ସଜନା ଛୁଇଁ!

ସମ୍ଭବତଃ ଏହି ସ୍ତମ୍ଭର ଏମିତି କୌଣସି ପାଠକ-ପାଠିକା ନ ଥିବେ, ଯେଉଁମାନେ ସଜନା ଛୁଇଁ ଖାଇ ନ ଥିବେ ବା ଶେଷ ପର୍ଯ୍ୟନ୍ତ ସ୍ବାଦ ପ୍ରଦାନକାରୀ ରସ-ବିନ୍ଦୁଟିକକ ଆସ୍ବାଦନ କରିବା ଲାଗି ତାକୁ ଚୋବାଇ ଏବ˚ ଚୋଷି ଏଭଳି ଖଦାରେ ପରିଣତ କରି ନ ଥିବେ ଯେଉଁଠି ବିଚରା ଛୁଇଁଟି ଲାଗି ଆଉ ଦେବା ସକାଶେ କିଛି ବାକି ନ ଥିବ! ତେବେ ସ˚ପ୍ରତି ଯେଉଁ ସ˚ଦର୍ଭରେ ସଜନା ଛୁଇଁ କଥା ମନକୁ ଆସିଥାଏ, ତାହା ହେଲା ଅଧିକା˚ଶ ଜାତୀୟ ଟେଲିଭିଜନ ନ୍ୟୁଜ୍‌ ଚ୍ୟାନେଲରେ ପରିଦୃଶ୍ୟ ହେଉଥିବା ଏମିତି କିଛି ପ୍ରସଙ୍ଗ, ଯାହାକୁ ସଜନା ଛୁଇଁ ତୁଲ୍ୟ ଏଭଳି ଚିପୁଡ଼ି ଦିଆଯାଉଛି ଯେ ମୂଳ ସମ୍ବାଦଟି ତାର ପ୍ରାସଙ୍ଗିକତା ହରାଇ ଏକ ରସହୀନ ଖଦାରେ ପରିଣତ ହେଉଛି। କେବଳ ସେତିକି ନୁହେଁ, ସଜନା ଛୁଇଁର ରସ ଗ୍ରହଣ କଲା ବେଳେ ଅନ୍ୟାନ୍ୟ ବ୍ୟ˚ଜନ ଅଣଦେଖା ହୋଇ ରହିଯିବା ଭଳି ସ୍ଥିତି ମଧୢ ଜାତୀୟ ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକରେ ଦେଖିବାକୁ ମିଳୁଛି। ଏହି ସ˚ଦର୍ଭରେ ପ୍ରତିଭାବାନ ତରୁଣ ଅଭିନେତା ସୁଶାନ୍ତ ସି˚ହ ରାଜପୁତଙ୍କ ଆତ୍ମହତ୍ୟାକୁ କେନ୍ଦ୍ର କରି ଅହରହ ଘୂରି ବୁଲୁଥିବା ଜାତୀୟ ଟିଭି ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକର ଆଭିମୁଖ୍ୟ ବିଶେଷ ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।

ପ୍ରକାଶ ଥାଉ କି ସୁଶାନ୍ତ ସି˚ହ ରାଜପୁତଙ୍କ ବିମର୍ଷକର ଆତ୍ମହତ୍ୟାକୁ ଇତିମଧୢରେ ପଚାଶରୁ ଅଧିକ ଦିନ ବିତି ଯାଇଥିବା ସତ୍ତ୍ବେ ଗଲା ଦୁଇ ସପ୍ତାହ ଧରି ଏହା ଜାତୀୟ ଟେଲିଭିଜନ ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକୁ ସ˚ପୂର୍ଣ୍ଣ ଆଚ୍ଛନ୍ନ କରି ରଖିଛି। ଏହି ପରିପ୍ରେକ୍ଷୀରେ ଏକ ଉଦାହରଣ ସ୍ବରୂପ ଗଲା ଅଗଷ୍ଟ ୫ ତାରିଖକୁ ଦେଖାଯାଇପାରେ। ଏହି ଗୁରୁତ୍ବପୂର୍ଣ୍ଣ ତାରିଖଟି ଥିଲା ଅଯୋଧୢାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜନର ଦିବସ; ତା’ ସହିତ ଏହି ଦିନ ମଧୢ ଥିଲା ଧାରା ୩୭୦ ଉଚ୍ଛେଦ ହେବାର ପ୍ରଥମ ବର୍ଷ ପୂର୍ତ୍ତି; ଏହି ଦିନ ପାକିସ୍ତାନ ସରକାର ପକ୍ଷରୁ ଧାରା ୩୭୦ ଉଚ୍ଛେଦନର ତୀବ୍ର ବିରୋଧ କରାଯାଇ ‘କାଶ୍ମୀର ଅବରୋଧ’ ବା ‘ସିଜ୍‌ କାଶ୍ମୀର’ ଦିବସ ପାଳନ କରାଯାଇଥିଲା ଏବ˚ ଏକ ନୂଆ ତଥା ଅତ୍ୟନ୍ତ ବିବାଦୀୟ ମାନଚିତ୍ର ପ୍ରକାଶ କରାଯାଇଥିଲା, ଯହିଁରେ ଭାରତର ଜୁନାଗଡ଼କୁ ପାକିସ୍ତାନ ଅନ୍ତର୍ଭୁକ୍ତ ବୋଲି ଦର୍ଶାଯାଇଥିଲା; ଏହି ଦିନ ଭାରତରେ କୋଭିଡ୍‌ ଆକ୍ରାନ୍ତଙ୍କ ସ˚ଖ୍ୟା ୧୯ ଲକ୍ଷ ଏବ˚ ମୃତକଙ୍କ ସ˚ଖ୍ୟା ୪୦ ହଜାରରେ ପହଞ୍ଚିଥିଲା; ପଞ୍ଜାବରେ ଏହି ଦିନ ବିଷାକ୍ତ ମଦ୍ୟ ପାନ କରି ୧୦୦ ଜଣ ପ୍ରାଣ ହରାଇଥିଲେ ଏବ˚ ବେଶ୍‌ କିଛି ଦିନ ଧରି ବିହାର ଓ ଆସାମ ଅତ୍ୟନ୍ତ ଭୟାବହ ବନ୍ୟା ପ୍ରକୋପର ସାମନା କରି ଆସୁଥିଲେ। କିନ୍ତୁ ଏହି ଦିନ ରାମ ମନ୍ଦିରର ଭୂମି ପୂଜନ ଉତ୍ସବ ଏହାକୁ ସିଧା ପ୍ରସାରଣ କରାଯିବାର ବାଧୢବାଧକତା କାରଣରୁ ପୂର୍ବାହ୍ନ ସମୟ ତକ ଜାତୀୟ ନ୍ୟୁଜ୍‌ ଚ୍ୟାନେଲର ପରଦାରେ ଦୃଶ୍ୟମାନ ହୋଇଥିଲା, କିନ୍ତୁ ପରେ ପରେ ଚ୍ୟାନେଲଗୁଡ଼ିକ ସୁଶାନ୍ତ ସି˚ହ ରାଜପୁତଙ୍କ ଅପମୃତ୍ୟୁ ପ୍ରସଙ୍ଗକୁ ପ୍ରତ୍ୟାବର୍ତ୍ତନ କରି ସେହିଠାରେ ସମର୍ପିତ ହୋଇ ରହିଥିଲେ। ଏବ˚ ଉପରେ ବର୍ଣ୍ଣିତ ହୋଇଥିବା ଭଳି ଜାତୀୟ ସ୍ତରର କିଛି ଗୁରୁତ୍ବପୂର୍ଣ୍ଣ ସମ୍ବାଦ ଦୃଷ୍ଟି ଆଢୁଆଳରେ ରହିଯାଇଥିଲେ ଅଥବା ଟେଲିଭିଜନ ପରଦା ତଳେ ଦ୍ରୁତ ଗତିରେ ପ୍ରବହମାନ ହେଉଥିବା ‘ସ୍କ୍ରୋଲ୍‌’ରେ ସ୍ଥାନ ପାଇ ହୁଏତ ଆତ୍ମପ୍ରସାଦ ଲାଭ କରିଥିବେ। ସ୍ମରଣରେ ଆସିଥାଏ ଯେ ୨୦୧୫ ଅଗଷ୍ଟ ମାସରେ ଅନେକ ଦିନ ଧରି ଆସାମୀ ତରୁଣୀ ସିନା ବୋରା ହତ୍ୟାକାଣ୍ତ ଏବ˚ ତହିଁରେ ଟେଲିଭିଜନ ସେଲିବ୍ରିଟିଙ୍କ ସ˚ପୃକ୍ତି ସ˚ପର୍କିତ ଖବର ଜାତୀୟ ଟିଭି ନ୍ୟୁଜ୍‌ ଚ୍ୟାନେଲରେ ଏଭଳି ଉଚ୍ଚାଟ ସୃଷ୍ଟି କରିଥିଲା ଯେ ସେହି ସମୟରେ ଅତ୍ୟନ୍ତ ପ୍ରଳୟଙ୍କରୀ ବନ୍ୟାରେ ଆସାମ ଦୟନୀୟ ଭାବେ ଉବୁଟୁବୁ ହେଉଥିବାର ଖବର ସାମନାକୁ ଆସିପାରି ନ ଥିଲା। ଏଭଳି ଉଦାହରଣ ଅନେକ ରହିଛି ଯେଉଁଠି ଅର୍ଥ ଓ ଗ୍ଲାମର ସହିତ ଅପରାଧର ସ˚ଯୁକ୍ତି; ଯାହା ହୁଏ’ତ କୌଣସି ଟାବଲଏଡ୍‌ ଲାଗି ଏକ ରୋଚକ ଉପାଦାନ ହୋଇପାରନ୍ତା, ସ˚ପ୍ରତି ପ୍ରାୟ ସମସ୍ତ ପ୍ରମୁଖ ନ୍ୟୁଜ୍‌ ଚ୍ୟାନେଲର ‘ପ୍ରାଇମ ଟାଇମ’ ଅବଧି ଅଧିକାର କରି ବସୁଛନ୍ତି।

ଏଥିରେ ସନ୍ଦେହ ନାହିଁ ଯେ ସୁଶାନ୍ତ ସି˚ହ ରାଜପୁତଙ୍କ ଭଳି ଜଣେ ଅତ୍ୟନ୍ତ ପ୍ରତିଭାବାନ ବଲିଉଡ୍‌ ଅଭିନେତା ମାତ୍ର ଚଉତିରିଶ ବର୍ଷ ବୟସରେ ଆତ୍ମହତ୍ୟା କରିବା ଭଳି ଘଟଣା ଜାତୀୟ ସ୍ତରୀୟ ସମ୍ବାଦ ହେବା ତୁଲ୍ୟ ଗୁରୁତ୍ବ ବହନ କରିଥାଏ। ଏଭଳି ଆତ୍ମହତ୍ୟା (ବା ଏକ ସୁପରିକଳ୍ପିତ ହତ୍ୟାକାଣ୍ତ!) ପଛରେ ଯଦି ଲୋଭ, ପ୍ରେମ ଓ ପ୍ରତାରଣା ସମ୍ବଳିତ ଏକ ଷଡ୍‌ଯନ୍ତ୍ର ଲୁଚି ରହିଥିବାର ସନ୍ଦେହ ସୃଷ୍ଟି ହୁଏ, ତେବେ ତାହା ଏହି ପ୍ରସଙ୍ଗର ‘ଖବର-ଯୋଗ୍ୟତା’କୁ ଆହୁରି ବୃଦ୍ଧି କରିଥାଏ। କିନ୍ତୁ ଏହା ମଧୢ ସତ୍ୟ ଯେ ବିଭିନ୍ନ ଘଟଣାର ଘନଘଟା ମଧୢରେ ଯଦି କେବଳ ଏହାର ସ୍ବର ଉଚ୍ଚ ହୋଇ ଅନ୍ୟ ସବୁ ସ୍ବରକୁ ନିଷ୍ପ୍ରଭ କରି ପକାଏ, ତେବେ ତାହା ମଧୢ ଅଗ୍ରହଣୀୟ ହୋଇପାରେ। ତା ସହିତ ଏହା ମଧୢ ହୋଇପାରେ ଯେ ଖବରଟିକୁ ଚିପୁଡ଼ି ତହିଁରୁ ଶେଷ ରସ ବିନ୍ଦୁ ନିର୍ଗତ କରିବାର ଦୁର୍ବାର ପ୍ରୟାସରେ ଅସଲ ଖବରଟି ତାର ମୂଳ ସ୍ବରୂପ ମଧୢ ହରାଇପାରେ।

ଏହି ପରିପ୍ରେକ୍ଷୀରେ ସୁଶାନ୍ତ ସି˚ହ ରାଜପୁତଙ୍କ ଅପମୃତ୍ୟୁକୁ ଏକ ଦୃଷ୍ଟାନ୍ତ ରୂପେ ଦିଆଯାଉ। ଏ ସମ୍ବାଦ ଜାତୀୟ ଟେଲିଭିଜନ ଚ୍ୟାନେଲରେ କୋଳାହଳ ସୃଷ୍ଟି କଲା ପରେ ଉଠିଥିଲା ବଲିଉଡ୍‌ରେ ବହିରାଗତମାନଙ୍କ ଶୋଷଣ ସ˚ପର୍କିତ ବିବାଦ ତଥା ସେଠାରେ ବିଦ୍ୟମାନ ପ୍ରିୟାପ୍ରୀତି ତୋଷଣ ଓ ତାକୁ ପ୍ରୋତ୍ସାହନ ପ୍ରଦାନ କରୁଥିବା ‘ବଲିଉଡ୍‌ ମାଫିଆ’ ପ୍ରସଙ୍ଗ। ଏହାର କିଛି ଦିନ ପରେ ସୁଶାନ୍ତଙ୍କ ରହସ୍ୟମୟ ଅପମୃତ୍ୟୁ ପ୍ରସଙ୍ଗରେ ସୃଷ୍ଟି ହୋଇଛି (ମହାରାଷ୍ଟ୍ରରେ) ବିଜେପି ବନାମ ଶିବସେନା ମଧୢରେ ରାଜନୈତିକ ସ˚ଘାତ। ସେହିଭଳି ମୁମ୍ବାଇ ପୁଲିସ ସୁଶାନ୍ତ ମୃତ୍ୟୁ ମାମଲାର ଅନୁସନ୍ଧାନ କରୁଥିବା ବେଳେ ତାଙ୍କ (ସୁଶାନ୍ତଙ୍କ) ନିଜ ରାଜ୍ୟ ବିହାରର ପୁଲିସ ପକ୍ଷରୁ ସମସ୍ତ ନିୟମ ଉଲ୍ଲ˚ଘନ କରି ଏ ସ˚ପର୍କରେ ଏକ ସମାନ୍ତରାଳ ଅନୁସନ୍ଧାନ ପ୍ରକ୍ରିୟା ଆରମ୍ଭ କରାଯିବା ମଧୢ ଏକ ବିବାଦକୁ ଜନ୍ମ ଦେଇଛି। କେବଳ ସେତିକି ନୁହେଁ, ଏ ସମ୍ବନ୍ଧରେ ଏକ ନ୍ୟୁଜ୍‌ ଚ୍ୟାନେଲ ନିଜ ସୂତ୍ରରୁ ଅନୁସନ୍ଧାନ କରି ଅତ୍ୟନ୍ତ ସା˚ଘାତିକ ତଥ୍ୟ ହାସଲ କରିଥିବା ବିଷୟ ଦାବି କରିଛି। ସେମିତି ଆଉ କେତେକ ଚ୍ୟାନେଲ ଅତିଭୌତିକବାଦର ଆଶ୍ରୟ ନେଇ ଦିବ˚ଗତ ସୁଶାନ୍ତଙ୍କ ଆତ୍ମା ସହିତ ସ˚ଯୋଗ ସ୍ଥାପନ କରି ତାଙ୍କ ମୃତ୍ୟୁ ପଛରେ ଥିବା ରହସ୍ୟ ଉଦ୍‌ଘାଟନ ଲାଗି ପ୍ରୟାସ କରିଛନ୍ତି। ଏବ˚ ଏଭଳି ଆଗ୍ରହ ଆତିଶଯ୍ୟ ମଧୢରେ ସୁଶାନ୍ତଙ୍କ ବନ୍ଧୁ ପରିଜନଙ୍କ ଠାରୁ ଆରମ୍ଭ କରି ଅଭିନେତା, ରାଜନେତା ଓ ସାଧାରଣ ଜନତାଙ୍କ ଦ୍ବାରା ଏଭଳି କୋଳାହଳ ସୃଷ୍ଟି କରାଯିବାରେ ଲାଗିଛି ଯେ ପ୍ରତୀତ ହେଉଛି ସତେ ଯେମିତି ସ୍ବୟ˚ ସୁଶାନ୍ତ ସି˚ହ ରାଜପୁତ କେଉଁଠି ନିରୁଦ୍ଦିଷ୍ଟ ହୋଇଯାଇଛନ୍ତି! ବୋଧହୁଏ, ସୁଶାନ୍ତଙ୍କ ଆଳରେ ପ୍ରତ୍ୟେକ ଆପଣା ଅସ୍ତ୍ରକୁ ଶାଣ ଦେବାରେ ବ୍ୟସ୍ତ।

ଏଭଳି ସ୍ଥିତିରେ ଦେଶ ଓ ଦେଶ ବାହାରେ ଘଟୁଥିବା ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଘଟଣା ସମ୍ବନ୍ଧରେ ଜାଣିବାକୁ ଆଗ୍ରହୀ ସଚେତନ ବ୍ୟକ୍ତିବିଶେଷଙ୍କ ମନରେ ସ୍ବାଭାବିକ ଭାବେ ଏକ ଧାରଣା ବଦ୍ଧମୂଳ ହେବାରେ ଲାଗିଲାଣି ଯେ ବୋଧହୁଏ ଖବର ପରିବେଷଣ ସ˚ଦର୍ଭରେ ଭାରତର ଜାତୀୟ ଟିଭି ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକ ସେମାନଙ୍କ ଅଗ୍ରାଧିକାର ତାଲିକାରେ ପରିବର୍ତ୍ତନ ଘଟାଇଲେଣି। କାରଣ ମଣିଷର ମୌଳିକ ସମସ୍ୟା ଆଧାରିତ ଗୁରୁତ୍ବପୂର୍ଣ୍ଣ ତଥା ଭାବଗମ୍ଭୀର ସମ୍ବାଦଗୁଡ଼ିକ କ୍ରମେ ଦୃଷ୍ଟି ଅନ୍ତରାଳକୁ ଠେଲି ହୋଇଯିବାରେ ଲାଗିଛି। ଏବ˚ ଗୁରୁତ୍ବପୂର୍ଣ୍ଣ ଖବର ଭାବେ ଯାହା ଶୀର୍ଷ ସ୍ଥାନୀୟ ହୋଇଛି, ସେଗୁଡ଼ିକ ପ୍ରମୁଖ ଭାବେ ସହସା ଚିତ୍ତ ଚାଞ୍ଚଲ୍ୟ ସୃଷ୍ଟିକାରୀ ସମ୍ବାଦମାନ। ଏବ˚ ତା ସହିତ ଏହା ମଧୢ ଦେଖିବାକୁ ମିଳୁଛି ଯେ ଜନାଦୃତି ଲାଭ କରିବା ସକାଶେ ଏଭଳି ଖବର ପରିଶେଷରେ ସଜନା ଛୁଇଁ ସଦୃଶ ରସହୀନ ଖଦାରେ ପରିଣତ ହେଉଛନ୍ତି ଏବ˚ ଏକ ନୂଆ ସଜନା ଛୁଇଁର ଆବିର୍ଭାବରେ ପୁରୁଣାଟି ତତ୍‌କ୍ଷଣାତ୍‌ ବିସ୍ମୃତିର ଗର୍ଭକୁ ଚାଲିଯାଉଛି।

ସମ୍ବନ୍ଧିତ ଖବର