ନିଜର ଯନ୍ତ୍ରବତ୍ ସମୟାନୁବର୍ତ୍ତିତା ଯୋଗୁଁ ‘କୋନିଗ୍ସବର୍ଗ୍ ଘଡ଼ି’ ରୂେପ ପରିଚିତ ମହାନ୍ ଜର୍ମାନ୍ ଦାର୍ଶନିକ ଇମାନୁଏଲ୍ କାଣ୍ଟ ତାଙ୍କର ଦୀର୍ଘ ୭୯ ବର୍ଷର ଜୀବନକାଳ ମଧୢରେ ସେ ଭୂମିଷ୍ଠ ହୋଇଥିବା ଜର୍ମାନୀର ଛୋଟିଆ ସହର କୋନିଗ୍ସବର୍ଗ୍ ବାହାରକୁ ଥରଟିଏ ମଧୢ ଯାଇନଥିଲେ- ଚୀନ୍କୁ ଯିବା ଦୂରେ ଥାଉ। ସେହିପରି ୧୮୦୪ରେ ତାଙ୍କର ଦେହାନ୍ତ ପୂର୍ବରୁ ତାଙ୍କର କଠୋର ଶୃଙ୍ଖଳିତ ଦୈନିନ୍ଦିନ ଜୀବନଚର୍ଯ୍ୟା ମଧୢରେ ଜଣେ ହେଲେ କୌଣସି ଚୀନାଲୋକ ସହିତ ତାଙ୍କର ସାକ୍ଷାତ୍ ହୋଇଥିବା ସମ୍ଭାବନା ମଧୢ ଶୂନ୍ୟ ଥିଲା। ତଥାପି ତାଙ୍କର ପରବର୍ତ୍ତୀ ପିଢ଼ିର ପ୍ରସିଦ୍ଧ ଜର୍ମାନ୍ ଦାର୍ଶନିକ ଫ୍ରେଡେରିକ୍ ନିଚା ତାଙ୍କର ବହୁଚର୍ଚ୍ଚିତ ପୁସ୍ତକ ‘ବିୟଣ୍ତ ଗୁଡ୍ ଆଣ୍ତ ଇଭିଲ୍’ରେ କାଣ୍ଟ୍ଙ୍କ ସମ୍ବନ୍ଧରେ ଠାଏ ଉଲ୍ଲେଖ କଲାବେଳେ ତାଙ୍କ ପ୍ରତି ଯେଉଁ ଲମ୍ବା ବିଶେଷଣ ପ୍ରୟୋଗ କରିଥିଲେ, ତାହା ହେଲା: ‘ଚାଇନାମ୍ୟାନ୍ ଅଫ୍ କୋନିଗ୍ସବର୍ଗ୍’।
କାଣ୍ଟ୍ଙ୍କ ପ୍ରତି ନିଚାଙ୍କର ଯଥେଷ୍ଟ ସମ୍ମାନବୋଧ ଥିଲେ ହେଁ ନିଚା କାହିଁକି ତାଙ୍କୁ ଏପରି ବିଦ୍ରୂପ କରିଥିଲେ, ତାହାର କାରଣ ଅସ୍ପଷ୍ଟ। କିନ୍ତୁ ଫ୍ରେଡେରିକ୍ ନିଚା ଏବେ ଯଦି ବଞ୍ଚିଥାନ୍ତେ, ସେ ନିଃସନ୍ଦେହରେ ଜର୍ମାନୀର ବର୍ତ୍ତମାନର ଚାନ୍ସେଲର୍ (ଶାସନମୁଖ୍ୟ) ଆଙ୍ଗେଲା ମର୍କେଲ୍ଙ୍କୁ ନିଶ୍ଚିତ ରୂପେ ସମ୍ବୋଧନ କରିଥାନ୍ତେ: ‘ଚାଇନାଓମ୍ୟାନ୍ ଅଫ୍ ବର୍ଲିନ୍’। ଏହା ପଛରେ ଥିବା କାରଣର ବିଶେଷ ବର୍ଣ୍ଣନା ପୂର୍ବରୁ କାଣ୍ଟ୍ଙ୍କ ସହିତ ମର୍କେଲ୍ଙ୍କ ତୁଳନା କଲେ ଯେଉଁ ପାର୍ଥକ୍ୟଟି ତତ୍କ୍ଷଣାତ୍ ଆଖିରେ ପଡ଼ିଥାଏ, ତାହା ହେଲା- ଆଙ୍ଗେଲା ମର୍କେଲ୍ ତାଙ୍କର ବିଗତ ୧୫ ବର୍ଷର ଶାସନକାଳ ମଧୢରେ ୧୨ ଥର ଚୀନ୍ ଗସ୍ତ କରିଛନ୍ତି, ଏ ପର୍ଯ୍ୟନ୍ତ।
କରୋନା ଭାଇରସ୍ର ଉତ୍ପତ୍ତି ଓ ପ୍ରସାର, ପଡ଼ିଶା ଅଞ୍ଚଳ ମାନଙ୍କରେ ବିସ୍ତାରବାଦୀ ଆଚରଣ ଏବ˚ ବ୍ୟବସାୟ ମାଧୢମରେ ଗୁପ୍ତଚର ବୃତ୍ତି ପାଇଁ ଚୀନ୍ ଯେତେବେଳେ ପୃଥିବୀର ଅଧିକା˚ଶ ଗୁରୁତ୍ବପୂର୍ଣ୍ଣ ଦେଶମାନଙ୍କ ନିକଟରେ ଏକ ପ୍ରକାର ଅସ୍ପୃଶ୍ୟ ହୋଇ ପଡ଼ିଛି, ସେତେବେଳେ ମର୍କେଲ୍ଙ୍କ ଜର୍ମାନୀ ପାଶ୍ଚାତ୍ୟ ଜଗତ୍ରେ ଚୀନ୍ର ଏକମାତ୍ର ଏକାନ୍ତ ଅନୁଗତ ଦେଶ ରୂପେ ଆବିର୍ଭୂତ ହୋଇଛି। ଚୀନ୍ ନିକଟରେ ମର୍କେଲ୍ଙ୍କର ଏହି ନତମସ୍ତକ ଭଙ୍ଗୀ ବର୍ତ୍ତମାନ ସର୍ବାଧିକ ଦୃଶ୍ୟମାନ ହୋଇଛି ଟେଲିକମ୍ କ୍ଷେତ୍ରରେ ୫-ଜି ନେଟ୍ଵାର୍କ ନିର୍ମାଣରେ ଚୀନା କମ୍ପାନି ‘ହୁଆେଵ’ ପ୍ରତି ତାଙ୍କର ଦରଦଭରା ଆଭିମୁଖ୍ୟରେ। ଚୀନ୍ ସରକାର, କମ୍ୟୁନିଷ୍ଟ ପାର୍ଟି ଓ ସେନାବାହିନୀ ସହିତ ଘନିଷ୍ଠ ସମ୍ପର୍କ ଥିବା ‘ହୁଆେଵ’ ତା’ର ଟେଲିକମ୍ ଯନ୍ତ୍ରପାତିରେ ଲୁଚାଇ ଖଞ୍ଜିଥିବା ଗୁପ୍ତ ତଥ୍ୟ ସ˚ଗ୍ରହ ଓ ପ୍ରେରଣକାରୀ ସଫ୍ଟୱେଆର୍ ଓ ହାର୍ଡୱେଆର୍ ମାଧୢମରେ ସମ୍ପୃକ୍ତ ଦେଶର ନିରାପତ୍ତା ବିପନ୍ନ କଲା ଭଳି ସୂଚନାମାନ ସ˚ଗ୍ରହ କରି ଚୀନ୍କୁ ପ୍ରେରଣ କରିବାର ଦୃଢ଼ ସନ୍ଦେହ ଯୋଗୁଁ ଆମେରିକା, ବ୍ରିଟେନ୍, ୟୁରୋପର ଅନ୍ୟାନ୍ୟ ଦେଶ, ଜାପାନ, ଅଷ୍ଟ୍ରେଲିଆ, ସିଙ୍ଗାପୁର ଆଦି ପ୍ରମୁଖ ଦେଶମାନେ ‘ହୁଆେଵ’କୁ ନିଜ ନିଜ ଦେଶରେ ୫-ଜି ନେଟ୍ଵାର୍କ ନିର୍ମାଣରୁ ବାସନ୍ଦ କରିଛନ୍ତି।
ସ୍ବିଡେନ୍ର ‘ଏରିକ୍ସନ୍’ ଓ ଫିନ୍ଲାଣ୍ତର ‘ନୋକିଆ’ ଭଳି ଉଚ୍ଚ ଟେଲିକମ୍ ପ୍ରଯୁକ୍ତି ବିଦ୍ୟା ସମ୍ପନ୍ନ କମ୍ପାନିମାନଙ୍କ ନିକଟରେ ମଧୢ ଏଥିପାଇଁ ଆବଶ୍ୟକ ଜ୍ଞାନକୌଶଳ ଉପଲବ୍ଧ ଅଛି (ଗତ ମାସରେ ସିଙ୍ଗାପୁର ଏହି ଦୁଇ ୟୁରୋପୀୟ କମ୍ପାନିଙ୍କୁ ନିଜ ଦେଶରେ ୫-ଜି ନେଟ୍ଵାର୍କ ନିର୍ମାଣ ଦାୟିତ୍ବ ପ୍ରଦାନ କରିଛି)। ଏପରିକି ଏ କ୍ଷେତ୍ରରେ ସେଭଳି ଅନୁଭୂତି ନ ଥିବା ଭାରତ ମଧୢ ନିଜସ୍ବ ୫-ଜି ନେଟ୍ଵାର୍କ ନିର୍ମାଣ କରିବାକୁ ଆଗେଇ ଆସିଲାଣି। ସରକାର ଆବଶ୍ୟକ ସ୍ପେକ୍ଟ୍ରମ୍ ଉପଲବ୍ଧ କରାଇଲେ ଆସନ୍ତା ବର୍ଷ ସୁଦ୍ଧା ନିଜର ୫-ଜି ନେଟ୍ଵାର୍କ ବିସ୍ତାର କରିବାକୁ ପ୍ରସ୍ତୁତ ଅଛି ବୋଲି ଭାରତୀୟ କମ୍ପାନି ‘ରିଲାଏନ୍ସ ଜିଓ’ ଘୋଷଣା କରିଛି। ଅପରପକ୍ଷେ ଉଚ୍ଚମାନର ଇଞ୍ଜିନିଅରିଂ ଜ୍ଞାନକୌଶଳ ପାଇଁ ଜର୍ମାନ୍ମାନେ ସୁଖ୍ୟାତ ହୋଇଥିଲେ ମଧୢ, ମର୍କେଲ୍ ନିଜ ଦେଶରେ ୫-ଜି ନେଟ୍ଵାର୍କ ନିର୍ମାଣ ପାଇଁ ଚୀନା କମ୍ପାନି ‘ହୁଆେଵ’କୁ ସାଦର ଆମନ୍ତ୍ରଣ କରିବାକୁ ପସନ୍ଦ କରୁଛନ୍ତି।
ଆଙ୍ଗେଲା ମର୍କେଲ୍ଙ୍କର ଚୀନ୍ ପ୍ରୀତି ତାଙ୍କର ଏକ ସାମୟିକ କିମ୍ବା ଅଚାନକ ଆବେଗ ନୁହେଁ- ଏହା ହେଉଛି ତାଙ୍କର ଦୀର୍ଘସ୍ଥାୟୀ ଏବ˚ ଦୃଢ଼ ରାଜନୈତିକ ଆଭିମୁଖ୍ୟର ଅ˚ଶ। ଏହି ଆଭିମୁଖ୍ୟ ହେଲା- ଚୀନ୍କୁ ସ˚ଯତ କରିବା ପାଇଁ ଚେଷ୍ଟା କରିବାରେ ଲାଭ ଅପେକ୍ଷା କ୍ଷତି ଅଧିକ। ମର୍କେଲ୍ ତାଙ୍କର ୧୨ ଥର ଯାକ ଚୀନ୍ ଗସ୍ତ ସମୟରେ ପ୍ରଦାନ କରିଆସିଥିବା ଭାଷଣମାନଙ୍କରେ ଯାହା ମୁଖ୍ୟ ବିଷୟବସ୍ତୁ ରହିଆସିଛି, ତାହା ହେଲା: ବାକି ବିଶ୍ବ କିପରି ଏକ ଉଦୀୟମାନ ଚୀନ୍କୁ ବାହୁପ୍ରସାରୀ କୋଳେଇ ନେବା ଉଚିତ। ଏହି ଚିନ୍ତାଧାରାକୁ ଆଗେଇ ନେଇ ପୃଥିବୀରେ କୃତ୍ରିମ ବୁଦ୍ଧି (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ)ରୁ ଆରମ୍ଭ କରି ଜେନେଟିକ୍ସ ପର୍ଯ୍ୟନ୍ତ ନିୟନ୍ତ୍ରଣ କରିବା ପାଇଁ ନିୟମ ପ୍ରଣୟନ କରିବାରେ ଚୀନ୍କୁ ଏକ ମୁଖ୍ୟ ଭୂମିକା ପ୍ରଦାନ କରାଯିବା ଉଚିତ ବୋଲି ମର୍କେଲ୍ ସର୍ବଦା ଦୃଢ଼ ଯୁକ୍ତି ଉପସ୍ଥାପନ କରି ଆସିଛନ୍ତି। ସେହିପରି ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ କିମ୍ବା ଆଫ୍ରିକା ମହାଦେଶର ଉନ୍ନତି ସାଧନରେ ଇଉରୋପିଆନ୍ ୟୁନିଅନ୍ ଚୀନ୍ର ସକ୍ରିୟ ସହଯୋଗ ଲୋଡ଼ିବା ଉଚିତ ବୋଲି ମର୍କେଲ୍ ଦୃଢ଼ ମତ ପୋଷଣ କରି ଆସିଛନ୍ତି। ଚୀନ୍ର ପ୍ରିୟଭାଜନ ହେବା ପାଇଁ ଆସନ୍ତା ସେପ୍ଟେମ୍ବରରେ ନିଜ ଦେଶର ଲିପ୍ଜିଗ୍ ଠାରେ ଇଉରୋପିଆନ୍ ୟୁନିଅନ୍ ଓ ଚୀନ୍ ମଧୢରେ ଏକ ଶୀର୍ଷ ସମ୍ମିଳନୀ ଅନୁଷ୍ଠିତ କରିବା ପାଇଁ ମର୍କେଲ୍ ଯୋଜନା କରୁଛନ୍ତି।
ତେବେ ତତ୍କାଳୀନ କମ୍ୟୁନିଷ୍ଟ ପୂର୍ବ ଜର୍ମାନୀରେ ବଢ଼ିଥିବା ଆଙ୍ଗେଲାଙ୍କର କମ୍ୟୁନିଷ୍ଟ ଚୀନ୍ ପ୍ରତି ଅନୁରାଗ ବିଶୁଦ୍ଧ ରାଜନୈତିକ ଆଦର୍ଶ ଉପରେ ପ୍ରତିଷ୍ଠିତ ବୋଲି ବିଶ୍ବାସ କରିବା ସମ୍ପୂର୍ଣ୍ଣ ଭୁଲ ହେବ। ବର˚ ଏହା ବିଶୁଦ୍ଧ ବ୍ୟାବସାୟିକ ଲାଭକ୍ଷତି ହିସାବ ଉପରେ ପ୍ରତିଷ୍ଠିତ। କାର୍, ଯନ୍ତ୍ରପାତି, ବୈଦ୍ୟୁତିକ ଉପକରଣ ଏବ˚ ରାସାୟନିକ ପଦାର୍ଥମାନ ଭଳି ଉଚ୍ଚମୂଲ୍ୟଯୁକ୍ତ ପଦାର୍ଥମାନ ଉତ୍ପାଦନ କରୁଥିବା ଜର୍ମାନ୍ କମ୍ପାନିମାନେ ଚୀନ୍ର ବଜାର ଓ କାରଖାନାମାନଙ୍କ ଉପରେ ଏଭଳି ନିର୍ଭରଶୀଳ ଯେ ସେମାନେ ସର୍ବଦା ଚୀନ୍ ସହିତ ସୁସମ୍ପର୍କ ଅତୁଟ ରହିବା ଚାହାନ୍ତି। ଚୀନ୍କୁ ଜର୍ମାନୀର ମୋଟ ରପ୍ତାନିରେ ଏହି ପଦାର୍ଥଗୁଡ଼ିକର ଅ˚ଶ ହେଉଛି ପ୍ରାୟ ୭୦ ଶତା˚ଶ। ଉଦାହରଣ ସ୍ବରୂପ ଜର୍ମାନୀର ମୁଖ୍ୟ ଦାମିକା ମଟରଗାଡ଼ି ନିର୍ମାତାମାନେ ଚୀନ୍ ସହିତ ଓତପ୍ରୋତ ଭାବରେ ଜଡ଼ିତ। ଫୋକ୍ସଵାଗେନ୍, ଡେମଲର୍, ବିଏମ୍ଡବ୍ଲ୍ୟୁ- ଏ ସମସ୍ତ କାର୍ କମ୍ପାନିମାନଙ୍କର ବେଜିଙ୍ଗ୍ରେ ବିଶାଳ ଅଫିସ୍ମାନ ରହିଛି। ଫୋକ୍ସଵାଗେନ୍ ୧୯୮୫ରେ ପ୍ରଥମେ ଡେଙ୍ଗ୍ ସିଆଓ ପିଙ୍ଗ୍ଙ୍କର ଉଦାରୀକରଣ ଅଭିଯାନ ଆରମ୍ଭ ପରେ ପରେ ଚୀନ୍ରେ ପ୍ରବେଶ କରିଥିଲା; ବର୍ତ୍ତମାନ ଚୀନ୍ରେ ଥିବା ଏହାର କାରଖାନା ସ˚ଖ୍ୟା ହେଉଛି ୩୩ଟି। କେବଳ ଚୀନ୍ରେ ଫୋକ୍ସଵାଗେନ୍ ତା’ର ୪୦ ଶତା˚ଶ ଗାଡ଼ି ବିକ୍ରି କରିଥାଏ। ଏଥରୁ ଜର୍ମାନୀର ପ୍ରମୁଖ କମ୍ପାନିମାନଙ୍କର ଚୀନ୍ ଉପରେ ନିର୍ଭରଶୀଳତା ସହଜରେ ହୃଦୟଙ୍ଗମ କରିହୁଏ।
ଏହା ଜଣାଶୁଣା ଯେ ଏହି ଛାମୁହାଁ କମ୍ପାନିମାନଙ୍କର ଜର୍ମାନ୍ ସରକାର ଉପରେ ଅଖଣ୍ତ ପ୍ରଭାବ ରହିଥାଏ। ଚୀନ୍ ଏହା ଭଲ ରୂପେ ଜାଣେ ମଧୢ। କେତେ ଦିନ ତଳେ ଏହାକୁ କାମରେ ଲଗାଇବା ଭଳି ଜର୍ମାନୀରେ ଥିବା ଚୀନ୍ର ରାଷ୍ଟ୍ରଦୂତ ଖୋଲାଖୋଲି ଧମକ ଦେବା ଦେଖାଯାଇଥିଲା ଯେ, ଯଦି ଜର୍ମାନୀ ନିଜ ଦେଶରେ ୫-ଜି ନେଟ୍ଵାର୍କ ନିର୍ମାଣରେ ‘ହୁଆେଵ’କୁ ସମ୍ପୃକ୍ତ ନ କରେ, ତେବେ ଚୀନ୍ ଜର୍ମାନ୍ କାର୍ କମ୍ପାନିମାନଙ୍କୁ ଚୀନ୍ରୁ ନିକାଲି ଦେବ। ତେଣୁ ଚୀନ୍ର ଏକଛତ୍ରବାଦ ସତ୍ତ୍ବେ, ତିବ୍ଦତ ଦଖଲ ସତ୍ତ୍ବେ, ହ˚କ˚ର କଣ୍ଠରୋଧ ସତ୍ତ୍ବେ, ଉଇଘୁର୍ମାନଙ୍କ ଉପରେ ନାତ୍ସିସୁଲଭ ଅତ୍ୟାଚାର ସତ୍ତ୍ବେ ଓ ମର୍କେଲ୍ଙ୍କ ତଥାକଥିତ ଉଦାରବାଦ ସତ୍ତ୍ବେ, ଆଙ୍ଗେଲା ମର୍କେଲ୍ କୌଣସି ପ୍ରକାରେ ଚୀନ୍କୁ ବିମୁଖ କରିବାକୁ ଚାହାନ୍ତି ନାହିଁ। ନେପୋଲିଅନ୍ ଯଦି ଆଜି ଥା’ନ୍ତେ, ନିଜର ଭୁଲ୍ ସ୍ବୀକାର କରି କହନ୍ତେ: ଇ˚ରେଜ୍ମାନେ ନୁହଁନ୍ତି, ଜର୍ମାନ୍ମାନେ ହିଁ ହେଉଛନ୍ତି ପ୍ରକୃତରେ ଏକ ଦୋକାନୀମାନଙ୍କର ଜାତି।