ଶୁଣିବାକୁ ମିଳିଥାଏ ଯେ ଉଜ୍ବେକିସ୍ତାନର ରାଜା ଥରେ ମୁଲ୍ଲା ନସିରୁଦ୍ଦିନଙ୍କ ସହ କୌଣସି ଏକ ସ୍ଥାନକୁ ଭ୍ରମଣରେ ଯାଇଥିବା ବେଳେ ମୁଲ୍ଲାଙ୍କୁ, ‘କ’ଣ ଦେଖୁଛ, ମୁଲ୍ଲା? ବୋଲି ପଚାରନ୍ତେ ମୁଲ୍ଲା ତାଙ୍କର ପ୍ରତ୍ୟୁତ୍ପନମତିତାର ପରିଚୟ ଦେଇ ତତ୍କ୍ଷଣାତ୍ ଉତ୍ତର ଦେଇଥିଲେ, ‘ହଜୁରଙ୍କ ଯାହା ଇଚ୍ଛା ତାହା ଦେଖୁଛି!’ ଏହି ବକ୍ତବ୍ୟରେ ମୁଲ୍ଲା ତାଙ୍କ ବଶମ୍ବଦତାର ପ୍ରମାଣ ଦେବା ସହିତ ପ୍ରଚ୍ଛନ୍ନ ଭାବେ ଆଉ ଯେଉଁ ଆଡ଼କୁ ଇଙ୍ଗିତ କରିଥିଲେ ତାହା ଥିଲା ଅଧୀନସ୍ଥ ହୋଇଯିବା ପରେ ସେ ହରାଇ ବସିଥିବା ତାଙ୍କର ସ୍ବାଧୀନତା। ଉପରୋକ୍ତ କ୍ଷୁଦ୍ର ଲୋକକଥାର ପ୍ରତୀକାତ୍ମକତା ଆଧାରରେ ଏହା ଯଦି କୁହାଯିବ ଯେ ବର୍ତ୍ତମାନ ଜଣେ ସାଧାରଣ ଭାରତୀୟ ନାଗରିକ ମୁଲ୍ଲାଙ୍କ ଭଳି କେବଳ ତାହା ହିଁ ଦେଖୁଛି, ଯାହା ଦେଖାଇବାକୁ ଆମ ଜାତୀୟ ଗଣମାଧୢମଗୁଡ଼ିକ ଇଚ୍ଛା କରୁଛନ୍ତି, ତେବେ ବିଶେଷ ଅସ˚ଗତି ଦୃଶ୍ୟମାନ ହେବନାହିଁ। ଏହି ପରିପ୍ରେକ୍ଷୀରେ ଗଲା ମାସକ ମଧ୍ୟରେ ଜାତୀୟ ଗଣମାଧୢମଗୁଡ଼ିକ ପ୍ରମୁଖ ଭାବେ ଯାହା ଦେଖାଇବାକୁ ଇଚ୍ଛା କରିଛନ୍ତି, ତାର ଆଲୋଚନା କଲେ ଯେଉଁ ତିନିଟି ପ୍ରସଙ୍ଗ ଶୀର୍ଷରେ ରହିଥିବାର ଦେଖିବାକୁ ମିଳିଥାଏ ସେଗୁଡ଼ିକ ହେଲା କୋଭିଡ୍-୧୯ ‘ପାନ୍ଡେମିକ୍’, ଲଦାଖ ଠାରେ ଭାରତ ଓ ଚୀନ ସେନା ମଧ୍ୟରେ ସୃଷ୍ଟି ହୋଇଥିବା ମୁହାଁମୁହିଁ ପରିସ୍ଥିତି ଏବ˚ ଗଲା ଦଶ ଦିନ ଧରି ରାଜସ୍ଥାନରେ ଦେଖିବାକୁ ମିଳିଥିବା ଅଶୋକ ଗେହଲୋଟ ଓ ସଚିନ ପାଇଲଟ୍ଙ୍କ ମଧ୍ୟରେ ରାଜନୈତିକ ରସଭଙ୍ଗ ଜନିତ ପରିସ୍ଥିତି। କିନ୍ତୁ ଗଲା ଏକ ସପ୍ତାହ ଧରି ସମଗ୍ର ଆସାମକୁ ଏକ ଅତ୍ୟନ୍ତ ଭୟାବହ ବନ୍ୟା ଡୁବାଇ ରଖି ‘କୋଭିଡ୍-୧୯’ ସ˚କ୍ରମଣ କାଳରେ ଏକ ବିଶାଳ ମାନବିକ ଟ୍ରାଜେଡିର କାରଣ ହୋଇଥିବା ସତ୍ତ୍ବେ ଜାତୀୟ ଗଣମାଧ୍ୟମଗୁଡ଼ିକ ତାକୁ ଅବଶିଷ୍ଟ ଭାରତର ଦୃଶ୍ୟପଟଳର ମଧ୍ୟ ଭାଗକୁ ଆଣି ନ ଥିବା କେବଳ ଆସାମରେ ନୁହେଁ; ସମଗ୍ର ଉତ୍ତର ପୂର୍ବ ଭାରତରେ ଗଭୀର ମର୍ମବେଦନା ସୃଷ୍ଟି କରିବା ସହିତ ସେଠାରେ ଏକ ପ୍ରଶ୍ନ ଉଠାଇବାରେ ଲାଗିଲାଣି ଯେ ଉତ୍ତର ପୂର୍ବ ଭାରତ ଆଉ ଭାରତୀୟ ମୂଳ ଭୂଖଣ୍ତର ଏକ ଅ˚ଶ ହୋଇ ରହି ନାହିଁ କି? ଏ ସ˚ଦର୍ଭରେ କେନ୍ଦ୍ରମନ୍ତ୍ରୀ କିରଣ ରାଜିଜୁଙ୍କ ଟ୍ବିିଟ୍ ପ୍ରଣିଧାନଯୋଗ୍ୟ ଯାହା ପ୍ରଶ୍ନ କରିଥାଏ ଯେ ଚେନ୍ନାଇ ବନ୍ୟା ଯେଉଁଭଳି ଜାତୀୟ ଗଣମାଧ୍ୟମର ଶିରୋନାମା ସ୍ପର୍ଶ କରିପାରେ, ଆସାମର ବନ୍ୟା ସେଭଳି କରିପାେରନାହିଁ କାହିଁକି?
ସ˚ପ୍ରତି ଆସାମର ୨୬ଟି ଜିଲ୍ଲାର ୨୬ ଲକ୍ଷ ଲୋକ ଏକ ପ୍ରଳୟଙ୍କରୀ ବନ୍ୟାରେ ସ˚ପୂର୍ଣ୍ଣ ମଗ୍ନ ଏବ˚ ସେଥିରେ ୮୯ ଜଣ ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି। ଏହି ଭୟାବହ ବନ୍ୟା ବିତ୍ପାତ ଦ୍ବାରା ୨୫୨୫ ସ˚ଖ୍ୟକ ଗ୍ରାମ ଏବ˚ ୧୧୫ ଲକ୍ଷ ୫୧ ହଜାର ୫୨୫ ହେକ୍ଟର ପରିମିତ ଚାଷଜମି ଜଳାର୍ଣ୍ଣବ ହୋଇପଡ଼ିଛି। ‘କାଜିରଙ୍ଗା ଜାତୀୟ ଉଦ୍ୟାନ’ ବନ୍ୟା ଜଳରେ ବୁଡ଼ି ଯାଇଥିବା କାରଣରୁ ୧୨୦ଟି ବିରଳ ବନ୍ୟଜନ୍ତୁ ମୃତ୍ୟୁବରଣ କରିଛନ୍ତି। ତିନି ଦିନ ପୂର୍ବରୁ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଏକ ଫଟୋରେ ଦେଖିବାକୁ ମିଳିଥିଲା କିଭଳି ଏକ ବିଶାଳ ବପୁବନ୍ତ ଅତ୍ୟନ୍ତ ବିରଳ ଏକ ଶିଙ୍ଗିଆ ଗଣ୍ତା ବନ୍ୟା ଜଳ କବଳରୁ ନିଜକୁ ରକ୍ଷା କରିବା ପରେ ତଜ୍ଜନିତ କ୍ଳାନ୍ତି କାରଣରୁ ଅତ୍ୟନ୍ତ ଅବସନ୍ନ ହୋଇ ସ୍ଥଳ ଭାଗରେ ପଡ଼ି ରହିଛି। ଉଲ୍ଲେଖଯୋଗ୍ୟ ଯେ ଗତ କେଇ ବର୍ଷ ଧରି ବନ୍ୟଜନ୍ତୁଙ୍କ ଅଙ୍ଗପ୍ରତ୍ୟଙ୍ଗର ଚୋରା ଚାଲାଣକାରୀମାନେ ଏଭଳି ବନ୍ୟା ସମୟରେ ସକ୍ରିୟ ହୋଇ ଉଠି ଅସହାୟ ଗଣ୍ତାମାନଙ୍କ ଶିଙ୍ଗ କାଟି ନେଉଛନ୍ତି। ସୁତରା˚, ଏହିଭଳି ଏକ ଅତିକାୟ ଟ୍ରାଜେଡି ଜାତୀୟ ଗଣମାଧ୍ୟମରେ କୋଣଠେସା ହୋଇ ରହିଯିବା ଯେଉଁ ଏକ ବିଡ଼ମ୍ବିତ ପ୍ରଶ୍ନ ଉତ୍ଥାପନ କରିଥାଏ, ତାହା ହେଲା କୌଣସି ଏକ ସମ୍ବାଦର ପ୍ରମୁଖତା ନିର୍ଣ୍ଣୟ କରିବା ସ˚ଦର୍ଭରେ ଗଣମାଧ୍ୟମଗୁଡ଼ିକର ଆଭିମୁଖ୍ୟଗତ ପରିବର୍ତ୍ତନ ଦେଖା ଦେବାରେ ଲାଗିଛି କି?
ଏହି ପ୍ରସଙ୍ଗରେ ଆଜିକୁ ପାଞ୍ଚ ବର୍ଷ ତଳକୁ ଅର୍ଥାତ୍ ୨୦୧୫ ମସିହା ଅଗଷ୍ଟ ମାସକୁ ଫେରିଲେ ଦେଖିବାକୁ ମିଳିଥାଏ ଯେ ସେହି ସମୟରେ ଅହମିୟା ତରୁଣୀ ସିନା ବୋରାଙ୍କ ଚାଞ୍ଚଲ୍ୟକର ହତ୍ୟା ଏବ˚ ତହିଁରେ ଭାରତର ଜଣେ ଅତ୍ୟନ୍ତ ବିତ୍ତଶାଳୀ ଗଣମାଧ୍ୟମ ବ୍ୟକ୍ତିତ୍ବ ଏବ˚ ତାଙ୍କ ପତ୍ନୀଙ୍କ ସ˚ପୃକ୍ତି ତଥା ସେମାନଙ୍କ ଗିରଫଦାରି ସମ୍ବନ୍ଧୀୟ ‘ଖବରର ବନ୍ୟା’ ଜାତୀୟ ଗଣମାଧ୍ୟମକୁ ଏଭଳି ବୁଡ଼ାଇ ରଖିଥିଲା ଯେ ଠିକ ସେହି ସମୟରେ ଆସାମ ସମ୍ମୁଖୀନ ହେଉଥିବା ବ୍ରହ୍ମପୁତ୍ରର ଅଭୂତପୂର୍ବ ବନ୍ୟା ତଥା ସେହି କାରଣରୁ ସୃଷ୍ଟ ଅବର୍ଣ୍ଣନୀୟ ମାନବୀୟ କଷଣ ସଂପର୍କିତ ଖବର ଅସ୍ତିତ୍ବ ସ˚କଟରେ ପଡ଼ି ଯାଇଥିଲା; ଏପରି କି ଆସାମର ସ୍ଥାନୀୟ ଗଣମାଧ୍ୟମରେ ମଧ୍ୟ ସେହି ବନ୍ୟା ବିତ୍ପାତ ସମ୍ବନ୍ଧୀୟ ଖବର ସୀମାନ୍ତରିତ ହେବା ସ୍ଥିତିକୁ ଚାଲି ଆସିଥିଲା।
ତେବେ, ଏମିତି ଏକ ସ୍ଥିତିର କାରଣ କ’ଣ ହୋଇପାରେ? ବୋଧହୁଏ ଏୟା ଯେ ପ୍ରତି ବର୍ଷ ସେଠାରେ ସ˚ଘଟିତ ହେଉଥିବା ବନ୍ୟା ଏଭଳି ଦେହସୁହା ହୋଇଗଲାଣି ଯେ ଏକ ଆକର୍ଷଣୀୟ ଖବରରେ ପରିଣତ ହେବା ଲାଗି ଲୋଡ଼ା ଯାଉଥିବା ଭଳି ରୋଚକ ଉପାଦାନ ଆଉ ତହିଁରେ ମିଳୁନାହିଁ। ଏହାକୁ ଉପଲକ୍ଷ୍ୟ କରି ଯୋଗେନ୍ଦ୍ର ଯାଦବଙ୍କ ଏକ ସଦ୍ୟ ପ୍ରକାଶିତ ଆଲେଖ୍ୟ କହିଥାଏ ଯେ ସମ୍ଭବତଃ ବିହାର ବନ୍ୟାରେ ମୃତ୍ୟୁ ସ˚ଖ୍ୟା ପାଞ୍ଚ ଶହ ବା ଆସାମ ବନ୍ୟାରେ ତାହା ଏକ ଶହ ସ˚ଖ୍ୟା ଅତିକ୍ରମ ନ କଲା ପର୍ଯ୍ୟନ୍ତ ତାହା ଧୢାନ ଆକର୍ଷଣ କଲା ଭଳି ଯୋଗ୍ୟତା ଲାଭ କରନ୍ତି ନାହିଁ। ଏହାର ଆଉ ଗୋଟିଏ କାରଣ ଏହା ମଧୢ ହୋଇପାରେ କି ଯେ ଆସାମ ବନ୍ୟାରେ ମାନବ ବେଦନାର ସମସ୍ତ ଉପାଦାନ ରହିଥିଲେ ସୁଦ୍ଧା ତହିଁରେ ଏଭଳି ଏକ ‘ଗ୍ଲାମର’ ନାହିଁ, ଯାହା ହୁଏ’ତ ଚେନ୍ନାଇ ବା ମୁମ୍ବାଇ ବନ୍ୟାରେ ରହିଥିଲା? ଏହି ପ୍ରସଙ୍ଗରେ ପ୍ରଖ୍ୟାତ କାର୍ଟୁନିଷ୍ଟ ସ୍ବର୍ଗତ ଆର.କେ. ଲକ୍ଷ୍ମଣଙ୍କ ଏକ ପୁରୁଣା ସାକ୍ଷାତକାର ସ୍ମରଣକୁ ଆସିଥାଏ, ଯେଉଁଥିରେ ସେ କହିଥିଲେ: ‘ପେଜ୍ ଥ୍ରି (ପୃଷ୍ଠା ନମ୍ବର ୩)ର ଚରିତ୍ରମାନେ ଯେତେବେଳେ ୧ ନମ୍ବର ପୃଷ୍ଠାରେ ଆବିର୍ଭୂତ ହେବାରେ ଲାଗିଲେଣି, ଜଣେ ଗମ୍ଭୀର କାର୍ଟୁନିଷ୍ଟ ତାର କହିବାର ସ୍ପୃହା ହରାଇ ବସିବା ସ୍ବାଭାବିକ।’ ପାଠକପାଠିକାମାନେ ହୁଏ’ତ ଅବଗତ ଥିବେ ଯେ ପାର˚ପରିକ ପରିଭାଷା ଅନୁସାରେ ସମ୍ବାଦପତ୍ରର ‘ପେଜ୍ ଥ୍ରି’ରେ ପ୍ରାୟତଃ ଚଳଚ୍ଚିତ୍ର ତାରକା ବା ମଡେଲ ବା ଗ୍ଲାମର ସମ୍ବନ୍ଧୀୟ ହାଲୁକା ଖବରମାନ ପ୍ରକାଶିତ ହୋଇଥାଏ; ଏବେ ଯହିଁରେ ଏକ ଭୂଚଳନ ଘଟି ପେଜ୍ ଥ୍ରିର ଚରିତ୍ରମାନେ ସମ୍ବାଦପତ୍ରର ପ୍ରଥମ ପୃଷ୍ଠା ବା ଟେଲିଭିଜନର ‘ପ୍ରାଇମ ଟାଇମ’କୁ ଅକ୍ତିଆର କଲେଣି। କେବଳ ସେତିକି ନୁହେଁ, ‘ଗ୍ଲାମର’ ପ୍ରତିି ଗଣମାଧ୍ୟମର ମାତ୍ରାତିରିକ୍ତ ଅନୁରକ୍ତି କାରଣରୁ ମାନବୀୟ କଷଣ ମଧ୍ୟରେ ବି ତାର ଅନ୍ବେଷଣ କରାଯାଉଥିବା ପରିଦୃଷ୍ଟ ହେଉଛି।
ଏହା ସ୍ବୀକାର୍ଯ୍ୟ ଯେ ବନ୍ୟା ଯଦିଓ ଏକ ଦୈବୀ ଦୁର୍ବିପାକ, କ୍ରମେ ଏଥିରେ ବିଧାତା ବା ଦଇବଙ୍କ ଭୂମିକା ସ˚କୁଚିତ ହେବାରେ ଲାଗିଲାଣି। କାରଣ ପାଣିପାଗର ପୂର୍ବାନୁମାନ ତଥା ବନ୍ୟାର ଭବିଷ୍ୟବାଣୀ ଏହାକୁ ନିୟନ୍ତ୍ରଣସାପେକ୍ଷ କଲାଣି। ପୁନଶ୍ଚ ଜଳର ସୁପରିଚାଳନା ଲାଗି ଉପଲବ୍ଧ ଅନେକ ଆଧୁନିକ ଉପାୟ ଦ୍ବାରା ମଧ୍ୟ ବନ୍ୟା ନିୟନ୍ତ୍ରଣ କରାଯାଇପାରେ। କିନ୍ତୁ ବିଡ଼ମ୍ବିତ ସତ୍ୟଟି ହେଲା ପ୍ରାକ୍ ସ୍ବାଧୀନତା କାଳରୁ ଆଜି ପର୍ଯ୍ୟନ୍ତ ଭାରତର ଅନେକ ଅଞ୍ଚଳ ନିୟମିତ ଭାବେ ବନ୍ୟା ବିଭୀଷିକାର ସମ୍ମୁଖୀନ ହେବାରେ ଲାଗିଛି। ଏଥି ଲାଗି ଆସାମ ଭଳି ଅନେକ ବନ୍ୟା ପ୍ରବଣ ରାଜ୍ୟରେ ଏକ ବିଶାଳ ସ˚ଖ୍ୟକ ଜନ ସମୁଦାୟ ଆର୍ଥିକ ରୂପେ ସବଳ ହେବା ଲାଗି ସୁଯୋଗ ମଧୢ ପାଉ ନାହାନ୍ତି। ଏଭଳି ସ୍ଥଳେ ଯାହା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ତାହା ହେଉଛି ବନ୍ୟା ଦାଉରୁ ଆସାମ ଭଳି ରାଜ୍ୟଗୁଡ଼ିକୁ ସବୁ ଦିନ ଲାଗି ମୁକ୍ତି ଦେବା ନିମନ୍ତେ ଦୃଢ଼ ଓ ଦୀର୍ଘମିଆଦୀ ପ୍ରୟାସ। ବନ୍ୟାର ଅନୁପସ୍ଥିତି ହିଁ ଆମକୁ ବନ୍ୟା ବିସ୍ମୃତ କରୁ। କିନ୍ତୁ ବନ୍ୟାର ବିଭୀଷିକା ଜାରି ରହିଥିବା ବେଳେ ତାହା ଯଦି ଲୋକଲୋଚନର ଅନ୍ତରାଳରେ ରହି ବିସ୍ମୃତ ହୋଇଯାଏ, ତାହା ଠାରୁ ଅଧିକ ଦୁର୍ଭାଗ୍ୟଜନକ ଆଉ କିଛି ହୋଇ ନ ପାରେ।