ଦର ଆଉଜା ଦରୱାଜା

ଗତକାଲି ଏହି ସମ୍ବାଦପତ୍ରର ‘ଅଭିମତ’ ସ୍ତମ୍ଭରେ ପ୍ରକାଶିତ ପ୍ରଥମ ପତ୍ରରେ ପତ୍ରପ୍ରେରକ ପ୍ରଶ୍ନ କରିଥିଲେ ଯେ ‘କରୋନା ବୋଲ ମାନୁନାହିଁ ନା ମଣିଷମାନେ ବୋଲ ମାନୁ ନାହାନ୍ତି?’ ତାଙ୍କ ପ୍ରଶ୍ନ ଖବରକାଗଜରେ ପ୍ରକାଶିତ ଗୋଟିଏ ସମ୍ବାଦର ଶୀର୍ଷକ ଉପରେ ପର୍ଯ୍ୟବସିତ ଥିଲା, ଯାହା କରୋନା ସ˚କ୍ରମଣରେ ସ˚ପ୍ରତି ଦେଖା ଦେଇଥିବା ବୃଦ୍ଧିକୁ ଳକ୍ଷ୍ୟ କରି କହିଥିଲା ଯେ ‘ବୋଲ ମାନୁନାହିଁ କରୋନା।’ ଗଲା କାଲି ଏହି ସମ୍ବାଦପତ୍ରରେ ଏକ ସମ୍ବାଦ ମଧୢ ପ୍ରକାଶିତ ହୋଇଛି, ଯହିଁରୁ ଜଣାପଡ଼େ ଯେ କରୋନା ସମ୍ବନ୍ଧୀୟ ‘ଷ୍ଟାଣ୍ତାର୍ଡ ଅପରେଟି˚ ପ୍ରୋସିଡ୍ୟୁଅର’ ବା ‘ଏସ୍‌ଓପି’କୁ ଅମାନ୍ୟ କରିଥିବା ଅଭିଯୋଗରେ ବିଏମ୍‌ସି ପକ୍ଷରୁ ୧୬ଟି ଦୋକାନକୁ ସିଲ୍‌ କରି ଦିଆଯାଇଛି। ଏହାକୁ ପ୍ରମାଣ କରିବା ଭଳି ଏକ ଫଟୋ ମଧୢ ପ୍ରକାଶିତ ହୋଇଛି, ଯହିଁରେ ରଜକାଳୀନ କ୍ରେତାଙ୍କ ଦ୍ବାରା ଜନାରଣ୍ୟ ହୋଇ ପଡ଼ିଥିବା ଏକ ପୋଷାକ ସୋ’ ରୁମ୍‌କୁ ଦର୍ଶାଯାଇଥିଲା। କହିବା ବାହୁଲ୍ୟ ଯେ ଏଭଳି ସ୍ଥିତିରେ କରୋନାଜନିତ ସ˚କ୍ରମଣ ଅଚିରେ ବହୁଗୁଣିତ ହେବ ବୋଲି ଘୋର ଉଦ୍‌ବେଗ ସୃଷ୍ଟି କରିଥାଏ। ଏଥିରୁ ଏଭଳି ଏକ ଧାରଣା ମଧୢ ସୃଷ୍ଟି ହୋଇଥାଏ ଯେ ଜନସାଧାରଣ କରୋନାକାଳୀନ ସତର୍କତା ରକ୍ଷାକୁ ଗୁରୁତ୍ବ ପ୍ରଦାନ କରୁ ନାହାନ୍ତି (ଯାହା ଅନେକ ପରିମାଣରେ ସତ୍ୟ ମଧୢ)। କିନ୍ତୁ ଏ ପରିପ୍ରେକ୍ଷୀରେ ଯାହା ଆହୁରି ଉଦ୍‌ବେଗଜନକ, ତାହା ହେଲା ଲକ୍‌ଡାଉନ୍‌-୫ ଏବ˚ ଅନ୍‌ଲକ୍‌-୧ ଭଳି ଏକ ପରସ୍ପର ବିରୋଧୀ ଆଭିମୁଖ୍ୟ ଏକତ୍ର ହୋଇ ଯାଇଥିବା କାରଣରୁ ସୃଷ୍ଟ ସ˚ଶୟ, ଯାହା ଅନେକତ୍ର ଏକ କି˚କର୍ତ୍ତବ୍ୟବିମୂଢ଼ମୂଳକ ଅବସ୍ଥା ସୃଷ୍ଟି କରିଛି।

ଏଭଳି ମଧୢ କୁହାଯାଇପାରେ କି ଲକ୍‌ଡାଉନ୍‌-୫ ଏବ˚ ଅନ୍‌ଲକ୍‌-୧ ମିଳିତ ହେବା ପରେ ଯେଉଁ ଦର ଆଉଜା ଦରଵାଜାଟିଏ ଆବିର୍ଭୂତ ହୋଇଛି, ତହିଁରେ ପ୍ରବେଶାଧିକାର ବା ପ୍ରସ୍ଥାନାଧିକାର ନେଇ ସ୍ବାଭାବିକ ସ˚ଶୟ ଜାତ ହୋଇଛି, ଯାହା ଏକ ପୂର୍ଣ୍ଣ ଉନ୍ମୁକ୍ତ ଦରଵାଜା କ୍ଷେତ୍ରରେ ହୁଅନ୍ତା ନାହିଁ। ଅବଶ୍ୟ ସରକାର ଏ ସ୍ଥିତି ନେଇ ସଚେତନ ଥିବାରୁ ଏଭଳି ଦର ଆଉଜା କବାଟ ଦେଇ ଭିତର ବାହାର ହେବା ପରିପ୍ରେକ୍ଷୀରେ କିଛି ‘ଏସ୍‌ଓପି’ ଜାରି କରିଛନ୍ତି। କିନ୍ତୁ ଟିକିଏ ଗହୀରେଇ ବିଚାର କଲେ ବୁଝିହୁଏ ଯେ ଏଭଳି ଏକ ସ୍ଥିତି ଦ୍ବାରା ସୃଷ୍ଟ ସ˚ଶୟକୁ ଅତିକ୍ରମ କରିବା ବାସ୍ତବରେ ଆଦୌ ସହଜ ନୁହେଁ; ଏପରିକି ଅସମ୍ଭବ ମଧୢ ହୋଇପାରେ। କହିବା ବାହୁଲ୍ୟ ଯେ କୋଭିଡ୍‌-୧୯ ସ˚କ୍ରମଣ ଜାରି ରହିଥିବା ବେଳେ ରାଷ୍ଟ୍ରର ଅର୍ଥନୀତିକୁ ମୁମୂର୍ଷୂ ସ୍ଥିତିରୁ ରକ୍ଷା କରିବା ସହିତ ଲୋକମାନଙ୍କ ଜୀବିକାକୁ ବଞ୍ଚାଇବା ସକାଶେ ସରକାର ‘ଅନ୍‌ଲକ୍‌’ ଭଳି ଏକ ପଦକ୍ଷେପ ନେବାକୁ ବାଧୢ ହେଲେ। ଲକ୍‌ଡାଉନ୍‌ କାଳୀନ ଉପାର୍ଜନ ହାନିର ଶିକାର ହୋଇଥିବା ଅପରିମେୟ ଭାରତୀୟ ନାଗରିକଙ୍କ ଲାଗି ଏହା ଜରୁରୀ ଥିଲା, ଯାହା ମଧୢରେ ଥିଲେ ଏକ ବୃହତ୍‌ ଆକାରର ବ୍ୟବସାୟୀ ବର୍ଗ। କିନ୍ତୁ ପ୍ରଶ୍ନ ଉଠିଥାଏ ଯେ ‘ଅନଲକ୍‌’ ସତ୍ତ୍ବେ ‘ଲକ୍‌ଡାଉନ୍‌’ର କଟକଣା ଗ୍ରାହକଙ୍କ ସ୍ରୋତରେ ଯେଉଁ ବନ୍ଧ ସୃଷ୍ଟି କରିଛି, ତହିଁରେ ବ୍ୟବସାୟ ଚାଲି ପାରିବ ତ ?

ଭାରତ ଭଳି ଏକ ଅତ୍ୟନ୍ତ ଜନବହୁଳ ରାଷ୍ଟ୍ରର ‘ଜନ ବହୁଳତା’ ଅନେକ କ୍ଷେତ୍ରରେ ରାଷ୍ଟ୍ର ଲାଗି ଏକ ବୋଝ ତୁଲ୍ୟ ହୋଇଥିଲେ ସୁଦ୍ଧା ପ୍ରତ୍ୟେକ ଭାରତୀୟ ଜଣେ ଜଣେ ଗ୍ରାହକ ହୋଇଥିବା ହେତୁ ସେମାନଙ୍କ ଦ୍ବାରା ସୃଷ୍ଟ ଗ୍ରାହକୀୟ ଚାହିଦା ବ୍ୟବସାୟ ଓ ବାଣିଜ୍ୟ ଲାଗି ଏକ ସ˚ପଦ ରୂପେ ବିବେଚିତ ହୋଇ ଆସିଛି। ସେହି ପରିପ୍ରେକ୍ଷୀରେ ଯଦି ରଜ ବଜାରରେ ନୂଆ ପୋଷାକର ଚାହିଦାକୁ ଏକ ଉଦାହରଣ ଭାବେ ନିଆଯାଏ, ତେବେ ବର୍ତ୍ତମାନ ଲୁଗା ବଜାରରେ ପରିଦୃଷ୍ଟ ହେଉଥିବା ଚଳଚଞ୍ଚଳତା ଆଦୌ ଅସ୍ବାଭାବିକ ମନେ ହୋଇନ ଥାଏ। କିନ୍ତୁ ଏ ସ˚ଦର୍ଭରେ ଯାହା ଚକିତ କଲା ଭଳି ଦୃଶ୍ୟମାନ ହୋଇଛି, ତାହା ହେଲା କରୋନା ସ˚କ୍ରମଣର ଭୟାବହତା ଓ ତାର ଅତ୍ୟୁଚ୍ଚ ସ˚କ୍ରମଣ ହାର ସମ୍ବନ୍ଧରେ ଅବଗତ ଥିବା ସତ୍ତ୍ବେ ସାମାଜିକ ଦୂରତ୍ବକୁ ଗୁରୁତ୍ବ ନ ଦେଇ କ୍ରେତାମାନେ ବିପୁଳ ସ˚ଖ୍ୟାରେ ଭିଡ଼ ସୃଷ୍ଟି କରିବା। କିନ୍ତୁ ଏକ ଉତ୍ସବମୁଖର ପରିବେଶରେ ଆତ୍ମବିସ୍ମୃତ ଏଭଳି ଭିଡ଼ ଉପରୁ କ୍ଷଣିକ ଲାଗି ଦୃଷ୍ଟି ହଟାଇ ତାକୁ ଯଦି ଆମେ ବ୍ୟବସାୟୀମାନଙ୍କ ଉପରେ ନିବଦ୍ଧ କରିବା, ତେବେ ହୁଏତ ବୁଝି ହୋଇପାରେ ଯେ ସେମାନେ କିଭଳି ଏକ ‘କ୍ୟାଚ୍‌ ୨୨’ସୁଲଭ କି˚କର୍ତ୍ତବ୍ୟବିମୂଢ଼ତା ମଧୢକୁ ଠେଲି ହୋଇଯାଇଛନ୍ତି। ମନେ କରାଯାଉ ରଜ ପଦାର୍ପଣ କରିବା ପୂର୍ବରୁ ଜଣେ ଲୁଗା ବ୍ୟବସାୟୀ ତାଙ୍କ ପ୍ରତିଷ୍ଠାନ ଖୋଲିଛନ୍ତି ଏବ˚ ଖରିଦଦାରିକୁ ଉତ୍ସାହିତ କରିବା ସକାଶେ ଦୋକାନକୁ ସୁସଜ୍ଜିତ କରିବା ସହିତ ଅର୍ଥ ବିନିଯୋଗ କରି ଭଳିକି ଭଳି ଆକର୍ଷଣୀୟ ବସ୍ତ୍ର ସମ୍ଭାରରେ ସମୃଦ୍ଧ କରିଛନ୍ତି। ଏବେ ଯେତେବେଳେ ‘ଅନ୍‌ଲକ୍‌-୧’ ବ୍ୟବସ୍ଥା ଅନୁସାରେ ସେ ବିକ୍ରି କରିବା ଲାଗି ପ୍ରସ୍ତୁତ, ସେତିକି ବେଳେ ‘ଲକ୍‌ଡାଉନ୍‌-୫’ର ‘ଏସ୍‌ଓପି’ ପାଳନ ତାଙ୍କ ଦୋକାନରେ ଗ୍ରାହକଙ୍କ ପଦପାତରେ ବାଧା ସୃଷ୍ଟି କରିବ। କିନ୍ତୁ ଏହା ମଧୢ ସମ ପରିମାଣରେ ସତ୍ୟ ଏବ˚ ମହତ୍ତ୍ବପୂର୍ଣ୍ଣ ଯେ ଏଭଳି ସ୍ଥିତିରେ ‘ଏସ୍‌ଓପି’ ପାଳନ ବ୍ୟତୀତ ଆଉ ବିକଳ୍ପ ମଧୢ ନାହିଁ। ସୁତରା˚, ଏହିଭଳି ଏକ ସ୍ଥିତିରୁ ଜାତ ହେଉଥିବା ସ˚ଶୟ ହିଁ ହେଉଛି କରୋନାକାଳୀନ ପୃଥିବୀର ଏକ ବିଡ଼ମ୍ବନାପୂର୍ଣ୍ଣ ବାସ୍ତବତା। ଏବ˚ ଏହା ମଧୢ ସତ୍ୟ ଯେ ଏଭଳି ସ˚ଶୟାତ୍ମକ ସ୍ଥିତିରୁ ମୁକ୍ତି ପାଇବା ଲାଗି ସରଳ ଉତ୍ତରଟିଏ ବର୍ତ୍ତମାନ ଉପଲବ୍‌ଧ ନାହିଁ।

କିନ୍ତୁ ଆଜିକୁ ପ୍ରାୟ ଦୁଇ ମାସ ତଳେ ଏହାର ଏକ ଉତ୍ତର ବାହାର କରିବାର ପ୍ରଚେଷ୍ଟା କରାଯାଇଥିଲା ଜର୍ମାନିରେ। ବନ୍‌ ବିଶ୍ବବିଦ୍ୟାଳୟର ପ୍ରଖ୍ୟାତ ପ୍ରଫେସର ହାଣ୍ତ୍ରିକ ଷ୍ଟ୍ରିକ୍‌ଙ୍କ ନେତୃତ୍ବରେ ଏକ ବଡ଼ ଗବେଷକଙ୍କ ଦଳ ଜର୍ମାନିର ଉହାନ ରୂପେ ପରିଚିତ ହାଇନସ୍‌ବର୍ଗ ଗସ୍ତ କରି ଅତ୍ୟନ୍ତ ସ˚କ୍ରମଣ ସାନ୍ଦ୍ର ଅଞ୍ଚଳରେ ସ˚କ୍ରମିତମାନଙ୍କ ଘରୁ ସେମାନଙ୍କ ବ୍ୟବହାର୍ଯ୍ୟ ବସ୍ତୁ ଯେପରି କି ଫୋନ୍‌, ବା କଲମ ବା କବାଟ ହ୍ୟାଣ୍ତଲ ଇତ୍ୟାଦିରୁ ‘କୋଭିଡ୍‌-୧୯’ ଭୂତାଣୁ ସ˚ଗ୍ରହ କରି ଅନେକ ପରୀକ୍ଷାନିରୀକ୍ଷା ପରେ ଏହି ନିଷ୍କର୍ଷ ପ୍ରଦାନ କରିଥିଲେ ଯେ ସପି˚ ମଲ୍‌ ବା ଚୂଳକଟା ସାଲୋନ ଭଳି ସ୍ଥାନରେ ଏହି ଭୂତାଣୁ ଦ୍ବାରା ସ˚କ୍ରମିତ ହେବାର ବିଶେଷ ଆଶଙ୍କା ନାହିଁ। ଏହି ଗବେଷକମାନେ କୃତ୍ରିମ ଉପାୟରେ ସେମାନଙ୍କ ପରୀକ୍ଷାଗାରରେ ସେମାନଙ୍କ ଦ୍ବାରା ସ˚ଗୃହୀତ ଭୂତାଣୁର ସ˚ଖ୍ୟା ବୃଦ୍ଧି ଲାଗି ଉଦ୍ୟମ କରି ବିଫଳ ହେବା ପରେ ଏହି ସିଦ୍ଧାନ୍ତରେ ପହଞ୍ଚିଥିଲେ ଯେ ସେ ସବୁ ପ୍ରକୃତରେ ଭୂତାଣୁ ନୁହନ୍ତି; ସେ ସବୁ ହେଉଛନ୍ତି ଭୂତାଣୁର ଭ୍ରମ ସୃଷ୍ଟିକାରୀ ସେମାନଙ୍କ ଆର‌୍‌.ଏନ୍‌.ଏ.ର ଛାପ। ତେବେ, ପରବର୍ତ୍ତୀ କାଳରେ ଏହାର ବିରୋଧ କରାଗଲା; ଏହାର ସମାଲୋଚନାରେ ଗୁହାଗଲା ଯେ ‘ଲକ୍‌ଡାଉନ୍‌’କୁ ସ˚ପୂର୍ଣ୍ଣ ଖୋଲିଦେବା ଲାଗି ଏହା ହୁଏ’ତ ହୋଇ ଥାଇପାରେ ବ୍ୟବସାୟୀ ‘ଲବି’ର ଏକ ଚକ୍ରାନ୍ତ। ତେଣୁ ଏଭଳି ନିଷ୍କର୍ଷରୁ ତାଲା ଖୋଲିବା ନେଇ ବାଟଟିଏ ମିଳିଯାଇପାରେ ବୋଲି ସୃଷ୍ଟି ହୋଇଥିବା ଧାରଣା ନିଷ୍ପ୍ରଭ ହୋଇଗଲା।

କରୋନା ସ˚କ୍ରମଣ କାଳୀନ ବିଡ଼ମ୍ବନାଟି ନିହିତ ରହିଛି ଏଭଳି ଏକ ଦ୍ବନ୍ଦ୍ବାତ୍ମକ ବାସ୍ତବତାରେ। କରୋନା ସ˚କ୍ରମଣରେ ବିରାମ ଯେଉଁ ସଙ୍ଗରୋଧ ବା ଏକାନ୍ତ ବାସ ବା ସାମାଜିକ ଦୂରତ୍ବ ଇତ୍ୟାଦି ଦାବି କରିଥାଏ, ତାହା ମନୁଷ୍ୟର ଜୀବିକାକୁ ପରିପୁଷ୍ଟ କରିବା ଲାଗି ଅନୁକୂଳ ନୁହେଁ। ସୁତରା˚ କରୋନା ସ˚କ୍ରମଣ ଜାରି ଥିବା ପର୍ଯ୍ୟନ୍ତ ଏକ ଦରଆଉଜା ଦରଵାଜା ଭଳି ଏହା ମୁକ୍ତ ବିଚରଣକୁ ସର୍ବଦା ପ୍ରତିହତ କରି ଚାଲିଥିବ।

ସମ୍ବନ୍ଧିତ ଖବର