ଯୁକ୍ତରାଷ୍ଟ୍ର ଆମେରିକାର ଗଣମାଧୢମ, ବୁଦ୍ଧିଜୀବୀ, ଚିନ୍ତକ, ବିଦ୍ବାନ ପ୍ରଫେସର ଏବ˚ ଥିଙ୍କ୍‌ ଟ୍ୟାଙ୍କ୍‌ ଇତ୍ୟାଦି ଡୋନାଲ୍‌ଡ ଟ୍ର˚ପ୍‌ଙ୍କୁ ଯେଉଁ ଭଳି ଭାବେ ଚିତ୍ରଣ କରି ଆସିଛନ୍ତି, ତାହା ହେଲା ଆଡ଼ବାୟା, ନିର୍ବୋଧ ବିଦୂଷକ, ବାହାବଳିଆ, ବାହାପିଆ, ଲୋଭୀ, କାମୁକ, ଅସ˚ଯତ, ଟିକସ-ଠକ ଇତ୍ୟାଦି। ଏହା ମଧୢ ସତ ଯେ ଏହି ସବୁ ବର୍ଣ୍ଣନାରୁ ଅଧିକା˚ଶକୁ ସତ ବୋଲି ପ୍ରମାଣିତ କରିବା ଲାଗି ସତେ ଯେମିତି ବଦ୍ଧପରିକର ଥିବା ଟ୍ର˚ପ୍‌ ତାଙ୍କର ରାଷ୍ଟ୍ରପତିତ୍ବ କାଳରେ ଅନୁରୂପ ଆଚରଣ ଏବ˚ ଉଚ୍ଚାରଣ କରି ଆସିଛନ୍ତି। କେବଳ ସେତିକି ନୁହେଁ, ପୂର୍ବରୁ କୌଣସି ରାଜନୈତିକ ପଦ ଧାରଣ କରି ନ ଥିବା ଏହି ବ୍ୟକ୍ତି ଜଣକ ଏକା ବେଳକେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ପଦାସୀନ ହୋଇଯିବା ପରେ ନିଜ ପଦର ଗରିମା ବା ଗାମ୍ଭୀର୍ଯ୍ୟକୁ ଭ୍ରୂକ୍ଷେପ ନ କରି ଏଭଳି ଅନେକ କାର୍ଯ୍ୟ କରିଛନ୍ତି; ଯାହାକୁ ଯୁକ୍ତରାଷ୍ଟ୍ର ଆମେରିକାର ଶିକ୍ଷିତ ଓ ସଚେତନ ନାଗରିକ ବର୍ଗ ନାପସନ୍ଦ କରି ଆସିଛନ୍ତି। ଏହା ବ୍ୟତୀତ ଆମେରିକାର ସର୍ବୋତ୍କୃଷ୍ଟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ଏବଂ ଉଚ୍ଚ ନାଗରିକ ସଚେତନତା ସ୍ତର ସତ୍ତ୍ବେ କୋଭିଡ୍‌ ପାନ୍‌ଡେମିକ୍‌ର ମୁକାବିଲା କ୍ଷେତ୍ରରେ ଏହି ରାଷ୍ଟ୍ରର ଅତ୍ୟନ୍ତ ନିକୃଷ୍ଟ ପ୍ରଦର୍ଶନର କାରଣ ଯେ ଡୋନାଲ୍‌ଡ ଟ୍ର˚ପ୍‌ଙ୍କ ଅବିମୃଶ୍ୟକାରୀ ମନୋଭାବ ଓ ଆଚରଣ; ଏଥିରେ ଦ୍ବିରୁକ୍ତି ନାହିଁ। ଏବ˚ କହିବା ବାହୁଲ୍ୟ ଯେ ଏହା ଆମେରିକାର ଭାବମୂର୍ତ୍ତିକୁ ମଳିନ କରିବା ସହିତ ଅଧିକା˚ଶ ଆମେରିକୀୟଙ୍କୁ ଲଜ୍ଜାନତ ମଧୢ କରିଛି। ପୁନଶ୍ଚ ତାଙ୍କ ସମୟ କାଳ ଦେଖିଛି କିଭଳି ଗୋଟିଏ ‘ୟୁନିପୋଲାର‌୍‌ ଵର୍ଲଡ୍‌’ ବା ‘ଏକକ ଧ୍ରୁବୀୟ ପୃଥିବୀ’ରେ ଅବିସମ୍ବାଦିତ ସର୍ବଶକ୍ତିମାନ ରାଷ୍ଟ୍ର ରୂପେ ସ୍ବୀକୃତ ଆମେରିକା ବିଶ୍ବକୁ ନେତୃତ୍ବ ପ୍ରଦାନ କରିବାରୁ ନିଜକୁ ନିଜେ ଅପସାରଣ କରି ନେଇ ସେହି ସ୍ଥାନ ପୂରଣ କରିବାକୁ ଚୀନର ମହତ୍ତ୍ବାକା˚କ୍ଷାରେ ଇନ୍ଧନ ଯୋଗାଇଛି।

Advertisment

ଏହି ପରିପ୍ରେକ୍ଷୀରେ ନିର୍ବାଚନ ପୂର୍ବରୁ ଟ୍ର˚ପ୍‌ଙ୍କୁ ନେଇ କରାଯାଉଥିବା ଅନେକ ବିଶ୍ଳେଷଣରେ ଏଭଳି ଏକ ଧାରଣା ସୃଷ୍ଟି ହେବାରେ ଲାଗିଥିଲା ଯେ ଏହି ନିର୍ବାଚନ ପରେ ହୁଏ’ତ ଟ୍ର˚ପ୍‌ ଆମେରିକାର ରାଜନୈତିକ ଇତିହାସର ଡଷ୍ଟବିନ୍‌ ମଧୢକୁ ନିକ୍ଷେପିତ ହେବେ। ସୁତରା˚, ସ୍ବାଭାବିକ ଭାବେ ବିଦ୍ବାନ ଓ ଅଭିଜ୍ଞ ନିର୍ବାଚନବିତ୍‌ମାନେ ବିଭିନ୍ନ ସର୍ବେକ୍ଷଣ ଓ ସମୀକ୍ଷା ଆଧାରରେ ଯେତେବେଳେ ମତ ପ୍ରଦାନ କରିଥିଲେ ଯେ ଟ୍ର˚ପ୍‌ ଅତ୍ୟନ୍ତ ହତାଶାଜନକ ଭାବେ ପରାଜିତ ହେବେ ଏବ˚ ଡେମୋକ୍ରାଟିକ୍‌ ଦଳର ବିଜୟ ଯେଉଁ ଭୂସ୍ଖଳନ ସୃଷ୍ଟି କରିବ, ତହିଁରେ ରିପବ୍ଲିକାନ୍‌ ଦଳ ସମାଧି ଲାଭ କରିବ; ସେତିକି ବେଳେ ତାକୁ ସନ୍ଦେହ ବା ପ୍ରଶ୍ନ କରିବାର ବିଶେଷ କୌଣସି କାରଣ ନ ଥିଲା। କିନ୍ତୁ ସମସ୍ତଙ୍କୁ ହତବାକ୍‌ କରି ଯାହା ଦେଖିବାକୁ ମିଳିଛି, ତାହା ହେଲା ଡେମୋକ୍ରାଟିକ୍‌ ଦଳର ଜୋ ବାଇଡେନଙ୍କ ବିଜୟ ସତ୍ତ୍ବେ ନିର୍ବାଚନ ରଣାଙ୍ଗନରେ ଡୋନାଲ୍‌ଡ ଟ୍ର˚ପ୍‌ଙ୍କ ଦ୍ବାରା ପ୍ରାୟ ସମତୁଲ ଶକ୍ତି ପ୍ରଦର୍ଶନ। ଦେଖିବାକୁ ମିଳିଛି ଯେ ସମୁଦାୟ ଭୋଟଦାତାଙ୍କ ୪୮% ଭୋଟ ତାଙ୍କ ସପକ୍ଷରେ ଯାଇଛି, ଯାହାର ସ˚ଖ୍ୟା ୭ କୋଟିରୁ ଅଧିକ। କେବଳ ସେତିକି ନୁହେଁ, ଏହା ପରେ ଆହୁରି ସ୍ପଷ୍ଟ ହୋଇଯାଇଛି ଯେ ପଦାନ୍ତର ହେବା ପରେ ଅନ୍ୟାନ୍ୟ ଆମେରିକୀୟ ରାଷ୍ଟ୍ରପତିମାନଙ୍କ ଭଳି ଟ୍ରଂପ୍‌ ଜନସ୍ମୃତିରୁ ଶୀଘ୍ର ନିଷ୍ପ୍ରଭ ହୋଇ ନ ପାରନ୍ତି। ଏହା ମଧୢ ସ୍ପଷ୍ଟ ହୋଇଛି ଯେ ତାଙ୍କ ଦ୍ବାରା ପ୍ରଭାବିତ ଆମେରିକୀୟ ସମାଜ ଯେଉଁଭଳି ବିଭାଜିତ ହୋଇଛି, ସେଥିରେ ତାହା ଆଉ ପୂର୍ବବତ୍‌ ରୂପକୁ ପେରିବା ସମ୍ଭବ ହୋଇ ନ ପାରେ। ଏହି ପ୍ରେକ୍ଷାପଟରେ ପ୍ରଶ୍ନ ଉଠେ, ଆମେରିକାର ରାଜନୀତିରେ ‘ଟ୍ର˚ପ୍‌’ ନାମକ ଏହି ଚମକପ୍ରଦ ‘ଲ୍ୟାଣ୍ଡ ମାର୍କ’ ସମ୍ଭବ ହେଲା କିପରି? ଏହାର ଉତ୍ତର ଅନ୍ବେଷଣ ଏହି ପ୍ରସଙ୍ଗରେ ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।

ବ୍ଲୁମବର୍ଗରେ ପ୍ରକାଶିତ ଏକ ଆଲେଖ୍ୟ କହିଥାଏ ଯେ ଏହି ନିର୍ବାଚନରେ ବାଇଡେନ ପାଇଥିବା ଭୋଟ ମଧୢରୁ ୪୦ ପ୍ରତିଶତରୁ ଅଧିକ ହେଉଛି ଏଭଳି ଲୋକଙ୍କ ଭୋଟ ଯେଉଁମାନେ କୌଣସିମତେ ଟ୍ର˚ପ୍‌ଙ୍କୁ ହଟାଇବାକୁ ଇଚ୍ଛା କରି ବାଇଡେନଙ୍କୁ ଭୋଟ ଦେଇଛନ୍ତି। ଅଥଚ ଟ୍ର˚ପ୍‌ଙ୍କୁ ଭୋଟ ଦେଇଥିବା ଲୋକଙ୍କ ମଧୢରୁ ମାତ୍ର ୧୧% ବାଇଡେନ-ଅନାଗ୍ରହୀ ଭାବେ ଟ୍ରଂପଙ୍କୁ ଭୋଟ ଦେଇଛନ୍ତି। ଏଣୁ ଟ୍ରଂପ୍‌ଙ୍କ ଭୋଟରଙ୍କ ମଧ୍ୟରୁ ଅବଶିଷ୍ଟ ୮୯% ହେଉଛି ନିର୍ବିକଳ୍ପ ଭାବେ କେବଳ ଟ୍ର˚ପ୍‌ଙ୍କୁ ଚାହୁଁଥିବା ଲୋକଙ୍କ ନିଦା ଭୋଟ। ତେଣୁ ଏହା କହିଲେ ଅତ୍ୟୁକ୍ତି ହେବ ନାହିଁ ଯେ ଟ୍ର˚ପ୍‌ ଲାଭ କରିଥିବା ପ୍ରାୟ ଛଅ କୋଟିରୁ ଅଧିକ ଭୋଟ ଟ୍ର˚ପ୍‌-ଭକ୍ତଙ୍କର; ଏବ˚ ସେମାନଙ୍କ ମଧୢରୁ ଅନେକ ହୁଏ’ତ ରିପବ୍ଲିକାନ ପାର୍ଟିର ସମର୍ଥକ ମଧୢ ହୋଇ ନ ଥାଇପାରନ୍ତି। ଟ୍ର˚ପ୍‌ଙ୍କ ପ୍ରତି ପ୍ରଶ୍ନାତୀତ ଅନୁରକ୍ତି ନିର୍ବାଚନ କାଳୀନ ପ୍ରଚାର ଏବ˚ ଭୋଟଦାନ ସମୟରେ ମଧୢ ପରିଲକ୍ଷିତ ହୋଇଥିଲା, ଯେତେବେଳେ କରୋନା ମହାମାରୀର ଦ୍ବିତୀୟ ତରଙ୍ଗ ଦ୍ବାରା ପ୍ଳାବିତ ଆମେରିକାର ସବୁଠାରୁ ଅଧିକ ସ˚କ୍ରମଣ ପ୍ରଭାବିତ ପ୍ରଦେଶ ଓ କାଉଣ୍ଟିରେ ନିଜ ଜୀବନକୁ ବିପନ୍ନ କରି ହଜାର ହଜାର ସ˚ଖ୍ୟାରେ ଏହି ଟ୍ର˚ପ୍‌ ସମର୍ଥକମାନେ କୌଣସି କରୋନା ସତର୍କତାକୁ ଖାତିର ନ କରି ରୁଣ୍ତ ହେଉଥିଲେ ଏବ˚ ବୁଥ୍‌କୁ ଆସି ଭୋଟ୍‌ ଦେଇଥିଲେ। ଅପର ପକ୍ଷରେ ବାଇଡେନଙ୍କ ଭୋଟରମାନେ କୋଭିଡ୍‌ ସ˚କ୍ରମଣ ଠାରୁ ନିରାପଦ ଦୂରତାରେ ରହିବା ଲାଗି ବୁଥ୍‌କୁ ନ ଯାଇ ଚିଠି ଜରିଆରେ ମତ ସାବ୍ୟସ୍ତ କରିଥିଲେ। ଯଦିଓ ଏହା ସତ ଯେ କରୋନା ସ˚କ୍ରମଣକୁ ଏକ ସାଧାରଣ ଫ୍ଲୁ ବୋଲି ଅଭିହିତ କରି ଡୋନାଲ୍‌ଡ ଟ୍ର˚ପ୍‌ ପ୍ରଦର୍ଶନ କରିଥିବା ଆଚରଣ ଓ ଆଭିମୁଖ୍ୟ କାରଣରୁ ଆମେରିକାରେ ଏହି ପାନ୍‌ଡେମିକ୍‌ର ସ୍ଥିତି ପୃଥିବୀରେ ସର୍ବାଧିକ ଖରାପ ଅବସ୍ଥାରେ ଅଛି; ତଥାପି ଏହି ଦୁଇ ନେତାଙ୍କ ପ୍ରତି ସେମାନଙ୍କ ସମର୍ଥକମାନଙ୍କ ଦ୍ବାରା ପ୍ରଦର୍ଶିତ ଆଭିମୁଖ୍ୟରୁ ଯଦି ସେମାନଙ୍କ ସମର୍ଥନର ସାନ୍ଦ୍ରତାକୁ ମପାଯାଏ, ତେବେ ଟ୍ର˚ପ୍‌ ଯେ ବାଇଡେନଙ୍କ ଠାରୁ ଆଗରେ ଅଛନ୍ତି, ସେଭଳି ବୋଧ ହୋଇପାରେ।

ଏହି ସନ୍ଦର୍ଭରେ ପ୍ରଶ୍ନ ଉଠିଥାଏ ଯେ ତାଙ୍କ ପ୍ରତି ଏଭଳି ଆକର୍ଷଣର କାରଣ କ’ଣ? ତାହାର ମଞ୍ଜି ସମ୍ଭବତଃ ରହିଛି ଟ୍ର˚ପ୍‌ ନିଜେ ପୋଷଣ କରୁଥିବା କିଛି ଏକାନ୍ତ ନିଜସ୍ବ ବିଚାର ଓ ଧାରଣା ପ୍ରତି ତାଙ୍କର ଅଟଳ ବିଶ୍ବାସରେ; ଯାହା ତାଙ୍କ ଉଚ୍ଚାରଣ ଓ ଆଚରଣକୁ ଅଧିକ ତୀବ୍ର ଓ ଦୃଢ଼ କରି ନାଗରିକମାନଙ୍କୁ ପ୍ରଭାବିତ କରିବାରେ ସମର୍ଥ ହୋଇଛି। ଉଦାହରଣ ସ୍ବରୂପ ‘ହ୍ବାଇଟ୍‌ ସୁପ୍ରିମାସି’ ବା ‘ଶ୍ବେତାଙ୍ଗ ପ୍ରାଧାନ୍ୟ’ ଭଳି ଚିନ୍ତାଧାରାକୁ ପ୍ରଭାବଶାଳୀ କରିବା ଲାଗି ସେ ଅତ୍ୟନ୍ତ ସଫଳତାର ସହିତ ଶ୍ବେତାଙ୍ଗମାନଙ୍କ ମଧୢରେ ଏକ ଆଶଙ୍କା ସୃଷ୍ଟି କରିବାରେ ସମର୍ଥ ହୋଇଛନ୍ତି ଯେ ସଜାଗ ନ ରହିଲେ ଅଚିରେ ସେମାନେ ଅଣ ଶ୍ବେତାଙ୍ଗଙ୍କ କ୍ରମବର୍ଦ୍ଧିଷ୍ଣୁ ସ˚ଖ୍ୟା ଦ୍ବାରା ମଗ୍ନ ହୋଇ ଆପଣା ସତ୍ତା ହରାଇ ପାରନ୍ତି। ସେହିଭଳି ଆମେରିକା ଫାଷ୍ଟ୍ ବା ‘ସବା ପ୍ରଥମେ ଆମେରିକା’ ଭଳି ଚିନ୍ତାଧାରାର ପ୍ରସାର ଲାଗି ସେ ଆମେରିକାର ସ୍ବାର୍ଥ ହାନି କରୁଥିବା ଆଳରେ ଅନେକ ବାଣିଜ୍ୟ କଟକଣା ଲାଗୁ କରିଛନ୍ତି; ଯାହା ଉଦାର ବାଣିଜ୍ୟର ସର୍ବମାନ୍ୟ ପ୍ରବକ୍ତା ଆମେରିକାର ବ୍ୟାବସାୟିକ ଆଦର୍ଶର ବିପରୀତ। ସେହିଭଳି ଜଳବାୟୁ ପ୍ରଦୂଷଣ ନେଇ ପ୍ରକଟ କରାଯାଉଥିବା ଆଶଙ୍କାକୁ କପୋଳକଳ୍ପିତ ବୋଲି ଅଭିହିତ କରି ସେ ପ୍ୟାରିସ ଜଳବାୟୁ ଚୁକ୍ତିରୁ ଓହରି ଆସିଛନ୍ତି ବା କୋଭିଡ୍‌ ପାନ୍‌ଡେମିକ୍‌ ପରିପ୍ରେକ୍ଷୀରେ ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନର ଚୀନ ପକ୍ଷପାତୀ ଆଭିମୁଖ୍ୟ ସକାଶେ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ରୁ ଅଲଗା ହୋଇଯାଇଛନ୍ତି; ଏପରିକି ଆଫଗାନିସ୍ତାନରେ ତାଲିବାନ ନେତାଙ୍କ ସହିତ ଚୁକ୍ତି କରି ସେଠାରୁ ଆମେରିକୀୟ ସୈନ୍ୟମାନଙ୍କ ଅପସାରଣର ମାର୍ଗ ପ୍ରଶସ୍ତ କରିଛନ୍ତି। ଅନେକ ଭ୍ରୂକୁ˚ଚନ ସୃଷ୍ଟି କରିଥିବା ଭଳି ଏସବୁ ଘଟଣା ଅପର ପକ୍ଷରେ ଏଭଳି ଅସ˚ଖ୍ୟଙ୍କୁ ସନ୍ତୋଷ ପ୍ରଦାନ କରିଛି, ଯେଉଁମାନେ ଏକ ତୀବ୍ର ପ୍ରତିଦ୍ବନ୍ଦ୍ବିତାମୂଳକ ବଜାର ଓ ଅର୍ଥନୀତି ପରିପ୍ରେକ୍ଷୀରେ ଆମେରିକା ବିଶ୍ବକୁ ନେତୃତ୍ବ ଦେବା ପରିବର୍ତ୍ତେ ନିଜ ଦେଶ ଓ ନାଗରିକଙ୍କ ସ୍ବାର୍ଥ ରକ୍ଷା କରିବାରେ ଆପଣା ଭୂମିକା ଅଧିକରୁ ଅଧିକ ନିର୍ବାହ କରୁ ବୋଲି ଚାହାନ୍ତି। ସମ୍ଭବତଃ ଟ୍ର˚ପ୍‌ ଏ ବିଷୟରେ ଅବଗତ ଯେ ଉନ୍ନତ ଆର୍ଥିକ ସ୍ଥିତି ବା ସ୍ବଚ୍ଛଳତା ବା ବିଭିନ୍ନ କ୍ଷେତ୍ରରେ ସାମର୍ଥ୍ୟ ଇତ୍ୟାଦି ସହିତ ନାଗରିକମାନଙ୍କ ମନରେ ନୂତନ ଉଦ୍ଦୀପନା ଭରିବା ଲାଗି ଯାହା ଆବଶ୍ୟକ, ତାହା ରହିଛି ଆବେଗ କ୍ଷେତ୍ରରେ; ଆପଣା ପରିଚିତି ବା ସ˚ସ୍କୃତିର ପ୍ରାଧାନ୍ୟ ସାବ୍ୟସ୍ତ କରିବାରେ। ଟ୍ର˚ପ୍‌ ତାର ସଫଳ ପ୍ରୟୋଗ କରିପାରିଛନ୍ତି।

ରିିପବ୍ଲିକାନ ଦଳର ଆଦର୍ଶ ତାର ରକ୍ଷଣଶୀଳତା ସତ୍ତ୍ବେ ଆମେରିକାକୁ ବହିର୍ମୁଖୀ, ବିଶ୍ବ-ନେତା, ସର୍ବତ୍ର ପ୍ରଭାବ ବିସ୍ତାରକାରୀ ରାଷ୍ଟ୍ର ରୂପେ ଦେଖିବାକୁ ଚାହିଁଥାଏ। କିନ୍ତୁ ଟ୍ର˚ପ୍‌ ତାର ବିପରୀତରେ ଯାଇ ଆମେରିକାକୁ ଅନ୍ତର୍ମୁଖୀ କରିବାର ପ୍ରୟାସ କରି ନାଗରିକମାନଙ୍କ ସମର୍ଥନ ଲାଭ କରିଛନ୍ତି। କୁହାଯାଇପାରେ ଯେ ଏହା ପରେ ରିପବ୍ଲିକାନ ଦଳ ଟ୍ର˚ପ୍‌ଙ୍କ ଆଦର୍ଶକୁ ଅଣଦେଖା କରି ପରବର୍ତ୍ତୀ ନିର୍ବାଚନକୁ ଓହ୍ଲାଇ ପାରିବ ନାହିଁ। ଏହା ମଧୢ ମନେ ହୋଇଥାଏ ଯେ ‘ଟ୍ର˚ପ୍‌-ବାଦ’, ତାହା ଭଲ ହେଉ ଅବା ମନ୍ଦ, ରିପବ୍ଲିକାନମାନଙ୍କ ବିଜୟ ଲାଗି ପରବର୍ତ୍ତୀ କାଳରେ ଟ୍ର˚ପ୍‌ କାର୍ଡ ରୂପେ ସାବ୍ୟସ୍ତ ହେବାର ସମ୍ଭାବନା ଅଧିକ।