ପ୍ରସିଦ୍ଧ ହଲିଉଡ୍‌ ଅଭିନେତା ନିକୋଲାସ କେଜ୍‌ ଥରେ କହିଥିଲେ ଯେ ତାଙ୍କ ନାମରେ ଥିବା ‘କୋପୋଲା’ ସାଙ୍ଗିଆକୁ ସେ ପରିତ୍ୟାଗ କରିଥିବାର କାରଣ ଥିଲା ଏୟା ଯେ କାଳେ ସେଥି ଲାଗି ତାଙ୍କୁ ‘ପ୍ରିୟା-ପ୍ରୀତି ତୋଷଣ’ (‘ନେପୋଟିଜମ୍‌’)ର ସନ୍ତାନ ବୋଲି ଧରିନିଆଯାଇପାରେ! ଏହା ଦ୍ବାରା ସେ ଯେଉଁ ପ୍ରସିଦ୍ଧ ‘କୋପୋଲା’ଙ୍କ ଦ୍ବାରା ଅନୁଗୃହୀତ ହୋଇଥିବାର ଭ୍ରାନ୍ତ ଧାରଣାରୁ ମୁକ୍ତ ରହିବାକୁ ଚାହିଥିଲେ, ସେ ହେଉଛନ୍ତି କିଂବଦନ୍ତୀୟ ହଲିଉଡ୍‌ ନିର୍ମାତା ଓ ନିର୍ଦ୍ଦେଶକ ତଥା ଯୁଗାନ୍ତକାରୀ ସିନେମା ‘ଗଡ୍‌ ଫାଦର୍‌’ର ସ୍ରଷ୍ଟା ଫ୍ରାନ୍‌ସିସ୍‌ ଫୋର୍ଡ କୋପୋଲା। ଏହା ମାଧୢମରେ ନିକୋଲାସ କେଜ୍‌ ଜଣାଇ ଦେବାକୁ ଚାହିଁଥିଲେ ଯେ ସେ କେବଳ ତାଙ୍କ ପ୍ରତିଭାର ସନ୍ତାନ, ଯାହା ସେ ସାବ୍ୟସ୍ତ କରିଛନ୍ତି ମଧ୍ୟ। କିନ୍ତୁ ବିଡ଼ମ୍ବନା ହେଲା ଏ ପୃଥିବୀରେ ନିକୋଲାସ କେଜ୍‌ମାନେ ସର୍ବଦା ବିରଳ ହୋଇ ରହି ଆସିଛନ୍ତି; ବର˚ ତାଙ୍କ ଆଭିମୁଖ୍ୟର ବିପରୀତରେ ଯାଇ ଅସ˚ଖ୍ୟ ବ୍ୟକ୍ତି କୌଣସି ନା କୌଣସି ପ୍ରସିଦ୍ଧ ବ୍ୟକ୍ତିତ୍ବଙ୍କ ସହିତ ସେମାନଙ୍କ ସ˚ପର୍କ ଯୋଗେ ଚନ୍ଦ୍ରମା ଭଳି ପ୍ରତିବିମ୍ବିତ ଆଲୋକରେ ଉଦ୍‌ଭାସିତ ହେବାର ପ୍ରୟାସରେ ରହିଥାଆନ୍ତି। ସେହିଭଳି ପ୍ରସିଦ୍ଧ ବ୍ୟକ୍ତିମାନେ ମଧୢ ସେମାନଙ୍କ ପ୍ରଭାର ଔଜ୍ଜ୍ବଲ୍ୟରେ ନିଜର ଦାୟାଦମାନଙ୍କୁ ଆଲୋକିତ କରି ପକାଇ ସେମାନଙ୍କ ଅଗ୍ରଗତିର ପଥ ସୁଗମ କରୁଥିବା ମଧୢ ଦେଖାଯାଇଥାଏ। ଏହି ପରିପ୍ରେକ୍ଷୀରେ ସାଧାରଣତଃ ମତ ପ୍ରକାଶ ପାଇଥାଏ ଯେ ଭାରତରେ ସର୍ବ ବିଦ୍ୟମାନ ଥିବା ପ୍ରିୟା-ପ୍ରୀତି ତୋଷଣର ପ୍ରକରଣଟି ଏକ ବ୍ୟାଧି ରୂପେ ରହି ଅଖ୍ୟାତ ସ୍ରୋତରୁ ଆସୁଥିବା ଅନେକ ପ୍ରତିଭାଙ୍କ ବିଲୟର କାରଣ ହୋଇଛି। ସୁତରା˚, ଏ ପ୍ରସଙ୍ଗରେ ଗଲା ଜୁନ୍ ମାସରେ ଅତ୍ୟନ୍ତ ପ୍ରତିଭାସ˚ପନ୍ନ ଅଭିନେତା ସୁଶାନ୍ତ ସି˚ହ ରାଜପୁତ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା କରିବା ଏବ˚ ସେଥି ଲାଗି ବଲିଉଡ୍‌କୁ କବ୍‌ଜା କରି ରଖିଥିବା ‘ନେପୋଟିଜମ୍‌’ର ଏକ ପରାକ୍ରମଶାଳୀ ପୃଷ୍ଠପୋଷକ ଗୋଷ୍ଠୀ ଦାୟୀ ବୋଲି ଧାରଣା ସୃଷ୍ଟି ହେବା ପରିପ୍ରେକ୍ଷୀରେ ‘ପ୍ରିୟା-ପ୍ରୀତି ତୋଷଣ’ ସ˚ପର୍କରେ ଏକ ସ˚କ୍ଷିପ୍ତ ଆଲୋଚନା ଆବଶ୍ୟକ ବୋଲି ମନେ ହୋଇଥାଏ।

Advertisment

କହିବା ନିଷ୍ପ୍ରୟୋଜନ ଯେ ଭାରତରେ ଯେଉଁ କ୍ଷେତ୍ରଟିକୁ ‘ନେପୋଟିଜମ୍‌’ ସ˚ସ୍କୃତିର ପ୍ରତୀକ, ଧାରକ ଓ ବାହକର ମାନ୍ୟତା ମିଳିଛି, ତାହା ହେଉଛି ରାଜନୀତି। ଏ ସ˚ଦର୍ଭରେ କୌଣସି ଆଲୋଚନା ହେଲେ ତତ୍‌କ୍ଷଣାତ୍‌ ନେହରୁ-ଗାନ୍ଧୀ ରାଜନୈତିକ ଖାନଦାନ ସ˚ଦର୍ଭ ଉଠିଥାଏ ଏବ˚ ତାହା କିଭଳି ‘ନେପୋଟିଜମ୍‌’ର ମେଟାଫର ବା ରୂପକଳ୍ପରେ ପରିଣତ ହୋଇ ଭାରତର ସର୍ବପୁରାତନ ରାଜନୈତିକ ଦଳକୁ ରସାତଳଗାମୀ କଲାଣି ତାହା ପ୍ରତିପାଦନ କରିବାର ଉଦ୍ୟମ କରାଯାଇଥାଏ। କିନ୍ତୁ ଯାହା ପ୍ରକୃତ ସତ୍ୟ, ତାହା ହେଲା ଭାରତୀୟ ରାଜନୀତିରେ ଏଭଳି ‘ଖାନଦାନ’ ସମସ୍ତ ଦଳରେ ଓ ସମସ୍ତ ରାଜ୍ୟରେ ବିଦ୍ୟମାନ। ଏହି ସ˚ଦର୍ଭରେ ବ୍ରିଟିସ ଲେଖକ ପାଟ୍ରିକ ଫ୍ରେଞ୍ଚଙ୍କ ରଚିତ ପୁସ୍ତକ ‘ଇଣ୍ତିଆ: ଏ ପୋଟ୍ରେଟ୍‌’ରେ ପ୍ରକାଶିତ କିଛି ସୂଚନା ପ୍ରଣିଧାନଯୋଗ୍ୟ, ଯାହା କହିଥାଏ ଯେ ଲୋକସଭାରେ ତିରିଶ ବର୍ଷ ବୟସରୁ କମ୍‌ ବୟସ୍କ ତରୁଣ ସା˚ସଦଙ୍କ ମଧୢରୁ ଶତ ପ୍ରତିଶତ କୌଣସି ନା କୌଣସି ରାଜନୈତିକ ଖାନଦାନର ଦାୟାଦ। ସେହିଭଳି ତିରିଶରୁ ଚାଳିଶ ବର୍ଷ ବୟସ ବର୍ଗରେ ୬୫% ହେଉଛନ୍ତି ରାଜନୈତିକ ପରିବାରର ଉତ୍ତରାଧିକାରୀ। ତେବେ, ଉଲ୍ଲେଖଯୋଗ୍ୟ ଯେ ସୁଶାନ୍ତ ସି˚ହ ରାଜପୁତଙ୍କ ଆତ୍ମହତ୍ୟା ପରବର୍ତ୍ତୀ କାଳରେ ବଲିଉଡ୍‌ର ‘ନେପୋଟିଜମ୍‌’ର ପ୍ରଭାବ ଓ ପ୍ରାଦୁର୍ଭାବ ବିଷୟ ହଠାତ୍‌ ଉଜ୍ଜୀବିତ ହୋଇପଡ଼ି ରାଜନୀତି ସହିତ କାନ୍ଧ ମିଳାଇ ଦଣ୍ତାୟମାନ ହୋଇଛି। ଅଭିନେତ୍ରୀ କଙ୍ଗନା ରଣାଵତଙ୍କ ଆକ୍ଷେପ ଅନୁସାରେ ‘ନେପୋଟିଜମ୍‌’ର ଏହି ପ୍ରଭାବଶାଳୀ ପୃଷ୍ଠପୋଷକମାନେ ସୁଶାନ୍ତଙ୍କ ଭଳି ବହିରାଗତମାନଙ୍କୁ ବଲିଉଡ୍‌ରୁ ବହିଷ୍କାର କରିବା ଲାଗି ଉଦ୍ୟମରତ, ଯାହା ପରିଶେଷରେ ହତାଶ ସୁଶାନ୍ତଙ୍କ ଆତ୍ମହତ୍ୟାର କାରଣ ହୋଇପାରେ।

ତେବେ, ଉଦ୍ୟୋଗ ଓ ବ୍ୟବସାୟ କ୍ଷେତ୍ରରେ ‘ନେପୋଟିଜମ୍‌’ର ଉପସ୍ଥିତିକୁ ଅତ୍ୟନ୍ତ ସ୍ବାଭାବିକ ବୋଲି ବିଚାର କରାଯାଇଥାଏ। ବ୍ୟବସାୟ ଉପରେ ଉଦ୍ୟୋଗପତି ବା ବ୍ୟବସାୟୀ ପିତାଙ୍କ ପ୍ରଭୁତ୍ବ ଅବଲୀଳା କ୍ରମେ ଉତ୍ତରାଧିକାରୀ ସନ୍ତାନମାନଙ୍କ ନିକଟକୁ ହିଁ ଆସିଥାଏ। କିନ୍ତୁ ଏହା ମଧୢ ସତ୍ୟ ଯେ ତା’ ସତ୍ତ୍ବେ ଏହି କ୍ଷେତ୍ରରେ ଅସ˚ଖ୍ୟ ସଫଳତାର କୈ˚ବଦନ୍ତିକ ଉପାଖ୍ୟାନ ରହି ଆସିଛି, ଯହିଁରେ ଦେଖିବାକୁ ମିଳିଥାଏ କିଭଳି ‘କଅଁଳ ଶିଙ୍ଗଧାରୀ’ମାନେ ନିଜ ପରାକ୍ରମରେ ମାଟି ତାଡ଼ି ନିଜ ଲାଗି ଅଲିଭା ଚିହ୍ନ ରଖିଯିବାରେ ସମର୍ଥ ହୋଇଛନ୍ତି। ରିଲାଏନ୍‌ସ ଉଦ୍ୟୋଗର ଧୀରୁଭାଇ ଅମ୍ବାନି ହୁଅନ୍ତୁ ବା ଇନ୍‌ଫୋସିସ୍‌ର ଏନ୍‌. ନାରାୟଣ ମୂର୍ତ୍ତି; ଏମାନେ ସମସ୍ତେ ପ୍ରମାଣ କରି ଦେଖାଇଛନ୍ତି ଯେ ଏହି କ୍ରୀଡ଼ାଙ୍ଗନରେ ପ୍ରତିଭାର ପରାକାଷ୍ଠା ଲାଗି ମଧୢ ସୁଯୋଗ ରହିଛି। ତେବେ, କେବଳ ମୁକ୍ତ ବୃତ୍ତି ଭିତ୍ତିକ କ୍ଷେତ୍ର ନୁହେଁ, ସରକାରୀ ଚାକିରି କ୍ଷେତ୍ରରେ ମଧୢ ଭାଷା, ଅଞ୍ଚଳ ଏ ପରିକି ଜାତି ଆଧାରିତ ‘ନେପୋଟିଜମ୍‌’ର ପର˚ପରା ଦେଖିବାକୁ ମିଳିଥାଏ। ଅନେକଙ୍କ ମତରେ ସ˚ପ୍ରତି ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ଦୁରବସ୍ଥା ଲାଗି ଅନେକା˚ଶରେ ‘ପ୍ରିୟା-ପ୍ରୀତି ତୋଷଣ’ ହିଁ ଦାୟୀ, ଯାହା ପ୍ରତିଭା ହନନର କାରଣ ହେବା ସହିତ ଏକ ନିକୃଷ୍ଟ କର୍ମ ପର˚ପରା ସୃଷ୍ଟି କରିଛି।

କିନ୍ତୁ ଏ ପରିପ୍ରେକ୍ଷୀରେ ଏକ ମତ ଏଭଳି ମଧୢ ଶୁଣିବାକୁ ମିଳେ ଯେ ରାଜନୀତି ହେଉ ବା ଚଳଚ୍ଚିତ୍ର ହେଉ ବା କ୍ରୀଡ଼ା; ଏଭଳି ଅତ୍ୟନ୍ତ ପ୍ରତିଦ୍ବନ୍ଦ୍ବିତାପ୍ରବଣ କ୍ଷେତ୍ରଗୁଡ଼ିକରେ ‘ନେପୋଟିଜମ୍‌’ର ସାହାଯ୍ୟ ହୁଏ’ତ ଜଣଙ୍କ ଲାଗି ସୁଯୋଗର ଦ୍ବାରଟିଏ ଖୋଲି ଦେଇପାରେ, କିନ୍ତୁ ପରିଶେଷରେ ଯାହା ତାଙ୍କୁ ସେଠାରେ ଦୀର୍ଘସ୍ଥାୟୀ କରିବ, ତାହା ହେବ ତାଙ୍କର ପ୍ରତିଭା। ରୋହନ ଗାଭାସ୍କର (ସୁନୀଲ ଗାଭାସ୍କରଙ୍କ ପୁତ୍ର) ହୁଅନ୍ତୁ ବା କୁନାଳ କପରୁ (ଶଶୀ କପୁରଙ୍କ ପୁତ୍ର) ଅଥବା ସନ୍ଦୀପ ରାୟ (ସତ୍ୟଜିତ ରାୟଙ୍କ ପୁତ୍ର); ସେମାନେ ସମସ୍ତେ କ୍ଷେତ୍ର ପ୍ରବେଶର ସହଜ ସୁଯୋଗ ଲାଭ କରିଥିଲେ ସୁଦ୍ଧା ବିଶେଷ ପାରଦର୍ଶିତା ପ୍ରଦର୍ଶନ କରି ନ ପାରି ଅଚିରେ ବିସ୍ମୃତିର ଗର୍ଭକୁ ଚାଲିଯିବାକୁ ବାଧୢ ହେଲେ। ଏଭଳି ଅସ˚ଖ୍ୟ ଦୃଷ୍ଟାନ୍ତଙ୍କ ଅଭାବ ନାହିଁ। କିନ୍ତୁ ସେହି ଦୃଷ୍ଟିକୋଣରୁ ଇନ୍ଦିରା ଗାନ୍ଧୀ ଏ ଧାରାର ସ˚ପୂର୍ଣ୍ଣ ବିପରୀତ। ପଣ୍ତିତ ଜଵହରଲାଲ ନେହରୁଙ୍କ କନ୍ୟା ଭାବେ ରାଜନୀତିରେ ତାଙ୍କର ପ୍ରବେଶ ତଥା ଶୀର୍ଷ ସୋପାନ ଆରୋହଣ ସହଜରେ ସମ୍ଭବ ହୋଇଥାଇପାରେ, କିନ୍ତୁ ଯାହା ତାଙ୍କୁ ଅଦ୍ବିତୀୟ ବୋଲି ପ୍ରମାଣିତ କରିଛି ତାହା ହେଉଛି ତାଙ୍କର ଚମକପ୍ରଦ ରାଜନୈତିକ ବିଚକ୍ଷଣତା। ଏହି ପରିପ୍ରେକ୍ଷୀରେ ପ୍ରସିଦ୍ଧ ଲେଖକ ଓ ସ˚ପାଦକ ଖୁସଵନ୍ତ ସି˚ହଙ୍କ ପୁତ୍ର ରାହୁଳ ସି˚ହଙ୍କ ଖେଦୋକ୍ତି ବିଶେଷ ଗୁରୁତ୍ବ ବହନ କରିଥାଏ, ଯାହା କହିଥାଏ ଯେ ଅନେକ ସମୟରେ ପିତାଙ୍କ ପ୍ରସିଦ୍ଧି ଦାୟାଦମାନଙ୍କ ଲାଗି ଏକ ବୋଝରେ ପରିଣତ ହୋଇଯାଇପାରେ। ପ୍ରସିଦ୍ଧ ପିତାଙ୍କ ପଦାଙ୍କ ଅନୁସରଣ କରୁଥିବା ସନ୍ତାନ ଲାଗି ପ୍ରତି ପଦକ୍ଷେପରେ ପିତାଙ୍କ ସହିତ ତୁଳନା ଅନେକ ସମୟରେ ନ୍ୟାୟସଂଗତ ମଧ୍ୟ ହୋଇ ନ ଥାଏ। ଉଲ୍ଲେଖଯୋଗ୍ୟ ଯେ ଗଣମାଧୢମ କ୍ଷେତ୍ରରେ ନିଜ ଲାଗି ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିବା ସତ୍ତ୍ବେ ରାହୁଳ ସି˚ହ ତାଙ୍କ ପ୍ରସିଦ୍ଧ ପିତାଙ୍କ ପରିଚୟର ଛାୟାରୁ ମୁକ୍ତ ହେବା ଲାଗି ଉଦ୍ୟମ କରି କେତେକା˚ଶରେ ବିଫଳ ହୋଇଥିଲେ।

ବଲିଉଡ୍‌ରେ ଚାଲିଥିବା ‘ନେପୋଟିଜମ୍‌’ ବିବାଦର ସଦ୍ୟତମ ଅଧୢାୟରେ କଙ୍ଗନା ରଣାଵତଙ୍କ ଆକ୍ଷେପର ଉତ୍ତରରେ ଅଖତାର (ଜାଭେଦ ଅଖତାର) ପରିବାରର ସନ୍ତାନ ଫରହନ ଅଖତର ଗୋଟିଏ ସାକ୍ଷାତକାରରେ ପଚାରିଥିବା ପ୍ରଶ୍ନଟି ହେଲା- ଯଦି ଜଣେ ନାପିତର ପୁଅ ବାପର ସେଲୁନ୍‌ ଚଳାଏ, ତେବେ କ୍ଷତି କ’ଣ? ଏବ˚ ଏହାର ଉତ୍ତର ଦେଇ କଙ୍ଗନା ରଣାଵତ ଯାହା ଟ୍ବିଟ୍‌ କରିଛନ୍ତି ତାହା ମଧୢ ଏକ ପାଲଟା ପ୍ରଶ୍ନ, ଯାହା ‌େହଲା ‘କିନ୍ତୁ ବଲିଉଡ୍‌ ବାହାରୁ ଆସିଥିବା ଅନ୍ୟ କାହାର ପୁତ୍ର ବା କନ୍ୟାମାନଙ୍କୁ ଧମକା ଯିବ କାହିଁକି?’ ଏହି ବକ୍ତବ୍ୟରେ ହିଁ କଙ୍ଗନା ରଣାଵତ ଅସଲ ସମସ୍ୟାକୁ ଆଲୋକିତ କରିଛନ୍ତି ଯାହା ନିରୀହ ‘ନେପୋଟିଜମ୍‌’କୁ ଅତିକ୍ରମ କରି ‘ବଲିଉଡ୍‌’କୁ କବ୍‌ଜା କରିଥିବା ‘ମାଫିଆ’ ସଂସ୍କୃତି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଥାଏ। କିନ୍ତୁ ଏହା ମଧୢ ସ୍ବୀକାର୍ଯ୍ୟ ଯେ ବଲିଉଡରେ ତାରକା ସନ୍ତାନମାନଙ୍କ ଉଜ୍ଜ୍ବଳତା ସତ୍ତ୍ବେ କଙ୍ଗନା ରଣାଵତ, ଆୟୁଷ୍ମାନ ଖୁରାନା, ନଵାଜୁଦ୍ଦିନ ସିଦ୍ଦିକି, ବିଶାଳ ଭରଦ୍ବାଜ ଏବ˚ ଅନୁରାଗ କାଶ୍ୟପଙ୍କ ଭଳି ଅନେକଙ୍କ ପ୍ରତିଭାର ରୋଶଣି ବଲିଉଡ୍‌କୁ ଜାଜ୍ବଲ୍ୟମାନ କରି ପାରିଛି। ତେଣୁ ପରିଶେଷରେ ଯାହା ଗଭୀର ଭାବେ ସାନ୍ତ୍ବନା ପ୍ରଦାନକାରୀ, ତାହା ହେଲା, ପ୍ରତିଭା ହିଁ ପୁଷ୍ପବନ୍ତ ହୋଇଥାଏ।