ଅନେକ ସମୟରେ ଅତୀତ ଏକ ପାଳଭୂତ ସୃଷ୍ଟି କରୁଥିବା ଭଳି ଅହେତୁକ ଭୟ ଜାତ କରିଥାଏ। କିନ୍ତୁ ଯଦି ତାହା ପାଳଭୂତ ବୋଲି ହୃଦୟଙ୍ଗମ କରିହୁଏ, ତେବେ ସେହି ଭୟ ଅପସରି ଯାଇଥାଏ। ସେହି ପରିପ୍ରେକ୍ଷୀରେ ୧୯୬୨ ମସିହାରେ ଭାରତ ଓ ଚୀନ ମଧୢରେ ହୋଇଥିବା ରକ୍ତାକ୍ତ ଯୁଦ୍ଧରେ ଭାରତ ବରଣ କରିଥିବା ପରାଜୟ ଯଦି ଏହାର ସତାବନ ବର୍ଷ ପରେ ମଧୢ ସେହି ଭଳି ଆଉ ଏକ ସମ୍ଭାବ୍ୟ ଯୁଦ୍ଧ ସ˚ଦର୍ଭରେ ଅନେକଙ୍କ ଲାଗି ଭୟର କାରଣ ହୋଇଥାଏ, ସେତିକିବେଳେ ଏହି ଭୟର କାରଣ ଯେ ପାଳଭୂତସୁଲଭ ତାହା ପ୍ରତିପାଦନ କରାଯିବା ଆବଶ୍ୟକ ହୋଇପଡ଼େ। କହିବା ବାହୁଲ୍ୟ ଯେ ଏହି ଭୟର ଶିକାରମାନେ ବିଭିନ୍ନ ସାମାଜିକ ଗଣମାଧୢମର ମଞ୍ଚ ଏବ˚ ମୁଖ୍ୟ ସ୍ରୋତୀୟ ଗଣମାଧୢମରେ ସେମାନଙ୍କ ଆଶଙ୍କାକୁ ପ୍ରମାଣିତ କରିବାକୁ ଯାଇ ଉଭୟ ଦେଶର ସେନାବାହିନୀର ଏକ ତୁଳନାତ୍ମକ ଚିତ୍ର ରୂପେ ବିଭିନ୍ନ ପରିସ˚ଖ୍ୟାନମୂଳକ ତଥ୍ୟର ଅବତାରଣା କରିଥାଆନ୍ତି। ସେମାନଙ୍କ ମତାମତରେ ଯାହା ଉଚ୍ଚାରିତ ବା ଅନୁଚ୍ଚାରିତ ଭାବେ ଥାଏ, ତାହା ହେଲା ଏଭଳି ଏକ ସମ୍ଭାବ୍ୟ ଯୁଦ୍ଧ ପ୍ରସଙ୍ଗରେ ଭାରତ ଦ୍ବାରା ପ୍ରକାଶ ପାଉଥିବା ଦମ୍ଭୋକ୍ତି ହୁଏ’ତ ଅନ୍ତଃସାରଶୂନ୍ୟ ବା ଫମ୍ପା। କିନ୍ତୁ ଅପର ପକ୍ଷରେ ଯେଉଁମାନେ ଭାରତର ସାମରିକ ସାମର୍ଥ୍ୟର ବୃଦ୍ଧି ଓ କ୍ରମ ବିବର୍ତ୍ତନ ଉପରେ ନଜର ରଖିଥାଆନ୍ତି, ସେମାନେ କହିଥାଆନ୍ତି ଯେ ଏହି ଆଶଙ୍କା ଅକାରଣ; କାରଣ ୨୦୨୦ ଓ ୧୯୬୨ ମଧୢବର୍ତ୍ତୀ ସମୟ କାଳ ଭିତରେ ବ୍ରହ୍ମପୁତ୍ରରେ ଅନେକ ଜଳ ପ୍ରବାହିତ ହୋଇ ସାରିଛି।
ଭାରତ ଓ ଚୀନ ମଧୢରେ ଦେଖା ଦେଇଥିବା ସୀମା ବିବାଦରେ ଚୀନ ପକ୍ଷରୁ କରାଯାଇଥିବା ସଦ୍ୟତମ ଦାବି ହେଉଛି ଯେ ୧୯୫୯ ମସିହାରେ ସୀମାରେଖା ଚିହ୍ନିତ କରି ଚୀନ ପକ୍ଷରୁ ପ୍ରଦତ୍ତ ଚିତ୍ର ହିଁ ହେଉଛି ପ୍ରକୃତ ସୀମାରେଖା। କହିବା ନିଷ୍ପ୍ରୟୋଜନ ଯେ ଏହାକୁ ଭାରତ ମୂଳରୁ ପ୍ରତ୍ୟାଖ୍ୟାନ କରି ଆସିଛି ଏବ˚ ଏବେ ସ୍ବାଭାବିକ ଭାବେ ସ୍ପଷ୍ଟ ଭାବେ ଜଣାଇ ଦେଇଛି ଯେ ଏଭଳି ସର୍ତ୍ତକୁ ଗ୍ରହଣ କରାଯିବା ଭାରତ ଲାଗି କଳ୍ପନାତୀତ। ସୁତରା˚, ଭାରତ ଓ ଚୀନ ମଧୢରେ ଜାରି ରହିଥିବା ମୁହାଁମୁହିଁ ଅବସ୍ଥାରେ ସେଭଳି ବିଶେଷ କୌଣସି ପରିବର୍ତ୍ତନ ଆସିନାହିଁ ଏବ˚ ଅନେକ ସମର ବିଶାରଦଙ୍କ ମତରେ ଏହା ଏକ ଦାନ୍ତ ବିନ୍ଧା ଭଳି ରହି ସ୍ଥିତିକୁ ଅଶାନ୍ତ କରି ରଖିବ ଏବ˚ ଭବିଷ୍ୟତ୍ରେ ଏହି କାରଣରୁ ହୁଏ’ତ ସ˚ଘର୍ଷ ମଧୢ ଘଟିପାରେ। ବର୍ତ୍ତମାନ ପ୍ରାୟ ସମସ୍ତେ ଅବଗତ ଯେ ଭାରତ ଓ ଚୀନର ସୀମାରେଖା, ଯାହାକୁ ‘ଲାଇନ ଅଫ୍ ଆକ୍ଚୁଆଲ କ˚ଟ୍ରୋଲ’ ବା ‘ପ୍ରକୃତ ନିୟନ୍ତ୍ରଣ ରେଖା’ ବୋଲି କୁହାଯାଇଥାଏ, ବାସ୍ତବରେ ହେଉଛି ମାନଚିତ୍ରରେ ଟଣାଯାଇଥିବା ଏକ ଗାର ମାତ୍ର। ସେହି ଗାର କେବଳ ଏହି ଦୁଇ ଦେଶର ଧାରଣାରେ ବିଦ୍ୟମାନ ଥାଏ ସିନା, ଭୂମି ଉପରେ ଏହାର ଚିହ୍ନ ଅନୁପସ୍ଥିତ। କେବଳ ପାରସ୍ପରିକ ବୁଝାମଣା, ପରସ୍ପରର ସାର୍ବଭୌମତ୍ବ ପ୍ରତି ସମ୍ମାନ ପ୍ରଦର୍ଶନରେ ଏହି ନିୟନ୍ତ୍ରଣ ରେଖାଟି ବାସ୍ତବାୟିତ ହୋଇଥାଏ। ତେବେ ବିଡ଼ମ୍ବନା ହେଉଛି, ସ˚ପ୍ରସାରଣବାଦୀ ଚୀନ କିନ୍ତୁ ଭୂମିରେ ଚିହ୍ନିତ ଏକ ରେଖାର ଅନୁପସ୍ଥିତିର ସୁଯୋଗ ନେଇ ସର୍ବଦା ସୀମା ଅତିକ୍ରମଣ କରିବାର ଅଭିସନ୍ଧି ପୋଷଣ କରି ଆସିଛି, ଯାହା ଦୁଇ ପଡ଼ୋଶୀ ମଧୢରେ ଲାଗି ରହିଥିବା ତିକ୍ତତାର ପ୍ରମୁଖ କାରଣ।
ସ୍ମରଣରେ ରହିଛି ଯେ ୧୯୬୨ ନଭେମ୍ବର ୨୧ ତାରିଖରେ ଭାରତ ପକ୍ଷରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ତିତ ଜଵହରଲାଲ ନେହରୁ ଚୀନ୍ର ସୀମା ଅତିକ୍ରମଣ ବିରୋଧରେ ପଦକ୍ଷେପ ସ୍ବରୂପ ସାମରିକ କାର୍ଯ୍ୟାନୁଷ୍ଠାନ ଲାଗି ଦେଇଥିବା ଆଦେଶ ଥିଲା ଏକ ବିରକ୍ତି ପ୍ରସୂତ; ଯେଉଁ ବିରକ୍ତି ଚୀନ୍ର ଉପଦ୍ରବକୁ ପ୍ରାୟ ଏକ ନିରବଦ୍ରଷ୍ଟା ରୂପେ ଦେଖୁଥିବା ତତ୍କାଳୀନ ଭାରତ ସରକାରଙ୍କ ବିରୋଧରେ ବିରୋଧୀ ଦଳମାନଙ୍କ ଘମାଘୋଟ ଆକ୍ରମଣ ନେହରୁଙ୍କ ମନରେ ସୃଷ୍ଟି କରିଥିଲା। କିନ୍ତୁ ସେହି ସମୟରେ ଭାରତୀୟ ସେନାବାହିନୀ ଶୀତକାଳୀନ ହିମାବୃତ ଏବ˚ ସୁଉଚ୍ଚ ହିମାଳୟ ପାର୍ବତ୍ୟାଞ୍ଚଳର ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ଏକ ଯୁଦ୍ଧ ଲାଗି ପ୍ରସ୍ତୁତ ନ ଥିଲେ। କେବଳ ସେତିକି ନୁହେଁ ଯୁଦ୍ଧାସ୍ତ୍ର, ଯୁଦ୍ଧ ସରଞ୍ଜାମ ଠାରୁ ଆରମ୍ଭ କରି ସୈନିକମାନଙ୍କୁ ସେହି ସ୍ଥାନର ଅକଳ୍ପନୀୟ ଥଣ୍ତାରୁ ସୁରକ୍ଷା ପ୍ରଦାନ କରିବା ଲାଗି ଉପଯୁକ୍ତ ପୋଷାକ ଏବ˚ ଜୋତାର ମଧୢ ଅଭାବ ଥିଲା। କିନ୍ତୁ ଏହାର ସତାବନ ବର୍ଷ ପରେ ସ˚ପ୍ରତି ଭାରତ ପୃଥିବୀର ଚତୁର୍ଥ ବୃହତ୍ତମ ସେନାବାହିନୀ ଧାରଣ କରିଥିବା ରାଷ୍ଟ୍ର ରୂପେ ପରିଚିତ। ସେହି ଦୃଷ୍ଟିରୁ ଏକ ସମ୍ଭାବ୍ୟ ଆକ୍ରମଣରେ ଭାରତର ପ୍ରଦର୍ଶନ କିଭଳି ରହିବ ତାହା ଅନୁମାନସାପେକ୍ଷ ହେବା ଉଚିତ। ଗଲା ଜୁନ୍ ୧୫ରେ ପ୍ୟାଙ୍ଗଙ୍ଗ ଲେକ୍ ଠାରେ ଭାରତ ଓ ଚୀନ ସୈନିକମାନଙ୍କ ମଧୢରେ ହୋଇଥିବା ଏକ ଦୁର୍ଭାଗ୍ୟପୂର୍ଣ୍ଣ ରକ୍ତାକ୍ତ ହାତାହାତି ସ˚ଘର୍ଷରେ ଭାରତୀୟ ସେନା ଆପଣା ସାମର୍ଥ୍ୟକୁ ପ୍ରମାଣ କରି ସାରିଛନ୍ତି।
ଏହା ଅବଶ୍ୟ ସତ ଯେ ସମୁଦ୍ର ପତ୍ତନ ଠାରୁ ୪୬୦୦ ମିଟର ଉଚ୍ଚତାରେ ଅବସ୍ଥିତ ପୂର୍ବ ଲଦାଖର ତାପମାତ୍ରା ଶୀତ କାଳରେ ଦିନ ବେଳ ତାପମାତ୍ରା ବିଯୁକ୍ତ ୫ ଡିଗ୍ରି ସେଲସିଅସ୍ରୁ ବିଯୁକ୍ତ ୧୫ ଡିଗ୍ରି ସେଲସିଅସ୍ ମଧୢରେ ରହୁଥିବା ବେଳେ ରାତିରେ ତାହା ବିଯୁକ୍ତ ୨୦ ଡିଗ୍ରିରୁ ବିଯୁକ୍ତ ୩୫ ଡିଗ୍ରି ସେଲସିଅସ୍ ପର୍ଯ୍ୟନ୍ତ ରହିଥାଏ। ଏଭଳି ଏକ ପରିବେଶରେ ଦୀର୍ଘ କାଳ ଧରି କାର୍ଯ୍ୟ କରିଥିବା ଅବସରପ୍ରାପ୍ତ ଳେଫ୍ଟନାଣ୍ଟ ଜେନେରାଲ ଏଚ୍.ଏସ୍. ପନାଗଙ୍କ ଦ୍ବାରା ଲିଖିତ ଏକ ନିବନ୍ଧ ଯାହା କହିଥାଏ, ତାହା ହେଲା ଏଭଳି ଏକ ପ୍ରତିକୂଳ ସ୍ଥିତି ସହିତ ଖାପ ଖୁଆଇବା ଲାଗି ସୈନିକମାନଙ୍କୁ ପ୍ରାୟ ୧୪ ଦିନ ପର୍ଯ୍ୟନ୍ତ ସମୟ ଲାଗିଯାଇପାରେ ଏବ˚ ଅତ୍ୟଧିକ ଉଚ୍ଚତାରେ ଅବସ୍ଥିତ ହୋଇଥିବା କାରଣରୁ ସେଠାରେ ଅମ୍ଳଜାନର ଅଭାବ ସୈନିକମାନଙ୍କ ଶାରୀରିକ ସାମର୍ଥ୍ୟରେ ୨୦%ରୁ ୫୦% ପର୍ଯ୍ୟନ୍ତ ହ୍ରାସର କାରଣ ମଧୢ ହୋଇପାରେ। କିନ୍ତୁ ତାହା ଚୀନ ସୈନିକମାନଙ୍କ ସକାଶେ ମଧୢ ସମାନ ପରିମାଣରେ ପ୍ରଯୁଜ୍ୟ। କାରଣ ଭାରତୀୟ ସେନା ପୂର୍ବ ଲଦାଖର ଯେଉଁ ଅଞ୍ଚଳରେ ତାଲିମ ନେବା ସହିତ ଅଭ୍ୟାସ କରିଥାଆନ୍ତି, ତା’ର ଉଚ୍ଚତା ଏବ˚ ଭୂ-ସ˚ରଚନା ଦକ୍ଷିଣ ପଶ୍ଚିମର ଜିଙ୍ଗଜିୟା˚ ଏବ˚ ଉତ୍ତର ପଶ୍ଚିମର ତିବ୍ବତ ସହିତ ତୁଳନୀୟ, ଯେଉଁଠାରେ ଚୀନା ସୈନ୍ୟମାନେ ଅଭ୍ୟାସ କରିଥାଆନ୍ତି। ତେଣୁ ଆସନ୍ତା ଶୀତ ଦିନେ ଉଭୟ ଚୀନ ଓ ଭାରତୀୟ ସେନାଙ୍କ ଲାଗି ସମତୁଲ ଆହ୍ବାନ ସୃଷ୍ଟି କରିବ। ତେବେ, ଏହା ନିର୍ଭର କରିବ ସେନାବାହିନୀର ଶାରୀରିକ ଓ ମାନସିକ ମନୋବଳ ଏବ˚ ଧାରଣ କ୍ଷମତା ଉପରେ। ଶୀତ କାଳରେ ଅର୍ଥାତ୍ ନଭେମ୍ବର ଠାରୁ ଏପ୍ରିଲ ପର୍ଯ୍ୟନ୍ତ ବରଫପାତ ହେତୁ ରୋହତାଙ୍ଗ ଓ ଜୋଜିଲା ଗିରି ପଥ ବନ୍ଦ ରହେ। ଅଧିକ ଉଚ୍ଚତାରେ ଥିବା ଅନ୍ୟାନ୍ୟ ଗିରି ପଥ ମଧୢ କିଛି କାଳ ଲାଗି ବନ୍ଦ ରହିଥାଏ। ପୂର୍ବରୁ ଏହା ଭାରତୀୟ ସାମରିକ ବାହିନୀ ଲାଗି ଯୁଦ୍ଧ ସରଞ୍ଜାମ ବା ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ କରାଇବାରେ ବାଧା ସୃଷ୍ଟି କରୁଥିଲା। ସ˚ପ୍ରତି କିନ୍ତୁ ରୋହତାଙ୍ଗ ଟନେଲର ନିର୍ମାଣ ସ˚ପୂର୍ଣ୍ଣ ହୋଇଥିବା ଦୃଷ୍ଟିରୁ ଓ ତା’ରି ସାହାଯ୍ୟରେ ଭାରତର ‘ବର୍ଡର ରେଡ୍ ଅର୍ଗାନାଇଜେସନ୍’ ମାନାଲି-ଲେହ ସଡ଼କକୁ ସର୍ବଦା ବରଫମୁକ୍ତ ରଖି ପାରୁଥିବାରୁ ଭାରତୀୟ ସୈନ୍ୟବାହିନୀ ଲାଗି ସଡ଼କ ପଥରେ ଜରୁରୀ ପଦାର୍ଥ ଉପଲବ୍ଧ କରାଇବାରେ ବିଶେଷ କୌଣସି ସମସ୍ୟା ନାହିଁ।
କେବଳ ସେତିକି ନୁହେଁ, ହିମାଳୟ ପାର୍ବତ୍ୟାଞ୍ଚଳର ଅତ୍ୟଧିକ ଉଚ୍ଚତାରେ ସ˚ଘର୍ଷ କରିବାର ଅଭିଜ୍ଞତାର ସ˚ପଦ ଭାରତ ପାଖରେ ଉପଲବ୍ଧ। ୧୯୬୨ ପର ଠାରୁ କାରଗିଲ, ନାଥୁଲା, ସିଆଚେନ ଓ ଲେହ ଭଳି ଅଞ୍ଚଳରେ ଭାରତ ବିଭିନ୍ନ ସମୟରେ ଏକାଧିକ ବାର ଯୁଦ୍ଧ ବା ସ˚ଘର୍ଷ କରିସାରିଛି। ୧୯୯୯ ମସିହାର କାରଗିଲ ବିଜୟ ଭାରତୀୟ ସେନାବାହିନୀର ସାମର୍ଥ୍ୟର ଏକ ଉଦାହରଣ। ଏବେ ଭାରତୀୟ ସ୍ଥଳସେନା ଅତ୍ୟାଧୁନିକ ଯୁଦ୍ଧ ସରଞ୍ଜାମ, ଉପକରଣ ଏବ˚ ପୋଷାକ ଦ୍ବାରା ସଜ୍ଜିତ, ଯାହାର ଅଭାବ ୧୯୬୨ର ଭାରତୀୟ ପ୍ରଦର୍ଶନକୁ ପ୍ରଭାବିତ କରିଥିଲା।
କହିବା ବାହୁଲ୍ୟ ଯେ ନିର୍ଜୀବ ପାଳଭୂତ କେବଳ ଭୟ ସୃଷ୍ଟି କରିବାର କାମ କରିଥାଏ। ତେଣୁ ଯେଉଁମାନେ ଏବେ ୧୯୬୨ର ଯୁଦ୍ଧ ଆଧାରରେ ଏକ ପାଳଭୂତର ସାମ୍ନା କରୁଛନ୍ତି ସେମାନେ ଜାଣନ୍ତୁ ଯେ ଏଭଳି ଅହେତୁକ ଭୟ ନିର୍ଜୀବ ସତ୍ତାରେ ମଧୢ ଜୀବନ୍ୟାସ କରିଥାଏ।