ସଳଖ ବାଟ

ଆମ ଦେଶରେ ଖାଦ୍ୟ ଦ୍ରବ୍ୟ ମୂଲ୍ୟର ଏକ ଯାତ୍ରାକୁ ଅନୁଧୢାନ କଲେ ଦେଖାଯିବ ଯେ ତାହା ଚାଷ ଜମିରୁ ଆସି ଚାମଚ ପାଖରେ ପହଞ୍ଚିବା ବେଳକୁ ତାର ମୂଲ୍ୟରେ ପ୍ରାୟ ୯୫% ବୃଦ୍ଧି ଘଟିଥାଏ; ଅର୍ଥାତ୍‌ ଖାଦ୍ୟଶସ୍ୟ ବା ପନିପରିବା ଆଦି ବ୍ୟ˚ଜନ ରୂପରେ ଖାଉଟିର ଜଠରରେ ପ୍ରବେଶ କଲା ବେଳକୁ ତାର ମୂଲ୍ୟ ପ୍ରାୟ ଦ୍ବି-ଗୁଣିତ ହୋଇଯାଇଥାଏ। କୌଣସି ସମୃଦ୍ଧ ପାଶ୍ଚାତ୍ୟ ରାଷ୍ଟ୍ରରେ ଏହି ମୂଲ୍ୟ ବୃଦ୍ଧି ମାତ୍ର ୧୦ ପ୍ରତିଶତ ଏବ˚ ଇଣ୍ତୋନେସିଆ ଭଳି ଏକ ବିକାଶଶୀଳ ରାଷ୍ଟ୍ରରେ ଏହା ମାତ୍ର ୨୦ ପ୍ରତିଶତ। ସୁତରା˚, କୌଣସି କୃଷିଜାତ ଦ୍ରବ୍ୟ ଲାଗି କୃଷକ ପାଉଥିବା ମୂଲ୍ୟ ଏବ˚ ଖାଉଟି ପ୍ରଦାନ କରୁଥିବା ମୂଲ୍ୟ ଭିତରେ ଥିବା ତାରତମ୍ୟ ଆମ ଦେଶରେ କେତେ ଅଧିକ ସେ ନେଇ ଏଥିରୁ ଏକ ଧାରଣା ସୃଷ୍ଟି ହୋଇଥାଏ। ଏହି ପ୍ରକରଣରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୁଅନ୍ତି କୃଷକ ଏବ˚ ତା’ ପଛକୁ ଥାଆନ୍ତି ଖାଉଟି ଏବ˚ ଏ ଦୁଇଙ୍କ ମଧୢରେ ମଧୢସ୍ଥିମାନେ ବିଦ୍ୟମାନ ରହି ବିପୁଳ ଲାଭର ଅ˚ଶୀଦାର ହୁଅନ୍ତି। ଯଦିଓ ଏହା ସତ ଯେ ପ୍ରତ୍ୟେକ ରାଜନୈତିକ ଦଳ କୃଷକମାନଙ୍କ ଆର୍ଥିକ ବିକାଶ ଲାଗି ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରନ୍ତି, କିନ୍ତୁ ଏହା ମଧୢ ଏକ ଅପ୍ରିୟ ସତ୍ୟ ଯେ ପ୍ରତ୍ୟେକ କୃଷକ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ପଙ୍କିଳ ରାଜନୀତିରେ ବୁଡ଼ିଯାଇ କିଛି ଦିନ ପରେ ସତ୍ତା ହରାଇଥାଏ। ଏହି କାରଣରୁ ସ୍ବାଧୀନତା ପ୍ରାପ୍ତିର ସାତ ଦଶକ ପରେ ମଧୢ ଦେଶରେ ଦାରିଦ୍ର୍ୟର ସର୍ବନିମ୍ନ ସୋପାନରେ ଏହି ସରଳ, ସ୍ବାଭିମାନୀ ଏବ˚ ପରିଶ୍ରମୀ ବର୍ଗକୁ ଦେଖିବାକୁ ମିଳିଥାଏ। ଏହି ପରିପ୍ରେକ୍ଷୀରେ ଚଳିତ ସ˚ସଦ ଅଧିବେଶନରେ ପାରିତ ହୋଇଯାଇଥିବା କୃଷି ଓ କୃଷକ ସ୍ବାର୍ଥ ସମ୍ବନ୍ଧିତ ତିନିଟି ବିଲ୍‌ ଏକ ସ˚କ୍ଷିପ୍ତ ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଛି।

୧୯୯୧ ମସିହା ଠାରୁ ଆମ ଦେଶର ଉଦ୍ୟୋଗ କ୍ଷେତ୍ରରେ ‘ଲାଇସେନ୍‌ସ-କୋଟା-ପରମିଟ୍‌ରାଜ’ ଯୁଗର ଅବସାନ ଘଟି ଉଦାରୀକରଣ ଏବ˚ ମୁକ୍ତ ବଜାରର ପରିବେଶ ମଧ୍ୟରେ ଅର୍ଥନୈତିକ ବିକାଶର ଝଲକ ଦୃଶ୍ୟମାନ ହୋଇଥିବା ବେଳେ ଏକ ବିଡ଼ମ୍ବନା ସଦୃଶ କୃଷି କ୍ଷେତ୍ର ନିହାତି ପୁରୁଣା ତଥା ଯୁଗ ଅନୁପଯୋଗୀ କଟକଣାର ବନ୍ଧନ ମଧୢରେ ରହି ଚାଷବାସକୁ ଏକ ଅତ୍ୟନ୍ତ ଅନାକର୍ଷଣୀୟ ପେସାରେ ପରିଣତ କରିଛି। ତଥାପି ପ୍ରାକୃତିକ ତଥା ମାନବକୃତ (ସରକାର-ମଧୢସ୍ଥି-ବେପାରୀଙ୍କ ମିଳିତ ପ୍ରାଦୁର୍ଭାବ) ଦୁର୍ବିପାକ ବିରୋଧରେ ସ˚ଘର୍ଷ କରି ଅକଳ୍ପନୀୟ ଶାରୀରିକ ଶ୍ରମ ବିନିଯୋଗ ପୂର୍ବକ ସର୍ବାଧିକ ଅନିଶ୍ଚିତ ଏବ˚ ବିପଦସ˚କୁଳ ଏହି ପେସାରେ ପ୍ରାୟ ୭୦ କୋଟି ଭାରତୀୟ ନିୟୋଜିତ ରହି ଏ ପର୍ଯ୍ୟନ୍ତ ଏହାକୁ ଦେଶର ସର୍ବାଧିକ ରୋଜଗାରପ୍ରଦାନକାରୀ କ୍ଷେତ୍ରରେ ପରିଣତ କରିଛନ୍ତି। ଏଭଳି ସ୍ଥଳେ ଏହି କ୍ଷେତ୍ରରେ ସ˚ସ୍କାର ଆଣି ଚାଷୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ଲାଗି ଏହି ତିନିଟି ବିଲ୍‌ ଅଣାଯାଇଛି। ଏହି ତିନିଟି ବିଲ୍‌ରେ ଯାହା ନିହିତ ଅଛି, ତାର ସାରା˚ଶ ହେଉଛି ଏଭଳି ଏକ ବ୍ୟବସ୍ଥାର ସୃଷ୍ଟି ଯହିଁରେ ଚାଷୀ ବଜାର ସହିତ ସିଧାସଳଖ ଯୋଡ଼ି ହେବା ଲାଗି ଅଧିକରୁ ଅଧିକ ସୁଯୋଗ ଲାଭ କରିବ, ଯାହା ତାକୁ ବଜାରରେ ସୃଷ୍ଟି ହେଉଥିବା ଲାଭର ଏକ ବଡ଼ ଅ˚ଶୀଦାରରେ ପରିଣତ କରିବ। ସେହି ପରିପ୍ରେକ୍ଷୀରେ ତିନିଟି ବିଲ୍ ମଧୢରୁ ଗୋଟିଏ ବିଲ୍‌ରେ ‘ଏସେନ୍‌ସିଆଲ୍‌ କମୋଡିଟିଜ୍‌ ଆକ୍‌ଟ’ ବା ‘ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ’ରେ ସ˚ଶୋଧନ କରାଯାଇଛି, ଯାହା ଦ୍ବାରା କେବଳ ଯୁଦ୍ଧ ବା ଦୁର୍ଭିକ୍ଷ ବା ଅତ୍ୟନ୍ତ ଉତ୍କଟ ଦରବୃଦ୍ଧି ଭଳି ଘଟଣା ଉପନୀତ ନ ହେଲେ ଅତ୍ୟାବଶ୍ୟକ ବୋଲି ବିବେଚିତ ଖାଦ୍ୟଦ୍ରବ୍ୟ ମହଜୁଦ କରି ରଖିବାର ସୀମା ନେଇ କୌଣସି ପ୍ରତିବନ୍ଧ ରହିବ ନାହିଁ। ପୂର୍ବେ ଏହି ଆଇନରେ ଦ୍ରବ୍ୟ ମହଜୁଦ କରିବାର ସୀମା ନେଇ କଟକଣା ଥିବାରୁ ସରକାରୀ କର୍ମଚାରୀମାନେ ଏକ ‘ଚଢ଼ାଉ ସ˚ସ୍କୃତି’ ସୃଷ୍ଟି କରି ଚାଷୀ ବା ବ୍ୟବସାୟୀଙ୍କ ମଧୢରେ ଏକ ଭୟ ଜାତ କରିବା ସହିତ ଉତ୍କୋଚ ନେବାର ଏକ ରାଜପଥ ଉନ୍ମୁକ୍ତ କରିପାରିଥିଲେ। ଏହି କାରଣରୁ ଅଧିକ କୃଷି ଉତ୍ପାଦନ ମୁଣ୍ତବ୍ୟଥାର କାରଣ ହେଉଥିଲା। ଦ୍ବିତୀୟ ବିଲ୍‌ଟି ଦ୍ବାରା କୃଷିଜ ବିପଣନରେ ଏକକ ଆଧିପତ୍ୟ ସୃଷ୍ଟି କରିଥିବା ‘ଏଗ୍ରିକଲ୍‌ଚରାଲ ପ୍ରଡ୍ୟୁସ୍‌ ମାର୍କେଟିଙ୍ଗ କମିଟି’ ବା ‘ଏପିଏମ୍‌ସି’ ବା ମଣ୍ତିର ପ୍ରଭାବ କ୍ଷୁଣ୍ଣ ହେବ। ପୂର୍ବ ଭଳି ଚାଷୀ ଆଉ ତାର ଉତ୍ପାଦକୁ କେବଳ ନିଜ ଜିଲ୍ଲାର ସରକାରୀ ମଣ୍ତିରେ ବିକ୍ରି କରିବାକୁ ବାଧୢ ହେବ ନାହିଁ। ଚାଷୀ ତାର ଉତ୍ପାଦକୁ ନିଜ ରାଜ୍ୟର ସର୍ବତ୍ର ଏପରିକି ବାହାର ରାଜ୍ୟକୁ ନିଜେ ନେଇ ମଧୢ ବିକ୍ରି କରି ପାରିବ। ବର୍ତ୍ତମାନ ପ୍ରଚଳିତ ଥିବା ଭଳି ବଜାର କମିଟିର ନ୍ୟୂନ ଦର ନିର୍ଦ୍ଧାରଣ ଆଗରେ ମୁଣ୍ତ ନୁଆଁଇବାକୁ ଚାଷୀ ବାଧୢ ହେବନାହିଁ। ତୃତୀୟ ବିଲ୍‌ଟି ‘କଣ୍ଟ୍ରାକ୍‌ଟ ଫାର୍ମି˚’ ବା ଚୁକ୍ତି ଭିତ୍ତିକ ଚାଷ ସ˚ପର୍କିତ ଯହିଁରେ ଚାଷୀ ସହିତ ବୃହତ୍‌ ଗ୍ରାହକ ସିଧାସଳଖ ଯୋଡ଼ି ହୋଇପାରିବେ। ଗ୍ରାହକଙ୍କ ସର୍ତ୍ତ ଓ ଚାହିଦା ମୁତାବକ କୃଷିଜାତ ଦ୍ରବ୍ୟ ଉତ୍ପାଦନ କରି ଏବ˚ ସିଧାସଳଖ ତାଙ୍କୁ ତାହା ଯୋଗାଇ ମଧୢସ୍ଥିମାନଙ୍କ ବିନା ଉପସ୍ଥିତିରେ ଅଧିକ ଆୟ କରିପାରିବ। କହିବା ନିଷ୍ପ୍ରୟୋଜନ ଯେ ଏହି ତିନିଟି ବ୍ୟବସ୍ଥା କୃଷି କ୍ଷେତ୍ରରେ ଏକ ଯୁଗାନ୍ତକାରୀ ସ˚ସ୍କାର ଆଣିବାରେ ସମର୍ଥ ହୋଇପାରିବ।

କିନ୍ତୁ ସ˚ପ୍ରତି ଯାହା ଦେଖିବାକୁ ମିଳୁଛି, ତାହା ହେଲା ଏହା ବିରୋଧରେ ପଞ୍ଜାବ ଓ ହରିଆଣାରେ ଚାଷୀମାନଙ୍କ ଆନ୍ଦୋଳନ ଏବ˚ ସେହି ରାଜ୍ୟ ସରକାରମାନଙ୍କ ବିରୋଧ। ଏହା ପଛରେ ଥିବା କାରଣ ମଧୢରୁ ଗୋଟିଏ ହେଲା ଏକ ଭ୍ରାନ୍ତ ଧାରଣା ଯେ ଏହାଦ୍ବାରା ମଣ୍ତି ବ୍ୟବସ୍ଥାର କ୍ରମେ ବିଲୋପ ଘଟିବ ଏବ˚ ସରକାରଙ୍କ ଦ୍ବାରା ପ୍ରଦାନ କରାଯାଉଥିବା ‘ସର୍ବନିମ୍ନ ସହାୟକ ମୂଲ୍ୟ’ ବା ‘ଏମଏସ୍‌ପି’ର ବ୍ୟବସ୍ଥା ସ୍ବାଭାବିକ ଭାବେ ବନ୍ଦ ହୋଇଯିବ। ଉଲ୍ଲେଖନୀୟ ଯେ ଉଭୟ ପଞ୍ଜାବ ଓ ହରିଆଣାରେ ଅମଳ କରାଯାଉଥିବା ବିପୁଳ ପରିମାଣର ଧାନ ଓ ଗହମକୁ ମଣ୍ତିରେ ବିକ୍ରି କରି ‘ଏମ୍‌ଏସ୍‌ପି’ ଆଧାରରେ ମୂଲ୍ୟ ପାଉଥିବା ସେଠାକାର ଚାଷୀମାନେ ସେମାନଙ୍କ ଖଳାରୁ ଖାଦ୍ୟଶସ୍ୟର ଦ୍ରୁତ ଅପସାରଣ ସହିତ କିଛି ନିଶ୍ଚିତ ଆୟର ସୁଯୋଗ ପାଇଥାଆନ୍ତି। ସୁତରା˚, ‘ଏମ୍‌ଏସ୍‌ପି’ ନେଇ ସୃଷ୍ଟ ବିଭ୍ରାନ୍ତି ଚାଷୀମାନଙ୍କ ମଧୢରେ ଉଦ୍‌ବେଗ ଜାତ କରିବା ସ୍ବାଭାବିକ। ‘ଫୁଡ୍‌ କର୍ପୋରେସନ୍‌ ଅଫ୍‌ ଇଣ୍ତିଆ’ ବା ‘ଏଫ୍‌ସିଆଇ’ ଗୋଦାମରେ ‘ବଫର ଷ୍ଟକ୍‌’ ଭାବେ ଯେଉଁ ଧାନ ବା ଗହମ ମହଜୁଦ ରଖାଯାଏ, ତାହା ପ୍ରମୁଖ ଭାବେ ଏହି ଦୁଇ ରାଜ୍ୟରୁ କ୍ରୟ କରାଯାଇଥାଏ। ଏକ ହିସାବ ଅନୁସାରେ ମଣ୍ତିରୁ ଧାନ କ୍ରୟ କରୁଥିବା ‘ଏଫ୍‌ସିଆଇ’ କେବଳ ଟିକସ ବାବଦରେ ଯାହା ଦେଇଥାଏ ତହିଁରୁ ପଞ୍ଜାବ ସରକାରଙ୍କ ଆୟ ବାର୍ଷିକ ପ୍ରାୟ ୫୦୦୦ କୋଟି ଟଙ୍କା। କହିବା ବାହୁଲ୍ୟ ଯେ ମଣ୍ତି ବ୍ୟବସ୍ଥାରେ ପ୍ରଭାବ ହ୍ରାସ ସରକାରଙ୍କ ଏହି ଆୟକୁ ସଂକୁଚିତ କରିବାର ଆଶଙ୍କା ରହିଛି। ତେଣୁ ଉଭୟ ସରକାର ଏହାର ବିରୋଧ କରିବାରେ ବିସ୍ମିତ ହେବାର କାରଣ ନାହିଁ।

ଦେଶରେ ଉତ୍ପାଦିତ ଅନ୍ୟ ସବୁ ପ୍ରକାର ଦ୍ରବ୍ୟ ନିଜ ସ୍ଥାନ ବା ଜିଲ୍ଲା ବା ରାଜ୍ୟ ଏପରିକି ଦେଶର ସୀମା ଅତିକ୍ରମ କରି ସାରା ବିଶ୍ବର ବଜାରରେ ପରିକ୍ରମା କରି ପାରୁଥିବା ବେଳେ ଚାଷୀର ଉତ୍ପାଦ ବିଲରୁ ଆସି କେବଳ ସେହି ଜିଲ୍ଲାର ମାର୍କେଟି˚ ୟାର୍ଡରେ ତାର ଯାତ୍ରା ସମାପ୍ତ କରିବାକୁ ବାଧୢ ହେବା ଏକ ବିଚିତ୍ର ବିଡ଼ମ୍ବନା ନୁହେଁ କି? ମଣ୍ତି ଦ୍ବାରା ନିର୍ଧାରିତ ସର୍ବନିମ୍ନ ମୂଲ୍ୟକୁ ଚାଷୀ ତାର ଦ୍ରବ୍ୟର ସର୍ବାଧିକ ମୂଲ୍ୟ ରୂପେ ବିବେଚନା କରିବା ତା’ ଲାଗି ଭାଗ୍ୟର ଏକ କ୍ରୂର ପରିହାସ ନୁହେଁ କି? ପୁଣି ମଣ୍ତିରେ ଅବ୍ୟବସ୍ଥା କାରଣରୁ ନିଜ ଉତ୍ପାଦକୁ ‘ଏମ୍‌ଏସ୍‌ପି’ ଠାରୁ ଆହୁରି କମ୍‌ ମୂଲ୍ୟରେ ବାହାରର ବ୍ୟବସାୟୀଙ୍କୁ ବିକ୍ରି କରିବାର ବାଧୢବାଧକତା ବା ପନିପରିବାକୁ ମଣ୍ତିକୁ ନେବାର ଖର୍ଚ୍ଚ ନ ଉଠିବା କାରଣରୁ କ୍ଷେତ ଭିତରକୁ ଗୋରୁ ଛାଡ଼ିଦେବା ଭଳି ଉଦ୍ଭଟ ପରିସ୍ଥିତି ଭାରତୀୟ କୃଷକଙ୍କୁ ଯେଉଁ ଅଭାବନୀୟ ଅସ୍ତିତ୍ବ ସ˚କଟ ଭିତରକୁ ଭିଡ଼ି ନେଉଛି, ତହିଁରୁ ସେମାନଙ୍କୁ ମୁକ୍ତ କରିବା ନିତାନ୍ତ ଜରୁରୀ ନୁହେଁ କି?

ତେବେ ଏତିକି ବେଳେ ଏହା ମଧ୍ୟ ଦେଖିବାକୁ ମିଳିଛି ଯେ ସରକାର ପିଆଜର ରପ୍ତାନି ଉପରେ ସ˚ପୂର୍ଣ୍ଣ ନି‌ଷେଧାଦେଶ ଜାରି କରିଛନ୍ତି। ଏହା ମହାରାଷ୍ଟ୍ର (ନାସିକ)ର ପିଆଜ ଚାଷୀଙ୍କ ମୁଣ୍ତରେ ବଜ୍ରତୁଲ୍ୟ ପଡ଼ିଛି। ଗୋଟିଏ ପକ୍ଷରେ କୃଷିଜର ମୁକ୍ତ ବିଚରଣ ଓ ବିପଣନ କଥା କୁହାଯାଉଥିବା ବେଳେ ଏଭଳି ନିଷେଧାଦେଶର କାରଣ କ’ଣ ହୋଇପାରେ? କୁହାଯାଉଛି ଯେ ବିହାର ଓ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଯାଉଥିବା ନିର୍ବାଚନର ପରିଣାମ ଯେମିତି ପିଆଜର ଅତ୍ୟଧିକ ଦର ବୃଦ୍ଧିର ତାତିରେ କେନ୍ଦ୍ରରେ ଶାସନ କରୁଥିବା ଦଳ ବିରୋଧରେ ନ ଯାଏ, ସେଥି ଲାଗି ସମ୍ଭବତଃ ଏହି ପ୍ରୟାସ। କିନ୍ତୁ ଏଭଳି ଦୁଇ ବିପରୀତମୁଖୀ ଆଭିମୁଖ୍ୟ ଏହି କ୍ଷେତ୍ରରେ ଅଧିକ ସ˚ଶୟ ସୃଷ୍ଟି କରିବା ସହିତ ସରକାରଙ୍କ ସମସ୍ତ ଉତ୍ତମ ଉଦ୍ଦେଶ୍ୟ ସତ୍ତ୍ବେ ଚାଷୀମାନଙ୍କ ବିଶ୍ବାସହାନିର ଶିକାର ହେବ। ପ୍ରକୃତରେ ଏହି ସରଳ ବିଶ୍ବାସୀ ବର୍ଗଙ୍କ ଲାଗି ଏକ ସଳଖ ବାଟର ବ୍ୟବସ୍ଥା ହିଁ କରାଯାଉ।

ସମ୍ବନ୍ଧିତ ଖବର