‘କଜ୍ଜ୍ୱଳ’ ଇନ୍‌ଡେକ୍‌ସ

ଷୋଡ଼ଶ ଶତାବ୍ଦୀର ଅନ୍ୟତମ ପ୍ରସିଦ୍ଧ ଇ˚ରେଜ ନାଟ୍ୟକାର ଖ୍ରୀଷ୍ଟଫୋର ମାର୍ଲୋଙ୍କ ସର୍ବାଧିକ ଜନାଦୃତ ନାଟକ ‘ଡକ୍ଟର ଫଷ୍ଟସ’ରେ ଯେଉଁ ସ˚ଳାପଟି ଏକ ବହୁଳ ବ୍ୟବହୃତ ଉଦ୍ଧୃତିରେ ପରିଣତ ହୋଇଛି, ତାର ପ୍ରଥମ ଧାଡ଼ିଟି ଏହିପରି: ‘ଦ ଫେସ୍‌ ଦ୍ୟାଟ୍‌ ଲ˚ଚ୍‌ଡ ଏ ଥାଉଜାଣ୍ତ ସିପ୍‌ସ’ ଅର୍ଥାତ୍‌ ସେହି ଚେହେରା ଯାହା ସମୁଦ୍ର ବକ୍ଷରେ ସହସ୍ର (ଯୁଦ୍ଧ)ତରୀର ଯାତ୍ରାର ସୂତ୍ରପାତ ଘଟାଇଥିଲା। ଅନେକ ପାଠକପାଠିକା ଅବଶ୍ୟ ଅବଗତ ଥିବେ ଯେ ସେହି ଚେହେରାଟି ଥିଲା ଅନିନ୍ଦ୍ୟ ସୁନ୍ଦରୀ ହେଲେନଙ୍କର ଏବ˚ ଅନନ୍ୟ ଗ୍ରୀକ ମହାକାବ୍ୟ ‘ଇଲିଆଡ୍‌’ର କାହାଣୀ ଅନୁସାରେ ସ୍ପାର୍ଟାର ରାଜା ମିନେଲସଙ୍କ ପତ୍ନୀ ହେଲେନଙ୍କୁ ଟ୍ରୟର ରାଜକୁମାର ପାରସ ଅପହରଣ କରିନେବା ପରେ ମିନେଲସଙ୍କ ବନ୍ଧୁମାନେ ସମୁଦ୍ର ବକ୍ଷରେ ଯେଉଁ ଯୁଦ୍ଧ ଯାତ୍ରା ଆରମ୍ଭ କରିଥିଲେ, ମାର୍ଲୋ ତାହାକୁ ଉପଲକ୍ଷ୍ୟ କରି ଏହି ସ˚ଳାପଟି ରଚନା କରିଥିଲେ। ସ˚ପ୍ରତି ‘କୋଭିଡ୍‌ ପାନ୍‌ଡେମିକ୍‌’ କାରଣରୁ ଯେତେବେଳେ ବିଶ୍ବର ସର୍ବତ୍ର ମନୁଷ୍ୟମାନଙ୍କ ମୁଖମଣ୍ତଳର ପ୍ରାୟ ସତୁରି ପ୍ରତିଶତ ଗୋଟିଏ ଆବେଗହୀନ ‘ମାସ୍କ୍‌’ ଦ୍ବାରା ଆବୃତ, ସେତିକି ବେଳେ ମୁଖମଣ୍ତଳୀୟ ସୌନ୍ଦର୍ଯ୍ୟକୁ ଏଭଳି ଅପଭ୍ର˚ଶ କରିଥିବା ଭଳି ସ୍ଥିତି ଆମ ଜୀବନକୁ କେମିତି ପ୍ରଭାବିତ କରିବ, ସେ ସଂପର୍କରେ ଆକଳନ ଏବଂ ଅନୁମାନ ମଧ୍ୟ ଶୁଣାଯିବାରେ ଲାଗିଲାଣି। କାରଣ ‘ମାସ୍କ୍‌’ ଦ୍ବାରା ଓଷ୍ଠ ଯୁଗଳ ଲୁକ୍କାୟିତ ହୋଇଯିବା ପରେ ପୃଥିବୀ ସତେ ଯେମିତି ଏକ ଅଭିବ୍ୟକ୍ତିବିହୀନ ଦାରୁଣ ଶୁଷ୍କ ଗ୍ରହରେ ପରିଣତ ହୋଇଛି! କହିବା ବାହୁଲ୍ୟ ଯେ ଖୁସି, କ୍ଷୋଭ, ଅଭିମାନ ଭଳି ବିଭିନ୍ନ ଆବେଗର ନିରବ ଅଭିବ୍ୟକ୍ତି ଓଠ ଯୋଡ଼ିକ ଦ୍ବାରା ଯେଉଁଭଳି ସମ୍ଭବ ହୋଇଥାଏ, ତାହା ମୁଖମଣ୍ତଳର ଅନ୍ୟ କୌଣସି ଅଙ୍ଗ ଦ୍ବାରା ସେଭଳି ହୋଇ ନ ଥାଏ। ନିରବ ହସର ପରିପ୍ରକାଶରେ ମୁହଁର ଯେଉଁ ୧୨ଟି ଅଥବା କ୍ଷୋଭ ପ୍ରକାଶ ସମୟରେ ଯେଉଁ ୧୧ଟି ମା˚ସପେଶୀ କାର୍ଯ୍ୟରେ ଲାଗନ୍ତି, ସେ ସବୁ ଏବେ ‘ମାସ୍କ୍‌’ ତଳେ ଆତ୍ମଗୋପନ କରିବାକୁ ବାଧୢ ହୋଇଛନ୍ତି। କେବଳ ସେତିକି ନୁହେଁ, ମୁଖ ସୌନ୍ଦର୍ଯ୍ୟକୁ ଆଧାର କରି (ପ୍ରମୁଖ ଭାବେ ମହିଳାଙ୍କର) ଗଢ଼ି ଉଠିଥିବା ପ୍ରାୟ ୫୪୩ ବିଲିଅନ୍‌ ଡଲାର ମୂଲ୍ୟର ବିଶାଳ ପ୍ରସାଧନ ସାମଗ୍ରୀର ବଜାରରେ ମଧୢ ଏକ ଭୂଚଳନ ସ˚ଘଟିତ ହେବାର ସ˚କେତ ପରିଲକ୍ଷିତ ହେଲାଣି। ଏ ପରିପ୍ରେକ୍ଷୀରେ ଜାପାନର ଟୋକିଓସ୍ଥିତ ଏକ ମାର୍କେଟ୍‌ ରିସର୍ଚ୍ଚ କ˚ପାନି ‘ଇମେଜ୍‌ ହୋଲଡି˚ସ୍‌’ ଦ୍ବାରା ପ୍ରକାଶିତ ଏକ ସର୍ବେକ୍ଷଣ ଭିତ୍ତିକ ରିପୋର୍ଟ କହିଥାଏ ଯେ ଏହି ପାନ୍‌ଡେମିକ୍‌ କାରଣରୁ ଗଲା ମେ’ ମାସରେ ଜାପାନରେ ଓଷ୍ଠ ର˚ଜକ ଲିପ୍‌ଷ୍ଟିକ୍‌ର କାରବାରରେ ୬୯.୭% ହ୍ରାସ ଘଟିଛି। ଯଦିଓ ପୃଥିବୀର ଅନ୍ୟାନ୍ୟ ପ୍ରାନ୍ତରୁ ଲିପ୍‌ଷ୍ଟିକ୍‌ ବିକ୍ରୟ କ୍ଷେତ୍ରରେ ଏଭଳି ସ˚କୋଚନର ସୂଚନା ଉପଲବ୍‌ଧ ନାହିଁ, ତଥାପି ମୁଖ ପ୍ରସାଧନକୁ ନେଇ ଅନ୍ୟାନ୍ୟ ଯେଉଁ ସ˚କେତମାନ ମିଳିବାରେ ଲାଗିଲାଣି, ତହିଁରୁ ଏକ ଧାରଣା ସୃଷ୍ଟି ହୋଇଥାଏ ଯେ ଏହି ‘ପାନ୍‌ଡେମିକ୍‌’ ସମୟରେ ସମ୍ଭବତଃ ମହିଳାମାନଙ୍କ ମୁଖ ସୌନ୍ଦର୍ଯ୍ୟ ନୂତନ ଭାବେ ପରିଭାଷିତ ହୋଇପାରେ।

ଯଦିଓ ଓଷ୍ଠ ଯୁଗଳ ଉଭୟ ପୁରୁଷ ଏବ˚ ନାରୀଙ୍କ ଠାରେ ବିଦ୍ୟମାନ, ତଥାପି ତାକୁ ର˚ଜିତ କରୁଥିବା ‘ଲିପ୍‌ଷ୍ଟିକ୍‌’ ଏ ପର୍ଯ୍ୟନ୍ତ କେବଳ ନାରୀମାନଙ୍କର ହୋଇ ରହି ଆସିଛି। ପୁଣି କେବଳ ସୌନ୍ଦର୍ଯ୍ୟ ବର୍ଦ୍ଧକ ଭାବେ ନୁହେଁ, ୧୯୧୨ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ ମହିଳାଙ୍କ ଭୋଟ ଦାନର ଅଧିକାର ଦାବି କରି ହୋଇଥିବା ବିଶାଳ ପ୍ରତିବାଦ ଆନ୍ଦୋଳନରେ ଏହା ନାରୀ ମୁକ୍ତିର ଚିହ୍ନ ଭାବେ ବ୍ୟବହୃତ ହୋଇଥିଲା। ଏଲିଜାବେଥ ଆର୍ଡେନ ନାମକ ଜଣେ ଲିପ୍‌ଷ୍ଟିକ୍‌ ପ୍ରସ୍ତୁତକାରିଣୀଙ୍କ ଦ୍ବାରା ଆନ୍ଦୋଳନକାରୀ ମହିଳାଙ୍କ ମଧୢରେ ‘ନାଲି ଲିପ୍‌ଷ୍ଟିକ୍‌’ (ରେଡ୍‌ ଡୋର ଲିପ୍‌ଷ୍ଟିକ୍‌ ଭାବେ ଖ୍ୟାତ) ର କାର୍ପଣ୍ୟହୀନ ବଣ୍ଟନ କେବଳ ଯେ ଆନ୍ଦୋଳନରେ ଲୋହିତ ଓଠର ଏକ ସର୍ବବିଦ୍ୟତା ସ୍ଥାପନ କରିଥିଲା, ତାହା ନୁହେଁ ଏହି ଓଷ୍ଠ ର˚ଜକକୁ ନାରୀ ସ୍ବାଧୀନତାର ଏକ ପ୍ରତୀକ ରୂପେ ମଧ୍ୟ ପ୍ରତିଷ୍ଠିତ କରିପାରିଥିଲା। (ଏଲିଜାବେଥ ଆର୍ଡେନ ଆରମ୍ଭ କରିଥିବା କ˚ପାନି ସ˚ପ୍ରତି ତାଙ୍କ ନାମଧାରୀ ଏକ ବ୍ରାଣ୍ତ ଏବ˚ ‘ରେଭଲନ୍‌’ ନାମକ ଏକ ଭଗିନୀ ବ୍ରାଣ୍ତ ରୂପେ ପୃଥିବୀ ପ୍ରସିଦ୍ଧ)। ପୁନଶ୍ଚ ଏହି ପରିପ୍ରେକ୍ଷୀରେ ଅଳଙ୍କୃତା ଶ୍ରୀବାସ୍ତବଙ୍କ ଦ୍ବାରା ନିର୍ମିତ ଏକ ବହୁ ଚର୍ଚ୍ଚିତ ତଥା କିଛି ମାତ୍ରାରେ ବିବାଦୀୟ ଚମତ୍କାର ଭାରତୀୟ ଚଳଚ୍ଚିତ୍ର ‘ଲିପ୍‌ଷ୍ଟିକ୍‌ ଅଣ୍ତର ମାଇ ବୁର୍ଖା’ ମଧୢ ପ୍ରଣିଧାନଯୋଗ୍ୟ, ଯହିଁରେ ଲିପ୍‌ଷ୍ଟିକ୍‌ ବ୍ୟବହାରକୁ ନାରୀର ଏକ ଅବଦମିତ ଅଭିଳାଷର (ଲିପ୍‌ଷ୍ଟିକ୍‌ ବ୍ୟବହାରକୁ ଅନେକ ଭାରତୀୟ ପୁରୁଷ ଉଗ୍ର ଆଧୁନିକତା ରୂପେ ନାପସନ୍ଦ କରିଥାଆନ୍ତି) ସ˚କେତ ରୂପେ ଦର୍ଶାଯାଇଛି। ଅନେକ ବଜାର ବିଶ୍ଳେଷଣକାରୀଙ୍କ ମତରେ ଏହି କାରଣ ଲାଗି ହୁଏ’ତ ‘ମାସ୍କ୍‌’ ଦ୍ବାରା ଆବୃତ ହୋଇଥିବା ସତ୍ତ୍ବେ କେବଳ ଜାପାନ ବ୍ୟତୀତ ଅନ୍ୟ କେଉଁଠି ମହିଳାମାନେ ସମ୍ଭବତଃ ଲିପଷ୍ଟିକ୍‌କୁ ପରିତ୍ୟାଗ କରି ନାହାନ୍ତି।

ଏହି ସ˚ଦର୍ଭରେ ବିଶ୍ବ ପ୍ରସିଦ୍ଧ ପ୍ରସାଧନ ସାମଗ୍ରୀ ପ୍ରସ୍ତୁତକାରୀ ସ˚ସ୍ଥା ‘ଇଷ୍ଟଟ୍‌ ଲିଆଣ୍ତର’ର ସ୍ବତ୍ବାଧିକାରୀ ଲିଓନାର୍ଡ ଲିଆଣ୍ତରଙ୍କ ଦ୍ବାରା ୨୦୦୮ ମସିହାରେ ଉପସ୍ଥାପିତ ‘ଲିପ୍‌ଷ୍ଟିକ୍‌ ଇନ୍‌ଡେକ୍‌ସ’ ନାମକ ଏକ ଆଲୋଡ଼ନ ସୃଷ୍ଟିକାରୀ ତତ୍ତ୍ବ ବିଷୟ ସ୍ମରଣକୁ ଆସିଥାଏ। ୨୦୦୮ର ଘୋର ଆର୍ଥିକ ମାନ୍ଦାବସ୍ଥା କାଳରେ ସେ ଲକ୍ଷ୍ୟ କରିଥିବା ଭଳି ବଜାରରେ ବିଭିନ୍ନ ପ୍ରକାର ଦ୍ରବ୍ୟର ବିକ୍ରି ବିପୁଳ ପରିମାଣରେ ହ୍ରାସ ପାଇଥିଲା ବେଳେ‘ଲିପ୍‌ଷ୍ଟିକ୍‌’ର ବ୍ୟବସାୟରେ ବିଶେଷ ଅଭିବୃଦ୍ଧି ଘଟିଥିଲା। ତହିଁରୁ ସେ ଯେଉଁ ଉପସ˚ହାରରେ ପହଞ୍ଚିଥିଲେ ତାହା ହେଲା ଅର୍ଥାଭାବ ସମୟରେ ଲୋକେ ସାଧାରଣତଃ ବଡ଼ ବଡ଼ ଖର୍ଚ୍ଚ କରିବାରୁ ନିବୃତ୍ତ ରହନ୍ତି ସିନା, ସେମାନଙ୍କ ବିଶେଷ ଦୁର୍ବଳତାର କାରଣ ହୋଇଥିବା ଛୋଟ ଛୋଟ ଦ୍ରବ୍ୟ ଉପରେ ଅଧିକ ଖର୍ଚ୍ଚ କରିଥାଆନ୍ତି; ଯାହା ସେହି ସମୟରେ ମହିଳାମାନଙ୍କ ଦ୍ବାରା ଅଧିକ ଲିପ୍‌ଷ୍ଟିକ୍‌ କ୍ରୟରେ ପରିଦୃଷ୍ଟ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ‘ଲିପ୍‌ଷ୍ଟିକ୍‌ ଇନ୍‌ଡେକ୍‌ସ’ ତତ୍ତ୍ବଟି ମାନ୍ଦାବସ୍ଥା କାଳରେ ବଜାର ଚରିତ୍ର ବୁଝିବାର ଏକ ସୂତ୍ର ରୂପେ ପରିଗଣିତ। ତେବେ ସଂପ୍ରତି ମାସ୍କ୍‌-ଆବୃତ ମୁଖମଣ୍ତଳ ହେତୁ ମହିଳାଙ୍କ ଚେହେରାର ସୌନ୍ଦର୍ଯ୍ୟକୁ ନେଇ ଯେଉଁ ସ୍ଥିତି ଜାତ ହୋଇଛି, ସେହି ପରିପ୍ରେକ୍ଷୀରେ ‘ପାନ୍‌ଡେମିକ୍‌’ ଜନିତ ଆର୍ଥିକ ମାନ୍ଦାବସ୍ଥା କାଳରେ ‘ଲିପ୍‌ଷ୍ଟିକ୍‌’ ବିକ୍ରିର ଗ୍ରାଫ୍‌ ଆଉ ଅଧିକ ଉଚ୍ଚତାକୁ ଉଠିବ କି ନାହିଁ, ତାହା ତ କୁହାଯାଇ ନ ପାରେ, କିନ୍ତୁ ତା’ ବଦଳରେ ଆଉ ଏକ ପ୍ରସାଧନ ସାମଗ୍ରୀ ବିକ୍ରୟ ଗ୍ରାଫ୍‌ରେ ନୂଆ ଉଚ୍ଚତା ସ୍ପର୍ଶ କରିବାର ଲକ୍ଷଣ ପ୍ରଦର୍ଶନ କଲାଣି। ତାହା ହେଉଛି ଚକ୍ଷୁର ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ପ୍ରସାଧନ ସାମଗ୍ରୀ; ମସକାରା ଠାରୁ ଆରମ୍ଭ କରି ଭ୍ରୂଲତା ବାଗେଇବା ଯାଏ ଆବଶ୍ୟକ ଦ୍ରବ୍ୟ ପର୍ଯ୍ୟନ୍ତରେ। ଏହି ପରିପ୍ରେକ୍ଷୀରେ ବିଶ୍ବର ସର୍ବ ବୃହତ୍‌ ଇ-କମର୍ସ କାରବାର କରୁଥିବା ସଂସ୍ଥା ‘ଆଲିବାବା’ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ କହିଥାଏ ଯେ ପାନ୍‌ଡେମିକ୍‌ କାଳରେ ଆଖିର ସୌନ୍ଦର୍ଯ୍ୟ ବର୍ଦ୍ଧନକାରୀ ପ୍ରସାଧନ ବିକ୍ରୟରେ ଏକ ଅତୁଳନୀୟ ୧୫୦% ଅଭିବୃଦ୍ଧି ଲକ୍ଷ୍ୟ କରାଯାଇଛି।

ଏକ ନିରୁଦ୍‌ବେଗ ମାସ୍କ୍‌ର ବ୍ୟବହାର ଦ୍ବାରା ମୁହଁଟି ତାର ଆକର୍ଷଣର ଏକ ବଡ଼ ବିଭାବ ହରାଇ ବସିଥିବା ବେଳେ ଯାହା ଟିକିଏ ସାନ୍ତ୍ବନା ପ୍ରଦାନ କରିଥାଏ, ତାହା ହେଲା ଏକ ଅବବୋଧ ଯେ ଓଠ ଯାହା କହିବାକୁ ଅସମର୍ଥ, ଅନେକ ସ୍ଥଳରେ ଆଖି ଯୋଡ଼ିକ ତାହା କହି ଦିଅନ୍ତି। ଏହି ଆଧାରରେ ଉଜ୍ଜ୍ବଳ ବା ଢଳଢଳ ଚକ୍ଷୁ ଦ୍ବୟ ହୁଏ’ତ ଏବେ ମୁଖ ସୌନ୍ଦର୍ଯ୍ୟର କେନ୍ଦ୍ର ହେବେ। ସେହି ପରିପ୍ରେକ୍ଷୀରେ ଆଖିକୁ ଆକର୍ଷଣୀୟ କରିବା ଲାଗି ଭାରତୀୟ ମହିଳାମାନଙ୍କ ଦ୍ବାରା କଜ୍ଜ୍ବଳ ବା ‘ସୁର‌୍‌ମା’ର ଚାହିଦା ବିଶେଷ ବୃଦ୍ଧି ପାଇପାରେ, ଯାହା ହୁଏତ କୌଣସି ଏକ ବଜାର ସର୍ବେକ୍ଷଣ ଦ୍ବାରା ପ୍ରମାଣିତ ମଧୢ ହେବ। ଏହା ଅନୁମାନସାପେକ୍ଷ ଯେ ଭବିଷ୍ୟତରେ ଯେତେବେଳେ ଏହି ‘ପାନ୍‌ଡେମିକ୍‌’ ସ˚ପର୍କରେ ଏକ ଇତିହାସ ରଚନା କରାଯିବ, ସେତିକି ବେଳେ ‘ମାସ୍କ୍‌’ ପରିଧାନ କାରଣରୁ ମୁଖ ସୌନ୍ଦର୍ଯ୍ୟ କ୍ଷେତ୍ରରେ ପରିଦୃଷ୍ଟ ହୋଇଥିବା ପରିବର୍ତ୍ତନ ସମ୍ବନ୍ଧୀୟ ବିବରଣୀ ହୁଏ’ତ ‘କଜ୍ଜ୍ବଳ ଇନ୍‌ଡେକ୍‌ସ’ (ପାଶ୍ଚାତ୍ୟ ରାଷ୍ଟ୍ର ବା ଆଧୁନିକ ସହରୀ ମହିଳାଙ୍କ ଲାଗି ‘ମସ୍‌କାରା ଇନ୍‌ଡେକ୍‌ସ’) ଶୀର୍ଷକଧାରୀ ଏକ ଅଧୢାୟରେ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର