ଚୀନରେ ଜଣେ ବିଦେଶାଗତ ଭଦ୍ରଲୋକ ତାଙ୍କ ଚୀନୀୟ ବନ୍ଧୁଙ୍କୁ ଯେତେବେଳେ ପଚାରି ବୁଝିବାକୁ ଚାହିଁଲେ ଯେ ଚୀନାମାନେ କ’ଣ ଖାଇବାକୁ ଭଲ ପାଆନ୍ତି, ସେତିକି ବେଳେ ବନ୍ଧୁଙ୍କ ଉତ୍ତର ଥିଲା- ‘ଏ ପୃଥିବୀରେ ପ୍ରାଣ ଧାରଣ କରିଥିବା ଯାହା କିଛି ଚଳମାନ, ସବୁ କିଛି।’ ଶୁଣାଯାଏ ଯେ ଏଭଳି ଉତ୍ତର ଶୁଣି ହାଲୁକା ପଦବ୍ରଜରେ ଚାଲୁଥିବା ବିଦେଶାଗତ ଭଦ୍ରଲୋକ ଅଗତ୍ୟା କ୍ଷଣିକ ଲାଗି ନିଃଶ୍ବାସ ବନ୍ଦ କରି ଛିଡ଼ା ହୋଇଯାଇଥିଲେ; ବୋଧହୁଏ ଚଳମାନ ସ୍ଥିତିରେ ରହି ଚୀନୀୟ ଉଦରରେ ପ୍ରବେଶ କରିବାର ଭୟ ତାଙ୍କୁ ସେଭଳି କରାଇଥିବ। ତେବେ ଏହି ଗୁଲି ଗପଟିରେ ରହିଥିବା ଲଘୁ ପରିହାସକୁ ଅତିକ୍ରମ କରି ଯଦି ବାସ୍ତବତାକୁ ଦେଖିବା, ତେବେ ଜଣାପଡ଼ିବ ଯେ ଚୀନୀୟମାନଙ୍କ କିମ୍ଭୁତକିମାକାର ଖାଦ୍ୟ ପସନ୍ଦ ଏବ˚ ପ୍ରସ୍ତୁତି ପର˚ପରାକୁ ନେଇ ରହି ଆସିଥିବା ଧାରଣାରୁ କିଛି ଯଦିଓ ଭ୍ରାନ୍ତ ଏପରିକି କପୋଳକଳ୍ପିତ, ତଥାପି ତହିଁରୁ ଅନେକଟା ମଧୢ ସତ୍ୟ। ପୃଥିବୀର ଅଧିକା˚ଶ ଅଞ୍ଚଳରେ ଯେଉଁ ଜୀବ ବା କୀଟପତଙ୍ଗଙ୍କୁ ଭକ୍ଷଣ କରିବା ସ˚ପର୍କରେ ଚିନ୍ତା କରାଯାଇ ପାରି ନ ଥାଏ, ସେ ସବୁ ଚୀନର ନିୟମିତ ଖାଦ୍ୟ ପର˚ପରାରେ ପରିଣତ ହେବା ପଛରେ ଯେଉଁ ସବୁ କାରଣ ରହିଛି, ତନ୍ମଧୢରୁ ଗୋଟିଏ ହେଉଛି ଇତିହାସରେ ବର୍ଣ୍ଣିତ ଥିବା ଭଳି ଚୀନ ସମ୍ମୁଖୀନ ହୋଇଥିବା ଦାରୁଣ ପ୍ରାକୃତିକ ବିପର୍ଯ୍ୟୟଜନିତ ଅତ୍ୟନ୍ତ ଉତ୍କଟ ଖାଦ୍ୟାଭାବ। ଏହା ଚୀନାମାନଙ୍କୁ ହାତରେ ପଡୁଥିବା ସବୁ କିଛି ଉଦରସାତ୍‌ କରିବାକୁ ବାଧୢ କରିଥିଲା। କିନ୍ତୁ ଇତିମଧୢରେ ଚୀନର ଦୁଃଖ ଭାବେ ଏକଦା କୁଖ୍ୟାତ ହୋୟା˚ହୋ ନଦୀରେ ଅନେକ ଜଳ ପ୍ରବାହିତ ହୋଇସାରିଛି ତଥା ଚୀନ ତାର ବିକାଶ ପଥରେ ଅନେକ ଯୋଜନ ଅଗ୍ରଗତି କରି ବିଶ୍ବର ଏକ ନମ୍ବର ରାଷ୍ଟ୍ର ହେବାର ସ୍ବପ୍ନ ଦେଖିଲାଣି। ସୁତରାଂ, ଚୀନ ବିଗତ କିଛି ଦଶକ ଭିତରେ ଅନାହାର ଓ କ୍ଷୁଧା ଉପରେ ମଧ୍ୟ ବିଜୟ ହାସଲ କରି ସାରିଲାଣି। ତେଣୁ, ଏ ପରିପ୍ରେକ୍ଷୀରେ ପ୍ରଶ୍ନ ଉଠେ ଯେ ସଂପ୍ରତି ଖାଦ୍ୟ ନଷ୍ଟ ନ କରିବା ଲାଗି ଚୀନ ସରକାରଙ୍କ ଦ୍ବାରା ପ୍ରାରମ୍ଭ କରାଯାଇଥିବା ଏକ ଜୋରଦାର ଅଭିଯାନ ପଛରେ ରହିଥିବା କାରଣଟି କ’ଣ ହୋଇପାରେ?

Advertisment

ଇତିହାସରୁ ଜଣାପଡ଼େ ଯେ ଛଅ ହଜାର ବର୍ଷର ପ୍ରାଚୀନ ଚୀନ ସଭ୍ୟତା ଦୁର୍ଭିକ୍ଷ, ବନ୍ୟା, ଭୂମିକ˚ପ ଏବ˚ ମହାମାରୀ ଭଳି ପ୍ରାକୃତିକ ଦୁର୍ବିପାକର ଯେଉଁଭଳି ସାମନା କରିଛି, ସମ୍ଭବତଃ କ୍ବଚିତ କୌଣସି ସଭ୍ୟତା ଏତେ ଦୀର୍ଘ କାଳ ଧରି ସେଭଳି କରିଥିବ। ସେହି କାରଣରୁ ଚୀନର ଦରିଦ୍ର କୃଷକମାନଙ୍କ କଷଣର କାହାଣୀ ମନୁଷ୍ୟ ଦୁରବସ୍ଥାର ଦୃଷ୍ଟାନ୍ତ ହୋଇ ରହି ଆସିଛି। ଉଲ୍ଲେଖଯୋଗ୍ୟ ଯେ ଭୟାବହ ଦୁର୍ଭିକ୍ଷଜନିତ କ୍ଷୁଧାର ତାଡ଼ନାରୁ ମୁକ୍ତି ପାଇବା ଲାଗି ଚୀନୀୟମାନେ ହାତ ପାହାନ୍ତାରେ ଯାହା କିଛି ଉପଲବ୍‌ଧ ତାହା ଖାଇବା ଆରମ୍ଭ କରିଥିଲେ। ଜଣାଯାଏ ଯେ ମୂଷାମାନେ ଶସ୍ୟ (ଧାନ) ନଷ୍ଟ କରୁଥିବା କାରଣରୁ ଚୀନୀୟ କୃଷକମାନେ ଏହି ସମସ୍ୟାର ସମାଧାନ ଲାଗି ମୂଷା ଭକ୍ଷଣ ସୂତ୍ରରେ ସେମାନଙ୍କ ବ˚ଶ ନିପାତ କରିବା ଲାଗି ଉଦ୍ୟମ କରିଥିଲେ। ଗତ ଶତାବ୍ଦୀର ପଞ୍ଚମ ଦଶକରେ ମାଓ ଜେଡଙ୍ଗଙ୍କ ନେତୃତ୍ବରେ ଚୀନ କମ୍ୟୁନିଷ୍ଟ ଶାସନାଧୀନ ହେବା ପରେ ମାଓଙ୍କ ଆଦେଶରେ ଲକ୍ଷ ଲକ୍ଷ କୃଷକଙ୍କୁ କୃଷି କ୍ଷେତ୍ରରୁ ଅପସାରଣ କରି ଶିଳ୍ପରେ ଶ୍ରମିକ ଭାବେ ନିୟୋଜିତ କରାଯାଇଥିଲା, ଯାହା ଏକ ଅତ୍ୟନ୍ତ ଉତ୍କଟ ଖାଦ୍ୟ ସ˚କଟର କାରଣ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ସେହି ସମୟର ଦାରିଦ୍ର୍ୟ ଓ ବୁଭୁକ୍ଷା ଅସ˚ଖ୍ୟ ଚୀନବାସୀଙ୍କୁ କାଦୁଅ ଖାଇବାକୁ ମଧ୍ୟ ବାଧୢ କରିଥିଲା ଯାହା ସେମାନଙ୍କ ଶରୀରକୁ କେତେକ ଧାତବ ଲବଣର ପୋଷକ ତତ୍ତ୍ବ ଯୋଗାଉଥିଲା ବୋଲି କୁହାଯାଇଥାଏ। ସେହି ସମୟରେ ମଧୢ ଚୀନରେ ଖାଦ୍ୟ ନଷ୍ଟ କରିବା ଏକ ଅକ୍ଷମଣୀୟ ଅପରାଧତୁଲ୍ୟ ଥିଲା। ତେବେ ଇତିମଧୢରେ ଚୀନରେ ଅପୂର୍ବ ବିକାଶ ସାଧିତ ହେବା ସହିତ ସେହି ରାଷ୍ଟ୍ର ଅମିତ ସ˚ପଦ ସୃଷ୍ଟି କରିବାରେ ସମର୍ଥ ହୋଇଛି। କେବଳ ସେତିକି ନୁହେଁ ବିଭିନ୍ନ ପ୍ରକାର ଖାଦ୍ୟ-ବିଳାସ ସହିତ ସବୁ ପ୍ରକାର ଉପଭୋଗ୍ୟ ସାମଗ୍ରୀର କ୍ରୟ ତଥା ବ୍ୟବହାରରୁ ଆନନ୍ଦ ଆହରଣ କରିବାରେ ଚୀନା ସମାଜ ଏବେ ବିଶ୍ବରେ ଅନ୍ୟତମ ଅଗ୍ରଗଣ୍ୟ ଭାବେ ପରିଚିତ। ତାହା ହେଲେ ବର୍ତ୍ତମାନ ସେଠାରେ ଖାଦ୍ୟ ନଷ୍ଟ ନ କରିବା ଲାଗି ଆହ୍ବାନ ଦେଉଥିବା ଏକ ନିରହଙ୍କାରୀ ତଥା ନିରାଡ଼ମ୍ବର ଆଭିମୁଖ୍ୟ ବହନକାରୀ ସରକାରୀ ଅଭିଯାନ ପ୍ରାରମ୍ଭ କରାଯାଇଛି କାହିଁକି?

ଏ ପରିପ୍ରେକ୍ଷୀରେ ‘ବ୍ଲୁମବର୍ଗ’ ପକ୍ଷରୁ ଚୀନର ବୃହତ୍‌ କୃଷିଜ ବ୍ୟବସାୟୀ, ଖାଦ୍ୟ ଦ୍ରବ୍ୟ ପ୍ରସ୍ତୁତକାରୀ କ˚ପାନି ତଥା ଖାଦ୍ୟ ବଜାର କ୍ଷେତ୍ରରେ ସକ୍ରିୟ ଗବେଷକଙ୍କୁ ପଚରା ଯାଇଥିବା ପ୍ରଶ୍ନର ଯେଉଁ ଏକ ଉତ୍ତର ମିଳିଛି ତାହା ହେଲା କୋଭିଡ୍‌ ପାନ୍‌ଡେମିକ୍‌ ପରବର୍ତ୍ତୀ କାଳରେ ଚୀନ ସହିତ ଅନେକ ରାଷ୍ଟ୍ରଙ୍କ ସ˚ପର୍କରେ ପରିଦୃଷ୍ଟ ହୋଇଥିବା ଅବନତିର ପୃଷ୍ଠଭୂମିରେ ଚୀନ ସରକାରଙ୍କ ଆଶଙ୍କା ଯେ ବିଦେଶରୁ ଚୀନ ଆମଦାନି କରୁଥିବା ଅନେକ ଖାଦ୍ୟ ଦ୍ରବ୍ୟର ସ୍ରୋତ ହଠାତ୍‌ ଶୁଷ୍କ ହୋଇଯାଇପାରେ। ଉଲ୍ଲେଖଯୋଗ୍ୟ ଯେ ଚୀନ ଯେତିକି କୃଷିଜ ଓ ଖାଦ୍ୟଦ୍ରବ୍ୟ ରପ୍ତାନି କରିଥାଏ, ତାର ପ୍ରାୟ ଦୁଇ ଗୁଣ ଆମଦାନି କରିଥାଏ। ୨୦୧୭ରେ ଚୀନ ୧୦୫ ବିଲିଅନ ଡଲାରର ଖାଦ୍ୟ ଦ୍ରବ୍ୟ ଆମଦାନି କରିଥିବା ବେଳେ ୬୦ ବିଲିଅନ ଡଲାର ମୂଲ୍ୟର ରପ୍ତାନି କରିଥିଲା। କୃଷିଜ ଓ ଖାଦ୍ୟ ଦ୍ରବ୍ୟ ବାଣିଜ୍ୟରେ ଏହି ନିଅଣ୍ଟ ଚୀନ ସାନ୍‌ଜୁରେ ଏକ ଛିଦ୍ର ତୁଲ୍ୟ ରହି ଆସିଛି। କୋଭିଡ ପାନ୍‌ଡେମିକ୍‌ କାଳୀନ ପରିସ୍ଥିତିରେ ଯୁକ୍ତରାଷ୍ଟ୍ର ଆମେରିକା ସହିତ ଚୀନର ତିକ୍ତତା ବୃଦ୍ଧି ପାଉଥିବାରୁ ଚୀନକୁ କେତେକ ଖାଦ୍ୟ ପଦାର୍ଥ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ଆଦୌ ଅମୂଳକ ନୁହେଁ। ଉଦାହରଣ ସ୍ବରୂପ ଚୀନ ସୋୟାବିନ୍‌ ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଉପରେ ସ˚ପୂର୍ଣ୍ଣ ରୂପେ ନିର୍ଭରଶୀଳ। ପୁଣି କେବଳ ସେତିକି ନୁହେଁ ଦକ୍ଷିଣ ଚୀନ ଏବେ ଉଭୟ ବନ୍ୟା ଓ ପଙ୍ଗପାଳ ବିତ୍ପାତ ଦ୍ବାରା ଆକ୍ରାନ୍ତ ଏବ˚ ସେଠାକାର ଅନେକ ଅଞ୍ଚଳ କରୋନା କାରଣରୁ ପ୍ରାୟ ନିବୁଜ ସ୍ଥିତିରେ ରହିଛି। ପ୍ରକାଶ ଥାଉ କି ଚୀନରେ ପ୍ରତି ବର୍ଷ ୩୫ ନିୟୁତ ଟନ୍‌ ଓଜନର ଖାଦ୍ୟ ଦ୍ରବ୍ୟ ନଷ୍ଟ ହୋଇଥାଏ, ଯାହା ଉତ୍ପାଦନର ୬ ପ୍ରତିଶତ। ସେଠାକାର ସରକାରଙ୍କ ବିଶ୍ବାସ ଯେ ଚୀନୀୟ ସମାଜରେ ଦ୍ରୁତ ଗତିରେ ବୃଦ୍ଧି ପାଇଥିବା ସ୍ବଚ୍ଛଳ ପରିବାରଗୁଡ଼ିକର ଚାହିଦା ପୂରଣ କରିବା ଲାଗି ଚୀନକୁ ଅଧିକରୁ ଅଧିକ ଖାଦ୍ୟ ଦ୍ରବ୍ୟ ଆମଦାନି କରିବାକୁ ହେଉଛି (୨୦୦୩ରେ ଚୀନର ଆମଦାନି ଥିଲା ମାତ୍ର ୧୪ ବିଲିଅନ ଡଲାର) ଏବ˚ ଖାଦ୍ୟ ନଷ୍ଟ କରିବା ପଛରେ ସେହି ବର୍ଗର ହିଁ ସବୁଠାରୁ ବଡ଼ ଭୂମିକା ରହିଛି। ଜଣାପଡ଼ିଛି ଯେ ଖୁବ୍‌ ଶୀଘ୍ର ଏ ନେଇ ଏକ ଆଇନ ପ୍ରବର୍ତ୍ତିତ ହେବାକୁ ଯାଉଛି। କେବଳ ସେତିକି ନୁହେଁ ଚୀନକୁ ଖାଦ୍ୟରେ ସ˚ପୂର୍ଣ୍ଣ ସ୍ବାବଲମ୍ବୀ କରିବାକୁ ଚୀନ ସରକାର ବଦ୍ଧପରିକର ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି।

ଏ ସ˚ଦର୍ଭରେ ‘ଵାର୍ଲଡ ଫୁଡ୍‌ ପ୍ରୋଗ୍ରାମ’ର ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ଡେଭିଡ୍‌ ବାସଲେଙ୍କ ଦ୍ବାରା ନିକଟରେ ଦିଆଯାଇଥିବା ଏକ ଚେତାବନୀ ପ୍ରଣିଧାନଯୋଗ୍ୟ। ସେ କହିଥିଲେ ଯେ ଜଳବାୟୁ ପରିବର୍ତ୍ତନ ସହିତ ଆହୁରି ଏଭଳି ଅନେକ କାରଣ ଉଭା ହେଲାଣି ଯାହା ସମଗ୍ର ପୃଥିବୀରେ ବାଇବେଲ୍‌ରେ ବର୍ଣ୍ଣିତ ଥିବା ଭଳି ଅତ୍ୟନ୍ତ ଭୟାବହ ଦୁର୍ଭିକ୍ଷ ଓ ଖାଦ୍ୟାଭାବ ସୃଷ୍ଟି କରିବ। କରୋନା ପାନ୍‌ଡେମିକ୍‌ ଜନିତ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ବା ସାମାଜିକ ସୁରକ୍ଷା ରକ୍ଷା ଭଳି ସ୍ଥିତି ଯାହା ସମଗ୍ର ବିଶ୍ବରେ ପ୍ରଗତିର ଚକକୁ ବନ୍ଦ କରି ଦେଇଛି, କୃଷି କ୍ଷେତ୍ରରେ ମଧୢ କୁପ୍ରଭାବ ପକାଇବା ସ୍ବାଭାବିକ। ସୁତରା˚, ଏହି କିଛି ବର୍ଷ ଭିତରେ ବିଶ୍ବର ଅନେକ ଜନବହୁଳ ରାଷ୍ଟ୍ର ଖାଦ୍ୟ ସ˚କଟର ସମ୍ମୁଖୀନ ହେବା ଅବଧାରିତ। ପୁନଶ୍ଚ କୋଭିଡ୍‌ ପାନ୍‌ଡେମିକ୍‌ କାଳୀନ ସ୍ଥିତି ଆଉ ଯାହା ଶିକ୍ଷା ପ୍ରଦାନ କରିଥାଉ ବା ନ ଥାଉ; ଏହା ଶିଖାଇ ଦେଇଛି ଯେ ରାଷ୍ଟ୍ରର ସ୍ବାର୍ଥ ଆଗରେ ଉଦାର ବଜାର ବ୍ୟବସ୍ଥା ଏକ ଅଚଳ ମୁଦ୍ରା ତୁଲ୍ୟ ମୂଲ୍ୟହୀନ ହୋଇଯାଇପାରେ। ସୁତରା˚, ଚୀନରେ ଉପୁଜିବାକୁ ଯାଉଥିବା ଖାଦ୍ୟ ସ˚କଟଜନିତ ସ୍ଥିତି ଆମ ମଧୢରେ ଏକ ବୈରୀସୁଲଭ ସନ୍ତୋଷ ଜାତ ନ କରି ଆମକୁ ଆହୁରି ଆଗକୁ ଦୃଷ୍ଟି ନିକ୍ଷେପ କରିବାର ସାମର୍ଥ୍ୟ ପ୍ରଦାନ କରିବା ଉଚିତ; କାରଣ କରୋନାଜନିତ ଖାଦ୍ୟ ସଂକଟ ଆମ ଲାଗି ମଧ୍ୟ ଏକ ବାସ୍ତବତାରେ ପରିଣତ ହୋଇପାରେ, ଯେଉଁ ସମସ୍ୟାର ଏକମାତ୍ର ସମାଧାନ ହେଉଛି ଖାଦ୍ୟ ଉତ୍ପାଦନରେ ସଂପୂର୍ଣ୍ଣ ଆତ୍ମନିର୍ଭରଶୀଳତା।