ଧରିତ୍ରୀର ଯାଦୁ
‘‘ପୃଥିବୀ ନାମକ ଗ୍ରହ ଏକ ଚର୍ମ ଦ୍ବାରା ଆବୃତ ଏବ˚ ସେ ଚର୍ମ ଅନେକ ରୋଗ ଦ୍ବାରା ପୀଡ଼ିତ; ସେଥି ମଧୢରୁ ଗୋଟିଏ ରୋଗର ନାମ ହେଉଛି ମନୁଷ୍ୟ।’’ ନିଜେ ଜଣେ ମନୁଷ୍ୟ ହୋଇ ମଧୢ ମନୁଷ୍ୟର ମୌଳିକ ଚରିତ୍ର ସମ୍ବନ୍ଧରେ ଊନବି˚ଶ ଶତାବ୍ଦୀର ମହାନ ଜର୍ମାନ୍ ଦାର୍ଶନିକ ଫ୍ରେଡ୍ରିକ୍ ନିଚା ପ୍ରଦାନ କରିଥିବା ଏହି ବିଷାଦଜନକ ଚିତ୍ର ଆଉ ଟିକିଏ ଅଧିକ ନିର୍ଦ୍ଦିଷ୍ଟ ରୂପରେଖ ପରିଗ୍ରହଣ କରିବା ଦେଖାଯାଇଥିଲା ୧୯୯୯ରେ ନିର୍ମିତ ବହୁ ଚର୍ଚ୍ଚିତ ହଲିଉଡ୍ ସିନେମା- ‘‘ଦି ମାଟ୍ରିକ୍ସ’ର ଏକ ଦୃଶ୍ୟରେ। ଏହି ପ୍ରସିଦ୍ଧ ଦୃଶ୍ୟରେ ଖଳ ନାୟକ ଏଜେଣ୍ଟ୍ ସ୍ମିଥ୍ ନାମକ ମନୁଷ୍ୟ ରୂପଧାରୀ କମ୍ପ୍ୟୁଟର୍ ପ୍ରୋଗ୍ରାମ୍ ତା’ର ମାନବ ପ୍ରତିପକ୍ଷ ନାୟକ ନିଓକୁ ଶୁଣାଇଥିବା ଏହି ସ˚ଳାପ ସାମାନ୍ୟ ଦୀର୍ଘ ହୋଇଥିଲେ ହେଁ ଏଠାରେ ଉଦ୍ଧାରଯୋଗ୍ୟ:
Sambad is now on WhatsApp
Join and get latest news updates delivered to you via WhatsApp
‘‘ଏଠାରେ (ପୃଥିବୀରେ) ମୁଁ ବିତାଇଥିବା ସମୟରେ ମୋର ଯେଉଁ ଜ୍ଞାନ ଉଦୟ ହୋଇଛି, ତାହା ମୁଁ ତୁମ ସହିତ ବାଣ୍ଟିବାକୁ ଚାହୁଁଛି। ଏକ ପ୍ରଜାତି ରୂପେ ତୁମର ଶ୍ରେଣୀ ନିରୂପଣ କରିବାକୁ ଚେଷ୍ଟା କଲାବେଳେ ମୁଁ ହୃଦୟଙ୍ଗମ କଲି ଯେ ତୁମେମାନେ ପ୍ରକୃତରେ ସ୍ତନ୍ୟପାୟୀ ପ୍ରାଣୀ ନୁହଁ। ଏଇ ଗ୍ରହରେ ଥିବା ପ୍ରତ୍ୟେକ ସ୍ତନ୍ୟପାୟୀ ପ୍ରାଣୀ ସ୍ବତଃପ୍ରବୃତ୍ତ ଭାବରେ ତା’ର ପାରିପାର୍ଶ୍ବିକ ପରିବେଶ ସହିତ ଏକ ସ୍ବାଭାବିକ ସନ୍ତୁଳନ ପ୍ରତିଷ୍ଠା କରିଥାଏ, କିନ୍ତୁ ତୁମେ ମନୁଷ୍ୟସବୁ ତାହା କରନାହିଁ। ତୁମେମାନେ ଗୋଟିଏ ଅଞ୍ଚଳରେ ପହଞ୍ଚି ଯିବା ପରେ ନିଜର ଦ୍ରୁତ ବ˚ଶବୃଦ୍ଧିରେ ଲାଗିପଡ଼ି ସେଠାକାର ସମସ୍ତ ପ୍ରାକୃତିକ ସମ୍ବଳ ଖାଇ ଶେଷ କରିଦିଅ ଏବ˚ ଏହା ପରେ ତୁମେ ବଞ୍ଚି ରହିବାର ଏକମାତ୍ର ଉପାୟ ହେଉଛି ଆଉ ନୂତନ ଅଞ୍ଚଳକୁ ମାଡ଼ିଯିବା। ଏଇ ଗ୍ରହରେ ଠିକ୍ ଏଇ ଭଳି ଆଚରଣ ପ୍ରଦର୍ଶନ କରୁଥିବା ଆଉ ଏକ ଜୈବ ପଦାର୍ଥ (ଅର୍ଗାନିଜ୍ମ) ରହିଛି। ତୁମେ ଜାଣିଛ କି ତାହା କ’ଣ? ଏକ ଭାଇରସ୍। ମାନବ ଜାତି ହେଉଛି ଏକ ବ୍ୟାଧି, ଏ ଗ୍ରହର ଏକ କ୍ୟାନ୍ସର୍। ତୁମେ ହେଉଛ ଏକ ବ୍ୟାଧି ଏବ˚ ଆମେ ହେଉଛୁ ତା’ର ନିଦାନ।’’
ଏଜେଣ୍ଟ୍ ସ୍ମିଥ୍ର ଏ ଉକ୍ତିର ସତ୍ୟତା ପରଖିବାକୁ ଭାଇରସ୍ର ଚରିତ୍ର କିଭଳି ହୋଇଥାଏ, ତାହା ଚୁମ୍ବକରେ ଦେଖାଯାଉ। ଭାଇରସ୍ର ବୋଧହୁଏ ସର୍ବଶ୍ରେଷ୍ଠ ଚଟୁଳ ବର୍ଣ୍ଣନା ପ୍ରଦାନ କରିଥିଲେ ‘ଅଙ୍ଗ ପ୍ରତିରୋପଣର ପିତା’ (‘ଫାଦର୍ ଅଫ୍ ଟ୍ରାନ୍ସପ୍ଲାଣ୍ଟେସନ୍’) ରୂପେ ପରିଚିତ ନୋବେଲ୍ ପୁରସ୍କାରପ୍ରାପ୍ତ ବ୍ରିଟିସ୍ ଜୈବବିଜ୍ଞାନୀ ସାର୍ ପିଟର୍ ମେଡାଵାର୍: ‘‘ଦୁଃସମ୍ବାଦ ପରିବେଷ୍ଟିତ ଖଣ୍ତେ ନିଉକ୍ଲେଇକ୍ ଏସିଡ୍।’’ ବ୍ୟାକ୍ଟେରିଆଠାରୁ ବହୁ କ୍ଷୁଦ୍ର ଏବ˚ ସରଳ ଏହି ଭାଇରସ୍ ଏକ ଜୀବନ୍ତ ବସ୍ତୁ ନୁହେଁ, ଏକଲା ଥିବା ଅବସ୍ଥାରେ ସେମାନେ କ୍ଷତକାରକ ନୁହଁନ୍ତି। କିନ୍ତୁ ଏକ ଉପଯୁକ୍ତ ଆଶ୍ରୟସ୍ଥଳୀ ପାଇଗଲେ ସେମାନେ ଅତିଶୟ ଚଳଚଞ୍ଚଳ ହୋଇ ଉଠନ୍ତି, ଏଜେଣ୍ଟ୍ ସ୍ମିଥ୍ ଭାଷାରେ ଆଶ୍ରୟସ୍ଥଳୀର ସମ୍ବଳ ସେମାନଙ୍କ ପାଇଁ ନିଅଣ୍ଟ ହୋଇପଡ଼େ।
ସେମାନେ ନିଜ ଦେଶରେ ଥିବା ଜନ୍ତୁ ଜାନୁଆରଙ୍କୁ ଖାଇ ଶେଷ କରିଦେବା ପରେ ଆଫ୍ରିିକାରୁ ଇଣ୍ତୋନେସିଆ ପର୍ଯ୍ୟନ୍ତ, ଭାରତରୁ ପାପୁଆ ନିଉଗିନି ପର୍ଯ୍ୟନ୍ତ- ଶାଳିଆପତନୀରୁ ଗଣ୍ତା ପର୍ଯ୍ୟନ୍ତ, ଅଜଗରରୁ ବଜ୍ରକାପ୍ତା ପର୍ଯ୍ୟନ୍ତ, ପାତିମାଙ୍କଡ଼ରୁ କୁକୁର ବିଲେଇ ପର୍ଯ୍ୟନ୍ତ ଆଦି ଚୋରା ଆମଦାନି କରି ଖାଇବାରେ ଲାଗନ୍ତି। ନିଜ ଦେଶର କାଠ ଗଛ କାଟି ସଫା କରିଦେବା ପରେ ମାଲେସିଆ, ଇଣ୍ତୋନେସିଆ, ବ୍ରାଜିଲ୍ ଆଦି ଦେଶର ଦୁର୍ଲଭ ବୃଷ୍ଟି ବନ (ରେନ୍ ଫରେଷ୍ଟ୍) ସବୁର ଧ୍ବ˚ସ ସାଧନ କରି କାଠ ସ˚ଗ୍ରହ କରି ନିଜ ଦେଶରେ ମହଜୁଦ କରିବାରେ ଲାଗନ୍ତି। ସେମାନେ ମଧୢ ପ୍ରାଚ୍ୟ ଓ ସୁଦୂର ଭେନେଜୁଏଲା ପର୍ଯ୍ୟନ୍ତରୁ ତୈଳ ଆମଦାନି କରି ନିଜ ଦେଶରେ ଏକ ବିଶାଳ ଭଣ୍ତାର ସୃଷ୍ଟି କରିଚାଲନ୍ତି। ସେମାନେ ଆର୍ଜେଣ୍ଟିନାରୁ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ, ଆଫ୍ରିକାରୁ ଭାରତ ପର୍ଯ୍ୟନ୍ତରୁ କୋଇଲାରୁ ଆରମ୍ଭ କରି ଲୁହାପଥର ଆଦି ଖଣିଜ ପଦାର୍ଥମାନ ସ˚ଗ୍ରହ କରି ନିଜ ଦେଶକୁ ବୋହି ନିଅନ୍ତି।
କିନ୍ତୁ ଏତିକିରେ ସେମାନଙ୍କର ଭାଇରସ୍ସୁଲଭ କ୍ଷୁଧା ପ୍ରଶମିତ ହୁଏ ନାହିଁ। ଯଦିବା ପୃଥିବୀରେ ସାମ୍ରାଜ୍ୟ ବିସ୍ତାର ଯୁଗର କେବେଠାରୁ ଅନ୍ତ ଘଟିସାରିଲାଣି, ସେମାନେ ନିଜ ଦେଶର ଚାରିପଟେ ଥିବା ସୀମା ଅତିକ୍ରମ କରି ଅନୁପ୍ରବେଶ ମାଧୢମରେ ସାମାଜ୍ର୍ୟ ବିସ୍ତାର କରିବାକୁ ନିରନ୍ତର ଉଦ୍ୟମ କରିଚାଲିଥାନ୍ତି। ଏହାକୁ ହିଁ ଲକ୍ଷ୍ୟ କରି ଗତ ସପ୍ତାହରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଦାଖ୍ଠାରେ ଏହି ଭାଇରସ୍ମାନଙ୍କୁ ଚେତାଇ ଦେଇଥିଲେ ଯେ ଏହା ହେଉଛି ପ୍ରଗତିର ଯୁଗ, ସାମ୍ରାଜ୍ୟ ବିସ୍ତାରର ଯୁଗ ନୁହେଁ। କିନ୍ତୁ ମେଡାଵାର୍ଙ୍କ ଭାଷାରେ ଦୁଃସମ୍ବାଦ ଦ୍ବାରା ନିବୁଜ ହୋଇଥିବା ଭାଇରସ୍ର କାନରେ ଏ ସାଧୁ ଉପଦେଶ ପ୍ରବେଶ କରି ତାର ଆଚରଣରେ ପରିବର୍ତ୍ତନ ଘଟାଇବାର କୌଣସି ସମ୍ଭାବନା ନାହିଁ। ଏ ଭାଇରସ୍ମାନଙ୍କର ବିସ୍ତାରବାଦୀ ଆଚରଣ ଉପରେ ଏକ କ୍ଷିପ୍ର ଦୃଷ୍ଟି ନିକ୍ଷେପ କଲେ ଏଥିରେ କୌଣସି ସନ୍ଦେହ ରହେ ନାହିଁ।
କେବଳ ଭାରତର ସୀମା ଯେ ଏ ଭାଇରସ୍ ଅନୁପ୍ରବେଶର ସମ୍ମୁଖୀନ ହୋଇଛି, ତାହା ନୁହେଁ, ଏକ ଗଣତି ଅନୁସାରେ ପ୍ରାୟ ୧୮ଟି ଦେଶ ଏ ଭାଇରସ୍ ମାନଙ୍କର ଅନୁପ୍ରବେଶ ଉଦ୍ୟମ ଓ ତଜ୍ଜନିତ ସ˚ଘାତର ସମ୍ମୁଖୀନ ହୋଇଥିବା ଦେଖାଯାଇଛି। ଦକ୍ଷିଣ ଚୀନ୍ ସାଗରରେ ଥିବା ଜାପାନର ସେଙ୍କାକୁ ଓ ରୁୢକ୍ୟୁ ଦ୍ବୀପମାନଙ୍କୁ ଭାଇରସ୍ମାନେ ଦଖଲ କରିବାକୁ ଚେଷ୍ଟା ଚଳାଇ ଜାପାନ ସହିତ ଶତ୍ରୁତା ସୃଷ୍ଟି କରି ଚାଲିଛନ୍ତି। ସେଇଭଳି ପାରାସେଲ୍ ଓ ସ୍ପ୍ରାଟ୍ଲି ଦ୍ବୀପ ପୁଞ୍ଜକୁ ନେଇ ସେମାନେ ଭିଏତ୍ନାମ୍ ସହିତ ଝଗଡ଼ା ଚଳାଇଛନ୍ତି। ୧୭୮୮-୯୨ ଚୀନା-ନେପାଳ ଯୁଦ୍ଧକୁ ଭିତ୍ତିକରି ଏଇ ଭାଇରସ୍ମାନେ ନେପାଳର କିଛି ଅଞ୍ଚଳକୁ ତିବ୍ଦତର ଅ˚ଶ ରୂପେ ଦାବି କରୁଛନ୍ତି। ୧୨୭୧-୧୩୬୮ର ୟୁଆନ୍ ବ˚ଶ ଶାସନକୁ ଭିତ୍ତି କରି ଭାଇରସ୍ମାନେ ସମଗ୍ର ଉତ୍ତର କୋରିଆକୁ ନିଜର ଅଞ୍ଚଳ ରୂପେ ଦାବି କରିବା ଦେଖାଯାଇଥାଏ। ଅତି କମ୍ରେ ସେ ଦେଶର ‘ବାଏକ୍ଡୁ’ ପର୍ବତ ଏବ˚ ‘ଜିଆଣ୍ତାଓ’ ସେମାନଙ୍କର ବୋଲି ଭାଇରସ୍ମାନେ କହିଥାନ୍ତି। ଦକ୍ଷିଣ ଚୀନ୍ ସାଗରର ଏକ ବିସ୍ତୃତ ଅଞ୍ଚଳକୁ ତଥା କଥିତ ‘ନ’ ଦାଗ ରେଖା’ (‘ନାଇନ୍ ଡ୍ୟାସ୍ ଲାଇନ୍’) ଭିତ୍ତିରେ ନିଜର ବୋଲି କହି ଦଖଲ କରିବାକୁ ଭାଇରସ୍ମାନେ ଉଦ୍ୟମ କରିବାରୁ ଫିଲିପିନ୍ସ ଜାତିସ˚ଘର ଆନ୍ତର୍ଜାତିକ ନ୍ୟାୟାଳୟ (‘ଆଇସିଜେ’) ନିକଟରେ ଫେରାଦ ହୋଇ ଜୟଲାଭ କରିବା ସତ୍ତ୍ବେ ଭାଇରସ୍ମାନେ ସେ ରାୟକୁ ବେଖାତିର୍ କରି ସେଠାରେ କାୟା ବିସ୍ତାର କରିବାରେ ଲାଗିଛନ୍ତି।
ଭାଇରସ୍ମାନେ ରୁଷିଆର ପ୍ରାୟ ୧,୬୦,୦୦୦ କିମି ଅଞ୍ଚଳ ଜବରଦଖଲ କରି ରଖିଥିବା ବେଳେ ଏବେ ପୁଣି ଭ୍ଲାଡିଭଷ୍ଟକ୍କୁ ନିଜର ବୋଲି ଦାବି ଉଠାଇଲେଣି। ଉତ୍ତର କୋରିଆ ଭଳି ସମଗ୍ର ଦକ୍ଷିଣ କୋରିଆ ମଧୢ ନିଜ ଅଞ୍ଚଳ ବୋଲି ଭାଇରସ୍ମାନେ କହନ୍ତି। ସମଗ୍ର ତାଇଵାନ୍କୁ ଭାଇରସ୍ମାନେ ନିଜ ଦେଶର ଏକ ଅବିଚ୍ଛେଦ୍ୟ ଅଙ୍ଗ ରୂପେ ବିଚାର କରିଥାନ୍ତି। ସେଇ ୟୁଆନ୍ ବ˚ଶ ଶାସନ ଆଧାରରେ ସେମାନେ ଲାଓସ୍କୁ ମଧୢ ନିଜ ରାଜ୍ୟ ରୂପେ ଦାବି କରନ୍ତି। ୧୬୪୪-୧୯୧୨ର ଚିଙ୍ଗ୍ ବ˚ଶ ଶାସନ ଆଧାରରେ ସେମାନେ ତାଜିକିସ୍ତାନକୁ ନିଜର ବୋଲି ଦାବି କରନ୍ତି। ୧୩୬୮-୧୬୪୪ ମିଙ୍ଗ୍ ବ˚ଶ ଶାସନ ଆଧାରରେ ଭାଇରସ୍ମାନେ କାମ୍ବୋଡ଼ିଆର ବିସ୍ତୃତ ଅଞ୍ଚଳକୁ ନିଜର ବୋଲି ଦାବି କରି ଆସିଛନ୍ତି। ୟୁଆନ୍ ବ˚ଶ ଶାସନକୁ ଉପଲକ୍ଷ୍ୟ କରି ଭାଇରସ୍ମାନେ ମଙ୍ଗୋଲିଆକୁ ମଧୢ ଗର୍ଭସାତ୍ କରିବାକୁ ଛକି ବସିଛନ୍ତି।
ଏ ଲମ୍ବା ତାଲିକା ଦେଖିବା ପରେ ସନ୍ଦେହ ରହେ ନାହିଁ ଯେ ବର୍ତ୍ତମାନ ସାରା ପୃଥିବୀରେ କୋଭିଡ୍-୧୯ ମୃତ୍ୟୁ ଲହରୀ ସୃଷ୍ଟି କରିଥିବା କରୋନା ଭାଇରସ୍ ମାନବ ଜାତି ପାଇଁ ଯେଉଁଭଳି ବିପଜ୍ଜନକ, କରୋନାର ପ୍ରେରକ ଏଜେଣ୍ଟ୍ ସ୍ମିଥ୍ ବର୍ଣ୍ଣିତ ଏହି ମନୁଷ୍ୟରୂପୀ ଭାଇରସ୍ମାନେ ହେଉଛନ୍ତି ତା’ଠାରୁ ବହୁ ଅଧିକ ବିପଜ୍ଜନକ। ଏଇ ମାନେ ହିଁ ହେଉଛନ୍ତି ପ୍ରକୃତରେ ନିଚା ବର୍ଣ୍ଣିତ ପୃଥିବୀର ଅସଲ ଚର୍ମ ରୋଗ- ଧରିତ୍ରୀର ଯାଦୁ।