ଟିନା, ରିଟା, ମିନା, ମିଟା

ଇ˚ଲାଣ୍ତର ପ୍ରସିଦ୍ଧ କବି ଓ ଦାର୍ଶନିକ ହର୍ବର୍ଟ ସ୍ପେନ୍‌ସର ପ୍ରଥମେ ଏକ ଅଭିବ୍ୟକ୍ତିର ବ୍ୟବହାର କରିଥିଲେ, ଯାହାର ସ˚କ୍ଷିପ୍ତୀକରଣ ବା ଆକ୍ରୋନିମ୍‌ ଥିଲା ‘ଟିନା’, ଏବ˚ ସ˚ପ୍ରସାରିତ ଅଭିବ୍ୟକ୍ତିଟି ଥିଲା ‘ଦେୟାର ଇଜ ନୋ ଅଲ୍‌ଟରନେଟିଭ୍‌’ (There Is No Alternative) ଅର୍ଥାତ୍‌ ‘କୌଣସି ବିକଳ୍ପ ନାହିଁ’। ସେତେବେଳେ ସ୍ପେନ୍‌ସର ଯାହାକୁ ‘ନିର୍ବିକଳ୍ପ’ ବୋଲି ଅଭିହିତ କରିଥିଲେ, ତାହା ଥିଲା ପୁ˚ଜିବାଦ ଓ ଗଣତନ୍ତ୍ର। ପରବର୍ତ୍ତୀ କାଳରେ ଇ˚ଲାଣ୍ତର ଜାଠ ଦଳର ନେତ୍ରୀ ମାର୍ଗାରେଟ ଥାଚର ପ୍ରଧାନମନ୍ତ୍ରୀ ହେବା ପରେ ଏହି ଅଭିବ୍ୟକ୍ତିଟିକୁ ଏକ ସ୍ଲୋଗାନ୍‌ରେ ପରିଣତ କରିଦେଇଥିଲେ ଏବ˚ ସେହି ମର୍ମରେ ସେତେବେଳେ ଯାହାକୁ ‘ବିକଳ୍ପ ଶୂନ୍ୟ’ ବୋଲି ଥାଚର ମଣୁଥିଲେ, ତାହା ଥିଲା ‘ବଜାର ଅର୍ଥନୀତି’। ସ˚ପ୍ରତି ଭାରତର ରାଜନୈତିକ କ୍ଷେତ୍ରରେ ଏହି ‘ଟିନା’ ଶବ୍ଦର ବହୁଳ ବ୍ୟବହାର ପରିଦୃଷ୍ଟ ହେଉଛି; ଯାହା ମାଧୢମରେ ବିଶେଷଜ୍ଞମାନେ କେତେକ ରାଜନୈତିକ ପରିସ୍ଥିତିକୁ ବୁଝିବାକୁ ଓ ବୁଝାଇବାକୁ ଉଦ୍ୟମ କରୁଛନ୍ତି। ଉଦାହରଣ ସ୍ବରୂପ ଲଗାତାର ପାଞ୍ଚ ପାଳି ବିପୁଳ ସ˚ଖ୍ୟକ ବିଧାନସଭା ଆସନ ଜିଣି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି କ୍ଷମତା ଅଧିକାର କରିବାରେ ସମର୍ଥ ହୋଇଥିବା ପଛରେ ରହିଛି ‘ଟିନା’, କାରଣ ନବୀନଙ୍କ ସ୍ଥାନ ନେବା ଲାଗି କୌଣସି ବିକଳ୍ପ ହିଁ ନାହିଁ। ସେହିଭଳି ରାଷ୍ଟ୍ରର ନେତୃତ୍ବ ପ୍ରସଙ୍ଗରେ ସ˚ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାଗି ମଧୢ ସମାନ ଅଭିବ୍ୟକ୍ତିର ବ୍ୟବହାର କରାଯାଉଛି। ଏବଂ ଏକ ଭିନ୍ନ ପ୍ରସଙ୍ଗରେ ହେଉ ପଛକେ ଏହି ‘ଟିନା’ କ୍ଲବ୍‌ରେ ଗାନ୍ଧୀ ପରିବାର ସଦ୍ୟତମ ସଦସ୍ୟ ଭାବେ ଯୋଗ ଦେଇଛନ୍ତି। କ˚ଗ୍ରେସ ଦଳର ପୁନରୁତ୍‌ଥାନ ସକାଶେ ଦଳୀୟ ନେତୃତ୍ବର ମଙ୍ଗରୁ ଗାନ୍ଧୀ ପରିବାର ଅପସାରିତ ହେବାର ନିତାନ୍ତ ଆବଶ୍ୟକତା ରହିଛି ବୋଲି ଯେଉଁ ରାଜନୈତିକ ବିଶେଷଜ୍ଞମାନେ ଦୃଢ଼ ମତ ପୋଷଣ କରିଆସିଛନ୍ତି, ସେମାନେ ବର୍ତ୍ତମାନ ହୃଦୟଙ୍ଗମ କରି ସାରିଲେଣି ଯେ ହୁଏ’ତ ନିକଟ ଭବିଷ୍ୟତ୍‌ରେ ସେଭଳି କୌଣସି ସମ୍ଭାବନା ନାହିଁ।

ଏହା ପ୍ରାୟ ସମସ୍ତେ ଅବଗତ ଯେ କ˚ଗ୍ରେସର ନେତୃତ୍ବରେ ଅମଳିନ ଭାବେ ରହି ଆସିଥିବା ବ˚ଶବାଦକୁ ଭାରତୀୟ ନାଗରିକମାନେ ଗ୍ରହଣ କରୁନାହାନ୍ତି ଏବ˚ ନରେନ୍ଦ୍ର ମୋଦୀଙ୍କ ସ୍ଥାନରେ ଦେଶକୁ ନେତୃତ୍ବ ପ୍ରଦାନ କରିବା ଲାଗି ରାହୁଳ ଗାନ୍ଧୀ ଆଦୌ ଜଣେ ବିକଳ୍ପ ହୋଇ ନ ପାରନ୍ତି। ସୁତରା˚, କ˚ଗ୍ରେସକୁ ଗାନ୍ଧୀ ପରିବାରର ବାହାରୁ ସମର୍ଥ ନେତୃତ୍ବର ଅତ୍ୟନ୍ତ ଆବଶ୍ୟକତା ରହିଛି। ଏହା ମଧୢ ସତ ଯେ ସ˚ପ୍ରତି କ˚ଗ୍ରେସ ଦଳରେ ତରୁଣ ଏବ˚ ଅଭିଜ୍ଞମାନଙ୍କ ମଧୢରେ ଯୋଗ୍ୟ ବ୍ୟକ୍ତିଙ୍କ ଅଭାବ ନାହିଁ। ସେହି ପରିପ୍ରେକ୍ଷୀରେ ନିକଟରେ ତେଇଶ ଜଣ ବରିଷ୍ଠ କ˚ଗ୍ରେସ ନେତା (ପୂର୍ବତନ ମୁଖ୍ୟମନ୍ତ୍ରୀ ଏବ˚ ସା˚ସଦ ଅନ୍ତର୍ଭୁକ୍ତ) କ˚ଗ୍ରେସ ଦଳର କାର୍ଯ୍ୟକାରୀ ଅଧୢକ୍ଷା ସୋନିଆ ଗାନ୍ଧୀଙ୍କୁ ଏକ ପତ୍ର ଲେଖି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ କ˚ଗ୍ରେସର ନେତୃତ୍ବ ସହିତ ଏକ ଆମୂଳଚୂଳ ସା˚ଗଠନିକ ପରିବର୍ତ୍ତନ ଆବଶ୍ୟକ ବୋଲି ଜଣାଇଥିଲେ, ସେତିକି ବେଳେ ଏକ ଧାରଣା ସୃଷ୍ଟି ହୋଇଥିଲା ଯେ ଭାରତର ସର୍ବପୁରାତନ ରାଜନୈତିକ ଦଳ ଲାଗି ହୁଏ’ତ ସେହି ବହୁ ପ୍ରତୀକ୍ଷିତ କ୍ଷଣ ଉପସ୍ଥିତ, ଯହିଁରେ ଦଳରେ ସର୍ବବିଦ୍ୟମାନ ଥିବା ‘ହାଇ କମାଣ୍ତ’ ସ˚ସ୍କୃତିର ଅବସାନ ଘଟିପାରେ। କିନ୍ତୁ ଏହି ପତ୍ର ପ୍ରାପ୍ତି ପରେ ଆହୂତ ବୈଠକରେ ଏହି ଧାରଣା ଭୁଲ ବୋଲି ପ୍ରମାଣିତ ହୋଇଛି ଏବ˚ ସୋନିଆ ଗାନ୍ଧୀ ସବୁ ଥର ଭଳି ପୁନଶ୍ଚ ଅତ୍ୟନ୍ତ ପ୍ରଭାବଶାଳୀ ଢଙ୍ଗରେ କ˚ଗ୍ରେସ ଉପରେ ତାଙ୍କର (କହିବା ନିଷ୍ପ୍ରୟୋଜନ ଯେ ଗାନ୍ଧୀ ପରିବାରର ମଧୢ) ଏକାଧିପତ୍ୟ ସାବ୍ୟସ୍ତ କରିଛନ୍ତି।

ଏହାର କାରଣ କ’ଣ ହୋଇପାରେ ତାହା ନିରେଖି ଦେଖାଯାଉ। ଲାଲ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ ପରେ ୧୯୬୬ରେ ଯେତେବେଳେ ଇନ୍ଦିରା ଗାନ୍ଧୀ ଭାରତର ତୃତୀୟ ପ୍ରଧାନମନ୍ତ୍ରୀ ହୋଇଥିଲେ, ସେତିକି ବେଳେ ତାଙ୍କୁ ଦଳୀୟ ନିର୍ବାଚନର ସାମନା କରିବାକୁ ପଡ଼ିଥିଲା, ଯହିଁରେ ପ୍ରଧାନମନ୍ତ୍ରୀ ପଦ ଲାଗି ଆଶାୟୀ ମୋରାରଜୀ ଦେଶାଇଙ୍କୁ ସେ ପରାସ୍ତ କରିଥିଲେ। ପରବର୍ତ୍ତୀ କାଳରେ ଇନ୍ଦିରା ଗାନ୍ଧୀ ଦେଶକୁ ଏକ ଅତ୍ୟନ୍ତ ବଳିଷ୍ଠ ନେତୃତ୍ବ ପ୍ରଦାନ କରିବା ସହିତ ଦଳ ମଧୢରେ ଏଭଳି ନିରଙ୍କୁଶ ଆଧିପତ୍ୟ ପ୍ରତିଷ୍ଠା କରିଥିଲେ ଯେ ଦଳୀୟ ଗଣତନ୍ତ୍ର ସମାପ୍ତ ହୋଇଯାଇଥିଲା। ଏପରି କି ତାଙ୍କର ଅଚାନକ ନିଧନ ପରେ ଦଳରେ ଅନେକ ଅଭିଜ୍ଞ ଓ ବରିଷ୍ଠ ନେତା ଥିବା ସତ୍ତ୍ବେ ରାଜନୀତିର ଧାର ଧାରୁ ନ ଥିବା ତାଙ୍କ ପୁତ୍ର ରାଜୀବ ଗାନ୍ଧୀଙ୍କୁ ଆମନ୍ତ୍ରଣ କରି ତାଙ୍କ ହାତରେ କ˚ଗ୍ରେସର ନେତୃତ୍ବ ସମର୍ପଣ କରି ଦିଆଯାଇଥିଲା। କହିବା ବାହୁଲ୍ୟ ଯେ ରାଜନୀତି କ୍ଷେତ୍ରରେ ନବାଗତ ହୋଇଥିଲେ ସୁଦ୍ଧା ଇନ୍ଦିରା ଗାନ୍ଧୀଙ୍କ ଅନ୍ତେ ଦଳରେ ରାଜୀବ ଗାନ୍ଧୀଙ୍କ ପ୍ରଭାବ ମଧୢ ପ୍ରଶ୍ନାତୀତ ଥିଲା। ତେବେ ରାଜୀବ ଗାନ୍ଧୀଙ୍କ ଆକସ୍ମିକ ନିଧନ ପରବର୍ତ୍ତୀ କାଳରେ ଯେତେବେଳେ ନେତୃତ୍ବ ପି.ଭି. ନରସି˚ହ ରାଓଙ୍କ ହାତକୁ ଯାଇଥିଲା, ସେତିକି ବେଳେ ଦଳକୁ ଗାନ୍ଧୀ ପରିବାରର ପ୍ରଭାବ ବଳୟରୁ ଦୂରରେ ରଖିବା ଲାଗି ତାଙ୍କ ଉଦ୍ୟମରେ ବହୁ ବର୍ଷ ଧରି ହୋଇ ନ ଥିବା ଦଳୀୟ କର୍ମକର୍ତ୍ତା ନିର୍ବାଚନର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୧୯୯୨ର ଏହି ଦଳୀୟ ନିର୍ବାଚନରେ କିନ୍ତୁ ଦେଖିବାକୁ ମିଳିଥିଲା ଯେ ପି.ଭି. ନରସି˚ହ ରାଓଙ୍କ ସମର୍ଥିତ ପ୍ରାର୍ଥୀ (ପ୍ରଣବ ମୁଖାର୍ଜୀ ଇତ୍ୟାଦି)ମାନଙ୍କ ତୁଳନାରେ ଗାନ୍ଧୀ ପରିବାର ପ୍ରତି ଅନୁରକ୍ତ ପ୍ରାର୍ଥୀ (ଅର୍ଜୁନ ସି˚ହ ଇତ୍ୟାଦି) ବହୁ ଅଧିକ ଭୋଟ ପାଇ ଜିଣିଥିଲେ। ସେହିଭଳି ୧୯୯୬ରେ ଅନୁଷ୍ଠିତ ଆଉ ଏକ ଦଳୀୟ କର୍ମକର୍ତ୍ତା ନିର୍ବାଚନରେ ଗାନ୍ଧୀ ପରିବାର ଦ୍ବାରା ସମର୍ଥିତ ପ୍ରାର୍ଥୀ ଅଥଚ ଜଣେ ନେତା ଭାବେ ନିଷ୍ପ୍ରଭାବୀ ସୀତାରାମ କେଶରୀ ତାଙ୍କ ବିରୋଧରେ ଲଢୁଥିବା ସୁଦକ୍ଷ ଓ ଅଭିଜ୍ଞ କ˚ଗ୍ରେସ ନେତା ଶରଦ ପାଵାରଙ୍କୁ ବିପୁଳ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ଏହା ପରେ ଅନୁଷ୍ଠିତ ହୋଇଥିବା ଦଳୀୟ ନିର୍ବାଚନ(ଯାହା ‌େଶଷ ଦଳୀୟ ନିର୍ବାଚନ)ରେ ସୋନିଆ ଗାନ୍ଧୀ ୯୯% ଭୋଟ ଜିଣି ଦଳର ଅଧୢକ୍ଷା ହୋଇଥିଲେ, ଯେଉଁ ପଦରେ ସେ ଓ ତାଙ୍କ ପୁତ୍ର ରାହୁଳ ଗାନ୍ଧୀ ଏ ଯାବତ୍‌ ରହି ଆସିଛନ୍ତି।

ଏହା ସ୍ବତଃ ବୋଧଗମ୍ୟ କରାଇଥାଏ କ˚ଗ୍ରେସ ଦଳର ନେତୃତ୍ବ ଗାନ୍ଧୀ ପରିବାର ନିକଟରେ ରହୁ ବୋଲି ସ˚ଖ୍ୟାଧିକ ଦଳୀୟ କର୍ମକର୍ତ୍ତା ଚାହାନ୍ତି। କିନ୍ତୁ ପ୍ରଶ୍ନ ହେଉଛି ସୋନିଆ-ରାହୁଳ ଗାନ୍ଧୀଙ୍କ ନେତୃତ୍ବରେ କ˚ଗ୍ରେସ ଦାରୁଣ ଅବକ୍ଷୟର ଶିକାର ସତ୍ତ୍ବେ କାହିଁକି ଏହାର ନେତୃତ୍ବ ପରିବର୍ତ୍ତନ ଲାଗି କ˚ଗ୍ରେସର ସ˚ଖ୍ୟାଧିକ କର୍ମକର୍ତ୍ତା ଇଚ୍ଛୁକ ନୁହନ୍ତି? ଗୋଟିଏ କାରଣ ଏହା ହୋଇପାରେ ଯେ ଦୀର୍ଘ ଛଅ ଦଶନ୍ଧି ଧରି କ୍ଷମତାରେ ରହି ଆସିଥିବା କ˚ଗ୍ରେସ ଦଳର ନେତୃମଣ୍ତଳୀ ହୁଏ’ତ ସେମାନଙ୍କ ‘ଆରାମପ୍ରଦ ଇଲାକା’ରୁ ବାହାରିବାକୁ ଅନିଚ୍ଛୁକ। ସ˚ଘର୍ଷ ବଳରେ ଯୁଦ୍ଧର ମୋଡ଼ ବଦଳାଇ ପୁଣି ବିଜୟ ପଥକୁ ଫେରିବାକୁ ସେମାନେ ପ୍ରସ୍ତୁତ ନୁହନ୍ତି। ଏଣୁ ଏଭଳି ସ୍ଥିତାବସ୍ଥା ଜାରି ରହିଛି। ଏହି ସ୍ଥିତିରେ ପରିବର୍ତ୍ତନର କୌଣସି ଆଶା ନ ଦେଖି ଅନେକ ନେତା କ˚ଗ୍ରେସ ଶିବିର ପରିତ୍ୟାଗ କରିଛନ୍ତି ମଧ୍ୟ। କିନ୍ତୁ ଯେଉଁମାନେ ରହିଯାଉଛନ୍ତି ସେମାନେ ସ୍ଥିତାବସ୍ଥା ବା ‘ଷ୍ଟାଟସ କ୍ବ’ର ବାହକ ସାଜିଛନ୍ତି। ଏହା ସହିତ ଏହି ସତ୍ୟକୁ ମଧୢ ନଜରଅନ୍ଦାଜ କରାଯାଇ ନ ପାରେ ଯେ କ˚ଗ୍ରେସର ଏହି ଅତ୍ୟନ୍ତ ଖରାପ ସମୟରେ ମଧୢ ଯେଉଁ ୨୦% ସମର୍ଥକ (୨୦୧୯ ନିର୍ବାଚନରେ କ˚ଗ୍ରେସ ପାଇଥିଲା ୧୩ କୋଟି ଭୋଟ) ଦଳକୁ ଭୋଟ ଦେବାକୁ ପ୍ରସ୍ତୁତ, ସେମାନେ ଦୃଢ଼ମୂଳ ଭାବେ ଗାନ୍ଧୀ ପରିବାରର ସମର୍ଥକ। ବୋଧହୁଏ ବର୍ତ୍ତମାନ ସେଭଳି ଆକର୍ଷକ ଶକ୍ତି କ˚ଗ୍ରେସରେ ଅନ୍ୟ କୌଣସି ନେତାଙ୍କ ଠାରେ ନାହିଁ।

୨୦୧୮ ମସିହାରେ ନରେନ୍ଦ୍ର ମୋଦୀଙ୍କ ଅଖଣ୍ତ ପ୍ରଭାବ କାଳରେ ଅନୁଷ୍ଠିତ ତିନିଟି ରାଜ୍ୟ ବିଧାନସଭା ନିର୍ବାଚନରେ କ˚ଗ୍ରେସର ବିଜୟ ଉପରାନ୍ତ ସାମାଜିକ ଗଣମାଧୢମରେ ଯେଉଁ କିଛି କୌତୂହଳପ୍ରଦ ‘ଆକ୍ରୋନିମ୍‌’ ବହୁଳ ଭାବେ ପରିଦୃଶ୍ୟ ହୋଇଥିଲା, ସେଗୁଡ଼ିକ ଥିଲା ଏହିଭଳି: ‘ମୋଦୀ ଇଜ୍‌ ନୋ ଅଲ୍‌ଟରନେଟିଭ୍‌’ (Modi Is No Alternative) ବା ମୋଦୀ ଏକ ବିକଳ୍ପ ନୁହନ୍ତି ଅର୍ଥାତ୍‌ ‘ମିନା’; ତା ସହିତ ଯୋଡ଼ା ଯାଇଥିଲା ‘ରାହୁଳ ହିଁ ବିକଳ୍ପ (Rahul Is The Alternative) ଅର୍ଥାତ୍‌ ‘ରିଟା’। ଏହି ବିଜୟ କ˚ଗ୍ରେସ ଦଳକୁ କିଛିଟା ଆଶ୍ବସ୍ତି ପ୍ରଦାନ କରିଥିଲା ସତ, କିନ୍ତୁ ରାହୁଳ ଯେ ଜଣେ ବିକଳ୍ପ ତାହା ସାବ୍ୟସ୍ତ କରିବାକୁ ଯଥେଷ୍ଟ ନୁହେଁ। ଏବେ ଯଦି ସୋନିଆ-ରାହୁଳ ଗାନ୍ଧୀ ଦଳରେ ସେମାନଙ୍କର ଏକାଧିପତ୍ୟକୁ ଦେଖି ଆତ୍ମସନ୍ତୋଷରେ ଦ୍ରବୀଭୂତ ହୋଇଯାଆନ୍ତି ତେବେ ‘ରିଟା’ କଦାପି ସମ୍ଭବ ହେବନାହିଁ। ଅପର ପକ୍ଷରେ ମୋଦୀଙ୍କ ଲାଗି ‘ଟିନା’ ଅଧିକ ବଳିଷ୍ଠ ହୋଇ ତାହା ଅଚିରେ ମିଟା’ (Modi Is The Alternative) ବା ‘ମୋଦୀ ହିଁ ଏକମାତ୍ର ବିକଳ୍ପ’ରେ ପରିଣତ ହେବ।

ସମ୍ବନ୍ଧିତ ଖବର