ଯୋଗାଡ଼ ତନ୍ତ୍ର

ଏକ ପୁରୁଣା ଗଳ୍ପ କହିଥାଏ ଯେ ଉଜ୍‌ବେକିସ୍ତାନର କୌଣସି ଏକ ଗାଁରେ ଜଣେ ମୌଲବୀ ଦାରିଦ୍ର୍ୟର ଗୁଣ ଗାନ କରି ଧନସ˚ପତ୍ତି କିଭଳି ସ˚ପନ୍ନ ଲୋକମାନଙ୍କ ରାତିର ନିଦ୍ରା ହରଣ କରି ନେଉଥିବା ସ୍ଥଳେ ଦରିଦ୍ରମାନେ ଶାନ୍ତିରେ ନିଦ୍ରା ଯାଆନ୍ତି ବୋଲି କହୁଥିବା ବେଳେ ସମବେତ ଶ୍ରୋତାଙ୍କ ମଧୢରୁ ଗାଁର ସବୁଠାରୁ ଦରିଦ୍ର ଭାବେ ପରିଚିତ ମୁଲ୍ଲା ନସିରୁଦ୍ଦିନ ଉଠି ଯାଉ ଯାଉ କୁଆଡ଼େ ସ୍ବଗତୋକ୍ତି କରିଥିଲେ: ‘ତୁମ କଥା ସତ ଯେ ହେଲେ ରାତି ପାହିଗଲେ ଅବସ୍ଥା (ଦରିଦ୍ରଙ୍କ) ଢିଲା ହୋଇଯାଏ।’ ସେ ଦିନ ଦରିଦ୍ରଙ୍କ ଶାନ୍ତି-ନିଦ୍ରା ସପକ୍ଷରେ ମୁଲ୍ଲା ନ ଥିବାର କାରଣ ଥିଲା ତାଙ୍କ ଦାରିଦ୍ର୍ୟ ହେତୁ ପ୍ରାୟ ପ୍ରତିଦିନ ସେ ଭୋଗୁ ଥିବା ଅପମାନ ଓ ଲଜ୍ଜା। ଏହି ପରିପ୍ରେକ୍ଷୀରେ ଯେତେବେଳେ ଗଣମାଧୢମରେ ପ୍ରକାଶିତ ଏକ ଖବର କହିଥାଏ ଯେ ସ˚ପ୍ରତି ଚୀନ ବିରୋଧରେ ଏକ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଭାରତ ଚୀନର ୫୯ଟି ‘ଆପ୍‌’କୁ ନିଷେଧ କରି ଦେଇଥିବା ସ୍ଥଳେ ଚୀନ ପକ୍ଷରୁ ଭାରତୀୟ ‘ଆପ୍‌’ଗୁଡ଼ିକୁ ସମତୁଲ ଦଣ୍ତ ଦେବାର ପ୍ରୟାସ ବିଫଳ ହୋଇଛି, କାରଣ ସେଭଳି କୌଣସି ପ୍ରଭାବଶାଳୀ ଭାରତୀୟ ‘ଆପ୍‌’ ବସ୍ତୁତଃ ଉପଲବ୍‌ଧ ନାହିଁ, ସେତିକି ବେଳେ ଅନେକ ଭାରତୀୟ ମୁଲ୍ଲା ନସିରୁଦ୍ଦିନ ପ୍ରତ୍ୟହ ପ୍ରତ୍ୟକ୍ଷ କରୁଥିବା ଭଳି ଲଜ୍ଜା ଅନୁଭବ କରୁଛନ୍ତି। ଏହା ଭାରତର ଯେଉଁ ପ୍ରାବିଧିକ ବା ପ୍ରଯୁକ୍ତିଗତ ଦାରିଦ୍ର୍ୟକୁ ପ୍ରଦର୍ଶିତ କରିଥାଏ, ତାହା ସ୍ବତଃ ଏକ ଭାରତୀୟ ଦାବିକୁ ଖାରଜ କରିଥାଏ ଯେ ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ଭାରତ ଏକ ବିଶ୍ବ ସ୍ତରୀୟ ଶକ୍ତି। ସୁତରା˚, ଏ ସ˚ଦର୍ଭରେ ଏକ ସ˚କ୍ଷିପ୍ତ ଓ ଅନାସକ୍ତ ଆଲୋଚନା ମଧୢ ଆବଶ୍ୟକ ବୋଲି ସ୍ବାଭାବିକ ଭାବେ ମନେ ହୋଇଥାଏ।

ଏକ ତାଲିକାରୁ ଜଣାପଡ଼ିଥାଏ ଯେ ସୂଚନା ପ୍ରଯୁକ୍ତି ବ୍ୟବସାୟ କ୍ଷେତ୍ରରେ ସୁପର ପାଵାର ଭାବେ ଅଭିହିତ ୬୪ଟି ରାଷ୍ଟ୍ର ମଧୢରେ ଭାରତର ସ୍ଥାନ ହେଉଛି ୪୬। ସ˚ପ୍ରତି ଭାରତ ଦ୍ବାରା ନିଷିଦ୍ଧ ‘ଟିକ୍‌ଟକ୍‌’ ଆପ୍‌ର କେବଳ ଭାରତୀୟ ଗ୍ରାହକଙ୍କ ସ˚ଖ୍ୟା ଥିଲା ୨୦ ନିୟୁତ, ଅଥଚ ସେହି ‘ଆପ୍‌’କୁ ସ୍ଥାନଚ୍ୟୁତ କରିବା ତ ଦୂରର କଥା ତା ସହିତ ପ୍ରତିଦ୍ବନ୍ଦ୍ବିତା କରିବା ସକାଶେ ପ୍ରଭାବୀ ଭାରତୀୟ ‘ଆପ୍‌’ ଦୃଷ୍ଟିଗୋଚର ହୁଏନାହିଁ। କେବଳ ସେତିକି ନୁହେଁ, ଭାରତୀୟମାନଙ୍କ ଦ୍ବାରା ସବୁଠାରୁ ଅଧିକ ‘ଡାଉନ୍‌ଲୋଡ୍‌’ ହୋଇଥିବା ଦଶଟି ‘ଆପ୍‌’ ମଧୢରୁ ୬ଟି ଚୀନ ଦ୍ବାରା ପ୍ରସ୍ତୁତ ହୋଇଥିବା ବେଳେ ଅନ୍ୟ ୪ଟି ଯୁକ୍ତରାଷ୍ଟ୍ର ଆମେରିକାର। ଏଣେ ସ˚ଖ୍ୟା ଦୃଷ୍ଟିରୁ ତାଲିମ ପ୍ରାପ୍ତ ଇ˚ଜିନିଅରଙ୍କୁ ସୃଷ୍ଟି କରି କାର୍ଯ୍ୟକ୍ଷେତ୍ରକୁ ପ୍ରେରଣ କରୁଥିବା ରାଷ୍ଟ୍ରମାନଙ୍କ ମଧୢରେ ଭାରତର ସ୍ଥାନ ବିଶ୍ବର ସର୍ବାଗ୍ରେ ଏବ˚ ଏହି ସ˚ଖ୍ୟା ହେଉଛି ୧.୫ ନିୟୁତ। ଯଦିଓ ଏମାନଙ୍କ ମଧୢରୁ ପ୍ରାୟ ଦୁଇ ତୃତୀୟା˚ଶଙ୍କୁ ‘ଆଇ.ଟି.’ ସେକ୍ଟର ଜୀବିକା ପ୍ରଦାନ କରିଥାଏ, ଏହି ତରୁଣମାନେ ପ୍ରାୟତଃ ସେଠାରେ ଏଭଳି କାର୍ଯ୍ୟରେ ନିୟୋଜିତ ଯେ ଏମାନଙ୍କ ଲାଗି ଇ˚ରେଜୀରେ ‘ଟେକ୍‌ନୋ କୁଲି’ ବୋଲି ଅଭିବ୍ୟକ୍ତିଟିଏ ବ୍ୟବହୃତ ହେଉଛି। ଉଲ୍ଲେଖନୀୟ ଯେ ଚୀନ ଓ ଭାରତ ପ୍ରାୟ ଏକ ସମୟରେ ସ୍ବାଧୀନ ହୋଇଥିଲେ (ଚୀନ ଭାରତର ଦୁଇ ବର୍ଷ ପରେ) ଏବ˚ ଉଭୟ ରାଷ୍ଟ୍ର ଲାଗି ବିକାଶର ଅଗ୍ରଗତି ପ୍ରାୟ ସମାନ୍ତରାଳ ଥିଲା। ଉଭୟ ରାଷ୍ଟ୍ର ମଧୢ ପ୍ରାୟ ଗୋଟିଏ ସମୟରେ ଜଗତ୍‌କରଣ ଓ ଉଦାରବାଦ ଅର୍ଥନୀତି ମଧୢକୁ ପ୍ରବେଶ କରିଥିଲେ। କିନ୍ତୁ ଗଲା ପ୍ରାୟ ଦେଢ଼ ଦଶନ୍ଧି ମଧୢରେ ଚୀନ ଏକ ବିଶାଳ ଲମ୍ଫ ପ୍ରଦାନ କରି ଭାରତକୁ ଦୟନୀୟ ଭାବେ ପଛରେ ପକାଇ ଦେଇଛି। ସ˚ପ୍ରତି ଚୀନର ଜିଡିପି ଭାରତର ପ୍ରାୟ ପାଞ୍ଚ ଗୁଣ। ଏବ˚ ତା’ ପଛରେ ରହିଥିବା ମୁଖ୍ୟ କାରଣ ହେଉଛି ଗୋଟିଏ ପଟେ ନିର୍ମାଣ (ମାନୁଫ୍ୟାକ୍‌ଚରି˚) କ୍ଷେତ୍ରରେ ଚୀନ ଆପଣା ବିଶାଳ ମାନବ ସମ୍ବଳର ଉପଯୋଗ କରି ସମଗ୍ର ପୃଥିବୀ ଲାଗି ଏକ କାରଖାନାରେ ପରିଣତ ହୋଇ ପାରିଥିବା ବେଳେ ଅନ୍ୟ ପଟେ ସୂଚନା ପ୍ରଯୁକ୍ତିଗତ ଉଦ୍ଭାବନର ଏକ ସଫଳ ପରୀକ୍ଷାଗାର ପାଲଟି ଯାଇଛି। ବିଡ଼ମ୍ବନାର ବିଷୟ ଯେ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଭାରତର ପ୍ରବେଶ ତଥା ପରାକାଷ୍ଠା ପ୍ରଦର୍ଶନ ଚୀନ ତୁଳନାରେ ଶୀଘ୍ର ଘଟିଥିବା ସତ୍ତ୍ବେ ଉଦ୍ଭାବନ-ମନସ୍କତାର ଅଭାବ କାରଣରୁ ଭାରତର ଏ କ୍ଷେତ୍ରରେ ବିକାଶର ବେଗ ଅତ୍ୟନ୍ତ ମନ୍ଥର ହୋଇଯାଇଛି।

ବିଶ୍ବର ସର୍ବ ପ୍ରସିଦ୍ଧ ଉଦ୍ଭାବକ ଥମାସ ଆଲଭା ଏଡିସନଙ୍କ ଏକ ସର୍ବକାଳୀନ ଉକ୍ତି ‘ଅଭାବ ହିଁ ଉଦ୍ଭାବନର ଜନନୀ’ ଭାରତରେ ଏକ ନୂତନ ପରିଭାଷା ଲାଭ କରିଛି ବୋଲି ଅନେକ ସମାଜବିଜ୍ଞାନୀ ମତ ପ୍ରକାଶ କରିଥାଆନ୍ତି। ସେମାନଙ୍କ ମତାନୁସାରେ ଭାରତୀୟ ମାନସିକତାରେ ଦରିଦ୍ର ଓ ଦାରିଦ୍ର୍ୟର ସ୍ତବ ଗାନ (ଦରିଦ୍ରମାନେ ମହତ୍‌ ଏବ˚ ଧନୀକମାନେ ଊଣାଅଧିକେ ଦୁଷ୍ଟବୁଦ୍ଧି ସ˚ପନ୍ନ) ଏବେ ସୁଦ୍ଧା ଜୀବନ୍ତ ହୋଇ ରହିଥିବାରୁ ଏଠାରେ ଅଭାବ କୌଣସି ଉଦ୍ଭାବନ ଲାଗି ବାଟ ନ ଫିଟାଇ ବର˚ କିଭଳି ଅଧିକ ଶସ୍ତାରେ କାର୍ଯ୍ୟ ସ˚ପାଦନ କରାଯାଇପାରିବ, ସେଥି ଲାଗି ଏକ ‘ଯୋଗାଡ଼ ତନ୍ତ୍ର’ର ବିକାଶ କରିଛି। କୌଣସି ମଟର ଗାଡ଼ି ଗ୍ୟାରେଜରେ ଏକ ସର୍ବନିମ୍ନ ଆବଶ୍ୟକ ଉପକରଣ ରୂପେ ପରିଗଣିତ ‘ପ୍ଲାସ୍‌’ଟିଏର ଅନୁପସ୍ଥିତିରେ ତାରି କାମ ଗୋଟିଏ ଶଣ୍ତୁଆସି ଦ୍ବାରା ଚଳାଇ ନେବା ଅଥବା ପଞ୍ଜାବର ଢାବାମାନଙ୍କରେ ଗ୍ରୀଷ୍ମ କାଳରେ ଏକା ଥରକେ ଶତାଧିକ ଲୋକଙ୍କ ଲାଗି ଲସି ପ୍ରସ୍ତୁତ କରିବା ସକାଶେ ଗ୍ରାଇଣ୍ତର ସ୍ଥାନରେ ‘ଵାସି˚ ମେସିନ୍‌’ର ବ୍ୟବହାର କରାଯିବା ହେଉଛି ଏଭଳି ‘ଯୋଗାଡ଼-ସାମର୍ଥ୍ୟ’ର ଗୋଟିଏ ଗୋଟିଏ ଉଦାହରଣ। ଅଭାବ ସମୟରେ ଶସ୍ତା ବିକଳ୍ପରେ କାମ ଚଳାଇ ନେବାରେ ନିହିତ ଥିବା ଚତୁରତାର ଗୁଣ ଗାନ ହୁଏ’ତ ଭାରତୀୟମାନଙ୍କୁ ନୂତନ ସାମଗ୍ରୀର ଉଦ୍ଭାବନ କରିବାରୁ କ୍ଷାନ୍ତ କରିଛି।

ଭାରତୀୟ ‘ଯୋଗାଡ଼ ତନ୍ତ୍ର’କୁ ନେଇ କଳ୍ପନା କିଭଳି ଉଦ୍ଭଟ ଉଚ୍ଚତା ସ୍ପର୍ଶ କରିପାରେ, ତାର ନିଦର୍ଶନ ଦେଖିବାକୁ ମିଳିଥିଲା ନିକଟରେ ମୁକ୍ତିଲାଭ କରିଥିବା ଏକ ଚଳଚ୍ଚିତ୍ର ‘ମିସନ ମଙ୍ଗଲ’ରେ। ତହିଁରେ ଦର୍ଶାଯାଇଛି କିଭଳି ଯଥେଷ୍ଟ ଅର୍ଥ ଉପଲବ୍‌ଧ ନଥିବା କାରଣରୁ କମ୍‌ ଇନ୍ଧନ ସହିତ ଯାତ୍ରା ଆରମ୍ଭ କରିଥିବା ମହାକାଶ ଯାନକୁ ସଫଳତା ପ୍ରଦାନ କରିବା ଲାଗି ପ୍ରକଳ୍ପର ବୈଜ୍ଞାନିକମାନେ ଏକ ଅବିଶ୍ବାସ୍ୟ ଭାବେ ‘ଯୋଗାଡ଼-ଆଧାରୀ ଉପାୟ’ ବାହାର କରିଛନ୍ତି, ସେହି ଉପାୟ ଅନୁସାରେ ମହାକାଶ ଯାନଟିକୁ ‘ଏସ୍‌କେପ୍‌ ଭେ‌େଲାସିଟି’ରୁ ଅଧିକ ବେଗକୁ ନେଇ ତାକୁ କକ୍ଷରେ ସ୍ଥାପନ କରି ତାର ଇ˚ଜିନକୁ ବନ୍ଦ କରି (ଗଡ଼ାଣିରେ ଗାଡ଼ିର ଇ˚ଜିନ ବନ୍ଦ କରି ତେଲ ବଞ୍ଚାଇବା ଭଳି) ଦିଆଯିବ। କକ୍ଷ ପଥରେ କିଛି ବାଟ ପ୍ରଦକ୍ଷିଣ କଲା ପରେ ତାର ଗତି ଶିଥିଳ ହୋଇ ଆସିଲା ବେଳକୁ ଆଉ ଥରେ ଇନ୍ଧନ ବ୍ୟବହାର କରି ଏକ ପ୍ରକ୍ଷେପଣ ଜରିଆରେ ତାକୁ ଦ୍ବିତୀୟ କକ୍ଷରେ ସ୍ଥାପନ କରାଯିବ; ଯେମିତି ଏଭଳି ଭାବେ ଛଅଟି କକ୍ଷ ପଥ ଅତିକ୍ରମ କରି ଅବଶେଷରେ ଯାନଟି ମଙ୍ଗଳରେ ପହଞ୍ଚି ପାରିବ। ସେହି ସିନେମାରେ ପ୍ରଦର୍ଶିତ ହୋଇଛି କିଭଳି ପ୍ରକଳ୍ପର ଜଣେ ମୁଖ୍ୟ ବୈଜ୍ଞାନିକ ରୋଷେଇ ଘରେ କମ୍‌ ରନ୍ଧନ ଗ୍ୟାସ୍‌ ଥିବା ସତ୍ତ୍ବେ ପୁରୀ ଛାଣିବାରେ ସଫଳତା ହାସଲ କରିବା ଲାଗି କଡ଼େଇରେ ଥିବା ତେଲକୁ ଏକା ଥରକେ ଅତ୍ୟନ୍ତ ଉତ୍ତପ୍ତ କରି ଦେବା ପରେ ଗ୍ୟାସ୍‌ ବନ୍ଦ କରି ଛଣାଛଣି କାମଟି ସ˚ପାଦନ କରିଥିଲେ ଏବ˚ ସେହି ପାକ ଶାଳାରୁ ହିଁ ମଙ୍ଗଳ ଯାନକୁ କମ ଇନ୍ଧନରେ ଚଳାଇ ରଖିବାର ଚମତ୍କାର ‘ଆଇଡିଆ’ଟି ଲାଭ କରିଥିଲେ। ଅବଶ୍ୟ ଏହା ସତ ଯେ ଚଳଚ୍ଚିତ୍ର ଭାବେ କଥାବସ୍ତୁଟି ସ˚ପୂର୍ଣ୍ଣ କାଳ୍ପନିକ। କିନ୍ତୁ ଏହା ମଧୢ ସତ ତାହା ଯେଉଁ ‘ଯୋଗାଡ଼ ତନ୍ତ୍ର’କୁ ଦେଖାଇଛି, ତାହା ସ˚ପୂର୍ଣ୍ଣ ଭାବେ ଭାରତୀୟ ସାମର୍ଥ୍ୟର ପ୍ରତିପାଦକ ଏବ˚ ଏଭଳି ‘ଯୋଗାଡ଼ ତନ୍ତ୍ର’ରୁ ଆଇଡିଆର ଉଦ୍ଭାବନ ହୋଇପାରେ, କିନ୍ତୁ ପ୍ରକୃତ ଉଦ୍ଭାବନ ତହିଁରୁ ସମ୍ଭବ ନୁହେଁ।

ସମ୍ବନ୍ଧିତ ଖବର