ବିଜନ ବିମାନର ପାଇଲଟ୍‌

ଯେଉଁ ରାଜନୈତିକ ପର୍ଯ୍ୟବେକ୍ଷକମାନେ ରାଜସ୍ଥାନର ରାଜନୀତି ଉପରେ ନଜର ରଖି ଥାଆନ୍ତି, ସେମାେନେ ବିଗତ ଦୁଇ ଦଶନ୍ଧିର ନିର୍ବାଚନ ଫଳାଫଳର ଧାରାକୁ ନେଇ ଯାହା କହିଥାଆନ୍ତି ତାହା ହେଲା ରାଜସ୍ଥାନ ଭୋଟରମାନଙ୍କ ମନୋବୃତ୍ତିଟି ହେଉଛି ଠିକ୍‌ ରୁଟି ସେକିବା ଭଳି। ଏହାର ଅର୍ଥ ରୁଟିିର ଗୋଟିଏ ପାର୍ଶ୍ବକୁ ଅଧିକ ସମୟ ତାଉଆ ଉପରେ ନ ରଖି ତାକୁ ଯେମିତି ନିୟମିତ ରୂପେ ଓଲଟା ଯାଇଥାଏ, ସେହିଭଳି ରାଜସ୍ଥାନ ଭୋଟରମାନେ ନିର୍ବାଚନରେ ବି‌ଜେପି ଓ କ˚ଗ୍ରେସକୁ ରୁଟି ସେକିବା ତୁଲ୍ୟ ଅଦଳବଦଳ କରି ଆସିଛନ୍ତି। ସେହି ଦୃଷ୍ଟିରୁ ସେମାନଙ୍କ ମତରେ ୨୦୧୮ ମସିହା ରାଜସ୍ଥାନ ନିର୍ବାଚନରେ କ˚ଗ୍ରେସ ଦଳ ଜିଣିବା ପ୍ରାୟ ଅନିବାର୍ଯ୍ୟ ଥିଲା। ସୁତରା˚, ସେହି ଜିତାପଟରେ ସଚିନ ପାଇଲଟଙ୍କ ପରିଶ୍ରମ ଓ ସା˚ଗଠନିକ ଦକ୍ଷତାର ଭୂମିକା ନେଇ ଯେଉଁ ସବୁ ଚର୍ଚ୍ଚା ଶୁଣିବାକୁ ମିଳିଥାଏ, ତାର ବିଶେଷ ଗୁରୁତ୍ବ ନାହିଁ। ସେମାନଙ୍କ ମତରେ ଅଶୋକ ଗେହଲୋଟଙ୍କ ଭଳି ଜଣେ ଅଭିଜ୍ଞ ରାଜନେତାଙ୍କ ଠାରୁ ରାଜନୀତିର ଗୂଢ଼ ମନ୍ତ୍ର ଶିଖିବା ପରିବର୍ତ୍ତେ ନିଜ ମହତ୍ତ୍ବାକା˚କ୍ଷା ଚରିତାର୍ଥ କରିବା ଲାଗି ସଚିନ ପାଇଲଟ ନେଇଥିବା ପଦକ୍ଷେପ ଯେ ନିହାତି ଅପରିପକ୍ବ ଥିଲା ତାହା ଅବଲୀଳା କ୍ରମେ ପ୍ରମାଣିତ ମଧୢ ହୋଇଗଲାଣି। ଏହି ପରିପ୍ରେକ୍ଷୀରେ ଗଲା ମାର୍ଚ୍ଚ ମାସରେ ମଧୢପ୍ରଦେଶରେ ସଚିନଙ୍କ ଅନ୍ୟତମ ଘନିଷ୍ଠ ବନ୍ଧୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଦ୍ବାରା କରାଯାଇଥିବା ବିଦ୍ରୋହର ଚମକପ୍ରଦ ସାଫଲ୍ୟ ବିଷୟରେ ଆଲୋଚନା କରାଗଲେ ସଚିନ ପାଇଲଟଙ୍କ ଅବିମୃଶ୍ୟକାରିତା ସ୍ପଷ୍ଟ ହୋଇଥାଏ।

ମଧୢପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ବରେ ୨୨ ଜଣ ବିଧାୟକ ସେମାନଙ୍କ ବିଧାୟକ ପଦରୁ ଇସ୍ତଫା ଦେବା ପରେ ସେଠାକାର ବିଧାନସଭାର ସଦସ୍ୟଙ୍କ ସ˚ଖ୍ୟା ହ୍ରାସ ପାଇ ୯୨ରେ ପହଞ୍ଚିଥିଲା ଯାହା ସେହି ନୂତନ ସ୍ଥିତିରେ ୧୦୭ ସଦସ୍ୟ ବିଶିଷ୍ଟ ବିଜେପିକୁ ସ˚ଖ୍ୟାଗରିଷ୍ଠ ଦଳ ରୂପେ ସରକାର ଗଢ଼ିବାକୁ ସୁଯୋଗ ପ୍ରଦାନ କରିଥିଲା। କିନ୍ତୁ ସଚିନ ପାଇଲଟଙ୍କ କ୍ଷେତ୍ରରେ ସେ ଦାବି କରୁଥିବା ଭଳି ତାଙ୍କ ସମର୍ଥନରେ ଥିବା ୩୦ ଜଣ ବିଧାୟକ ଇସ୍ତଫା ପ୍ରଦାନ କରିବାର ବିପଦ ବରଣ କରିବାକୁ ସମ୍ଭବତଃ ରାଜି ହେଲେ ନାହିଁ। କ୍ରମେ ତାଙ୍କ ପକ୍ଷରେ ମାତ୍ର ୧୫ ଜଣ ସଦସ୍ୟ ରହିଥିବାର ଧାରଣା ସୃଷ୍ଟି ହୋଇଥିଲା ଯାହା ପରିଶେଷଷର ପ୍ରାୟ ଶୂନରେ ସମାପ୍ତ ହେଲା। ତେବେ ଉଲ୍ଲେଖଯୋଗ୍ୟ ହେଲା ଯଦିବା ସଚିନ ପାଇଲଟ ୩୦ ଜଣ ବିଧାୟକଙ୍କୁ ଏକତ୍ର କରି ସମୂହ ଇସ୍ତଫା ପ୍ରଦାନ କରାଇ ପାରିଥାଆନ୍ତେ, ତଥାପି ଅଶୋକ ଗେହଲୋଟଙ୍କ ସପକ୍ଷରେ ୭୭ ଜଣ କ˚ଗ୍ରେସ ବିଧାୟକ ରହି ତାଙ୍କୁ ଗାଦିଚ୍ୟୁତ ହେବାରୁ ସୁରକ୍ଷା ପ୍ରଦାନ କରନ୍ତେ ଏବ˚ ସଚିନ ପାଇଲଟଙ୍କ ବିଦ୍ରୋହ ବିଫଳ ହୁଅନ୍ତା। ସ୍ମରଣରେ ରଖିବାକୁ ହେବ ଯେ ଦଳବଦଳ ଆଇନର ପ୍ରାବଧାନ ଅନୁଯାୟୀ ଯଦି କୌଣସି ଏକ ବଡ଼ ଦଳର ବିଧାୟକଙ୍କ ଭିତରୁ ଏକ ତୃତୀୟାଂଶରୁ କମ୍ ସଂଖ୍ୟକ ସଦସ୍ୟ ଦଳ ତ୍ୟାଗ କରନ୍ତି, ତେବେ ସେମାନେ ବିଧାନସଭାର ପ୍ରାଥମିକ ସଦସ୍ୟ ପଦ ହରାଇବେ। ଏଭଳି ଏକ ସ୍ଥିତିରେ ଯଦି ବିଦ୍ରୋହୀ ସଦସ୍ୟମାନେ ସହିବାକୁ ଯାଉଥିବା କ୍ଷତିର ଭରଣା ଲାଗି ସେମାନଙ୍କ ନେତାଙ୍କ ଠାରୁ ପ୍ରାପ୍ତ ପ୍ରତିଶ୍ରୁତି ଉପରେ ଆସ୍ଥା ସ୍ଥାପନ କରି ନ ପାରନ୍ତି, ତେବେ ବିଦ୍ରୋହ ବିଫଳ ହେବାର ସମସ୍ତ ଆଶଙ୍କା ରହିଛି। ଜ୍ୟୋତିରାଦିତ୍ୟଙ୍କ କ୍ଷେତ୍ରରେ ତାଙ୍କ ସମର୍ଥକମାନେ ଯେଉଁ ଆସ୍ଥା ସ୍ଥାପନ କରିପାରିଲେ, ତାହା ବୋଧହୁଏ ସଚିନ ପାଇଲଟଙ୍କ କ୍ଷେତ୍ରରେ ପରିଦୃଷ୍ଟ ହେଲା ନାହିଁ।

ରାଜସ୍ଥାନରେ ରାଜନୈତିକ ସ˚କଟ ଘନୀଭୂତ ହେବାର ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଖିବାକୁ ମିଳିଥିଲା ଯେ ରାଜସ୍ଥାନ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଦ୍ବାରା ଗିରଫ ଦୁଇ ବିଜେପି ସଦସ୍ୟ ଅଭିଯୋଗ କରିଥିଲେ ଯେ ସରକାର ଭାଙ୍ଗିବା ସକାଶେ ସଚିନ ପାଇଲଟ ଘୋଡ଼ା ବେପାର ଲାଗି ହିଁ ଉଦ୍ୟମ କରୁଛନ୍ତି। ଏଭଳି ଏକ ଆରୋପ (ସତ୍ୟ ହେଉ ବା ମିଥ୍ୟା) ସଚିନ ପାଇଲଟଙ୍କୁ ଏଭଳି ଏକ ବିଶ୍ବାସଘାତକର ଭୂମିକାରେ ଅବତୀର୍ଣ୍ଣ କରାଇଲା, ଯାହା ନିଶ୍ଚିତ ଭାବେ ସଚିନଙ୍କ ଲାଗି ଅତ୍ୟନ୍ତ ଅରୁଚିକର ହୋଇଥିବ। କିନ୍ତୁ ଅଶୋକ ଗେହଲୋଟ ନିଜ ରାଜନୈତିକ ବିଚକ୍ଷଣତା ଓ ପରିପକ୍ବତାର ପ୍ରମାଣ ଦେଖାଇ ଏହାକୁ ନିଜ ସପକ୍ଷରେ ବ୍ୟବହାର କରିବାରେ ସଫଳ ହୋଇଛନ୍ତି। ଏକ ଦଳୀୟ ହୁଇପ ସତ୍ତ୍ବେ ପ୍ରଦେଶ କ˚ଗ୍ରେସ କମିଟିର ବୈଠକରେ ଯୋଗ ଦେଇ ନ ଥିବା ସଚିନ ପାଇଲଟ ଓ ଅନ୍ୟ ୧୮ ଜଣ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିଦିଆଯାଇଛି। ସଚିନ ପାଇଲଟଙ୍କୁ ତୁରନ୍ତ ଉପ-ମୁଖ୍ୟମନ୍ତ୍ରୀ ତଥା ପ୍ରଦେଶ କ˚ଗ୍ରେସ କମିଟିର ସଭାପତି ପଦରୁ ବହିଷ୍କୃତ କରାଯାଇଛି। ଇତିମଧୢରେ ସମ୍ଭବତଃ ନିଜକୁ ‘ବିଶ୍ବାସଘାତକତା’ର ଅପବାଦରୁ ମୁକ୍ତ କରି ରଖିବା ଲାଗି ସଚିନ ପାଇଲଟ ବିଜେପିରେ ଯୋଗଦାନ କରିବା ଲାଗି ଅନିଚ୍ଛା ପ୍ରକାଶ କରିବା ପରେ ଏବେ ସ˚ପୂର୍ଣ୍ଣ ଏକାକୀ ହୋଇ ପଡ଼ିଛନ୍ତି; ଯାହାକୁ ପରିହାସ କରି ଗେହଲୋଟଙ୍କ ସମର୍ଥକମାନେ ତାଙ୍କୁ ଏକ ବିଜନ (ଯାତ୍ରୀ ବିହୀନ) ବିମାନର ପାଇଲଟ୍‌ ବୋଲି ଅଭିହିତ କରୁଛନ୍ତି।

ଅତ୍ୟନ୍ତ ସ୍ବଳ୍ପ ସମୟ ବ୍ୟବଧାନରେ ମଧୢପ୍ରଦେଶ ଏବ˚ ରାଜସ୍ଥାନରେ କ˚ଗ୍ରେସ ସରକାରରେ ବରିଷ୍ଠଙ୍କ ନେତୃତ୍ବ ବିରୋଧରେ ଦୁଇ ଯୁବ ନେତା ବିଦ୍ରୋହ ଘୋଷଣା କରିବା ପରେ ଯଦି କେହି ଏଭଳି ଧାରଣା ପୋଷଣ କରୁଥାଆନ୍ତି ଯେ ଏହା ହୁଏ’ତ ଦଳ ମଧୢରେ ଏକ ସ˚ସ୍କାର-ମନସ୍କତା ସୃଷ୍ଟି କରିବ, ତେବେ ତାହା ସେମାନଙ୍କ ଭ୍ରାନ୍ତି ବୋଲି ଅଚିରେ ସାବ୍ୟସ୍ତ ହେବ। ନିକଟରେ ଦଳର ଅନ୍ୟତମ ମୁଖପାତ୍ର ସଞ୍ଜୟ ଝା କ˚ଗ୍ରେସ ଦଳରେ ସ˚ସ୍କାର ଅତ୍ୟନ୍ତ ଆବଶ୍ୟକ ବୋଲି ସୂଚେଇ ଗଣମାଧୢମରେ ପ୍ରକାଶ କରିଥିବା ଆଲେଖ୍ୟ ପରିପ୍ରେକ୍ଷୀରେ ସେ ଦଳୀୟ ହାଇକମାଣ୍ତଙ୍କ ଦ୍ବାରା ନିଲମ୍ବିତ ହୋଇଛନ୍ତି। ସୁତରା˚, ଏହା ସ୍ପଷ୍ଟ ଯେ କ˚ଗ୍ରେସର ସର୍ବମୟ କର୍ତ୍ତା ଗାନ୍ଧୀ ପରିବାର କୌଣସି ସ˚ସ୍କାର ଏପରିକି ଆତ୍ମସମୀକ୍ଷାର ଅବଧାରଣା ପ୍ରତି ଅଭେଦ୍ୟ ହୋଇପଡ଼ିଛନ୍ତି। ସତ କହିଲେ, ସ˚ପ୍ରତି କ˚ଗ୍ରେସ ଏକ ଅତ୍ୟନ୍ତ ବିଚିତ୍ର ସ୍ଥିତିରେ ବିଦ୍ୟମାନ। ସ୍ମରଣଯୋଗ୍ୟ ଯେ ଜଵହରଲାଲ ନେହରୁ ହୁଅନ୍ତୁ କି ଇନ୍ଦିରା ଗାନ୍ଧୀ ଅଥବା ରାଜୀବ ଗାନ୍ଧୀ; ସେମାନଙ୍କ କର୍ତ୍ତୃତ୍ବରେ କ˚ଗ୍ରେସ ଦଳ ଜାତୀୟ ରାଜନୈତିକ ପ୍ରେକ୍ଷାପଟରେ ଅପ୍ରତିଦ୍ବନ୍ଦ୍ବୀ ମନେ ହେଉଥିବା ସତ୍ତ୍ବେ ଦଳ ମଧୢରେ ନେତୃତ୍ବ ପ୍ରତି ବିରୋଧ ଏବ˚ ଆହ୍ବାନ ରହିଥିଲା। ଦଳୀୟ ବ୍ୟାପାରରେ ଇନ୍ଦିରା ଗାନ୍ଧୀ ଚନ୍ଦ୍ରଶେଖରଙ୍କ ଭଳି ତରୁଣ ତୁର୍କୀଙ୍କୁ ସାମନା କରିଥିବା ବେଳେ ରାଜୀବ ଗାନ୍ଧୀଙ୍କୁ ଭି.ପି.ସି˚ହଙ୍କ ଭଳି ଦଳ ମଧୢରେ ଥିବା ବିରୋଧୀଙ୍କ ସମ୍ମୁଖୀନ ହେବାକୁ ପଡ଼ିଥିଲା। ଉଭୟେ ଦଳରେ ସେମାନଙ୍କ ନେତୃତ୍ବ ପ୍ରତି ସିଧାସଳଖ ଚ୍ୟାଲେଞ୍ଜର ସାମନା କରିଥିଲେ। କିନ୍ତୁ ଏହାର ବିପରୀତରେ ସା˚ପ୍ରତିକ ପରିସ୍ଥିତିରେ ଯାହା ଦେଖିବାକୁ ମିଳୁଛି ତାହା ହେଲା ଜାତୀୟ ରାଜନୈତିକ ପ୍ରେକ୍ଷାପଟରେ କ˚ଗ୍ରେସର ସ୍ଥିତି ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିବା ସତ୍ତ୍ବେ ଦଳ ଉପରେ ଗାନ୍ଧୀ ପରିବାରର କର୍ତ୍ତୃତ୍ବ ପୂର୍ବରୁ କଦାପି ପରିଦୃଶ୍ୟ ହୋଇ ନ ଥିବା ଭଳି ନିରଙ୍କୁଶ ହୋଇଛି। ପଞ୍ଜୁରିରେ ରହିଥିବା ଶୁଆ ମୁକ୍ତି ନ ଲୋଡ଼ିଲା ଭଳି ଦଳରେ ରହିଥିବା ଅନେକ ଅଭିଜ୍ଞ ତଥା ଯୋଗ୍ୟ ବ୍ୟକ୍ତି ସ୍ଥିତାବସ୍ଥା ଓ ତଜ୍ଜନିତ ଆଳସ୍ୟରୁ ମୁକ୍ତ ହେବାକୁ ଇଚ୍ଛା କରନ୍ତି ନାହିଁ। ସେମାନେ ଏକ ସ୍ତିମିତ ଦୀପକୁ କୌଣସିମତେ ଜଳାଇ ରଖିବାକୁ ମନସ୍ଥ କରି ତାକୁ ବାହାରର ପବନ ଠାରୁ ନିବୁଜ ରଖିବାରେ ମଗ୍ନ। ସୁତରା˚, ଦଳରେ ଯେଉଁଠି ବି ବିଦ୍ରୋହୀ ମୁଣ୍ତ ଟେକୁଛନ୍ତି, ସେମାନଙ୍କୁ ତୁରନ୍ତ ଅପସାରଣ କରି ଦିଆଯାଇ ନେତୃତ୍ବର ହୃଦ୍‌ସ୍ଥଳକୁ ତଦ୍ଦ୍ବାରା ଆଲୋଡ଼ିତ ହେବାକୁ ଦିଆଯାଉନାହିଁ। କିନ୍ତୁ ଏଭଳି ନିବୁଜ ନେତୃତ୍ବ କୌଣସି ଦଳ ଲାଗି ଶୁଭଙ୍କର ନୁହେଁ, କ˚ଗ୍ରେସ ଭଳି ସର୍ବପୁରାତନ ଦଳ ଲାଗି ତ ତାହା ଆଦୌ ନୁହେଁ।

ସମ୍ବନ୍ଧିତ ଖବର