ସ୍ଫୀତ ମା˚ସପେଶୀ

ଅହିରାଜ ଏବ˚ ନେଉଳ ଭିତରେ ହେଉଥିବା ଜୀବନ ମରଣର ଲଢ଼େଇ ଚାଲିଥିବା ବେଳେ ଦେଖିବାକୁ ମିଳିଥାଏ କିଭଳି ଅହିରାଜ ତାର ବିଶାଳ ଫଣା ଓ ଦୀର୍ଘ ଶରୀରର ଭଙ୍ଗିମା ସହିତ ସୁ ସୁ ଗର୍ଜନ କରି ଏକ ଭୟ ଉଦ୍ରେକକାରୀ ବାତାବରଣ ସୃଷ୍ଟି କରିଥାଏ, ଯହିଁରେ କ୍ଷୁଦ୍ର ନେଉଳ କିନ୍ତୁ ଭୟଭୀତ ନ ହୋଇ ଅତ୍ୟନ୍ତ ଚତୁରତା ଓ କ୍ଷିପ୍ରତାର ସହିତ ଆକ୍ରମଣ କରି ଅଧିକା˚ଶ ସମୟରେ ସର୍ପରାଜ ଉପରେ ବିଜୟ ହାସଲ କରିପାରିଥାଏ। ଦ୍ବନ୍ଦ୍ବ ଯୁଦ୍ଧରେ ମଧୢ ଏହି କୌଶଳ ଅବଲମ୍ବନ କରି ମଲ୍ଲମାନେ ସେମାନଙ୍କ ମା˚ସପେଶୀ ଓ ବପୁ ସୌଷ୍ଠବ ପ୍ରଦର୍ଶନ କରି ପ୍ରତିପକ୍ଷ ଉପରେ ଚାପ ପକାଇବାର ଉଦ୍ୟମ କରିଥାଆନ୍ତି। କିନ୍ତୁ ଦେଖିବାକୁ ମିଳିଥାଏ ଯେ ଅନେକ ସମୟରେ ଶକ୍ତି ତୁଳନାରେ ସାହସ ଅଧିକ ଉପଯୋଗୀ ସାବ୍ୟସ୍ତ ହୋଇ ସାଫଲ୍ୟ ଆଣିଦିଏ; ତାହା ହୋଇ ନ ଥିଲେ କ୍ଷୁଦ୍ର ମାସିଡୋନିଆର ଆଲେକଜାଣ୍ତର ତାଙ୍କ ତାରୁଣ୍ୟରେ ଜଣେ ବିଶ୍ବବିଜୟୀରେ ପରିଣତ ହୋଇ ପାରି ନ ଥାନ୍ତେ। ସ˚ପ୍ରତି ଲଦାଖ ଠାରେ ଚୀନ ଓ ଭାରତ ମଧୢରେ ଅଭୂତପୂର୍ବ ଉତ୍ତେଜନା ସୃଷ୍ଟି ହୋଇ ଏକ ଯୁଦ୍ଧପ୍ରାୟ ପରିସ୍ଥିତି ଜାତ ହୋଇଥିବା ସମୟରେ ଚୀନ ଓ ଭାରତର ସାମରିକ ଶକ୍ତିର ତୁଳନା କରି କିଛି ସ˚ଶୟବାଦୀ ଏକ ସମ୍ଭାବ୍ୟ ଯୁଦ୍ଧରେ ଭାରତର ସ୍ଥିତିକୁ ନ୍ୟୂନତା ପ୍ରଦାନ କରିଥାଆନ୍ତି। ଏହା ମଧୢ ସତ ଯେ ଚୀନ ପୃଥିବୀର ଦ୍ବିତୀୟ ବୃହତ୍ତମ ସାମରିକ ଶକ୍ତି ହୋଇଥିବା ସ୍ଥଳେ ଭାରତର ସ୍ଥାନ ବିଶ୍ବରେ ଚତୁର୍ଥ। ସେହି ଦୃଷ୍ଟିରୁ ହୁଏ’ତ ଚୀନର ମା˚ସପେଶୀ ଭାରତ ତୁଳନାରେ ଅଧିକ ସ୍ଫୀତ। କିନ୍ତୁ ଏହା ସତ୍ତ୍ବେ ଅନେକ ସମର ବିଶାରଦ କହିଥାଆନ୍ତି ଯେ ଯୁଦ୍ଧର ଆଶଙ୍କାରେ ଚୀନର କେତେକ କାର୍ଯ୍ୟକଳାପ ତାକୁ ଅଯଥାରେ ପେଶୀ ଚାଳନା କରୁଥିବା ମଲ୍ଲ ତୁଲ୍ୟ ପ୍ରତୀୟମାନ କରାଉଛି, ଯାହାକୁ ପ୍ରତିହତ କରିବାରେ ଚତୁରତା ଓ ସାହସ ସମର୍ଥ ହୋଇପାରିବ।

ଏହି ସ˚ଦର୍ଭରେ ଅବସରପ୍ରାପ୍ତ ଏୟାର ଭାଇସ ଆଡମିରାଲ ମନମୋହନ ବାହାଦୁରଙ୍କ ଦ୍ବାରା ଲିଖିତ ଏକ ନିବନ୍ଧ ପ୍ରଣିଧାନଯୋଗ୍ୟ। ତାଙ୍କ ମତରେ ଚୀନ ଓ ଭାରତ ଉଭୟେ ଭଲ ଭାବେ ହୃଦୟଙ୍ଗମ କରନ୍ତି ଯେ ଯଦି ଯୁଦ୍ଧ ସଂଘଟିତ ହୁଏ, ତେବେ ଶୀତ ଦିନର ଆଗମନରେ ଏବ˚ ସେହି ସ୍ଥାନର କର୍କଶ ଭୂପୃଷ୍ଠ ସ˚ରଚନା କାରଣରୁ ଉଭୟ ପକ୍ଷର ବିମାନ ବାହିନୀ ହିଁ ଯୁଦ୍ଧରେ ପ୍ରମୁଖ ଭାଗୀଦାର ହେବେ। ଉଭୟ ପକ୍ଷର ବିମାନ ବାହିନୀର ଶକ୍ତିର ଆକଳନ କଲେ ଏହା ସ୍ପଷ୍ଟ ଯେ ଚୀନ ଭାରତ ଠାରୁ ବେଶ୍‌ ଆଗୁଆ; ଯେମିତି କି ଚୀନ ଠାରେ ଦୁଇ ହଜାରରୁ ଅଧିକ ଯୁଦ୍ଧ ବିମାନ ଥିବା ବେଳେ ଭାରତର ଯୁଦ୍ଧ ବିମାନର ସ˚ଖ୍ୟା ନଅ ଶହ। ତଥାପି ବିମାନ ବାହିନୀର ଶକ୍ତିକୁ ଉପଯୋଗ କରିବାରେ ଚୀନ ଭାରତ ଠାରୁ ପଛରେ ପଡ଼ିଯିବାର ସମ୍ଭାବନା ରହିଛି ବୋଲି ବାହାଦୁର ଲେଖିଛନ୍ତି। ଏହାର କାରଣ ଭାବେ ସେ ଯାହା ଦର୍ଶାଇଛନ୍ତି ତାହା ହେଲା, ଚୀନର ଏୟାର ବେସ୍‌ ବା ଏୟାର ଫିିଲ୍‌ଡଗୁଡ଼ିକ ତିବ୍ବତରେ ଅବସ୍ଥିତ ଥିବା ବେଳେ ଭାରତରେ ତାହା ହିମାଳୟ ପାଦଦେଶରେ ରହିଛି। ଭାରତରେ ଏହି ସ୍ଥାନର ଭୌଗୋଳିକ ଅବସ୍ଥିତି ହେତୁ ଅତ୍ୟନ୍ତ ଜରୁରୀ ସ୍ଥିତିରେ ଭାରତୀୟ ବିମାନ ବାହିନୀ ବିନା କୌଣସି ବାଧାରେ ଅବିରତ ବିମାନ କାର୍ଯ୍ୟାନୁଷ୍ଠାନ କରିବା‌େର ସମର୍ଥ ହୋଇପାରିବ, ଯାହା ଚୀନ ଦ୍ବାରା ସମ୍ଭବ ହୋଇ ନ ପାରେ। ପୁନଶ୍ଚ ଯେହେତୁ ତିବ୍ବତରେ ରହିଥିବା ଚୀନା ଏୟାର ଫିଲ୍‌ଡ ଭାରତ ଠାରୁ ଅଧିକ ଉଚ୍ଚତାରେ ଅବସ୍ଥିତ ଏବ˚ ଉଚ୍ଚ ସ୍ଥାନରୁ ନିମ୍ନକୁ ମିସାଇଲ୍‌ କ୍ଷେପଣ ସୁବିଧାଜନକ ହୋଇ ନ ଥାଏ, ଚୀନର ପ୍ରଭାବ ଏହାଦ୍ବାରା ମଧୢ କ୍ଷୁଣ୍ଣ ହେବାର ସମ୍ଭାବନା ରହିଛି। ସୁତରାଂ, ଏ ଦୁର୍ବଳତା ଦୂର କରିବା ଦିଗରେ ଚୀନ ଦୁଇଟି ପଦକ୍ଷେପ ନେଉଥିବା ଏବେ ଦେଖିବାକୁ ମିଳୁଛି।

ତହିଁରୁ ପ୍ରଥମଟି ହେଲା ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଭୂପୃଷ୍ଠରୁ ଆକାଶକୁ ମିସାଇଲ୍‌ ନିକ୍ଷେପ ସାମର୍ଥ୍ୟ ବହନକାରୀ ଆବଶ୍ୟକ ଭିତ୍ତିଭୂମିର ତରବରିଆ ନିର୍ମାଣ। ଏହାଦ୍ବାରା ହୁଏ’ତ ଚୀନ ଏକ ସନ୍ଦେଶ ପ୍ରଦାନ କରିବାକୁ ଇଚ୍ଛୁକ ଯେ ଏହାରି ବଳରେ ତା ସୀମା ଅନ୍ତର୍ଗତ ଆକାଶ ମାର୍ଗ ଦୁର୍ଭେଦ୍ୟ ହୋଇଛି; ଯାହା ଫଳରେ ଭୂପୃଷ୍ଠରେ ଭାରତୀୟ ସେନାଙ୍କ ଅଗ୍ରଗତି ସକାଶେ ଆକାଶ ମାର୍ଗରେ ଏକ ଅତ୍ୟନ୍ତ ଜରୁରୀ ସୁରକ୍ଷା ଛତ୍ର ପ୍ରଦାନ କରିବାରେ ଭାରତୀୟ ବିମାନ ବାହିନୀ ଅସମର୍ଥ ହେବ। ସେମିତି ଦ୍ବିତୀୟଟି ହେଲା ଚୀନ ତାର ବିମାନ ‘ଟର୍ମାକ୍‌’ରେ ପ୍ରଥମ ଧାଡ଼ିର ସମର ସଜ୍ଜାରେ ଅତ୍ୟାଧୁନିକ ‘ଜେ-୨୦’ ଷ୍ଟେଲ୍‌ଥ ଫାଇଟର ବିମାନଗୁଡ଼ିକୁ ଠୁଳ କରିଛି ଏବ˚ ସେ ସବୁ ଏଭଳି ଭାବେ ରଖାଯାଇଛି, ଯେମିତି ସେ ସବୁ ସ୍ପଷ୍ଟ ଭାବରେ ଉପଗ୍ରହ ଫଟୋଚିତ୍ରରେ ଦେଖାଯିବେ। ଭାଇସ ଆଡମିରାଲ ବାହାଦୁରଙ୍କ ମତରେ ଏ ଦୁଇଟି ଯାକ ପଦକ୍ଷେପ ପଛରେ ଥିବା ଚୀନା ଅଭିସନ୍ଧି ହେଉଛି ତାର ଆକାଶ ବାହିନୀର ମା˚ସପେଶୀକୁ ପ୍ରଦର୍ଶନ କରି ଯୁଦ୍ଧ ପୂର୍ବରୁ ଭୟ ଉଦ୍ରେକ କରିବା। ଚୀନର ଏଭଳି ଆଭିମୁଖ୍ୟକୁ ସମର ବିଶେଷଜ୍ଞ ଅମିତ ମୁଖାର୍ଜୀ ଏବ˚ ଯୋଗେଶ ଯୋଶୀଙ୍କ ଭାଷାରେ ‘ଡିଟରାନ୍‌ସ ବାଇ ଡିନାୟାଲ’ ବୋଲି ଅଭିହିତ କରାଯାଇପାରେ, ଯାହାର ଅର୍ଥ ନାଲିି ଚକ୍ଷୁ ଦେଖାଇ ପ୍ରତିପକ୍ଷକୁ କାର୍ଯ୍ୟାନୁଷ୍ଠାନ କରିବାରୁ ବିରତ କରିବା। ଭାରତ କିନ୍ତୁ ତା’ ପ୍ରତିବଦଳରେ ଯେଉଁ ଆଭିମୁଖ୍ୟ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି ତାହାକୁ ଏହି ସମର ବିଶାରଦ ଦ୍ବୟଙ୍କ ଅନୁସାରେ ‘ଡିଟରାନ୍‌ସ ବାଇ ପନିସମେଣ୍ଟ’ ବୋଲି କୁହାଯାଇପାରେ ଅର୍ଥାତ୍‌ ନ ଡରି ନିଜ ସ୍ଥାନରେ ଦୃଢ଼ ଭାବେ ଛିଡ଼ା ହୋଇ କାର୍ଯ୍ୟାନୁଷ୍ଠାନ କରିବା। ଦୁଇ ମାସ ପୂର୍ବେ ଗଲଵାନ ଉପତ୍ୟକାରେ ଏକ ଅପ୍ରସ୍ତୁତ ଭାରତୀୟ ସୈନ୍ୟ ଦଳ ଉପରେ ଅତର୍କିତ ଆକ୍ରମଣ ପ୍ରତିବଦଳରେ ଭାରତର ଆହୁରି ଶକ୍ତିଶାଳୀ ଜବାବ ଏବ˚ ତା’ ପର ଠାରୁ ଏ ପର୍ଯ୍ୟନ୍ତ ଭାରତ ଦ୍ବାରା ପ୍ରଦର୍ଶିତ ଓ ପ୍ରକାଶିତ ଭାବ ଓ ଭାଷାରେ ପରିଦୃଷ୍ଟ ଭୟଶୂନ୍ୟତା ହିଁ ହେଉଛି ‘ଡିଟରାନ୍‌ସ ବାଇ ପନିସମେଣ୍ଟ୍‌’ର ଉଦାହରଣ।

କହିବା ନିଷ୍ପ୍ରୟୋଜନ ଯେ ଯଦି ଯୁଦ୍ଧ ସ˚ଘଟିତ ହୁଏ, ତେବେ ତାହା ୧୯୬୨ ଭଳି ଚୀନ ପକ୍ଷରେ ଏକପାଖିଆ ହେବନାହିଁ। ବର୍ତ୍ତମାନ ଯୁଦ୍ଧ ହେଲେ ଚୀନ ମଧୢ ବିପୁଳ କ୍ଷୟକ୍ଷତିର ଶିକାର ହେବା ଅବଧାରିତ। କେବଳ ସେତିକି ନୁହେଁ ଯୁଦ୍ଧ ହେଲେ ବିଶ୍ବ ସମ୍ମୁଖରେ ଚୀନର ଭାବମୂର୍ତ୍ତି ଆହୁରି ଅଧିକ ମଳିନ ପଡ଼ିଯିବ। ଏହି ଯୁୁଦ୍ଧରେ ଯେ କେବଳ ଏସିଆ ମହାଦେଶର ଦୁଇ ବୃହତ୍ତମ ଶକ୍ତି ଆକ୍ରାନ୍ତ ହେବେ, ତାହା ନୁହେଁ; ଏହା ମଧୢକୁ ବିଶ୍ବର ଅନ୍ୟାନ୍ୟ ରାଷ୍ଟ୍ରମାନେ ମଧୢ ଟାଣି ହୋଇ ଆସିବେ। କରୋନା ପାନଡେମିକ ସମୟରେ ଚୀନର ଭାବମୂର୍ତ୍ତି ଦୟନୀୟ ଭାବେ ଅବକ୍ଷୟର ଶିକାର ହୋଇଛି ଏବ˚ ପୃଥିବୀର ବିଭିନ୍ନ ଦେଶରେ ଚୀନ ବିରୋଧୀ ମନୋଭାବ ସୃଷ୍ଟି ହୋଇଛି। ତେଣୁ ହୁଏତ ଏକ ଯୁଦ୍ଧ ଘଟିଲେ ‘କ୍ବାଡ୍‌’ ଭଳି ଅନ୍ୟାନ୍ୟ ଚୀନ ବିରୋଧୀ ମେଣ୍ଟ ମୁଣ୍ତ ଟେକିପାରେ। ତେଣୁ ଚୀନ ନିଶ୍ଚିତ ଭାବେ ଏକ ଯୁଦ୍ଧ ଚାହିଁବ ନାହିଁ। କିନ୍ତୁ ‘ଏଲ.ଏ.ସି. ଠାରେ ଉପଦ୍ରବ ଜାରି ରଖିବା ସହିତ ନିଜର ସ୍ଫୀତ ମା˚ସପେଶୀ ପ୍ରଦର୍ଶନ କରି ଭାରତକୁ ଚାପରେ ରଖିବାକୁ ଚାହିଁପାରେ। କିନ୍ତୁ ଯଦି ଗଲଵାନ ସ˚ଘର୍ଷ ଚୀନକୁ କିଛି ଶିକ୍ଷା ଦେଇଥିବ, ତେବେ ତହିଁରୁ ସେ ଉପଲବ୍‌ଧି କରିଥିବ ଯେ ଭାରତର ମା˚ସପେଶୀ ମଧୢ କିଛି କମ ସ୍ଫୀତ ଓ ଶକ୍ତ ନୁହେଁ।

ସମ୍ବନ୍ଧିତ ଖବର