୨୦୧୮ ମସିହାରେ ବି.ବି.ସି. ଦ୍ବାରା ପ୍ରସାରିତ ହେଉଥିବା ଏକ ଲୋକପ୍ରିୟ ସାକ୍ଷାତକାର କାର୍ଯ୍ୟକ୍ରମ ‘ହାର୍ଡ‌୍‌ ଟକ୍‌’ରେ ଅ˚ଶ ଗ୍ରହଣ କରି ଇମରାନ ଖାଁ ତାଲିବାନୀମାନଙ୍କ ଦ୍ବାରା ପ୍ରବର୍ତ୍ତନ କରାଯାଇଥିବା ଅତ୍ୟନ୍ତ ନିର୍ମମ ଓ ମଧୢ ଯୁଗୀୟ ଦଣ୍ତ ବ୍ୟବସ୍ଥା ସପକ୍ଷରେ ମତ ପ୍ରଦାନ କରିଥିଲେ। କହିବା ବାହୁଲ୍ୟ ଯେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ଜଣେ ରାଜନେତାଙ୍କ ଏଭଳି ମନୋଭାବ ଅନେକ ପାକିସ୍ତାନୀଙ୍କୁ ବ୍ୟଥିତ କରିଥିଲା। ତେବେ, ଏହା ମଧୢ ସତ ଯେ ଏଥିରେ ଅନେକ ବିସ୍ମୟ ପ୍ରକାଶ କରି ନ ଥିଲେ; କାରଣ ଏହାର ଛଅ ବର୍ଷ ପୂର୍ବରୁ ଅର୍ଥାତ୍‌ ୨୦୧୨ ମସିହା ଠାରୁ ବିଭିନ୍ନ ମଞ୍ଚରେ ଇମରାନ ଖାଁ ପୃଥିବୀର ଅନ୍ୟତମ ସର୍ବାଧିକ କୁଖ୍ୟାତ ଆତଙ୍କବାଦୀ ସ˚ଗଠନ ତାଲିବାନକୁ ସଶ୍ରଦ୍ଧ ସମର୍ଥନ ଜ୍ଞାପନ କରି ଆସିଛନ୍ତି ଯହିଁରେ ଏଭଳି ଏକ ଇଚ୍ଛା ମଧୢ ବାରମ୍ବାର ପ୍ରକଟିତ ହୋଇ ଆସିଛି ଯେ ପେଶଵାର ଠାରେ ତାଲିବାନ ସ˚ଗଠନ ବିଧିବଦ୍ଧ ଭାବେ ଗୋଟିଏ ଦପ୍ତର ଖୋଲିବା ଜରୁରୀ। କେବଳ ସେତିକି ନୁହେଁ ଚଳିତ ବର୍ଷ ଇମରାନ ସେହି ମଦ୍ରାସାଗୁଡ଼ିକୁ ୫୫୦ ନିୟୁତ ପାକିସ୍ତାନୀ ଟଙ୍କା ଅନୁଦାନ ଯୋଗାଇଛନ୍ତି, ଯେଉଁଗୁଡ଼ିକ ତାଲିବାନୀ ସୃଷ୍ଟିରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ। ସୁତରା˚, ସ୍ୱାଭାବିକ ଭାବେ ପାକିସ୍ତାନରେ ଏକ ଆଶଙ୍କା ସୃଷ୍ଟି ହେବାରେ ଲାଗିଛି ଯେ ଇମରାନ ଖାଁ ଅଧିକ କାଳ ଶାସନ କ୍ଷମତାରେ ରହିଲେ, ହୁଏ’ତ ଏଭଳି ଏକ ସ୍ଥିତି ଜାତ ହୋଇପାରେ, ଯହିଁରେ ଗଣତନ୍ତ୍ରର ନକଲି ଆବରଣ ତଳେ ଏକ ଚରମବାଦୀ ଶାସନର ନିରନ୍ତର ଧାରା ଗଡ଼ି ଚାଲିବ ଏବ˚ ସେଠାକାର ସର୍ବାଧିକ ଶକ୍ତିଶାଳୀ ଅନୁଷ୍ଠାନ ସେନା ବାହିନୀ ବା ‘ମିଲିଟାରି’ ଏହାକୁ ଆପଣା ସ୍ବାର୍ଥରେ ଜାରି ରଖିବାକୁ ଇଚ୍ଛା କରିବ।

Advertisment

ଉଲ୍ଲେଖଯୋଗ୍ୟ ଯେ ସ୍ବାଧୀନତା ପରବର୍ତ୍ତୀ ସାତ ଦଶକ ମଧ୍ୟରେ ପାକିସ୍ତାନ ଯେଉଁ ଗଣତାନ୍ତ୍ରିକ ଶାସନକୁ ପ୍ରତ୍ୟକ୍ଷ କରିଛି; ତାହା ସର୍ବଦା ସାମରିକ ବାହିନୀର ଛାୟା ତଳେ ପ୍ରତିପାଳିତ ହୋଇଛି ଏବ˚ ଯେଉଁ ତିନି ଜଣ ନିର୍ବାଚିତ ପ୍ରଧାନମନ୍ତ୍ରୀ (ଜୁଲଫିକର ଅଲ୍ଲୀ ଭୁଟ୍ଟୋ, ନଵାଜ ସରିଫ ଓ ବେନଜୀର ଭୁଟ୍ଟୋ) ଏହି ବ୍ୟବସ୍ଥାରେ ସହମତ ହୋଇ ନାହାନ୍ତି, ସେମାନେ ପ୍ରାଣଦଣ୍ତରେ ଦଣ୍ତିତ ହୋଇଛନ୍ତି ବା ନିର୍ବାସିତ ହୋଇଛନ୍ତି ଅଥବା ତାଙ୍କୁ ହତ୍ୟା କରାଯାଇଛି। ସେହି ଦୃଷ୍ଟିରୁ ଇମରାନ ଖାଁ ବୋଧହୁଏ ଗଣତାନ୍ତ୍ରିକ ନିର୍ବାଚନରେ ବିଜୟୀ ଏଭଳି ଜଣେ ପ୍ରଧାନମନ୍ତ୍ରୀ ଯାହାଙ୍କର ‘ମିଲିଟାରି’ ସହିତ ଯତିପାତ ସର୍ବାଧିକ ଆଦର୍ଶ ସ୍ଥାନୀୟ। ସୁତରା˚, ଏହାକୁ ପାକିସ୍ତାନ ଲାଗି ଏକ ବିପଦ ବୋଲି ଅଭିହିତ କରି ପାକିସ୍ତାନର ସମସ୍ତ ପ୍ରମୁଖ ବିରୋଧୀ ଦଳ ଇମରାନଙ୍କ ବିରୋଧରେ ଏକଜୁଟ ହେବା ଏବ˚ ଏଥିରୁ ଉତ୍ପନ୍ନ ଏକ ବିଶେଷ ଘଟଣାକ୍ରମରେ ପାକିସ୍ତାନର ସିନ୍ଧ ପ୍ରଦେଶରେ ପୁଲିସ ଓ ସେନା ବାହିନୀ ଏକ ମୁହାଁମୁହିଁ ସ୍ଥିତିରେ ପହଞ୍ଚିଯିବା ଭଳି ପ୍ରସଙ୍ଗ ଏକ ଆଲୋଚନାର ଅପେକ୍ଷା ରଖେ।

ଏହି ସ୍ତମ୍ଭର ଯେଉଁ ପାଠକପାଠିକାମାନେ ପାକିସ୍ତାନର ସଦ୍ୟ ଘଟଣାକ୍ରମ ସ˚ପର୍କରେ ବିଶେଷ ଅବଗତ ନୁହନ୍ତି, ସେମାନଙ୍କ ଲାଗି ଅତ୍ୟନ୍ତ ସ˚କ୍ଷେପରେ ଏହାର ପୃଷ୍ଠଭୂମି ଉପରେ ଆଲୋକପାତ କରାଯାଇପାରେ। କଥା ହେଲା, ପାକିସ୍ତାନର ପ୍ରମୁଖ ବିରୋଧୀ ଦଳ ‘ପାକିସ୍ତାନ ପିପୁଲ୍‌ସ ପାର୍ଟି’ ବା ‘ପି.ପି.ପି.’ର ଶାସନାଧୀନ ସିନ୍ଧ ପ୍ରଦେଶର ରାଜଧାନୀ କରାଚି ଠାରେ ଅବସ୍ଥିତ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ସମାଧି ଠାରେ ‘ପାକିସ୍ତାନ ଡେମୋକ୍ରାଟିକ୍‌ ମୁଭମେଣ୍ଟ’ (ଦଶଟି ବିରୋଧୀ ଦଳର ମେଣ୍ଟ) ଦ୍ବାରା ଆୟୋଜିତ ଏକ ବିଶାଳ ରାଲିରେ ଭାଗ ନେଇ ‘ପାକିସ୍ତାନ ମୁସଲିମ ଲିଗ୍‌-ନଵାଜ’(ପି.ଏମ୍‌.ଏଲ୍‌.-ଏନ୍‌) ଦଳର ନେତା କ୍ୟାପ୍‌ଟେନ୍‌ ସଫଦର ଅଵନ ଦେଇଥିବା ଏକ ସ୍ଲୋଗାନ୍‌ ବା ନାରା (‘ଭୋଟ୍‌ କୋ ଇଜ୍ଜତ ଦୋ’) ସକାଶେ ତାଙ୍କୁ ଗିରଫ କରିବାର ଉଦ୍ୟମ ପାକିସ୍ତାନ ସରକାରଙ୍କ ପକ୍ଷରୁ କରାଗଲା। କିନ୍ତୁ ପାକିସ୍ତାନର ସ˚ବିଧାନ ଅନୁଯାୟୀ ଆଇନ ଶୃଙ୍ଖଳା ବ୍ୟବସ୍ଥା ରାଜ୍ୟ ସରକାରଙ୍କ କ୍ଷମତା ଅଧୀନସ୍ଥ ହୋଇଥିବାରୁ ଏବଂ ସିନ୍ଧରେ ବିରୋଧୀ ଦଳ ‘ପି.ପି.ପି.’ ଶାସନ କରୁ ଥିବାରୁ ଏ ଦିଗରେ ବିଶେଷ ଆଗ୍ରହ ପ୍ରକାଶ କରାଗଲା ନାହିଁ। ଏହାକୁ ବିଧିବଦ୍ଧ ରୂପେ କାର୍ଯ୍ୟକାରୀ କରିବା ଲାଗି ସିନ୍ଧ ପୁଲିସ ମୁଖ୍ୟଙ୍କ ଅନୁମତିମୂଳକ ଦସ୍ତଖତର ଆବଶ୍ୟକତା ଥିଲା। ସୁତରାଂ, ବିଳମ୍ବିତ କାର୍ଯ୍ୟାନୁଷ୍ଠାନରେ ଅଧୈର୍ଯ୍ୟ ହୋଇ ପାକିସ୍ତାନ ଅର୍ଧ ସାମରିକ ବାହିନୀର କିଛି ସଦସ୍ୟ ପୁଲିସ ମୁଖ୍ୟଙ୍କୁ ଅପହରଣ କଲେ ଏବ˚ ଜୋରଜବରଦସ୍ତ ତାଙ୍କ ଠାରୁ ଦସ୍ତଖତ କରାଇ ନେଇ କ୍ୟାପ୍‌ଟେନ ସଫଦରଙ୍କୁ ଗିରଫ କଲେ। କିନ୍ତୁ ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ସିନ୍ଧ ପ୍ରଦେଶର ପୁଲିସ ବାହିନୀର ଶୀର୍ଷ ସ୍ଥାନୀୟ ୭୦ ଜଣ ଅଧିକାରୀ ଏକତ୍ର ଦୁଇ ମାସ ଲାଗି ଛୁଟିରେ ଯିବାକୁ ଆବେଦନ କଲେ। ଏହା ଥିଲା ପାକିସ୍ତାନ ଇତିହାସରେ ଅଭୂତପୂର୍ବ। ଏଥିରୁ ଅଗତ୍ୟା ଏକ ଧାରଣା ଜନ୍ମ ନେଇଥିଲା ଯେ ସମ୍ଭବତଃ ଏହା ଜଟିଳ ରୂପ ଧାରଣ କରି ଏକ ଗୃହଯୁଦ୍ଧ ଭଳି ସ୍ଥିତି ସୃଷ୍ଟି କରିପାରେ। ତେବେ ଯାହା ଦେଖିବାକୁ ମିଳିଛି, ତାହା ହେଲା ପାକିସ୍ତାନର ସେନାଧୢକ୍ଷ କ୍ୟୁ.ଜେ. ବାଜଵା ଉପରୋକ୍ତ ଘଟଣା ସ˚ପର୍କରେ ଅନୁଧ୍ୟାନ କରି ଦଶ ଦିନ ମଧ୍ୟରେ ପଦକ୍ଷେପ ନେବାର ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି, ଯାହା ସ୍ଥିତିକୁ ଆପାତତଃ ନିୟନ୍ତ୍ରଣରେ ରଖିଛି। କିନ୍ତୁ ଇମରାନ ଖାଁଙ୍କ ବିପକ୍ଷରେ ସୃଷ୍ଟି ହୋଇଥିବା ବିରୋଧରେ ଭଟ୍ଟା ପଡ଼ିନାହିଁ। ବର˚ ଉପରୋକ୍ତ ଘଟଣା ଇମରାନ ବିରୋଧକୁ ଅଧିକ ତେଜୀୟାନ କରିଛି।

ସ˚ପ୍ରତି କରାଚିର ରାଜପଥରେ ଇମରାନ ବିରୋଧୀ ବିଶାଳ ଜନ ସମାବେଶରେ ଯେଉଁ ନାରା ବାରମ୍ବାର ଶୁଣିବାକୁ ମିଳୁଛି ତାହା ହେଲା ‘ଗୋ ନିଆଜି ଗୋ’- ଅର୍ଥାତ୍‌ ନିଆଜି, ତୁମେ ଯାଅ। ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିଥାଏ ଯେ ଏହି ନିଆଜି କିଏ? ୟେ ହେଉଛନ୍ତି ପାକିସ୍ତାନ ଲାଗି ଜାତୀୟ ଲଜ୍ଜାର ପ୍ରତୀକ ଜେନେରାଲ ଏ.ଏ.କେ. ନିଆଜି ଯିଏ ୧୯୭୧ ମସିହାରେ ପ୍ରାୟ ନବେ ହଜାର ପାକିସ୍ତାନୀ ସୈନିକଙ୍କ ସହିତ ଭାରତ ନିକଟରେ ଆତ୍ମସମର୍ପଣ କରିଥିଲେ। ଏହା ହୁଏ’ତ ଅନେକଙ୍କୁ ଜ୍ଞାତ ନ ଥିବ ଯେ ଇମରାନ ଖାଁଙ୍କ ସ˚ପୂର୍ଣ୍ଣ ନାମରେ ଇମରାନ ଅହମ୍ମଦ ଖାଁ ସହିତ ସବାଶେଷରେ ନିଆଜି ସାଙ୍ଗିଆଟି ବିଦ୍ୟମାନ, ଯାହାକୁ ସେ ପରିତ୍ୟାଗ କରିଛନ୍ତି। କିନ୍ତୁ ଇମରାନଙ୍କ ବିରୋଧୀମାନେ ତାଙ୍କୁ ସେହି ସାଙ୍ଗିଆରେ ସମ୍ବୋଧନ କରୁଛନ୍ତି। ଏହାର ଉଦ୍ଦେଶ୍ୟ ସ୍ପଷ୍ଟ- ସେମାନେ ତାଙ୍କୁ ପାକିସ୍ତାନର ଏହି ଜାତୀୟ ଲଜ୍ଜାର ପ୍ରତୀକଙ୍କ ସହିତ ଯୋଡ଼ିବା ଲାଗି ଇଚ୍ଛୁକ।

ଇତିମଧୢରେ ଲଣ୍ତନରେ ନିର୍ବାସିତ ହୋଇ ରହିଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଵାଜ ସରିଫ ପ୍ରଦାନ କରିଥିବା ଏକ ଅତ୍ୟନ୍ତ ତୀବ୍ର ସମାଲୋଚନାମୂଳକ ଭାଷଣର ଭିଡିଓ ସେହି ରାଲିରେ ପ୍ରଦର୍ଶିତ ହୋଇଛି, ଯହିଁରେ ପ୍ରଧାନମନ୍ତ୍ରୀ ଇମରାନ ଖାଁଙ୍କୁ ‘ନାଲାୟକ’ ଏବ˚ ‘ସଖୀ କଣ୍ଢେଇ ପ୍ରଧାନମନ୍ତ୍ରୀ’ ରୂପେ ବର୍ଣ୍ଣନା କରିବା ସହିତ ସେ ସିଧାସଳଖ ଆରୋପ ଲଗାଇଛନ୍ତି ଯେ ମିଲିଟାରିର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କରାଯାଇଥିବା ରିଗି˚ ବଳରେ ଇମରାନ ଖାଁଙ୍କ ଦଳ ‘ପାକିସ୍ତାନ ତେହରିକ-ଇ- ଇନସାଫ୍‌’ ଦଳ ବିଜୟୀ ହୋଇଛି ଏବ˚ ଇମରାନଙ୍କ ସୁବିଧା ଲାଗି ବେଲୁଚିସ୍ତାନରେ ଏକ ନିର୍ବାଚିତ ସରକାରକୁ ସେନା ବାହିନୀ ଜରିଆରେ ଅପସାରଣ କରାଯାଇଛି, ଯାହା ରାଷ୍ଟ୍ରଦ୍ରୋହ ସହିତ ସମାନ। କହିବା ବାହୁଲ୍ୟ ଯେ ପାକିସ୍ତାନର ସେନାବାହିନୀ ପୂର୍ବରୁ କେବେ ହେଲେ ସିଧାସଳଖ ଏହିଭଳି ବାଚନିକ ଆକ୍ରମଣର ସମ୍ମୁଖୀନ ହୋଇ ନାହିଁ। ଏବେ ଏଭଳି ହେବାର କାରଣ ଏହା ହୋଇପାରେ ଯେ ସ˚ପ୍ରତି ପାକିସ୍ତାନରେ ଯେଉଁ ଇମରାନ ବିରୋଧୀ ସୁନାମି ସୃଷ୍ଟି ହୋଇଛି, ତହିଁରେ ତାଙ୍କୁ ଗାଦିନସୀନ କରିଥିବା ସେନା ବାହିନୀ ମଧୢ ଜନ ଆକ୍ରୋଶର କେନ୍ଦ୍ରରେ ରହିଛି। ଯଦିଓ ପାକିସ୍ତାନରେ ସେନା ବାହିନୀ ସର୍ବାଧିକ କ୍ଷମତାଶାଳୀ ଅନୁଷ୍ଠାନ ଭାବେ ସ୍ବୀକୃତ; ତଥାପି ପୁଲିସ ବିଭାଗ ଦ୍ବାରା ସଦ୍ୟ ପ୍ରଦର୍ଶିତ ତୀବ୍ର ବିରୋଧ ଏହା ପ୍ରମାଣ କରିଥାଏ ଯେ ସାମରିକ କ୍ଷମତାର ଯଥେଚ୍ଛାଚାରୀ ବ୍ୟବହାରକୁ ହୁଏ’ତ ଆଉ ଅଧିକ କାଳ ବରଦାସ୍ତ କରାଯାଇ ନ ପାରେ। ସେହି ଦୃଷ୍ଟିରୁ ଦଶ ଦିନର ମହଲତ ପରେ ଏ ମୁକାବିଲାମୂଳକ ସ୍ଥିତି କେଉଁ ରୂପ ନେବ, ତାହା ଏବେଠାରୁ କୁହାଯିବା କଷ୍ଟକର ବ୍ୟାପାର। କିନ୍ତୁ ଏହା ନିଶ୍ଚିତ ଯେ ତାଲିବାନ ଖାଁ ଏବ˚ ତାଙ୍କ ପୃଷ୍ଠପୋଷକ ରୂପେ ତାଙ୍କ ପଛରେ ଛିଡ଼ା ହୋଇଥିବା ସାମରିକ ବାହିନୀ ଲାଗି ସମୟ ବିଶେଷ ଅନୁକୂଳ ନୁହେଁ।