ଗଲା ଏପ୍ରିଲ ମାସରେ ବ୍ରିଟିସ ଗବେଷିକା ଜେସିକା ଟେଲର ତାଙ୍କର ଏକ ଗବେଷଣା ସମ୍ବଳିତ ପୁସ୍ତକ ପ୍ରକାଶ କରିଛନ୍ତି, ଯାହାର ନାମ ‘ହ୍ବାଇ ଉମେନ ଆର୍ ବ୍ଲେମ୍ଡ ଫର ଏଭ୍ରିଥିଙ୍ଗ?’ ଯାହା ଓଡ଼ିଆ ଭାଷାନ୍ତରରେ ହେବ ‘ସବୁଥି ଲାଗି ନାରୀମାନଙ୍କୁ ଦାୟୀ କରାଯାଏ କାହିଁକି?’ ଏହି ପୁସ୍ତକ ପଛରେ ରହିଛି ଟେଲରଙ୍କ ଦଶ ବର୍ଷର ଅଭିଜ୍ଞତା ଓ ବିଭିନ୍ନ ଘଟଣାର ଅନୁଶୀଳନ ଦ୍ବାରା ଆହରିତ ତଥ୍ୟ ଏବ˚ ଅନ୍ତର୍ଦୃଷ୍ଟି। ତେବେ ପୁସ୍ତକଟି ପ୍ରକାଶିତ ହେବା ପରେ ଟେଲର ଯାହାର ସମ୍ମୁଖୀନ ହୋଇ ମୁହ୍ୟମାନ ହୋଇପଡ଼ିଛନ୍ତି, ତାହା ଘଟିବ ବୋଲି ସେ ଘୁଣାକ୍ଷରରେ ସୁଦ୍ଧା ଭାବି ନ ଥିଲେ। କାରଣ ପୁସ୍ତକଟି ପ୍ରକାଶିତ ହେବା ପରେ ସେ ସାମାଜିକ ଗଣମାଧୢମରେ ଅତ୍ୟନ୍ତ ଅରୁଚିକର, ଅଶାଳୀନ ଏବ˚ କଦର୍ଯ୍ୟ ଧମକ ସମ୍ବଳିତ ‘ଟ୍ରୋଲ୍’ ବା ଆକ୍ରମଣର ସୁନାମିକୁ ସାମନା କରୁଛନ୍ତି; ଗୋଟିଏ ମିନିଟ୍ରେ ଶହେରୁ ଅଧିକ ଏଭଳି ମନ୍ତବ୍ୟ ଦ୍ବାରା ତାଙ୍କ ଫେସ୍ବୁକ୍ ପୃଷ୍ଠା ପ୍ଳାବିତ ହୋଇଯାଇଛି। କିନ୍ତୁ ଏ ସବୁ ସତ୍ତ୍ବେ ଯାହା ତାଙ୍କୁ କିଞ୍ଚିତ ସାନ୍ତ୍ବନା ପ୍ରଦାନ କରିଥାଇପାରେ, ତାହା ହେଲା ଉକ୍ତ ପୁସ୍ତକରେ ସେ ଯାହା କହିବାକୁ ଚାହିଛନ୍ତି, ତାହା ଅବଲୀଳା କ୍ରମେ ଏଭଳି ଆଭିମୁଖ୍ୟ ପ୍ରଦର୍ଶନ ଦ୍ବାରା ହିଁ ପ୍ରମାଣିତ ହୋଇଚାଲିଛି; ଲିଙ୍ଗଗତ ତାରତମ୍ୟ ସ˚ଦର୍ଭରେ ନିଜ ପକ୍ଷ ରଖି ଏକ ପୁସ୍ତକ ରଚନା କରିଥିବାରୁ ସେ ଦୋଷୀ ବୋଲି ଅଭିହିତ ହୋଇଛନ୍ତି, ଯାହା ତାଙ୍କ ମତରେ ପ୍ରାଚୀନ କାଳରୁ ଆଜି ପର୍ଯ୍ୟନ୍ତ ପୃଥିବୀର ସମସ୍ତ ସମାଜରେ ନାରୀମାନଙ୍କ ଭାଗ୍ୟରେ ରହି ଆସିଛି। ଏବ˚ ଏହି ସ˚ଦର୍ଭରେ ଯାହା ଉଦ୍ବେଗଜନକ ତାହା ହେଲା, ଏକ ପୁରୁଷ-ତାନ୍ତ୍ରିକ ପୃଥିବୀରେ ଏଭଳି ଆଭିମୁଖ୍ୟ ଓ ଆଚରଣ ଅତ୍ୟନ୍ତ ଦେହସୁହା ହୋଇ ଯାଇଥିବାରୁ ଅଧିକା˚ଶ ସମୟରେ ଆମ ସମସ୍ତଙ୍କ ଅଲକ୍ଷ୍ୟରେ ଆମ ଦ୍ବାରା ପ୍ରତ୍ୟହ ଏହା ପ୍ରଦର୍ଶିତ ହୋଇ ଚାଲିଛି।
ସେହି ପରିପ୍ରେକ୍ଷୀରେ ସ˚ପ୍ରତି ସୁଶାନ୍ତ ସି˚ହ ରାଜପୁତଙ୍କ ମୃତ୍ୟୁ ପରବର୍ତ୍ତୀକାଳୀନ ଘଟଣାକ୍ରମରେ ଯାହା ସବୁ ପରିଲକ୍ଷିତ ହୋଇଛି, ତହିଁରେ ଟେଲର କହିଥିବା ଭଳି ଉପରୋକ୍ତ ଆଭିମୁଖ୍ୟର ଝଲକ ପରିଲକ୍ଷିତ ହୋଇଥାଏ। ସୁଶାନ୍ତ ସି˚ହ ରାଜପୁତ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି, ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ରିୟା ଚକ୍ରବର୍ତ୍ତୀଙ୍କୁ କିନ୍ତୁ ଦୋଷୀ ରୂପେ ଭାରତୀୟ ଜନ ଧାରଣାରେ ପ୍ରତିଷ୍ଠିତ କରାଯାଇ ସାରିଲାଣି। ଏହି ଅଘଟଣର ଅନୁସନ୍ଧାନ ଚାଲିଥିବା ବେଳେ ଗଣମାଧୢମ ରିୟା ଚକ୍ରବର୍ତ୍ତୀଙ୍କୁ ଦୋଷୀ ବୋଲି ସାବ୍ୟସ୍ତ କରି ସାରିଛି; ତାଙ୍କୁ ଜଣେ କୁହୁକିନୀ, ଅତ୍ୟନ୍ତ ଅର୍ଥ ଲୋଭୀ ନାରୀ, ଜଣେ ନିଶା ଦ୍ରବ୍ୟ ଚାଲାଣକାରୀ ରୂପେ ମଧୢ ପ୍ରଦର୍ଶିତ କରାଯାଇଛି। ଏଭଳି ଲେଖିବାର ଅର୍ଥ ଏହା ନୁହେଁ ଯେ ରିୟା ଚକ୍ରବର୍ତ୍ତୀଙ୍କୁ ନିର୍ଦୋଷ ପ୍ରତିପାଦନ କରିବାର ପ୍ରୟାସ କରିବା; ଏହାର ଉଦ୍ଦେଶ୍ୟ ହେଉଛି ଏଭଳି ଏକ ପ୍ରଶ୍ନ ସୃଷ୍ଟି କରିବା ଯାହା ପଚାରିବ ଯେ ରିୟା ଜଣେ ନାରୀ ହୋଇଥିବାରୁ ଏଭଳି ଭାଗ୍ୟ ଭୋଗିଲେ କି? ସ୍ମରଣଯୋଗ୍ୟ ଯେ ଆଜକୁ ତିନି ଦଶନ୍ଧି ତଳେ ଉଦ୍ୟୋଗପତି ମୁକେଶ ଅଗ୍ରଵାଲଙ୍କ ଆତ୍ମହତ୍ୟା ସକାଶେ ତାଙ୍କ ପତ୍ନୀ ଅଭିନେତ୍ରୀ ରେଖାଙ୍କୁ ଦାୟୀ କରାଯାଇଥିଲା। ସେହି ସମୟରେ ଉଭୟ ପ୍ରିଣ୍ଟ ଏବ˚ ଇଲେକ୍ଟ୍ରୋନିକ୍ସ ଗଣମାଧୢମରେ ରେଖାଙ୍କ ଚରିତ୍ର ସ˚ହାର ଠାରୁ ଆରମ୍ଭ କରି ତାଙ୍କୁ ବିଶ୍ବାସଘାତକିନୀ ବୋଲି ଅଭିହିତ କରାଯାଇଥିଲା। ଉଳ୍ଳେକଖନୀୟ ଯେ ଟେଲରଙ୍କ ପ୍ରତିପାଦ୍ୟକୁ ପ୍ରମାଣିତ କରିବା ଲାଗି ଉପରୋକ୍ତ ଦୁଇ ପ୍ରସିଦ୍ଧ ଘଟଣାର ଅବତାରଣା କରାଯାଇଛି, ସିନା; କହିବା ବାହୁଲ୍ୟ ଯେ ଦୈନନ୍ଦିନ ଜୀବନରେ ପ୍ରତ୍ୟହ ଏଭଳି ଅସ˚ଖ୍ୟ ସାଧାରଣ ବା ଅସାଧାରଣ ଘଟଣା ଘଟି ଚାଲିଥାଏ, ଯହିଁରେ ପ୍ରତ୍ୟକ୍ଷରେ ହେଉ ବା ପରୋକ୍ଷରେ ନାରୀମାନଙ୍କୁ ହିଁ ସେଥି ଲାଗି ଦାୟୀ କରାଯାଇଥାଏ। ଏହାର ଏକ ଅତ୍ୟନ୍ତ ସାଧାରଣ ଉଦାହରଣ ଭାବେ ଦୁର୍ନୀତିଗ୍ରସ୍ତ ପୁରୁଷମାନଙ୍କ ଅତି ପରିଚିତ ସଫେଇକୁ ନିଆଯାଇପାରେ, ଯହିଁରେ ସେମାନେ ଏଭଳି କାର୍ଯ୍ୟ କରିବା ପଛରେ ପତ୍ନୀମାନେ ଦାୟୀ ବୋଲି ଇଙ୍ଗିତ କରନ୍ତି।
ପୁରାଣମାନଙ୍କରେ ବର୍ଣ୍ଣିତ ଥିବା ଭଳି ଋଷିମାନଙ୍କ ତପସ୍ୟା ଅପସରାମାନଙ୍କ ନୃତ୍ୟ କାରଣରୁ ଭଙ୍ଗ ହେଉଥିବାରୁ ଅପସରାମାନେ ହିଁ ପରିତ୍ୟଜ୍ୟ ଭଳି ଧାରଣା ସୃଷ୍ଟି କରାଯାଇଥାଏ। ‘ନାରୀ ନର୍କର ଦ୍ବାର’ ବୋଲି ବହୁ ପ୍ରଚଳିତ ନୀତିବାଣୀରେ ନର୍କ ପଥରେ ଯାତ୍ରୀ ପୁରୁଷକୁ ଦୋଷମୁକ୍ତ କରିଦେବାର ପ୍ରୟାସ ଦେଖିବାକୁ ମିଳେ। ବିଭିନ୍ନ ସମୟରେ ନାରୀମାନେ ସମ୍ମୁଖୀନ ହେଉଥିବା ଆକ୍ରମଣ ବା ଯୌନ ନିର୍ଯାତନା ବା ଦୁଷ୍କର୍ମ ଆଦି ଲାଗି ଯେଉଁ କାରଣମାନ ନିହିତ ବୋଲି ସାଧାରଣରେ ଏକ ଧାରଣା ପୋଷଣ କରାଯାଇଥାଏ, ସେଗୁଡ଼ିକ ହେଲା ପୀଡ଼ିତାଙ୍କ ବେଶ ପୋଷାକ ବା ଆଚରଣ ଅଥବା ସାହସ (ବିଳମ୍ବିତ ରାତ୍ରିରେ ଏକୁଟିଆ ଯାଉଥିବା ଭଳି), ଯାହା ପ୍ରକାରାନ୍ତରେ ଅପରାଧୀର କାର୍ଯ୍ୟକୁ ଯୌକ୍ତିକତା ପ୍ରଦାନ କରିଥାଏ। ପୁନଶ୍ଚ ଏକ ଘୋର ବିଡ଼ମ୍ବନା ହେଲା, ଏଭଳି ମନ୍ତବ୍ୟମାନ କେବଳ ପୁରୁଷମାନଙ୍କ ଠାରୁ ନୁହେଁ, ମହିଳାମାନଙ୍କ ଠାରୁ ମଧୢ ଶୁଣିବାକୁ ମିଳିଥାଏ ଏବ˚ ଅନେକ ସମୟରେ ଶିକ୍ଷିତ ଓ ସଚେତନମାନଙ୍କ ଠାରୁ ମଧୢ! ଏହି ପରିପ୍ରେକ୍ଷୀରେ ସ୍ମରଣ କରାଯାଇପାରେ କି ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ତତ୍କାଳୀନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ତୁଣ୍ତରୁ ମଧୢ ଏଭଳି କିଛି ମନ୍ତବ୍ୟ ଶୁଣିବାକୁ ମିଳିଥିଲା, ଯାହା ଏକ ବିବାଦର ସୂତ୍ରପାତ କରିଥିଲା। ସୁଶାନ୍ତ ସି˚ହଙ୍କ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ଦାୟୀ କରିବାର ଆଗ୍ରହାତିଶଯ୍ୟ ମଧୢ କଙ୍ଗନା ରଣାଵତଙ୍କ ଠାରୁ ପ୍ରାରମ୍ଭ କରି ଟେଲିଭିଜନ ଚ୍ୟାନେଲର ମହିଳା ଆଙ୍କୋରମାନଙ୍କ ଠାରେ ମଧୢ ସ୍ପଷ୍ଟ ରୂପେ ଦେଖିବାକୁ ମିଳିଛି।
ଏ ନେଇ ଆଲୋଚନା ଚାଲିଥିବା ବେଳେ ଆଉ ଏକ କ୍ଷେତ୍ରରେ ପରିଦୃଷ୍ଟ ଘଟଣାବଳୀକୁ ନେଇ ଏକ କୌତୂହଳପ୍ରଦ ପ୍ରଶ୍ନ ଉଠିଛି। ତାହା ହେଲା ସ˚ପ୍ରତି ରାଷ୍ଟ୍ରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଉଦ୍ବେଗଜନକ ଏବ˚ ଏହାର ମୁକାବିଲାରେ ଅର୍ଥମନ୍ତ୍ରୀ ବିଶେଷ ପାରଦର୍ଶିତା ପ୍ରଦର୍ଶନ କରିପାରି ନାହାନ୍ତି ବୋଲି ସ୍ବୀକାର କରାଯିବା ବେଳେ ସେହି ପ୍ରଶ୍ନ ମଧୢ ଉଠୁଛି ଯେ ନିର୍ମଳା ସୀତାରମଣ ଜଣେ ମହିଳା ହୋଇଥିବାରୁ ସେ ଅଧିକ ଆକ୍ରମଣ ଓ କଟାକ୍ଷର ସାମନା କରୁଛନ୍ତି କି? ସ˚ସଦର ଚଳିତ ଅଧିବେଶନର ପ୍ରାରମ୍ଭ ଦିବସରେ ଏହାର ପ୍ରମାଣ ମିଳିଥିଲା ପଶ୍ଚିମବଙ୍ଗର ତୃଣମୂଳ କ˚ଗ୍ରେସର ସା˚ସଦ ସୌଗତ ରାୟଙ୍କ ମନ୍ତବ୍ୟରେ ଯହିଁରେ ସେ ଦେଶର ଅର୍ଥନୀତିକୁ ସମାଲୋଚନା କରିବାକୁ ଯାଇ ନିର୍ମଳା ସୀତାରମଣଙ୍କ ପ୍ରତି ଅତ୍ୟନ୍ତ ଅରୁଚିକର ଓ ବ୍ୟକ୍ତିଗତ କଟାକ୍ଷ କରିଥିଲେ, ଯାହାକୁ ସା˚ସଦର ରେକର୍ଡରୁ ବାଦ୍ ଦିଆଯାଇଥିଲା। ଏଠାରେ ସ୍ମରଣଯୋଗ୍ୟ ଯେ ନିର୍ମଳା ସୀତାରମଣ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଥିବା ବେଳେ ରାଫେଲ ଦୁର୍ନୀତି ଅଭିଯୋଗ ନେଇ ରାହୁଳ ଗାନ୍ଧୀଙ୍କ ମନ୍ତବ୍ୟରେ ମଧ୍ୟ ଲିଙ୍ଗଗତ ବିଦ୍ବେଷଳକ କିଛି ଶୁଣିବାକୁ ମିଳିଥିଲା ଯହିଁରେ ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ପ୍ରଶସ୍ତ ଛପନ ଇଞ୍ଚର ଛାତି ସତ୍ତ୍ବେ ଆତ୍ମଗୋପନ କରିବା ଲାଗି ଜଣେ ମହିଳାଙ୍କୁ ଆବଶ୍ୟକ କରୁଛନ୍ତି। ଏଭଳି ମନ୍ତବ୍ୟଗୁଡ଼ିକ ପଛରେ ବୋଧହୁଏ ନିହିତ ଅଛି ଏକ ପୁରୁଷ ପ୍ରାଧାନ୍ୟ ମାନସିକତା ଯାହା ପ୍ରତିରକ୍ଷା ବିଭାଗ ବା ଅର୍ଥ ବିଭାଗ ଭଳି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ମହିଳାମାନଙ୍କୁ ଦେଖିବାକୁ ଚାହିଁ ନ ଥାଏ।
ଏ ସ˚ଦର୍ଭରେ ମୁଲ୍ଲା ନସିରୁଦ୍ଦିନଙ୍କ କାହାଣୀଟିଏ ମନେ ପଡ଼ିଯାଏ, ଯହିଁରେ ମୁଲ୍ଲା ଅତ୍ୟନ୍ତ ବେପରୁଆ ଭାବେ ଉପରକୁ ଚାହିଁ ଚାଲି ଯାଉଥିବା ବେଳେ କଦଳୀ ଚୋପା ଉପରେ ପାଦ ଦେଇ ଖସି ପଡ଼ିବା ପରେ ସେଥି ଲାଗି ନିଜ ପତ୍ନୀଙ୍କୁ ଦାୟୀ କରିଥିଲେ, କାରଣ ତାଙ୍କ ପତ୍ନୀ ପୂର୍ବ ଦିନ କଦଳୀ କିଣିଥିଲେ। ଜେସିକା ଟେଲର ତାଙ୍କ ପୁସ୍ତକରେ ତାହା ହିଁ ପଚାରିଛନ୍ତି- ସବୁଥି ଲାଗି ନାରୀମାନଙ୍କୁ ଦାୟୀ କରାଯାଏ କାହିଁକି?