ବାଟ ଖୋଜା

ସ˚ପ୍ରତି ସମଗ୍ର ବିଶ୍ବ ଗୋଟିଏ କୋଭିଡ୍‌ ଟିକାକୁ ଅତ୍ୟନ୍ତ କାତର ଭାବେ ଚାହିଁ ବସିଥିବା ବେଳେ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ବା ‘ହୁ’ ପକ୍ଷରୁ କୁହାଯାଇଛି ଯେ ଚଳିତ ବର୍ଷର ଡିସେମ୍ବର ସୁଦ୍ଧା ଏଭଳି ଏକ ଟିକା ମାନବ ଜାତି ଲାଗି ଉପଲବ୍‌ଧ ହୋଇଯାଇପାରେ। ଉଲ୍ଲେଖଯୋଗ୍ୟ ଯେ କୋଭିଡ୍‌ ଟିକା ପ୍ରସ୍ତୁତ ଦୌଡ଼ରେ ୧୫୦ଟି ଅନୁଷ୍ଠାନ ଗଳଦ୍‌ଘର୍ମ ପ୍ରୟାସ କରି ଚାଲିଥିବା ସତ୍ତ୍ବେ କୌଣସି କୋଭିଡ୍‌ ଟିକାର ଆବିର୍ଭାବ ନେଇ ଖବର ଦେବାରେ ‘ହୁ’ ସର୍ବଦା ଅତ୍ୟନ୍ତ ସତର୍କତା ଅବଲମ୍ବନ କରି ଆସିଛି। ସୁତରା˚, ‘ହୁ’ର ଏଭଳି ଏକ ଘୋଷଣା ନିଶ୍ଚିତ ଭାବେ ଆଶାର ଏକ ମୃଦୁ ତରଙ୍ଗ ସୃଷ୍ଟି କରିଛି। ଏହା ପୂର୍ବରୁ ଅର୍ଥାତ୍‌ ଗଲା ଅଗଷ୍ଟ ମାସରେ ପୃଥିବୀର ସର୍ବ ପ୍ରଥମ କୋଭିଡ୍‌ ଭ୍ୟାକ୍‌ସିନ ବୋଲି ଦାବି କରି ରୁଷିଆ ଯେଉଁ ଔଷଧ ଧରି ଉଭା ହୋଇଥିଲା, ତାର ଫଳପ୍ରଦତା ନେଇ କେବଳ ‘ହୁ’ ପକ୍ଷରୁ ନୁହେଁ, ଅନେକ ରାଷ୍ଟ୍ର ଦ୍ବାରା ପ୍ରକଟ କରାଯାଇଥିବା ସନ୍ଦେହ ଅଚିରେ ସତ୍ୟ ବୋଲି ସାବ୍ୟସ୍ତ ହୋଇ ସେହି ଭ୍ୟାକ୍‌ସିନକୁ ନିଷ୍ପ୍ରଭ କରି ସାରିଛି। ମଣିଷମାନଙ୍କ କ୍ଷେତ୍ରରେ ଅବାଧରେ ବ୍ୟବହୃତ ହେବା ସକାଶେ ଆବଶ୍ୟକ ଅନୁମୋଦନ (ସର୍ବଶେଷ ଅନୁମୋଦନକାରୀ ସ˚ସ୍ଥା ଯୁକ୍ତରାଷ୍ଟ୍ର ଆମେରିକାର ‘ଫୁଡ୍‌ ଏଣ୍ତ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେସନ’ ବା ‘ଏଫ୍‌ଡିଏ’) ଲାଗି ଗୋଟିଏ ଭ୍ୟାକ୍‌ସିନକୁ ଯେଉଁଭଳି ଅତ୍ୟନ୍ତ କଠିନ ପରୀକ୍ଷାନିରୀକ୍ଷାର ଶୃଙ୍ଖଳା ଦେଇ ଗତି କରିବାକୁ ହୋଇଥାଏ, ରୁଷିଆର ଭ୍ୟାକ୍‌ସିନ ସେଭଳି ଅଗ୍ନିର ଦରିଆରେ ସନ୍ତରଣ କରି ନ ଥିଲା। ତେବେ ସେ ଯାହା ହେଉ, ସ˚ପ୍ରତି ‘ହୁ’ ପକ୍ଷରୁ କରାଯାଇଥିବା ଘୋଷଣା ପରେ ଏକ ଫଳପ୍ରଦ ଏବ˚ ଭରସାଯୋଗ୍ୟ ଭ୍ୟାକ୍‌ସିନ ଆତ୍ମପ୍ରକାଶ କରିବ ବୋଲି ଯଥେଷ୍ଟ ଆଶା ସ˚ଚାରିତ ହୋଇଛି। କେତେକ ଗଣମାଧୢମରେ କୁହାଯାଇଛି ଯେ ଏକ କୋଭିଡ୍‌ ଟିକା ଖ୍ରୀଷ୍ଟମାସ ବା ବଡ଼ଦିନ ପୂର୍ବରୁ ଉପଲବ୍‌ଧ ହୋଇଯାଇପାରେ; ଯାହା ମାନବ ଜାତି ଲାଗି ବଡ଼ଦିନର ଉପହାର ଭାବେ ସ୍ବୀକୃତ ହେବ। ତେବେ ଏହି ପ୍ରସଙ୍ଗରେ ଯେଉଁ ପ୍ରଶ୍ନଟି ସ୍ବାଭାବିକ ଭାବେ ଉଠିଥାଏ, ତାହା ହେଲା କେଉଁ ପଦ୍ଧତିରେ ଟିକାକରଣ କରାଗଲେ ପୃଥିବୀକୁ ଶୀଘ୍ର ତଥା ଅତ୍ୟନ୍ତ ସଫଳତାର ସହିତ କରୋନା ମୁକ୍ତ କରିବାର ସମ୍ଭାବନା ସର୍ବାଧିକ ଉଜ୍ଜ୍ବଳ? ସୁତରା˚, ଏ ନେଇ ଯୋଜନା ନିର୍ଦ୍ଧାରଣ ଏବ˚ ଚିନ୍ତନର ପ୍ରକ୍ରିୟା ପୃଥିବୀ ସାରା ଆରମ୍ଭ ହୋଇ ସାରିଲାଣି।

ଏକ ଭୟାବହ ପାନ୍‌ଡେମିକ୍‌ ସମୟରେ ସ˚କ୍ରମଣକୁ ବିଲୋପ କରିବା ଲାଗି ସାର୍ବଜନୀନ ଟିକାକରଣର ଉଦ୍ୟମ କେବଳ ଅତ୍ୟନ୍ତ ଜଟିଳ ବା ସମୟସାପେକ୍ଷ ବ୍ୟାପାର ନୁହେଁ, ଏହା ବିଫଳ ହେବାର ଆଶଙ୍କା ମଧୢ ରହିଛି। ସାରା ବିଶ୍ବର ୭୦୦ କୋଟି ଜନସ˚ଖ୍ୟା ଲାଗି ଟିକାର ଉପଲବ୍‌ଧତା ଏବ˚ ସାର୍ବଜନୀନ ଟିକାକରଣକୁ ସଫଳ କରିବା ସକାଶେ ଆବଶ୍ୟକ ଅର୍ଥ ହୁଏ’ତ ଅନେକ ଦରିଦ୍ର ରାଷ୍ଟ୍ରର କ୍ରୟ ଶକ୍ତିର ବାହାରେ ହୋଇପାରେ। ପୁନଶ୍ଚ, ଏକ ବିଡ଼ମ୍ବନା ହେଲା ଅଧିକା˚ଶ ଦରିଦ୍ର ରାଷ୍ଟ୍ର ହିଁ ଅତ୍ୟନ୍ତ ଜନାକୀର୍ଣ୍ଣ। ପାର˚ପରିକ ଭାବେ ବିଭିନ୍ନ ସ˚କ୍ରାମକ ରୋଗ ଦ୍ବାରା ଆକ୍ରାନ୍ତ ହେଉଥିବା ସେହି ସବୁ ରାଷ୍ଟ୍ରଗୁଡ଼ିକ ଲାଗି ଧନୀ ରାଷ୍ଟ୍ରଗୁଡ଼ିକ ତ୍ରାଣକର୍ତ୍ତା ଭାବେ ବିଦ୍ୟମାନ ହୋଇଥାଆନ୍ତି; କିନ୍ତୁ ଏବେ ଯେତେବେଳେ ତ୍ରାଣକର୍ତ୍ତାମାନେ ସ୍ବୟ˚ ତ୍ରସ୍ତ, ସେତିକିବେଳେ ଦରିଦ୍ର ରାଷ୍ଟ୍ରଗୁଡ଼ିକ ସେମାନଙ୍କ ଅଗ୍ରାଧିକାର ତାଲିକାରେ ତଳକୁ ରହିବା ନିଶ୍ଚିତ। ପୁଣି ଏହା ମଧୢ ଭୁଲିଗଲେ ହେବ ନାହିଁ ଯେ ଟିକାର ପ୍ରଭାବ ମନୁଷ୍ୟ ଶରୀର ଉପରେ କେତେ ଦୀର୍ଘସ୍ଥାୟୀ, ତା’ ଉପରେ ଟିକାକରଣର ପଦ୍ଧତି ନିର୍ଭର କରିବ; କାରଣ ଏକ ଦୁର୍ବଳ ପ୍ରତିଷେଧକ ଦ୍ବାରା ଏଭଳି ଏକ ବିଶ୍ବବ୍ୟାପୀ ପାନ୍‌ଡେମିକ୍‌କୁ ଦୂର କରିବାକୁ ହେଲେ ଯୋଜନାରେ ପରିବର୍ତ୍ତନ ଆଣିବାକୁ ପଡ଼ିପାରେ।

ଏହି ସ˚ଦର୍ଭରେ ଆଲୋଚନା କଲା ବେଳେ ଏକ ଯୁଦ୍ଧ କାଳୀନ ସ୍ଥିତିକୁ ଉଦାହରଣ ଭାବେ ନିଆଯାଉ। ଧରାଯାଉ ଯେ ଏକ ଯୁଦ୍ଧ ସମୟରେ ଶତ୍ରୁ ପକ୍ଷର ବିମାନ ଗୋଟିଏ ଅଞ୍ଚଳ ଉପରେ ଆକ୍ରମଣ ଲାଗି ଉଦ୍ୟତ ବା ଆକ୍ରମଣ ଆରମ୍ଭ କରି ଦେଇଛନ୍ତି। ଏଭଳି ସ୍ଥିତିରେ ଯଦି ଆକ୍ରମଣର ଶିକାର ହେଉଥିବା ପକ୍ଷ ବଳଶାଳୀ ତେବେ ସେ ତା’ ଠାରେ ଉପଲବ୍‌ଧ ବିମାନ ବିଧ୍ବ˚ସୀ କମାଣ ଦ୍ବାରା ଆକ୍ରମଣକୁ ପ୍ରତିହତ କରିବାର ଉଦ୍ୟମ କରିବ। କିନ୍ତୁ ଯଦି ଆକ୍ରମଣର ଶିକାର ହେଉଥିବା ରାଷ୍ଟ୍ରଟି ଦୁର୍ବଳ, ତେବେ ସେହି ରାଷ୍ଟ୍ରର ସରକାର ଜନଜୀବନ ରକ୍ଷା କରିବା ସକାଶେ ନାଗରିକମାନଙ୍କୁ ହୁଏ’ତ ଅନ୍ୟତ୍ର ସ୍ଥାନାନ୍ତରଣ କରି ଆକ୍ରମଣର ପ୍ରଭାବ ବଳୟରୁ ଦୂରେଇ ରଖିବାର ଚେଷ୍ଟା କରିବ। ଟିକାକରଣ ବେଳେ ମଧୢ ଦୁଇ ପ୍ରକାର ସ୍ଥିତିକୁ ଚାହିଁ ଏଭଳି ଦୁଇ ପ୍ରକାର ଆଭିମୁଖ୍ୟ ପ୍ରଦର୍ଶନ କରିବାକୁ ପଡ଼ିପାରେ। ୨୦୦୯ ମସିହାରେ ପ୍ରସ୍ତୁତ ଏକ ମଡେଲରେ ‘ଇନ୍‌ଫ୍ଲୁଏନ୍‌ଜା’ ସ˚କ୍ରମଣରୁ ସୁରକ୍ଷା ଲାଗି ଯେଉଁ ଦୁଇ ପ୍ରକାର ପଦ୍ଧତି କଥା କୁହାଯାଇଥିଲା, ତାହା ଉପର ବର୍ଣ୍ଣିତ ଉଦାହରଣ ସୁଲଭ ହୋଇଥାଏ। କରୋନା ଟିକାକରଣ ବିଷୟ ଚିନ୍ତା କଲା ବେଳେ ଏହି ମଡେଲକୁ ବିଚାରକୁ ନିଆଯିବା ଉଚିତ। ଏହି ମଡେଲ ଯାହା କହିଥାଏ, ତାହା ହେଲା, ଯଦି ପ୍ରତିଷେଧକ ଦୁର୍ବଳ ବା ତା’ ଦ୍ବାରା ଶରୀରରେ ସ୍ବଳ୍ପ ସମୟ ଲାଗି ‘ଆଣ୍ଟିବଡି’ ସୃଷ୍ଟି ହେବାର ସମ୍ଭାବନା ଥାଏ, ତାହା ହେଲେ ସ˚କ୍ରମଣ ଦ୍ବାରା ସର୍ବାଧିକ ପ୍ରଭାବିତ ହେଉଥିବା ବର୍ଗଙ୍କ ଟିକାକରଣ ଅଗ୍ରାଧିକାର ପାଇବା ଉଚିତ। ସେହି ଦୃଷ୍ଟିରୁ ସ୍ବାସ୍ଥ୍ୟ କର୍ମୀ, ପୁଲିସ ବା ସ˚କ୍ରମଣ ସହିତ ସିଧାସଳଖ ସ˚ପର୍କରେ ଆସୁଥିବା ସରକାରୀ କର୍ମଚାରୀ ଏବ˚ ଷାଠିଏ ବର୍ଷ ବୟସରୁ ଅଧିକ ବୟସ ବର୍ଗର ଲୋକେ ଏହି ଟିକାକରଣ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ ହେବେ; ଏହାର ଅର୍ଥ ଯୁଦ୍ଧରେ ଆକ୍ରମଣର ପ୍ରଭାବରୁ ଦୂରରେ ରହିବା ଲାଗି ଦୁର୍ବଳ ବର୍ଗର ପଳାୟନ ଭଳି ଏକ ସ୍ଥିତି ଯହିଁରେ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ବହନ କରୁଥିବା ବର୍ଗ ପ୍ରତିଷେଧକ ଏବ˚ ‘ବୁଷ୍ଟର’ ଡୋଜ୍‌ ଆଦି ସାହାଯ୍ୟରେ ନିଜକୁ କରୋନାର ପ୍ରଭାବରୁ ଦୂରେଇ ରଖିବେ। ଏହି ଦୁର୍ବଳ ବର୍ଗର ସୁରକ୍ଷା ସ˚କ୍ରମଣକୁ କ୍ରମେ ପ୍ରଭାବଶୂନ୍ୟ କରିବାରେ ସହାୟକ ହେବ। କିନ୍ତୁ ଯଦି ପ୍ରତିଷେଧକଟି ମାନବ ଶରୀରରେ ଦୀର୍ଘ କାଳ ଲାଗି ‘ଆଣ୍ଟିବଡି’ ସୃଷ୍ଟି କରିବାରେ ସମର୍ଥ ହୁଏ, ତେବେ ତାହା ପ୍ରଥମେ ‘ସ୍ପ୍ରେଡର‌୍‌’ (କରୋନାକୁ ବ୍ୟାପକ କରୁଥିବା ଯୁବବର୍ଗ)ମାନଙ୍କ ଉପରେ ପ୍ରୟୋଗ କରାଯିବା ଦରକାର, ଯଦ୍ଦ୍ବାରା ପ୍ରତିଷେଧକଟି ଦ୍ବାରା ଭୂତାଣୁର ଆକ୍ରମକ କ୍ଷମତାରେ ହ୍ରାସ ଘଟିବ, ଯେମିତି ଉପର ବର୍ଣ୍ଣିତ ଉଦାହରଣରେ ବିମାନବିଧ୍ବ˚ସୀ କମାଣ ବଳରେ ବୋମାବର୍ଷୀ ବିମାନର ମୁକାବିଲା କରାଯାଇଥାଏ। ତେବେ ଏହା ଛଡ଼ା, ଏକ ତୃତୀୟ ପଦ୍ଧତି ପଶ୍ଚିମ ଜର୍ମାନିର ବନ୍‌ ବିଶ୍ବବିଦ୍ୟାଳୟର କିଛି ପଦାର୍ଥ ବିଜ୍ଞାନୀ ଏକ ପରିସ˚ଖ୍ୟାନ-ଭିତ୍ତିକ ମଡେଲକୁ ଆଧାର କରି ପ୍ରସ୍ତୁତ କରିଛନ୍ତି, ଯାହା ସର୍ବାଧିକ ସ˚କ୍ରମିତ ଅଞ୍ଚଳକୁ ଚିହ୍ନଟ କରି ସେଠାରେ ଟିକାକରଣର ଅଗ୍ରାଧିକାର ଉପରେ ଗୁରୁତ୍ବ ପ୍ରଦାନ କରିଥାଏ। ସେହି ବିଚାରରେ ସହରାଞ୍ଚଳର ଲୋକେ ଗ୍ରାମାଞ୍ଚଳ ତୁଳନାରେ ଟିକାକରଣରେ ଅଗ୍ରାଧିକାର ପାଇବା ଉଚିତ ବୋଲି ମନେ ହୋଇଥାଏ।

ପୃଥିବୀକୁ ଏକ ପାନ୍‌ଡେମିକ୍‌ରୁ ମୁକ୍ତ କରିବା ଲାଗି ଏତେ ସ୍ବଳ୍ପ ସମୟ ମଧୢରେ ଭ୍ୟାକ୍‌ସିନର ଆବିର୍ଭାବ ଘଟିବା ବିଶ୍ବ ଇତିହାସରେ ପ୍ରଥମ। ଯେହେତୁ ‘ସାର୍ସ’ ଏବ˚ ‘ମର୍ସ’ ଭଳି ପାନ୍‌ଡେମିକ୍‌ ସକାଶେ କରୋନା ପରିବାରର ଦୁଇ ଭୂତାଣୁର ପ୍ରତିଷେଧକ ପ୍ରସ୍ତୁତିରେ ପୂର୍ବରୁ ‘ଅକ୍‌ସଫୋର୍ଡ ବିଶ୍ବବିଦ୍ୟାଳୟ’ର ବୈଜ୍ଞାନିକମାନେ ଗବେଷଣାରତ ରହି ଆସିଥିଲେ, କୋଭିଡ୍‌ ଭଳି ଆଉ ଏକ (ନୂଆ) କରୋନା ଭୂତାଣୁ ପାଇଁ ପ୍ରତିଷେଧକ ତିଆରି କରିବା ଏହି ଗବେଷକ ଦଳ ଲାଗି ଅପେକ୍ଷାକୃତ ସୁବିଧାଜନକ ଓ ସ୍ବଳ୍ପ ସମୟସାପେକ୍ଷ ହୋଇପାରିଛି। ସେଥି ଲାଗି ‘ଅକ୍‌ସଫୋର୍ଡ’ ପକ୍ଷରୁ ପ୍ରଥମ ଭ୍ୟାକ୍‌ସିନ ଆସିବା ପ୍ରାୟ ନିଶ୍ଚିତ। ଏହାର ନିର୍ମାଣରେ ଭାରତୀୟ କ˚ପାନି ‘ସେରମ ଇନ୍‌ଷ୍ଟିଚ୍ୟୁଟ୍‌’ ଏକ ଭାଗୀଦାର ହୋଇଥିବାରୁ ଭାରତ ଲାଗି ଏହା ଅତି ଶୀଘ୍ର ଉପଲବ୍‌ଧ ହେବାର ଆଶା ଉଜ୍ଜ୍ବଳ। ତେବେ ଭ୍ୟାକ୍‌ସିନର ପ୍ରଭାବ ମାନବ ଶରୀର ଉପରେ କେତେ କାଳ ସ୍ଥାୟୀ ହେବ, ତା’ ଉପରେ ବାଟ ଖୋଜା ପ୍ରକରଣ ନିର୍ଭର କରିବ।

ସମ୍ବନ୍ଧିତ ଖବର