ଜଣେ ଆଦର୍ଶ ଛାତ୍ରର ଗୁଣ କିଭଳି ହେବା ଉଚିତ, ତାହା ବର୍ଣ୍ଣନା କରିବାକୁ ଯାଇ ଚାଣକ୍ୟଙ୍କ ବାଣୀ ଭାବେ ଲୋକମୁଖରେ ଯାହା ଶୁଣିବାକୁ ମିଳିଥାଏ, ତାହା ହେଲା ‘କାକ ସ୍ନାନ, ବକ ଧୢାନ ଏବ˚ ଶ୍ବାନ ନିଦ୍ରା। ଏହି ସ୍ତମ୍ଭର ପାଠକପାଠିକାମାନଙ୍କ ସକାଶେ ବୋଧହୁଏ ଏହି ତିନି କ୍ଷୁଦ୍ର ଅଭିବ୍ୟକ୍ତିର ଅର୍ଥ ବୁଝାଇବାର କୌଣସି ଆବଶ୍ୟକତା ନାହିଁ। କିନ୍ତୁ ସ˚ପ୍ରତି ଦୃଷ୍ଟିଗୋଚର ହେଉଥିବା ଏକ ପରିସ୍ଥିତିରେ ଏଭଳି କହିଲେ ଭୁଲ ହେବନାହିଁ ଯେ ଏହି ତିନିଟି ଯାକ ଗୁଣ ବହନ କରୁଥିବା ଜଣେ ଛାତ୍ର ବା ଛାତ୍ରୀ ଆଦର୍ଶ ସ୍ଥାନୀୟ ହୋଇ ନ ପାରେ। କାରଣ, ଅନେକ ଛାତ୍ରଛାତ୍ରୀଙ୍କ ଧୢାନର କେନ୍ଦ୍ର ତଥା ଧେୢୟ ଏବେ ଅଧୢୟନ ନ ହୋଇ ‘ପବ୍ଜି’(PUBG ବା Player’s Unknown Battle Ground) ନାମକ ଭିଡିଓ ଗେମ୍ ହୋଇଯାଇଛି ଏବ˚ ଏହି ଗେମ୍ରେ ଅଦ୍ବିତୀୟ ନୈପୁଣ୍ୟ ହାସଲ କରିବା ସକାଶେ ସେମାନେ ନିଜ ଆହାର, ବିହାର ଓ ନିଦ୍ରା ଆଦି ମଧୢ ବିସ୍ମରି ଯାଇଛନ୍ତି। ଏହି ପରିପ୍ରେକ୍ଷୀରେ ଗଲା ବୁଧବାର ଦିନ ଭାରତ ସରକାର ‘ପବ୍ଜି’ ସମେତ ୧୧୮ଟି ଚୀନା ଆପ୍କୁ ନିଷେଧ କରିଥିବାର ଘୋଷଣା ଏବ˚ ଏ ନେଇ ସୃଷ୍ଟ ପ୍ରତିକ୍ରିୟା ଏକ ସ˚କ୍ଷିପ୍ତ ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଛି। ଏହା ଯଦିଓ ଅଗଣିତ ‘ପବ୍ଜି’ ନିଶାଗ୍ରସ୍ତଙ୍କୁ ଘୋର ମାନସିକ ଧକ୍କା ପ୍ରଦାନ କରିଛି, ତେବେ ଉଲ୍ଲେଖଯୋଗ୍ୟ ହେଲା ଗଲା ମାସଟିଏ ଧରି ଏହି ଆପ୍ ଉପରେ ସରକାରଙ୍କ ତୀକ୍ଷ୍ଣ ନଜର ରହିଥିଲା। ଚୀନ ସହିତ ସୃଷ୍ଟି ହୋଇଥିବା ସୀମା ବିବାଦ ଓ ସ˚ଘର୍ଷ ପୃଷ୍ଠଭୂମିରେ ଦେଖିଲେ ‘ଟିକ୍ଟକ୍’ ପରେ ‘ପବ୍ଜି’ ହେଉଛି ଅନ୍ୟତମ ସର୍ବାଧିକ ଲୋକପ୍ରିୟ ଆପ୍ ଯାହାର ନିଷେଧାଦେଶ ଏକ ମୃଦୁ ଭୂକ˚ପ ସୃଷ୍ଟି କରିଛି। କିନ୍ତୁ ରାଷ୍ଟ୍ର ଓ ସାର୍ବଭୌମତ୍ବ ପରିପ୍ରେକ୍ଷୀରେ ‘ଭର୍ଚ୍ୟୁଆଲ ରିଏଲିଟି’ ବା ପ୍ରତୀୟମାନ ବାସ୍ତବତା ଯେ ‘ପ୍ରକୃତ ବାସ୍ତବତା’ ତୁଳନାରେ ଅତ୍ୟନ୍ତ ଗୌଣ ତାହା ସ୍ବୀକାର୍ଯ୍ୟ।
ଏହି ସ୍ତମ୍ଭର ଯେଉଁ ପାଠକପାଠିକାମାନେ ‘ପବ୍ଜି’ ସ˚ପର୍କରେ ବିଶେଷ ଅବଗତ ନ ଥିବେ, ସେମାନଙ୍କୁ ସୂଚାଇ ଦେବା ଉଚିତ ହେବ ଯେ ‘ପବ୍ଜି’ ଏକ ପୁରୁଣା ଫର୍ମାଟ ଉପରେ ପ୍ରତିଷ୍ଠିତ ଗେମ୍, ଯେଉଁ ଫର୍ମାଟ ଅନେକ ବର୍ଷ ତଳେ ଭିଡିଓ ଗେମ୍ର ପ୍ରାରମ୍ଭ କାଳରେ ଦେଖିବାକୁ ମିଳୁଥିଲା, ଯହିଁରେ ଖେଳୁଥିବା ବ୍ୟକ୍ତି ଏକ ବନ୍ଧୁକଧାରୀ ଭୂମିକାରେ ଅବତୀର୍ଣ୍ଣ ହୋଇ ଶତ୍ରୁଙ୍କୁ ଗୁଳିବିଦ୍ଧ କରି ପଏଣ୍ଟ ହାସଲ କରିଥାଏ ବା ଶତ୍ରୁ ଦ୍ବାରା ଗୁଳିବିଦ୍ଧ ହୋଇ ମରଯିବା ପରେ ପୁନର୍ବାର ଗେମ୍ଟିକୁ ଆରମ୍ଭ କରିଥାଏ। କିନ୍ତୁ ପ୍ରଯୁକ୍ତିର ବିକାଶ ‘ପବ୍ଜି’କୁ ଏମିତି କିିଛି ବୈଶିଷ୍ଟ୍ୟ ପ୍ରଦାନ କରିଛି, ଯାହା ଫଳରେ ଏହାକୁ ଅବିଶ୍ବସନୀୟ ଲୋକପ୍ରିୟତା ମିଳିଛି ଏବଂ ଏହି ଫର୍ମାଟ୍ର ଅନ୍ୟ ସବୁ ଗେମ୍ ଏହା ସାମନାରେ ସ˚ପୂର୍ଣ୍ଣ ନିଷ୍ପ୍ରଭ ହୋଇ ଯାଇଛନ୍ତି। ସ˚ପ୍ରତି ସ୍ମାର୍ଟ ଫୋନ୍ରେ ଉପଲବ୍ଧ ହେଉଥିବା ଏହି ଗେମ୍କୁ ଜଣେ ଏକୁଟିଆ ଖେଳି ପାରନ୍ତି ବା ବନ୍ଧୁମାନଙ୍କ ଏକ ଦଳ ଗଢ଼ି ଅନ୍ୟ ଏକ ଦଳ ସହିତ ଏକ ପ୍ରତୀୟମାନ ଯୁଦ୍ଧରେ ଉଭା ହୋଇ ଘମାଘୋଟ ସ˚ଘର୍ଷ କରିପାରନ୍ତି। ଏହା ବ୍ୟତୀତ ଏହି ଗେମ୍କୁ ପରିଚାଳନା କରିବା ସହଜ ହୋଇଥିବାରୁ ଏହା ଅଧିକ ‘ଗେମର୍’ (ଖେଳାଳି)ମାନଙ୍କୁ ଆକର୍ଷିତ କରିପାରିଛି। ‘ସେନସସ୍ ଟାଵାର୍’ ନାମକ ଏକ ଅନୁଷ୍ଠାନର ଆକଳନ କହିଥାଏ ଯେ ଭାରତରେ ଡାଉନ୍ଲୋଡ୍ କରାଯାଇଥିବା ବିଭିନ୍ନ ‘ଆପ୍’ ମଧୢରୁ କେବଳ ‘ପବ୍ଜି’ର ଅ˚ଶ ହେଉଛି ୨୪% ଅର୍ଥାତ୍ ପ୍ରାୟ ଚାରି ଭାଗରୁୁ ଭାଗେ। ବର୍ତ୍ତମାନ ଭାରତରେ ‘ପବ୍ଜି’ ଆପ୍ର ‘ଇନ୍ଷ୍ଟଲେସନ୍’ ସ˚ଖ୍ୟା ହେଉଛି ୧୭ କୋଟି ୫୦ ଲକ୍ଷ। ଏହା ସହିତ ‘ପବ୍ଜି’ ଖେଳଟି ଏଭଳି ନିଶା ସୃଷ୍ଟି କରିଥାଏ ଯେ ଏହାର ‘ଗେମର୍’ମାନେ ସ˚ପୂର୍ଣ୍ଣ ଆତ୍ମବିସ୍ମୃତ ହୋଇ ଅଭାବନୀୟ ପରିସ୍ଥିତି ସୃଷ୍ଟିର କାରଣ ମଧୢ ହୁଅନ୍ତି। ସେଥିଲାଗି ଗୁଜୁରାଟର ରାଜକୋଟରେ ପୁଲିସ ବିଭିନ୍ନ ସର୍ବସାଧାରଣ ସ୍ଥାନରୁ ‘ପବ୍ଜି ପାଗଳ’ମାନଙ୍କୁ ତଡ଼ିବାର ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଥିବାରେ ଆଶ୍ଚର୍ଯ୍ୟ ହେବାର ବିଶେଷ କାରଣ ନାହିଁ।
ଏଭଳି ଏକ ପରିପ୍ରେକ୍ଷୀରେ ‘ପବ୍ଜି’ର ନିଷେଧାଦେଶ ଏହାର ବ୍ୟବହାରକାରୀଙ୍କୁ ସ˚ପୂର୍ଣ୍ଣ ବିଷାଦଗ୍ରସ୍ତ କରି ପକାଇବା ସହିତ ଏହି ବର୍ଗକୁ ଦୁଇ ଭାଗରେ ବିଭାଜିତ କରି ପକାଇଛି। ଏମାନଙ୍କ ମଧୢରୁ ଗୋଟିଏ ଗୋଷ୍ଠୀ ସେମାନଙ୍କ ଜୀବନରୁ ‘ପବ୍ଜି’ ଅନ୍ତର୍ଧାନ ହୋଇଯିବାର ନିଶ୍ଚିତତା ଦ୍ବାରା ମୁହ୍ୟମାନ ହୋଇ ଏହି ନିଷ୍ପତ୍ତି ବିରୋଧରେ ଯୁକ୍ତି କରୁଥିବା ଶୁଣିବାକୁ ମିଳିଲାଣି। ସେମାନଙ୍କ ଯୁକ୍ତି ହେଲା ଏହି ଖେଳ ଏକ ନିଶାରେ ପରିଣତ ହୋଇ ତୁରଣ ପିଢ଼ିକୁ ସେମାନଙ୍କ ମୂଳ ଲକ୍ଷ୍ୟରୁ ବିଚ୍ୟୁତ କରୁଛି ବୋଲି ଯଦି ଆରୋପ କରାଯାଏ, ତେବେ ସେହି ପରିପ୍ରେକ୍ଷୀରେ କ୍ରିକେଟ୍ ବା ସେହି ଭଳି ଅନ୍ୟାନ୍ୟ କ୍ରୀଡ଼ା କ’ଣ ସମ ପରିମାଣରେ ଦୋଷଯୁକ୍ତ ନୁହନ୍ତି? ‘ପବ୍ଜି’ ଗେମ୍ଟିି ଯୁଦ୍ଧ, ଆକ୍ରମଣ, ହତ୍ୟା ଆଦି ବିଷୟବସ୍ତୁ ଉପରେ ଆଧାରିତ ହୋଇଥିବାରୁ ଏହାକୁ ଖେଳୁଥିବା କିଶୋର ବା କିଶୋରୀମାନଙ୍କ ମନରେ ଏହା ‘ଆଗ୍ରେସନ୍’ ବା ‘ଆକ୍ରମଣାତ୍ମକ ଭାବନା’ ସୃଷ୍ଟି କରିଥାଏ ବୋଲି ବାରମ୍ବାର ଶୁଣାଯାଉଥିବା ଏକ ଅଭିଯୋଗର ଉତ୍ତରରେ ସେମାନେ ଯୁକ୍ତି କରନ୍ତି ଯେ ତେବେ ମୁଷ୍ଟି ଯୁଦ୍ଧ ବା କୁସ୍ତି ବା ଅନ୍ୟ କୌଣସି ସମର କଳା ସମ୍ବନ୍ଧିତ କ୍ରୀଡ଼ାକୁ କାହିଁକି ସମ୍ମାନଜନକ କ୍ରୀଡ଼ା ଶୃଙ୍ଖଳା ଭାବେ ମାନ୍ୟତା ଦିଆଯାଉଛି? ସେମାନଙ୍କ ମତରେ ଯଦି ବାସ୍ତବ ପେସାଦାର କ୍ରୀଡ଼ାର ସମାନ୍ତରାଳ ଭାବେ ଭବିଷ୍ୟତ୍ରେ ପେସାଦାର ‘ଭର୍ଚ୍ୟୁଆଲ୍ ଗେମ୍ ଟୁର୍ନାମେଣ୍ଟ’ର ଆୟୋଜନ କରାଯିବ, ତେବେ ବୁଝିବାକୁ ହେବ ଯେ ‘ପବ୍ଜି’ ତାର ମୂଳଦୁଆ ପକାଇ ସାରିଲାଣି। କାରଣ ନିକଟରେ ‘ପବ୍ଜି’ ମୋବାଇଲ୍ କ୍ୟା˚ପସ୍ ଚା˚ପିଅନ୍ସିପ୍ରେ ଦେଶର ୧୦୦୦ଟି କଲେଜର ପ୍ରାୟ ୨.୫ ଲକ୍ଷ ଛାତ୍ରଛାତ୍ରୀ ଭାଗ ନେଇ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଲାଗି ଖେଳିଥିଲେ; ଯହିଁରେ ମାତ୍ର ପନ୍ଦର ବା ଷୋହଳ ବର୍ଷ ବୟସର ବିଜେତାମାନେ ଲକ୍ଷାଧିକ ଟଙ୍କା ଜିଣିଥିଲେ। ସେମାନେ ଏହା ମଧୢ କହିଥାଆନ୍ତି ଯେ ଏଥିରେ ସଫଳ ହେବା ଲାଗି ବିଭିନ୍ନ କ୍ରୀଡ଼ାବିତ୍ମାନଙ୍କ ଭଳି ‘ଗେମର୍’ମାନଙ୍କୁ ଅଧୢବସାୟ କରିବାକୁ ପଡ଼ିଥାଏ।
କିନ୍ତୁ ସତ କହିଲେ ଉପରେ ପ୍ରଦତ୍ତ ଯୁକ୍ତିଗୁଡ଼ିକ ସା˚ପ୍ରତିକ ଭାରତ-ଚୀନା ସ˚ପର୍କ ପରିପ୍ରେକ୍ଷୀରେ ଆଦୌ ଗ୍ରହଣୀୟ ହୋଇ ପାରୁନାହିଁ। କାରଣ ସରକାରଙ୍କ ଆଦେଶ ‘ଗେମି˚’ ଆପ୍ ବିରୋଧରେ ନୁହେଁ, ଏହା ‘ପବ୍ଜି’ ଭଳି ଚୀନା ଆପ୍ଗୁଡ଼ିକ ବିରୋଧରେ ଯେଉଁ ଆପ୍ଗୁଡ଼ିକ ‘ଇନ୍ଷ୍ଟଲେସନ୍’ ସମୟରେ ଅତ୍ୟନ୍ତ ଚତୁରତାର ସହିତ ଗ୍ରାହକମାନଙ୍କ ଠାରୁ ହସ୍ତଗତ କରୁଥିବା ଅସୁମାରି ବ୍ୟକ୍ତିଗତ ସୂଚନା (ଯାହା ସେହି ଆପ୍ ପ୍ରସ୍ତୁତକାରୀଙ୍କ ଲାଗି ଅନାବଶ୍ୟକ)କୁ ଚୀନ୍ର ‘ସର୍ଭର୍’ରେ ଗଚ୍ଛିତ କରି ରଖୁଛନ୍ତି। ଚୀନ ଭଳି ଏକ ଭରସା ଅଯୋଗ୍ୟ ରାଷ୍ଟ୍ର ଦ୍ବାରା ଏହାର ଅସଦୁପଯୋଗ ଯେ ଭାରତର ସୁରକ୍ଷା ଦୃଷ୍ଟିରୁ ଅତ୍ୟନ୍ତ ପ୍ରତିକୂଳ ପ୍ରମାଣିତ ହୋଇପାରେ, ଏଥିରେ ଦ୍ବିରୁକ୍ତି ନାହିଁ। ଦ୍ବିତୀୟ କାରଣଟି ହେଉଛି ବାଣିଜ୍ୟିକ। ନିଜକୁ ଯୋଗାଣ ପାର୍ଶ୍ବର ନିୟନ୍ତ୍ରକ ବୋଲି ଧରି ନେଇ ଯଦି ଚୀନ ଏକ ଧାରଣା ପୋଷଣ କରୁଥାଏ ଯେ ତା’ରି ପାଖରେ ବଜାରର ଚାବିକାଠି ରହିଛି, ତେବେ ତା’ର ଭ୍ରାନ୍ତି ଦୂର କରିବା ଲାଗି ଚୀନା ଆପ୍ର ନିଷେଧାଦେଶ ଜରିଆରେ ଭାରତ ଏହା ସୂଚେଇ ଦେବା ଜରୁରୀ ଯେ ଉପଭୋକ୍ତାଙ୍କ ଅନୁପସ୍ଥିତିରେ ବଜାର କୋଳାହଳଶୂନ୍ୟ ହୋଇଯାଇପାରେ। ଏବ˚ ଏହି ସ˚ଦର୍ଭର ତୃତୀୟ ଓ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ କାରଣଟି ହେଉଛି ଲଦାଖରେ ଚୀନା ସୈନ୍ୟଙ୍କ ଆଖି ସହ ଆଖି ମିଶାଇ ପ୍ରାୟ ଦୁଇ ମାସ ଧରି ଛିଡ଼ା ହୋଇଥିବା ଭାରତୀୟ ସେନା ଯେଉଁ ବନ୍ଧୁକ ବା ଗୁଳି ବ୍ୟବହାର କରନ୍ତି, ତାହା ପ୍ରତୀୟମାନ ନୁହେଁ ବା ‘ପବ୍ଜି’ ଗେମ୍ରେ ଜଣେ ମରି ପୁଣି ବାରମ୍ବାର ଜୀବିତ ହେଉଥିବା ଭଳି ସ୍ଥିତି ଲଦାଖ ସୀମାରେ ଘଟିବ ନାହିଁ। ସୁତରା˚, ଏକ ଅତ୍ୟନ୍ତ ପ୍ରତିକୂଳ ପରିବେଶରେ ଗୋଟିଏ ବାସ୍ତବ ଯୁଦ୍ଧରେ ପ୍ରାଣବଳି ଦେବାକୁ ଅହୋରାତ୍ର ପ୍ରସ୍ତୁତ ଥିବା ଭାରତୀୟ ସେନାବଳଙ୍କୁ ସମ୍ମାନ ଜଣାଇ ଚୀନ ସହିତ ସ˚ପୃକ୍ତ ଆପ୍ ‘ପବ୍ଜି’ର ଗେମ୍ ଓଭର କରିବା ଜରୁରୀ ଥିଲା।