ଜିଡିପି ଯନ୍ତ୍ରଣା

ମନେ ହୁଏ ଭାରତ ଓ ତା’ର ଭୂତପୂର୍ବ ଔପନିବେଶକ ଶାସକ ବ୍ରିଟେନ୍‌ ବର୍ତ୍ତମାନ ଭିନ୍ନ ଏକ ପ୍ରତିଯୋଗିତାରେ ବ୍ୟାପୃତ ଅଛନ୍ତି- ପୃଥିବୀର ବଡ଼ ବଡ଼ ଅର୍ଥନୀତି ମାନଙ୍କ ମଧୢରେ କିଏ ଚୀନା କରୋନା ଦ୍ବାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ରୋଚକ ଭାବରେ କରୋନା ମହାମାରୀ ଆରମ୍ଭର କେତେ ମାସ ତଳେ ଭାରତ ବ୍ରିଟେନ୍‌କୁ ସ୍ଥାନଚ୍ୟୁତ କରି ପୃଥିବୀର ପଞ୍ଚମ ବୃହତ୍ତମ ଅର୍ଥନୀତି ସ୍ଥାନ ଦଖଲ କରିଥିଲା। ବର୍ତ୍ତମାନ ବ୍ରିଟେନ୍‌ ଟିକିଏ ସନ୍ତୋଷ ଲାଭ କରୁଥାଇ ପାରେ ଯେ ସଦ୍ୟ ପ୍ରକାଶିତ ସୂଚନା ଅନୁସାରେ ବିଗତ ଚଉଠ ବର୍ଷରେ ବ୍ରିଟେନ୍‌କୁ ସ୍ଥାନଚ୍ୟୁତ କରି ଭାରତ ପୃଥିବୀର ସର୍ବାଧିକ କ୍ଷତିଗ୍ରସ୍ତ ବଡ଼ ଅର୍ଥନୀତିର ସ୍ଥାନ ଅଧିକାର କରିଛି।

ଗତ ମାସରେ ପ୍ରକାଶିତ ସୂଚନା ଅନୁସାରେ ଜୁନ୍‌ରେ ଶେଷ ହୋଇଥିବା ଚଉଠରେ ବ୍ରିଟେନ୍‌ର ଅର୍ଥନୀତିରେ ୨୦.୪ ଶତା˚ଶ ଅର୍ଥାତ୍‌ ଏକ-ପଞ୍ଚମା˚ଶରୁ ସାମାନ୍ୟ ଅଧିକ ସ˚କୋଚନ ଘଟିଥିଲା। ୧୯୫୫ରେ ପ୍ରଥମ ରେକର୍ଡ ପ୍ରକାଶିତ ହେବା ପର ଠାରୁ ସେ ଦେଶର ଅର୍ଥନୀତି ବା ଜିଡିପିରେ ଏହା ହେଉଛି ସର୍ବାଧିକ ସ˚କୋଚନ। ଏହାର ମୁଖ୍ୟ କାରଣ ଅବଶ୍ୟ ହେଉଛି କରୋନାଜନିତ ଲକ୍‌ଡାଉନ୍‌। ବର୍ତ୍ତମାନ ସଦ୍ୟ ପ୍ରକାଶିତ ପରିସ˚ଖ୍ୟାନ ଅନୁସାରେ ଭାରତୀୟ ଅର୍ଥନୀତି ପୁଣି ବ୍ରିଟେନ୍‌କୁ ପଛରେ ପକାଇ ଦେଇଛି- ଅବଶ୍ୟ ଏଥର ଏକ ତଳମୁହାଁ ଦୌଡ଼ରେ। ସେଇ ଜୁନ୍‌ରେ ଶେଷ ହୋଇଥିବା ଚଉଠ ବର୍ଷରେ ଭାରତୀୟ ଅର୍ଥନୀତି ବା ‘ଜିଡିପି’ରେ ଘଟିଥିବା ସ˚କୋଚନ ହାର ହେଉଛି ୨୩.୯ ଶତା˚ଶ ବା ଏକ-ଚତୁର୍ଥା˚ଶରୁ ସାମାନ୍ୟ କମ୍‌। ସୂଚନାଯୋଗ୍ୟ ବିଗତ ଚାରି ଦଶନ୍ଧିରେ ଏହା ହେଉଛି ସର୍ବୋଚ୍ଚ ସ˚କୋଚନ ହାର। ଏହା ମଧୢ ଉଲ୍ଲେଖଯୋଗ୍ୟ ଯେ ଯଦି ପରବର୍ତ୍ତୀ ଚଉଠରେ ମଧୢ ଦେଶର ‘ଜିଡିପି’ରେ ବୃଦ୍ଧି ଦେଖା ନ ଦେଇ ସ˚କୋଚନ ଅବ୍ୟାହତ ରହେ, ତେବେ ଭାରତୀୟ ଅର୍ଥନୀତି ବିଧିବଦ୍ଧ ଭାବରେ ଅବସ୍ଫୀତି ବା ‘ରିସେସନ୍‌’ରେ ପ୍ରବେଶ କଲା ବୋଲି ଘୋଷିତ ହେବ। ଶେଷ ଥର ୧୯୮୦ରେ ଏହା ଘଟିଥିଲା।

ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆମ ଅର୍ଥନୀତିର ଏହି ଅସୁସ୍ଥତାର କାରଣ ଏବେ ହେଉଛି କୋଭିଡ୍‌। କିନ୍ତୁ ଦୁର୍ବଳ ଶରୀରକୁ ବ୍ୟାଧି ସହଜରେ ଆକ୍ରାନ୍ତ କରିବା ଭଳି କରୋନାର ଆବିର୍ଭାବ ପୂର୍ବରୁ ଭାରତୀୟ ଅର୍ଥନୀତିର ସ୍ବାସ୍ଥ୍ୟ ଏତେ ଭଲ ନଥିଲା। ଗତ ବର୍ଷ ଦେଶରେ ବେକାରି ହାର ବିଗତ ୪୫ ବର୍ଷ ମଧୢରେ ଥିଲା ସର୍ବୋଚ୍ଚ। ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ଅତୀତର ୮-୧୦ ଶତା˚ଶରୁ ଖସି ଏକ ଅପେକ୍ଷାକୃତ ନଗଣ୍ୟ ୪.୭ ଶତା˚ଶ ହୋଇ ଯାଇଥିଲା। ୨୦୧୬-୧୭ରେ ପ୍ରବର୍ତ୍ତିତ ହୋଇଥିବା ଦୁଇ ଅସ୍ଥିରତା-ସୃଷ୍ଟିକାରୀ ଅର୍ଥନୈତିକ ସ˚ସ୍କାର କାର୍ଯ୍ୟକ୍ରମ- ବିମୁଦ୍ରୀକରଣ ଓ ‘ଦ୍ରବ୍ୟ ଓ ସେବା କର’ (ଜିଏସ୍‌ଟି) ଯୋଗୁଁ ବାଧାପ୍ରାପ୍ତ ଅର୍ଥନୀତି ପୁଣି ନିଜ ଗୋଡ଼ରେ ସଳଖି ଛିଡ଼ା ହେବା ପାଇଁ ଚେଷ୍ଟା କରୁଥିବା ବେଳେ ଦେଖାଦେଲା ବିଶ୍ବବ୍ୟାପୀ ମହାମାରୀ ସୃଷ୍ଟି କରିଥିବା ଚୀନା କରୋନା।

ଏହି ପୀତ ଆତଙ୍କର ନିଶ୍ଚିତ ମୁକାବିଲା କୌଶଳ କାହାରିକୁ ଜଣାନାହିଁ, କିନ୍ତୁ ଏବେ ବି ପ୍ରାଣ ବିକଳରେ ଯେଉଁ ଏକ ମାତ୍ର ପନ୍ଥା ପୃଥିବୀର ସବୁ ଦେଶମାନେ ଅବଲମ୍ବନ କରି ଚାଲିଛନ୍ତି, ତାହା ହେଲା ସମସ୍ତଙ୍କର ଏବେ ଦେହଘଷିଆ ହୋଇ ସାରିଥିବା ଲକ୍‌-ଡାଉନ୍‌ ଓ ତାହାର ଅଧିକ କଠୋର ସ˚ସ୍କରଣ ସଟ୍‌-ଡାଉନ୍‌। ଭାରତ ଯେତେବେଳେ ମାର୍ଚ୍ଚରେ ଏକ ଦେଶବ୍ୟାପୀ ଲକ୍‌-ଡାଉନ୍‌ ଆରମ୍ଭ କଲା, ଏପରି କରିବାରେ ଆମେ ଥିଲୁ ଏକ ଅଗ୍ରଣୀ ପ୍ରମୁଖ ଦେଶ। ଦେଶର ବିଶାଳତା ଓ ଜଟିଳତା ସତ୍ତ୍ବେ ଏ ପରି ଏକ ଦୃଢ଼ ପଦକ୍ଷେପ ନେଇପାରି ଭାରତ ବିଶ୍ବ ସମୁଦାୟ ସମ୍ମୁଖରେ ଏକ ଆଶାର ଆଲୋକ ଜଳାଇଥିଲା ଓ ସମସ୍ତଙ୍କର ପ୍ରଶ˚ସା ଭାଜନ ହୋଇଥିଲା।

ଦୀର୍ଘଦିନ ଧରି ଲକ୍‌ଡାଉନ୍‌ କିନ୍ତୁ ଅର୍ଥନୀତିର ଉଭୟ ଯୋଗାଣ ପାର୍ଶ୍ବ ଓ ଚାହିଦା ପାର୍ଶ୍ବକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଲୋକମାନେ ଘର ଭିତରେ ବନ୍ଦ ହୋଇ ରହିଥିବା ବେଳେ ଦ୍ରବ୍ୟ ଓ ସେବାର ଚାହିଦାରେ ଶିଥିଳତା ଦେଖା ଦେଇଥାଏ। ସେମାନେ ଅତ୍ୟାବଶ୍ୟକ ଦ୍ରବ୍ୟ ଓ ସେବା ଅନ୍‌ଲାଇନ୍‌ ବାଟରେ କିମ୍ବା ବଜାରରୁ ନିୟନ୍ତ୍ରିତ ସୀମିତ କ୍ରୟ ମାଧୢମରେ ସ˚ଗ୍ରହ କରିଥାନ୍ତି। କିନ୍ତୁ ଏକ ଆଧୁନିକ ଦ୍ରୁତବର୍ଦ୍ଧିଷ୍ଣ ଅର୍ଥନୀତିର ଚାହିଦା ପାର୍ଶ୍ବର ମୁଖ୍ୟ ଅ˚ଶ ହୋଇଥାଏ ଗ୍ରାହକମାନେ କରୁଥିବା ଇଚ୍ଛାଧୀନ ବ୍ୟୟ (ଡିସ୍‌କ୍ରେସନାରି ସ୍ପେଣ୍ତିଙ୍ଗ୍‌)- ଅତ୍ୟାବଶ୍ୟକ ବାଧୢତାମୂଳକ ବ୍ୟୟ ନୁହେଁ। ଲକ୍‌ଡାଉନ୍‌ ଅନୁଭୂତି ଥିବା କେହି ଦ୍ବିମତ ହେବେ ନାହିଁ ଯେ ଏହି ସମୟରେ ସେମାନେ ନିଜ ନିଜର ଇଚ୍ଛାଧୀନ ଖର୍ଚ୍ଚରେ ବ୍ୟାପକ ହ୍ରାସ ଘଟାଇଛନ୍ତି (ଯେମିତି ନୂଆ ପୋଷାକ, ଜୋତା, ଘରେ ନ ଖାଇ ହୋଟେଲ୍‌ ଯିବା, ଭ୍ରମଣ ଇତ୍ୟାଦି)। ପ୍ରଥମ ଅବସ୍ଥାରେ ଘର ଭିତରେ ବନ୍ଦ ହୋଇ ରହିଥିବାରୁ ଏଭଳି ଖର୍ଚ୍ଚରେ ସ˚କୋଚନ ଘଟିଥିଲା, ପରେ ପରେ ନିଯୁକ୍ତି ହରାଇବା ଓ ଦରମା କାଟ ଯୋଗୁଁ ଲୋକମାନଙ୍କ ଆୟରେ ହ୍ରାସ ଘଟିବାରୁ ସେମାନଙ୍କର ଖର୍ଚ୍ଚ କରିବା କ୍ଷମତା ମଧୢ ହ୍ରାସ ପାଇବାକୁ ଲାଗିଲା। ଏଣୁ ତା’ ସହିତ ତାଳ ଦେଇ ବଜାରରୁ ଚାହିଦା ଉଭାନ୍‌ ହେବାକୁ ଲାଗିଲା।

ଚାହିଦାର ମୂୂଳଦୁଆ ଉପରେ ହିଁ ଯୋଗାଣର ଅଟ୍ଟାଳିକା ନିର୍ମିତ ହୋଇଥାଏ। ଚାହିଦା ନଥିଲେ ଉତ୍ପାଦନର ଆବଶ୍ୟକତା ନ ଥାଏ, ତେଣୁ ନିବେଶ ମଧୢ ଅନୁରୂପ ଭାବରେ ସ˚କୁଚିତ ହୋଇଥାଏ। ଏକ ଦେଶର ମୋଟ ଜାତୀୟ ଉତ୍ପାଦ (ଜିଡିପି) ହିସାବ କରି ବାହାର କରିବାର ଗୋଟିଏ ଉପାୟ ହେଉଛି ଘରୋଇ ଖାଉଟି ଖର୍ଚ୍ଚ, ସରକାରୀ ଖାଉଟି ଖର୍ଚ୍ଚ, ନିବେଶ ଏବ˚ ନିଟ୍‌ ରପ୍ତାନି (ରପ୍ତାନି ବିଯୁକ୍ତ ଆମଦାନି)କୁ ଯୋଗ କରି ତା’ର ମୂଲ୍ୟ ନିରୂପଣ କରିବା। ବର୍ତ୍ତମାନ ପ୍ରକାଶ ପାଇଥିବା ବିତ୍ତ ବର୍ଷର ପ୍ରଥମ ଚଉଠରୁ ଉପଲବ୍‌ଧ ସୂଚନା ଅନୁସାରେ ବିତ୍ତ ବର୍ଷର ପ୍ରଥମ ତିନି ମାସରେ ମୋଟ ଘରୋଇ ଖାଉଟି ବ୍ୟୟରେ ହ୍ରାସ ଘଟିଛି ୨୬.୭ ଶତା˚ଶ ବା ଏକ ଚତୁର୍ଥା˚ଶରୁ ଅଧିକ। ତା’ର ଫଳ ସ୍ବରୂପ ନିବେଶ ବ୍ୟୟରେ ହ୍ରାସ ଘଟିଛି ୪୭.୧ ଶତା˚ଶ।

ଯେତେବେଳେ ପ୍ରବାସୀ ଶ୍ରମିକମାନେ ନିଜ ନିଜ ଘରକୁ ବାହୁଡ଼ିବା ଆରମ୍ଭ କଲେ କେବଳ ଯେ କାରଖାନା ଉତ୍ପାଦନ ବ୍ୟାହତ ହେଲା, ତାହା ନୁହେଁ, ବିଭିନ୍ନ ଭିତ୍ତିଭୂମି ନିର୍ମାଣ ପ୍ରକଳ୍ପମାନ ଗୁରୁତର ଭାବରେ ବାଧାପ୍ରାପ୍ତ ହେଲା। ଏହା ଯୋଗୁଁ ନିବେଶ ବ୍ୟୟ ଗୁରୁତର ଭାବେ ସ˚କୁଚିତ ମଧୢ ହେଲା। ବିଗତ ବର୍ଷମାନଙ୍କରେ ‘ଜିଡିପି’ରେ ସରକାରୀ ବ୍ୟୟର ଅ˚ଶ ୮-୧୩ ଶତା˚ଶ ହେବା ଦେଖାଯାଇଛି। ବର୍ତ୍ତମାନ ପ୍ରକାଶିତ ସୂଚନା ଅନୁସାରେ ବର୍ଷର ପ୍ରଥମ ଚଉଠ ଜିଡିପିରେ ସରକାରୀ ବ୍ୟୟର ଅ˚ଶ ୧୮.୧ ଶତା˚ଶ ହୋଇଛି। ଗତ ପ୍ରାୟ ଦୁଇ ଦଶନ୍ଧି ମଧୢରେ ଏହା ହେଉଛି ସର୍ବାଧିକ। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଏହି ଚଉଠରେ ସରକାରୀ ଖର୍ଚ୍ଚରେ ୧୬.୪ ଶତା˚ଶ ବୃଦ୍ଧି ଘଟି ଏହି ସ୍ତରରେ ପହଞ୍ଚିଛି। ଯଦି ସରକାରୀ ଖର୍ଚ୍ଚରେ ଏହି ବୃଦ୍ଧି ଘଟି ନ ଥାନ୍ତା, ତାହେଲେ ଅର୍ଥନୀତିରେ ସ˚କୋଚନ ହାର ଅଧିକ ହୋଇଥାନ୍ତା।

ଯଦି ବର୍ତ୍ତମାନ ପ୍ରକାଶିତ ଜିଡିପି ହିସାବରୁ ସରକାରୀ ଖର୍ଚ୍ଚ ଅ˚ଶକୁ ବାଦ୍‌ ଦିଆଯାଏ, ତେବେ ଦେଖାଯିବ ଯେ ଅର୍ଥନୀତିର ଅଣ ସରକାରୀ ଅ˚ଶରେ ଯେଉଁ ସ˚କୋଚନ ଘଟିଛି, ତାହା ହେଉଛି ୨୯.୩ ଶତା˚ଶ, ଯାହା ସାମଗ୍ରିକ ଅର୍ଥନୀତିର ଉପରୋକ୍ତ ସ˚କୋଚନ ହାରଠାରୁ ପ୍ରାୟ ୫ ଶତା˚ଶ ଅଧିକ। ଏଥିରୁ ଯାହା ସ୍ପଷ୍ଟ ହୋଇଥାଏ, ତାହା ହେଲା ଅର୍ଥନୀତିର ବେସରକାରୀ ଅ˚ଶରେ ଦ୍ରୁତ ସମ୍ପ୍ରସାରଣ ଅପରିହାର୍ଯ୍ୟ। ଏଥିପାଇଁ ଚାହିଦାକୁ ପ୍ରୋତ୍ସାହନ ପ୍ରଦାନ ଜରୁରୀ ଏବ˚ ସରକାରୀ ଖର୍ଚ୍ଚ ବୃଦ୍ଧି କରି ହିଁ ତାହା ହାସଲ କରାଯିବା ବ୍ୟତୀତ ଅନ୍ୟ ଉପାୟ ନାହିଁ। ବର୍ତ୍ତମାନ ତେଣୁ ସରକାର ଏକ ବିଶାଳ ରାଜକୋଷୀୟ ପ୍ରୋତ୍ସାହନ ଦେବା ପାଇଁ ଆଗେଇ ଆସିବା ଉଚିତ୍‌।

ସମ୍ବନ୍ଧିତ ଖବର