷ୍ଟି କରିବା।

‘ହୁ’ର ପ୍ରଶ˚ସା ସତ୍ତ୍ବେ ସ୍ବିଡେନ୍‌ର ଏପରି ଖୋଲା କବାଟ ନୀତି ଯେ ସେ ଦେଶକୁ କରୋନା ରାକ୍ଷସ ଠାରୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିପାରିଛି, ଏପରି ନୁହେଁ। ସ୍ବିଡେନ୍‌ରେ କରୋନା-ମୃତ୍ୟୁ ସ˚ଖ୍ୟା ୨,୫୮୬ ହୋଇ ଥିବା ବେଳେ ତା’ର ପ୍ରାୟ ଅଧା ଲୋକସ˚ଖ୍ୟା ଥିବା ପଡ଼ୋଶୀ ଡେନ୍‌ମାର୍କରେ ମୃତ୍ୟୁ ସ˚ଖ୍ୟା ହେଉଛି ମାତ୍ର ୪୫୨ ଏବ˚ ପ୍ରାୟ ଡେନ୍‌ମାର୍କ-ଅନୁରୂପ ଲୋକ ସ˚ଖ୍ୟା ଥିବା ନର‌୍‌େଵରେ ମୃତ୍ୟୁ ସ˚ଖ୍ୟା ହେଉଛି ଆହୁରି ନଗଣ୍ୟ, ମାତ୍ର ୨୦୭। ଲୋକସ˚ଖ୍ୟା ଅନୁପାତରେ ସ୍ବିଡେନ୍‌ରେ ଆମେରିକା ଅପେକ୍ଷା ଅଧିକ ମୃତ୍ୟୁ ଘଟିଛି। ସେଠାରେ ମୃତ୍ୟୁ ମୁଖରେ ପଡ଼ିଥିବା ଅଧିକା˚ଶ ହେଉଛନ୍ତି ଜରାନିବାସ ଅନ୍ତେବାସୀ ଏବ˚ ବହିରାଗତ ଶ୍ରମିକମାନେ। ଉଲ୍ଲେଖଯୋଗ୍ୟ ଯେ ବ୍ରିଟେନ୍‌ ପ୍ରଥମ ଅବସ୍ଥାରେ ସ୍ବିଡେନ୍‌ ଭଳି ମୁକ୍ତ ନୀତି ଅନୁସରଣ କରିବା ପରେ ଅବସ୍ଥା ଅସମ୍ଭାଳ ହେବାରୁ ଲକ୍‌ଡାଉନ୍‌ର ଆଶ୍ରୟ ନେବାକୁ ବାଧୢ ହେଲା। ବ୍ରିଟେନ୍‌ରେ ମୃତ୍ୟୁ ସ˚ଖ୍ୟା ଏବେ ୟୁରୋପ୍‌ରେ ସର୍ବାଧିକ ହୋଇ ସାରିଲାଣି। ଦାବି କରାଯାଉଛି ଯେ ଲକ୍‌ଡାଉନ୍‌ ଅବଲମ୍ବନ ନ କରିବାର ସୁଫଳ ସ୍ବରୂପ ସ୍ବିଡେନ୍‌ର ଅର୍ଥନୀତି ତା’ର ୟୁରୋପୀୟ ପଡ଼ୋଶୀମାନଙ୍କ ତୁଳନାରେ ଏକ ଅପେକ୍ଷାକୃତ ହାଲୁକା ଓ ସ˚କ୍ଷିପ୍ତ ମାନ୍ଦା ଅବସ୍ଥାର ସମ୍ମୁଖୀନ ହେବ।

ଲକ୍‌ଡାଉନ୍‌ ନୀତି କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ କରି ଉଭୟ ସ˚କ୍ରମିତ ସ˚ଖ୍ୟା ଓ ମୃତ୍ୟୁ ସ˚ଖ୍ୟାକୁ ଚମକପ୍ରଦ ଭାବରେ ଏ ପର୍ଯ୍ୟନ୍ତ ସୀମିତ କରିବାରେ ସଫଳତା ଭାରତ ପାଇଁ ଈର୍ଷଣୀୟ ଆନ୍ତର୍ଜାତିକ ସୁଖ୍ୟାତି ଆଣି ଦେଇଛି। ଏହା କିନ୍ତୁ ଭାରତ ଭଳି ଏକ ବିକାଶଶୀଳ ଦେଶରେ ଜୀବନ ଓ ଜୀବିକା ମଧୢରେ ସୃଷ୍ଟି କରିଥିବା ଅନିବାର୍ଯ୍ୟ ସ˚ଘାତ ବର୍ତ୍ତମାନ ଅସମ୍ଭାଳ ଅବସ୍ଥାକୁ ଆସିଲାଣି ‌ବୋଲି କହିଲେ ଅତିରଞ୍ଜନ ହେବ ନାହିଁ। କରୋନା ରାକ୍ଷସ ଭୟରେ ତାଟିକବାଟ ପକାଇ ରହିବା ପାଇଁ ଭାରତୀୟମାନଙ୍କ କ୍ଷମତା କିଭଳି ଦେଖାଯାଉ।

୨୦୧୭-୧୮ର ସାମୟିକ ଶ୍ରମ ସର୍ବେକ୍ଷଣ (‘ପିଏଲ୍‌ଏଫ୍‌ଏସ୍‌’) ରିପୋର୍ଟ ଅନୁସାରେ ଦେଶର ମୋଟ କର୍ମରତ ସାବାଳକ ସ˚ଖ୍ୟା ହେଉଛି ପ୍ରାୟ ୪୫ କୋଟି ଏବ˚ ସେମାନଙ୍କ ମଧୢରୁ ଅଧାରୁ ଅଧିକ, ୫୨% ହେଉଛନ୍ତି ଆତ୍ମନିଯୁକ୍ତ, ୨୫% ସାମୟିକ ଭାବରେ କାର୍ଯ୍ୟ କରନ୍ତି ଏବ˚ ବାକି ୨୩% ନିୟମିତ ଦରମା ପାଇ କାର୍ଯ୍ୟ କରିଥାନ୍ତି। ତେବେ ଏହି ଶେଷୋକ୍ତ ଶ୍ରେଣୀର ପ୍ରାୟ ୭୦% କୌଣସି ଲିଖିତ ଚୁକ୍ତି ଭିତ୍ତିରେ ନିଯୁକ୍ତି ପାଇନଥାନ୍ତି, ପ୍ରାୟ ୭୨% ଘରୋଇ କ୍ଷେତ୍ରରେ କାର୍ଯ୍ୟ କରିଥାନ୍ତି, ୪୬% ଛୁଟିରେ ରହିଲେ ଦରମା ପାଆନ୍ତି ନା‌ହିଁ ଏବ˚ ୪୫% କୌଣସି ସାମାଜିକ ନିରାପତ୍ତା ଭତ୍ତା ପାଆନ୍ତି ନାହିଁ।

ଏହାର ଅଧିକ ଟିକିନିଖି ପରିସ˚ଖ୍ୟାନ ଆଡ଼କୁ ନ ଯାଇ ଏତିକି କହି ଦେଇ ହେବ ଯେ ବର୍ତ୍ତମାନର ଚୀନା କରୋନା ଜନିତ ଲକ୍‌ଡାଉନ୍‌ ଯୋଗୁଁ ଭାରତରେ ପ୍ରାୟ ୨୦ କୋଟି ସ˚ଖ୍ୟକ ସାମୟିକ ଶ୍ରମଜୀବୀ, ନିୟମିତ କାର୍ଯ୍ୟ କରୁଥିବା କିନ୍ତୁ ନିଯୁକ୍ତି ନିରାପତ୍ତା ବିହୀନ କର୍ମଜୀବୀ, ଏବ˚ ଆତ୍ମନିଯୁକ୍ତ ଉପାର୍ଜନକାରୀମାନଙ୍କର ନିଯୁକ୍ତି ଓ ଆୟ ଭୀଷଣ ଭାବରେ ବାଧାପ୍ରାପ୍ତ ହୋଇଛି। ଅରୁଚିକର ଶୁଣାଯିବାର ଆଶଙ୍କା ଥିଲେ ମଧୢ ଏହି ପରିପ୍ରେକ୍ଷୀରେ ତାଲିକାରେ ଆହୁରି ପ୍ରାୟ ୩ କୋଟି ଏଭଳି ଯେଉଁ କ୍ଷତିଗ୍ରସ୍ତମାନଙ୍କୁ ମିଶାଇବାକୁ ପଡ଼ିବ, ସେମାନେ ହେଲେ ସମାଜରେ ଭାସମାନ ଅବସ୍ଥାରେ ଥିବା ଭିକାରିରୁ ଦେହଜୀବୀମାନଙ୍କ ପର୍ଯ୍ୟନ୍ତ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନ ଏହି ଦୁଃସମୟରେ ପ୍ରାୟ ପ୍ରତ୍ୟେକ ଦୁର୍ଦଶାଗ୍ରସ୍ତ ନାଗରିକ ନିକଟରେ ପ୍ରତ୍ୟକ୍ଷ ଭାବରେ ଓ ପରୋକ୍ଷ ଭାବରେ ଉଭୟ ଆର୍ଥିକ ଓ ଅଣ-ଆର୍ଥିକ ସହାୟତା ପହଞ୍ଚାଇବାକୁ ପ୍ରାଣପଣେ ଲାଗି ପଡ଼ିଛନ୍ତି। କିନ୍ତୁ ବଜାର ଅର୍ଥନୀତି ଯଦି ଅଚଳ ଅବସ୍ଥାରେ ରହେ, ତେବେ ଏ ସହାୟତା ସେମାନଙ୍କୁ ବେଶି ଦିନ ଧରି ସମ୍ଭାଳି ପାରିବ ନାହିଁ। ଏଣୁ ସ୍ବୀକାର କରିବାର ସମୟ ଉପସ୍ଥିତ, ଅତ୍ୟନ୍ତ ସତର୍କତାର ସହିତ ଆମକୁ ବୋଧହୁଏ ଏକ ଆ˚ଶିକ ସ୍ବିଡିସ୍‌ ମଡେଲ୍‌ ଅନୁସରଣ କରି ଦେଶରେ ଏଥର ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ କରିବାକୁ ହେବ, ଯାହା କେନ୍ଦ୍ର ଓ ରାଜ୍ୟ ସରକାର ସନ୍ତର୍ପଣରେ ଆରମ୍ଭ କଲା ଭଳି ମନେ ହେଉଛି। କରୋନା ରାକ୍ଷସକୁ ଖାତିର ନ କରି ଯେଉଁମାନେ ଜୀବିକା ଅର୍ଜନ ପାଇଁ ଏଥର ବାହାରକୁ ବାହାରିବେ, ସେମାନେ କିନ୍ତୁ ମନେ ରଖିବା ଉଚିତ କରୋନା ଏକ ମନସ୍ତାତ୍ତ୍ବିକ ଭୟ ମାତ୍ର ନୁହେଁ, ଏହା ଏକ ସତ ରାକ୍ଷସ। ଏହାକୁ ଦମନ କରିବା ପାଇଁ ଏ ପର୍ଯ୍ୟନ୍ତ ଅନୁସରଣ କରାଯାଉଥିବା ସମସ୍ତ ବିଧି କର୍ମସ୍ଥଳୀରେ ମଧୢ ଲାଗୁ କରି ଚାଲିବା ଏକାନ୍ତ ଆବଶ୍ୟକ- ସାମାଜିକ ଦୂରତା ରକ୍ଷା, ମାସ୍କ୍‌ ବ୍ୟବହାରରୁ ହାତ ଧୁଆ ପର୍ଯ୍ୟନ୍ତ।

ସମ୍ବନ୍ଧିତ ଖବର