ମାନଚିତ୍ର ପ୍ରଳାପ

ମୁଲ୍ଲା ନସିରୁଦ୍ଦିନଙ୍କୁ ନେଇ ଏକ ଚଟୁଳ ଗଳ୍ପରେ ଦେଖିବାକୁ ମିଳିଥାଏ କିଭଳି ବୃଦ୍ଧ ନସିରୁଦ୍ଦିନ ଦ୍ବିତୀୟ ବାର ବିବାହ କରୁଥିବା ଜାଣି ଗାଁ ଲୋକେ ବିଦ୍ରୂପ କରି ତାଙ୍କ ବୟସ କେତେ ହେଲାଣି ବୋଲି ପଚାରି ବ୍ୟତିବ୍ୟସ୍ତ କରି ପକାନ୍ତେ ସେ କୁଆଡ଼େ ମନକୁ ମନ ବିଡ଼ିବିଡ଼ି ହୋଇ କହୁଥିବାର ଶୁଣାଯାଉଥିଲା- ‘ତୁମେମାନେ ମାନ କି ନ ମାନ, ମୁଁ ନିଜେ ଜାଣିଲେ ଗଲା ଯେ ମୋ ବୟସ ବାଇଶ ବର୍ଷ!’ ମୁଲ୍ଲାଙ୍କ ଏହି ନି‌େର୍ବାଧତାପୂର୍ଣ୍ଣ ପ୍ରଳାପ ବର୍ତ୍ତମାନ ସ୍ମରଣକୁ ଆସିଥାଏ, ଯେତେବେଳେ ଗଲା ଅଗଷ୍ଟ ୫ ତାରିଖରେ ଏକ ନୂତନ ମାନଚିତ୍ର ପ୍ରକାଶ କରି ଭାରତର ଜୁନାଗଡ଼ ପ୍ରକୃତରେ ତାର ଏକ ଅ˚ଶ ବୋଲି ପାକିସ୍ତାନର ଦାବି କାନରେ ବାଜେ। କହିବା ବାହୁଲ୍ୟ ଯେ ବର୍ଷକ ତଳେ ଅର୍ଥାତ୍‌ ୨୦୧୯, ଅଗଷ୍ଟ ୫ ତାରିଖରେ ଭାରତ ସରକାରଙ୍କ ପକ୍ଷରୁ ଧାରା ୩୭୦ର ଉଚ୍ଛେଦ କରାଯିବା ପରେ ଜାମ୍ମୁ ଓ କାଶ୍ମୀର ଭାରତର ଏକ କେନ୍ଦ୍ରଶାସିତ ରାଜ୍ୟରେ ପରିଣତ ହେବା ସହିତ ସ୍ବାଭାବିକ ଭାବେ ଭାରତ ମଧୢରେ ଏକ ସ୍ବତନ୍ତ୍ର ଦ୍ବୀପ ରୂପେ ରହିବାର ମାନ୍ୟତା(ଉପରୋକ୍ତ ଧାରା ଦ୍ବାରା ପ୍ରଦତ୍ତ) ହରାଇଥିଲା। ଏହାଦ୍ବାରା ଅତ୍ୟନ୍ତ ମୁହ୍ୟମାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାଁ ବସ୍ତୁତଃ ଏକ ଲଙ୍ଗରହୀନ ନୌକା ଭଳି ପୃଥିବୀର ଏଣେତେଣେ ଘୂରି ବୁଲି ଭାରତ ବିରୋଧରେ ଏକ ଆନ୍ତର୍ଜାତିକ ମତ ସୃଷ୍ଟି କରିବାର ଅକ୍ଳାନ୍ତ ଉଦ୍ୟମ କରିଥିଲେ, ଯାହା ପରିଶେଷରେ ସ˚ପୂର୍ଣ୍ଣ ବିଫଳତାରେ ସମାପ୍ତ ହୋଇଥିଲା। କିନ୍ତୁ ଏ ପରିପ୍ରେକ୍ଷୀରେ ଯାହା ଦେଖିବାକୁ ମିଳିଛି, ତାହା ହେଲା ୧୯୪୭ ପର ଠାରୁ ପାକିସ୍ତାନର ମନ-ଭୂମିରେ ରହି ଆସିଥିବା ଯେଉଁ ମାନଚିତ୍ରଟି ଉପରେ ଧୂଳି ଜମି ଯାଇଥିଲା, ତାହା ସତେ ଯେମିତି ପୁନରାୟ ଝଲସି ଉଠିଛି ଓ ପାକିସ୍ତାନର ପ୍ରଳାପରେ ଏବେ ଜୁନାଗଡ଼ ବୋଲି ଶୁଭିବାରେ ଲାଗିଛି। ତେବେ ପ୍ରଶ୍ନ ଉଠିଥାଏ ଯେ ଜୁନାଗଡ଼ କୌଣସି ରୂପେ ପାକିସ୍ତାନର ସୀମା ସହିତ ସ˚ଲଗ୍ନ ହୋଇ ନ ଥିବା ସତ୍ତ୍ବେ ପାକିସ୍ତାନର ଏଭଳି ଦାବିର କାରଣ କ’ଣ ହୋଇପାରେ? ଏହି ପରିପ୍ରେକ୍ଷୀରେ ଅତ୍ୟନ୍ତ କୌତୂହଳପ୍ରଦ ପାକିସ୍ତାନର ଜୁନାଗଡ଼ୀ ସ˚ପର୍କ ଉପରେ କିଞ୍ଚିତ ଆଲୋକପାତ କରାଯିବା ଉଚିତ।

ଭାରତର ସ୍ବାଧୀନତା ପ୍ରାପ୍ତି କାଳରେ ବିଳାସୀ ନଵାବ ମହମ୍ମଦ ମହବତ ଖାଁ ତୃତୀୟ ଥିଲେ ହିନ୍ଦୁବହୁଳ ଜୁନାଗଡ଼ ରାଜ୍ୟର ଶାସକ। ଶୁଣିବାକୁ ମିଳିଥାଏ ଯେ ନଵାବ ମହାଶୟ ତାଙ୍କ ପ୍ରିୟ ପୋଷା କୁକୁରମାନଙ୍କ ବିବାହୋତ୍ସବରେ ଅଜସ୍ର ବିତ୍ତ ବ୍ୟୟ କରୁଥିଲେ ଯେଉଁଠାକୁ ଭାରତର ଅନ୍ୟାନ୍ୟ ରାଜା ମହାରାଜାମାନେ ସପରିବାର ଆମନ୍ତ୍ରିତ ହେଉଥିଲେ। ତେବେ ସେ ଯାହା ହେଉ, ଭାରତ ସ୍ବାଧୀନତା ଲାଭ କରିବାର ଦ୍ବାରଦେଶରେ ଉପନୀତ ହୋଇଥିବା ସମୟ (୧୯୪୭, ମେ ୧୫ରେ) ନଵାବଙ୍କ ଦେଵାନ ଅସୁସ୍ଥ ହୋଇ ଚିକିତ୍ସା ଲାଗି ବିଦେଶ ଗମନ କଲେ। ଏହାର ଠିକ ପୂର୍ବରୁ ସିନ୍ଧ ପ୍ରଦେଶରୁ ଆସିଥିବା ଶାହ ନଵାଜ ଭୁଟ୍ଟୋ (ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲ୍ଲୀ ଭୁଟ୍ଟୋଙ୍କ ପିତା) ନାମକ ଜନୈକ ମୁସଲିମ ଲିଗ୍‌ ସମର୍ଥକ ଜୁନାଗଡ଼ରେ ପହଞ୍ଚି ନଵାବଙ୍କ ଜଣେ ମନ୍ତ୍ରୀ ହେବା ସହିତ ଅବଲୀଳା କ୍ରମେ ଦେଵାନ ପଦରେ ଆସୀନ ହେଲେ। ଭାରତ ସ୍ବାଧୀନ ହେବା ପରେ ଜୁନାଗଡ଼ ନଵାବ ସମସ୍ତଙ୍କୁ ଚକିତ କରି ଇଚ୍ଛା ପ୍ରକଟ କରିଥିଲେ ଯେ ସେ ପାକିସ୍ତାନ ସହିତ ସମ୍ମିଶ୍ରଣ ଚାହାନ୍ତି। ଏକ ଧାରଣା ରହିଛି ଯେ ତାଙ୍କ ସ˚କ୍ଷିପ୍ତ ଦେଵାନୀ କାଳରେ ଶାହ ନଵାଜ ଭୁଟ୍ଟୋ ନଵାବଙ୍କୁ ନିଜ ଇଚ୍ଛା ଦ୍ବାରା ପ୍ରଭାବିତ କରିବାରେ ସଫଳ ହୋଇଥିଲେ। ଏଭଳି ଏକ ସ୍ଥିତିରେ ଆଚମ୍ବିତ ତତ୍କାଳୀନ ଭାରତୀୟ ପ୍ରଧାନମନ୍ତ୍ରୀ ଜଵହରଲାଲ ନେହରୁ ଜୁନାଗଡ଼ର ସୀମା ପାକିସ୍ତାନ ସହିତ ସ˚ଲଗ୍ନ ନ ଥିବା ଦର୍ଶାଇ ଯେତେବେଳେ ଏହା କିଭଳି ସମ୍ଭବ ବୋଲି ପ୍ରଶ୍ନ କରିଥିଲେ, ସେତିକି ବେଳେ ନଵାବ କୁଆଡ଼େ ଆପଣା ବୁଦ୍ଧିମାନୀର ନିଦର୍ଶନ ସ୍ବରୂପ କହିଥିଲେ ଯେ ପାକିସ୍ତାନ ଓ ଜୁନାଗଡ଼ ଜଳ ଦ୍ବାରା ସ˚ଯୁକ୍ତ ଅର୍ଥାତ୍‌ ପାକିସ୍ତାନ ଉପକୂଳ ସହିତ ଜୁନାଗଡ଼ ସମୁଦ୍ର ତଟକୁ ଆରବ ସାଗର ଯୋଡ଼ି ରଖିଛି। ସୂଚନାଯୋଗ୍ୟ ଯେ ଜୁନାଗଡ଼ ନଵାବଙ୍କ ଇଚ୍ଛାକୁ ମହମ୍ମଦ ଅଲ୍ଲୀ ଜିନ୍ନା ତତ୍‌କ୍ଷଣାତ୍‌ ସ୍ବୀକୃତି ପ୍ରଦାନ କରିଥିଲେ। ସୁତରା˚, ଏକ ଅବାନ୍ତର ପରିସ୍ଥିତି ସୃଷ୍ଟି ହୋଇଥିଲା, ଯାହାକୁ ଅଧିକ କାଳ ପ୍ରଶ୍ରୟ ଦେବାକୁ ଉଚିତ ନ ମଣି ଭାରତୀୟ ସେନାବାହିନୀ ଜୁନାଗଡ଼ ରାଜ୍ୟକୁ ଘେରାଉ କରିବାର ପ୍ରକରଣ ଆରମ୍ଭ କଲେ। ଏଥିରେ ଭୟଭୀତ ନଵାବ ନିଜ ପରିବାର, ପୋଷା କୁକୁର ଏବ˚ ସମସ୍ତ ଧନସ˚ପତ୍ତି ସହିତ ଏକ ବିମାନରେ ପାକିସ୍ତାନକୁ ପଳାୟନ କଲେ ଏବ˚ ସ୍ଥିତି ସମ୍ଭାଳିବାକୁ ରିକ୍ତ ହସ୍ତ ସହିତ ପଛରେ ପଡ଼ି ରହିଲେ ଶାହ ନଵାଜ ଭୁଟ୍ଟୋ। ସୁତରା˚, ଏଭଳି ଏକ ଅଣାୟତ୍ତ ପରିସ୍ଥିତିରେ ଶାହ ନଵାଜ ମଧୢ ଶୀଘ୍ର ଦୃଶ୍ୟପଟରୁ ଅପସରି ଗଲେ ଏବ˚ ଜୁନାଗଡ଼ ରାଜ୍ୟ ଭାରତ ରାଷ୍ଟ୍ରରେ ବିଲୀନ ହୋଇଗଲା। କିନ୍ତୁ ଏହା ମଧୢ ସ୍ବୀକାର କରିବାକୁ ହେବ ଯେ ସମସ୍ତ ଉଦ୍ଭଟତା ସତ୍ତ୍ବେ ପାକିସ୍ତାନର ମନଭୂମିରେ ଅଙ୍କିତ ମାନଚିତ୍ରରେ ଜୁନାଗଡ଼ ଏକ ଅ˚ଶ ହୋଇ ରହିଗଲା। ପରବର୍ତ୍ତୀ କାଳରେ ପାକିସ୍ତାନ ଜୁନାଗଡ଼ ପ୍ରସଙ୍ଗକୁ ନେଇ ଜାତିିସ˚ଘର ଦ୍ବାରସ୍ଥ ମଧୢ ହୋଇଛି, କିନ୍ତୁ ତାହା ଆଦୌ ଲାଭପ୍ରଦ ହୋଇନାହିଁ।

କହିବା ନିଷ୍ପ୍ରୟୋଜନ ଯେ ପାକିସ୍ତାନର ଏ ନୂଆ ମାନଚିତ୍ର ପଛରେ ରହିଛି ଚୀନର ଦୁଷ୍ଟ ଅଭିସନ୍ଧିମୂଳକ ଭୂମିକା ଏବ˚ ନିର୍ଦ୍ବନ୍ଦ୍ବରେ ଏହା ମଧ୍ୟ କୁହାଯାଇପାରେ କି ଏହା ଚୀନ-ପାକିସ୍ତାନର ଏକ ମିଳିତ ଷଡ୍‌ଯନ୍ତ୍ର। ଏହି ପରିପ୍ରେକ୍ଷୀରେ ନେପାଳ ଦ୍ବାରା ଜାରି କରାଯାଇଥିବା ନୂଆ ମାନଚିତ୍ର କଥା ମଧୢ ବିଚାର କରାଯାଇପାରେ। ‘ଲିପୁଲେଖ ପାସ’ ଅଞ୍ଚଳ ଉପରେ ନିଜର କର୍ତ୍ତୃତ୍ବ ଦାବି କରି ନେପାଳ ଯେଉଁ ନୂତନ ମାନଚିତ୍ରଟି ପ୍ରକାଶ କରିଛି ତହିଁରେ ମଧୢ ଭାରତ ସହିତ ତାର ସୀମା ବିବାଦ ପ୍ରଦର୍ଶିତ ହୋଇଛି। ଏକଦା ଭାରତର ଏକ ଅତ୍ୟନ୍ତ ଘନିଷ୍ଠ ମିତ୍ର ରାଷ୍ଟ୍ର ଭାବେ ପରିଚିତ ଥିବା ନେପାଳ ମଧୢ ସ˚ପ୍ରତି ଚୀନ ଦ୍ବାରା ପ୍ରଭାବିତ ହୋଇ ଭାରତ ବିରୋଧୀ ଆଭିମୁଖ୍ୟ ପୋଷଣ କରୁଥିବା ଦେଖିବାକୁ ମିଳୁଛି। ସୁତରା˚, ଏ ସମଗ୍ର ଘଟଣାକ୍ରମରୁ ଏକ ଧାରଣା ବଦ୍ଧମୂଳ ହୋଇଥାଏ ଯେ ଚୀନ ଏହା ପ୍ରମାଣ କରିବାକୁ ଚାହେଁ ଯେ ସ୍ଥଳଭାଗରେ ସ˚ଯୁକ୍ତ ସମସ୍ତ ରାଷ୍ଟ୍ର ସହିତ ଭାରତର ସୀମା ବିବାଦ ରହିଛି। ଏହି ନୂଆ ନାଟକ ରଚନା କରି ଚୀନ କେବଳ ଯେ ଭାରତକୁ ବିବ୍ରତ କରିବାକୁ ଚାହେଁ ତାହା ନୁହେଁ; ଅନ୍ତର୍ଜାତୀୟ ସମୁଦାୟ ସମକ୍ଷରେ ଭାରତର ପରିଚୟକୁ ଏକ କଳିହୁଡ଼ା ରାଷ୍ଟ୍ର ରୂପେ ପ୍ରଦାନ କରିବାକୁ ଚାହେଁ। କିନ୍ତୁ ସତ କଥାଟି ହେଲା କରୋନା ଏକ ‘ପାନଡେମିକ୍‌’ରେ ପରିଣତ ହେବା ପଛରେ ଚୀନର ସନ୍ଦିଗ୍‌ଧ ଭୂମିକା ଏବ˚ ସମଗ୍ର ପୃଥିବୀ ଏହି ମହାସ˚କ୍ରମଣ ହେତୁ ଶ୍ବାସରୁଦ୍ଧ ଅବସ୍ଥାରେ ଥିବା ବେଳେ କୌଣସି ପଶ୍ଚାତ୍ତାପର ସୂଚନା ନ ଦେଇ ବର˚ ଓଲଟି ଭାରତ ସମେତ ବିଭିନ୍ନ ରାଷ୍ଟ୍ର ଉପରେ ଅଯଥା ବଳପ୍ରୟୋଗର ଉଦ୍ୟମ ଚୀନକୁ ଦାରୁଣ ବିଶ୍ବାସହାନିର ଶିକାର କରିଛି, ଯାହା ସେ ଫେରି ପାଇବାର ଆଶା କ୍ଷୀଣ। ସେହିଭଳି ଏକ ଆତଙ୍କବାଦ ପ୍ରୋତ୍ସାହନକାରୀ ରାଷ୍ଟ୍ର ରୂପେ ପାକିସ୍ତାନର ପରିଚିତି ତାକୁ ବା ତାର ଦାବିକୁ କୌଣସି ରୂପେ ବିଶ୍ବାସଯୋଗ୍ୟ କରି ପାରିବ ନାହିଁ। କିନ୍ତୁ ଅନ୍ୟ ପକ୍ଷରେ ସ୍ବାଧୀନତା ଲାଭ କରିବା ପର ଠାରୁ ଭାରତ ଏକ ଦୃଢ଼ ଓ ମୁକ୍ତ ଗଣତନ୍ତ୍ର ରୂପେ ବିଶ୍ବ ସମକ୍ଷରେ ବିଦ୍ୟମାନ। ଏହି ପରିପ୍ରେକ୍ଷୀରେ ପାକିସ୍ତାନର ନୂତନ ମାନଚିତ୍ର ପ୍ରକାଶନ ଏବ˚ ଜୁନାଗଡ଼ର ଦାବି ମୁଲ୍ଲା ନସିରୁଦ୍ଦିନସୁଲଭ ନିଜକୁ ସାନ୍ତ୍ବନା ଦେବା ଭଳି ପ୍ରଳାପ ଛଡ଼ା ଆଉ କିଛି ନୁହେଁ।

ଉଲ୍ଲେଖଯୋଗ୍ୟ ଯେ ଜୁନାଗଡ଼ ନଵାବ ପାକିସ୍ତାନ ପଳାୟନ କରି କରାଚୀରେ ବସବାସ କରିଥିଲେ। ଏବେ ନଵାବଙ୍କ ଦାୟାଦମାନେ କରାଚୀର ‘ଜୁନାଗଡ଼ ହାଉସ’ରେ ଅବସ୍ଥାନ କରୁଛନ୍ତିି। ମନେହୁଏ, ସେତିକି ମାତ୍ର ‘ଜୁନାଗଡ଼’କୁ ଧାରଣ କରି ପାକିସ୍ତାନ ସନ୍ତୁଷ୍ଟ ରହିବ।

ସମ୍ବନ୍ଧିତ ଖବର