ଊନବି˚ଶ ଶତାବ୍ଦୀର ଆମେରିକୀୟ ଲେଖକ ଓ ହାସ୍ୟରସ ସ୍ରଷ୍ଟା ଜନ୍ ବିଲିଙ୍ଗ୍ସ ମନୁଷ୍ୟ ଜିହ୍ବାର ଅପରିସୀମ ସ୍ଖଳନକ୍ଷମତା ତଥା ସ୍ଖଳନଶୀଳତା ସ˚ପର୍କରେ ସଚେତନ ଥାଇ ଠାଏ ଯାହା କହିଥିଲେ ତାହା ଯେ ନିରାଟ ସତ୍ୟ, ତାହା ସ˚ପ୍ରତି ପାକିସ୍ତାନର ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ମନ୍ତ୍ରୀ ଫଵାଜ ଚୌଧୁରୀ ମର୍ମେ ମର୍ମେ ଅନୁଭବ କରୁଥିବେ। ବିଲିଙ୍ଗ୍ସ କହିଥିଲେ, ‘ଠିକ ଯେତିକି ବେଳେ ତୁମକୁ ବୋଧ ହେବ ଯେ କହି ପକାଏ, ତା’ ନ ହେଲେ ଫାଟି ଯିବି, ଠିକ୍ ସେତିକି ବେଳେ ଜିହ୍ବାକୁ ଭିଡ଼ି ଧରିବ।’ ଏହାର କାରଣ ସ୍ପଷ୍ଟ ଯେ ଅପରିଣାମଦର୍ଶୀ ଏବ˚ ଅସ˚ଯତ ଜିହ୍ବା ଚାଳନା ଅନେକ ସମୟରେ ଆଶା କରି ନ ଥିବା ଭଳି କୁପରିଣତି ସୃଷ୍ଟି କରିଥାଏ। ଗଲା ଗୁରୁବାର ଦିନ ପାକିସ୍ତାନର ‘ନେସନାଲ ଆସେମ୍ଲି’ରେ ମନ୍ତ୍ରୀ ମହୋଦୟଙ୍କ ବାହାସ୍ଫୋଟ ଏହି ପରିପ୍ରେକ୍ଷୀରେ ଆଲୋଚନାସାପେକ୍ଷ, ଯାହା କେବଳ ତାଙ୍କ ଦେଶ ପାକିସ୍ତାନର ଛବିକୁ ବିଶ୍ବ ସମୁଦାୟ ସମକ୍ଷରେ ଅଧିକ ମଳିନ କରିନାହିଁ; ଏହା ଦ୍ବାରା ପାକିସ୍ତାନ ସରକାରଙ୍କ ଦ୍ବାରା ଆନୁଷ୍ଠାନିକ ଭାବେ ସ୍ବୀକୃତ ହୋଇଯାଇଛି ଯେ ଭାରତ ଭୂମିରେ ସ˚ଘଟିତ ହେଉଥିବା ଆତଙ୍କବାଦୀ କାର୍ଯ୍ୟକଳାପ ପଛରେ ପାକିସ୍ତାନ ସରକାରଙ୍କ ପ୍ରତ୍ୟକ୍ଷ ଅଥଚ ପ୍ରଚ୍ଛନ୍ନ ଭୂମିକା ରହିଛି। ମନ୍ତ୍ରୀ ମହୋଦୟଙ୍କ ଅଣାୟତ୍ତ ଜିହ୍ବା ଲାଗି ତାଙ୍କ ରାଷ୍ଟ୍ରକୁ ଯେ କଡ଼ା ମୂଲ୍ୟ ଦେବାକୁ ପଡ଼ିପାରେ, ଏହା ବେଶ୍ ଅନୁମାନସାପେକ୍ଷ।
ଏହି ସ୍ତମ୍ଭର ସମସ୍ତ ପାଠକପାଠିକାଙ୍କ ସ୍ମରଣରେ ଥିବ ଯେ ୨୦୧୯ ମସିହାରେ ଜାମ୍ମୁ କାଶ୍ମୀରର ପୁଲଵାମା ଠାରେ ଏକ ଆତଙ୍କବାଦୀ ବୋମା ବିସ୍ଫୋରଣରେ ଭାରତର ୪୦ ଜଣ ସିଆର୍ପିଏଫ୍ ଜଵାନ ସହିଦ ହୋଇଥିଲେ। କହିବା ବାହୁଲ୍ୟ ଯେ ଏହା ଥିଲା ଭାରତ ଭୂମି ଉପରେ ସ˚ଘଟିତ ହୋଇଥିବା ସର୍ବାଧିକ ଜଘନ୍ୟ ଆତଙ୍କବାଦୀ ହମ୍ଲା ମଧୢରେ ଅନ୍ୟତମ। ଏହି ଘଟଣାରେ ଯେ ପାକିସ୍ତାନର ସ˚ପୃକ୍ତି ରହିଛି, ସେ ବିଷୟରେ ତତ୍କ୍ଷଣାତ୍ ଭାରତ ଦ୍ବାରା ଅତ୍ୟନ୍ତ ସ୍ପଷ୍ଟ ଭାବେ କୁହାଯାଇଥିଲା, ଯାହାକୁ ପାକିସ୍ତାନ ଚିରାଚରିତ ଢଙ୍ଗରେ ଅସ୍ବୀକାର କରିଥିଲା। ଏହାର ପ୍ରତିଶୋଧ ସ୍ବରୂପ ଭାରତ ପକ୍ଷରୁ ‘ପାକିସ୍ତାନ ଅଧିକୃତ କାଶ୍ମୀର’ ଅନ୍ତର୍ଗତ ବାଲାକୋଟ ଠାରେ ସକ୍ରିୟ ଥିବା ଆତଙ୍କବାଦୀ ପ୍ରଶିକ୍ଷଣ ଶିବିର ଉପରେ ବିମାନ ଆକ୍ରମଣ କରାଯାଇ ସେ ସବୁକୁ ବିଧ୍ବସ୍ତ କରିଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ଭାରତର ପ୍ରତିକ୍ରିୟାମୂଳକ ଆକ୍ରମଣକୁ ସେହି ସମୟରେ ପୃଥିବୀର ପ୍ରାୟ ସମସ୍ତ ଗୁରୁତ୍ବପୂର୍ଣ୍ଣ ରାଷ୍ଟ୍ର ସମର୍ଥନ କରିଥିଲେ। ଏହାର ଏକ ବଡ଼ କାରଣ ଥିଲା ଇସଲାମୀୟ ଆତଙ୍କବାଦର ପ୍ରୋତ୍ସାହନକାରୀ ରାଷ୍ଟ୍ର ଭାବେ ପାକିସ୍ତାନର ସନ୍ଦିଗ୍ଧ ଭୂମିକା ନେଇ ସୃଷ୍ଟ ହୋଇଥିବା ଏକ ଧାରଣା। ସେହି ଦୃଷ୍ଟିରୁ ମନ୍ତ୍ରୀଙ୍କ ବୟାନ ଏହି ଧାରଣାକୁ ଦୃଢ଼ମୂଳ କରିବା ସହିତ ଏକ ଆତଙ୍କବାଦ ପ୍ରୋତ୍ସାହନକାରୀ ରାଷ୍ଟ୍ର ରୂପେ ପାକିସ୍ତାନ ଉପରେ ଆନୁଷ୍ଠାନିକ ଭାବେ ମୋହର ଲଗାଇଛି। କାରଣ ମନ୍ତ୍ରୀ ମହୋଦୟ ଏହାକୁ ପାକିସ୍ତାନର ଜାତୀୟ ସ˚ସଦରେ କହିଛନ୍ତି, ଯାହା ପାକିସ୍ତାନ ସରକାରଙ୍କ ଏକ ସର୍ବୋଚ୍ଚ ସାମ୍ବିଧାନିକ ମଞ୍ଚ। ସେହି ଦୃଷ୍ଟିରୁ ‘ଫାଇନାନ୍ସିଆଲ୍ ଆକ୍ସନ ଟାସ୍କ୍ ଫୋର୍ସ’ ବା ‘ଏଫ୍ଏଟିଏଫ୍’ ଦ୍ବାରା ପାକିସ୍ତାନ କଳା ତାଲିକାଭୁକ୍ତ ହେବାର ଆଶଙ୍କା ବୃଦ୍ଧି ପାଇଛି। ଉଲ୍ଲେଖ କରାଯାଇପାରେ କି ‘ଏଫ୍ଏଟିଏଫ୍’ ଦ୍ବାରା ଧୂସର ତାଲିକାଭୁକ୍ତ ହୋଇଥିବା ପାକିସ୍ତାନକୁ ‘ଆତଙ୍କବାଦ ପ୍ରୋତ୍ସାହନକାରୀ’ ରାଷ୍ଟ୍ରର କଳଙ୍କରୁ ମୁକ୍ତ ହେବା ଲାଗି ୨୭ଟି ସର୍ତ୍ତ ପାଳନ କରିବା ନିତାନ୍ତ ଜରୁରୀ, ଯହିଁରୁ ପାକିସ୍ତାନ ୨୩ଟି ପୂରଣ କରିଛି। ଅବଶିଷ୍ଟ ଚାରିଟି ସର୍ତ୍ତ ଅବିଳମ୍ବେ ପୂରଣ କରିବା ଲାଗି ‘ଏଫ୍ଏଟିଏଫ୍’ ପକ୍ଷରୁ ପାକିସ୍ତାନକୁ ଚେତାଇ ଦିଆଯାଇଛି। ଏଭଳି ସ୍ଥଳେ ପୁଲଵାମା ଘଟଣାରେ ପାକିସ୍ତାନର ସ˚ପୃକ୍ତି ସେଠାକାର ସ˚ସଦରେ ସ୍ବୀକୃତ ହେବା ଏବ˚ ଏହାକୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାଁଙ୍କ ଏକ ବିରଳ ଉପଲବ୍ଧି ବୋଲି ବର୍ଣ୍ଣନା କରାଯିବା ପାକିସ୍ତାନ ଲାଗି ଆତ୍ମଘାତୀ ସାବ୍ୟସ୍ତ ହୋଇପାରେ। କହିବା ନିଷ୍ପ୍ରୟୋଜନ ଯେ ‘ଏଫ୍ଏଟିଏଫ୍’ ଦ୍ବାରା କଳା ତାଲିକାରେ ଅନ୍ତର୍ଭୁକ୍ତ ହେଲେ ପାକିସ୍ତାନକୁ ବିଶ୍ବ ବ୍ୟାଙ୍କ୍ ବା ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇ.ଏମ୍.ଏଫ୍.) ଅଥବା ଏସିଆନ ଡେଭ୍ଲପ୍ମେଣ୍ଟ ବ୍ୟାଙ୍କ୍ ଓ ତତ୍ତୁଲ୍ୟ ଅନ୍ୟାନ୍ୟ ବିଶ୍ବ ସ୍ତରୀୟ ଆର୍ଥିକ ଅନୁଷ୍ଠାନ ପକ୍ଷରୁ କୌଣସି ଅର୍ଥ ସାହାଯ୍ୟ ମିଳିବ ନାହିଁ, ଯଦ୍ଦ୍ବାରା ପାକିସ୍ତାନର ଅତ୍ୟନ୍ତ ଦୟନୀୟ ଅର୍ଥ ବ୍ୟବସ୍ଥା ସ˚ପୂର୍ଣ୍ଣ ଭୂଲୁଂଠିତ ହେବା ଅବଶ୍ୟମ୍ଭାବୀ। ସୁତରା˚, ମନ୍ତ୍ରୀଙ୍କର ଅଣାୟତ୍ତ ଜିହ୍ବା ଯେଉଁ ଏକ ଅତ୍ୟନ୍ତ ଅସ୍ବସ୍ତିକର ସତ୍ୟର ଉଦ୍ଘାଟନ କରି ପକାଇଛି, ତାହା ହୁଏ’ତ ପାକିସ୍ତାନ ଲାଗି ଦୁଃସ୍ବପ୍ନର କାରଣ ହୋଇପାରେ।
ପୁଲଵାମା ଆତଙ୍କବାଦୀ ଆକ୍ରମଣ ସମୟରେ ଅନେକ ଅଣାୟତ୍ତ ଜିହ୍ବାଙ୍କ କଳରବରେ ଆମ ଦେଶ ମଧ୍ୟ ମୁଖର ହୋଇ ଉଠିଥିଲା। ଏହି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣାଟି ଜାତୀୟ ନିର୍ବାଚନର ପୂର୍ବବର୍ତ୍ତୀ କାଳରେ ସ˚ଘଟିତ ହୋଇଥିବାରୁ ଅନେକ ବିରୋଧୀ ଦଳ ନେତାଙ୍କ ପକ୍ଷରୁ ଆରୋପର ଝଡ଼ ସୃଷ୍ଟି ହୋଇଥିଲା ଯେ ନିର୍ବାଚନ ଜିଣିବା ଲାଗି ସମ୍ଭବତଃ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ସରକାର ଦ୍ବାରା ରଚନା କରାଯାଇଥିବା ଚକ୍ରାନ୍ତର ଫଳଶ୍ରୁତି। ଏଭଳି ଅଣାୟତ୍ତ ଜିହ୍ବାର ପରିପ୍ରକାଶ ଘଟିଥିଲା କ˚ଗ୍ରେସ ନେତା ରାହୁଳ ଗାନ୍ଧୀଙ୍କ ଟ୍ବିଟର ପ୍ରଶ୍ନରେ, ଯହିଁରେ ସେ ପଚାରିଥିଲେ ଏହା ଦ୍ବାରା ସର୍ବାଧିକ ଲାଭ କାହାକୁ ମିଳିଛି? ସେହିଭଳି ଜାମ୍ମୁ କାଶ୍ମୀରର ନେସନାଲ କନ୍ଫରେନ୍ସ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ସିଧାସଳଖ କହିଥିଲେ ଯେ ମୋଦୀ ସାହେବଙ୍କୁ ନିର୍ବାଚନରେ ଜିତାଇବା ଲାଗି ଅଭିସନ୍ଧିମୂଳକ ଷଡ୍ଯନ୍ତ୍ରର ଏହା ଏକ ନମୁନା। ଏହି ନେତା ଦ୍ବୟଙ୍କ ଭଳି ଅନ୍ୟ ଯେଉଁମାନଙ୍କ ଅଣାୟତ୍ତ ଜିହ୍ବା ସେମାନଙ୍କ ବୟାନ ବା ଟ୍ବିଟ୍ ମାଧୢମରେ ରୂପ ପାଇଥିଲା, ସେମାନଙ୍କ ମଧୢରେ ଥିଲେ ପଶ୍ଚିିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବ˚ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲଙ୍କ ଭଳି ରାଜନେତା। ସୁତରା˚, ପାକିସ୍ତାନ ମନ୍ତ୍ରୀଙ୍କ ବୟାନ ଏହି ସମସ୍ତ ନେତାମାନଙ୍କ ଲାଗି ମଧୢ ଅସ୍ବସ୍ତିର କାରଣ ହୋଇଥିବ। ଚାଳିଶ ଜଣ ଜଵାନଙ୍କ ମୃତ୍ୟୁ ଘଟାଇଥିବା ଏକ ଅତ୍ୟନ୍ତ ଜଘନ୍ୟ ଆତଙ୍କବାଦୀ ଆକ୍ରମଣର ଘୃଣ୍ୟ ରାଜନୀତୀକରଣ ପରିପ୍ରେକ୍ଷୀରେ ଏହା କୁହାଯାଇପାରେ ଯେ ରାଜନେତାମାନଙ୍କ ଅଣାୟତ୍ତ ଜିହ୍ବା ଯେଉଁଭଳି ବିଭିନ୍ନ ସମୟରେ ଓ ବିଭିନ୍ନ ସ˚ଦର୍ଭରେ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଥାଏ, ତାହାର ପୁନରାବୃତ୍ତି ହେବା ଅନୁଚିତ। ବିଶେଷ କରି ରାଷ୍ଟ୍ର ସୁରକ୍ଷା ତଥା ଆତଙ୍କବାଦ ଭଳି ପ୍ରସଙ୍ଗରେ ରାଜନେତାମାନଙ୍କ ଠାରେ ପରିପକ୍ବତା ସେମାନଙ୍କ ସଂଯମୀ ଜିହ୍ବା ମାଧ୍ୟମରେ ପ୍ରକାଶ ପାଇବା ଉଚିତ।
ଗଲା ଗୁରୁବାର ଦିନ ପାକିସ୍ତାନ ସ˚ସଦରେ ମନ୍ତ୍ରୀ ମହୋଦୟ ସଗର୍ବ କହିଥିଲେ, ‘ହମନେ ହିନ୍ଦୁସ୍ଥାନ କୋ ଘୁଷ୍ କେ ମାରା’ ଯାହାର ଅର୍ଥ ଆମେ ଭାରତର ଘରେ ପଶି ମାରିଲୁ। କିନ୍ତୁ ଯେଉଁଭଳି ଅନ୍ତର୍ଘାତୀ ଆକ୍ରମଣ ଦ୍ବାରା ଏହାକୁ ରୂପ ଦିଆଯାଇଥିଲା, ତାହା କୌଣସି ପ୍ରକାରେ ମନ୍ତ୍ରୀଙ୍କ ବାହାସ୍ଫୋଟକୁ ପ୍ରମାଣିତ କଲା ଭଳି ସାହସର ପରିଚୟ ଦେଇ ନ ଥାଏ। ସି˚ହ ଦଳ ପଛରେ ଅତି ସନ୍ତର୍ପଣରେ ଲୁଚି ଲୁଚି ଚାଲୁଥିବା ଭୀରୁ ହାଏନାଙ୍କ ଦଳ ସୁଯୋଗ ଉଣ୍ତି ସି˚ହମାନଙ୍କ ଅଲକ୍ଷ୍ୟରେ ସେମାନଙ୍କ ଶିକାରରୁ ପୁଳାଏ ଭିଡ଼ି ଆଣିବା ପରେ ସି˚ହ ମୁହଁରୁ ଶିକାର ଛଡ଼ାଇ ଆଣିଛନ୍ତି ବୋଲି ସେମାନେ ଦାବି କରିବା ଯେଉଁ ଶ୍ରେଣୀର, ମନ୍ତ୍ରୀଙ୍କ ‘ଘୁଷକେ ମାରା’ ସମ୍ବଳିତ ବୟାନ ମଧୢ ସେହି ଶ୍ରେଣୀର। ତେଣୁ ଏହା କେବଳ ପାକିସ୍ତାନକୁ ହାସ୍ୟାସ୍ପଦ କରିନାହିଁ, ତାକୁ ଅଧିକ କାଳିମାମୟ କରିଛି; ତାର ଆନ୍ତର୍ଜାତିକ ସ୍ଥିତି ଓ ତାର ଭବିଷ୍ୟତ୍କୁ ମଧୢ ସ˚କଟାପନ୍ନ କରିଛି।